Difference between revisions of "Linux-AWK/C2/More-on-Single-Dimensional-Array-in-awk/Oriya"
(Created page with "{| border=1 | <center>'''Time ' ' '</center> | <center>'''Narration'''</center> |- | 00:01 | ବନ୍ଧୁଗଣ, AWKରେ "ମୋର୍ ଅନ୍ ସିଙ୍ଗଲ୍...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center>'''Time ' ' '</center> | + | | <center>'''Time'''</center> |
| <center>'''Narration'''</center> | | <center>'''Narration'''</center> | ||
Latest revision as of 17:58, 20 July 2019
|
|
00:01 | ବନ୍ଧୁଗଣ, AWKରେ "ମୋର୍ ଅନ୍ ସିଙ୍ଗଲ୍ ଡାଇମେନସନଲ୍ ଆରେ” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା |
00:13 | ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା |
00:16 | ଡିଲିଟ୍ ଷ୍ଟେଟମେଣ୍ଟ |
00:18 | ARGV ଆରେ ଓ ENVIRON ଆରେ ବିଷୟରେ ଶିଖିବା |
00:22 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:25 | ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ
gedit text editor 3.20.1 ବ୍ୟବହାର କରୁଛି |
00:37 | ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
00:41 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:48 | ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ର ମୌଳିକ ଜ୍ଞାନ ଥିବା ଉଚିତ |
00:55 | ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲ୍ଗୁଡ଼ିକୁ ଦେଖନ୍ତୁ |
01:00 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ |
01:10 | ପୂର୍ବେ ଆମେ, awk ଆରେର କେତେକ ଦିଗ ଉପରେ ଆଲୋଚନା କରିଥିଲେ |
01:14 | ଏବେ ଚାଲନ୍ତୁ ଦେଖିବା, ଆମେ କିପରି ଭାବେ ଗୋଟିଏ ଫାଇଲ୍ରେ awk array ବ୍ୟବହାର କରିପାରିବା |
01:19 | ଆମେ ପୂର୍ବରୁ ବ୍ୟବହାର କରିଥିବା awkdemo.txt ଫାଇଲ୍କୁ ହିଁ ବ୍ୟବହାର କରିବା |
01:25 | ଏଠାରେ ପ୍ରଥମ ଫିଲ୍ଡ ହେଉଛି ରୋଲ୍ ନଂ. ଏବଂ ଷଷ୍ଠ ଫିଲ୍ଡ ହେଉଛି ବିଦ୍ୟାର୍ଥୀମାନଙ୍କର ଷ୍ଟାଇପେଣ୍ଡ |
01:32 | ପ୍ରଥମେ ଚାଲନ୍ତୁ, ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ HRA ଗଣନା କରିବା |
01:36 | ଏଠାରେ, HRA ହେଉଛି ସେମାନଙ୍କ ଷ୍ଟାଇପେଣ୍ଡ ରାଶିର 30% |
01:41 | ମୁଁ, କୋଡ୍କୁ ଆଗରୁ ଲେଖିସାରିଛି ଏବଂ calculate_hra.awk ଭାବରେ ସେଭ୍ କରିସାରିଛି.
ଏବେ ଚାଲନ୍ତୁ ସେହି ଫାଇଲ୍କୁ ଦେଖିବା |
01:51 | BEGIN Section ଭିତରେ, "ଫାଇପ୍ ଚିହ୍ନ” ସହିତ "ଫିଲ୍ଡ ସେପାରେଟର୍” ଇନିଶିଆଲାଇଜ୍ ହୋଇଥାଏ |
01:57 | ତା’ପରେ, action sectionରେ ଆମେ, "ଆରେ ଏଲେମେଣ୍ଟସ୍” ଇନିଶିଆଲାଇଜ୍ କରୁଛେ |
02:02 | ଏହି "ସେକ୍ସନ୍", ଗୋଟିଏ ଇନପୁଟ୍ ଫାଇଲ୍ର ପ୍ରତ୍ୟେକ ଲାଇନ୍ ପାଇଁ ଥରେ ନିଷ୍ପାଦିତ ହେବ |
02:08 | ଗୋଟିଏ "ଆରେ” ଭେରିଏବଲ୍ ଭାବରେ HRAକୁ ଏବଂ "ଇଣ୍ଡେକ୍ସ” ଭାବରେ "ଡଲର୍ ୱନ୍"କୁ ଘୋଷିତ କରିସାରିଛି |
02:14 | ଏଠାରେ, "ଡଲର୍ 1", ପ୍ରଥମ ଫିଲ୍ଡକୁ ସୂଚିତ କରେ, ଯାହା ହେଉଛି ରୋଲ୍ ନମ୍ୱର୍
ଏବଂ ଭାଲ୍ୟୁ ହେଉଛି ଶୂନ୍ ଦଶମିକ 3 ଦ୍ୱାରା ଗୁଣନ କରାଯାଇଥିବା "ଡଲର୍ 6", ଯେଉଁଠାରେ "ଡଲର୍ 6” ହେଉଛି ଷ୍ଟାଇପେଣ୍ଡ ଭାଲ୍ୟୁ |
02:27 | ତେଣୁ, "ଇଣ୍ଡେକ୍ସ” ରୋଲ୍ ନଂ.ରେ "ଆରେ HRA”, ଏକ ଭାଲ୍ୟୁ ଭାବରେ ଅନୁରୂପୀ HRA ରାଶି ରଖିବ |
02:35 | ଆମେ କିପରି ଭାବେ ଏହି "ଆରେ"ର ସମସ୍ତ "ଏଲେମେଣ୍ଟ"କୁ ସ୍କାନ୍ କରିପାରିବା? |
02:39 | For Loopର ଏହି ଭେରିଏଶନ୍କୁ ଆପଣ ବ୍ୟବହାର କରିବା ଉଚିତ |
02:43 | ଏହି Loop, "ଆରେ"ରେ ପ୍ରତ୍ୟେକ "ଇଣ୍ଡେକ୍ସ” ପାଇଁ ଥରେ "ଷ୍ଟେଟମେଣ୍ଟ” ନିଷ୍ପାଦନ କରିଥାଏ |
02:48 | ଭେରିଏବଲ୍ varକୁ "ଇଣ୍ଡେକ୍ସ” ଭାଲ୍ୟୁ ସହିତ ଗୋଟିଏ ପରେ ଗୋଟିଏ କରି ସେଟ୍ କରାଯିବ |
02:53 | End Section ଭିତରେ କୋଡ୍ ଲେଖାଯାଇଛି |
02:57 | ଇନପୁଟ୍ ଫାଇଲ୍ର ସମସ୍ତ ଲାଇନ୍କୁ awk ପ୍ରୋସେସ୍ କରିସାରିବା ପରେ ଏହି "ସେକ୍ସନ୍” ନିଷ୍ପାଦିତ ହେବ |
03:04 | ଭେରିଏବଲ୍ i, ପ୍ରତ୍ୟେକ "ଇଣ୍ଡେକ୍ସ” ଭାଲ୍ୟୁ ବା ରୋଲ୍ ନମ୍ୱର୍ରେ ଗୋଟିଏ ପରେ ଗୋଟିଏ କରି ଇନିଶିଆଲାଇଜ୍ ହେବ |
03:10 | For Loopର ପ୍ରତ୍ୟେକ ଆଇଟେରେଶନ୍ରେ ଗୋଟିଏ ନିର୍ଦ୍ଦିଷ୍ଟ ରୋଲ୍ ନମ୍ୱର୍ ପାଇଁ HRA ପ୍ରିଣ୍ଟ ହେବ |
03:16 | ଟର୍ମିନଲ୍କୁ ଯାଆନ୍ତୁ ଏବଂ ଫାଇଲ୍କୁ ନିଷ୍ପାଦନ କରନ୍ତୁ.
Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
03:24 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
03:31 | ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ calculte_hra.awk ସ୍ପେସ୍ awkdemo.txt
Enter ଦାବନ୍ତୁ |
03:45 | ଆଉଟପୁଟ୍, ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ରୋଲ୍ ନମ୍ୱର୍ ଓ HRA ଦେଖାଇଥାଏ |
03:50 | ଏବେ ମନେକରନ୍ତୁ, ରୋଲ୍ ନମ୍ୱର୍ S02 ସହିତ ବିଦ୍ୟାର୍ଥୀର ରେକର୍ଡକୁ ମୁଁ ଡିଲିଟ୍ କରିବାକୁ ଚାହୁଁଛି |
03:56 | ତେଣୁ ଆମକୁ, "ଇଣ୍ଡେକ୍ସ S02"ଠାରେ "ଆରେ ଏଲେମେଣ୍ଟ"କୁ ଡିଲିଟ୍ କରିବାକୁ ହେବ |
04:01 | calculate_hra.awk କୋଡ୍ ବ୍ୟବହାର କରି ମୁଁ ଏହାକୁ କରିବି |
04:06 | For Loop ପୂର୍ବରୁ Enter ଦାବନ୍ତୁ ଏବଂ ନିମ୍ନ କୋଡ୍ ଟାଇପ୍ କରନ୍ତୁ -
Delete ସ୍ପେସ୍ hra ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ ଡବଲ୍ କୋଟ୍ସ ମଧ୍ୟରେ S02 |
04:19 | ଫାଇଲ୍କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍କୁ ଯାଆନ୍ତୁ |
04:23 | ଟର୍ମିନଲ୍ ଖାଲି କରିଦିଅନ୍ତୁ |
04:26 | ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ.
Enter ଦାବନ୍ତୁ |
04:33 | S02 ରୋଲ୍ ନମ୍ୱର୍ ସହିତ ବିଦ୍ୟାର୍ଥୀ ପାଇଁ ରେକର୍ଡ ଆଉଟପୁଟ୍ରେ ପ୍ରଦର୍ଶିତ ହେଲା ନାହିଁ |
04:39 | ତେଣୁ, "ଡିଲିଟ୍ କମାଣ୍ଡ” ବ୍ୟବହାର କରି ଯେକୌଣସି "ଆରେ ଏଲେମେଣ୍ଟ"କୁ ଡିଲିଟ୍ କରିହେବ |
04:44 | "ଇଣ୍ଡେକ୍ସ” ସହିତ ଆପଣଙ୍କୁ "ଆରେ” ନାମ ଉଲ୍ଲେଖ କରିବାକୁ ହେବ |
04:48 | ଯଦି ମୁଁ ସମଗ୍ର "ଆରେ"କୁ ଡିଲିଟ୍ କରିବାକୁ ଚାହେଁ, ତେବେ କ’ଣ କରିବି?
"ଡିଲିଟ୍ ଷ୍ଟେଟମେଣ୍ଟ"ରେ କେବଳ "ଆରେ"ର ନାମ ଦେଇ ଏହାକୁ କରିହେବ |
04:56 | ଏହା କରିବା ପାଇଁ ଚାଲନ୍ତୁ କୋଡ୍କୁ ଯିବା |
04:59 | "ଡିଲିଟ୍ ଷ୍ଟେଟମେଣ୍ଟ"ରୁ କୋଟ୍ସ ଓ ସ୍କ୍ୱେର୍ ବ୍ରାକେଟ୍ ସମେତ "ଇଣ୍ଡେକ୍ସ S02"କୁ ଡିଲିଟ୍ କରନ୍ତୁ |
05:07 | ଫାଇଲ୍କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍କୁ ଯାଆନ୍ତୁ |
05:10 | ଟର୍ମିନଲ୍ ଖାଲି କରନ୍ତୁ. ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ.
ଏବେ Enter ଦାବନ୍ତୁ |
05:19 | ଦେଖନ୍ତୁ, ଆମେ କୌଣସି ଆଉଟପୁଟ୍ ପାଉନାହେଁ.
ସମଗ୍ର "ଆରେ” ଡିଲିଟ୍ ହୋଇଗଲା |
05:25 | ମନେରଖନ୍ତୁ, “awk ବିଲ୍ଟ-ଇନ୍ ଭେରିଏବଲ୍ସ” ଉପରେ ଥିବା ଗୋଟିଏ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍ରେ ଆମେ କହିଥିଲୁ -
“କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍"ର ନମ୍ୱର୍ କୁ ARGC ସୂଚିତ କରିଥାଏ |
05:36 | "କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍"କୁ ARGV ଆରେ ଷ୍ଟୋର୍ କରିଥାଏ.
ଆମେ କିପରି ଭାବେ ସେଗୁଡ଼ିକର ଭାଲ୍ୟୁ ଦେଖାଇପାରିବା? ଚାଲନ୍ତୁ ତାହା ଦେଖିବା |
05:45 | argc_argv.awkରେ ମୁଁ ପୂର୍ବରୁ କୋଡ୍ ଲେଖିସାରିଛି.
ଚାଲନ୍ତୁ କଣ୍ଟେଣ୍ଟକୁ ଦେଖିବା |
05:53 | awk BEGIN Section ଭିତରେ କୋଡ୍ ଲେଖାଯାଇଛି |
05:57 | ପ୍ରଥମେ ଆମେ, "ଆର୍ଗୁମେଣ୍ଟସ୍"ର ନମ୍ୱର୍ ପ୍ରିଣ୍ଟ କରୁଛେ, ଯାହା ହେଉଛି ARGVର ଭାଲ୍ୟୁ |
06:03 | ତା’ପରେ For Loop ବ୍ୟବହାର କରି ଆମେ, 0 ରୁ ARGC-1 ପର୍ଯ୍ୟନ୍ତ i ର ଭାଲ୍ୟୁକୁ ଲୂପିଙ୍ଗ୍ କରିବା |
06:11 | ଏବଂ Index i ରେ ARGV ପ୍ରିଣ୍ଟ କରିବା.
ଟର୍ମିନଲ୍କୁ ଯାଆନ୍ତୁ ଏବଂ ଫାଇଲ୍କୁ ନିଷ୍ପାଦନ କରନ୍ତୁ. |
06:19 | ଏବେ ଟର୍ମିନଲ୍ରେ ଟାଇପ୍ କରନ୍ତୁ - awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ argc ଅଣ୍ଡରସ୍କୋର୍ argv ଡଟ୍ awk ସ୍ପେସ୍ one ସ୍ପେସ୍ two ସ୍ପେସ୍ three |
06:35 | ଏଠାରେ, One Two Three ହେଉଛି "କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍".
କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
06:43 | 4 ଭାବରେ ଆମେ "ଆର୍ଗୁମେଣ୍ଟସ୍"ର ନମ୍ୱର୍ ପାଇଲେ.
କିନ୍ତୁ ମନେପକାନ୍ତୁ ଯେ, ଆମେ କେବଳ 3ଟି "ଆର୍ଗୁମେଣ୍ଟସ୍” ଦେଇଛେ |
06:50 | ଚାଲନ୍ତୁ, ଏବେ ପୃଥକ୍ "ଆର୍ଗୁମେଣ୍ଟସ୍” ଉପରେ ଏକ ନଜର ପକାଇବା.
Index 0ରେ ପ୍ରଥମ "ଆର୍ଗୁମେଣ୍ଟ” ବା argv ହେଉଛି ପ୍ରକୃତରେ କମାଣ୍ଡ ନାମ, awk |
07:02 | ଏହାପରେ ଆମ ପାଖରେ ତିନୋଟି "ଆର୍ଗୁମେଣ୍ଟସ୍” ଅଛି, ଯାହାକୁ ଆମେ "କମାଣ୍ଡ ଲାଇନ୍"ରେ ଦେଇଥିଲେ |
07:07 | ସେଥିପାଇଁ, ARGCର ଭାଲ୍ୟୁ ସର୍ବଦା, ପ୍ରଦାନ କରାଯାଇଥିବା କମାଣ୍ଡ ଲାଇନ୍ “ଆର୍ଗୁମେଣ୍ଟସ୍”ର ସଂଖ୍ୟା ଯୁକ୍ତ ଏକ ହୋଇଥାଏ |
07:16 | ଚାଲନ୍ତୁ ଆଉ ଗୋଟିଏ ଉଦାହରଣ ଦେଖିବା.
"ବିଲ୍ଟ-ଇନ୍ ଭେରିଏବଲ୍ସ ENVIRON” ହେଉଛି "ଏନ୍ଭିରୋନମେଣ୍ଟ ଭେରିଏବଲ୍ସ”ର ଏକ "ଆସୋସିଏଟିଭ୍ ଆରେ” |
07:24 | “ଆରେ ଏଲେମେଣ୍ଟ ଇଣ୍ଡିସେସ୍” ହେଉଛି "ଏନ୍ଭିରୋନମେଣ୍ଟ ଭେରିଏବଲ୍"ର ନାମଗୁଡ଼ିକ.
"ଆରେ ଏଲେମେଣ୍ଟ” ଭାଲ୍ୟୁ ହେଉଛି ନିର୍ଦ୍ଦିଷ୍ଟ ଏନ୍ଭିରୋନମେଣ୍ଟ ଭେରିଏବଲ୍ସର ଭାଲ୍ୟୁ |
07:35 | ବିଭିନ୍ନ "ଏନ୍ଭିରୋନମେଣ୍ଟ ଭେରିଏବଲ୍ସ"ର ଭାଲ୍ୟୁକୁ ଆମେ କିପରି ଦେଖିପାରିବା, ଚାଲନ୍ତୁ ତାହା ଦେଖିବା |
07:40 | ପ୍ରଥମେ, ଆମେ ଆମର "ୟୁଜର୍ ନେମ୍” ପ୍ରିଣ୍ଟ କରିବା |
07:43 | ଆମକୁ, "ଏନ୍ଭିରୋନମେଣ୍ଟ ଭେରିଏବଲ୍ USER"ର ଭାଲ୍ୟୁକୁ ପ୍ରିଣ୍ଟ କରିବାକୁ ପଡ଼ିବ |
07:48 | "କମାଣ୍ଡ ପ୍ରମ୍ପ୍ଟ"ରେ ନିମ୍ନଲିଖିତ ଟାଇପ୍ କରନ୍ତୁ |
07:53 | Enter ଦାବନ୍ତୁ |
07:55 | ଆଉଟପୁଟ୍, ଲଗ୍ ଇନ୍ କରିଥିବା ୟୁଜର୍ଙ୍କ ନାମ ଦେଖାଇବ |
08:00 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ - |
08:05 | ଏହି ଟ୍ୟୁଟୋରିଆଲରେ ଆମେ, ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା |
08:11 | ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା |
08:14 | ଡିଲିଟ୍ ଷ୍ଟେଟମେଣ୍ଟ
ARGV ଆରେ ଓ ENVIRON ଆରେ ବିଷୟରେ ଶିଖିଲେ |
08:20 | ଏକ ଆସାଇନ୍ମେଣ୍ଟ ଭାବେ - ପାସ୍ କରିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଲାୱେନ୍ସେସ୍ ଗଣନା କରନ୍ତୁ |
08:25 | ପେପର୍ ପ୍ରେଜେଣ୍ଟେଶନ୍ ଆଲାୱେନ୍ସ, ଯାହା ଷ୍ଟାଇପେଣ୍ଡର 80% ଅଟେ |
08:30 | ପର୍ଫର୍ମେନ୍ସ ଇନସେଣ୍ଟିଭ୍, ଯାହା ଷ୍ଟାଇପେଣ୍ଡର 20% ଅଟେ |
08:35 | ଦୁଇଟି ଭିନ୍ନ "ଆରେ"ରେ ଆଲାୱେନ୍ସେସ୍ କୁ ଷ୍ଟୋର୍ କରନ୍ତୁ |
08:38 | ପ୍ରତ୍ୟେକ ଆଲାୱେନ୍ସ ପାଇଁ ସମୁଦାୟ ଆବଶ୍ୟକ ଓ ହାରାହାରି ରାଶି ପ୍ରିଣ୍ଟ କରନ୍ତୁ |
08:43 | awk ପ୍ରୋଗ୍ରାମ୍ରୁ "ଏନଭିରୋନମେଣ୍ଟ ଭେରିଏବଲ୍ PATH"ର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ |
08:48 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
08:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
09:05 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ: |
09:08 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
09:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09:24 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |