Difference between revisions of "Linux-AWK/C2/Conditional-statements-in-awk/Oriya"
From Script | Spoken-Tutorial
(Created page with "{| border=1 | <center>'''Time ' ' '</center> | <center>'''Narration ' ' '</center> |- | 00:01 | ବନ୍ଧୁଗଣ, AWK ଥିବା “କଣ୍ଡିଶନଲ୍ ଷ୍...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center>'''Time ' ' '</center> | + | | <center>'''Time '''</center> |
| <center>'''Narration ' ' '</center> | | <center>'''Narration ' ' '</center> | ||
Revision as of 16:57, 17 July 2019
|
|
00:01 | ବନ୍ଧୁଗଣ, AWK ଥିବା “କଣ୍ଡିଶନଲ୍ ଷ୍ଟେଟମେଣ୍ଟ" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ awkରେ if, else, else if ବିଷୟରେ ଶିଖିବା |
00:15 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:19 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ Gedit Text Editor 3.20.1 ବ୍ୟବହାର କରୁଛି |
00:32 | ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
00:36 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:43 | ଆପଣ, C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ସହିତ ପରିଚିତ ଥିବା ଉଚିତ |
00:50 | ଯଦି ନାହାନ୍ତି, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
00:56 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ |
01:06 | କୌଣସି କାର୍ଯ୍ୟ କରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ କଣ୍ଡିଶନ୍କୁ ଯାଞ୍ଚ କରିବା ପାଇଁ ଗୋଟିଏ "କଣ୍ଡିଶନଲ୍ ଷ୍ଟେଟମେଣ୍ଟ” ଆମକୁ ଅନୁମତି ଦେଇଥାଏ |
01:14 | AWKରେ if, else, else-if ଭଳି "କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍” କିପରି କାମ କରେ, ଚାଲନ୍ତୁ ତାହା ଦେଖିବା |
01:22 | ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭଳି, if-else ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି: |
01:28 | ଯଦି "କଣ୍ଡିଶନଲ୍-ଏକ୍ସପ୍ରେସନ୍1” ସତ୍ୟ ଅଟେ, ତେବେ Action1 କରନ୍ତୁ |
01:34 | ଯଦି "କଣ୍ଡିଶନଲ୍-ଏକ୍ସପ୍ରେସନ୍2” ସତ୍ୟ ଅଟେ, ତେବେ Action2 କରନ୍ତୁ |
01:41 | ଏହାପରେ ଅନେକ else if ଷ୍ଟେଟମେଣ୍ଟ ଅନୁସରଣ କରିପାରେ |
01:46 | ଶେଷରେ, ଯଦି କୌଣସି ନିର୍ଦ୍ଦିଷ୍ଟ ହୋଇଥିବା “କଣ୍ଡିଶନଲ୍ ଏକ୍ସପ୍ରେସନ୍” ସତ୍ୟ ନ ହୁଏ, ତେବେ Action n କରନ୍ତୁ |
01:54 | else ଓ else-if ଭାଗ ଇଚ୍ଛାଧୀନ ଅଟେ.
ଚାଲନ୍ତୁ ଏକ ଉଦାହରଣ ଦେଖିବା |
02:02 | ଆମେ ପୂର୍ବରୁ ବ୍ୟବହାର କରିଥିବା awkdemo.txt ଫାଇଲ୍କୁ ହିଁ ବ୍ୟବହାର କରିବା |
02:10 | ମନେକରନ୍ତୁ, 8000 ଟଙ୍କାରୁ ଅଧିକ ଷ୍ଟାଇପେଣ୍ଡ ପାଉଥିବା ବିଦ୍ୟାର୍ଥୀମାନଙ୍କୁ ଆମେ 50% ଇନକ୍ରିମେଣ୍ଟ ଦେବାର ଅଛି |
02:19 | ଏହି "କଣ୍ଡିଶନ୍” ପାଇଁ ଚାଲନ୍ତୁ ଆମେ ଏକ awk ଫାଇଲ୍ ତିଆରି କରିବା |
02:23 | ଟେକ୍ସଟ୍ ଏଡିଟର୍ରେ ଦେଖାଯାଉଥିବା ଭଳି ନିମ୍ନ କୋଡ୍ ଟାଇପ୍ କରନ୍ତୁ ଏବଂ ତାହାକୁ cond dot awk ଭାବରେ ସେଭ୍ କରନ୍ତୁ.
ମୁଁ ଏହାକୁ ଆଗରୁ କରିସାରିଛି |
02:34 | ଏହି ଫାଇଲ୍, "କୋଡ୍ ଫାଇଲ୍ସ” ଲିଙ୍କରେ ମଧ୍ୟ ଉପଲବ୍ଧ ଅଛି |
02:39 | ଏହି କୋଡ୍ରେ ଆମେ, "ଆଉଟପୁଟ୍ ଫିଲ୍ଡ ସେପାରେଟର୍"କୁ "କୋଲନ୍” ଭାବେ ସେଟ୍ କରିଛେ |
02:45 | ପ୍ରଥମ "ପ୍ରିଣ୍ଟ ଷ୍ଟେଟମେଣ୍ଟ", "ଫିଲ୍ଡ ହେଡିଙ୍ଗସ୍"କୁ ପ୍ରିଣ୍ଟ କରିଥାଏ |
02:50 | ଏହାପରେ, 6ଷ୍ଠ ଫିଲ୍ଡର ଭାଲ୍ୟୁ 8000ରୁ ଅଧିକ କି ନୁହେଁ, ତାହା “if ଷ୍ଟେଟମେଣ୍ଟ” ଯାଞ୍ଚ କରିବ |
02:58 | ଯଦି ହଁ, ତେବେ ଦ୍ୱିତୀୟ "ପ୍ରିଣ୍ଟ ଷ୍ଟେଟମେଣ୍ଟ” ନିଷ୍ପାଦିତ ହେବ |
03:03 | $6 into 1.5 - ଏହି “ପ୍ରିଣ୍ଟ ଷ୍ଟେଟମେଣ୍ଟ”, 1.5 ଶତକଡ଼ା ଦ୍ୱାରା 6ଷ୍ଠ ଫିଲ୍ଡ ଭାଲ୍ୟୁକୁ ଗୁଣନ କରିବ |
03:13 | ଏବେ ଚାଲନ୍ତୁ ଏହି କୋଡ୍କୁ ନିଷ୍ପାଦନ କରିବା |
03:16 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
03:22 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
03:29 | ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ F pipe ଚିହ୍ନ ଡବଲ୍ କୋଟ୍ସ ମଧ୍ୟରେ ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ cond dot awk ସ୍ପେସ୍ awkdemo dot txt
Enter ଦାବନ୍ତୁ |
03:49 | ବର୍ଦ୍ଧିତ ଷ୍ଟାଇପେଣ୍ଡ ସହ କେବଳ ଜଣେ ବିଦ୍ୟାର୍ଥୀର ରେକର୍ଡକୁ ଆଉଟପୁଟ୍ ଦେଖାଉଛି, ଯିଏ "କଣ୍ଡିଶନ୍” ପୂରଣ କରୁଛି |
03:57 | ଏବେ, ମନେକରନ୍ତୁ ନିୟମ ବଦଳିଗଲା: 8000 ଟଙ୍କାରୁ ଅଧିକ ପାଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଷ୍ଟାଇପେଣ୍ଡରେ 50% ଇନକ୍ରିମେଣ୍ଟ ହେଲା |
04:07 | ଅନ୍ୟଥା 30% ଇନକ୍ରିମେଣ୍ଟ ଦିଅନ୍ତୁ.
ତାହାକୁ ଆମେ କିପରି କରିବା? |
04:13 | ଆମକୁ “else ବ୍ଲକ୍” ଯୋଡ଼ିବାକୁ ପଡ଼ିବ |
04:16 | ପୁଣିଥରେ cond dot awk ଫାଇଲ୍କୁ ଯାଆନ୍ତୁ |
04:21 | ଚାଲନ୍ତୁ, କୋଡ୍ର ନିମ୍ନ ଲାଇନ୍ ଯୋଡ଼ିବା.
ବନ୍ଦ କର୍ଲୀ ବ୍ରାକେଟ୍ ପୂର୍ବରୁ ଏଣ୍ଟର୍ ଦାବନ୍ତୁ |
04:30 | else - Enter ଦାବନ୍ତୁ |
04:33 | print ସ୍ପେସ୍ ଡଲର୍ 2 କମା ଡଲର୍ 6 କମା ଡଲର୍ 6 into 1.3 |
04:42 | ଫାଇଲ୍କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍ କୁ ଯାଆନ୍ତୁ |
04:46 | ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ.
ଏବଂ Enter ଦାବନ୍ତୁ |
04:53 | ଏବେ ଆଉଟପୁଟ୍ ଦେଖନ୍ତୁ.
Yojna Chaudhury was previously getting 1000. Now she is getting 1300. |
05:04 | ଚାଲନ୍ତୁ ପୁଣିଥରେ ନିୟମ ବଦଳାଇବା.
8000 ଟଙ୍କାରୁ ଅଧିକ ପାଉଥିବା ବିଦ୍ୟାର୍ଥୀଙ୍କ ପାଇଁ 50% ଇନକ୍ରିମେଣ୍ଟ |
05:13 | 4000 ଟଙ୍କାରୁ ଅଧିକ ପାଉଥିବା ବିଦ୍ୟାର୍ଥୀଙ୍କ ପାଇଁ 40% ଇନକ୍ରିମେଣ୍ଟ.
ଅନ୍ୟଥା 30% ଇନକ୍ରିମେଣ୍ଟ ଦିଅନ୍ତୁ |
05:23 | କୋଡ୍କୁ ଯାଆନ୍ତୁ. ଦେଖାଯାଇଥିବା ଭଳି କୋଡ୍କୁ ଅପଡେଟ୍ କରନ୍ତୁ |
05:29 | ଫାଇଲ୍କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍କୁ ଯାଆନ୍ତୁ |
05:33 | ଟର୍ମିନଲ୍ ଖାଲି କରିଦିଅନ୍ତୁ |
05:36 | ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ
ଏବଂ Enter ଦାବନ୍ତୁ |
05:44 | ଏଥରକ ଧ୍ୟାନ ଦିଅନ୍ତୁ ଯେ, ବିଦ୍ୟାର୍ଥୀ ମୀରା ନାୟର 40% ଇନକ୍ରିମେଣ୍ଟ ପାଇଛନ୍ତି |
05:51 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. |
05:54 | ସଂକ୍ଷିପ୍ତରେ - ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - "କଣ୍ଡିଶନଲ୍ ଷ୍ଟେଟମେଣ୍ଟ”, ଯେପରି:
AWKରେ If, else, else if |
06:05 | ଏକ ଆସାଇନମେଣ୍ଟ ଭାବରେ ନିମ୍ନ ନିୟମ ଅନୁସାରେ ଗ୍ରେଡ୍ ଦିଅନ୍ତୁ: ଯଦି ମାର୍କ 90ରୁ ଅଧିକ ସମାନ ଥିବ, ତେବେ ଗ୍ରେଡ୍ A ହେବ |
06:15 | ଯଦି ମାର୍କ 80ରୁ ଅଧିକ ସମାନ, କିନ୍ତୁ 90ରୁ କମ ଥିବ, ତେବେ ଗ୍ରେଡ୍ B ହେବ |
06:23 | ଯଦି ମାର୍କ 70ରୁ ଅଧିକ ସମାନ, କିନ୍ତୁ 80ରୁ କମ ଥିବ, ତେବେ ଗ୍ରେଡ୍ C ହେବ |
06:30 | ଯଦି ମାର୍କ 60ରୁ ଅଧିକ ସମାନ, କିନ୍ତୁ 70ରୁ କମ ଥିବ, ତେବେ ଗ୍ରେଡ୍ D ହେବ.
ଅନ୍ୟଥା ଗ୍ରେଡ୍ F ହେବ |
06:41 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
06:58 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ: |
07:02 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ |
07:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:20 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |