Difference between revisions of "Java/C3/Abstract-Classes/Oriya"
From Script | Spoken-Tutorial
(Created page with "{| border=1 | <center>'''Time'''</center> | <center>'''Narration'''</center> |- | 00:00 | Abstract Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ...") |
PoojaMoolya (Talk | contribs) |
||
Line 13: | Line 13: | ||
|- | |- | ||
| 00:12 | | 00:12 | ||
− | | | + | |Abstract Classes ଓ Concrete Classes ଏବଂ |
|- | |- | ||
| 00:16 | | 00:16 | ||
− | | | + | |Abstract Classଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା |
|- | |- | ||
| 00:18 | | 00:18 | ||
| ଏଠାରେ ଆମେ ବ୍ୟବହାର କରୁଛୁ: | | ଏଠାରେ ଆମେ ବ୍ୟବହାର କରୁଛୁ: | ||
− | + | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 | |
− | + | ||
− | + | JDK 1.7 | |
+ | |||
+ | Eclipse 4.3.1 | ||
|- | |- | ||
Line 381: | Line 383: | ||
| 09:07 | | 09:07 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: | ||
− | + | ||
+ | Abstract Methods ଓ Concrete Methods | ||
|- | |- | ||
|09:14 | |09:14 | ||
− | | | + | | Abstract Classes ଓ Concrete Classes ଏବଂ |
− | + | ||
− | + | Abstract Classଗୁଡିକୁ କିପରି ସୃଷ୍ଟି ଓ ବ୍ୟବହାର କରିବା | |
|- | |- |
Revision as of 15:08, 16 February 2018
|
|
00:00 | Abstract Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Abstract Methods ଓ Concrete Methodଗୁଡିକ ବିଷୟରେ |
00:12 | Abstract Classes ଓ Concrete Classes ଏବଂ |
00:16 | Abstract Classଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା |
00:18 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 JDK 1.7 Eclipse 4.3.1 |
00:28 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:36 | ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା Subclassing ଉପରେ ଜ୍ଞାନ ଥିବା ଆବଶ୍ୟକ |
00:40 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:46 | ପ୍ରଥମେ ଆମେ Abstract Method ବିଷୟରେ ଆଲୋଚନା କରିବା |
00:50 | Abstract method ହେଉଛି ଗୋଟିଏ method ଯାହା implementation ବିନା ଘୋଷଣା ହୋଇଥାଏ |
00:55 | କୀୱର୍ଡ abstract ବ୍ୟବହାର କରି ଏହାକୁ ଘୋଷଣା କରାଯାଇଥାଏ |
00:59 | ଏହି method ପାଇଁ ଆରମ୍ଭ ଓ ଶେଷ ପାରେନ୍ଥେସିସର ଆବଶ୍ୟକତା ନାହିଁ |
01:04 | ଗୋଟିଏ ପ୍ରୋଗ୍ରାମର ନମୂନା ସହିତ ଚାଲନ୍ତୁ Abstract classର ବ୍ୟବହାରକୁ ବୁଝିବା |
01:09 | ବର୍ତ୍ତମାନ Eclipseକୁ ଫେରିଆସିବା ସହିତ AbstractDemo ନାମକ ଗୋଟିଏ ନୂତନ project ସୃଷ୍ଟି କରନ୍ତୁ |
01:16 | Abstract classର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଏହି project ମଧ୍ୟରେ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ |
01:24 | ବର୍ତ୍ତମାନ src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Class ଉପରେ କ୍ଲିକ୍ କରନ୍ତୁ |
01:30 | classର ନାମକୁ Person ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ |
01:35 | ବର୍ତ୍ତମାନ Personର ନାମ ଓ ବୟସକୁ ପ୍ରଦର୍ଶନ କରିବା ପାଇଁ fieldଗୁଡିକୁ ସଂଯୁକ୍ତ କରନ୍ତୁ. ଟାଇପ୍ କରନ୍ତୁ: String name ସେମିକୋଲନ୍ |
01:44 | int age ସେମିକୋଲନ୍, ମଧ୍ୟ ଟାଇପ୍ କରନ୍ତୁ |
01:48 | ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ Generate constructor using fieldsକୁ ଚୟନ କରନ୍ତୁ |
01:55 | ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ |
01:59 | constructor, name ଓ age ଫିଲ୍ଡଗୁଡିକର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିପାରିବ |
02:05 | ତା’ପରେ concrete method ବିଷୟରେ ଆଲୋଚନା କରିବା |
02:08 | ଗୋଟିଏ Concrete method ସମ୍ପୂର୍ଣ୍ଣ ଭାବେ କର୍ଲୀ ବ୍ରାକେଟ୍ ମଧ୍ୟରେ ପ୍ରୟୋଗ କରାଯାଇଥାଏ |
02:14 | ନାମ ଓ ବୟସକୁ ପ୍ରିଣ୍ଟ କରିବା ପାଇଁ ଏହି classରେ ଗୋଟିଏ concrete methodକୁ ସଂଯୁକ୍ତ କରନ୍ତୁ |
02:21 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
02:25 | ଏଠାରେ ପ୍ରଦର୍ଶିତ ହୋଇଥିବା ଏହି showBasicDetails() ମେଥଡ୍, concrete methodର ଗୋଟିଏ ଉଦାହରଣ ଅଟେ |
02:32 | ଏହି method ସମ୍ପୂର୍ଣ୍ଣ ଭାବେ ପ୍ରୟୋଗ ହୋଇଥିବା ଲକ୍ଷ୍ୟ କରନ୍ତୁ |
02:36 | ବର୍ତ୍ତମାନ ଏହି classରେ ଗୋଟିଏ abstract methodକୁ ସଂଯୁକ୍ତ କରନ୍ତୁ |
02:41 | ତେଣୁ ଟାଇପ୍ କରନ୍ତୁ: public void showDetails( ) ସେମିକୋଲନ୍ |
02:46 | ଗୋଟିଏ ଏରର୍ ପ୍ରଦର୍ଶିତ ହେବ ଯେହେତୁ ଆମେ abstract keywordକୁ ସଂଯୁକ୍ତ କରିନାହାଁନ୍ତି |
02:51 | ତେଣୁ ବର୍ତ୍ତମାନ କୀୱର୍ଡ abstractକୁ ସଂଯୁକ୍ତ କରନ୍ତୁ |
02:55 | ବର୍ତ୍ତମାନ ଅନ୍ୟ ଏକ ଏରର୍ ଆସିଥିବା ଆପଣ ଦେଖିପାରିବେ |
02:58 | ଏହାର କାରଣ ହେଉଛି abstract methodଗୁଡିକ କେବଳ abstract classଗୁଡିକରେ ପ୍ରୟୋଗ କରାଯାଇପାରିବ |
03:03 | ତେଣୁ ବର୍ତ୍ତମାନ ଗୋଟିଏ abstract classରେ ପରିଣତ କରିବା ପାଇଁ Person classରେ କୀୱର୍ଡ abstractକୁ ସଂଯୁକ୍ତ କରନ୍ତୁ |
03:10 | ଏଠାରେ ପ୍ରଦର୍ଶିତ ହୋଇଥିବା class Person ଗୋଟିଏ abstract class ଅଟେ |
03:15 | ଏହା showDetails() ନାମକ ଗୋଟିଏ abstract methodକୁ ଧାରଣ କରିଛି |
03:20 | ଏଠାରେ ଥିବା ଫିଗର୍ ଗୋଟିଏ inheritance relationକୁ ଉପସ୍ଥାପନ କରୁଛି |
03:24 | ଏଠାରେ Person class ଗୋଟିଏ abstract class ଅଟେ |
03:29 | Employee class ଓ Student class, Person classର subclassଗୁଡିକ ଅଟନ୍ତି |
03:35 | ଏହି subclassଗୁଡିକ ନିଜର ବିଭିନ୍ନ ପ୍ରୟୋଗଗୁଡିକୁ ପ୍ରଦର୍ଶିତ କରନ୍ତି |
03:40 | ଏଗୁଡିକ Person classରେ ଉପସ୍ଥିତ ଥିବା showDetails( ) ମେଥଡ୍ ଦ୍ଵାରା ସମ୍ପନ୍ନ ହୋଇଥାଏ |
03:45 | ଉଦାହରଣସ୍ଵରୂପ, Employee classରେ ଥିବା ShowDetails() ମେଥଡ୍ Employee ID ଓ Salaryକୁ ପ୍ରିଣ୍ଟ କରିଥାଏ ଯେତେବେଳେ କି Student classରେ ଥିବା ShowDetails() ମେଥଡ୍ Student Register Number ଓ Gradeକୁ ପ୍ରିଣ୍ଟ କରିଥାଏ |
04:01 | ତା’ପରେ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ Employee ନାମକ ଅନ୍ୟ ଏକ class ସୃଷ୍ଟି କରନ୍ତୁ |
04:07 | ବର୍ତ୍ତମାନ ଏହାକୁ Person classର ଗୋଟିଏ subclass କରିବା ପାଇଁ ଟାଇପ୍ କରନ୍ତୁ: extends Person |
04:14 | ବର୍ତ୍ତମାନ Eclipse IDEରେ ଗୋଟିଏ ଏରର୍ ଆସିଯାଇଥିବା ଆପଣ ଦେଖିପାରିବେ |
04:19 | ଏହା ସୁଚିତ କରୁଛି ଯେ abstract method showDetails( ) ପାଇଁ ଗୋଟିଏ implementation ଉପଲବ୍ଧ କରାଇବା ଆବଶ୍ୟକ |
04:26 | ଏହାକୁ ଆମେ ଟିକେ ପରେ କରିବା |
04:28 | ବର୍ତ୍ତମାନ employee id ଓ employee salaryକୁ ଉପସ୍ଥାପିତ କରିବା ପାଇଁ ଦୁଇଟି field ସୃଷ୍ଟି କରନ୍ତୁ |
04:34 | ତେଣୁ ଟାଇପ୍ କରନ୍ତୁ: String empid ସେମିକୋଲନ୍ ଓ int salary ସେମିକୋଲନ୍ |
04:42 | ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ Generate constructor using fieldsକୁ ଚୟନ କରନ୍ତୁ |
04:49 | ଏହି constructor, name, age, empid ଓ salaryର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିପାରିବ |
04:56 | ବର୍ତ୍ତମାନ showDetails methodକୁ ପରିଭାଷିତ କରନ୍ତୁ. ତେଣୁ ଟାଇପ୍ କରନ୍ତୁ: public void showDetails( ) |
05:04 | ଏହି method ମଧ୍ୟରେ, ଏମ୍ପ୍ଲୋୟୀର ସମ୍ପୂର୍ଣ୍ଣ ବିବରଣୀକୁ ପ୍ରିଣ୍ଟ କରିବା ଆବଶ୍ୟକ |
05:09 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
05:13 | ଧ୍ୟାନଦିଅନ୍ତୁ ଯେ showDetails() method ଥରେ ପ୍ରୟୋଗ ହେବା ମାତ୍ରକେ, ଏରରଟି ଅଦୃଶ୍ୟ ହୋଇଯିବ |
05:19 | ତା’ପରେ ଅମେ projectର ଗୋଟିଏ Student classକୁ ଦେଖିବା |
05:23 | ମୁଁ Student ନାମକ ଗୋଟିଏ subclass ସୃଷ୍ଟି କରିସାରିଛି |
05:28 | Student classରେ, register number ଓ grade ନାମକ ଦୁଇଟି ଫିଲ୍ଡ ଅଛି ଯାହା ଷ୍ଟୁଡେଣ୍ଟର ରେଜିଷ୍ଟର୍ ସଂଖ୍ୟା ତଥା ଗ୍ରେଡକୁ ଉପସ୍ଥାପିତ କରିଥାଏ |
05:37 | ଏହି class ମଧ୍ୟରେ ଗୋଟିଏ constructor ମଧ୍ୟ ସୃଷ୍ଟି ହୋଇଛି |
05:42 | ଏହି constructor, name, age, register number ଓ gradeକୁ ଇନିଶିଆଲାଇଜ୍ କରିପାରିବ |
05:50 | ଏହି classରେ showDetails method ମଧ୍ୟ ପ୍ରୟୋଗ ହୋଇଛି |
05:56 | ଏହା Student Register Number ଓ gradeର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିଥାଏ |
06:00 | ବର୍ତ୍ତମାନ ଧ୍ୟାନଦିଅନ୍ତୁ ଯେ Employee class, showDetails()କୁ ପ୍ରୟୋଗ କରିବା ନିଜସ୍ଵ ଅଟେ |
06:08 | ଏବଂ Student class, showDetails()କୁ ପ୍ରୟୋଗ କରିବା ନିଜସ୍ଵ ଅଟେ |
06:14 | ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
06:17 | New > Class ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନେମକୁ Demo ଭାବେ ଟାଇପ୍ କରନ୍ତୁ |
06:23 | ଏହି class ମଧ୍ୟରେ ଆମର main ମେଥଡ୍ ଅଛି |
06:27 | ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main ମେଥଡ୍ ସୃଷ୍ଟି କରିବା ପାଇଁ ctrl+spaceକୁ ଦାବନ୍ତୁ |
06:33 | ବର୍ତ୍ତମାନ Person p equals new Personକୁ ଟାଇପ୍ କରିବା ସହିତ Person classକୁ ଇନଷ୍ଟାନଶିଏଟ୍ କରିବା ପାଇଁ ଚେଷ୍ଟା କରନ୍ତୁ |
06:42 | ବ୍ରାକେଟ୍ ଓ ଡବଲ୍ କ୍ଵୋଟ୍ ମଧ୍ୟରେ ଟାଇପ୍ କରନ୍ତୁ, John ଓ ଗୋଟିଏ ସେମିକୋଲନ୍ ଦିଅନ୍ତୁ |
06:48 | ବର୍ତ୍ତମାନ ଗୋଟିଏ ଏରର୍ ଦେଖାଦେବ. ଏହାର କାରଣ ହେଉଛି Person class, abstract ଅଟେ ଏବଂ ଏହାକୁ ଇନଷ୍ଟାନଶିଏଟ୍ କରାଯାଇପାରିବ ନାହିଁ |
06:58 | ଏହି ଲାଇନକୁ କାଢିଦିଅନ୍ତୁ |
07:00 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
07:04 | ବର୍ତ୍ତମାନ Employee classକୁ Person p1 equals new Employee ଭାବେ ବ୍ୟବହାର କରି Person classକୁ ଇନଷ୍ଟାନଶିଏଟ୍ କରନ୍ତୁ |
07:14 | ପ୍ରଥମ ଲାଇନରେ ବିଭିନ୍ନ ଆର୍ଗୁମେଣ୍ଟଗୁଡିକର ଭେଲ୍ୟୁଗୁଡିକୁ ପାସ୍ କରଯାଇଥାଏ |
07:19 | John, Employee name ଭାବେ |
07:22 | 40, ageର ଭେଲ୍ୟୁ ଭାବେ |
07:25 | E267, Employee IDର ଭେଲ୍ୟୁ ଭାବେ ଏବଂ 10000, Employee salaryର ଭେଲ୍ୟୁ ଭାବେ ପାସ୍ ହୋଇଥାଏ |
07:33 | ବର୍ତ୍ତମାନ Person classରେ concrete methodକୁ p1.showBasicDetails() ଭାବେ ପ୍ରୟୋଗ କରନ୍ତୁ |
07:41 | object p1କୁ p1.showDetails() ଭାବେ ବ୍ୟବହାର କରି ଆମେ showDetails() methodକୁ ମଧ୍ୟ କଲ୍ କରିପାରିବା |
07:50 | ସେହିପରି Student classକୁ ବ୍ୟବହାର କରି Person classକୁ ଇନଷ୍ଟାନଶିଏଟ୍ କରନ୍ତୁ |
07:55 | ଏହା Person p2 equals new Student ଭାବେ ଉପସ୍ଥାପିତ ହୋଇଛି |
08:01 | ବର୍ତ୍ତମାନ ବିଭିନ୍ନ argumentଗୁଡିକର ଭେଲ୍ୟୁଗୁଡିକୁ ପାସ୍ କରନ୍ତୁ |
08:06 | ପ୍ରଦର୍ଶିତ ହେବା ଭଳି objectକୁ ବ୍ୟବହାର କରି ଆମେ showBasicDetails() method ଓ showDetails() ମେଥଡକୁ ପ୍ରୟୋଗ କରିପାରିବା |
08:15 | ବର୍ତ୍ତମାନ ଏହି Demo ପ୍ରୋଗ୍ରାମକୁ run କରନ୍ତୁ |
08:18 | ତେଣୁ class Demo ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ Run as > Java Applicationକୁ ଚୟନ କରନ୍ତୁ |
08:25 | ଏମ୍ପ୍ଲୋୟୀଙ୍କର ମୌଳିକ ବିବରଣୀଗୁଡିକ ଯେପରି name ଓ age ସହିତ ଆମେ ଆଉଟପୁଟକୁ ଦେଖିପାରିବା |
08:31 | showBasicDetails() ମେଥଡ୍ ଦ୍ଵାରା ଏଗୁଡିକ ପ୍ରିଣ୍ଟ ହୋଇଛି |
08:35 | ଏମ୍ପ୍ଲୋୟୀଙ୍କର ଅନ୍ୟ ବିବରଣୀଗୁଡିକ ଯେପରି employee ID ଓ salary, showDetails() ମେଥଡ୍ ଦ୍ଵାରା ପ୍ରିଣ୍ଟ ହୋଇଛି |
08:43 | ସେହିପରି ଷ୍ଟୁଡେଣ୍ଟଙ୍କର ମୌଳିକ ବିବରଣୀଗୁଡିକ ଯେପରି name ଓ age, showBasicDetails() ମେଥଡ୍ ଦ୍ଵାରା ପ୍ରିଣ୍ଟ ହୋଇଛି |
08:52 | ଷ୍ଟୁଡେଣ୍ଟଙ୍କର ଅନ୍ୟ ବିବରଣୀଗୁଡିକ ଯେପରି, Student register number ଓ grade, showDetails() ମେଥଡ୍ ଦ୍ଵାରା ପ୍ରିଣ୍ଟ ହୋଇଛି |
09:01 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
09:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
Abstract Methods ଓ Concrete Methods |
09:14 | Abstract Classes ଓ Concrete Classes ଏବଂ
Abstract Classଗୁଡିକୁ କିପରି ସୃଷ୍ଟି ଓ ବ୍ୟବହାର କରିବା |
09:21 | ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ abstract class Vehicle ସୃଷ୍ଟି କରନ୍ତୁ ଯାହା run() ନାମକ ଏକ abstract methodକୁ ଧାରଣ କରିବ |
09:29 | ଗୋଟିଏ subclass Car ସୃଷ୍ଟି କରନ୍ତୁ ଯାହା Vehicle classକୁ ବିସ୍ତାର କରିଥାଏ ଏବଂ run methodକୁ ପ୍ରୟୋଗ କରିଥାଏ ଯାହା Car is running on 4 wheelsକୁ ପ୍ରିଣ୍ଟ କରିବ |
09:39 | ଗୋଟିଏ subclass Bike ମଧ୍ୟ ସୃଷ୍ଟି କରନ୍ତୁ ଯାହା ପୁନର୍ବାର Vehicle classକୁ ବିସ୍ତାର କରିବ ତଥା run ମେଥଡକୁ ପ୍ରୟୋଗ କରିବ ଯାହା Bike is running on 2 wheelsକୁ ପ୍ରିଣ୍ଟ କରିବ |
09:50 | ପରିଣାମଗୁଡିକୁ ଯାଞ୍ଚ କରିବା ପାଇଁ main ମେଥଡକୁ ଧାରଣ କରିଥିବା ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ |
09:56 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
10:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
|
10:09 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:13 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ |
10:23 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
10:28 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
10:35 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |