Difference between revisions of "OpenModelica/C2/Arrays-in-Modelica/Oriya"
From Script | Spoken-Tutorial
(Created page with "{| border=1 ||''' Time ''' ||'''Narration''' |- || 00:01 || ବନ୍ଧୁଗଣ, Arrays ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ...") |
|||
Line 99: | Line 99: | ||
|| ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ ଫଙ୍କଶନ୍ କିମ୍ବା କ୍ଲାସଗୁଡିକ ଯେପରି, functionTester, | || ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ ଫଙ୍କଶନ୍ କିମ୍ବା କ୍ଲାସଗୁଡିକ ଯେପରି, functionTester, | ||
matrixAdder, polynomialEvaluator ଓ polynomialEvaluatorUsingVectors ବର୍ତ୍ତମାନ OMEditରେ ଖୋଲିଛି | matrixAdder, polynomialEvaluator ଓ polynomialEvaluatorUsingVectors ବର୍ତ୍ତମାନ OMEditରେ ଖୋଲିଛି | ||
− | |||
|- | |- |
Latest revision as of 12:58, 9 December 2017
Time | Narration |
00:01 | ବନ୍ଧୁଗଣ, Arrays ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ, କିପରି array ଭେରିଏବଲଗୁଡିକୁ ବ୍ୟବହାର କରିବା, arrayଗୁଡିକୁ କିପରି ନିର୍ମାଣ କରିବା, for ଓ while ଲୂପଗୁଡିକୁ କିପରି ବ୍ୟବହାର କରିବା ଏବଂ OMShellକୁ କିପରି ବ୍ୟବହାର କରଯାଏ ଶିଖିବା |
00:20 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ବ୍ୟବହାର କରୁଛି |
00:26 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣ ନିମ୍ନଲିଖିତ ଯେକୌଣସି ଅପରେଟିଙ୍ଗ ସିଷ୍ଟମକୁ ବ୍ୟବହାର କରିପାରିବେ |
00:32 | ଏହି ଟ୍ୟୁଟୋରିଆଲକୁ ବୁଝିବା ତଥା ଅଭ୍ୟାସ କରିବା ପାଇଁ ଆପଣଙ୍କର ଯେକୌଣସି ପ୍ରୋଗ୍ରାମିଙ୍ଗ ଲାଙ୍ଗୁୟେଜର arrays ଉପରେ ଜ୍ଞାନ ଥିବା ଆବଶ୍ୟକ |
00:40 | Modelicaରେ କିପରି ଗୋଟିଏ classକୁ ପରିଭାଷିତ କରାଯାଏ ଆପଣ ଜାଣିଥିବା ଆବଶ୍ୟକ. ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ |
00:50 | ଗୋଟିଏ Vector ଏକ ଡାଇମେନଶନାଲ୍ ବିଶିଷ୍ଟ ଅଟେ |
00:53 | ଏହାର ଗୋଟିଏ ଇଣ୍ଡେକ୍ସ ଅଛି |
00:55 | ଭେକ୍ଟର୍ ଘୋଷଣା ପାଇଁ Syntax, ପ୍ରଦର୍ଶିତ ହେବା ଭଳି ଅଟେ |
00:59 | ପ୍ରଦର୍ଶିତ ହୋଇଥିବା ଉଦାହରଣ ଗୋଟିଏ ଭେକ୍ଟର୍ ଭେରିଏବଲ a କୁ ଘୋଷଣା କରୁଛି ଯାହାର ଆକାର 2 ଅଟେ |
01:05 | କର୍ଲୀ ବ୍ରାକେଟ୍ ମଧ୍ୟରେ ଉପାଦାନଗୁଡିକୁ ସଂଯୁକ୍ତ କରିବା ସହିତ ଗୋଟିଏ vectorକୁ ନିର୍ମାଣ କରାଯାଇପାରିବ |
01:11 | ଏହି ଉଦାହରଣରେ ଗୋଟିଏ vector ପାରାମିଟର୍ a କୁ ଉପାଦାନ 2 ଓ 3 ସହିତ ଘୋଷଣା କରାଯାଇଛି |
01:19 | ଗୋଟିଏ vectorର ଉପାଦାନଗୁଡିକୁ ଆକ୍ସେ୍ସ୍ କରିବା ପାଇଁ, indexingକୁ ବୁଝିବା ଜରୁରୀ ଅଟେ |
01:25 | vector indexing ପାଇଁ Syntax ପ୍ରଦର୍ଶିତ ହୋଇଛି |
01:29 | Vector indexing, 1 ରୁ ଆରମ୍ଭ ହୋଇଥାଏ ଏବଂ Indices ନିଶ୍ଚିତରୂପେ integers ହେବେ |
01:35 | polynomialEvaluatorUsingVectors ନାମକ ଗୋଟିଏ function ବିକଶିତ କରନ୍ତୁ |
01:41 | ଏହି function, polynomialEvaluator ଫଙ୍କଶନର ଗୋଟିଏ ଏକ୍ସଟେନଶନ୍ ଅଟେ ଯାହା ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରାଯାଇଛି |
01:49 | polynomialEvaluatorର ପାରାମିଟରଗୁଡିକ a,b ଓ cକୁ ଗୋଟିଏ ଭେକ୍ଟର୍ a ସହିତ ପ୍ରତିସ୍ଥାପିତ କରନ୍ତୁ |
01:58 | ଦୟାକରି Code Files ଲିଙ୍କରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ ସେଭ୍ କରନ୍ତୁ |
02:05 | ଆପଣଙ୍କ ସୁବିଧା ପାଇଁ polynomialEvaluator ଫଙ୍କଶନ ମଧ୍ୟ ଉପଲବ୍ଧ ଅଛି |
02:12 | ବର୍ତ୍ତମାନ ଏହି ଫଙ୍କଶନକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ |
02:17 | ବର୍ତ୍ତମାନ OMEdit, Welcome ପର୍ସ୍ପେକ୍ଟିଭରେ ଖୋଲାଅଛି |
02:21 | ମୁଁ ସମସ୍ତ ଦରକାରୀ ଫାଇଲଗୁଡିକୁ ଖୋଲିସାରିଛି |
02:25 | ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ ଫଙ୍କଶନ୍ କିମ୍ବା କ୍ଲାସଗୁଡିକ ଯେପରି, functionTester,
matrixAdder, polynomialEvaluator ଓ polynomialEvaluatorUsingVectors ବର୍ତ୍ତମାନ OMEditରେ ଖୋଲିଛି |
02:42 | ବର୍ତ୍ତମାନ ସେଗୁଡିକୁ ଦେଖିବା ପାଇଁ ପ୍ରତ୍ୟେକ ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
02:49 | ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ |
02:56 | polynomialEvaluator ଟାବକୁ ଯା’ନ୍ତୁ |
03:00 | ଏହାକୁ Text Viewରେ ଖୋଲନ୍ତୁ |
03:03 | ଏହି function ଉପରେ ଅଧିକ ଜାଣିବା ପାଇଁ ପୂର୍ବ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ |
03:09 | polynomialEvaluatorUsingVectorsକୁ ଯା’ନ୍ତୁ. ଏହାକୁ Text Viewରେ ଖୋଲନ୍ତୁ |
03:16 | Input ଓ output ଭେରିଏବଲଗୁଡିକ, polynomialEvaluator ଫଙ୍କଶନରେ ଥିବା ଭଳି ସମାନ ଅଟେ |
03:23 | polynomialEvaluatorର a,b ଓ c ପାରାମିଟରଗୁଡିକ, ଗୋଟିଏ ଭେକ୍ଟର a ସହିତ ପ୍ରତିସ୍ଥାପିତ ହୋଇଛନ୍ତି |
03:32 | ଏହି ଭେକ୍ଟରର ଆକାର 3 ଅଟେ |
03:36 | ପ୍ରଦର୍ଶିତ ହେବା ଭଳି ଏହି ଭେକ୍ଟରର ଉପାଦାନଗୁଡିକ କର୍ଲୀ ବ୍ରାକେଟ୍ ମଧ୍ୟରେ ସଂଯୁକ୍ତ ହୋଇଛନ୍ତି |
03:42 | ଉପାଦାନଗୁଡିକ ପରସ୍ପର ଠାରୁ ଗୋଟିଏ comma ଦ୍ଵାରା ଅଲଗା ହୋଇଛନ୍ତି |
03:46 | assignment ଷ୍ଟେଟମେଣ୍ଟରେ ଭେକ୍ଟର୍ aର ଉପାଦାନଗୁଡିକୁ ସେମାନଙ୍କର indicesକୁ ବ୍ୟବହାର କରି ଆକ୍ସେସ୍ କରାଯାଇପାରିବ |
03:54 | ଭେକ୍ଟର୍ a ର ପ୍ରଥମ ଉପାଦାନ a[1] ଅଟେ |
03:59 | ସେହିପରି ଭେକ୍ଟର୍ a ର ଦ୍ଵିତୀୟ ଓ ତୃତୀୟ ଉପାଦାନକୁ ସମାନ ଭାବେ ଆକ୍ସେସ୍ କରାଯାଇପାରିବ |
04:08 | ବର୍ତ୍ତମାନ functionTester ଟାବକୁ ଫେରିଆସନ୍ତୁ |
04:13 | ଏହାକୁ Text Viewରେ ଖୋଲନ୍ତୁ |
04:16 | ଏହି କ୍ଲାସ୍ ପୂର୍ବ ଟ୍ୟୁଟୋରିଆଲରେ ଆଲୋଚିତ ହୋଇଥିବା functionTester କ୍ଲାସ୍ ଭଳି ସମାନ ଅଟେ |
04:24 | z ଗୋଟିଏ Real ଭେରିଏବଲ୍ ଅଟେ |
04:27 | 10 ୟୁନିଟ ବିଶିଷ୍ଟ ଗୋଟିଏ input ଅର୍ଗୁମେଣ୍ଟ ସହିତ polynomialEvaluatorUsingVectors ଫଙ୍କଶନକୁ କଲ୍ କରାଯାଇଛି |
04:35 | ଏହି ଫଙ୍କଶନ୍ ଦ୍ଵାରା ଫେରସ୍ତ ହୋଇଥିବା ଭେଲ୍ୟୁକୁ z ସହିତ ସମାନ କରାଯାଇଛି |
04:40 | ବର୍ତ୍ତମାନ ଏହି କ୍ଲାସକୁ ସିମୁଲେଟ୍ କରନ୍ତୁ |
04:43 | Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:46 | ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
04:49 | variables ବ୍ରାଉଜରରେ zକୁ ଚୟନ କରନ୍ତୁ |
04:53 | ଧ୍ୟାନଦିଅନ୍ତୁ ଯେ zର ଭେଲ୍ୟୁ f(x) ସହିତ ସମାନ ଅଟେ ଯେଉଁଠି x = 10 ଅଟେ |
05:00 | ଏହି ପ୍ଲଟ୍, polynomialEvaluator ଫଙ୍କଶନ୍ କ୍ଷେତ୍ରରେ ଦେଖାଯାଉଥିବା ଭଳି ସମାନ ଅଟେ |
05:07 | ବର୍ତ୍ତମାନ zକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ |
05:13 | Modeling perspectiveକୁ ଫେରିଆସନ୍ତୁ |
05:16 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
05:19 | ପ୍ରଦତ୍ତ ସଂଖ୍ୟାନୁସାରେ ଷ୍ଟେଟମେଣ୍ଟଗୁଡିକୁ ଆଇଟରେଟ କରିବା ପାଇଁ for ଲୂପ୍ ବ୍ୟବହୃତ ହୋଇଥାଏ |
05:24 | ଏହାକୁ algorithm ଓ equationର ବିଭାଗଗୁଡିକରେ ବ୍ୟବହାର କରାଯାଇପାରିବ |
05:29 | for ଲୂପ୍ ପାଇଁ Syntax ଗୋଟିଏ ଉଦାହରଣ ସହିତ ପ୍ରଦର୍ଶିତ ହୋଇଛି |
05:34 | for ଲୂପକୁ କିପରି ବ୍ୟବହାର କରାଯାଏ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ |
05:40 | polynomialEvaluatorUsingVectors ଟାବ୍ ଉପରେ କ୍ଲିକ୍ କରନ୍ତୁ |
05:45 | fx ପାଇଁ assignment ଷ୍ଟେଟମେଣ୍ଟରେ ଭେକ୍ଟର୍ aର ଉପାଦାନଗୁଡିକୁ ଆକ୍ସେସ୍ କରନ୍ତୁ |
05:52 | ଏହାକୁ for ଲୂପ୍ ବ୍ୟବହାର କରି ମଧ୍ୟ କରାଯାଇପାରିବ |
05:55 | ବର୍ତ୍ତମାନ algorithm ବିଭାଗରେ କିପରି ଗୋଟିଏ for ଲୂପକୁ ସଂଯୁକ୍ତ କରାଯାଏ ଚାଲନ୍ତୁ ଦେଖିବା |
06:01 | ପ୍ରଥମେ, fx ପାଇଁ ଥିବା ଆସାଇନମେଣ୍ଟ ଷ୍ଟେଟମେଣ୍ଟକୁ Comment କରିବା ପାଇଁ ଏହାର ଆରମ୍ଭ ଓ ଶେଷରେ ଡବଲ୍ ସ୍ଲାଶକୁ ସଂଯୁକ୍ତ କରନ୍ତୁ |
06:10 | Ctrl+Sକୁ ଦାବିବା ସହିତ ଏହି ଫଙ୍କଶନକୁ ସେଭ୍ କରନ୍ତୁ |
06:15 | ଇନସର୍ଟ ହେବାକୁ ଥିବା for ଲୂପ୍, for-loop.txt ନାମକ ଗୋଟିଏ ଟେକ୍ସଟ ଫାଇଲରେ ଉପଲବ୍ଧ ଅଛି |
06:23 | ଏହା ଆମ ୱେବସାଇଟରେ ଉପଲବ୍ଧ ଅଛି. geditକୁ ବ୍ୟବହାର କରି ଏହି ଫାଇଲକୁ ଖୋଲନ୍ତୁ |
06:29 | Windowsର ବ୍ୟବହାରକର୍ତ୍ତାମାନେ ଏହାକୁ ଖୋଲିବା ପାଇଁ notepad କିମ୍ବା ଅନ୍ୟ ଟେକ୍ସଟ ଏଡିଟରକୁ ବ୍ୟବହାର କରିପାରିବେ |
06:35 | geditକୁ ଯା’ନ୍ତୁ |
06:38 | Ctrl+Cକୁ ଦାବିବା ସହିତ ସମସ୍ତ ଷ୍ଟେଟମେଣ୍ଟଗୁଡିକୁ କପୀ କରନ୍ତୁ |
06:44 | OMEditକୁ ଫେରିଆସନ୍ତୁ |
06:46 | Enterକୁ ଦାବିବା ସହିତ Ctrl + Vକୁ ଦାବି ସମସ୍ତ ଷ୍ଟେଟମେଣ୍ଟଗୁଡିକୁ ପେଷ୍ଟ କରନ୍ତୁ |
06:53 | ଏହି ଫଙ୍କଶନକୁ Ctrl + S ଦାବି ସେଭ୍ କରନ୍ତୁ |
06:57 | ବର୍ତ୍ତମାନ ଏହି ଲୂପ୍ ପାଇଁ ପ୍ରତ୍ୟେକ ଷ୍ଟେଟମେଣ୍ଟକୁ ବର୍ଣ୍ଣନା କରନ୍ତୁ |
07:02 | ଲୂପ୍ ଆରମ୍ଭ ହେବା ପୂର୍ବରୁ, ଏହି ଷ୍ଟେଟମେଣ୍ଟ fxକୁ ଗୋଟିଏ ପ୍ରାରମ୍ଭିକ ଭେଲ୍ୟୁ ଯିରୋ ଆସାଇନ୍ କରୁଛି |
07:09 | ଏଠାରେ i, ଲୂପର କାଉଣ୍ଟର୍ ଭାବେ କାର୍ଯ୍ୟ କରୁଛି |
07:12 | i ର ଭେଲ୍ୟୁ 3 ହେବା ପର୍ଯ୍ଯନ୍ତ ଲୂପ୍ ରନ୍ କରିବ |
07:16 | ଏହା ବ୍ୟବହାର ହେବା ପୂର୍ବରୁ i କୁ ଘୋଷିତ କରିବାର ଆବଶ୍ୟକତା ନାହିଁ |
07:21 | ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ |
07:24 | ଏହି ଷ୍ଟେଟମେଣ୍ଟ ଆଇଟରେଟ୍ ହେବା ସହିତ ପଲୀନୋମିଆଲ୍ f(x)ର ଟର୍ମଗୁଡିକୁ ସଂଯୁକ୍ତ କରିବ |
07:30 | polynomialEvaluator ଫଙ୍କଶନକୁ ଆଲୋଚନା କରିବା ସମୟରେ, ପଲୀନୋମିଆଲ୍ f(x) ମଧ୍ୟ ଆଲୋଚନା କରାଯାଇଛି |
07:37 | ଏହି ଷ୍ଟେଟମେଣ୍ଟ for ଲୂପର ସମାପ୍ତିକୁ ସୂଚିତ କରୁଛି |
07:41 | ବର୍ତ୍ତମାନ ଏହି ଫଙ୍କଶନ୍ ସମ୍ପୂର୍ଣ୍ଣ ହୋଇଛି |
07:44 | ଏହି ଫଙ୍କଶନକୁ ଟେଷ୍ଟ କରିବା ପାଇଁ functionTester କ୍ଲାସକୁ ବ୍ୟବହାର କରନ୍ତୁ |
07:49 | ଏହି ଫଙ୍କଶନର ଏହି କ୍ଲାସରେ ମୁଁ କୌଣସି ପରିବର୍ତ୍ତନ କରିନାହିଁ |
07:54 | ଟୂଲବାରରେ ଥିବା Simulate ବଟନକୁ ଦାବି ଏହି କ୍ଲାସକୁ ସିମୁଲେଟ୍ କରନ୍ତୁ |
07:59 | variables browserରେ zକୁ ଚୟନ କରନ୍ତୁ |
08:03 | ଧ୍ୟାନଦିଅନ୍ତୁ ଯେ, ଫଙ୍କଶନରେ ପରିବର୍ତ୍ତନଗୁଡିକ କରିସାରିଲା ପରେ ମଧ୍ୟ z ର ଭେଲ୍ୟୁ ସମାନ ରହିବ |
08:10 | zକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ |
08:14 | Modeling perspectiveକୁ ଫେରିଆସନ୍ତୁ |
08:17 | ବର୍ତ୍ତମାନ ପୁନର୍ବାର ସ୍ଲାଇଡକୁ ଫେରିଆସନ୍ତୁ |
08:21 | ଗୋଟିଏ ପ୍ରଦତ୍ତ କଣ୍ଡିଶନ୍ ସନ୍ତୁଷ୍ଟ ନହେଲା ପର୍ଯ୍ୟନ୍ତ while ଲୁପ୍ ଷ୍ଟେଟମେଣ୍ଟଗୁଡିକୁ ଆଇଟରେଟ୍ କରିବା ପାଇଁ ବ୍ୟବହୃତ ହୋଇଥାଏ |
08:27 | while ଲୂପକୁ equation ବିଭାଗରେ ବ୍ୟବହାର କରଯାଇପାରିବ ନାହିଁ |
08:31 | Modelicaରେ while ଲୂପ୍ ବ୍ୟତିତ, for ଲୂପକୁ ଅଧିକାଂଶ ସମୟ ବ୍ୟବହାର କରାଯାଇଥାଏ |
08:37 | ବର୍ତ୍ତମାନ ଚାଲନ୍ତୁ Arraysକୁ ଆଲୋଚନା କରିବା |
08:40 | multi-dimensional ଡେଟାକୁ ଉପସ୍ଥାପିତ କରିବା ପାଇଁ Arraysକୁ ବ୍ୟବହାର କରାଯାଇଥାଏ |
08:44 | vector ନୋଟେଶନକୁ ବ୍ୟବହାର କରି ସେଗୁଡିକୁ ନିର୍ମାଣ କରାଯାଇପାରିବ |
08:48 | arrayର ଘୋଷଣା ଓ indexing ପାଇଁ ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି |
08:55 | arrayର ନିର୍ମାଣ ଓ indexing ଉପରେ ଅଧିକ ବୁଝିବା |
09:00 | matrixAdder ନାମକ ଗୋଟିଏ କ୍ଲାସକୁ ଲେଖନ୍ତୁ ଯାହା mySum ପ୍ରଦାନ କରିବା ପାଇଁ myMatrix ଓ adder matricesକୁ ସଂଯୁକ୍ତ କରିବ. myMatrix ଓ adder matrices ଯାହା ପ୍ରଦର୍ଶିତ ହୋଇଛି |
09:14 | ବର୍ତ୍ତମାନ matrixAdder କ୍ଲାସକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ |
09:19 | ଏହାକୁ OMEditରେ ଖୋଲାଯାଇଛି |
09:23 | matrixAdder ଟାବ୍ ଉପରେ କ୍ଲିକ୍ କରନ୍ତୁ |
09:26 | ଏହାକୁ Text viewରେ ଖୋଲନ୍ତୁ |
09:29 | myMatrix ଗୋଟିଏ Real ପାରାମିଟର୍ ଆରେ ଅଟେ |
09:33 | ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଥିବା ସଂଖ୍ୟାଗୁଡିକ ଏହି arrayର ଆକାରକୁ ଉପସ୍ଥାପିତ କରୁଛି |
09:39 | ପ୍ରଥମ ଡାଇମେନଶନର ଆକାର 3 ଅଟେ |
09:42 | ସେହିପରି ଦ୍ଵିତୀୟ ଡାଇମେନଶନର ଆକାର 2 ଅଟେ |
09:46 | myMatrix ଆରେକୁ ତିନୋଟି ଭେକ୍ଟର୍, ପ୍ରତ୍ୟେକର ଦୁଇଟି ଉପାଦାନ ସହିତ ନିର୍ମାଣ କରାଯାଇଛି |
09:53 | {1,2}, ପ୍ରଥମ ଭେକ୍ଟରକୁ ଉପସ୍ଥାପିତ କରୁଛି |
09:57 | {3,4}, ଦ୍ଵିତୀୟ ଏବଂ |
10:00 | {5,6}}, ତୃତୀୟ ଭେକ୍ଟରକୁ ଉପସ୍ଥାପନ କରୁଛି |
10:04 | ଏହି ଭେକ୍ଟରଗୁଡିକର ପ୍ରତ୍ୟେକଙ୍କର ଆକାର, ଏହି ଆରେର ଦ୍ଵିତୀୟ ଡାଇମେନଶନର ଆକାର ସହିତ ସମାନ ଅଟେ |
10:11 | ତେଣୁ myMatrixର ଦ୍ଵିତୀୟ ଡାଇମେନଶନର ଆକାର, 2 ଅଟେ |
10:16 | ଭେକ୍ଟରଗୁଡିକର ସଂଖ୍ୟା, ପ୍ରଥମ ଡାଇମେନଶନର ଆକାର ସହିତ ସମାନ ଅଟେ. ତେଣୁ ପ୍ରଥମ ଡାଇମେନଶନର ଆକାର 3 ସହିତ ସମାନ ଅଟେ |
10:25 | adder ମେଟ୍ରିକ୍ସ ସମାନ ଭାବେ ନିର୍ମାଣ କରାଯାଇଛି |
10:29 | ଏହି ଦୁଇଟି ଆରେ କିମ୍ବା ମେଟ୍ରିକ୍ସକୁ ସଂଯୁକ୍ତ କରିବା ପାଇଁ ଦୁଇଟି ଡାଇମେନଶନରୁ ଉପାଦାନଗୁଡିକୁ ଆକ୍ସେସ୍ କରିବା ଆବଶ୍ୟକ ଅଟେ |
10:35 | ତେଣୁ ଗୋଟିଏ nested for ଲୂପ୍ ଆବଶ୍ୟକ |
10:40 | ଏହି for ଲୂପ୍ ପ୍ରଥମ ଡାଇମେନଶନ୍ ମଧ୍ୟରେ ରନ୍ କରିବ |
10:44 | ସେହିପରି ଏହି for ଲୂପ୍ ଦ୍ଵିତୀୟ ଡାଇମେନଶନ୍ ମଧ୍ୟରେ ରନ୍ କରିବ |
10:49 | ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ |
10:52 | myMatrix ଓ adder matricesର ଅନୁରୂପ ଉପାଦାନଗୁଡିକ mySumକୁ ପ୍ରାପ୍ତ କରିବା ପାଇଁ ସଂଯୁକ୍ତ ହୋଇଛନ୍ତି |
11:00 | ଏହି ଷ୍ଟେଟମେଣ୍ଟଗୁଡିକ ପ୍ରତ୍ୟେକ for ଲୂପର ସମାପ୍ତିକୁ ଉପସ୍ଥାପିତ କରେ. ବର୍ତ୍ତମାନ କ୍ଲାସ୍ ସମ୍ପୂର୍ଣ୍ଣ ହୋଇଛି |
11:07 | Simulate ବଟନ୍ ଉପରେ କ୍ଲିକ୍ କରିବା ସହିତ ଏହାକୁ ସିମୁଲେଟ୍ କରନ୍ତୁ |
11:11 | ଯଦି ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହୁଏ ତେବେ ବନ୍ଦ କରନ୍ତୁ |
11:15 | variables କଲମକୁ ପ୍ରସାରିତ କରନ୍ତୁ |
11:18 | adder[1,1], myMatrix[1,1] ଓ mySum[1,1]କୁ ଚୟନ କରନ୍ତୁ |
11:25 | ଧ୍ୟାନଦିଅନ୍ତୁ ଯେ adder[1,1] ପ୍ଲସ୍ myMatrix[1,1], mySum[1,1] ପ୍ରଦାନ କରିବ ଯାହାର ଅର୍ଥ ପରିଣାମ ସଠିକ ଅଟେ |
11:35 | ସେଗୁଡିକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ |
11:40 | ସ୍ଲାଇଡକୁ ଫେରିଆସନ୍ତୁ |
11:43 | ଗୋଟିଏ ଆସାଇଅନମେଣ୍ଟ ଭାବେ, ଏକ ଭେକ୍ଟରରେ ଥିବା ଉପାଦାନଗୁଡିକର କ୍ରମକୁ ବିପରୀତ କରିବା ପାଇଁ vectorReversal ନାମକ ଫଙ୍କଶନ୍ ଲେଖନ୍ତୁ |
11:51 | ସେହିପରି ଗୋଟିଏ ମେଟ୍ରିକ୍ସର ପ୍ରତ୍ୟେକ ରୋରେ ଥିବା ଉପାଦାନଗୁଡିକର କ୍ରମକୁ ବିପରୀତ କରିବା ପାଇଁ matrixReversal ନାମକ ଏକ ଫଙ୍କଶନକୁ ଲେଖନ୍ତୁ |
12:00 | ଏହି ଦୁଇଟି ଫଙ୍କଶନକୁ ଟେଷ୍ଟ କରିବା ସକାଷେ functionTester କ୍ଲାସ୍ ଲେଖନ୍ତୁ |
12:05 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
12:09 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
12:21 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
12:28 | ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ |
12:33 | ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
12:39 | ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
12:48 | Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
12:55 | OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ |
13:00 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |