Difference between revisions of "GIMP/C2/Setting-Up-GIMP/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:21 | Setting Up The GIMP ଉପରେ Meet The GIMP ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:25 |...") |
|||
Line 10: | Line 10: | ||
|- | |- | ||
|00:30 | |00:30 | ||
− | | ଅନ୍ୟ ୱିଣ୍ଡୋଜ୍ ଓ | + | | ଅନ୍ୟ ୱିଣ୍ଡୋଜ୍ ଓ ମେକିନତୋଶ୍ ପ୍ରୋଗ୍ରାମ୍ ଭଳି GIMP ଗୋଟିଏ ବଡ଼ ୱିଣ୍ଡୋ ବ୍ୟବହାର ନକରି ବହୁତ ଛୋଟ ଛୋଟ ୱିଣ୍ଡୋ ବ୍ୟବହାର କରେ |
|- | |- | ||
|00:39 | |00:39 | ||
Line 191: | Line 191: | ||
|07:25 | |07:25 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | ||
− | ଆମ ସହିତ ଜଡ଼ିତ | + | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
Revision as of 12:27, 22 June 2016
Time | Narration |
00:21 | Setting Up The GIMP ଉପରେ Meet The GIMP ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:25 | ଆଜି, ପ୍ରଥମ ଥର ବ୍ୟବହାର କରିବାବେଳେ GIMP ସେଟ୍ ଅପ୍ କିପରି କରିବେ, ତାହା ଦେଖାଇବି |
00:30 | ଅନ୍ୟ ୱିଣ୍ଡୋଜ୍ ଓ ମେକିନତୋଶ୍ ପ୍ରୋଗ୍ରାମ୍ ଭଳି GIMP ଗୋଟିଏ ବଡ଼ ୱିଣ୍ଡୋ ବ୍ୟବହାର ନକରି ବହୁତ ଛୋଟ ଛୋଟ ୱିଣ୍ଡୋ ବ୍ୟବହାର କରେ |
00:39 | ଏହା Unix Worldରୁ ଏକ ଇତିହାସ ଏବଂ Unix ଲୋକମାନେ ସମଗ୍ର ସ୍କ୍ରୀନ୍ ରେ ୱିଣ୍ଡୋଗୁଡ଼ିକ ବିଛାଇ ହୋଇ ପଡ଼ିଥିବାର ଓ ଏକାସାଙ୍ଗରେ ଅନେକ ପ୍ରୋଗ୍ରାମ୍ ଚଲାଇବାକୁ ଭଲ ପାଆନ୍ତି |
00:49 | ଏତେ ବିଭିନ୍ନ ୱୋଣ୍ଡୋରେ ଯଦି ଆପଣ କାମ ନକରିପାରିବେ, ତେବେ GIMP Shop ଦେଖନ୍ତୁ |
00:57 | ଏହି ପ୍ରୋଗ୍ରାମ୍ GIMP ବ୍ୟବହାର କରେ ଏବଂ Photoshop ଭଳି ସାମାନ୍ୟ ସମାନ କରିବାକୁ ଏଥିରେ ନୂଆ ୟୁଜର୍ ଇଣ୍ଟରଫେସ୍ ରଖେ |
01:05 | GIMPରେ ସମସ୍ତ ନୂଆ ଓ ବଢ଼ିଆ ଟୂଲ୍ସ ଥିବାରୁ ମୋତେ ତାହା ବ୍ୟବହାର କରିବାକୁ ଭଲ ଲାଗେ |
01:12 | ଏହା ଆଜି ପାଇଁ ଟିପ୍, ଯାହା ଉପଯୋଗୀ ସୂଚନା ଓ ଟିପ୍ସ ପ୍ରଦାନ କରେ |
01:17 | ବର୍ତ୍ତମାନ, ଏଥିରେ Undo ଅପ୍ସନ୍ ବିଷୟରେ ଟିପ୍ ଦେଇଛି, ଯାହାକୁ ଆପଣ କିଛି ପଦାଙ୍କ କରିବା ପରେ Undo କରି ବଦଳାଇପାରିବେ |
01:26 | ଏହା ଅଧିକାଂଶ ସମୟରେ କାମ କରେ |
01:28 | ବହୁତ ଭିନ୍ନ ଧରଣର କିଛି କରିବା ପୂର୍ବରୁ ଆପଣଙ୍କ କାମକୁ Save କରିବା ଭଲ |
01:33 | ଏବେ ଚାଲନ୍ତୁ, ଅନ୍ୟ ଟୂଲ୍ସ ଉପରେ ନଜର ପକାଇବା |
01:36 | ଏହା ହେଉଛି GIMPର ମୁଖ୍ୟ ୱିଣ୍ଡୋ - The Command Central |
01:41 | ଆଉ ଏଠି ଉପରେ Toolbox ଅଛି |
01:45 | ତା’ପରେ, କଲର୍ ଚୟନ କରିବାକୁ Color Box ଏବଂ ତଳେ Toolboxରୁ ଆମ ଟୂଲ୍ସର ବିଭିନ୍ନ ଅପ୍ସନ୍ସ ଅଛି |
01:53 | ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ |
01:56 | ଏଠାରେ Layers, Channels, Color Channels, Path ଓ Undo History ପାଇଁ ଡାୟଲଗ୍ ବକ୍ସମାନ ଅଛି |
02:09 | ତା’ତଳେ, କଲର୍ ସିଲେକ୍ସନ୍ ଡାୟଲଗ୍ ଅଛି, ଯେଉଁଠାରୁ ଆପଣ ବିଭିନ୍ନ ରଙ୍ଗ ସିଲେକ୍ଟ କରିପାରିବେ |
02:15 | Brushes, Patterns, Gradient ଓ ସେହିପରି ଆହୁରି ଅନେକ ଡାୟଲଗ୍ସ ଅଛି |
02:21 | ଏହି ଡାୟଲଗଗୁଡ଼ିକରୁ କିଛିକୁ ମୁଁ Toolboxରେ ମିଶାଇବାକୁ ଚାହୁଁଛି. ଏପରି କରିବା ବହୁତ ସହଜ |
02:28 | ଡାୟଲଗର ଶୀର୍ଷକରେ ଥିବା Layers ଶବ୍ଦ ଉପରେ କ୍ଲିକ୍ କରି, ଏଠି Toolbox ତଳେ ଥିବା Color Picker ଶବ୍ଦ ଉପରକୁ ଟାଣି ଆଣନ୍ତୁ |
02:39 | ଆଉ ମୁଁ ଏହିପରି ଏକ ଟାବ୍ଡ ଡାୟଲଗ୍ ପାଇବି |
02:43 | ମୁଁ ଏହାକୁ Channels ସହିତ କରିବି |
02:46 | ମୁଁ ଏହାକୁ Paths ସହିତ କରିବି |
02:52 | ଆଉ ଏହାକୁ ମୁଁ Undo History ସହିତ କରିବି |
02:54 | ମୁଁ ଭାବୁଛି, ମୋତେ Brushes Tool ଦରକାର ନାହିଁ, କାରଣ ଯଦି ଗୋଟିଏ ଟୂଲ୍ ରେ ବ୍ରଶ୍ ଥିବ, ତେବେ ତାହା ଏଠି ଦେଖାଦେବ ଓ ମୁଁ ତାକୁ ସିଲେକ୍ଟ କରିପାରିବି |
03:09 | ମୁଁ Colors ରଖିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଡ୍ରାଗ୍ କରି Undo History ପାଖକୁ ନେଇଯିବି |
03:16 | ଆଉ ଏଠାରେ ଥିବା ୱିଣ୍ଡୋକୁ ବନ୍ଦ କରିହେବ |
03:23 | File ଓ Dialogsକୁ ଯାଇ ମୁଁ ଏହିସବୁ ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିପାରିବି |
03:30 | ଦେଖନ୍ତୁ, ଏଠି କିଛି ଡାୟଲଗ୍ସ ଅଛି, ଯାହା ଆମର Toolboxରେ ନାହିଁ ଏବଂ ଆମକୁ ସେଥିରୁ ଗୋଟିଏ ଦରକାର, ଯେପରି Tools |
03:38 | ମୋ ଟୂଲ୍ ବକ୍ସରେ କିଛି ଟୂଲ୍ସ ଅଛି, ଯାହାକୁ ମୁଁ କେବେବି ବ୍ୟବହାର କରିନି, ଆଉ ସେଗୁଡ଼ିକୁ ମୁଁ ବ୍ୟବହାର କରିବାକୁ ଚାହୁଁଥିବା ଟୂଲ୍ସ ସହିତ ବଦଳାଇବି |
03:48 | ମୁଁ ରଖିବାକୁ ଚାହୁଁଥିବା ଟୂଲ୍ସ ସହିତ ଚାଲନ୍ତୁ ଆରମ୍ଭ କରିବା |
03:51 | ମୁଁ Curves, Levels, Threshold, ରଖିବାକୁ ଚାହୁଁଛି. Brightness & Contrast କୁ ମୁଁ ଚୟନ କରିବାକୁ ଚାହୁଁନି |
03:58 | Perspective Clone, Ink କିମ୍ୱା Airbrush ମୋତେ ଦରକାର ନାହିଁ |
04:05 | ବଳକା ଟୂଲ୍ସ ମୋତେ ଦରକାର |
04:08 | କେତେ ଜାଗା ବଳିଛି ଜାଣିବା ପରେ ମୁଁ ଏହା ଉପରେ ନଜର ପକାଇବି |
04:16 | ଏବେ ମୁଁ File ଓ Preferencesକୁ ଯାଉଛି |
04:26 | Environment ଓ Interfaceକୁ ମୁଁ ସେହିପରି ଛାଡ଼ିଦେବି |
04:32 | Themeରେ ମୁଁ Small ସିଲେକ୍ଟ କରିବି |
04:35 | ଆଉ ଯେତେବେଳେ ମୁଁ ଏହି ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣିବି, ଦେଖନ୍ତୁ, ସମସ୍ତ ଆଇକନ୍ସ ଛୋଟ ହୋଇଗଲା ଏବଂ ଟୂଲ୍ସର ସୂଚନା ପାଇଁ ଅଧିକ ସ୍ଥାନ ମିଳିଲା |
04:45 | Tool Optionsକୁ ଯାଇ Default Interpolationକୁ Sincକୁ ବଦଳାନ୍ତୁ, ରିସାଇଜିଙ୍ଗ୍ କିମ୍ୱା ରୋଟେଟିଙ୍ଗ୍ ଓ ସେହିପରି କବିବାବେଳେ ପିକ୍ସେଲ୍ସ ଗଣନା ପାଇଁ ଏହା ହେଉଛି ସର୍ବୋତ୍ତମ Interpolation |
05:00 | ଅନ୍ୟ ସବୁ ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦିଅନ୍ତୁ |
05:03 | ଏହି ଅପ୍ସନଗୁଡ଼ିକୁ ଯଦି ଆପଣ ରଖିବାକୁ ଚାହୁଁଛନ୍ତି, ତେବେ Toolboxକୁ ଯାଇ ସେଗୁଡ଼ିକୁ ସିଲେକ୍ଟ କରନ୍ତୁ କିମ୍ୱା ସେଗୁଡ଼ିକୁ ଡି-ସିଲେକ୍ଟ କରିଦିଅନ୍ତୁ |
05:12 | ଆପଣ Colors ରଖିପାରିବେ, ଯାହା ହେଉଛି, ସାମ୍ନା ଓ ପଛପଟ ରଙ୍ଗ ବଦଳାଇବା ପାଇଁ ଏକ ତ୍ୱରିତ ମାର୍ଗ |
05:19 | ଆପଣ Brush ଓ Gradient Tools ନେଇପାରିବେ, ସକ୍ରିୟ ଇମେଜ୍ ର ଏକ ଛୋଟ ଇମେଜ୍ କିମ୍ୱା ଥମ୍ୱନେଲ୍ ଆପଣ ଏଠାରେ ରଖିପାରିବେ |
05:29 | ମୋତେ ଏହା ଦରକାର ନଥିବାରୁ ଏହାକୁ ଡି-ସିଲେକ୍ଟ କରିଦେବି. ଏହା ଆପଣଙ୍କ ଉପରେ ନିର୍ଭର କରେକି, ଆପଣଙ୍କୁ ଏହା ଦରକାର କି ନାହିଁ |
05:36 | ଆପଣ Default Image, Default Grid ଓ Default Image Windowକୁ ସେହିପରି ଛାଡ଼ିଦେଇପାରିବେ |
05:42 | Preferencesରେ ମୋର କାମ ସରିଲା |
05:45 | ଏବଂ |
05:47 | ମୁଁ Pathକୁ ବଦଳାଇ ନାହିଁ, ତେଣୁ ମୁଁ ଏଠାରେ ଏହାକୁ ବ୍ୟବହାର କରିପାରିବି |
05:52 | ଏଠି ଟିକିଏ ଅଧିକ ଜାଗା ପାଇବା ପାଇଁ ମୋତେ କେବଳ ଗୋଟିଏ ଟୂଲ୍ କୁ କାଢ଼ିବାକୁ ହେବ. ହେଲେ, ପ୍ରଥମେ ମୁଁ ଏହାକୁ ଟିକିଏ ଓସାରିଆ କରିବି |
06:01 | ଆପଣ ଦେଖିପାରୁଥିବେ ଯେ, Toolbox ଡାୟଲଗ୍ ବହୁତ ସରୁ ହୋଇଯାଇଛି |
06:06 | ତାକୁ ଏଠାକୁ ଟାଣି ଆଣନ୍ତୁ |
06:08 | ଏଠାକୁ ଗୋଟିଏ ନୂଆ ଧାଡ଼ି ନଆଣି, ମୁଁ ଭାବୁଛି ମୁଁ ଆଉ 3ଟି ଟୂଲ୍ସ ଆଡ୍ କରିପାରିବି |
06:19 | ତେଣୁ ମୁଁ, Brightness, Hue-Saturation ଓ Color Balance ଆଡ୍ କରିବି |
06:24 | ଯେଉଁସବୁ ଟୂଲ୍ସ ଏଠାରେ ପ୍ରଦର୍ଶିତ ହେଉନାହିଁ, ସେଗୁଡ଼ିକୁ File ଓ Dialogsରେ କ୍ଲିକ୍ କରି ପାଇହେବ |
06:39 | ଆଉ ଏବେ ଆମେ ଆମର କାମ କରିବାକୁ ପ୍ରସ୍ତୁତ |
06:42 | ଯେତେବେଳେ ଆପଣ GIMP ବନ୍ଦ କରିବେ,ସ ଅମସ୍ତ ଅପ୍ସନ୍ସ ସ୍ୱତଃ ସେଭ୍ ହୋଇଯିବ ଏବଂ ଆପଣ ଯେପରି ବନ୍ଦ କରିଥିବେ, ସେହିପରି ଆରମ୍ଭ ହେବ |
06:52 | ମୁଁ ଏଠାରେ ଡେଭଲପମେଣ୍ଟ ଭର୍ସନ୍ ବ୍ୟବହାର କରୁଛି, ଯାହା GIMP 2.3.18ର ଅନଷ୍ଟେବଲ୍ ଭର୍ସନ୍ ଅଟେ |
07:02 | ମୁଁ ଏବେ ଦେଖିଲି ଯେ, ଆଜି 2.3.19 ରିଲିଜ୍ ହୋଇଛି |
07:07 | ଏହାକୁ Unstable କୁହାଯାଏ, ମାତ୍ର GIMP ଏପରି ସ୍ତରରେ ପହଞ୍ଚୁଛି, ଯେଉଁଠାରେ 2.4, ଦିଗବଳୟରେ ପରବର୍ତ୍ତୀ ଷ୍ଟେବଲ୍ ଭର୍ସନ୍ ହେବ ଏବଂ ଚଳିତ ବର୍ଷ ଏହା, ମାର୍କେଟ୍ ରେ ଅନ୍ୟ ଯେକୌଣସି ସଫ୍ଟୱେର୍ ଭଳି ଷ୍ତେବଲ୍ ହେବ |
07:22 | Setting Up GIMP ପାଇଁ ଏତିକି |
07:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |