Difference between revisions of "C-and-Cpp/C2/Tokens/Oriya"
From Script | Spoken-Tutorial
(Created page with "{| border=1 || '''Time''' || '''Narration''' |- | 00:01 || “C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍...") |
|||
Line 133: | Line 133: | ||
|- | |- | ||
|03:30 | |03:30 | ||
− | | '''a,''' '''c''' ଓ '''d''' ହେଉଛି '''ଭେରିଏବଲ୍ସ''' | | + | || '''a,''' '''c''' ଓ '''d''' ହେଉଛି '''ଭେରିଏବଲ୍ସ''' | |
|- | |- | ||
|03:35 | |03:35 | ||
Line 520: | Line 520: | ||
|- | |- | ||
|13:35 | |13:35 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ||
|} | |} |
Revision as of 15:29, 14 March 2015
Time | Narration |
00:01 | “C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | “ଟୋକନ୍ସ”କୁ କିପରି ପରିଭାଷିତ ଓ ବ୍ୟବହାର କରିବେ | |
00:12 | ଏକ ଉଦାହରଣ ସାହାଯ୍ୟରେ ଆମେ ଏହା କରିବା | |
00:15 | ଆମେ କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା | |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ |
00:21 | ମୁଁ ଉବୁଣ୍ଟୁ ଅପରେଟେଙ୍ଗ୍ ସିଷ୍ଟମ୍ ୧୧.୧୦, |
00:26 | gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି| |
00:33 | ଏକ ପରିଚୟରୁ ଆରମ୍ଭ କରିବା | |
00:36 | ଡାଟା ଟାଇପ୍ସ, ଭେରିଏବଲ୍ସ, କନଷ୍ଟାଣ୍ଟସ୍ ଓ ଆଇଡେଣ୍ଟିଫାୟର୍ସ ପାଇଁ ଟୋକେନ୍ ହେଉଛି ଏକ ଜେନେରିକ୍ ଶବ୍ଦ | |
00:46 | ଚାଲନ୍ତୁ ଆମ ପ୍ରୋଗ୍ରାମ୍ ରୁ ଆରମ୍ଭ କରିବା | |
00:49 | ମୁଁ ପୂର୍ବ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି | |
00:53 | ଏହାକୁ ମୁଁ ଖୋଲୁଛି | |
00:56 | ଲକ୍ଷ୍ୟ କରନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି ’ଟୋକେନ୍.ସି’ | |
01:04 | ଏଥିରେ ଆମେ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ସହ ସେଗୁଡ଼ିକର ଭାଲ୍ୟୁ ପ୍ରିଣ୍ଟ କରିବା. |
01:09 | ଏବେ ମୁଁ କୋଡ୍ ବ୍ୟାଖ୍ୟା କରିବି | |
01:12 | ଏହା ହେଉଛି ଆମ ହେଡର୍ ଫାଇଲ୍ | |
01:16 | ଏହା ହେଉଛି ଆମ ମେନ୍ ଫଙ୍କସନ୍ | |
01:20 | ଏଠାରେ, int ହେଉଛି ଏକ କୀୱର୍ଡ | |
01:22 | କୀୱର୍ଡର ଅର୍ଥ କମ୍ପାଇଲର୍ ଜାଣିଛି | |
01:26 | A ହେଉଛି ଏକ ଇଣ୍ଟିଜର୍ ଭେରିଏବଲ୍ | |
01:28 | ଆମେ ଏହାକୁ ୨ ଭାଲ୍ୟୁ ଦେଇଛୁ | |
01:32 | ଏହାକୁ ଇନିଶିଆଲାଇଜେଶନ୍ କୁହାଯାଏ | |
01:35 | ଯଦି ଏକ ଭେରିଏବଲ୍ କୁ ଭାଲ୍ୟୁ ଦିଆଯାଇନଥିବ, ତେବେ ଏହାକୁ ଡିକ୍ଲାରେଶନ୍ ଅଫ୍ ଦ ଭେରିଏବଲ୍ କୁହାଯାଏ | |
01:43 | ଏଠାରେ b ହେଉଛି ଏକ କନଷ୍ଟାଣ୍ଟ | |
01:46 | ଆମେ bକୁ ୪ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିଛେ | |
01:53 | ରିଡ୍ ଓନଲୀ ଭେରିଏବଲ୍ କ୍ରିଏଟ୍ କରିବାକୁ const କୀୱର୍ଡ ବ୍ୟବହାର କରାଯାଏ | |
01:58 | କୀୱର୍ଡ ଓ କନଷ୍ଟାଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା | |
02:06 | କୀୱର୍ଡ୍ସର ସ୍ଥିର ଅର୍ଥ ଥାଏ, ଯାହାକୁ ବଦଳାଯାଇ ପାରେନାହିଁ | |
02:11 | ଭେରିଏବଲ୍ ନାମ ଭାବରେ କୀୱର୍ଡ୍ସ ବ୍ୟବହାର କରାଯାଇ ପାରିବନହିଁ | |
02:15 | C ରେ ୩୨ଟି କୀୱର୍ଡ୍ସ ଅଛି | |
02:18 | auto, break, case, char, enum, extern, ଆଦି ହେଉଛି ଏଗୁଡ଼ିକ ମଧ୍ୟରୁ କିଛି | |
02:28 | କନଷ୍ଟାଣ୍ଟର ଭାଲ୍ୟୁ ସ୍ଥିର ଅଟେ | |
02:33 | ଗୋଟିଏ ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଏନାହିଁ | |
02:38 | କନଷ୍ଟାଣ୍ଟସ୍ ଦୁଇ ପ୍ରକାରର ହୋଇଥାଏ, ନ୍ୟୁମେରିକ୍ କନଷ୍ଟାଣ୍ଟସ୍ ଓ କ୍ୟାରେକ୍ଟର୍ କନଷ୍ଟାଣ୍ଟସ୍ | |
02:45 | ଚାଲନ୍ତୁ ପ୍ରୋଗ୍ରାମ୍ କୁ ପେରିଯିବା | |
02:47 | ଏଠାରେ, ଭେରିଏବଲ୍ cର ଡାଟା ପ୍ରକାର ହେଉଛି “ଫ୍ଲୋଟ୍” | |
02:52 | ଆମେ ଏହାକୁ ୧.୫ର ଭାଲ୍ୟୁ ଦେଇଛୁ | |
02:56 | ନିୟମଗୁଡ଼ିକର ଗୋଟିଏ ସେଟ୍ ସହିତ ଭାଲ୍ୟୁର ଏକ ସୀମିତ ସେଟ୍ ହେଉଛି ଡାଟା ଟାଇପ୍ | |
03:04 | ଏଠାରେ d ହେଉଛି ଏକ ଭେରିଏବଲ୍ | |
03:07 | char ଓ ସିଙ୍ଗଲ୍ କ୍ୱୋଟ୍ସ କୁହେ ଯେ, ଆମେ କ୍ୟାରେକ୍ଟର୍ ସହ କାର୍ଯ୍ୟ କରୁଛେ | |
03:12 | ପରିଣାମସ୍ୱରୂପ, A ଭାଲ୍ୟୁ ଷ୍ଟୋର୍ କରିଥିବା d ହେଉଛି ଏକ କ୍ୟାରେକ୍ଟର୍ ଭାରିଏବଲ୍ | |
03:20 | int, double, float ଓ char ଡାଟା ଟାଇପ୍ ବୋଲି ଦେଖିବା ସହଜ ଅଟେ | |
03:30 | a, c ଓ d ହେଉଛି ଭେରିଏବଲ୍ସ | |
03:35 | ଏବେ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା | |
03:37 | ଆମେ ଡାଟା ଟାଇପ୍ସ ଓ ଭେରିଏବଲ୍ସ ବିଷୟରେ ଅଧିକ ଜାଣିବା | |
03:48 | ଚାଲନ୍ତୁ ଇଣ୍ଟିଜର୍ ଡାଟା ଟାଇପ୍ ରୁ ଆରମ୍ଭ କରିବା | |
03:50 | ଏହାକୁ int ଭାବରେ ଘୋଷଣା କରାଯାଇଛି | |
03:53 | ଏକ ଇଣ୍ଟିଜର୍ ଡାଟା ଟାଇପ୍ ପ୍ରିଣ୍ଟ କରିବାକୁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ %d ବ୍ୟବହାର କରିବା | |
04:01 | ସେହିପରି, ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ସ ପାଇଁ ଆମେ float ଓ %f ବ୍ୟବହାର କରିବା | |
04:09 | କ୍ୟାରେକ୍ଟର୍ ଡାଟା ଟାଇପ୍ ପାଇଁ char ଓ %c ବ୍ୟବହାର କରିବା | |
04:15 | ଡବଲ୍ ଡାଟା ଟାଇପ୍ ପାଇଁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ ଆମେ double ଓ %lf ବ୍ୟବହାର କରିବା | |
04:24 | ଏବେ ଆମେ ଡାଟା ଟାଇପ୍ସର ରେଞ୍ଜ୍ ଦେଖିବା | |
04:29 | ଇଣ୍ଟିଜର୍ ଡାଟା ଟାଇପ୍ ର ରେଞ୍ଜ୍ ହେଉଛି |
04:34 | ଫ୍ଲୋଟିଙ୍ଗ୍ ପଏଣ୍ଟ୍ ର ରେଞ୍ଜ୍ ହେଉଛି |
04:39 | କ୍ୟାରେକ୍ଟର୍ ର ରେଞ୍ଜ୍ ହେଉଛି |
04:42 | ଓ ଡବଲ୍ ର ରେଞ୍ଜ୍ ହେଉଛି |
04:47 | ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଏହି ରେଞ୍ଜ୍ ରୁ ଅଧିକ କିମ୍ୱା କମ୍ ହୋଇନଥିବା ଦରକାର | |
04:56 | ଏବେ ଆମେ ଭେରିଏବଲ୍ସ ଆଡ଼କୁ ଯିବା | |
05:00 | ଭେରିଏବଲ୍ ହେଉଛି ଏକ ଡାଟା ନେମ୍ | |
05:02 | ଏକ ଡାଟା ଭାଲ୍ୟୁ ଷ୍ଟୋର୍ କରିବାକୁ ଏହା ବ୍ୟବହାର କରାଯାଇପାରେ | |
05:06 | ଏକ ପ୍ରୋଗ୍ରାମ୍ ଚାଲିବା ସମୟରେ ଭାଲ୍ୟୁକୁ ପରିବର୍ତ୍ତନ କରାଯାଇପାରେ | |
05:10 | ଭାରିଏବଲ୍ କୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଘୋଷିତ କରାଯିବା ଦରକାର | |
05:14 | ଭାରିଏବଲ୍ସ ପାଇଁ ଆମେ ଅର୍ଥପୂର୍ଣ୍ଣ ନାମମାନ ଦେବାକୁ ଚେଷ୍ଟା କରିବା | |
05:18 | ଉଦାହରଣସ୍ୱରୂପ ଜନ୍, ମାର୍କ୍ସ, ସମ୍ ଆଦି | |
05:24 | ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା | |
05:27 | ଏଠାରେ, ଏହି କାର୍ଯ୍ୟ ପାଇଁ ପ୍ରିଣ୍ଟf ହେଉଛି ଆଇଡେଣ୍ଟିଫାୟର୍ ନାମ | |
05:32 | ସ୍ଲାଇଡ୍ସକୁ ଫେରି ଚାଲନ୍ତୁ | |
05:35 | ଚାଲନ୍ତୁ, ଆଇଡେଣ୍ଟିଫାୟର୍ସ ବିଷୟରେ ଜାଣିବା | |
05:38 | ଆଇଡେଣ୍ଟିଫାୟର୍ସ ହେଉଛି ୟୁଜର୍ ଡିଫାଇଣ୍ଡ୍ ନାମମାନ | |
05:41 | ଏକ ଆଇଡେଣ୍ଟିଫାୟର୍ ରେ ଅକ୍ଷର ଓ ସଂଖ୍ୟା ରହିଥାଏ | |
05:46 | ଉଭୟ ଅପର୍-କେସ୍ ଓ ଲୋୟର୍-କେସ୍ ଅକ୍ଷରର ଅନୁମତି ଅଛି | |
05:51 | ପ୍ରଥମ କ୍ୟାରେକ୍ଟର୍ ଟି ନିଶ୍ଚିତ ଭାବେ ଏକ ଅକ୍ଷର କିମ୍ୱା ଅଣ୍ଡରସ୍କୋର୍ ହେବା ଦରକାର | |
05:55 | ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା | |
05:58 | ଏଠାରେ ଆମେ ଭେରିଏବଲ୍ସ ଓ କନଷ୍ଟାଣ୍ଟସ୍ ଇନିଶିଆଲାଇଜ୍ କଲେ | |
06:02 | ସେଗୁଡ଼ିକୁ ଆମେ ପ୍ରିଣ୍ଟ କରିବା | |
06:05 | ଆଉଏହା ହେଉଛି ଆମର ରିଟର୍ନ ଷ୍ଟେଟମେଣ୍ଟ୍ | |
06:08 | ସେଭ୍ ରେ କ୍ଲିକ୍ କରନ୍ତୁ | |
06:10 | ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା | |
06:12 | କୀବୋର୍ଡରେ Ctrl, Alt ଓ Tକୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ | |
06:21 | କମ୍ପାଇଲ୍ କରିବାକୁ, gcc ସ୍ପେସ୍ ଟୋକେନ୍ସ ଡଟ୍ c ସ୍ପେସ୍ ହାଇଫେନ୍ o tok ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:30 | ଏକଜେକ୍ୟୁଟ୍ କରିବା ପାଇଁ ./tok (ଡଟ୍ ସ୍ଲାଶ୍ tok) ଟାଇପ୍ କରନ୍ତୁ | |
06:35 | ଆଉଟପୁଟ୍ ପ୍ରଦର୍ଶିତ ହେଲା | |
06:39 | ଡେସିମାଲ୍ ପଏଣ୍ଟ ପରେ ଛଅଟି ଭାଲ୍ୟୁ ଥିବାର ଆମେ ଦେଖିପାରୁଛେ | |
06:44 | ଆଉ ଏଠାରେ ଆମ ପାଖରେ ଦୁଇଟି ଭାଲ୍ୟୁ ଅଛି | |
06:48 | ଏବେ, ଏହା କିପରି ହେଲା, ଚାଲନ୍ତୁ ଜାଣିବା | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | |
06:54 | ଏଠାରେ ଆମ ପାଖରେ % point 2f ଥିବାରୁ ଏପରି ହେଲା | |
06:59 | ଡେସିମାଲ୍ ପଏଣ୍ଟ ପରେ ଆମେ କେବଳ ଦୁଇଟି ଭାଲ୍ୟୁ ପ୍ରିଣ୍ଟ କରିପାରିବା ବୋଲି ଏହା କୁହେ | |
07:04 | ଧରନ୍ତୁ, ମୁଁ ଏଠାରେ ତିନୋଟି ଡେସିମାଲ୍ ପଏଣ୍ଟ ସହିତ ଏକ ଆଉଟପୁଟ୍ ଚାହୁଁଛି | |
07:09 | ଚାଲନ୍ତୁ, % ପଏଣ୍ଟ ୨f କୁ % ପଏଣ୍ଟ ୩f ସହ ବଦଳାଇବା | |
07:16 | ସେଭ୍ କ୍ଲିକ୍ କରନ୍ତୁ | |
07:19 | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
07:22 | ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ | |
07:28 | ଏଠାରେ ଆମେ ଡେସିମାଲ୍ ପଏଣ୍ଟ ପରେ ତିନୋଟି ଭାଲ୍ୟୁ ଦେଖୁ | |
07:33 | ଏବେ ଆମେ ଏହି ପ୍ରୋଗ୍ରାମ୍ କୁ c++ରେ ଏକଜେକ୍ୟୁଟ୍ କରିବା | |
07:36 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | |
07:40 | ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି | |
07:42 | ପ୍ରଥମେ,. କୀବୋର୍ଡରେ ଏକାସାଙ୍ଗରେ Shift+Ctrl+s ଦାବନ୍ତୁ | |
07:50 | ଏବେ ଫାଇଲ୍ କୁ .cpp ଏକ୍ସଟେନ୍ସନ୍ ଦେଇ ସେଭ୍ ରେ କ୍ଲିକ୍ କରନ୍ତୁ | |
07:58 | iostream ଭାବରେ ହେଡର୍ କୁ ଚେଞ୍ଜ୍ କରନ୍ତୁ | |
08:03 | ବର୍ତ୍ତମାନ using ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରି |
08:08 | ସେଭ୍ ରେ କ୍ଲିକ୍ କରନ୍ତୁ | |
08:11 | ଏବେ printf ଷ୍ଟେଟମେଣ୍ଟକୁ cout ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ | |
08:15 | ଯେହେତୁ C++ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁ | |
08:21 | Search for and replace text ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
08:27 | ଏଠାରେ printf ଓପନିଙ୍ଗ୍ ବ୍ରାକେଟ୍ “(” ଟାଇପ୍ କରନ୍ତୁ | |
08:33 | ଆଉ ଏହି କଲମ୍ ରେ cout ଓ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ << ଟାଇପ୍ କରନ୍ତୁ | |
08:40 | ଏବେ Replace All ଉପରେ କ୍ଲିକ୍ କରି କ୍ଲୋଜ୍ ରେ କ୍ଲିକ୍ କରନ୍ତୁ | |
08:45 | ଆମକୁ format specifier ଓ '\n' ଦରକାର ନାହିଁ | |
08:50 | ସେଗୁଡ଼ିକୁ ଡିଲିଟ୍ କରିଦେବା | |
08:52 | କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ | |
09:01 | ସେଭ୍ ରେ କ୍ଲିକ୍ କରନ୍ତୁ | ଏବେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ | |
09:04 | ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି |
09:09 | ଡବଲ୍ କ୍ୱୋଟ୍ସ ମଧ୍ୟରେ \n ଟାଇପ୍ କରନ୍ତୁ | |
09:16 | ସେଭ୍ ରେ କ୍ଲିକ୍ କରନ୍ତୁ | |
09:20 | ଚାଲନ୍ତୁ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
09:24 | କମ୍ପାଇଲ୍ କରିବାକୁ, g++ ସ୍ପେସ୍ ଟୋକେନ୍ସ ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ tok1 ଟାଇପ୍ କରନ୍ତୁ | |
09:35 | ଏଠାରେ ଆମ ପାଖରେ tok1 ଅଛି, କାରଣ ଟୋକେନ୍ସ ଡଟ୍ ସି ଫାଇଲ୍ ପାଇଁ tok ପାରାମିଟର୍ ଆଉଟପୁଟ୍ ଓଭର୍ ରାଇଟ୍ କରିବାକୁ ଆମେ ଚାହୁଁନେ | |
09:46 | ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ | |
09:48 | ଏକଜେକ୍ୟୁଟ୍ କରିବାକୁ ./tok1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:55 | ଆଉଟପୁଟ୍ ପ୍ରଦର୍ଶିତ ହେଲା | |
09:59 | ବର୍ତ୍ତମାନ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ | |
10:03 | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | |
10:05 | ଧରନ୍ତୁ, ମୁଁ ଏଠାରେ ୮ ଭାବରେ bକୁ ପୁଣି ଏକ ନୂଆ ଭାଲ୍ୟୁ ଦେବି | |
10:12 | ଏବେ ସେଭ୍ କରି ଦେଖିବା କ’ଣ ହେଉଛି | |
10:15 | ଟର୍ମିନାଲ୍ କୁ ଫେରିଯିବା | |
10:17 | ପ୍ରମ୍ପ୍ଟ କ୍ଲିଅର୍ କରିଦେବା | |
10:22 | ପୂର୍ବପରି କମ୍ପାଇଲ୍ କରିବା | |
10:26 | ଆମ ଟୋକେନ୍ ଡଟ୍ ସିପିପି ଫାଇଲ୍ ରେ ଆମେ ଏକ ଏରର୍ ଦେଖୁ | |
10:32 | "Assignment of read only variable 'b' " | |
10:36 | ଆମ ପ୍ରୋଗ୍ରାମ୍ କୁ ଫେରିଯିବା | |
10:39 | ଏହାର କାରଣ ହେଲା b ହେଉଛି ଏକ କନଷ୍ଟାଣ୍ଟ | କନଷ୍ଟାଣ୍ଟଗୁଡ଼ିକର ସ୍ଥିର ଭାଲ୍ୟୁ ଥାଏ | |
10:45 | ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଅନ୍ତି ନାହିଁ | |
10:49 | ତେଣୁ, ଏହା ଏକ ଏରର୍ ଦିଏ | ଚାଲନ୍ତୁ ଏରର୍ ଫିକ୍ସ କରିବା | |
10:54 | ଏହାକୁ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ | |
10:57 | ପୁଣିଥରେ ଏକଜେକ୍ୟୁଟ୍ କରିବା | ଟର୍ମିନାଲ୍ କୁ ଫେରିଚାଲନ୍ତୁ | |
11:01 | ପୂର୍ବପରି କମ୍ପାଇଲ୍ କରନ୍ତୁ | |
11:03 | ପୂର୍ବପରି ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି | |
11:09 | ଏବେ ଆମେ ଆଉଏକ ସାଧାରଣ ଏରର୍ ଦେଖିବା | |
11:12 | ଆମ ପ୍ରୋଗ୍ରାମ୍ କୁ ସ୍ୱିଚ୍ ବ୍ୟାକ୍ କରନ୍ତୁ | |
11:15 | ଧରନ୍ତୁ ମୁଁ ଏଠାରେ ସିଙ୍ଗଲ୍ କ୍ୱୋଟ୍ସ ଭୁଲିଯାଇ ସେଭ୍ ରେ କ୍ଲିକ୍ କଲି | |
11:21 | ଏକଜେକ୍ୟୁଟ୍ କରନ୍ତୁ | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
11:25 | ପୂର୍ବପରି କମ୍ପାଇଲ୍ କରନ୍ତୁ | |
11:28 | ଟୋକନ୍ ଡଟ୍ ସିପିପି ଫାଇଲ୍ ର ୯ ନଂ. ଲାଇନ୍ ରେ ଆମେ ଏକ ଏରର୍ ଦେଖୁ | |
11:34 | " 'A' was not declared in the scope". ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | |
11:40 | ଏହାର କାରଣ ହେଉଛି, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥାଏ, ଏକ କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ ବିଚାର କରାଯାଏ | |
11:47 | ଆଉ ଏଠାରେ ଆମେ, କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ d କୁ ଘୋଷିତ କରିଛେ | |
11:53 | ଏହି ଏରର୍ ଫିକ୍ସ କରିବା | ୯ ନଂ. ଲାଇନ୍ ରେ ସିଙ୍ଗଲ୍ କ୍ୱୋଟ୍ସ ଟାଇପ୍ କରନ୍ତୁ | |
11:59 | ସେଭ୍ ରେ କ୍ଲିକ୍ କରନ୍ତୁ | ଏକଜେକ୍ୟୁଟ୍ କରିବା | |
12:02 | ଆମ ଟର୍ମିନାଲ୍ କୁ ପେରିଆସନ୍ତୁ | |
12:04 | ଏବେ ପୂର୍ବ ପରି କମ୍ପାଇଲ୍ ଓ |
12:06 | ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି | |
12:13 | ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା | |
12:15 | ସଂକ୍ଷେପରେ |
12:16 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
12:18 | * ଡାଟା ଟାଇପ୍, ଯେପରି int, double, float ଆଦି | |
12:24 | * ଭେରିଏବଲ୍, ଯେପରି int a=2; |
12:29 | * ଆଇଡେଣ୍ଟିଫାୟର୍ସ, ଯେପରି printf() ଓ |
12:34 | * କନଷ୍ଟାଣ୍ଟ, ଯେପରି double const b=4; |
12:40 | ଏକ ଆସାନମେଣ୍ଟ ଭାବରେ, |
12:41 | ସିମ୍ପଲ୍ ଇଣ୍ଟରେଷ୍ଟ ଗଣନା କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ | |
12:45 | ସଂକେତ: principal * rate * time upon 100. |
12:50 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, |
12:54 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, |
12:56 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. |
13:01 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
13:03 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
13:07 | ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
13:10 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
13:19 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
13:24 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
13:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି | |
13:35 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |