Difference between revisions of "Health-and-Nutrition/C2/Importance-of-breastfeeding/Oriya"
From Script | Spoken-Tutorial
(Created page with "{| border=1 | <center>Time</center> |<center>Narration</center> |- | 00:00 | ସ୍ତନ୍ୟପାନର ମହତ୍ତ୍ୱ ଉପରେ ଥିବା 'ସ୍ପୋକ...") |
|||
(2 intermediate revisions by the same user not shown) | |||
Line 518: | Line 518: | ||
| 12:44 | | 12:44 | ||
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ | | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ | ||
− | IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|- | |- | ||
|} | |} |
Latest revision as of 21:24, 17 May 2021
|
|
00:00 | ସ୍ତନ୍ୟପାନର ମହତ୍ତ୍ୱ ଉପରେ ଥିବା 'ସ୍ପୋକନ୍ ଟ୍ୟୁଟୋରିଅଲ୍' କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:09 | ସ୍ତନ୍ୟପାନର ମହତ୍ତ୍ୱ |
00:12 | ଶିଶୁ ଓ ମା’ମାନଙ୍କ ପାଇଁ ସ୍ତନ୍ୟପାନର ଉପକାରିତା |
00:17 | ସ୍ତନ୍ୟପାନ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକ୍ରିୟା |
00:19 | ଏହା ଏକ ଶିଶୁର ଜନ୍ମଠାରୁ ଆରମ୍ଭ ହୋଇ ତା’ର ଦ୍ୱିତୀୟ ଜନ୍ମଦିନ କିମ୍ବା ଅଧିକ ପର୍ଯ୍ୟନ୍ତ ଚାଲିଥାଏ |
00:26 | ସ୍ତନ୍ୟପାନ, ଶିଶୁକୁ ଜୀବନର ଏକ ସୁସ୍ଥ ଆରମ୍ଭ ଦେଇଥାଏ |
00:31 | ଏହା, ଶିଶୁ ଓ ମା’ର ତୁରନ୍ତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟ ସ୍ଥିର କରିଥାଏ |
00:38 | ଏହାର ଲାଭ ଉଭୟଙ୍କ ପାଇଁ ସାରା ଜୀବନ ରହିଥାଏ |
00:43 | ଏପରିକି କୁପୋଷିତ ମାଆମାନେ ମଧ୍ୟ ନିଜ ଶିଶୁକୁ ସ୍ତନ୍ୟପାନ କରାଇପାରିବେ |
00:49 | ଗର୍ଭାବସ୍ଥାରେ ସ୍ତନ ଆକାର ବଢ଼ି ଯାଇଥାଏ |
00:53 | ଦୁଗ୍ଧ ଉତ୍ପାଦକ ଟିସୁ ସଂଖ୍ୟା ବୃଦ୍ଧି କାରଣରୁ ଏପରି ହୋଇଥାଏ |
00:59 | ହେଲେ, ସ୍ତନର ଅନ୍ତିମ ଆକାର ଦୁଗ୍ଧ ଉତ୍ପାଦନ ମାତ୍ରାକୁ ପ୍ରଭାବିତ କରେ ନାହିଁ |
01:07 | ଜନ୍ମର 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଯିବା ଉଚିତ |
01:13 | ଏଥିରୁ ସ୍ତନ୍ୟପାନର ଯୋଗାଣ ବଢ଼ିଥାଏ |
01:17 | ତେଣୁ, ପ୍ରଥମ 6 ମାସରେ ବିଶେଷ ସ୍ତନ୍ୟପାନ ମଧ୍ୟ ବୃଦ୍ଧି ପାଇଥାଏ |
01:24 | ଏହା, ସ୍ତନ୍ୟପାନକୁ 2 ବର୍ଷରୁ ଅଧିକ ପର୍ଯ୍ୟନ୍ତ ବଢ଼ାଇବାରେ ସାହାଯ୍ୟ କରେ |
01:31 | 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଯାଉଥିବା ଶିଶୁମାନଙ୍କଠାରେ ନବଜାତ ମୃତ୍ୟୁର ଆଶଙ୍କା କମ ରହିଥାଏ |
01:39 | ସ୍ତନ୍ୟପାନ ବିଳମ୍ବ ହେଲେ ନବଜାତ ଶିଶୁମାନଙ୍କଠାରେ ରୋଗର ଆଶଙ୍କା ବଢ଼ିପାରେ |
01:47 | ଉଦାହରଣସ୍ୱରୂପ ମଧୁମେହ, ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ |
01:53 | ସ୍ତନ୍ୟପାନର ପ୍ରାରମ୍ଭିକ ପର୍ଯ୍ୟାୟ ଏହା ମଧ୍ୟ ସୁନିଶ୍ଚିତ କରେ ଯେ, ଶିଶୁଟିକୁ "କୋଲଷ୍ଟ୍ର୍ରମ୍" ମିଳୁ |
02:00 | "କୋଲୋଷ୍ଟ୍ର୍ରମ୍" ହେଉଛି ପ୍ରସବ ପରେ ମା’ ଦ୍ୱାରା ସ୍ରାବିତ ପ୍ରଥମ କ୍ଷୀର |
02:07 | ଶିଶୁମାନଙ୍କ ପାଇଁ ଏହା ଶକ୍ତି ଓ ପୋଷକ ତତ୍ତ୍ୱ ଏକ ପ୍ରାରମ୍ଭିକ ଉତ୍ସ ଅଟେ |
02:13 | ଏହା ବିଶେଷକରି ସେମାନଙ୍କ ଜୀବନର ପ୍ରାରମ୍ଭିକ ଦିନଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ |
02:20 | ଏଥିରେ ସଂକ୍ରମଣ ସହିତ ଲଢ଼ିବା ପାଇଁ ବହୁ ସଂଖ୍ୟକ ଉପାଦାନ, |
02:24 | "ଭିଟାମିନ୍ ଏ" ଏବଂ |
02:26 | ଭଲ ଫ୍ୟାଟ୍ ରହିଛି |
02:28 | "କୋଲୋଷ୍ଟ୍ର୍ରମ୍" ରେ ଅନେକ ବିକାଶ ଏବଂ ସୁରକ୍ଷାତ୍ମକ କାରକ ମଧ୍ୟ ଅଛି |
02:35 | "କୋଲୋଷ୍ଟ୍ରମ୍"ର ଏପରି ଗୁଣ ଅଛି, ଯାହା ପୁରୁଣା ମଳଗୁଡ଼ିକୁ ଶୀଘ୍ର କାଢ଼ିବାରେ ସାହାଯ୍ୟ କରେ |
02:42 | "କୋଲୋଷ୍ଟମ୍"ର ବିସ୍ତୃତ ଲାଭ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଅଲ୍ରେ ଆଲୋଚନା କରାଯାଇଛି |
02:48 | ଅଧିକ ବିବରଣୀ ପାଇଁ ଦୟାକରି ୱେବସାଇଟ୍ ଦେଖନ୍ତୁ |
02:52 | ମନେରଖନ୍ତୁ ଯେ, ପ୍ରଥମ 6 ମାସ ପାଇଁ ବିଶେଷ ସ୍ତନ୍ୟପାନ କରାଇବା ଉଚିତ |
02:59 | ସ୍ତନ୍ୟପାନ ହେଉଛି ଏପରି ଏକ ଅନନ୍ୟ ପ୍ରାକୃତିକ ଖାଦ୍ୟ, ଯାହାକୁ ନକଲି କରିହେବ ନାହିଁ |
03:05 | ଶିଶୁର 6 ମାସ ପୂରା ହେଲେ, ପୂରକ ଖାଦ୍ୟ ଆରମ୍ଭ କରାଯିବା ଦରକାର |
03:12 | ସ୍ତନ୍ୟପାନ ସହିତ ଏହା ଦିଆଯିବା ଉଚିତ |
03:16 | ସ୍ତନ୍ୟପାନକୁ 2 ବର୍ଷ କିମ୍ବା ତା’ଠାରୁ ଅଧିକ ପର୍ଯ୍ୟନ୍ତ ଜାରି ରଖିବା ଆବଶ୍ୟକ |
03:22 | ଶିଶୁମାନଙ୍କ ପାଇଁ ସ୍ତନ୍ୟପାନର ଅନେକ ଉପକାର ରହିଛି |
03:27 | ସ୍ତନ୍ୟପାନର ପୋଷକ ତତ୍ତ୍ୱ ଓ ଉପାଦାନ ଶିଶୁମାନଙ୍କ ଦ୍ୱାରା ହଜମ ପାଇଁ ଉପଯୁକ୍ତ ଅଟେ |
03:34 | ସ୍ତନ୍ୟପାନ ମାଧ୍ୟମରେ ଶିଶୁମାନେ "ଆଣ୍ଟିବଡୀ" ପାଆନ୍ତି |
03:38 | "ଆଣ୍ଟିବଡୀ" ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ |
03:46 | ଏହା ସହିତ, ଏହା ଶିଶୁମାନଙ୍କଠାରେ ଆଲର୍ଜୀ ପ୍ରତିକ୍ରିୟାକୁ ରୋକିଥାଏ |
03:52 | ସ୍ତନ୍ୟପାନରେ ବୃଦ୍ଧି କାରକ ମଧ୍ୟ ଥାଏ |
03:56 | ସେଗୁଡ଼ିକ ଶିଶୁର ଅନ୍ତନଳୀରେ ଆବରଣର ବିକାଶରେ ସାହାଯ୍ୟ କରନ୍ତି |
04:02 | ଏହା ଶିଶୁର ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆର ବୃଦ୍ଧିକୁ ପ୍ରୋତ୍ସାହିତ କରେ |
04:08 | ଏହିପରି ଭାବେ, ଏହା ଶିଶୁମାନଙ୍କୁ ଅନ୍ତନଳୀ ପ୍ରଦାହ ଓ ସଂକ୍ରମଣରୁ ରକ୍ଷା କରିଥାଏ |
04:16 | ସେହିଭଳି, ଏହା ଶରୀରର ଅନ୍ୟ ସମସ୍ତ ଅଙ୍ଗର ବିକାଶରେ ସାହାଯ୍ୟ କରେ |
04:22 | ସ୍ତନ୍ୟପାନ ଦ୍ୱାରା ଡାୟରିଆ ହେବାର ଆଶଙ୍କା କମିଯାଏ |
04:27 | ଅନ୍ୟାନ୍ୟ ଲାଭ ହେଉଛି କାନ ସଂକ୍ରମଣର ପ୍ରତିରୋଧ |
04:31 | ଏବଂ ଦାନ୍ତ କ୍ଷୟ |
04:33 | ମାଢ଼ିର ବିକାଶ ଏବଂ ଦାନ୍ତର ସଠିକ୍ ଆଲାଇନ୍ମେଣ୍ଟ ହେଉଛି ଅନ୍ୟ କିଛି ଉଦାହରଣ |
04:41 | ଜୀବନର ପରବର୍ତ୍ତୀ ସମୟରେ କିଛି ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ |
04:48 | ଉଦାହରଣସ୍ୱରୂପ ମଧୁମେହ, ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ ରକ୍ତ କର୍କଟ |
04:56 | ଆଜ୍ମା ଓ ନିମୋନିଆ ଭଳି ଶ୍ୱାସ ରୋଗର ଆଶଙ୍କା ମଧ୍ୟ କମିଯାଏ |
05:04 | ସ୍ତନ୍ୟପାନ ଦ୍ୱାରା 1 ବର୍ଷରୁ କମ୍ ଶିଶୁମାନଙ୍କ ଆକସ୍ମିକ ମୃତ୍ୟୁ ହେବାର ସମ୍ଭାବନା କମିଯାଏ |
05:14 | ସ୍ତନ୍ୟପାନ କରାଉଥିବା ଶିଶୁମାନଙ୍କଠାରେ "ଅଟୋପିକ୍ ଏକ୍ଜିମା ହେବାର ଆଶଙ୍କା ମଧ୍ୟ କମ୍ ଅଟେ |
05:22 | "ଏକ୍ଜିମା" ହେଉଛି ଏପରି ଏକ ଅବସ୍ଥା ଯେଉଁଥିରେ ଚର୍ମ ଲାଲ, କୁଣ୍ଡିଆ ଏବଂ ଖଦରା ହୋଇଯାଇଥାଏ |
05:30 | ସ୍ତନ୍ୟପାନ କରାଉଥିବା ଶିଶୁମାନେ ମଧ୍ୟ ରୋଗ ଏବଂ ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା କମ୍ ଥାଏ |
05:39 | ସ୍ତନ୍ୟପାନ କରାଉଥିବା ଶିଶୁମାନଙ୍କର ଭୋକ ଉପରେ ଭଲ ନିୟନ୍ତ୍ରଣ ଥାଏ |
05:44 | ସ୍ତନ କ୍ଷୀରରେ ଭୋକ ନିୟନ୍ତ୍ରଣ କରୁଥିବା ହରମୋନ୍ ଥାଏ |
05:48 | ଏହିପରି ହରମୋନ୍ ଶିଶୁମାନଙ୍କୁ ସେମାନଙ୍କର ଭୋକ ଓ ତୃପ୍ତି ସଙ୍କେତ ଶୁଣିବାରେ ସାହାଯ୍ୟ କରେ |
05:57 | ସ୍ତନ୍ୟପାନ କରୁନଥିବା ଶିଶୁମାନଙ୍କଠାରେ ଏହି ସ୍ୱୟଂ ନିୟନ୍ତ୍ରଣ ରହିନଥାଏ |
06:03 | ପରିଶେଷରେ ଏହା ଅତ୍ୟଧିକ ଖାଦ୍ୟ ଖାଇବାର, |
06:07 | ମୋଟାପଣ ଏବଂ ପରେ ମଧୁମେହର କାରଣ ହୋଇପାରେ |
06:11 | ସ୍ତନ୍ୟପାନ କରାଇବା ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ |
06:15 | ସ୍ତନ୍ୟପାନରେ ଏପରି ଉପାଦାନ ଅଛି, ଯାହା ମସ୍ତିଷ୍କର ବିକାଶ ଓ ପରିପକ୍ୱତାରେ ସାହାଯ୍ୟ କରିଥାଏ |
06:23 | ସ୍ତନ୍ୟପାନ କରୁଥିବା ପିଲାମାନଙ୍କଠାରେ ଉଚ୍ଚ ବୁଦ୍ଧି ଏବଂ ଅନ୍ୟାନ୍ୟ ସାମର୍ଥ୍ୟ ରହିଥାଏ |
06:28 | ମା’ କ୍ଷୀର ଅପରିପକ୍ୱ ଶିଶୁମାନଙ୍କୁ ବହୁତ ଲାଭ ଦିଏ |
06:34 | ସ୍ତନ ଉପରେ ଶୋଷିଲେ ଏହିପରି ଶିଶୁମାନଙ୍କର ଶ୍ୱାସକ୍ରିୟା ଭଲ ହୁଏ |
06:40 | ଏହିଭଳି ଶିଶୁମାନଙ୍କର ଅନ୍ତନଳୀ ସଂକ୍ରମଣ ହେବାର ଆଶଙ୍କା ଥାଏ |
06:47 | ଉଦାହରଣସ୍ଵରୁପ: ଡାୟରିଆ ଓ "ନେକ୍ରୋଟାଇଜିଂ ଏଣ୍ଟ୍ରୋକୋଲିଟିସ୍", ଯାହା NEC ଭାବରେ ଜଣାଶୁଣା |
06:56 | NEC ହେଉଛି ସଂକ୍ରମଣ ଓ ଅନ୍ତନଳୀରେ କ୍ଷତି କାରଣରୁ ଏକ ଗୁରୁତର ଅବସ୍ଥା |
07:05 | ସ୍ତନ କ୍ଷୀର ଅପରିପକ୍ୱ ଶିଶୁମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିଥାଏ |
07:11 | ମା’ କ୍ଷୀର ଅପରିପକ୍ୱ ଶିଶୁମାନଙ୍କର ସଂକ୍ରମଣ ଲଢ଼େଇ "ପ୍ରୋଟିନ୍"ରେ ଭରପୂର ଅଟେ |
07:19 | ଏଥିରେ ଅନ୍ତନଳୀ ସୁରକ୍ଷାତ୍ମକ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା କାରକ ମଧ୍ୟ ଥାଏ |
07:25 | ନିର୍ଦ୍ଦିଷ୍ଟ "ଅମିନୋ ଆସିଡ୍" ଏବଂ ଭଲ ବ୍ୟାକ୍ଟେରିଆର ଉଚ୍ଚ ସାନ୍ଦ୍ରତା ମଧ୍ୟ ରହିଛି |
07:33 | ଅପରିପକ୍ୱ ଶିଶୁମାନଙ୍କର ବୃଦ୍ଧି ପାଇଁ ଏହି ଅମିନୋ ଆସିଡ୍ ଜରୁରୀ ଅଟେ |
07:40 | ଏହିପରି ଭାବେ ସ୍ତନ୍ୟପାନ ସଂକ୍ରମଣକୁ ରୋକିବାରେ |
07:43 | ଏବଂ ଓଜନ ବଢ଼ାଇବାରେ ସାହାଯ୍ୟ କରେ |
07:46 | ଅପରିପକ୍ୱ ଜନ୍ମ କାରଣରୁ ହେଉଥିବା ଦୀର୍ଘକାଳୀନ ସମସ୍ୟା ସ୍ତନ୍ୟପାନ ଦ୍ୱାରା କମିଯାଏ |
07:52 | ଉଦାହରଣସ୍ୱରୂପ, ଫୁସଫୁସ୍ ଏବଂ ଆଖିର ସମସ୍ୟା |
07:57 | ତେଣୁ, ଅପରିପକ୍ୱ ଶିଶୁମାନେ ସର୍ବାଧିକ ପରିମାଣର ମା’ କ୍ଷୀର ପାଇବା ଉଚିତ |
08:04 | ଏପରିକି KMC ଭାବରେ ଜଣାଶୁଣା "କଙ୍ଗାରୁ ମାତା ଯତ୍ନ", ଅପରିପକ୍ୱ ଶିଶୁମାନଙ୍କ ପାଇଁ ଉପଯୋଗୀ ଅଟେ |
08:12 | ଏହା ସେମାନଙ୍କ ମଧ୍ୟରେ ସ୍ତନ୍ୟପାନର ଆବୃତ୍ତି ଏବଂ ଅବଧିରେ ଉନ୍ନତି କରେ |
08:18 | KMC ସମୟରେ ଚର୍ମ ସମ୍ପର୍କ ଶିଶୁର ଶରୀର ତାପମାତ୍ରାକୁ ବଜାୟ ରଖିବାରେ ସାହାଯ୍ୟ କରେ |
08:27 | ଏହା ଶିଶୁର ହୃଦ୍-ସ୍ପନ୍ଦନ ଏବଂ ରକ୍ତରେ ଅମ୍ଳଜାନ ସ୍ତରକୁ ସ୍ଥିର କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
08:35 | ଅନ୍ୟ ଏକ ଟ୍ୟୁଟୋରିଅଲ୍ରେ "କଙ୍ଗାରୁ ମାତା ଯତ୍ନ" ପାଇଁ ପଦ୍ଧତି ବର୍ଣ୍ଣନା କରାଯାଇଛି |
08:42 | ଶିଶୁମାନଙ୍କ ବ୍ୟତୀତ ସ୍ତନ୍ୟପାନ ମା'ମାନଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ |
08:48 | ଏହାର ଲାଭ ତୁରନ୍ତ ଏବଂ ଦୀର୍ଘକାଳୀନ ଅଟେ |
08:53 | ପ୍ରସବ ପରେ ତୁରନ୍ତ ସ୍ତନ୍ୟପାନ କରାଇବା ଦ୍ୱାରା ଯୋନୀ ରକ୍ତସ୍ରାବ କମିଯାଏ |
08:59 | ଏହା ଶରୀରରେ "ଅକ୍ସିଟୋସିନ୍" ହରମୋନ୍ ସ୍ତରକୁ ବଢ଼ାଇଥାଏ |
09:05 | ଏହା ଶରୀରରୁ ପ୍ଲେସେଣ୍ଟା ବାହାର କରିବାରେ ସାହାଯ୍ୟ କରିଥାଏ |
09:09 | ଫଳସ୍ୱରୂପ, ଗର୍ଭାଶୟ ସଂକୋଚନରେ ଉନ୍ନତି ହୁଏ ଏବଂ ଯୋନୀ ରକ୍ତସ୍ରାବ କମିଯାଏ |
09:17 | ଏହିଭଳି ଭାବେ ମା’ମାନଙ୍କଠାରେ ରକ୍ତହୀନତାକୁ ରୋକାଯାଇପାରିବ |
09:21 | ମା’ମାନଙ୍କ ପାଇଁ ସ୍ତନ୍ୟପାନର ମନୋବୈଜ୍ଞାନିକ ଲାଭ ରହିଛି |
09:27 | ବାରମ୍ବାର ଚର୍ମ ସଂସ୍ପର୍ଶରେ ଆସିଲେ ମା’ ଓ ତାଙ୍କ ଶିଶୁ ମଧ୍ୟରେ ସମ୍ୱନ୍ଧ ବିକଶିତ ହୋଇଥାଏ |
09:35 | ଏହି ସମ୍ୱନ୍ଧ ମାତାଙ୍କୁ ସ୍ତନ୍ୟପାନ କରାଇବାକୁ ପ୍ରସ୍ତୁତ କରେ |
09:39 | ପରିଶେଷରେ, ଏହା ମା’ମାନଙ୍କଠାରେ ପ୍ରସବୋତ୍ତର ଚାପ ଓ ଅବସାଦକୁ ହ୍ରାସ କରିଥାଏ |
09:46 | ସ୍ତନ୍ୟପାନ ଦ୍ୱାରା ମା’ମାନଙ୍କ ପାଇଁ ଦୀର୍ଘକାଳୀନ ଲାଭ ମଧ୍ୟ ହୋଇଥାଏ |
09:51 | ଏହା ପରବର୍ତ୍ତୀ ବୟସରେ ହାଡ଼ର ଦୁର୍ବଳତାକୁ ରୋକିଥାଏ |
09:56 | ସ୍ତନ କର୍କଟ ଏବଂ ଡିମ୍ୱଗ୍ରନ୍ଥି କର୍କଟର ଆଶଙ୍କା ମଧ୍ୟ କମିଯାଏ |
10:02 | ଗର୍ଭାବସ୍ଥାରେ, ମହିଳାମାନଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକରେ ଚର୍ବି ବଢ଼ିଯାଇଥାଏ |
10:08 | ଯେପରିକି ପେଟ, ଅନ୍ତନଳୀ ଓ ଯକୃତ |
10:12 | ଏହି ଚର୍ବି ପେଟ ବା ଉଦର ସ୍ଥାନରେ ଲୁଚି ରହିଥାଏ |
10:18 | ଏହି ଚର୍ବି ଅଧିକ ହେଲେ "ଇନସୁଲିନ୍ ପ୍ରତିରୋଧ", |
10:23 | ମଧୁମେହ ଓ ମେଦବହୁଳତା ହୋଇପାରେ |
10:26 | ମହିଳାମାନଙ୍କଠାରେ ଏହି ଚର୍ବି ହ୍ରାସ କରିବାରେ ସ୍ତନ୍ୟପାନ ସାହାଯ୍ୟ କରେ |
10:31 | ଏହା ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗର ଆଶଙ୍କା କମ କରିଥାଏ |
10:37 | ବିଶେଷ ସ୍ତନ୍ୟପାନ ପ୍ରାକୃତିକ ଜନ୍ମ ନିୟନ୍ତ୍ରଣ ଭାବରେ କାର୍ଯ୍ୟ କରିପାରେ |
10:44 | ହେଲେ, ଦମ୍ପତିମାନଙ୍କୁ ପ୍ରସବର 6 ସପ୍ତାହ ପରେ ଗର୍ଭନିରୋଧକ ବ୍ୟବହାର କରିବା ଉଚିତ |
10:50 | ଏହା, ଦୁଇଟି ଗର୍ଭଧାରଣ ମଧ୍ୟରେ ବ୍ୟବଧାନ ରଖିବାରେ ସାହାଯ୍ୟ କରେ |
10:56 | ସ୍ତନ୍ୟପାନର କିଛି ଆର୍ଥିକ ଲାଭ ରହିଛି |
11:00 | ସ୍ତନ୍ୟପାନ ବିନା ମୂଲ୍ୟରେ ଉପଲବ୍ଧ ଏବଂ ଶିଶୁ ପାଇଁ ସର୍ବୋତ୍ତମ |
11:07 | ଏଥିରେ ଫର୍ମୁଲା କ୍ଷୀର, ବୋତଲ ଏବଂ ପ୍ଲାଷ୍ଟିକ୍ ନିପ୍ପଲ୍ ପାଇଁ ଖର୍ଚ୍ଚ ଅନ୍ତର୍ଭୁକ୍ତ ନାହିଁ |
11:14 | ମା’ କ୍ଷୀର ପ୍ରସ୍ତୁତ କରିବାରେ ଅତିରିକ୍ତ ସମୟ ମଧ୍ୟ ଖର୍ଚ୍ଚ ହୁଏ ନାହିଁ |
11:20 | ମା’ କ୍ଷୀର ପ୍ରସ୍ତୁତ କରିବା ପାଇଁ ଗରମ ପାଣି, ବାସନ ଏବଂ ଗରମ ଇନ୍ଧନ ଆବଶ୍ୟକତା ନାହିଁ |
11:28 | ମଇଳା ପାଣି କିମ୍ବା ମଇଳା ଫୀଡିଙ୍ଗ୍ ବୋତଲ ଶିଶୁକୁ ଅସୁସ୍ଥ କରିଦେଇପାରେ |
11:35 | ତେଣୁ, ଭବିଷ୍ୟତରେ ମା’ ଓ ଶିଶୁ ପାଇଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ କମ୍ ହୁଏ |
11:42 | ସ୍ତନ୍ୟପାନର ଅନେକ ପରିବେଶୀୟ ଉପକାର ମଧ୍ୟ ରହିଛି |
11:47 | ପ୍ରଥମତଃ, ସ୍ତନ୍ୟପାନରେ କୌଣସି ପ୍ୟାକେଜିଂ କିମ୍ବା ପରିବହନ ଜଡ଼ିତ ନାହିଁ |
11:54 | ଏହା କୌଣସି ଆବର୍ଜନା, |
11:57 | ଧୂଆଁ କିମ୍ୱା କୋଳାହଳ ଉତ୍ପାଦନ କରେ ନାହିଁ |
12:00 | ଏହା ବୈଶ୍ୱିକ ସମ୍ୱଳ ଓ ଶକ୍ତି ସଞ୍ଚୟ କରି ପ୍ରଦୂଷଣ ହ୍ରାସ କରିଥାଏ |
12:06 | ତେଣୁ, ସ୍ତନ୍ୟପାନ କରାଇବା ହେଉଛି ସର୍ବୋତ୍ତମ ବିକଳ୍ପ |
12:10 | ମାତାମାନେ ଶିଶୁକୁ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ସ୍ତନ୍ୟପାନ କରାଇବା ଉଚିତ |
12:18 | ଏହା ଶିଶୁ ଓ ମା'ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ |
12:24 | ସ୍ତନ୍ୟପାନ କରାଇବା ପାଇଁ ସଠିକ୍ ସ୍ତନ୍ୟପାନ କୌଶଳ ଜାଣିବା ଆବଶ୍ୟକ ହୋଇଥାଏ |
12:30 | ତାହା ସହିତ ପରିବାରର ପର୍ଯ୍ୟାପ୍ତ ସମର୍ଥନ ଏବଂ ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ |
12:38 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଅଲ୍ରେ ଏହାକୁ ବର୍ଣ୍ଣନା କରାଯାଇଛି |
12:44 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |