Difference between revisions of "Health-and-Nutrition/C2/Cradle-Hold-for-Breastfeeding/Oriya"
From Script | Spoken-Tutorial
(One intermediate revision by one other user not shown) | |||
Line 37: | Line 37: | ||
|- | |- | ||
|00:45 | |00:45 | ||
− | |||
| ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ | | ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ | ||
Line 415: | Line 414: | ||
|ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ | |ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ | ||
+ | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|- | |- | ||
− | |||
− | |||
− | |||
|} | |} |
Latest revision as of 13:05, 4 August 2020
00:01 | ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରେଡଲ୍ ହୋଲ୍ଡ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:09 | ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ, |
00:15 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ |
00:18 | କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ |
00:22 | ଚାଲନ୍ତୁ ଆରମ୍ଭ କରିବା.
ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି - ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି, |
00:39 | ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ |
00:45 | ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ |
00:50 | ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ |
00:54 | ଚାଲନ୍ତୁ, ଆମେ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା |
00:59 | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ |
01:05 | ଏବଂ ଭଲ ଭାବରେ ଶୁଖାଇବେ |
01:10 | ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବେ |
01:15 | ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ |
01:22 | ତେଣୁ, ତାଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ |
01:27 | ତା’ପରେ, ଚାଲନ୍ତୁ ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା |
01:31 | ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ |
01:36 | କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ |
01:41 | ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, |
01:47 | ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ |
01:53 | ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ, |
02:00 | କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ |
02:05 | ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ |
02:12 | ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ |
02:18 | ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ |
02:25 | ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ |
02:29 | ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି, ସେହି ପଟେ ଶିଶୁକୁ ଧରିବେ |
02:37 | ସେହି ହାତର କହୁଣୀରେ ଶିଶୁର ମୁଣ୍ଡ ଆରାମଦାୟକ ଅବସ୍ଥାରେ ରହିବ |
02:44 | ସେହି ବାହୁରେ ମା’ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ |
02:51 | ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. |
02:56 | ତେଣୁ, ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ |
03:04 | ଡାହାଣ ହାତର କହୁଣୀରେ ଶିଶୁର ମୁଣ୍ଡ ରହିଛି |
03:10 | ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ |
03:19 | ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ |
03:25 | ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ |
03:30 | ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ |
03:36 | ତା’ପରେ ଶିଶୁର ଶରୀରରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା |
03:42 | ଶିଶୁର ପେଟ ଉପରେ ମା’ଙ୍କ ଶରୀରର ସାମାନ୍ୟ ଚାପ ପଡ଼ିବା ଆବଶ୍ୟକ |
03:47 | ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ |
03:54 | ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ |
04:00 | ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା |
04:08 | ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ |
04:16 | କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି |
04:23 | ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେନାହିଁ |
04:28 | ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ |
04:35 | ଏହାଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ |
04:41 | ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ |
04:46 | ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ଧରିବା ଦରକାର |
04:51 | ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ |
04:58 | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା |
05:03 | ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ |
05:07 | ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ |
05:13 | ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ |
05:19 | ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ |
05:26 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକର ଚାରିପଟେ ଥିବା ଗାଢ଼ କଳା ଅଂଶ |
05:32 | ବର୍ତ୍ତମାନ ଶିଶୁଟି ସଠିକ୍ ସ୍ଥିତିରେ ରହିଛି, |
05:35 | ଚାଲନ୍ତୁ ସ୍ତନକୁ ଧରିବା ବିଷୟରେ ଜାଣିବା |
05:39 | ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ |
05:48 | ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିଛନ୍ତି |
05:55 | ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ |
06:04 | ଘଣ୍ଟାରେ 3ଟା ବାଜିଥିବା ସ୍ଥିତିରେ ମା’ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ |
06:10 | ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ସ୍ଥିତିରେ ରହିବ |
06:18 | ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ
କାହିଁକି? |
06:25 | ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା |
06:30 | ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ |
06:35 | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ |
06:40 | ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି |
06:46 | ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିଲେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ |
06:53 | ସେହିପରି ଶିଶୁର ଓଠକୁ ଦେଖନ୍ତୁ
ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛି |
07:00 | ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବ |
07:06 | ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ |
07:13 | ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ |
07:23 | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ |
07:34 | ଏହାକୁ ବହୁତ ଦୂରରୁ ଧରିରଖିଲେ, ପାଟି ମଧ୍ୟରେ ତାହା ଠିକ ଭାବେ ଖାପ ହେବ ନାହିଁ |
07:41 | ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ |
07:47 | ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି |
07:55 | ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେ ନାହିଁ |
08:05 | ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, |
08:11 | ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ |
08:17 | ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ |
08:23 | ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଦରକାର |
08:30 | ଏବଂ ତାଙ୍କର ଦୁଇଟି ଆଙ୍ଗୁଠି, ଶିଶୁର ନାକ ଥିବା ସ୍ତନର କଡ଼ରେ ରହିବା ଆବଶ୍ୟକ |
08:36 | ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ |
08:41 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ |
08:48 | ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବେ |
08:54 | ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ |
09:01 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ |
09:07 | V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ |
09:14 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ |
09:21 | ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ |
09:27 | ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ |
09:32 | ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ |
09:39 | ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ |
09:43 | ବର୍ତ୍ତମାନ, ଶିଶୁଟି କ୍ରେଡଲ୍ ହୋଲ୍ଡରେ ରହିବା ସହ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ |
09:49 | ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ଏହି ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
09:58 | ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ |
10:05 | ମା’ ସ୍ତନରୁ ହାତ କାଡ଼ିଦେବେ ଏବଂ |
10:09 | ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖିବେ |
10:14 | ଏହି ସ୍ଥିତିରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଦରକାର |
10:21 | ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ |
10:26 | ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |