Difference between revisions of "Linux-AWK/C2/MultiDimensional-Array-in-awk/Oriya"
(Created page with "{| border=1 | <center>'''Time ' ' '</center> | <center>'''Narration'''</center> |- | 00:01 | ବନ୍ଧୁଗଣ, AWK ଥିବା “ମଲ୍ଟିଡାଇମେନ୍...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center>'''Time ' ' '</center> | + | | <center>'''Time '''</center> |
| <center>'''Narration'''</center> | | <center>'''Narration'''</center> | ||
Latest revision as of 20:05, 21 July 2019
|
|
00:01 | ବନ୍ଧୁଗଣ, AWK ଥିବା “ମଲ୍ଟିଡାଇମେନ୍ସନଲ୍ ଆରେ” ତିଆରି କରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ - AWKରେ "ମଲ୍ଟି ଡାଇମେନ୍ସନଲ୍ ଆରେ” ତିଆରି କରିବା ଏବଂ "ମଲ୍ଟି ଡାଇମେନ୍ସନଲ୍ ଆରେ" ସ୍କାନ୍ କରିବା ବିଷୟରେ ଶିଖିବା |
00:18 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:21 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ Gedit Text Editor 3.20.1 ବ୍ୟବହାର କରୁଛି |
00:33 | ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
00:37 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା "ଆରେ” ଉପରେ ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:45 | ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ର ମୌଳିକ ଜ୍ଞାନ ଥିବା ଉଚିତ |
00:52 | ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
00:58 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ |
01:08 | AWKରେ ଏକ “ମଲ୍ଟିଡାଇମେନ୍ସନଲ୍ ଆରେ” କ’ଣ? |
01:12 | ଆମେ ଜାଣିଛେ ଯେ, "ସିଙ୍ଗଲ୍ ଡାଇମେନ୍ସନଲ୍ ଆରେଗୁଡ଼ିକ"ରେ ଏକ ସିଙ୍ଗଲ୍ "ଇଣ୍ଡେକ୍ସ” ଦ୍ୱାରା "ଆରେ ଏଲେମେଣ୍ଟ"କୁ ଚିହ୍ନଟ କରାଯାଇଥାଏ |
01:19 | ଉଦାହରଣସ୍ୱରୂପ, "ଆରେ ୱିକ୍"କୁ ଏକ ସିଙ୍ଗଲ୍ "ଇଣ୍ଡେକ୍ସ, Day” ଦ୍ୱାରା "ଚିହ୍ନଟ” କରାଯାଇଥାଏ |
01:26 | ହେଲେ, "ମଲ୍ଟି ଡାଇମେନ୍ସନଲ୍ ଆରେ"ରେ, ଏକାଧିକ "ଇଣ୍ଡାଇସେସ୍”ର ଏକ ଶୃଙ୍ଖଳା ଦ୍ୱାରା ଏକ “ଏଲେମେଣ୍ଟ”କୁ ଚିହ୍ନଟ କରାଯାଏ |
01:34 | ଉଦାହରଣସ୍ୱରୂପ, ଏକ "ଟୁ ଡାଇମେନ୍ସନଲ୍ ଆରେ ଏଲେମେଣ୍ଟ"କୁ “2 ଇଣ୍ଡାଇସେସ୍”ର ଶୃଙ୍ଖଳା ଦ୍ୱାରା ଚିହ୍ନଟ କରାଯାଏ |
01:42 | ଏଠାରେ, ଗୋଟିଏ ସିଙ୍ଗଲ୍ ଷ୍ଟ୍ରିଙ୍ଗରେ "ମଲ୍ଟିପଲ୍ ଇଣ୍ଡାଇସେସ୍", ସେଗୁଡ଼ିକ ମଧ୍ୟରେ ଏକ ସେପାରେଟର୍ ଦେଇ କନକାଟେନେଟ୍ କରାଯାଇଛି. |
01:50 | "ବିଲ୍ଟ-ଇନ୍ ଭେରିଏବଲ୍ SUBSEP”ର ମୂଲ୍ୟ ହେଉଛି "ସେପାରେଟର୍” |
01:55 | ଏକ ସରଳ "ୱନ୍ ଡାଇମେନ୍ସନଲ୍ ଆରେ” ପାଇଁ ଗୋଟିଏ ସିଙ୍ଗଲ୍ "ଇଣ୍ଡେକ୍ସ” ଭାବରେ ମିଶ୍ରିତ "ଷ୍ଟ୍ରିଙ୍ଗ୍” ବ୍ୟବହୃତ ହୋଇଥାଏ |
02:01 | ଉଦାହରଣସ୍ୱରୂପ, ମନେକରନ୍ତୁ ଆମେ “multi ସ୍କ୍ୱେର୍ ବ୍ରାକେଟ୍ସ ମଧ୍ୟରେ 4 କମା 6 ଇକ୍ୱାଲ୍ ଟୁ ଡବଲ୍ କୋଟ୍ସରେ ଭାଲ୍ୟୁ” ଲେଖିଲେ |
02:11 | ଏଠାରେ, multi ହେଉଛି multi-dimensional arrayର ନାମ “
ତା’ପରେ, ନମ୍ୱର୍ 4 ଓ 6 ଏକ "ଷ୍ଟ୍ରିଙ୍ଗ୍"ରେ ପରିବର୍ତ୍ତିତ ହୋଇଥାଏ |
02:21 | ମନେକରନ୍ତୁ, SUBSEPର ଭାଲ୍ୟୁ ହେଉଛି "ହାଶ ଚିହ୍ନ (#)” |
02:26 | ତା’ପରେ, ସେଗୁଡ଼ିକ ମଝିରେ ଏକ "ହାଶ୍ ଚିହ୍ନ (#)” ସହିତ ସେହି ନମ୍ୱର୍ ଗୁଡ଼ିକୁ କନକାଟେନେଟ୍ କରାଯାଇଛି |
02:32 | ତେଣୁ, “array element multi ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ ଡବଲ୍ କୋଟ୍ସ ମଧ୍ୟରେ 4 ହାଶ୍ 6"କୁ "ଡବଲ୍ କୋଟ୍ସ ମଧ୍ୟରେ ଭାଲ୍ୟୁ"ରେ ସେଟ୍ କରାଗଲା |
02:43 | SUBSEPର ଡିଫଲ୍ଟ ଭାଲ୍ୟୁ ହେଉଛି "ଷ୍ଟ୍ରିଙ୍ଗ୍ ଡବଲ୍ କୋଟ୍ସ ମଧ୍ୟରେ ବେକ୍ ସ୍ଲାଶ୍ 034” |
02:50 | ଏହା ବାସ୍ତବରେ ଏକ "ନନ୍ ପ୍ରିଣ୍ଟିଙ୍ଗ୍ କ୍ୟାରେକ୍ଟର୍” ଅଟେ “
ଏହା ସାଧାରଣତଃ ଅଧିକାଂଶ ଇନପୁଟ୍ ଡେଟାରେ ଦେଖାଦିଏ ନାହିଁ |
02:58 | ସ୍ଲାଇଡ୍ରେ ଦେଖାଯାଇଥିବା ଭଳି ଚାଲନ୍ତୁ ଏକ "ଟୁ ଡାଇମେନ୍ସନଲ୍ ଆରେ” ଘୋଷଣା କରିବାକୁ ଚେଷ୍ଟା କରିବା |
03:03 | ଧାଡ଼ି 1ରେ ଦୁଇଟି ଏଲେମେଣ୍ଟ A ଓ B ଅଛି |
03:08 | ଧାଡ଼ି 2ରେ ଦୁଇଟି ଏଲେମେଣ୍ଟ C ଓ D ଅଛି |
03:12 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
03:17 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
03:24 | ଏବେ, ନିମ୍ନାନୁସାରେ "ଆରେ"କୁ ପରିଭାଷିତ କରନ୍ତୁ. ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ
ତା’ପରେ Enter ଦାବନ୍ତୁ |
03:35 | କୌଣସି "ଏରର୍” ବିନା ଆମେ ଏକ "କମାଣ୍ଡ ପ୍ରମ୍ପ୍ଟ” ପାଇଲେ.
ତେଣୁ, "ଆରେ"ଟି ପରିଭାଷିତ ହେଲା |
03:41 | ଆମେ କୌଣସି ଆଉଟପୁଟ୍ ପାଇଲେ ନାହିଁ, କାରଣ କୋଡ୍ରେ ଆମେ କିଛି ବି ପ୍ରିଣ୍ଟ କରିବାକୁ ଦେଇନାହେଁ |
03:47 | ଚାଲନ୍ତୁ "ପ୍ରିଣ୍ଟ ଷ୍ଟେଟମେଣ୍ଟ” ଦେବା |
03:50 | ଟର୍ମିନଲ୍ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ |
03:56 | ବନ୍ଦ "କର୍ଲୀ ବ୍ରାକେଟ୍” ଠିକ୍ ପୂର୍ବରୁ ଟାଇପ୍ କରନ୍ତୁ, semicolon ସ୍ପେସ୍ print ସ୍ପେସ୍ a ସ୍କ୍ୱେର୍ ବ୍ରାକେଟ୍ସ ମଧ୍ୟରେ 2 କମା 2 .
କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
04:13 | ଧ୍ୟାନ ଦିଅନ୍ତୁ ଯେ, ଆମକୁ କ୍ୟାପିଟଲ୍ D ଭାବେ ଆଉଟପୁଟ୍ ମିଳିଲା |
04:18 | ପ୍ରଦତ୍ତ "ମଲ୍ଟିଡାଇମେନ୍ସନଲ୍ ଆରେ"ରେ ଏକ ନିର୍ଦ୍ଦିଷ୍ଟ "ଇଣ୍ଡେକ୍ସ ସିକ୍ୱେନ୍ସ” ଅଛି କି ନାହିଁ କିପରି ଭାବେ ପରୀକ୍ଷା କରିବା? |
04:25 | ଆମେ, in operator ବ୍ୟବହାର କରିପାରିବା |
04:28 | ଏହାକୁ ଆମେ, ଏହି ଶୃଙ୍ଖଳାର ପୂର୍ବବର୍ତ୍ତୀ "ସିଙ୍ଗଲ୍ ଡାଇମେନ୍ସନଲ୍ ଆରେ”ରେ ଦେଖିସାରିଛେ |
04:34 | "କମା” ଦ୍ୱାରା ପୃଥକ୍ କରାଯାଇଥିବା ଏବଂ ପାରାନ୍ଥେସେସ୍ ମଧ୍ୟରେ ଥିବା "ଇଣ୍ଡାଇସେସ୍"ର ସମଗ୍ର ଶୃଙ୍ଖଳାକୁ ଆମକୁ ଲେଖିବାକୁ ହେବ |
04:42 | ଚାଲନ୍ତୁ ଏହାକୁ ଏକ ଉଦାହରଣରେ ଦେଖିବା |
04:45 | ମୁଁ, test_multi.awk ନାମକ ଗୋଟିଏ ସ୍କ୍ରିପ୍ଟ ଆଗରୁ ଲେଖିସାରିଛି |
04:51 | ଏହି ଟ୍ୟୁଟୋରିଆଲ୍ ପେଜ୍ର "କୋଡ୍ ଫାଇଲ୍ସ” ଲିଙ୍କରେ ସେହି ଫାଇଲ୍ ଉପଲବ୍ଧ ଅଛି |
04:56 | ଆମର ପୂର୍ବ ଆଲୋଚନାରେ ଯେପରି ଦେଖିଥିଲେ, ମୁଁ ଗୋଟିଏ “2 ବାଏ 2 ଆରେ” ପରିଭାଷିତ କରିଛି |
05:02 | ତା’ପରେ, ମୁଁ ଦୁଇଟି if conditions ଲେଖିଛି |
05:06 | "ଇଣ୍ଡେକ୍ସ ୱନ୍ କମା ୱନ୍"ରେ "ଏଲେମେଣ୍ଟ” ଉପସ୍ଥିତ ଅଛି କି ନାହିଁ, ତାହା ପ୍ରଥମ “if condition” ଯାଞ୍ଚ କରିଥାଏ |
05:13 | ଆମକୁ, "ପାରାନ୍ଥେସେସ୍” ମଧ୍ୟରେ "ମଲ୍ଟିଡାଇମେନ୍ସନଲ୍ ଆରେ” ପାଇଁ "ଇଣ୍ଡେକ୍ସ” ଲେଖିବାକୁ ହେବ |
05:18 | ଯଦି "କଣ୍ଡିଶନ୍” ସତ୍ୟ ହୋଇଥିବ, ତେବେ ଏହା one comma one is present ପ୍ରିଣ୍ଟ କରିବ |
05:23 | ଅନ୍ୟଥା, one comma one is absent ପ୍ରିଣ୍ଟ ହେବ |
05:28 | ସମାନ ଭାବରେ, Index three Comma Oneଠାରେ ଆମେ "ଏଲେମେଣ୍ଟ"ର ଉପସ୍ଥିତି ଯାଞ୍ଚ କରିବା.
ଫାଇଲ୍କୁ ନିଷ୍ପାଦନ କରନ୍ତୁ |
05:36 | ଟର୍ମିନଲ୍କୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ test ଅଣ୍ଡରସ୍କୋର୍ multi ଡଟ୍ awk ଏବଂ Enter ଦାବନ୍ତୁ. |
05:49 | ଆଉଟପୁଟ୍ କୁହେ, One Comma One is Present ଏବଂ Three Comma One is Absent |
05:55 | ଚାଲନ୍ତୁ ଆଉ ଗୋଟିଏ ଉଦାହରଣ ଦେଖିବା.
ମନେକରନ୍ତୁ, ଆମେ ଗୋଟିଏ "ମେଟ୍ରିକ୍ସ"ର Transpose ତିଆରି କରିବାକୁ ଚାହୁଁଛେ |
06:02 | ପ୍ରଦତ୍ତ "ମେଟ୍ରିକ୍ସ"ର "ଟ୍ରାନ୍ସପୋଜ୍", ଗୋଟିଏ "ମେଟ୍ରିକ୍ସ"ର "ରୋ” ଓ "କଲମ୍"କୁ ଅନ୍ତଃପରିବର୍ତ୍ତନ କରାଯାଇ ଗଠନ କରାଯାଇଛି.
ଏହାକୁ ଆମେ କିପରି କରିବା? |
06:11 | 2D-array.txt ଫାଇଲ୍ରେ ମୁଁ ଗୋଟିଏ "ଟୁ-ଡାଇମେନ୍ସନଲ୍ ଆରେ ମେଟ୍ରିକ୍ସ” ତିଆରି କରିଛି |
06:19 | ମୁଁ, transpose.awk ନାମକ ଗୋଟିଏ କୋଡ୍ ଲେଖିସାରିଛି |
06:24 | ପ୍ରଥମେ, ଏହି awk scriptର action sectionକୁ ଦେଖନ୍ତୁ |
06:29 | ଏଠାରେ ଆମେ, ଗୋଟିଏ "ରୋ"ରେ ଥିବା "ଫିଲ୍ଡ"ଗୁଡ଼ିକର ସର୍ବାଧିକ ସଂଖ୍ୟାକୁ ଗଣନା କରିବା
ଏବଂ ଗଣନା କରାଯାଇଥିବା ଭାଲ୍ୟୁକୁ Variable max_nfରେ ଷ୍ଟୋର୍ କରିବା |
06:40 | ଆମେ ଯେପରି ଜାଣିଛେ, awk ଦ୍ୱାରା ପ୍ରୋସେସ୍ କରାଯାଇଥିବା ସାମ୍ପ୍ରତିକ "ରେକର୍ଡସ୍"ର ନମ୍ୱର୍ ହେଉଛି NR.
Max_nr variableରେ NRର ଭାଲ୍ୟୁ ଷ୍ଟୋର୍ କରାଯାଇଛି |
06:50 | ପ୍ରଥମ "ରେକର୍ଡ"ରୁ ଶେଷ "ରେକର୍ଡ” ପର୍ଯ୍ୟନ୍ତ "ଇନପୁଟ୍ ଫାଇଲ୍"କୁ AWK ପ୍ରୋସେସ୍ କରିବ |
06:56 | AWK, ପ୍ରଥମ "ରେକର୍ଡ” ପ୍ରୋସେସ୍ କରିବାବେଳେ max_nr, 1 ସହିତ ସମାନ ରହିବ |
07:03 | ଦ୍ୱିତୀୟ "ରେକର୍ଡ” ପ୍ରୋସେସ୍ କରିବାବେଳେ max_nr, 2 ରହିବ ଏବଂ ଏହିଭଳି ଭାବରେ ଜାରି ରହିବ |
07:11 | ଯେତେବେଳେ AWK ଶେଷ "ରେକର୍ଡ” ପ୍ରୋସେସ୍ କରିବ max_nr, "ରେକର୍ଡ"ଗୁଡ଼ିକର ସମୁଦାୟ ସଂଖ୍ୟାକୁ ଷ୍ଟୋର୍ କରିବ |
07:19 | ଏବେ ଆମେ, "ଇନପୁଟ ଫାଇଲ୍"ରୁ ଡେଟା ପଢ଼ିବା ଏବଂ ତାହାକୁ "ଟୁ ଡାଇମେନ୍ସନଲ୍ ଆରେ"ରେ ଷ୍ଟୋର୍ କରିବା |
07:26 | For Loop ଭିତରେ, ଆମ ପାଖରେ Iterator Variable X ଅଛି |
07:31 | x, ୱନ୍ ରୁ NF ପର୍ଯ୍ୟନ୍ତ ପାର୍ କରିବ ଏବଂ ପ୍ରତ୍ୟେକ "ଆଇଟିରେଶନ୍” ପରେ x, 1 ଦ୍ୱାରା ବର୍ଦ୍ଧିତ ହେବ |
07:39 | xର ପ୍ରତ୍ୟେକ ଭାଲ୍ୟୁ ପାଇଁ $x (ଡଲର୍ x), ଫିଲ୍ଡ xଠାରେ ଭାଲ୍ୟୁକୁ ପ୍ରତିନିଧିତ୍ୱ କରିଥାଏ |
07:46 | ସେହି ଭାଲ୍ୟୁ, Index NR କମା xଠାରେ "ଆରେ ମେଟ୍ରିକ୍ସ"ରେ ଷ୍ଟୋର୍ ହେବ |
07:53 | ଉଦାହରଣସ୍ୱରୂପ, "ଇନପୁଟ୍ ଫାଇଲ୍"ରୁ "ଇଣ୍ଡେକ୍ସ 1 କମା 1"ରେ ଉପସ୍ଥିତ ଥିବା ଭାଲ୍ୟୁକୁ "Matrix of 1 comma 1” ଷ୍ଟୋର୍ କରିଥାଏ |
08:02 | ତେଣୁ, ଏହି କୋଡ୍ ସହିତ ସମଗ୍ର "ଇନପୁଟ୍ ଫାଇଲ୍”କୁ AWK ପ୍ରୋସେସ୍ କରିବା ପରେ, "ମେଟ୍ରିକ୍ସ ଆରେ: ସମ୍ପୂର୍ଣ୍ଣ ଭାବେ ଗଠିତ ହୋଇଯିବ |
08:10 | ଏହା, "ଇନପୁଟ୍ ଫାଇଲ୍"ର ସମଗ୍ର ଡେଟାକୁ ଏକ "ଟୁ ଡାଇମେନ୍ସନଲ୍ ଆରେ” ଫର୍ମାଟ୍ରେ ଷ୍ଟୋର୍ କରିଦେବ |
08:16 | ଏବେ ଚାଲନ୍ତୁ, END Section ଭିତରେ ଦେଖିବା |
08:20 | Matrixର Transpose ପ୍ରିଣ୍ଟ କରିବା ପାଇଁ ଆମେ ଏକ Nested For Loop ଲେଖିଛେ |
08:25 | ମୁଁ, ବେସିକ୍ C ପ୍ରୋଗ୍ରାମିଙ୍ଗ୍ ସହିତ ଆପଣଙ୍କ ପରିଚିତତାକୁ କଳ୍ପନା କରିପାରୁଛି.
ତେଣୁ, କୋଡ୍ର ଏହି ଭାଗକୁ ସବିଶେଷ ବର୍ଣ୍ଣନା କରୁନାହିଁ |
08:34 | ଏଠାରେ କୋଡ୍କୁ ସବିଶେଷରେ ଦେଖିବା ପାଇଁ ଭିଡିଓକୁ ପଜ୍ କରନ୍ତୁ ଏବଂ ନିଜେ ବୁଝନ୍ତୁ |
08:40 | ଏବେ, ଏକ "ମଲ୍ଟିଡାଇମେନ୍ସନଲ୍ ଆରେ"କୁ ସ୍କାନ୍ କରିବା ବିଷୟରେ ଶିଖିବା |
08:45 | ଯଥାର୍ଥ ଅର୍ଥରେ AWK ପାଖରେ ଏକ "ମଲ୍ଟି-ଡାଇମେନ୍ସନଲ୍ ଆରେ” ନଥାଏ |
08:50 | ତେଣୁ, "ମଲ୍ଟି ଡାଇମେନ୍ସନଲ୍ ଆରେ" ସ୍କାନ୍ କରିବା ପାଇଁ କୌଣସି ବିଶେଷ For Statement ନାହିଁ |
08:56 | ଗୋଟିଏ "ଆରେ” ସ୍କାନ୍ କରିବା ପାଇଁ ଆପଣ "ମଲ୍ଟିଡାଇମେନ୍ସନଲ୍” ମାର୍ଗ ରଖିପାରିବେ |
09:00 | ଏହାପାଇଁ ଆପଣ, Split Function ସହିତ For Statementକୁ ମିଶାଇପାରିବେ |
09:05 | Split Function କ’ଣ, ଚାଲନ୍ତୁ ଦେଖିବା.
ଗୋଟିଏ "ଷ୍ଟ୍ରିଙ୍ଗ୍"କୁ ଖଣ୍ଡ ଖଣ୍ଡ କରି କାଟିବା ବା Split କରିବା ପାଇଁ Split Function ବ୍ୟବହୃତ ହୋଇଥାଏ |
09:14 | ଏବଂ ବିଭିନ୍ନ ଖଣ୍ଡକୁ ଏକ "ଆରେ"ରେ ରଖିଥାଏ |
09:18 | ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି. କାଟିବା ପାଇଁ "ଷ୍ଟ୍ରିଙ୍ଗ୍" ପ୍ରଥମ "ଆର୍ଗୁମେଣ୍ଟ"ରେ ଅଛି |
09:25 | କଟାଯାଇଥିବା ଖଣ୍ଡକୁ Split କେଉଁଠାରେ ରଖିବ, ସେହି "ଆରେ"ର ନାମ ଦ୍ୱିତୀୟ "ଆର୍ଗୁମେଣ୍ଟ” ନିର୍ଦ୍ଦିଷ୍ଟ କରିଥାଏ |
09:33 | "ଷ୍ଟ୍ରିଙ୍ଗ୍"କୁ କାଟିବା ପାଇଁ ବ୍ୟବହୃତ "ସେପାରେଟର୍” ବିଷୟରେ ତୃତୀୟ "ଆର୍ଗୁମେଣ୍ଟ” ଉଲ୍ଲେଖ କରିଥାଏ |
09:39 | ପ୍ରଥମ ଖଣ୍ଡକୁ arr 1ରେ ଷ୍ଟୋର୍ କରାଗଲା |
09:43 | ଦ୍ୱିତୀୟ ଖଣ୍ଡକୁ arr 2ରେ ଏବଂ ଏହିଭଳି ଭାବେ |
09:48 | ମନେକରନ୍ତୁ, ପୂର୍ବରୁ ତିଆରି କରାଯାଇଥିବା ଏକ "ଆରେ"ରୁ "ଇଣ୍ଡାଇସେସ୍"ର ମୂଳ ଶୃଙ୍ଖଳାକୁ ଆମେ ରିକଭର୍ କରିବାକୁ ଚାହୁଁଛେ.
ଏହାକୁ ଆମେ କିପରି କରିବା? |
09:56 | ମୁଁ, multi_scan.awk ନାମକ ଗୋଟିଏ କୋଡ୍ ଲେଖିସାରିଛି |
10:02 | BEGIN Section ଭିତରେ ସମଗ୍ର କୋଡ୍ ଲେଖାଯାଇଛି |
10:06 | ପ୍ରଥମେ ଆମେ, a ନାମକ ଏକ "ଆରେ” ତିଆରି କଲେ ଏବଂ ସେଥିରେ ଏହିସବୁ ଭାଲ୍ୟୁ ଆସାଇନ୍ କଲେ |
10:12 | ତା’ପରେ ଆମେ, ଏକ "ଆଇଟିରେଟର୍” ସହ For Loop ରଖିଲେ |
10:16 | ପ୍ରତ୍ୟେକ "ଆଇଟିରେଶନ୍” ପାଇଁ ପ୍ରତ୍ୟେକ "ଇଣ୍ଡାଇସେସ୍ ଭାଲ୍ୟୁ"କୁ ସେଟ୍ କରାଯିବ.
ମନେକରନ୍ତୁ 1,1 - ତା’ପରେ 1,2 ଏବଂ ଏହିଭଳି ଭାବେ |
10:27 | Split Function, "ଆଇଟିରେଟର୍"କୁ ଖଣ୍ଡ ଖଣ୍ଡ କରିବ, ଯାହା SUBSEP ଦ୍ୱାରା ପୃଥକ୍ କରାଯିବ |
10:34 | ସେହି ଖଣ୍ଡଗୁଡ଼ିକ array arrରେ ଷ୍ଟୋର୍ କରାଯିବ |
10:38 | ତେଣୁ, arr[1] ଓ arr[2],କ୍ରମଶଃ ପ୍ରଥମ "ଇଣ୍ଡେକ୍ସ” ଓ ଦ୍ୱିତୀୟ "ଇଣ୍ଡେକ୍ସ"କୁ ରଖିବେ.
ଫାଇଲ୍କୁ ନିଷ୍ପାଦନ କରନ୍ତୁ |
10:48 | ଟର୍ମିନଲ୍କୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ multi ଅଣ୍ଡରସ୍କୋର୍ scan ଡଟ୍ awk
ଏବଂ Enter ଦାବନ୍ତୁ |
11:01 | ଆଉଟପୁଟ୍ ଦେଖନ୍ତୁ; "ଇଣ୍ଡାଇସେସ୍"ର ମୂଳ ଶୃଙ୍ଖଳା ରିକଭର୍ ହୋଇଗଲା |
11:07 | ସଂକ୍ଷିପ୍ତରେ - ଏହି ଟ୍ୟୁଟୋରିଆଲରେ ଆମେ - AWKରେ "ମଲ୍ଟି ଡାଇମେନ୍ସନଲ୍ ଆରେ” ତିଆରି କରିବା ଏବଂ "ମଲ୍ଟି ଡାଇମେନ୍ସନଲ୍ ଆରେ" ସ୍କାନ୍ କରିବା ବିଷୟରେ ଶିଖିଲେ |
11:18 | ଏକ ଆସାଇନମେଣ୍ଟ ଭାବେ, ଗୋଟିଏ "ଟୁ ଡାଇମେନ୍ସନଲ୍ ଆରେ"କୁ 90 ଡିଗ୍ରୀ ଘୂରାଇବା ପାଇଁ ଏକ awk script ଲେଖନ୍ତୁ ଏବଂ ଘୂରିଥିବା "ମେଟ୍ରିକ୍ସ"କୁ ପ୍ରିଣ୍ଟ କରନ୍ତୁ |
11:28 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
11:45 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:49 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
11:53 | ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:05 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |