Difference between revisions of "Linux-AWK/C2/Variables-and-Operators-in-awk/Oriya"
(Created page with "{| border=1 | <center>'''Time ' ' '</center> | <center>'''Time ' ' '</center> |- | 00:01 | ବନ୍ଧୁଗଣ, AWK Commandରେ ଥିବା ଭେରିଏବଲ୍ସ...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center>'''Time ' ' '</center> | + | | <center>'''Time'''</center> |
− | | <center>''' | + | | <center>'''Narration'''</center> |
|- | |- |
Latest revision as of 18:02, 20 July 2019
|
|
00:01 | ବନ୍ଧୁଗଣ, AWK Commandରେ ଥିବା ଭେରିଏବଲ୍ସ ଓ ଅପରେଟର୍ସ ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ” |
00:12 | “ଅପରେଟର୍ସ”
“BEGIN ଓ END ଷ୍ଟେଟମେଣ୍ଟ୍” |
00:17 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି |
00:26 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ Linux ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:33 | C କିମ୍ୱା C++ ଭଳି ସାଧାରଣ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜେସ୍ରେ ବ୍ୟବହୃତ Basic Operators ସହିତ ଆପଣ ପରିଚିତ ଥିବା ଉଚିତ |
00:41 | ଯଦି ନାହାନ୍ତି, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
00:47 | AWKରେ ଗୋଟିଏ ଫିଲ୍ଟର୍ର ଶକ୍ତି ଓ ଏକ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ର ମିଶ୍ରଣ ରହିଛି |
00:52 | ତେଣୁ ଏହା, ଭେରିବଲ୍ସ, କନଷ୍ଟାଣ୍ଟସ୍, ଅପରେଟର୍ସ ଆଦିକୁ ସପୋର୍ଟ କରିଥାଏ |
00:58 | ଏବେ ଚାଲନ୍ତୁ ଦେଖିବା, AWKରେ ଥିବା ଏକ "ଭେରିଏବଲ୍” କ’ଣ |
01:02 | ଏକ “ଭେରିଏବଲ୍” ହେଉଛି ଗୋଟିଏ ଚିହ୍ନଟକ, ଯାହା ଏକ ଭାଲ୍ୟୁକୁ ସନ୍ଦର୍ଭିତ କରିଥାଏ |
01:07 | AWK ଉଭୟ “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ” ଓ “ବିଲ୍ଟ-ଇନ୍ ଭେରିଏବଲ୍ସ”କୁ ସପୋର୍ଟ କରିଥାଏ |
01:12 | ଏହି ଟ୍ୟୁଟୋରିଆଲରେ ଆମେ “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ" ବିଷୟରେ ଶିଖିବା |
01:17 | “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ” ପାଇଁ "ଭେରିଏବଲ୍” ଘୋଷଣାର ଆବଶ୍ୟକତା ନାହିଁ |
01:22 | "ଭେରିଏବଲ୍ସ"କୁ ସ୍ପଷ୍ଟ ଭାବରେ ଆରମ୍ଭ କରିବାର ଆବଶ୍ୟକତା ନାହିଁ |
01:26 | ସେଗୁଡ଼ିକୁ AWK, ଶୂନ୍ କିମ୍ୱା Null String ପାଇଁ ସ୍ୱଚାଳିତ ଭାବେ ଆରମ୍ଭ କରିଥାଏ |
01:32 | "ଭେରିଏବଲ୍" ଗୋଟିଏ ଅକ୍ଷର ସହିତ ଆରମ୍ଭ ହେବା ଉଚିତ ଏବଂ ଅକ୍ଷର, ଅଙ୍କ ଓ ଅଣ୍ଡରସ୍କୋର୍ ସହିତ ଜାରି ରହିବା ଦରକାର
"ଭେରିଏବଲ୍ସ” କେସ୍-ସେନ୍ସିଟିଭ୍ ଅଟେ |
01:43 | ତେଣୁ, କ୍ୟାପିଟଲ୍ S ସହିତ Salary ଏବଂ ସ୍ମଲ୍ s ସହିତ salary ହେଉଛି ଦୁଇଟି ଭିନ୍ନଭିନ୍ନ "ଭେରିଏବଲ୍ସ” |
01:50 | ଏବେ ଚାଲନ୍ତୁ କେତେକ ଉଦାହରଣ ଦେଖିବା |
01:53 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
01:58 | ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ - awk ସ୍ପେସ୍ ଖୋଲା ସିଙ୍ଗଲ୍ କୋଟ୍ ଖୋଲା କର୍ଲୀ ବ୍ରାକେଟ୍ ଛୋଟ x ଇକ୍ୱାଲ୍ ଟୁ 1 ସେମିକୋଲନ୍ କ୍ୟାପିଟଲ୍ X ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ କ୍ୟାପିଟଲ୍ A ସେମିକୋଲନ୍ ସ୍ମଲ୍ a ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ awk ସେମିକୋଲନ୍ ସ୍ମଲ୍ b ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ tutorial.
Enter ଦାବନ୍ତୁ |
02:25 | print x ଟାଇପ୍ କରି Enter ଦାବନ୍ତୁ |
02:29 | print କ୍ୟାପିଟଲ୍ X ଟାଇପ୍ କରି Enter ଦାବନ୍ତୁ |
02:34 | print a - Enter ଦାବନ୍ତୁ |
02:37 | print b - Enter ଦାବନ୍ତୁ |
02:40 | print a ସ୍ପେସ୍ b - Enter ଦାବନ୍ତୁ |
02:44 | print ସ୍ମଲ୍ x ସ୍ପେସ୍ b - Enter ଦାବନ୍ତୁ |
02:49 | print ସ୍ମଲ୍ x ପ୍ଲସ୍ କ୍ୟାପିଟଲ୍ X ବନ୍ଦ କର୍ଲୀ ବ୍ରାକେଟ୍ ବନ୍ଦ ସିଙ୍ଗଲ୍ କୋଟ୍ ଏବଂ Enter ଦାବନ୍ତୁ |
02:57 | ଯେହେତୁ ଆମେ ଫାଇଲ୍ ନାମ ଦେଇନାହେଁ, AWK "ଷ୍ଟାଣ୍ଡର୍ଡ ଇନପୁଟ୍"ରୁ କିଛି ଇନପୁଟ୍ ଆବଶ୍ୟକ କରିପାରେ |
03:03 | ଏବଂ ତେଣୁ, ଆମେ ଯେକୌଣସି ଅକ୍ଷର ଟାଇପ୍ କରିପାରିବା, ଧରନ୍ତୁ a ଏବଂ Enter ଦାବନ୍ତୁ |
03:10 | ଏହି ଉଦାହରଣ ଦୁଇଟି ଜିନିଷ ଦେଖାଏ.
"ଭେରିଏବଲ୍ସ"କୁ ଗୋଟିଏ ସଂଖ୍ୟା ସହିତ ଆରମ୍ଭ କରିହେବ |
03:18 | ସିଙ୍ଗଲ୍ କ୍ୟାରେକ୍ଟର୍ କିମ୍ୱା ଗୋଟିଏ "ଷ୍ଟ୍ରିଙ୍ଗ୍” ଭାବରେ ଭାଲ୍ୟୁ ସହିତ ମଧ୍ୟ ଏହାକୁ ଆରମ୍ଭ କରିହେବ |
03:23 | ଯଦି ଭାଲ୍ୟୁ ଏକ କ୍ୟାରେକ୍ଟର୍ କିମ୍ୱା ଗୋଟିଏ ଷ୍ଟ୍ରିଙ୍ଗ୍ ହୋଇଥାଏ, ତେବେ "ଡବଲ୍ କୋଟ୍ସ” ମଧ୍ୟରେ ଥିବା ଭାଲ୍ୟୁ ସହିତ ଭେରିଏବଲ୍ ଆରମ୍ଭ ହୋଇଥାଏ |
03:31 | ଆମେ "ଭେରିଏବଲ୍ସ"ର ଭାଲ୍ୟୁ ଦେଖିପାରୁଛେ |
03:35 | ଦେଖନ୍ତୁ, ସ୍ମଲ୍ x ଓ କ୍ୟାପିଟଲ୍ Xକୁ ଭିନ୍ନଭିନ୍ନ "ଭେରିଏବଲ୍” ଭାବରେ ବ୍ୟବହାର କରାଯାଉଛି |
03:41 | ଏହା ପ୍ରମାଣିତ କରେ ଯେ, "ଭେରିଏବଲ୍ସ” ହେଉଛି "କେସ୍ ସେନ୍ସିଟିଭ୍” |
03:45 | ଏହା, କିପରି ଦୁଇଟି "ଷ୍ଟ୍ରିଙ୍ଗ୍”କୁ ଶ୍ରେଣୀବଦ୍ଧ କରିହେବ, ତାହା ମଧ୍ୟ ଦେଖାଇଥାଏ |
03:50 | ଏଠାରେ, “ଭେରିଏବଲ୍ସ” ସ୍ମଲ୍ a ଓ ସ୍ମଲ୍ bକୁ ଶ୍ରେଣୀବଦ୍ଧ କରାଯାଇଛି |
03:55 | ତେଣୁ, String Concatenation Operator ହେଉଛି କେବଳ ଗୋଟିଏ "ସ୍ପେସ୍” |
04:00 | ସେହିଭଳି ଭାବେ, ଯେତେବେଳେ ଆମେ ସ୍ମଲ୍ x, ଯାହା ହେଉଛି ଗୋଟିଏ ସଂଖ୍ୟା ଓ ଷ୍ଟ୍ରିଙ୍ଗ୍ bକୁ ଶ୍ରେଣୀବଦ୍ଧ ବା କନକେଟେନେଟ୍ କରେ, x ସ୍ୱଚାଳିତ ଭାବେ "ଷ୍ଟ୍ରିଙ୍ଗ୍"ରେ ବଦଳିଯାଏ
ଏବଂ "କନକେଟେନେଟେଡ୍” ଆଉଟପୁଟ୍ “1ଟ୍ୟୁଟୋରିଆଲ୍” ହୋଇଯାଏ |
04:13 | କାହିଁକି ସ୍ୱଚାଳିତ ଭାବେ "ଷ୍ଟ୍ରିଙ୍ଗ୍” ବଦଳିଯାଏ? |
04:16 | ଏହାର କାରଣ ହେଉଛି, ଏଠାରେ - x ଓ b ମଧ୍ୟରେ AWK ଏକ String Concatenation Operator ପାଇଥାଏ |
04:25 | ଏବେ, ସ୍ମଲ୍ x ପ୍ଲସ୍ କ୍ୟାପିଟଲ୍ Xର ଆଉଟପୁଟ୍ ଦେଖନ୍ତୁ.
ଏଠାରେ, ଆମ ପାଖରେ Arithmetic Operator Plus ଅଛି |
04:33 | ତେଣୁ X, ସଂଖ୍ୟା ଶୂନ୍ ରେ ସ୍ୱଚାଳିତ ଭାବେ ବଦଳିଯାଇଛି
ଏବଂ ଅତିରିକ୍ତ ଆଉଟପୁଟ୍ ସଂଖ୍ୟା 1 ହୋଇଯାଏ |
04:42 | ଏପର୍ଯ୍ୟନ୍ତ ଆମେ, ଦୁଇଟି "ଅପରେଟର୍ସ” ଦେଖିଲେ.
ଏବେ ଚାଲନ୍ତୁ ଦେଖିବା, ଅନ୍ୟ କେଉଁ "ଅପରେଟର୍ସ"କୁ ଆମେ ବ୍ୟବହାର କରିପାରିବା |
04:49 | “ଏକ୍ସପ୍ରେସନ୍ସ"ରେ ବିଭିନ୍ନ “ଅପରେଟର୍ସ” ବ୍ୟବହାର କରିହେବ |
04:53 | ଦୟାକରି ଏଠାରେ ଭିଡିଓକୁ ପଜ୍ କରନ୍ତୁ ଏବଂ ଏଠାରେ ଉଲ୍ଲେଖିତ ସମସ୍ତ “ଅପରେଟର୍ସ” ଉପରେ ନଜର ପକାନ୍ତୁ |
04:58 | ମୁଁ ଭାବୁଛି ଆପଣ ଏହିସବୁ ବେସିକ୍ “ଅପରେଟର୍ସ” ସହିତ ପରିଚିତ ଥିବେ |
05:02 | ଯଦି ନୁହେଁ, ତେବେ ଦୟାକରି C ଓ C++ ଶୃଙ୍ଖଳାରେ ଥିବା “ଅପରେଟର୍ସ” ଉପରେ ଟ୍ୟୁଟୋରିଆଲ୍ସ ପାଇଁ ଆମ ୱେବ୍ ସାଇଟ୍ ଦେଖନ୍ତୁ |
05:09 | ଏହି ସମସ୍ତ “ଅପରେଟର୍ସ”ର କାମ ବିଷୟରେ ମୁଁ ସବିଶେଷ ଆଲୋଚନା କରିବି ନାହିଁ |
05:14 | କେବଳ ବ୍ୟତିକ୍ରମ ହେଉଛି String Matching Operator, ଯାହା ଆପଣଙ୍କ ପାଇଁ ନୂଆ ହୋଇପାରେ.
ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା |
05:23 | Code Files ଲିଙ୍କରେ awkdemo.txt ନାମକ ଗୋଟିଏ ଫାଇଲ୍ ପ୍ରଦାନ କରାଯାଇଛି.
ଦୟାକରି ତାହାକୁ ନିଜ କମ୍ପ୍ୟୁଟର୍ରେ ଡାଉନଲୋଡ୍ କରନ୍ତୁ |
05:31 | ଟର୍ମିନଲ୍କୁ ଯାଆନ୍ତୁ.
Ctrl ଓ D କୀ’ ଦାବି ପୂର୍ବବର୍ତ୍ତୀ ପ୍ରୋସେସ୍କୁ ସମାପ୍ତ କରନ୍ତୁ |
05:38 | ଟର୍ମିନଲ୍ ଖାଲି କରିଦିଅନ୍ତୁ |
05:41 | ଏବେ, cd କମାଣ୍ଡ ବ୍ୟବହାର କରି awkdemo.txt ଫାଇଲ୍କୁ ସେଭ୍ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
05:48 | ଚାଲନ୍ତୁ, ଏବେ ଏହି ଫାଇଲ୍ ଉପରେ ଏକ ନଜର ପକାଇବା |
05:52 | ମନେକରନ୍ତୁ, 80ରୁ କମ ମାର୍କ ରଖି ପାସ୍ କରିଥିବା ବିଦ୍ୟାର୍ଥୀମାନଙ୍କୁ ଆମେ ଖୋଜିବାକୁ ଚାହୁଁଛେ |
05:58 | ଏହି କ୍ଷେତ୍ରରେ, ଆମକୁ ଦୁଇଟି ଭିନ୍ନ ଫିଲ୍ଡର ତୁଳନା କରିବାକୁ ପଡ଼ିବ |
06:02 | ଏହିଭଳି ପରିସ୍ଥିତି ପାଇଁ ଆମେ, awkର Relational Operators ବ୍ୟବହାର କରିପାରିବା |
06:07 | ଏହିସବୁ "ଅପରେଟର୍ସ", ଉଭୟ "ଷ୍ଟ୍ରିଙ୍ଗସ୍” ଓ "ନମ୍ୱର୍ସ” ତୁଳନା କରିପାରିବ |
06:12 | ତେଣୁ, ଟର୍ମିନଲ୍ରେ ଟାଇପ୍ କରନ୍ତୁ:
awk ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ F ଡବଲ୍ କୋଟ୍ସ ମଧ୍ୟରେ vertical bar ସ୍ପେସ୍ ସିଙ୍ଗଲ୍ କୋଟ୍ସ ମଧ୍ୟରେ ଡଲର୍ 5 ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ Pass ସ୍ପେସ୍ ଆମ୍ପର୍ସାଣ୍ଡ ଆମ୍ପର୍ସାଣ୍ଡ ସ୍ପେସ୍ ଡଲର୍ 4 ଲେସ୍ ଦାନ୍ 80 ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ ପ୍ଲସ୍ ପ୍ଲସ୍ x କମା ଡଲର୍ 2 କମା ଡଲର୍ 4 କମା ଡଲର୍ 5 ସ୍ପେସ୍ awkdemo.txt ଏବଂ ଏଣ୍ଟର୍ ଦାବନ୍ତୁ |
06:54 | ଏହି କମାଣ୍ଡ ବହୁତ ଜିନିଷ ଦେଖାଏ.
ଏକ, ଆମେ ଗୋଟିଏ "ଷ୍ଟ୍ରିଙ୍ଗ"କୁ ପଞ୍ଚମ ଫିଲ୍ଡ ସହିତ ତୁଳନା କଲେ |
07:01 | ଦୁଇ, ଆମେ କେବଳ ଚତୁର୍ଥ ଫିଲ୍ଡକୁ ଏକ ସଂଖ୍ୟା ସହ ତୁଳନା କଲେ |
07:06 | ତିନି, ଆମେ ଦେଖିଲେ ଯେ, "ଆମ୍ପର୍ସାଣ୍ଡ ଅପରେଟର୍” ବ୍ୟବହାର କରି ଆମେ ଦୁଇ କିମ୍ୱା ଅଧିକ କମ୍ପାରିଜନ୍କୁ ଯୋଡ଼ିପାରିବା |
07:13 | ନିର୍ଦ୍ଦିଷ୍ଟ ସଂଖ୍ୟା କିମ୍ୱା "ଷ୍ଟ୍ରିଙ୍ଗ୍” ବ୍ୟତୀତ ଆମେ, "ରେଗୁଲର୍ ଏକ୍ସପ୍ରେସନ୍ସ” ମଧ୍ୟ ତୁଳନା କରିପାରିବା |
07:19 | ଯେପରି ଆମେ ସ୍ଲାଇଡ୍ରେ ଦେଖିଲେ, ଏହି ଉଦ୍ଦେଶ୍ୟ ପାଇଁ ଆମ ପାଖରେ “Tilde” ଓ “Exclamation Tilde” ଅଛି |
07:27 | ଏବେ ମନେକରନ୍ତୁ, କମ୍ପ୍ୟୁଟର୍ ସାଇନ୍ସ ପାସ୍ କରିଥିବା ବିଦ୍ୟାର୍ଥୀମାନଙ୍କୁ ଆମେ ଖୋଜିବାକୁ ଚାହୁଁଛେ |
07:32 | ଯେହେତୁ କମ୍ପ୍ୟୁଟର୍ରେ ଉଭୟ ସ୍ମଲ୍ ଓ କ୍ୟାପିଟଲ୍ C ଅଛି, ଆମେ ଏକ "ରେଗୁଲର୍ ଏକ୍ସପ୍ରେସନ୍” ବ୍ୟବହାର କରିପାରିବା |
07:40 | ଆମେ ଟାଇପ୍ କରିପାରିବା -
awk ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ F ଡବଲ୍ କୋଟ୍ସ ମଧ୍ୟରେ pipe ଚିହ୍ନ ସ୍ପେସ୍ ସିଙ୍ଗଲ୍ କୋଟ୍ ମଧ୍ୟରେ ଡଲର୍ 5 ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ Pass ଆମ୍ପର୍ସାଣ୍ଡ ଆମ୍ପର୍ସାଣ୍ଡ ସ୍ପେସ୍ ଡଲର୍ 3 ଟିଲ୍ଡ ସ୍ଲାଶ୍ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ ସ୍ମଲ୍ c କ୍ୟାପିଟଲ୍ C computers ସ୍ଲାଶ୍ ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ ପ୍ଲସ୍ ପ୍ଲସ୍ ସ୍ମଲ୍ x କମା ଡଲର୍ 2 କମା ଡଲର୍ 3 କମା ଡଲର୍ 5 ସ୍ପେସ୍ awkdemo.txt ଏବଂ ଏଣ୍ଟର୍ ଦାବନ୍ତୁ |
08:24 | ଯଦି ଆମେ କମ୍ପାରିଜନ୍କୁ ଖଣ୍ଡନ କରିବାକୁ ଚାହିଁବା, ତେବେ ତାହା ଆମେ Exclamation Tilde Operator ବ୍ୟବହାର କରି କରିପାରିବା |
08:30 | ମନେକରନ୍ତୁ, ଏବେ ଆମେ ପାସ୍ କରିଥିବା ସମସ୍ତ ଅଣ-କମ୍ପ୍ୟୁଟର୍ ବିଦ୍ୟାର୍ଥୀମାନଙ୍କର ତାଲିକା କରିବାକୁ ଚାହୁଁଛେ |
08:35 | ପୂର୍ବବର୍ତ୍ତୀ କମାଣ୍ଡ ପ୍ରାପ୍ତ କରିବା ପାଇଁ ଅପ୍ ଆରୋ ବ୍ୟବହାର କରନ୍ତୁ |
08:39 | "ଡଲର୍ 3” ପାଖରେ Exclamation ଚିହ୍ନ ଯୋଡ଼ନ୍ତୁ ଏବଂ ଏଣ୍ଟର୍ ଦାବନ୍ତୁ |
08:47 | ତା’ପରେ ଆସନ୍ତୁ, ସେହି ଫାଇଲ୍ରେ ଥିବା ଖାଲି ଲାଇନ୍ସ ସଂଖ୍ୟା ଗଣନା କରିବା |
08:52 | ଫାଇଲ୍ଟିକୁ ଖୋଲନ୍ତୁ ଏବଂ ସେଥିରେ କେତୋଟି ଖାଲି ଲାଇନ୍ସ ଅଛି ଦେଖନ୍ତୁ.
ଏଥିରେ 3ଟି ଖାଲି ଲାଇନ୍ସ ଅଛି |
09:00 | ଏବେ, awk ବ୍ୟବହାର କରି ଖାଲି ଲାଇନ୍ସର ସଂଖ୍ୟା ଗଣିବା ପାଇଁ ଟାଇପ୍ କରନ୍ତୁ -
awk ସ୍ପେସ୍ ସିଙ୍ଗଲ୍ କୋଟ୍ ମଧ୍ୟରେ ଫ୍ରଣ୍ଟ ସ୍ଲାଶ୍ ମଧ୍ୟରେ caret ଚିହ୍ନ ଡଲର୍ ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ x ଇକ୍ୱାଲ୍ ଟୁ x ପ୍ଲସ୍ 1 ସେମିକୋଲନ୍ ସ୍ପେସ୍ print x ସ୍ପେସ୍ awkdemo.txt. Enter ଦାବନ୍ତୁ |
09:26 | ଆମ ଶେଷ ଉତ୍ତର ଭାବେ ଆମେ 3 ପାଇଲେ |
09:30 | କ୍ୟାରେଟ୍ ଚିହ୍ନ ଗୋଟିଏ ଲାଇନ୍ର ଆରମ୍ଭକୁ ସୂଚାଉଥିବାବେଳେ ଡଲର୍ ଚିହ୍ନ ଲାଇନ୍ର ଶେଷକୁ ସୂଚାଇଥାଏ |
09:37 | ତେଣୁ, ଏକ ଖାଲି ଲାଇନ୍କୁ, Regular Expression Caret-Dollar ଦ୍ୱାରା ମେଳ କରାଯାଇପାରେ |
09:43 | ଧ୍ୟାନଦିଅନ୍ତୁ, ଆମେ xର ମୂଲ୍ୟକୁ ଆରମ୍ଭ କରିନାହେଁ.
AWK, xକୁ ପ୍ରାରମ୍ଭିକ ମୂଲ୍ୟ ଶୂନ୍ ରେ ଆରମ୍ଭ କରିସାରିଛି |
09:51 | ଏହି କମାଣ୍ଡ ଆମକୁ ଖାଲି ଲାଇନ୍ ଗୁଡ଼ିକର ଚଳମାନ ଗଣନା ଦେଇଥାଏ.
ଏହାର କାରଣ ହେଉଛି, ପ୍ରତ୍ୟେକ ଥର ଗୋଟିଏ ଖାଲି ଲାଇନ୍ ମିଳିଲେ, xରେ ବୃଦ୍ଧି ହୋଇପାରେ ଏବଂ ତା’ପରେ ପ୍ରିଣ୍ଟ ହୋଇପାରେ |
10:02 | ଆମର ଶେଷ କମାଣ୍ଡରେ ଆମେ, ଖାଲି ଲାଇନ୍ ଗୁଡ଼ିକର ଚଳମାନ ଗଣନା ଦେଖିଲେ.
ହେଲେ, ମନେକରନ୍ତୁ ଆମେ କେବଳ ଖାଲି ଲାଇନ୍ ଗୁଡ଼ିକର ସମୁଦାୟ ସଂଖ୍ୟାକୁ ପ୍ରିଣ୍ଟ କରିବାକୁ ଚାହୁଁଛେ |
10:12 | ତେବେ ଆମକୁ, ସମଗ୍ର ଫାଇଲ୍ ପାର ହେବା ପରେ କେବଳ ଥରେ ମାତ୍ର xକୁ ପ୍ରିଣ୍ଟ କରିବାକୁ ହେବ |
10:19 | ଆଉଟପଟ୍ର ଅର୍ଥ ବୁଝାଉଥିବା ଏକ ଶୀର୍ଷକ ମଧ୍ୟ ଆମେ ଦେଇପାରିବା |
10:25 | ଏହିଭଳି ଆବଶ୍ୟକତା ପାଇଁ AWK, BEGIN ଓ END ବିଭାଗ ପ୍ରଦାନ କରିଥାଏ |
10:30 | ପ୍ରାକ୍ ପ୍ରକ୍ରିୟାକରଣ ପାଇଁ BEGIN ବିଭାଗରେ ପଦ୍ଧତିମାନ ରହିଛି |
10:34 | Main Input Loop ନିଷ୍ପାଦନ ହେବା ପୂର୍ବରୁ ଏହି ବିଭାଗଟି ନିଷ୍ପାଦନ ହେବ |
10:40 | ପ୍ରକ୍ରିୟାକରଣ ପରବର୍ତ୍ତୀ ପାଇଁ END ବିଭାଗରେ ପଦ୍ଧତିମାନ ରହିଛି |
10:45 | Main Input Loop ସମାପ୍ତ ହେବା ପରେ ଏହି ବିଭାଗଟି ନିଷ୍ପାଦନ ହେବ.
BEGIN ଓ END ପଦ୍ଧତି ଇଚ୍ଛାଧୀନ ଅଟେ |
10:55 | ଏହା କିପରି କରାଯାଏ, ଆସନ୍ତୁ ଶିଖିବା.
ଟର୍ମିନଲ୍ରେ ଟାଇପ୍ କରନ୍ତୁ: awk ସ୍ପେସ୍ ଖୋଲା ସିଙ୍ଗଲ୍ କୋଟ୍ କ୍ୟାପିଟଲ୍ ରେ BEGIN କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ ଡବଲ୍ କୋଟ୍ସ ମଧ୍ୟରେ The number of empty lines in awkdemo are, ଏଣ୍ଟର୍ ଦାବନ୍ତୁ |
11:14 | ଫ୍ରଣ୍ଟ ସ୍ଲାଶ୍ ମଧ୍ୟରେ କ୍ୟାରେଟ୍ ଚିହ୍ନ ଡଲର୍ ଚିହ୍ନ ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ x ଇକ୍ୱାଲ୍ ଟୁ x ପ୍ଲସ୍ 1.
Enter ଦାବନ୍ତୁ |
11:26 | end ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ x ବନ୍ଦ ସିଙ୍ଗଲ୍ କୋଟ୍ ସ୍ପେସ୍ awkdemo.txt ଏବଂ ଏଣ୍ଟର୍ ଦାବନ୍ତୁ |
11:39 | ଦେଖନ୍ତୁ, ଆମ ଇଚ୍ଛାନୁସାର ଆଉଟପୁଟ୍ ଆମକୁ ମିଳିଲା ନାହିଁ.
ଆମେ 3 ଆଉଟପୁଟ୍ ପାଇବାରଥିଲା, କାରଣ ଆମ ପାଖରେ ଥିବା ଫାଇଲ୍ରେ 3ଟି ଖାଲି ଲାଇନ୍ ଅଛି |
11:48 | କ’ଣ ହୋଇଥାଇପାରେ ବୋଲି ଆପଣ ଭାବୁଛନ୍ତି?
ବାସ୍ତବରେ, ଆମକୁ ଅପର୍ କେସ୍ରେ END ଲେଖିବାର ଥିଲା |
11:54 | ତେଣୁ, ଚାଲନ୍ତୁ କମାଣ୍ଡକୁ ବଦଳାଇବା |
11:57 | ଟର୍ମିନଲ୍ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ |
12:03 | ଏବେ, ଲୋଅର୍ କେସ୍ end କୁ ବଦଳାଇ ଅପର୍ କେସ୍ END କରନ୍ତୁ.
ଏବଂ Enter ଦାବନ୍ତୁ |
12:11 | ଏବେ, ଖାଲି ଲାଇନ୍ର ସମୁଦାୟ ସଂଖ୍ୟା ଆଉଟପୁଟ୍ରେ ଦେଖାଦେଉଛି |
12:16 | ତା’ପରେ, awkdemo.txt ଫାଇଲ୍ରେ ଆମେ ପାଇଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କର ହାରାହାରି ଦରମା ବାହାର କରିବା |
12:24 | ତାହା ପାଇବା ପାଇଁ, ଟର୍ମିନଲ୍ରେ ପ୍ରଦର୍ଶିତ କମାଣ୍ଡକୁ ଟାଇପ୍ କରନ୍ତୁ
ଏବଂ Enter ଦାବନ୍ତୁ. ଆମେ ଆମର ଇଚ୍ଛାନୁସାରେ ଆଉଟପୁଟ୍ ପାଇଲେ |
12:35 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
12:40 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -
AWKରେ "ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ” |
12:45 | “ଅପରେଟର୍ସ”
“BEGIN ଓ END ଷ୍ଟେଟମେଣ୍ଟ୍” |
12:49 | ଏକ ଆସାଇନମେଣ୍ଟ ଭାବେ, ସେହି ପ୍ରତ୍ୟେକ ଲାଇନ୍ ପ୍ରିଣ୍ଟ କରନ୍ତୁ, ଯେଉଁଥିରେ ଶେଷ ଫିଲ୍ଡର ମୂଲ୍ୟ 5000ରୁ ଅଧିକ ଥିବ
ଏବଂ ବିଦ୍ୟାର୍ଥୀମାନେ "ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ"ର ହୋଇଥିବେ |
13:00 | ଆଉଟପୁଟ୍ରେ Average Mark ଶୀର୍ଷକ ସହ ସମସ୍ତ ବିଦ୍ୟାର୍ଥୀମାନଙ୍କର ହାରାହାରି ଅଙ୍କ ପ୍ରିଣ୍ଟ କରନ୍ତୁ |
13:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
13:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
13:23 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ: |
13:27 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ |
13:32 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ ରୁ କେହିଜଣେ ତାହାର ଉତ୍ତର ଦେବେ| |
13:42 | ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି. |
13:47 | ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
13:51 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.
ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା |
13:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
14:10 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |