Difference between revisions of "Health-and-Nutrition/C2/General-guidelines-for-Complementary-feeding/Oriya"
From Script | Spoken-Tutorial
(Created page with "{| border=1 | <center>Time</center> | <center>Narration</center> |- | 00:02 | "ପରିପୂରକ ଆହାର ପାଇଁ ସାଧାରଣ ମାର୍ଗଦର୍ଶ...") |
|||
Line 351: | Line 351: | ||
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. | | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. | ||
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି. | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି. | ||
− | + | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | |
|- | |- | ||
|} | |} |
Latest revision as of 08:28, 6 August 2020
|
|
00:02 | "ପରିପୂରକ ଆହାର ପାଇଁ ସାଧାରଣ ମାର୍ଗଦର୍ଶିକା” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲ କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଅଲରେ ଆମେ ନିମ୍ନ ବିଷୟରେ ଶିଖିବା |
00:14 | 6 ମାସର ଶିଶୁ ପାଇଁ ପରିପୂରକ ଖାଦ୍ୟ ଆରମ୍ଭ କରିବାର ମହତ୍ତ୍ୱତା |
00:19 | ଏବଂ 24 ମାସର ଶିଶୁ ପାଇଁ ପରିପୂରକ ଆହାରର ମାର୍ଗଦର୍ଶିକା |
00:27 | ଆସନ୍ତୁ ଆରମ୍ଭ କରିବା |
00:29 | ଜନ୍ମରୁ 6 ମାସ ବୟସ ପର୍ଯ୍ୟନ୍ତ ଏକ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଦରକାର |
00:37 | 6 ମାସର ଅର୍ଥ, ଶିଶୁ ଜୀବନର ଷଷ୍ଠ ମାସର ଆରମ୍ଭ ନୁହେଁ |
00:45 | ସେ ତା’ର ଷଷ୍ଠ ମାସ ସମ୍ପୂର୍ଣ୍ଣ କରିସାରିଥିବ ଏବଂ ତା’ ଜୀବନର ସପ୍ତମ ମାସ ଆରମ୍ଭ କରିଥିବ |
00:52 | ଏହି ବୟସରେ, କେବଳ ସ୍ତନ୍ୟପାନ ଶିଶୁ ପାଇଁ ପର୍ଯ୍ୟାପ୍ତ ହୋଇନଥାଏ |
00:59 | ସ୍ତନ୍ୟପାନ ସହିତ ଶିଶୁକୁ ପୁଷ୍ଟିକର ଘର ରନ୍ଧା ଖାଦ୍ୟ ଦେବା ଆବଶ୍ୟକ |
01:06 | ଏହି ଖାଦ୍ୟକୁ ପରିପୂରକ ଖାଦ୍ୟ କୁହାଯାଏ |
01:11 | ଶିଶୁକୁ ଏହା, 6 ମାସ ରୁ 24 ମାସ ପର୍ଯ୍ୟନ୍ତ ଦିଆଯିବା ଦରକାର |
01:18 | ଶିଶୁକୁ ଡେଙ୍ଗା, ସୁସ୍ଥ ଓ ବୁଦ୍ଧିମାନ କରିବାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ |
01:26 | 6 ମାସ ବୟସରୁ ପରିପୂରକ ଆହାର ଆରମ୍ଭ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ |
01:33 | ଅନ୍ୟଥା, ଶିଶୁର ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି ହେବ |
01:39 | ପରବର୍ତ୍ତୀ ବୟସରେ ଶିଶୁ କଠିନ ଖାଦ୍ୟ ନ ଖାଇପାରିବାର ମଧ୍ୟ ସମ୍ଭାବନା ଅଛି |
01:47 | ମନେରଖନ୍ତୁ, ପରିପୂରକ ଖାଦ୍ୟ ସ୍ତନ୍ୟପାନକୁ ସହାୟତା କରିଥାଏ |
01:53 | ତେଣୁ, ଅତି କମରେ 2 ବର୍ଷ ବୟସ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ଉଚିତ |
02:00 | ପ୍ରକାର, |
02:02 | ଘନତା |
02:04 | ଓ ପରିପୂରକ ଖାଦ୍ୟର ପରିମାଣ, ଶିଶୁର ବୟସକୁ ନେଇ ଭିନ୍ନ ହୋଇଥାଏ |
02:10 | ପ୍ରତ୍ୟେକ ବୟସ ବର୍ଗ ପାଇଁ ନିର୍ଦ୍ଦିଷ୍ଟ ସୁପାରିସ ରହିଛି |
02:16 | ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଅଲରେ ସେଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଛି |
02:23 | ଏବେ ଆସନ୍ତୁ ସବୁ ବୟସରେ ପରିପୂରକ ଆହାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ବିଷୟରେ ଆଲୋଚନା କରିବା |
02:31 | ଯେକୌଣସି ନୂଆ ଖାଦ୍ୟ ପ୍ରଥମେ ଶିଶୁକୁ ପୃଥକ ଭାବରେ ଦିଆଯିବା ଦରକାର |
02:37 | ପରେ ତାହାକୁ ଅନ୍ୟ ଖାଦ୍ୟ ସହିତ ମିଶାଇବା ଉଚିତ |
02:42 | ଶିଶୁର କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ପାଇଁ ଆଲର୍ଜୀ ଅଛି କି ନାହିଁ, ତାହା ଆକଳନ କରିବାରେ ଏହା ସାହାଯ୍ୟ କରିବ |
02:48 | ଭଲ ପୋଷଣ ପାଇଁ ବିଭିନ୍ନ ଖାଦ୍ୟ ଖାଇବା ଅତ୍ୟାବଶ୍ୟକ |
02:54 | ପ୍ରତ୍ୟେକ ଚତୁର୍ଥ ଦିନ, ଶିଶୁର ଆହାରରେ ଗୋଟିଏ ନୂଆ ଖାଦ୍ୟ ଯୋଡ଼ନ୍ତୁ |
03:01 | ପୂର୍ବରୁ ଦିଆଯାଇଥିବା ଖାଦ୍ୟ ସହିତ 1 ଟେବଲ ଚାମଚ ନୂଆ ଖାଦ୍ୟ ସହିତ ଆରମ୍ଭ କରନ୍ତୁ |
03:08 | ତା’ପରେ, ପ୍ରତ୍ୟେକ ଦିନ ଧୀରେ ଧୀରେ ତାହାର ପରିମାଣ ବଢ଼ାନ୍ତୁ |
03:12 | ସମସ୍ତ 8 ଟି ଖାଦ୍ୟ ବର୍ଗରୁ ପୋଷଣ ଭରା ଖାଦ୍ୟକୁ ଧୀରେ ଧୀରେ ମିଶାଇବା ଆବଶ୍ୟକ |
03:20 | ପ୍ରଥମ ଖାଦ୍ୟ ବର୍ଗ ହେଉଛି ଶସ୍ୟ, ମାଟିରୁ ବାହାରିଥିବା ପରିବା ଓ କନ୍ଦମୂଳ |
03:27 | ବିଭିନ୍ନ ପ୍ରକାର ଡାଲି, ମଞ୍ଜି ଓ ବାଦାମ ଦ୍ୱିତୀୟ ବର୍ଗରେ ରହିଛି |
03:32 | ତୃତୀୟ ବର୍ଗରେ ଦୁଗ୍ଧ ଜାତୀୟ ଉତ୍ପାଦ ରହିଛି |
03:37 | ଚତୁର୍ଥ ବର୍ଗରେ ମାଂସ, ମାଛ ଓ ଚିକେନ୍ ରହିଛି |
03:42 | ପଞ୍ଚମ ବର୍ଗରେ ଅଛି ଅଣ୍ଡା |
03:46 | ଭିଟାମିନ୍ A ସମୃଦ୍ଧ ଫଳ ଓ ପରିବା ଷଷ୍ଠ ବର୍ଗରେ ରହିଛି |
03:52 | ସପ୍ତମ ବର୍ଗରେ ରହିଛି ଅନ୍ୟାନ୍ୟ ଫଳ ଓ ପରିବା |
03:57 | ଶେଷରେ, ସ୍ତନ୍ୟପାନ ହେଉଛି ଅଷ୍ଟମ ବର୍ଗ, କିନ୍ତୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ |
04:04 | ଏହା ଅନ୍ୟ ଖାଦ୍ୟ ବର୍ଗ ସହିତ ପ୍ରତିଦିନ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ |
04:11 | ଶିଶୁର ଆହାରରେ ଏହି ସମସ୍ତ 8 ଟି ଖାଦ୍ୟ ବର୍ଗ ସାମିଲ ହେବା ନିହାତି ଦରକାର |
04:17 | ଯଦି ଶିଶୁର ଆହାରରେ ଏହି ବର୍ଗଗୁଡ଼ିକ ମଧ୍ୟରୁ 5 ରୁ କମ୍ ଥାଏ, ତେବେ ଏହା ଏକ ଭୟଙ୍କର ସମସ୍ୟା ଅଟେ |
04:24 | ଏହାକୁ ତୁରନ୍ତ ଠିକ କରିବା ଆବଶ୍ୟକ |
04:28 | କେତେକ ଶିଶୁ ଆଦୌ ସ୍ତନ କ୍ଷୀର ପାଆନ୍ତି ନାହିଁ |
04:33 | ପ୍ରତିଦିନ ଅବଶିଷ୍ଟ 7 ଟି ବର୍ଗର ଖାଦ୍ୟକୁ ସେମାନଙ୍କ ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ |
04:40 | ଏହା ସହିତ, ସେମାନଙ୍କୁ 500 ମି.ଲି. ପଶୁ କ୍ଷୀର ଏବଂ ପ୍ରତିଦିନ 2 ଟି ଅତିରିକ୍ତ ଭୋଜନ ଦିଅନ୍ତୁ |
04:49 | ଶିଶୁକୁ ଖୁଆଇବା ପୂର୍ବରୁ ସର୍ବଦା ପଶୁ କ୍ଷୀରକୁ ଫୁଟାଇଦିଅନ୍ତୁ |
04:55 | ଏବେ, ଗୋଟିଏ ଶିଶୁର ଆହାରରେ ନୂଆ ଖାଦ୍ୟ ବର୍ଗ ଯୋଡ଼ିବାର କ୍ରମ ବିଷୟରେ ଆଲୋଚନା କରିବା |
05:02 | ସ୍ତନ୍ୟପାନ ସମେତ, ପ୍ରଥମ 5 ଟି ବର୍ଗରୁ ପରିପୂରକ ଖାଦ୍ୟ ଦେବା ଆରମ୍ଭ କରନ୍ତୁ |
05:09 | 6 ମାସ ବୟସ ପରେ ଶିଶୁକୁ ଅଧିକ ପରିମାଣର ପୁଷ୍ଟିକର ଖାଦ୍ୟ ଆବଶ୍ୟକ ହୋଇଥାଏ |
05:16 | ହେଲେ, ପ୍ରାରମ୍ଭିକ ଦିନରେ ଦିଆଯାଇଥିବା ଖାଦ୍ୟର ପରିମାଣ କମ ଥାଏ |
05:24 | ତେଣୁ, ପ୍ରଥମ 5 ଟି ବର୍ଗରୁ ପୋଷଣରେ ଭରା ଖାଦ୍ୟ ଦିଆଯାଇପାରିବ |
05:31 | ଏହି ଖାଦ୍ୟଗୁଡ଼ିକରେ ପ୍ରୋଟିନ୍ ଓ ଉତ୍ତମ ଚର୍ବି ଭଳି ପୋଷକ ତତ୍ତ୍ୱ ଭରପୂର ଥାଏ |
05:38 | ଶିଶୁର ଉଚ୍ଚତା ଓ ମାଂସପେଶୀଜନିତ ବିକାଶ ପାଇଁ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅଟେ |
05:45 | ଶିଶୁର ମସ୍ତିଷ୍କ ବିକାଶ ପାଇଁ ଉତ୍ତମ ଚର୍ବି ଜରୁରୀ ହୋଇଥାଏ |
05:50 | ଏହି ଖାଦ୍ୟ ପରେ, ପରିବା ଓ ଫଳ ଦେବା ଆରମ୍ଭ କରନ୍ତୁ |
05:57 | ପନିପରିବା ଓ ଫଳଗୁଡ଼ିକରେ ଭିଟାମିନ୍ ଓ ମିନେରଲ୍ ଅଧିକ ଥାଏ |
06:03 | ହେଲେ, ସେଗୁଡ଼ିକ ପ୍ରଥମ 5 ଟି ବର୍ଗ ଭଳି ପ୍ରୋଟିନ୍ ଓ ଚର୍ବି ଭରା ନୁହେଁ |
06:11 | ତେଣୁ, ଓଜନ ସ୍ଥିରତା କିମ୍ବା ହ୍ରାସକୁ ଏଡ଼ାଇବା ପାଇଁ ସେଗୁଡ଼ିକ ପରେ ଆରମ୍ଭ କରାଯାଏ |
06:18 | ଆହୁରି ମଧ୍ୟ, ଫଳଗୁଡ଼ିକ ସ୍ୱାଦରେ ମିଠା ହୋଇଥାଏ |
06:23 | ମିଠା ସ୍ୱାଦ ପୂର୍ବରୁ ଶିଶୁକୁ ବିଭିନ୍ନ ପ୍ରକାର ସ୍ୱାଦ ଚାଖିବା ଜରୁରୀ |
06:31 | ବିଭିନ୍ନ ସ୍ୱାଦ ଚାଖିବା ଶିଶୁକୁ ଅଧିକ ଖାଦ୍ୟ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ |
06:37 | ପରେ ସେମାନେ ଖାଦ୍ୟ ବାଛିବାର ସମ୍ଭାବନାକୁ ଏହା କମ କରିଥାଏ |
06:44 | ତେଣୁ, ସମସ୍ତ ଅନ୍ୟ ପ୍ରକାରର ଖାଦ୍ୟ ଯୋଡ଼ିବା ପରେ ଶିଶୁର ଆହାରରେ ଫଳ ଯୋଡ଼ାଯାଏ |
06:51 | ଦିନକୁ ଥରେ କିମ୍ୱା ଦୁଇଥର ତାଜା, ଋତୁଗତ, ସ୍ଥାନୀୟ ଫଳ ଦେବା ପାଇଁ ସୁପାରିସ କରାଯାଏ |
06:59 | ନିୟମିତ ଖାଦ୍ୟ ପରେ ଫଳକୁ ମିଠା ଭାବରେ ଦିଆଯାଇପାରେ |
07:05 | ଶିଶୁର ନିୟମିତ ଖାଦ୍ୟରେ ଫଳ ଚକଟା ମିଶାଯିବା ଉଚିତ ନୁହେଁ |
07:11 | ଏହି ବୟସରେ ଫଳ ରସ ଦିଅନ୍ତୁ ନାହିଁ |
07:16 | ଏଥିରେ ଉଭୟ ଘର ତିଆରି ଓ ଦୋକାନରେ ମିଳୁଥିବା ଫଳ ରସ ଅନ୍ତର୍ଭୁକ୍ତ ଅଛି |
07:23 | ମନେରଖନ୍ତୁ, 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖନ୍ତୁ |
07:28 | ତାକୁ କଠିନ ଖାଦ୍ୟ ଦିଅନ୍ତୁ ନାହିଁ, ଯାହା ତା’ ତଣ୍ଟିରେ ଲାଗିବ |
07:34 | ଏହିଭଳି ଖାଦ୍ୟଗୁଡ଼ିକର ଉଦାହରଣ ହେଉଛି ଗୋଟା ବାଦାମ, ଅଙ୍ଗୁର, ଚଣା ଓ କଞ୍ଚା ଗାଜର ଖଣ୍ଡ |
07:44 | ସ୍ୱଚ୍ଛ ଭାବରେ ପ୍ରସ୍ତୁତ ସତେଜ ଘର ତିଆରି ଖାଦ୍ୟ ଶିଶୁ ପାଇଁ ସର୍ବୋତ୍ତମ ଅଟେ |
07:51 | ଯଦି ଶିଶୁର ଖାଦ୍ୟକୁ ସଂରକ୍ଷଣ କରିବାକୁ ହୁଏ, ତେବେ ଦୟାକରି ସୁରକ୍ଷିତ ସଂରକ୍ଷଣ ଉପରେ ଥିବା ଆମ ଟ୍ୟୁଟୋରିଅଲ୍ ଦେଖନ୍ତୁ |
07:57 | ଶିଶୁ ଖାଦ୍ୟର ନିରାପଦ ପ୍ରସ୍ତୁତି ଓ ପରିବେଷଣ ମଧ୍ୟ ସମାନ ଟ୍ୟୁଟୋରିଅଲରେ ଆଲୋଚନା କରାଯାଇଛି |
08:06 | ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟକୁ ଯାଆନ୍ତୁ |
08:10 | ଖାଦ୍ୟ ସହିତ, 6 ମାସରେ ଶିଶୁକୁ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ମଧ୍ୟ ଦିଆଯାଇପାରିବ |
08:18 | ଦିନକୁ ଦୁଇଥର କରି 30 ରୁ 60 ମି.ଲି. ପାଣିରୁ ଆରମ୍ଭ କରନ୍ତୁ |
08:25 | ଶିଶୁର ଦାବି ଅନୁସାରେ ଗରମ ଦିନରେ ଏହାକୁ ବଢ଼ାଇବା ଉଚିତ |
08:31 | ସ୍ତନ କ୍ଷୀର ଓ ପାଣି ଶିଶୁ ପାଇଁ ସବୁଠାରୁ ଭଲ |
08:37 | ହେଲେ, ତାହାକୁ ସଠିକ ସମୟରେ ଦିଆଯିବା ଦକରାର |
08:42 | ଭୋଜନ ପୂର୍ବରୁ ଶିଶୁକୁ ସ୍ତନ୍ୟପାନ କରାନ୍ତୁ ନାହିଁ କିମ୍ୱା ପାଣି ଦିଅନ୍ତୁ ନାହିଁ |
08:48 | ଗୋଟିଏ ଭୋକିଲା ଶିଶୁର ନୂଆ ଖାଦ୍ୟ ଚାଖିବାର ସମ୍ଭାବନା ଅଧିକ ଥାଏ |
08:54 | ଭୋଜନର 20 ରୁ 30 ମିନିଟ ପୂର୍ବରୁ କିମ୍ୱା ପରେ ସ୍ତନ୍ୟପାନ କରାଯାଇପାରିବ କିମ୍ୱା ପାଣି ଦିଆଯାଇପାରିବ |
09:02 | ଶିଶୁଟି ଭଲ ଭାବରେ ବଢ଼ିବା ପାଇଁ ପର୍ଯ୍ୟାପ୍ତ ପରିପୂରକ ଖାଦ୍ୟ ଆବଶ୍ୟକ ହୋଇଥାଏ |
09:08 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |