Difference between revisions of "COVID19/C2/Breastfeeding-during-COVID-19/Oriya"
From Script | Spoken-Tutorial
(Created page with "{| border=1 | <center>Time</center> | <center>Narration</center> |- | 00:02 | COVID-19 ସମୟରେ ସ୍ତନ୍ୟପାନ ଉପରେ ସ୍ପୋକନ୍ ଟ୍...") |
|||
Line 422: | Line 422: | ||
| 10:14 | | 10:14 | ||
| ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ. | | ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ. | ||
− | IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ||
|- | |- | ||
|} | |} |
Latest revision as of 11:46, 27 July 2020
|
|
00:02 | COVID-19 ସମୟରେ ସ୍ତନ୍ୟପାନ ଉପରେ ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା |
00:12 | COVID-19 କ’ଣ ଏବଂ |
00:14 | COVID-19 ସମୟରେ ସ୍ତନ୍ୟପାନ ପାଇଁ ମାର୍ଗଦର୍ଶିକା |
00:19 | COVID-19 କ’ଣ ଆସନ୍ତୁ ପ୍ରଥମେ ବୁଝିବା? |
00:24 | COVID-19 ହେଉଛି ଏକ ସଂକ୍ରାମକ ରୋଗ, ଯାହା କୋରୋନାଭାଇରସ୍ ନାମକ ଭୂତାଣୁ ଦ୍ୱାରା ବ୍ୟାପିଥାଏ |
00:33 | ଏହି ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିସାରିଛି |
00:37 | ଯେତେବେଳେ ସଂକ୍ରମିତ ବ୍ୟକ୍ତି ଛିଙ୍କନ୍ତି କିମ୍ୱା କାଶନ୍ତି, ତାଙ୍କଠାରୁ ଜଳକଣା ବାହାରିଥାଏ |
00:44 | ସେହି ଜଳକଣାରେ କୋରୋନା ଭୂତାଣୁ ଥାଏ |
00:49 | ଏହି ସଂକ୍ରମିତ ଜଳକଣାଗୁଡ଼ିକୁ ଅନ୍ୟ ଲୋକମାନେ ଶୁଙ୍ଗିଲେ ସଂକ୍ରମଣ ବ୍ୟାପିଥାଏ |
00:56 | ଏହି ଜଳକଣାଗୁଡ଼ିକ 1 ରୁ 2 ମିଟର୍ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିପାରେ ଏବଂ ଚଟାଣରେ ରହିପାରେ |
01:04 | ସେଠାରେ ସେଗୁଡ଼ିକ କିଛି ଘଣ୍ଟା କିମ୍ୱା ଦିନ ପର୍ଯ୍ୟନ୍ତ ରୁହେ |
01:09 | ଅନ୍ୟ ଲୋକମାନେ ସେହି ସ୍ଥାନକୁ ନିଜ ହାତ ସାହାଯ୍ୟରେ ଛୁଅଁନ୍ତି |
01:15 | ତା’ପରେ ହାତ ନ ଧୋଇ, ନିଜ ଆଖି, |
01:18 | ନାକ କିମ୍ୱା ପାଟିକୁ ଛୁଅଁନ୍ତି |
01:23 | ଏହା ହେଉଛି ଅନ୍ୟ ଏକ ମାର୍ଗ, ଯେଉଁଥିରୁ ସଂକ୍ରମଣ ବ୍ୟାପେ |
01:28 | ଲକ୍ଷଣ ଆରମ୍ଭ ହେବା ପୂର୍ବରୁ ମଧ୍ୟ ସଂକ୍ରମିତ ଲୋକମାନଙ୍କ ଦ୍ୱାରା ଭୂତାଣୁ ବ୍ୟାପିପାରେ |
01:35 | ଏହି ଭୂତାଣୁର ଅନ୍ତର୍ଗର୍ଭାଶୟୀ ସଂଚରଣର କୌଣସି ସ୍ପଷ୍ଟ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ |
01:43 | ସଂକ୍ରମିତ ମା’ମାନଙ୍କର ସ୍ତନକ୍ଷୀରରେ ଏହି ଭୂତାଣୁ ଥିବାର ଏପର୍ଯ୍ୟନ୍ତ ଠାବ ହୋଇନାହିଁ |
01:51 | ସ୍ତନ୍ୟପାନ ମାଧ୍ୟମରେ ଏହା ସଂଚାରିତ ହେଉଥିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ |
01:57 | କୋରୋନାଭାଇରସ୍ ସଂକ୍ରମଣର କ୍ଲିନିକଲ୍ ଲକ୍ଷଣ ବହୁତ ରହିଛି |
02:03 | ଜ୍ୱର, କାଶ, |
02:05 | ଅଣନିଶ୍ୱାସୀ, କ୍ଲାନ୍ତି, |
02:07 | ମୁଣ୍ଡବିନ୍ଧା, ତଣ୍ଟି ଦରଜ ହେଉଛି ସାଧାରଣ |
02:12 | ବାନ୍ତି ହେବା, ହଇଜା, |
02:14 | ଛିଙ୍କିବା ଓ ଆଖି ଫୁଲିବା ହେଉଛି ଅସାଧାରଣ |
02:19 | ସଂକ୍ରମିତ ଲୋକମାନଙ୍କର କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ |
02:25 | COVID-19ର ବିପଦ ନବଜନ୍ମିତ ଓ ଶିଶୁମାନଙ୍କ ଉପରେ କମ ଥାଏ |
02:30 | ଛୋଟ ପିଲାମାନଙ୍କଠାରେ COVID-19 ର କେବଳ କିଛି ସୁନିଶ୍ଚିତ ମାମଲା ରହିଛି |
02:37 | ଅଧିକାଂଶ ସଂକ୍ରମିତ ପିଲାଙ୍କଠାରେ ଅଳ୍ପ କିମ୍ୱା କୌଣସି ଲକ୍ଷଣ ଦେଖାଯାଏ ନାହିଁ |
02:44 | ଏବେ, COVID-19 ସମୟରେ ସ୍ତନ୍ୟପାନ ପାଇଁ ମାର୍ଗଦର୍ଶିକା ବିଷୟରେ ଆସନ୍ତୁ ଆଲୋଚନା କରିବା |
02:51 | ସମସ୍ତ ଶିଶୁଙ୍କ ପାଇଁ ସ୍ତନ କ୍ଷୀର ହେଉଛି ଅତ୍ୟାବଶ୍ୟକ |
02:56 | COVID-19 ସନ୍ଦିଗ୍ଧ କିମ୍ୱା ସୁନିଶ୍ଚିତ ମା’ମାନଙ୍କଠାରୁ ଜନ୍ମ ନେଇଥିବା ଶିଶୁମାନେ ଏଥିରେ ଅନ୍ତର୍ଭୁକ୍ତ |
03:03 | COVID-19 ସନ୍ଦିଗ୍ଧ କିମ୍ୱା ସୁନିଶ୍ଚିତ ଶିଶୁମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି |
03:10 | ସମସ୍ତ ଶିଶୁମାନଙ୍କୁ ସାଧାରଣ ଶିଶୁଙ୍କୁ ଖୁଆଇବା ମାର୍ଗଦର୍ଶିକା ଅନୁସାରେ ଖୁଆଯିବା ଉଚିତ |
03:17 | ଜନ୍ମର 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଯିବା ଉଚିତ |
03:22 | 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ହିଁ କରାଯିବା ଦରକାର |
03:28 | ଯଦି ଆବଶ୍ୟକ ହୁଏ, ତେବେ ମା’ଙ୍କ ସ୍ତନରୁ କଢ଼ାଯାଇଥିବା କ୍ଷୀର ଦିଆଯାଇପାରିବ |
03:34 | 6 ମାସରୁ ପୂରକ ଆହାର ଆରମ୍ଭ କରାଯିବା ଦରକାର |
03:40 | ଅତିକମରେ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଯିବା ଉଚିତ |
03:46 | ସ୍ତନ୍ୟପାନ, କଢ଼ାଯାଇଥିବା କ୍ଷୀର ଓ ପରିପୂରକ ଆହାର ହେଉଛି ଅତ୍ୟାବଶ୍ୟକ ଦକ୍ଷତା |
03:54 | ସେଗୁଡ଼ିକ ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଛି |
03:59 | ଦୟାକରି ଆମ ୱେବସାଇଟରେ ଥିବା ପ୍ରାକ୍ ଆବଶ୍ୟକ ସ୍ୱାସ୍ଥ୍ୟ ଓ ପୋଷଣ ଶୃଙ୍ଖଳା ଦେଖନ୍ତୁ |
04:06 | COVID-19 ସମୟରେ, ସୁସ୍ଥକର ଭାବେ ଶିଶୁକୁ ଖୁଆଇବା ପାଇଁ ବିଶେଷ ଯତ୍ନ ନିଆଯିବା ଆବଶ୍ୟକ |
04:13 | ଶିଶୁକୁ ଛୁଇଁବା ପୂର୍ବରୁ ଓ ପରେ ମା’ ନିଜ ହାତକୁ 20 ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା ଉଚିତ |
04:21 | ସ୍ତନ୍ୟପାନ କିମ୍ୱା ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ ଓ ପରେ ମଧ୍ୟ ହାତ ଧୋଇବା ଉଚିତ |
04:28 | ହାତ ସଫା କରିବା ପାଇଁ ଆଲକୋହୋଲ୍ ଆଧାରିତ ହ୍ୟାଣ୍ଡ ରବ୍ ମଧ୍ୟ ବ୍ୟବହାର କରାଯାଇପାରିବ |
04:34 | ଯଦି ସେ COVID-19 ସନ୍ଦିଗ୍ଧ କିମ୍ୱା ସୁନିଶ୍ଚିତ ହୋଇଥିବେ, ତେବେ ଡାକ୍ତରୀ ମାସ୍କ ଆବଶ୍ୟକ ହେବ |
04:43 | ସ୍ତନ୍ୟପାନ ଓ କ୍ଷୀର କାଢ଼ିବା ସମୟରେ |
04:46 | ସେ ମାସ୍କ ପିନ୍ଧିବା ଉଚିତ |
04:49 | ମାସ୍କଟି ଓଦା ହେବା କ୍ଷଣି, ତାହାକୁ ବଦଳାଇଦିଅନ୍ତୁ |
04:55 | ବ୍ୟବହୃତ ମାସ୍କକୁ ତୁରନ୍ତ ଫୋପାଡ଼ିଦିଅନ୍ତୁ |
05:01 | ତାହାକୁ ଆଉ ବ୍ୟବହାର କରନ୍ତୁ ନାହିଁ |
05:04 | ମାସ୍କର ସାମ୍ନା ଭାଗକୁ ଛୁଅଁନ୍ତୁ ନାହିଁ |
05:09 | ମାସ୍କକୁ ପଛପଟୁ କାଢ଼ନ୍ତୁ |
05:13 | ବେଳେବେଳେ, ଡାକ୍ତରୀ ମାସ୍କ ଉପଲବ୍ଧ ହୋଇନଥାଏ |
05:19 | ଏପରି ମାମଲାରେ, ଗୋଟିଏ ଟିସୁ |
05:22 | କିମ୍ୱା ଖଣ୍ଡେ ସଫା କପଡ଼ା କିମ୍ୱା ଗୋଟିଏ ରୁମାଲ ବ୍ୟବହାର କରନ୍ତୁ |
05:27 | ସର୍ବଦା ସେଥିରେ ହିଁ ଛିଙ୍କନ୍ତୁ କିମ୍ୱା କାଶନ୍ତୁ |
05:31 | ତାହାକୁ ତୁରନ୍ତ ଡଷ୍ଟବିନରେ ଫୋପାଡ଼ିଦେଇ ନିଜ ହାତକୁ ଭଲ ଭାବରେ ଧୁଅନ୍ତୁ |
05:38 | ଗୋଟିଏ ଓଦା ଟିସୁ କିମ୍ୱା କପଡ଼ା |
05:40 | କିମ୍ୱା ରୁମାଲକୁ ଯେତେଥର ଆବଶ୍ୟକ ବଦଳାଇବା ଉଚିତ |
05:46 | ଡାକ୍ତରୀ ମାସ୍କ ଉପଲବ୍ଧ ନଥିଲେ, କପଡ଼ା ମାସ୍କ ମଧ୍ୟ ବ୍ୟବହାର କରାଯାଇପାରିବ |
05:53 | ପ୍ରତ୍ୟେକ ଥର ଖୁଆଇବା ପୂର୍ବରୁ ମା’ଙ୍କୁ ନିଜ ସ୍ତନ ଧୋଇବାର ଆବଶ୍ୟକ ନାହିଁ |
05:58 | ଯଦି ସେ ନିଜ ଛାତି ଉପରେ କାଶିଥା’ନ୍ତି, ତେବେ ସ୍ତନକୁ ଧୋଇଦେବା ଉଚିତ |
06:04 | ସାବୁନ ଓ ଗରମ ପାଣି ବ୍ୟବହାର କରି ଅତିକମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାଲୁକା ଭାବେ ସେଗୁଡ଼ିକୁ ଧୁଅନ୍ତୁ |
06:12 | ଶିଶୁକୁ ଛୁଇଁବା ପୂର୍ବରୁ ଓ ପରେ ଧାଈଙ୍କୁ ନିଜ ହାତ ଧୋଇନେବା ଦରକାର |
06:19 | ବଖରାର ସମସ୍ତ ସ୍ଥାନକୁ ନିୟମିତ ଭାବେ ସଫା ଓ ସଂକ୍ରମଣହୀନ କରାଯିବା ଉଚିତ |
06:26 | କେତେକ ସଂକ୍ରମିତ ମା’ ସ୍ତନ୍ୟପାନ କରାଇବା ପାଇଁ ବହୁତ ଅସୁସ୍ଥ ଥାଇପାରନ୍ତି |
06:32 | ଏପରି ପରିସ୍ଥିତିରେ, ଶିଶୁକୁ ମା’ଙ୍କ ସ୍ତନରୁ କଢ଼ାଯାଇଥିବା କ୍ଷୀର ଖୁଆଇବା ଉଚିତ |
06:39 | ଏହି କ୍ଷୀରକୁ ଜଣେ ନର୍ସ କିମ୍ୱା ପରିବାର ସଦସ୍ୟ ଶିଶୁକୁ ଖୁଆଇପାରିବେ |
06:45 | ଶିଶୁକୁ ଖୁଆଉଥିବା ବ୍ୟକ୍ତି ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବା ଅନୁଚିତ |
06:51 | ଶିଶୁକୁ କିମ୍ୱା କ୍ଷୀରକୁ ଛୁଇଁବା ପୂର୍ବରୁ ସେ ଅତିକମରେ 20 ସେକେଣ୍ଡ ପର୍ଯ୍ୟନ୍ତ ନିଜ ହାତ ଧୋଇବା ଉଚିତ |
06:59 | ହାତ ଧୋଇବା ପରେ ସେ ନିଶ୍ଚିତ ଭାବେ ମାସ୍କ ମଧ୍ୟ ପିନ୍ଧିବେ |
07:05 | ସ୍ତନରୁ କଢ଼ାଯାଇଥିବା କ୍ଷୀରକୁ ଗରମ ନ କରି ଶିଶୁକୁ ଖୁଆଯାଇପାରିବ |
07:11 | ସ୍ତନରୁ କଢ଼ାଯାଇଥିବା କ୍ଷୀରର ସଂଗ୍ରହ ଓ ସଂରକ୍ଷଣ ବହୁତ ସାବଧାନତାପୂର୍ବକ କରାଯିବା ଦରକାର |
07:18 | ମା’ ସୁସ୍ଥ ହେବା ପରେ ସ୍ତନ୍ୟପାନ ପୁଣି ଆରମ୍ଭ କରାଯିବା ଉଚିତ |
07:24 | କେତେକ ସଂକ୍ରମିତ ମା’ ସ୍ତନରୁ କ୍ଷୀର କାଢ଼ିବା ପାଇଁ ବହୁତ ଅସୁସ୍ଥ ଥାଇପାରନ୍ତି |
07:29 | ଏପରି ପରିସ୍ଥିତିରେ ଶିଶୁକୁ ଖୁଆଇବା ପାଇଁ ଅନ୍ୟ କୌଣସି ବିକଳ୍ପ ଦେଖନ୍ତୁ |
07:35 | ଡୋନର୍ ମାନବ ଦୁଗ୍ଧ ବ୍ୟାଙ୍କରେ କ୍ଷୀର ଉପଲବ୍ଧ ଅଛି କି ନାହିଁ ଖବର ନିଅନ୍ତୁ |
07:41 | ମା’ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଡୋନର୍ ମାନବ କ୍ଷୀର ଶିଶୁକୁ ଖୁଆନ୍ତୁ |
07:47 | ଯଦି ଡୋନର୍ ମାନବ କ୍ଷୀର ଉପଲବ୍ଧ ନଥିବ, ତେବେ ମା’ ସୁସ୍ଥ ନ ହେବା ପର୍ଯ୍ୟନ୍ତ ୱେଟ୍-ନର୍ସିଙ୍ଗ୍ କରି ଦେଖନ୍ତୁ |
07:55 | ୱେଟ୍-ନର୍ସିଙ୍ଗ୍ ହେଉଛି, ଏପରି ଜଣେ ମହିଳାଙ୍କୁ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଦେବା, ଯିଏ ତା’ ମା’ ହୋଇନଥିବେ |
08:03 | ଯଦି ୱେଟ୍-ନର୍ସିଙ୍ଗ୍ ସମ୍ଭବ ନ ହୁଏ, ତେବେ ଶିଶୁକୁ ପଶୁ କ୍ଷୀର ଖୁଆନ୍ତୁ |
08:10 | ଶିଶୁକୁ ଖୁଆଇବା ପୂର୍ବରୁ ସର୍ବଦା ପଶୁ କ୍ଷୀରକୁ ଫୁଟାଇଦିଅନ୍ତୁ |
08:16 | ଏହି ବିକଳ୍ପଗୁଡ଼ିକ ଉପରେ ଦୟାକରି ନିଜ ଚିକିତ୍ସକଙ୍କ ମତାମତ ନିଅନ୍ତୁ |
08:23 | ଫର୍ମୁଲା କ୍ଷୀର, |
08:25 | ଫୀଡିଙ୍ଗ୍ ବୋତଲ |
08:27 | ପ୍ଲାଷ୍ଟିକ୍, ରବର କିମ୍ୱା ସିଲିକନ୍ ନିପ୍ପଲ୍ ବ୍ୟବହାର କରନ୍ତୁ ନାହିଁ |
08:32 | ମା’ ସୁସ୍ଥ ହେବା ପରେ ସ୍ତନ୍ୟପାନ ଆରମ୍ଭ କରିବାରେ ତାଙ୍କୁ ସାହାଯ୍ୟ କରନ୍ତୁ |
08:38 | ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅଭ୍ୟାସ ହେଉଛି, ମା’ ଓ ଶିଶୁ ମଧ୍ୟରେ ଚର୍ମ ସ୍ପର୍ଶ |
08:46 | ମା’ଙ୍କୁ COVID-19 ହୋଇଥିଲେ ସୁଦ୍ଧା ଜନ୍ମ ହେବାର ତୁରନ୍ତ ପରେ ଏହାକୁ ଆରମ୍ଭ କରାଯିବା ଦରକାର |
08:53 | ଏହା ସ୍ତନ୍ୟପାନ ଆରମ୍ଭ କରିବାରେ ସାହାଯ୍ୟ କରିବ |
08:58 | ଦିନ ଓ ରାତି ସବୁବେଳେ କଙ୍ଗାରୁ ମା’ ଯତ୍ନ କରାଯିବା ଉଚିତ |
09:04 | ସ୍ତନ୍ୟପାନ ଓ ଚର୍ମ ସ୍ପର୍ଶ, ଶିଶୁମାନଙ୍କଠାରେ ମୃତ୍ୟୁର ଆଶଂକାକୁ କମ କରିଥାଏ |
09:12 | ସେଗୁଡ଼ିକ ତୁରନ୍ତ ଓ ଜୀବନ ତମାମ ସ୍ୱାସ୍ଥ୍ୟ ଓ ବିକାଶ ସୁବିଧା ପ୍ରଦାନ କରିଥାଏ |
09:20 | ମା’ମାନଙ୍କ ପାଇଁ ସ୍ତନ ଓ ଡିମ୍ୱଗ୍ରନ୍ଥି କର୍କଟର ବିପଦକୁ ସ୍ତନ୍ୟପାନ କମ କରିଥାଏ |
09:27 | ଏହି ଲାଭଗୁଡ଼ିକ, ସଂକ୍ରମିତ ହେବାର ଆଶଂକାଠାରୁ ବହୁତ ଅଧିକ ଅଟେ |
09:34 | ଶେଷରେ, ମା’ ଓ ପରିବାରର ସଦସ୍ୟମାନେ ଚେତାବନୀ ଚିହ୍ନଗୁଡ଼ିକ ବିଷୟରେ ପରାମର୍ଶ କରିବା ଦରକାର |
09:42 | ସେମାନେ, ଶିଶୁଠାରେ ଚେତାବନୀ ଚିହ୍ନଗୁଡ଼ିକୁ ଜାଣିବା ପାଇଁ ତାଲିମ ନେବା ଆବଶ୍ୟକ |
09:48 | ଯଦି ସେମାନେ କୌଣସି ଚିହ୍ନ ଦେଖନ୍ତି, ତେବେ ଡାକ୍ତରଙ୍କୁ ଜଣାଇବା ଉଚିତ |
09:53 | ଏହି ଟ୍ୟୁଟୋରିଅଲରେ ଥିବା ମାର୍ଗଦର୍ଶିକା, ବର୍ତ୍ତମାନ ଉପଲବ୍ଧ ଥିବା ସୀମିତ ପ୍ରମାଣ ଉପରେ ଆଧାରିତ |
10:01 | ନୂଆ ପ୍ରମାଣ ଆସିବା କ୍ଷଣି, କେତେକ ସୁପାରିସକୁ ପରିବର୍ତ୍ତନ କରାଯାଇପାରେ |
10:08 | ସରକାରଙ୍କ ସଦ୍ୟତମ ନିୟମ ଅନୁଯାୟୀ ଏହି ମାର୍ଗଦର୍ଶିକାଗୁଡ଼ିକୁ ଦୟାକରି ବ୍ୟବହାର କରନ୍ତୁ |
10:14 | ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ.
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |