Difference between revisions of "Moodle-Learning-Management-System/C2/Course-Administration-in-Moodle/Oriya"
(Created page with "{| border=1 || '''Time''' || '''Narration''' |- | 00:01 | Moodleରେ Course Administration ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ...") |
|||
Line 162: | Line 162: | ||
|- | |- | ||
| 04:46 | | 04:46 | ||
− | | ସମ୍ୱନ୍ଧିତ ଫିଲ୍ଡରେ Author ଓ Licence ବିବରଣୀ ଲେଖନ୍ତୁ. | + | | ସମ୍ୱନ୍ଧିତ ଫିଲ୍ଡରେ Author ଓ Licence ବିବରଣୀ ଲେଖନ୍ତୁ. |
− | + | ଶେଷରେ, ତଳେ ଥିବା Upload This File ବଟନ୍ ଉପରେ କ୍ଲିକ୍ କରନ୍ତୁ | |
|- | |- |
Latest revision as of 17:53, 3 March 2020
Time | Narration |
00:01 | Moodleରେ Course Administration ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Moodleରେ Course Administration
ଗୋଟିଏ କୋର୍ସରେ କାର୍ଯ୍ୟକଳାପ ଓ ସଂସାଧନ |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Ubuntu Linux OS 16.04 |
00:24 | XAMPP 5.6.30 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP |
00:33 | Moodle 3.3 ଓ Firefox ୱେବ୍ ବ୍ରାଉଜର୍ |
00:40 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:52 | ଏହି ଟ୍ୟୁଟୋରିଆଲ୍ ଅନୁମାନ କରେ ଯେ, ଆପଣଙ୍କର Site Administrator ଗୋଟିଏ Moodle Website ସେଟ୍ ଅପ୍ କରିଛି ଏବଂ ଆପଣଙ୍କୁ ଜଣେ Teacher ଭାବରେ ପଞ୍ଜୀକୃତ କରିଛି |
01:03 | Moodleରେ ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ Teacher Log in ଥିବା ଉଚିତ |
01:09 | Administratorଙ୍କ ଦ୍ୱାରା ଅତିକମରେ ଗୋଟିଏ “କୋର୍ସ” ସେମାନଙ୍କୁ ଆସାଇନ୍ କରାଯାଇଥିବ.
ଏବଂ ସେମାନଙ୍କୁ ଦିଆଯାଇଥିବା କୋର୍ସ ସମ୍ବନ୍ଧିତ କିଛି ସାମଗ୍ରୀ ଅପଲୋଡ୍ କରାଯାଇଛି |
01:19 | ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:26 | ବ୍ରାଉଜର୍କୁ ଯାଇ ନିଜର Moodle ସାଇଟ୍ ଖୋଲନ୍ତୁ. |
01:31 | ନିଜର Teacher Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ.
ମୁଁ Teacher Rebecca Raymond ଭାବରେ ଲଗ୍ ଇନ୍ କରିସାରିଛି |
01:41 | ଆମେ ଏବେ Teacher’s Dashboardରେ ଅଛେ |
01:44 | ବାମପଟେ ଥିବା Navigation Barରେ, My Courses ଅନ୍ତର୍ଗତ Calculusକୁ ଦେଖନ୍ତୁ |
01:51 | ଦୟାକରି ଧ୍ୟାନ ଦିଅନ୍ତୁ. ସମସ୍ତ “କୋର୍ସ”, ଯେଉଁଥିପାଇଁ ଆପଣ Teacher କିମ୍ୱା Student ଭାବରେ ନାମ ଲେଖାଇଛନ୍ତି, ଏଠାରେ ତାଲିକାଭୁକ୍ତ ହେବ |
01:59 | Calculus କୋର୍ସ ଉପରେ କ୍ଲିକ୍ କରନ୍ତୁ |
02:02 | Course Topics ଓ Summariesକୁ ଆମେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଅପଡେଟ୍ କରିଦେଇଛୁ |
02:09 | ଯଦି ଆପଣ ଏହିପରି କରିନାହାନ୍ତି, ତେବେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକର ଆସାଇନମେଣ୍ଟଗୁଡ଼ିକୁ ଦେଖନ୍ତୁ |
02:16 | ଏବେ ଆମେ କେତେକ ଉପଯୋଗୀ “କୋର୍ସ” ସେଟିଙ୍ଗସ୍ ବିଷୟରେ ଜାଣିବା |
02:21 | ଏହି ବିଭାଗର ଉପର ଡାହାଣପଟେ ଥିବା "ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:26 | Edit Settings ଉପରେ କ୍ଲିକ୍ କରନ୍ତୁ. ତା’ପରେ, ସମସ୍ତ ବିଭାଗକୁ ବିସ୍ତାରିତ କରିବା ପାଇଁ ଡାହାଣପଟେ ଥିବା Expand All ଉପରେ କ୍ଲିକ୍ କରନ୍ତୁ |
02:36 | ଏଠାରେ ଦେଖାଯାଉଥିବା ସେଟିଙ୍ଗସ୍, ଏହି “କୋର୍ସ” ତିଆରି କରାଯିବା ସମୟରେ Administratorଙ୍କ ଦ୍ୱାରା ପରିଭାଷିତ କରାଯାଇଛି |
02:44 | General Sectionରେ ଆମ ପାଖରେ Course Full Name ଅଛି.
ଏହି ନାମ “କୋର୍ସ” ପେଜ୍ର ଉପରେ ପ୍ରଦର୍ଶିତ ହୋଇଥାଏ |
02:54 | Course Short Name ହେଉଛି ସେହି ନାମ, ଯାହା Course Navigation ଓ Course ସମ୍ପର୍କିତ ଇମେଲ୍ ଗୁଡ଼ିକରେ ପ୍ରଦର୍ଶିତ ହୋଇଥାଏ |
03:03 | Adminଙ୍କ ଦ୍ୱାରା Course Category ସେଟ୍ କରାଯାଇସାରିଛି |
03:08 | ଆମ ଆବଶ୍ୟକତା ଅନୁସାରେ ଆମେ Course Start Date, Course End Date ଓ Course ID Numberକୁ ବଦଳାଇପାରିବା |
03:21 | Description Sectionରେ ଥିବା Course Summary ଟେକ୍ସଟ୍ ବକ୍ସକୁ ଦେଖନ୍ତୁ.
ପୂର୍ବରୁ ଥିବା ବିଷୟବସ୍ତୁକୁ ମୁଁ ଡିଲିଟ୍ କରିଦେଇ ନିମ୍ନଲିଖିତ ଟାଇପ୍ କରିବି |
03:31 | ଏହାକୁ ମୋ “କୋର୍ସ”ର ଫ୍ରଣ୍ଟ ପେଜ୍ରେ ମୋ ବିଦ୍ୟାର୍ଥୀମାନେ ଦେଖିପାରିବେ |
03:37 | ଏହାପରେ ହେଉଛି Course Summary Files ଫିଲ୍ଡ.
ଏହି ଫାଇଲ୍ଗୁଡ଼ିକ Course Summary ସମେତ ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରଦର୍ଶିତ ହେବ |
03:47 | ଡିଫଲ୍ଟ ଭାବରେ, କେବଳ JPG, GIF ଓ PNG ଫାଇଲ୍ଗୁଡ଼ିକୁ ହିଁ Course Summary Files ଭାବରେ ଅନୁମତି ଦିଆଯାଇଛି |
03:56 | 3ଟି ମାର୍ଗରେ ଗୋଟିଏ ଫାଇଲ୍କୁ ଅପଲୋଡ୍ କରିହେବ: ବକ୍ସରେ ଡ୍ରାଗ୍ ଓ ଡ୍ରପ୍ କରି |
04:03 | ଉପର ବାମପଟେ ଥିବା Upload କିମ୍ୱା Add ଆଇକନ୍ ଉପରେ କ୍ଲିକ୍ କରି.
ତଳମୁହାଁ ଆରୋ ଉପରେ କ୍ଲିକ୍ କରି |
04:11 | ଯଦି ଆପଣ Upload କିମ୍ୱା Add ଆଇକନ୍ କିମ୍ୱା ତଳମୁହାଁ ଆରୋ ଉପରେ କ୍ଲିକ୍ କରନ୍ତି, File Picker ଡାଇଲଗ୍ ବକ୍ସ ଖୋଲିବ |
04:21 | ବାମପଟେ ଥିବା Upload A File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:26 | Browse କିମ୍ୱା Choose File ବଟନ୍ ଉପରେ କ୍ଲିକ୍ କରନ୍ତୁ.
ତା’ପରେ, ନିଜ ମେଶିନ୍ରୁ ଇଚ୍ଛିତ ଫାଇଲ୍ ଚୟନ କରନ୍ତୁ |
04:34 | ମୁଁ ମୋ ସିଷ୍ଟମ୍ରୁ Calculus.jpg ଚୟନ କରିବି |
04:40 | Save As ଫିଲ୍ଡରେ ଟାଇପ୍ କରି ଆପଣ ତାହାକୁ ଏକ ଭିନ୍ନ ନାମ ଦେଇପାରିବେ |
04:46 | ସମ୍ୱନ୍ଧିତ ଫିଲ୍ଡରେ Author ଓ Licence ବିବରଣୀ ଲେଖନ୍ତୁ.
ଶେଷରେ, ତଳେ ଥିବା Upload This File ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:58 | ଏହିପରି ଭାବରେ ଆମେ Course Summary ଫାଇଲ୍ସ ଅପଲୋଡ୍ କରିପାରିବା |
05:02 | ଏହାପରେ ଆସେ Course Format. ବ୍ୟବସ୍ଥିତ କରାଯାଇଥିବା ସଂସାଧନ ଓ କାର୍ଯ୍ୟକଳାପର ମାର୍ଗକୁ Course Format ସନ୍ଦର୍ଭିତ କରିଥାଏ |
05:12 | Format ଡ୍ରପ୍-ଡାଉନ୍ରେ 4ଟି ବିକଳ୍ପ ଅଛି -
Single Activity Format, Social Format, Topics Format ଓ Weekly Format |
05:26 | ଆମ ଆଡମିନ୍ Topics Format ଚୟନ କରିଛନ୍ତି.
ଆମେ ତାହାକୁ ସେହିପରି ଛାଡ଼ିଦେବା |
05:33 | ପରବର୍ତ୍ତୀ ସେଟିଙ୍ଗ୍ ହେଉଛି Hidden Sections ପାଇଁ.
ଏହିଗୁଡ଼ିକ ହେଉଛି ଗୋଟିଏ “କୋର୍ସ”ରେ ଥିବା ମୂଳତଃ ସେହି “ଟପିକ୍ସ”, ଯାହାକୁ ବିଦ୍ୟାର୍ଥୀମାନଙ୍କଠାରୁ ଲୁଚାଇହେବ |
05:44 | ଜଣେ ଶିକ୍ଷକଙ୍କ ଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ସମ୍ପୂର୍ଣ୍ଣ କରାଯାଇନଥିବା କ୍ଷେତ୍ରରେ ଏହା ଉପଯୋଗୀ ହୋଇପାରେ.
ବିଦ୍ୟାର୍ଥୀମାନଙ୍କୁ Hidden Sections କିପରି ଉପସ୍ଥାପନ କରିହେବ, ତାହା ଏହି ସେଟିଙ୍ଗ୍ ନିର୍ଦ୍ଧାରଣ କରିଥାଏ |
05:57 | ଏହି ବିକଳ୍ପକୁ ବାଛିଲେ, ବିଦ୍ୟାର୍ଥୀମାନଙ୍କୁ ସଂକୁଚିତ ଆକାରରେ ବିଷୟବସ୍ତୁ ପ୍ରଦର୍ଶିତ ହେବ |
06:04 | ଏହି ବିକଳ୍ପକୁ ବାଛିଲେ, ବିଦ୍ୟାର୍ଥୀମାନଙ୍କୁ ବିଷୟବସ୍ତୁ ଦେଖାଯିବ ନାହିଁ |
06:09 | ଏବେ ପାଇଁ ଆମେ ତାହାକୁ ସେହିପରି ଛାଡ଼ିଦେବା |
06:13 | ପରବର୍ତ୍ତୀ ଡ୍ରପ୍-ଡାଉନ୍ ହେଉଛି Course Layout. ତାହା ଉପରେ କ୍ଲିକ୍ କରନ୍ତୁ |
06:19 | ଏହି ବିକଳ୍ପକୁ ବାଛି ଆମେ ଗୋଟିଏ ପେଜ୍ରେ ସମସ୍ତ Sectionsକୁ ଦେଖାଇବା ବାଛିପାରିବା |
06:25 | ଏଠାରେ ଥିବା ଅନ୍ୟ ଏକ ବିକଳ୍ପ ହେଉଛି Show One Section Per Page.
Sectionsର ସଂଖ୍ୟା ଉପରେ ନିର୍ଭର କରି ଏହା “କୋର୍ସ”କୁ ବିଭିନ୍ନ ପେଜ୍ରେ ଭାଗ କରିଦେବ |
06:37 | ଏବେ ପାଇଁ ଆମେ ଏହାକୁ Show All Sections in One Pageରେ ରଖିବା |
06:43 | ପରବର୍ତ୍ତୀ ହେଉଛି Appearance ବିଭାଗ |
06:46 | Show Gradebook to Students ବିକଳ୍ପକୁ ବାଛନ୍ତୁ.
“କୋର୍ସ”ରେ ଥିବା ଅନେକ କାର୍ଯ୍ୟକଳାପ, ଶିକ୍ଷକମାନଙ୍କୁ ଗ୍ରେଡ୍ ଆସାଇନ୍ କରିବାକୁ ଅନୁମତି ଦେଇଥାଏ |
06:57 | ବିଦ୍ୟାର୍ଥୀମାନେ ସେହି ଗ୍ରେଡ୍ଗୁଡ଼ିକୁ ଦେଖିପାରିବେ କି ନାହିଁ ଏହି ବିକଳ୍ପ ନିର୍ଦ୍ଧାରିତ କରିଥାଏ.
ଡିଫଲ୍ଟ ଭାବରେ ଏହି ବିକଳ୍ପଟି Yesରେ ସେଟ୍ ଥାଏ. ଆମେ ଏହାକୁ ସେହିପରି ଛାଡ଼ିଦେବା |
07:10 | ଡିଫଲ୍ଟ ଭାବରେ ଯଦି ଚୟନ ହୋଇନଥାଏ, ତେବେ ଆମେ Show Activity Reportsକୁ ବଦଳାଇ Yes କରିଦେବା |
07:18 | ଏହା ସୁନିଶ୍ଚିତ କରିଥାଏ ଯେ, ଜଣେ ବିଦ୍ୟାର୍ଥୀ, ନିଜ Activity Reportsକୁ ନିଜର “ପ୍ରୋଫାଇଲ୍ ପେଜ୍”ରୁ ଦେଖିପାରିବ |
07:27 | ଏହି “କୋର୍ସ” ପାଇଁ ଅପଲୋଡ୍ କରିହେବା ଭଳି ଫାଇଲ୍ଗୁଡ଼ିକର ସର୍ବାଧିକ ସାଇଜ୍କୁ ଆମେ ସେଟ୍ କରିପାରିବା |
07:34 | Additional Materials, Assignments ଆଦି ପାଇଁ ଫାଇଲ୍ ଗୁଡ଼ିକୁ ଅପଲୋଡ୍ କରିହେବ |
07:41 | ଆମ ଆଡମିନ୍ ଏହାକୁ 128 Mbରେ ସେଟ୍ କରିଛନ୍ତି, ଯାହା ହେଉଛି ସର୍ବାଧିକ ଫାଇଲ୍ ସାଇଜ୍.
ସାଇଜ୍କୁ ସେହିପରି ରଖନ୍ତୁ |
07:52 | ଅନ୍ୟ ସମସ୍ତ ସେଟିଙ୍ଗକୁ ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ସହିତ ଛାଡ଼ିଦିଅନ୍ତୁ |
07:58 | ତଳକୁ ସ୍କ୍ରୋଲ୍ କରି Save And Display ବଟନ୍ ଉପରେ କ୍ଲିକ୍ କରନ୍ତୁ.
ଆମେ “କୋର୍ସ” ପେଜ୍କୁ ଆସିଗଲେ |
08:06 | Announcements ଲିଙ୍କ୍ ଉପରେ ଥିବା ଟପିକ୍ ନାମଗୁଡ଼ିକୁ ଦେଖନ୍ତୁ |
08:11 | ଏହା ବାଧ୍ୟତାମୂଳକ ସୂଚନା, ଅଦ୍ୟତନ ଖବର, ଘୋଷଣା ଆଦି ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଜଣାଇବ |
08:20 | ପେଜ୍ର ଉପର ଡାହାଣପଟେ ଥିବା "ଗିଅର୍” ଆଇକନ୍ ଏବଂ ତା’ପରେ Turn Editing On ଉପରେ କ୍ଲିକ୍ କରନ୍ତୁ |
08:28 | ଧ୍ୟାନ ଦିଅନ୍ତୁ: “କୋର୍ସ”ରେ ଯେକୌଣସି ପରିବର୍ତ୍ତନ ପାଇଁ ଆପଣଙ୍କୁ Editing ଅନ୍ କରିବାକୁ ପଡ଼ିବ |
08:35 | ଏବେ, Announcements ଡାହାଣପଟେ ଥିବା Edit ଉପରେ କ୍ଲିକ୍ କରି Edit Settings ଉପରେ କ୍ଲିକ୍ କରନ୍ତୁ |
08:44 | ଏବଂ Descriptionରେ ମୁଁ ନିମ୍ନଲିଖିତ ଟାଇପ୍ କରିବି:
Please check the announcements regularly |
08:52 | Display Description on Course Pageକୁ ଚେକ୍ କରନ୍ତୁ. ଏହା, ଲିଙ୍କର ଠିକ୍ ତଳେ ବିବରଣୀକୁ ପ୍ରଦର୍ଶିତ କରିବ |
09:01 | ଅନ୍ୟ ସମସ୍ତ ସେଟିଙ୍ଗକୁ ଅପରିବର୍ତ୍ତିତ ରଖନ୍ତୁ |
09:05 | ତଳକୁ ସ୍କ୍ରୋଲ୍ କରି Save and Return to Course ବଟନ୍ ଉପରେ କ୍ଲିକ୍ କରନ୍ତୁ.
ଆମେ “କୋର୍ସ” ପେଜ୍କୁ ଆସିଗଲେ |
09:15 | ଅଧିକ Announcement ଯୋଡ଼ିବା ପାଇଁ, Announcement ଟାଇଟଲ୍ ଉପରେ କ୍ଲିକ୍ କରନ୍ତୁ |
09:21 | ଏବେ, Add a New Topic ବଟନ୍ ଉପରେ କ୍ଲିକ୍ କରନ୍ତୁ. Subject ଭାବରେ Minimum Requirements ଟାଇପ୍ କରନ୍ତୁ |
09:31 | This course requires you to submit a minimum of 3 assignments and attempt 5 quizzes to pass ଭାବରେ ବାର୍ତ୍ତା ଟାଇପ୍ କରନ୍ତୁ |
09:43 | ଧ୍ୟାନ ଦିଅନ୍ତୁ ଯେ, Discussion Subscription ଚେକ୍ ବକ୍ସକୁ ଚେକ୍ କରାଯାଇଛି ଏବଂ ତାହାକୁ ଏଡିଟ୍ କରିହେବ ନାହିଁ.
ଏହାର କାରଣ ହେଉଛି, “କୋର୍ସ”ରେ ନାମଲେଖାଇଥିବା ସମସ୍ତ ବିଦ୍ୟାର୍ଥୀ ବାଧ୍ୟତାମୂଳକ ଭାବେ ଏହାକୁ ସବସ୍କ୍ରାଇବ୍ କରିବେ |
09:59 | ପରବର୍ତ୍ତୀ ହେଉଛି Announcement. ଏଠାରେ ଆପଣ ସମ୍ପର୍କିତ ଫାଇଲ୍ଗୁଡ଼ିକୁ ଡ୍ରାଗ୍ ଓ ଡ୍ରପ୍ କରିପାରିବେ, ନହେଲେ ଅପଲୋଡ୍ କରିପାରିବେ |
10:08 | ଯଦି ଆପଣ Announcementsକୁ Forum ଉପରେ ଦେଖାଇବାକୁ ଚାହୁଁଛନ୍ତି, ତେବେ Pinned ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ.
ମୁଁ ଏଥିରେ ଠିକ୍ ଚିହ୍ନ ଦେବି |
10:18 | ପାଖ ଚେକ୍ ବକ୍ସରେ ମଧ୍ୟ ଠିକ୍ ଚିହ୍ନ ଦିଅନ୍ତୁ.
ଏହା, ଏହି Forumକୁ ସବସ୍କ୍ରାଇବ୍ କରିଥିବା ସମସ୍ତଙ୍କୁ ତୁରନ୍ତ ହିଁ ଗୋଟିଏ Notification ପଠାଇବ |
10:29 | ପରବର୍ତ୍ତୀ ବିଭାଗ Display Periodକୁ ବିସ୍ତାରିତ କରନ୍ତୁ.
ଏଠାରେ ଥିବା ସେଟିଙ୍ଗ ନିର୍ଦ୍ଧାରଣ କରିବ, ଏହି Forum Post, ଏକ ତାରିଖ ବର୍ଗ ପାଇଁ ଦୃଶ୍ୟମାନ ହେବ କି ନାହିଁ |
10:41 | ଡିଫଲ୍ଟ ଭାବରେ, ଏହିସବୁ ଅକ୍ଷମ ହୋଇ ରହିଥାଏ. ଏହାର ଅର୍ଥ ହେଉଛି, Postଟି ସର୍ବଦା ଦୃଶ୍ୟମାନ ହେବ.
ଆମେ ଡିଫଲ୍ଟ ସେଟିଙ୍ଗକୁ ସେହିପରି ଛାଡ଼ିଦେବା |
10:52 | ତଳକୁ ସ୍କ୍ରୋଲ୍ କରି Post to Forum ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:57 | ଏକ ସଫଳ ବାର୍ତ୍ତା ପ୍ରଦର୍ଶିତ ହେବ. Postରେ କୌଣସି ପରିବର୍ତ୍ତନ କରିବା ପାଇଁ Post Authorମାନଙ୍କ ପାଖରେ 30 ମିନିଟ୍ ସମୟ ଅଛି |
11:08 | Breadcrumbରେ ଥିବା Calculus ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
11:13 | ଏବେ, ଏହି Sectionରେ ସବିଶେଷ ସିଲାବସ୍ ସହିତ ଗୋଟିଏ ପେଜ୍ ଯୋଡ଼ନ୍ତୁ |
11:19 | General Sectionର ଡାହାଣପଟ ତଳେ ଥିବା Add an Activity or Resource ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.
Resources ତାଲିକା Page ଚୟନ କରନ୍ତୁ |
11:32 | ଆପଣ ଚୟନ କରିବା ସମୟରେ ଦେଖାଦେଇଥିବା ଏହି ଗତିବିଧିର ବିବରଣୀକୁ ପଢ଼ନ୍ତୁ |
11:39 | ତାହାପରେ ତଳେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ.
ଆମେ ଏକ ନୂଆ ପେଜ୍କୁ ଆସିଗଲେ |
11:47 | Name ଫିଲ୍ଡରେ ଟାଇପ୍ କରନ୍ତୁ Detailed Syllabus |
11:52 | ମୁଁ Description ଟେକ୍ସ ବକ୍ସକୁ ଖାଲି ଛାଡ଼ିଦେବି, କାରଣ ଶୀର୍ଷକଟି ନିଜକୁ ନିଜ ବ୍ୟାଖ୍ୟା କରୁଛି |
11:59 | Page Content ଟେକ୍ସଟ୍ ବକ୍ସରେ ମୁଁ ଏହି Calculus କୋର୍ସର ସବିଶେଷ ସିଲାବସ୍ ଲେଖିବି |
12:07 | ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ସେହି ବିଷୟବସ୍ତୁ ଉପଲବ୍ଧ ଅଛି.
ଅଭ୍ୟାସ କରିବା ସମୟରେ ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
12:18 | ତଳକୁ ସ୍କ୍ରୋଲ୍ କରି Save and Return to Course ବଟନ୍ ଉପରେ କ୍ଲିକ୍ କରନ୍ତୁ.
ଆମେ ପୁଣିଥରେ “କୋର୍ସ” ପେଜ୍କୁ ଆସିଗଲେ |
12:27 | ଏବେ ଆମେ, ଆମର ଆକାଉଣ୍ଟରୁ Log Out କରିଯିବା. ଏହା କରିବା ପାଇଁ, ଉପର ଡାହାଣପଟେ ଥିବା User Icon ଉପରେ କ୍ଲିକ୍ କରନ୍ତୁ.
Log Out ଅପ୍ସନ୍ ଚୟନ କରନ୍ତୁ |
12:39 | ଜଣେ ବିଦ୍ୟାର୍ଥୀଙ୍କୁ ଏହି ପେଜ୍ କିପରି ଦେଖାଯିବ, ତାହା ମୁଁ ଆପଣଙ୍କୁ ଦେଖାଇବି |
12:45 | ମୋ ପାଖରେ ଗୋଟିଏ Student ID Priya Sinha ଅଛି.
Adminଙ୍କ ଦ୍ୱାରା ଏହି ବିଦ୍ୟାର୍ଥୀଙ୍କୁ Calculus କୋର୍ସରେ ମଧ୍ୟ ନାମାଙ୍କିତ କରାଯାଇଛି |
12:55 | ମୁଁ ଛାତ୍ରୀ Priya Sinha ଭାବରେ ଲଗ୍ ଇନ୍ କରିଛି. ଏବେ ମୁଁ, ବାମପଟେ ଥିବା Calculus ଉପରେ କ୍ଲିକ୍ କରିବି |
13:04 | ଏହିପରି ଭାବେ ଜଣେ ବିଦ୍ୟାର୍ଥୀ ଏହି ପେଜ୍କୁ ଦେଖିପାରିବେ.
ଧ୍ୟାନ ଦିଅନ୍ତୁ ଯେ, ଏହି ପେଜ୍ର ଉପର ଡାହାଣପଟେ କୌଣସି “ଗିଅର୍ ଆଇକନ୍” ନାହିଁ |
13:14 | ଏହାର କାରଣ ହେଉଛି, ବିଦ୍ୟାର୍ଥୀମାନେ ଏହାର କୌଣସି ଭାଗକୁ ଏଡିଟ୍ କରିପାରିବେ ନାହିଁ |
13:20 | ଏବେ ଆମେ Stdent Idରୁ ଲଗ୍ ଆଉଟ୍ କରିଯିବା |
13:24 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
ସଂକ୍ଷିପ୍ତରେ - |
13:30 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- Moodleରେ Course Administration
ଗୋଟିଏ କୋର୍ସରେ କର୍ଯ୍ୟକଳାପ ଓ ସଂସାଧନ |
13:40 | ଏକ ଆସାଇନମେଣ୍ଟ ଭାବେ -
କୋର୍ସର ସବିଶେଷ ଫଳାଫଳ ଥିବା ଗୋଟିଏ ନୂଆ ପେଜ୍ ଯୋଡ଼ନ୍ତୁ. ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କ୍ ଦେଖନ୍ତୁ |
13:53 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
14:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
14:13 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
14:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
14:31 | IIT Bombay ତରଫରୁ
ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |