Difference between revisions of "Health-and-Nutrition/C2/Hand-expression-of-breastmilk/Oriya"
From Script | Spoken-Tutorial
Line 51: | Line 51: | ||
|01:05 | |01:05 | ||
| ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା | | ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା | ||
− | |||
|- | |- | ||
Line 157: | Line 156: | ||
|04:00 | |04:00 | ||
| ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ | | ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ | ||
− | |||
|- | |- |
Revision as of 17:40, 27 August 2019
|
|
00:01 | ନମସ୍କାର,"ସ୍ତନ କ୍ଷୀରକୁ ହାତରେ କାଢ଼ିବା” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାର |
00:11 | ହାତ ସାହାଯ୍ୟରେ କିପରି ସ୍ତନର କ୍ଷୀର କାଢ଼ିବେ ଏବଂ |
00:15 | ଜଣେ ମା’ କେତେ ଥର ସ୍ତନରୁ କ୍ଷୀର କାଢ଼ିପାରିବେ, ସେହି ବିଷୟରେ ଜାଣିବା |
00:20 | ସ୍ତନରୁ କ୍ଷୀର କାଢ଼ିବା ଦ୍ୱାରା ସ୍ତନ କଠିନତାରୁ ମୁକ୍ତି ମିଳିଥାଏ; |
00:25 | ଚୁଚୁକ ଓ ତାହା ଚାରିପଟ ଗାଢ଼ କଳା ଅଂଶ ଚର୍ମରେ ଦେଖା ଯାଉଥିବା ଶୁଷ୍କତାର ଚିକିତ୍ସା; |
00:31 | ଲାଚିଂ ସମୟରେ ମା’ଙ୍କର ଯନ୍ତ୍ରଣାଦାୟକ ଚୁଚୁକରୁ ଶିଶୁକୁ ଖୁଆଇବା |
00:38 | ମା’ଙ୍କ ସ୍ତନରେ କ୍ଷୀରର ପରିମାଣ ବଢ଼ାଇବା କିମ୍ବା ବଜାୟ ରଖିବା; |
00:42 | ମା’ କାମକୁ ବାହାରିବାବେଳେ ଶିଶୁ ପାଇଁ କ୍ଷୀର ଉପଲବ୍ଧ କରାଇବା; |
00:49 | ଚୁଚୁକ ଚାରିପଟ ଗାଢ଼ କଳା ଅଂଶକୁ ନରମ କରି ଶିଶୁକୁ ସମ୍ପୂର୍ଣ୍ଣ ସ୍ତନ ସହ ସଂଯୁକ୍ତ କରିବା; |
00:56 | ଅନ୍ୟ ସ୍ତନରୁ କ୍ଷୀର ଦେବା ପୂର୍ବରୁ, ପ୍ରଥମ ସ୍ତନରୁ ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଖାଇ ସାରିଛି କି ନାହିଁ ଦେଖିବା |
01:05 | ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା |
01:14 | ତଥା ନିମ୍ନଲିଖିତ ଶିଶୁମାନଙ୍କୁ କ୍ଷୀର ଖାଇବାରେ ସାହାଯ୍ୟ କରନ୍ତୁ – ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ |
01:18 | ଅସୁସ୍ଥ ଥିବା ଶିଶୁ |
01:20 | ଦୁର୍ବଳ ମାଂସପେଶୀ ଥିବା ଶିଶୁ |
01:22 | ଗ୍ରହଣ ଖଣ୍ଡିଆ କିମ୍ବା/ଏବଂ ପ୍ୟାଲେଟ୍ ଥିବା ଶିଶୁ |
01:27 | ଏବଂ ସ୍ତନ ସହ ଗଭୀର ଭାବେ ଲାଚ୍ ହୋଇପାରୁନଥିବା ଶିଶୁମାନଙ୍କୁ |
01:32 | ଏବେ, ସ୍ତନରୁ କ୍ଷୀର କିପରି କଢ଼ାଯାଏ, ଚାଲନ୍ତୁ ଶିଖିବା |
01:37 | ହାତରେ ସ୍ତନରୁ କ୍ଷୀର କାଢ଼ିବା ସବୁଠାରୁ ଭଲ ମାର୍ଗ ଭାବରେ ପରାମର୍ଶ ଦିଆଯାଇଥାଏ |
01:44 | କାରଣ, ଏହି ଉପାୟରେ ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶରେ କମ୍ ଚାପ ପଡ଼ିଥାଏ |
01:51 | ଏଥିପାଇଁ କୌଣସି ଉପକରଣର ଆବଶ୍ୟକତା ନଥିବାରୁ, ମା’ ଏହାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କରିପାରିବେ |
02:00 | ଅଭ୍ୟାସ ଦ୍ୱାରା ହାତ ସାହାଯ୍ୟରେ କ୍ଷୀର କାଢ଼ିବା କୌଶଳରେ ଉନ୍ନତି ଆସିଥାଏ |
02:08 | ସ୍ତନଗୁଡ଼ିକ ନରମ ଥିବା ସମୟରେ ହାତରେ କ୍ଷୀର କାଢ଼ିବା ସହଜ ହୋଇଥାଏ |
02:13 | ତେଣୁ, ମା’ ଏହି କୌଶଳକୁ ପ୍ରସବର ଦିନେ - ଦୁଇ ଦିନ ପରେ ଶିଖିନେବା ଦରକାର |
02:21 | ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ କ୍ଷୀର ସଂଗ୍ରହ କରିବା ପାଇଁ ମା’ ନିଜ ପାଖରେ ଗୋଟିଏ ଷ୍ଟିଲ୍ କିମ୍ବା କାଚ ପାତ୍ର ରଖିବେ |
02:29 | ଏଥିପାଇଁ ଗୋଟିଏ କପ୍, ଗ୍ଲାସ୍, ଜଗ୍ କିମ୍ବା ଚଉଡ଼ା ମୁହଁ ଥିବା ଜାର୍ ଭଲ |
02:36 | ପାତ୍ରଟିକୁ ସାବୁନ୍ ଓ ପାଣିରେ ପ୍ରଥମେ ଧୁଆଯିବ |
02:41 | ଏହାପରେ, ପାତ୍ରକୁ ଫୁଟନ୍ତା ପାଣିରେ ରଖିବେ କିମ୍ବା ପାତ୍ରରେ ଫୁଟା ପାଣି ରଖି କିଛି ସମୟ ପାଇଁ ଛାଡ଼ିବେ |
02:52 | ତା’ପରେ, ତାହାକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଛାଡ଼ିବେ କିମ୍ବା ଗୋଟିଏ ଅବ୍ୟବହୃତ ସଫା କନାରେ ପୋଛି ଶୁଖାଇବେ |
03:02 | ପାତ୍ରକୁ କଦାପି ବ୍ୟବହୃତ କପଡ଼ାରେ ପୋଛିବେ ନାହିଁ, ଯେପରି ରୋଷେଇ ଘରେ ବ୍ୟବହାର ହେଉଥିବା କପଡ଼ା |
03:10 | ପାତ୍ରଟି ସମ୍ପୂର୍ଣ୍ଣ ଶୁଖିବା ପରେ, ପରବର୍ତ୍ତୀ କାମ ହେଉଛି ସ୍ତନରୁ କ୍ଷୀରକୁ ପାତ୍ରରେ କାଢ଼ିବା |
03:17 | କ୍ଷୀର ବାହାରିବାକୁ ସହଜ କରିବା ପାଇଁ ମା’ଙ୍କୁ ଶାନ୍ତ ମନରେ ଶିଶୁ ବିଷୟରେ ଚିନ୍ତା କରିବା ଦରକାର |
03:26 | ମା’ ନିମ୍ନଲିଖିତ କାମ କରିପାରିବେ:
ସେ ଶାନ୍ତ ଭାବେ ଓ ଏକାନ୍ତରେ କିମ୍ବା ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ବସିବେ |
03:34 | କିଛି ମା’ ସ୍ତନରୁ କ୍ଷୀର କାଢ଼ୁଥିବା ଅନ୍ୟ ମା’ମାନଙ୍କ ଗ୍ରୁପ୍ରେ ରହି ସହଜରେ କ୍ଷୀର କାଢ଼ିପାରିବେ |
03:41 | ନିଜ ସହିତ ସ୍ପର୍ଶ ହେଉଥିବା ଅବସ୍ଥାରେ ସେ ନିଜର ଶିଶୁକୁ କୋଳରେ ଧରିପାରିବେ |
03:46 | କିମ୍ବା ସେ ନିଜର ଶିଶୁକୁ ଦେଖିପାରିବେ କିମ୍ବା ତା’ର ଶବ୍ଦ ଶୁଣିପାରିବେ |
03:53 | ବେଳେବେଳେ ଶିଶୁର କେବଳ ଫଟୋକୁ ଦେଖିବା କିମ୍ବା ତା’ର କପଡ଼ା ଶୁଙ୍ଘିବା ଦ୍ଵାରା ମଧ୍ୟ କାମ ସହଜ ହୋଇଥାଏ |
04:00 | ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ |
04:12 | କ୍ଷୀରର କ୍ଷରଣକୁ ସହଜ କରିବା ପାଇଁ ସେ ନିଜର ସ୍ତନକୁ ଉଷୁମ ମଧ୍ୟ କରିପାରିବେ |
04:17 | ଯେଉଁଥିପାଇଁ ସେ ଗରମ ପାଣିରେ ଭିଜା ହୋଇଥିବା କପଡ଼ାକୁ ନିଜର ସ୍ତନ ଉପରେ ରଖିପାରିବେ କିମ୍ବା ଉଷୁମ ପାଣିରେ ଗାଧୋଇବେ |
04:28 | ସେ ନିଜର ଚୁଚୁକକୁ ଏବଂ ତା’ ଚାରିପଟେ ଥିବା ଗାଢ଼ କଳା ଅଂଶକୁ ହାଲୁକା ଭାବେ ଟାଣି କିମ୍ବା ନିଜ ଆଙ୍ଗୁଠି ଦ୍ଵାରା ଦଳି, ଉତ୍ତେଜିତ କରିପାରିବେ |
04:38 | ସେ ଗୋଲ୍ ଗୋଲ୍ କରି ନିଜର ସ୍ତନକୁ ହାଲୁକା ଭାବେ ମାଲିସ୍ କରିପାରିବେ |
04:44 | ମା’ ନିଜର ପିଠିକୁ ମାଲିସ୍ କରିବା ପାଇଁ ଅନ୍ୟଙ୍କ ସାହାଯ୍ୟ ନେଇପାରିବେ |
04:47 | ନିଜର ପିଠି ମାଲିସ୍ ପାଇଁ ମା’ ତଳେ ଏବଂ ଆଗକୁ ଝୁଙ୍କି କରି ବସିବେ, |
04:53 | ସାମ୍ନା ଟେବୁଲ ଉପରେ ନିଜର ବାହୁ ଦୁଇଟିକୁ ପରସ୍ପର ସହିତ ଯୋଡ଼ିକରି ରଖିବେ ଏବଂ ସେହି ବାହୁ ଉପରେ ନିଜର ମୁଣ୍ଡକୁ ରଖିବେ |
05:01 | ନିଜର ସ୍ତନ ଉପରୁ ଲୁଗା କାଢ଼ିଦେବେ ଏବଂ ଖୋଲା ଛାଡ଼ିଦେବେ |
05:07 | ସହାୟକ, ମା’ଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ମାଲିସ୍ କରିବେ |
05:12 | ସେ ନିଜର ବୁଢ଼ା ଆଙ୍ଗୁଠି ଆଗକୁ ବାହାର କରିବା ସହିତ ବନ୍ଦ ହୋଇଥିବା ମୁଠାକୁ ବ୍ୟବହାର କରିବେ |
05:17 | ସେ ନିଜର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଶକ୍ତ ଭାବେ ଦାବି ଗୋଲ୍ ଗୋଲ୍ ଚାଳନା କରିବେ |
05:25 | ସେ ନିଜର ମେରୁଦଣ୍ଡର ଉଭୟ ପଟେ ଏକା ସାଙ୍ଗରେ ମାଲିସ୍ କରିବା ସହ ଏହା ବେକଠାରୁ ଆରମ୍ଭ କରି କାନ୍ଧର ଡେଣା ପର୍ଯ୍ୟନ୍ତ ହେବା ଆବଶ୍ୟକ |
05:34 | ସେ ଏହାକୁ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ କରିବା ଆବଶ୍ୟକ |
05:38 | ଉପରୋକ୍ତ ସମସ୍ତ କାର୍ଯ୍ୟ ସ୍ତନରୁ କ୍ଷୀର କ୍ଷରଣ କରିବାରେ ସାହଯ୍ୟ କରିବ |
05:43 | ସ୍ତନରୁ ଏହି କ୍ଷୀର କ୍ଷରଣ ହେବା ପ୍ରକ୍ରିୟାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍ ଡାଉନ୍ ରିଫ୍ଲେକ୍ସ କୁହାଯାଏ |
05:51 | ଅକ୍ସିଟୋସିନ୍ ରିଫ୍ଲେକ୍ସ ଆରମ୍ଭ ହେବା ପରେ ମା’ ନିଜର ହାତଗୁଡ଼ିକୁ ଭଲ ଭାବେ ଧୋଇବା ସହିତ ଶୁଖାଇବେ |
05:59 | ତା’ପରେ ମା’ ଆରାମରେ ବସିବେ |
06:04 | ସେ ସାମ୍ନାକୁ ସାମାନ୍ୟ ଝୁଙ୍କିକରି ବସିବେ |
06:07 | କ୍ଷୀର ସଂଗ୍ରହ ପାତ୍ରକୁ ସ୍ତନ ପାଖରେ ଧରିବେ |
06:11 | ଏବେ ସେ ନିଜର ସ୍ତନକୁ କଡ଼ ଆଡ଼ୁ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ C ଆକାରରେ ଧରିବେ |
06:20 | ଯେକୌଣସି ସ୍ତନ ପାଇଁ ସେ ଯେକୌଣସି ହାତ ବ୍ୟବହାର କରିପାରିବେ ଏବଂ ପ୍ରଥମ ହାତ ଥକିଗଲେ ସେ ଅନ୍ୟ ହାତ ବ୍ୟବହାର କରିପାରିବେ |
06:29 | ସ୍ତନକୁ ଧରିବା ବେଳେ ତାଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପରି ଭାଗରେ ରହିବ |
06:35 | ଏବଂ ତାଙ୍କର ଆଙ୍ଗୁଠିଗୁଡ଼ିକ ବୁଢ଼ା ଆଙ୍ଗୁଠିର ବିପରୀତ ଦିଗରେ ସ୍ତନର ନିମ୍ନ ଭାଗରେ ରହିବ |
06:42 | ତାଙ୍କର ବୁଡା ଆଙ୍ଗୁଠି, ଚୁଚୁକ ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଗୋଟିଏ ସିଧାରେ ରହିବା ଦରକାର |
06:48 | ଏବଂ ଚୁଚୁକ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ରହିବା ଆବଶ୍ୟକ |
06:54 | ତାଙ୍କର ଚୁଚୁକ ଓ ବୁଢ଼ା ଆଙ୍ଗୁଠି ଏବଂ ଚୁଚୁକ ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ଦୁଇ ଆଙ୍ଗୁଳିର ବ୍ୟବଧାନ ରହିବ |
07:04 | ଯଦି ଆଙ୍ଗୁଠିଗୁଡ଼ିକ ଚୁଚୁକର ଅତି ନିକଟରେ ରୁହନ୍ତି, ତେବେ କ୍ଷୀର ବହୁ ସମୟ ପର୍ଯ୍ୟନ୍ତ ବାହାରିନପାରେ |
07:10 | ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ ତଳକୁ ଚାପିଲେ ଅଧିକ କ୍ଷୀର ବାହାରିପାରିବ |
07:19 | ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ନିଜର ଡାହାଣ ହାତରେ ଧରିଛନ୍ତି |
07:27 | ଏବେ ଲଗାତାର ହାଲୁକା ଚାପ ଦେଇ ସ୍ତନକୁ ଛାତି ଆଡ଼କୁ ଭିତରକୁ ଚାପନ୍ତୁ |
07:36 | ତା’ପରେ, ହାତକୁ ନ କାଢ଼ି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ସ୍ତନକୁ ଧୀରେ ଧୀରେ ଚାପନ୍ତୁ |
07:44 | ଏବଂ ସ୍ତନ ଉପରୁ ଚାପ ହଟାଇଦିଅନ୍ତୁ |
07:48 | ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବା ଉଚିତ -
ପଛକୁ ଦାବିବା, ହାଲୁକା ଭାବେ ଚାପିବା ଓ ଛାଡ଼ିଦେବା |
07:56 | ଛାତି ଆଡ଼କୁ ଦାବିବାର ପ୍ରଥମ ସୋପାନ ଜରୁରୀ ଅଟେ |
08:02 | କେବଳ ଚୁଚୁକ ଆଡ଼କୁ ଚାପିବା ଦ୍ଵାରା ବହୁତ କମ୍ କ୍ଷୀର ମିଳିଥାଏ |
08:07 | କିନ୍ତୁ, ସ୍ତନକୁ ପଛ ଆଡ଼କୁ ଚାପ ଦିଆଗଲେ, ଗହନ ସ୍ତନ ଟିସୁରେ ଥିବା କ୍ଷୀର ବାହାରିଥାଏ |
08:15 | କିନ୍ତୁ, ବେଶୀ ଭିତରକୁ ଚାପନ୍ତୁ ନାହିଁ, କାରଣ ଏଥିରୁ କ୍ଷୀର ଧାରଗୁଡ଼ିକ ଅଟକିପାରେ |
08:23 | ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଆରମ୍ଭ କରିବା ସମୟରେ ପ୍ରଥମେ ଅଳ୍ପ କିଛି ବୁନ୍ଦା ହିଁ ବାହାରିଥାଏ |
08:30 | ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବା ସହିତ କ୍ଷୀର ବାହାରିବା ଆରମ୍ଭ ହୋଇଯାଏ |
08:36 | ପ୍ରଥମ ଚେଷ୍ଟାରେ ଠୋପା ଠୋପା କିମ୍ବା ଧୀରେ କ୍ଷୀର ବାହାରିବା ସାଧାରଣ କଥା ଅଟେ |
08:42 | ପରେ କ୍ଷୀରର ଧାର ବାହାରିଥାଏ. ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଏପରି ଏକ କଳା ଅଟେ, ଯାହା ଅଭ୍ୟାସ ଦ୍ଵାରା ସମ୍ଭବ ହୋଇଥାଏ |
08:53 | ଜନ୍ମ ପରର ପ୍ରଥମ କ୍ଷୀର କୋଲଷ୍ଟ୍ରମ୍, ଯାହା ବୁନ୍ଦା ବୁନ୍ଦା ହୋଇ ବାହାରିଥାଏ, କିନ୍ତୁ ନବଜାତ ପାଇଁ ଯଥେଷ୍ଟ ଅଟେ |
09:01 | ବହଳିଆ, ହଳଦିଆ କ୍ଷୀରରେ ଶିଶୁ ପାଇଁ ପ୍ରଚୁର ପରିମାଣରେ ପ୍ରତିରକ୍ଷା ଉପାଦାନ ରହିଥାଏ |
09:08 | କ୍ଷୀର ବାହାରିବା କମ ହୋଇ ବୁନ୍ଦାରେ ପରିଣତ ହେବା ପର୍ଯ୍ୟନ୍ତ ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବେ |
09:16 | ତା’ପରେ, ସ୍ତନର ଅନ୍ୟ ଭାଗରୁ କ୍ଷୀର କାଢ଼ିବା ପାଇଁ ସେ ନିଜର ଆଙ୍ଗୁଠିଗୁଡ଼ିକର ସ୍ଥାନ ବଦଳାଇବେ |
09:23 | ସ୍ତନର କେଉଁ ଅଂଶରେ କ୍ଷୀର ଅଛି, ତାହା ଅନୁଭବ କରି ସେହି ସ୍ଥାନଗୁଡ଼ିକରେ ଚାପ ଦେବେ |
09:30 | କ୍ଷୀର ବାହାରିବା କମ ନ ହେବା ଯାଏଁ ତାଙ୍କୁ ଗୋଟିଏ ସ୍ତନରୁ ଅତିକମରେ 3ରୁ 5 ମିନିଟ୍ ପର୍ଯ୍ୟନ୍ତ କ୍ଷୀର କାଢ଼ିବାକୁ ପଡ଼ିବ |
09:38 | ତା’ପରେ, ସେ ଅନ୍ୟ ସ୍ତନର ସମସ୍ତ କ୍ଷେତ୍ରରୁ ପୂର୍ବଭଳି କ୍ଷୀର କାଢ଼ିବେ |
09:45 | ଏବଂ ତା’ପରେ, ଦ୍ଵିତୀୟ ଥର ପାଇଁ ସେ ପୁନର୍ବାର ଉଭୟ ସ୍ତନରୁ କ୍ଷୀର କାଢ଼ିବେ |
09:51 | ସ୍ତନଗୁଡ଼ିକରୁ ଯଥେଷ୍ଟ କ୍ଷୀର କାଢ଼ିବା ପାଇଁ 20ରୁ 30 ମିନିଟ ସମୟ ଲାଗିବ |
09:57 | ପ୍ରଥମ କିଛି ଦିନ ଏଥିପାଇଁ ବେଶୀ ସମୟ ଲାଗିପାରେ ଏବଂ ଅଳ୍ପ କ୍ଷୀର ମଧ୍ୟ ବାହାରିପାରେ |
10:07 | ଅଳ୍ପ ସମୟ ମଧ୍ୟରେ କ୍ଷୀର କାଢ଼ିବା ପାଇଁ ଚେଷ୍ଟା କରନ୍ତୁ ନାହିଁ |
10:12 | ମନେରଖନ୍ତୁ, ସ୍ତନରୁ ହାତରେ କ୍ଷୀର କାଢ଼ିବାରେ କଷ୍ଟ ହୁଏ ନାହିଁ. ଯଦି କଷ୍ଟ ହେଉଛି ତେବେ କରିବା ଶୈଳୀରେ କିଛି ଭୁଲ ରହିଛି |
10:21 | ସ୍ତନର ଟିସୁଗୁଡ଼ିକ ଅତି ସୂକ୍ଷ୍ମ ଅଟନ୍ତି |
10:24 | ଆଙ୍ଗୁଠିଗୁଡ଼ିକୁ ଚର୍ମ ଉପରୁ ଚୁଚୁକ ଆଡ଼କୁ ଘଷନ୍ତୁ, ଖସାନ୍ତୁ କିମ୍ବା ଠେଲନ୍ତୁ ନାହିଁ. ଏହା ଦ୍ଵାରା ସ୍ତନରେ କ୍ଷତ ହୋଇପାରେ |
10:36 | ଚୁଚୁକ ଚାରିପଟ ଗାଢ଼ କଳା ଅଂଶର ଚର୍ମକୁ ଚିପନ୍ତୁ ନାହିଁ କିମ୍ବା ଭିଡ଼ନ୍ତୁ ନାହିଁ |
10:42 | ଚୁଚୁକକୁ ଚିପନ୍ତୁ ନାହିଁ କିମ୍ବା ଦବାନ୍ତୁ ନାହିଁ |
10:46 | ଚୁଚୁକକୁ ଚାପିଲେ କିମ୍ବା ଟାଣିଲେ ଅଧିକ କ୍ଷୀର ବାହାରିବ ନାହିଁ |
10:51 | ଏହା କେବଳ ଶିଶୁ ଚୁଚୁକକୁ ଚୁଚୁମିବା ସହ ସମାନ ହେବ |
10:57 | କ୍ଷୀର କାଢ଼ିସାରିବା ପରେ ପାତ୍ରଟିକୁ ଗୋଟିଏ ସଫା କପଡ଼ା କିମ୍ବା ପ୍ଲେଟ୍ ଦ୍ଵାରା ଘୋଡ଼ାଇଦିଅନ୍ତୁ |
11:04 | ତା’ପରେ, ପରେ ବ୍ୟବହାର କରିବା ପାଇଁ କ୍ଷୀରକୁ ଗୋଟିଏ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ |
11:09 | କ୍ଷୀରକୁ ସୁରକ୍ଷିତ ଭାବେ ରଖିବା ଏବଂ ଶିଶୁକୁ ସେହି କ୍ଷୀରକୁ ଖୁଆଇବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
11:19 | ଏବେ, ମା’ କେତେ ଥର କ୍ଷୀର କାଢ଼ିବା ଦରକାର ତାହା ଆଲୋଚନା କରିବା |
11:24 | ଯଦି ଏହାର ଉଦ୍ଦେଶ୍ୟ କ୍ଷୀର ଉତ୍ପାଦନକୁ ଆରମ୍ଭ କରିବା କିମ୍ୱା ମାତ୍ରାକୁ ବଜାୟ ରଖିବା
କିମ୍ବା ଅଳ୍ପ ଓଜନ ବା ଅସୁସ୍ଥ ନବଜାତକୁ ସ୍ତନ୍ୟପାନ କରାଇବା ଅଟେ, ତେବେ - |
11:35 | ପ୍ରସବ ପରେ ତୁରନ୍ତ ହିଁ କ୍ଷୀର କାଢ଼ିଦେବା ଆରମ୍ଭ କରିବା ଦରକାର |
11:40 | ପ୍ରଥମେ କୋଲଷ୍ଟ୍ରମ୍ର କେବଳ କିଛି ବୁନ୍ଦା ବାହାରିପାରେ |
11:45 | ସ୍ତନରୁ କ୍ଷୀର ବାହାରିବାରେ ଏହା ସାହାଯ୍ୟ କରିଥାଏ |
11:48 | ଏହା, ପ୍ରସବ ପରେ ଶିଶୁ ସ୍ତନ ଚୁଚୁମିବା ସହ ସମାନ ଅଟେ |
11:54 | ମା’ ଯେତେ ସମ୍ଭବ ସେତେ କ୍ଷୀର କାଢ଼ିବା ଆବଶ୍ୟକ ଏବଂ ଯେତେଥର ତାଙ୍କର ଶିଶୁ ସ୍ତନ୍ୟପାନ କରାଇପାରିବେ |
12:02 | ଏହାକୁ, ରାତି ସମେତ ପ୍ରତି 2ରୁ 3 ଘଣ୍ଟାରେ କରିବା ଆବଶ୍ୟକ |
12:08 | ଯଦି କ୍ଷୀର ବାହାର କରିବା ବ୍ୟବଧାନ ଅଧିକ ହୁଏ, ତେବେ ଯଥେଷ୍ଟ କ୍ଷୀର ଉତ୍ପାଦନ ହୋଇପାରିବ ନାହିଁ |
12:16 | ତା’ପରେ, ଯଦି ଉଦ୍ଦେଶ୍ୟ ମା’ଙ୍କର କ୍ଷୀରର ପରିମାଣ ବୃଦ୍ଧି କରିବା ଅଟେ ଏବଂ କିଛି ସପ୍ତାହ ପରେ ଏହାର ମାତ୍ରା ହ୍ରାସ ହେଉଥିବା ମନେହୁଏ: |
12:25 | ଶିଶୁକୁ ସ୍ତନ୍ୟପାନ କରାଇସାରିବା ପରେ ପ୍ରତି 1ରୁ 2 ଘଣ୍ଟା ମଧ୍ୟରେ ସେ ସ୍ତନରୁ କ୍ଷୀର କାଢ଼ିଦେବେ ଏବଂ |
12:33 | ଯଦି ଶିଶୁ 3 ଘଣ୍ଟାରୁ ଅଧିକ ସମୟ ଶୋଇବ ବୋଲି ଭାବନ୍ତି, ତେବେ ସ୍ତନ୍ୟପାନ ମଧ୍ୟରେ କ୍ଷୀର କାଢ଼ିଦିଅନ୍ତୁ |
12:43 | ସ୍ତନ କଠିନତା କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରି ଯିବା ଭଳି ଲକ୍ଷଣରୁ ମୁକ୍ତି ପାଇବା ଯଦି ଉଦ୍ଦେଶ୍ୟ ହୁଏ,
ତେବେ ମା’ ଯେତିକି ଆବଶ୍ୟକ କେବଳ ସେତିକି କାଢ଼ିବେ |
12:53 | ଯଦି ଚୁଚୁକର ଚର୍ମକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ଥାଏ,
ତେବେ ଚୁଚୁକ ଉପରେ ଘଷିବା ପାଇଁ କିଛି ବୁନ୍ଦା କ୍ଷୀର କାଢ଼ନ୍ତୁ |
13:02 | ଏହାକୁ ସେ ଗାଧୋଇବା ପରେ ଏବଂ ସ୍ତନ୍ୟପାନ କରାଇବା ପରେ କରିବେ |
13:07 | ମା’ କାମରେ ବାହାରେ ରହିଥିବା ସମୟରେ ଶିଶୁ ପାଇଁ ଯଦି କ୍ଷୀର ରଖିବାକୁ ହୁଏ, |
13:14 | ତେବେ ତାଙ୍କୁ କାର୍ଯ୍ୟସ୍ଥଳୀରେ କ୍ଷୀର କାଢ଼ିନେବା ଆବଶ୍ୟକ |
13:20 | ଏବଂ କାମକୁ ଯିବା ପୂର୍ବରୁ କ୍ଷୀର କାଢ଼ି ଆୟା ପାଖରେ ରଖିଦେବା ଉଚିତ |
13:29 | ଯଦି ତାଙ୍କର ଫ୍ରୀଜ୍ ଥାଏ, ତେବେ ଏହା କରିବା ପାଇଁ କିଛି ସପ୍ତାହ ପୂର୍ବରୁ ଯୋଜନା କରିପାରିବେ |
13:34 | ସେ ଅଧିକ କ୍ଷୀର କାଢ଼ି ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ରଖିପାରିବେ |
13:39 | ଶିଶୁକୁ ସ୍ତନ୍ୟପାନ କରାଇବା ପରେ ମଧ୍ୟ ମା’ କ୍ଷୀର କାଢ଼ିପାରିବେ |
13:44 | ପ୍ରତ୍ୟେକ ଥର ଖୁଆଇବା ପାଇଁ ମା’ ପ୍ରାୟ 60 ରୁ 90 ମିଲିଲିଟର୍ କ୍ଷୀର ରଖିବା ଉଚିତ |
13:51 | ମା’ ବାହାରେ ଥିବା ସମୟରେ ଶିଶୁର ଆବଶ୍ୟକତା ଅନୁସାରେ ଅଧିକ କ୍ଷୀର ଦିଆଯାଇପାରିବ |
13:57 | ମନେରଖନ୍ତୁ, ଯେତେ ଥର ଆପଣ ହାତରେ କାଢ଼ିବେ, କ୍ଷୀର ବାହାରିବା ସେତେ ସହଜ ଓ ଶୀଘ୍ର ହେବ |
14:07 | ଏବଂ ମା’ଙ୍କଠାରେ ଅଧିକ କ୍ଷୀର ପ୍ରସ୍ତୁତ ହେବ |
14:11 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |