Difference between revisions of "CellDesigner/C3/Build-and-Modify-Process-Diagram/Oriya"
From Script | Spoken-Tutorial
(Created page with "{| border=1 || '''Time''' || '''Narration''' |- | 00:01 | ବନ୍ଧୁଗଣ, CellDesignerରେ Build and Modify Process Diagram ଉପରେ ଥିବା ଏହି ଟ...") |
PoojaMoolya (Talk | contribs) |
||
Line 7: | Line 7: | ||
| 00:01 | | 00:01 | ||
| ବନ୍ଧୁଗଣ, CellDesignerରେ Build and Modify Process Diagram ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ | | ବନ୍ଧୁଗଣ, CellDesignerରେ Build and Modify Process Diagram ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ | ||
− | |||
|- | |- | ||
Line 158: | Line 157: | ||
|- | |- | ||
− | | 03: | + | | 03:56 |
| ତା’ପରେ କାଟାଲୀଷ୍ଟ S2କୁ ରିନେମ୍ କରନ୍ତୁ. ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Edit Proteinକୁ ଚୟନ କରନ୍ତୁ | | ତା’ପରେ କାଟାଲୀଷ୍ଟ S2କୁ ରିନେମ୍ କରନ୍ତୁ. ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Edit Proteinକୁ ଚୟନ କରନ୍ତୁ | ||
Latest revision as of 17:08, 5 March 2018
Time | Narration
|
00:01 | ବନ୍ଧୁଗଣ, CellDesignerରେ Build and Modify Process Diagram ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Macrosର ବ୍ୟବହାର, ଅଂକନ କ୍ଷେତ୍ରରେ ଥିବା କମ୍ପୋନେଣ୍ଟଗୁଡିକୁ ସ୍ଥାନାନ୍ତର କରିବା, ଗୋଟିଏ ସ୍ପିସିଜର ଚାରିପଟେ ଗୋଟିଏ ରିଆକ୍ସନ୍ ଲାଇନକୁ ସଂଯୁକ୍ତ କରିବା, |
00:18 | ଗୋଟିଏ ରିଆକ୍ସନ ଲାଇନକୁ ଏଲାଇନ୍ କରିବା ସହିତ ପ୍ରସାରିତ କରିବା, ଗୋଟିଏ Product ଓ ଏକ Reactantକୁ ସଂଯୁକ୍ତ କରିବା |
00:23 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ Ubuntu Linux OS version 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି |
00:35 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ ନିଶ୍ଚିତରୂପେ ଅଣ୍ଡରଗ୍ରାଜୁଏଟ୍ Biochemistry ଓ CellDesignerର ଇଣ୍ଟରଫେସ୍ ସହିତ ପରିଚିତ ଥିବା ଆବଶ୍ୟକ |
00:43 | ଯଦି ନାହିଁ ତେବେ ସମ୍ପର୍କୀତ CellDesigner tutorials ପାଇଁ ଦୟାକରି ୱେବସାଇଟ୍ www.spoken-tutorial.orgକୁ ଯା’ନ୍ତୁ |
00:51 | ଚାଲନ୍ତୁ ଆରମ୍ଭ କରିବା |
00:53 | ଏଠାରେ Alanine Biosynthesis ପାଇଁ ଥିବା ପାରମ୍ପରିକ ରେଖାଚିତ୍ରରେ ଆପଣ କ’ଣ ଦେଖିପାରୁଛନ୍ତି |
00:58 | ବର୍ତ୍ତମାନ ଏହି ପ୍ରୋସେସ୍ ଡାୟେଗ୍ରାମକୁ ସୃଷ୍ଟି କରିବା ପାଇଁ CellDesignerକୁ ବ୍ୟବହାର କରନ୍ତୁ |
01:02 | Ctrl+Alt+T କୀକୁ ଏକ ସଙ୍ଗେ ଦାବି terminalକୁ ଖୋଲନ୍ତୁ |
01:09 | ବର୍ତ୍ତମାନ ./runCellDesigner4.3 ଟାଇପ୍ କରିବା ସହିତ Enter ଦାବନ୍ତୁ |
01:20 | ବର୍ତ୍ତମାନ CellDesigner ୱିଣ୍ଡୋ ଆପଣଙ୍କ ଟର୍ମିନଲ୍ ଉପରେ ଖୋଲିଯିବ |
01:24 | CTRL+Nକୁ ଦାବି ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ Build ଭାବେ ନାମିତ କରନ୍ତୁ ଏବଂ Process Diagramକୁ ରୂପାନ୍ତର କରନ୍ତୁ |
01:34 | ଡିଫଲ୍ଟ ଥିବା width ଓ heightକୁ ରଖନ୍ତୁ. ଏବଂ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:39 | ବର୍ତ୍ତମାନ Macrosଗୁଡିକ କ’ଣ ଚାଲନ୍ତୁ ଜାଣିବା |
01:42 | Macros, ବହୁଳଭାବେ ବ୍ୟବହୃତ ହେଉଥିବା Componentଗୁଡିକର ସେଟ୍ ଅଟନ୍ତି ଯାହା ରେଖାଚିତ୍ରଗୁଡିକୁ ସହଜରେ ଅଂକନ କରିବାରେ ସାହାଯ୍ୟ କରନ୍ତି |
01:47 | ଟୂଲବାର୍ ଉପରେ Catalysis ପାଇଁ ଥିବା Macros ଆଇକନ୍ ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ |
01:57 | ବର୍ତ୍ତମାନ ଆମର ଅଂକନ କ୍ଷେତ୍ର ଉପରେ ଗୋଟିଏ Macros-Catalysis reaction ଅଛି |
02:02 | ସମସ୍ତ କମ୍ପୋନେଣ୍ଟଗୁଡିକୁ ଅଂକନ କ୍ଷେତ୍ରର ଅନ୍ୟ ପାର୍ଶ୍ଵକୁ ସ୍ଥାନାନ୍ତର କରିବା ବିଷୟରେ ଶିଖିବା |
02:08 | ଏଥିପାଇଁ Edit ମେନୁ ଉପରେ ଏବଂ ତା’ପରେ Select All ଉପରେ କ୍ଲିକ୍ କରନ୍ତୁ |
02:16 | ଅନ୍ୟ ଭାବେ ଆପଣ Ctrl + A କୀକୁ ଦାବିପାରିବେ |
02:21 | ବର୍ତ୍ତମାନ ସମସ୍ତ Componentଗୁଡିକ ହାଇଲାଇଟ୍ ହୋଇଛି |
02:24 | ବର୍ତ୍ତମାନ ହାଇଲାଇଟ୍ ହୋଇଥିବା କମ୍ପୋନେଣ୍ଟଗୁଡିକର ଯେକୌଣସି ସ୍ଥାନରେ କ୍ଲିକ୍ କରିବା ସହିତ ସେଗୁଡିକୁ ଚାହୁଁଥିବା ସ୍ଥାନକୁ ଡ୍ରାଗ୍ କରନ୍ତୁ |
02:30 | ଆଗକୁ ବଢନ୍ତୁ |
02:32 | ହାଇଲାଇଟ୍ ହୋଇଥିବା କମ୍ପୋନେଣ୍ଟଗୁଡିକୁ ଅନଚେକ୍ କରିବା ପାଇଁ ଅଂକନ କ୍ଷେତ୍ରର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
02:37 | ପୁନର୍ବାର ଅଂକନ କ୍ଷେତ୍ରରେ ଥିବା Generic Protein S1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:43 | ତା’ପରେ ବିକଳ୍ପ Change Identity ଉପରେ କ୍ଲିକ୍ କରନ୍ତୁ |
02:47 | class ବକ୍ସରେ Proteinକୁ Simple Moleculeରେ ପରିବର୍ତ୍ତନ କରନ୍ତୁ |
02:53 | Nameକୁ 2-keto-isovalerate ଭାବେ ଟାଇପ୍ କରନ୍ତୁ |
02:58 | ଏବଂ ତା’ପରେ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:02 | ଡାଇଲଗ୍ ବକ୍ସ The Same Species Existsରେ ଥିବା Noରେ କ୍ଲିକ୍ କରନ୍ତୁ |
03:10 | ଯାହାହେଉ ଯଦି ଆପଣ ସ୍ପିସିଜର ସମସ୍ତ କମ୍ପୋନେଣ୍ଟଗୁଡିକ ଉପରେ ପରିବର୍ତ୍ତନ ପ୍ରତିଫଳିତ ହେବା ଚାହାଁନ୍ତି ତେବେ Yesରେ କ୍ଲିକ୍ କରନ୍ତୁ. ଏଠାରେ ମୁଁ No କ୍ଲିକ୍ କରିବି |
03:20 | Generic Protein S1, ବର୍ତ୍ତମାନ 2-keto-isovalerate ନାମକ ଗୋଟିଏ simple molecule ହୋଇଯାଇଛି |
03:30 | ନାମକୁ ସ୍ଥାପିତ କରିବା ପାଇଁ ମୁଁ ମୋଲିକ୍ୟୁଲକୁ ଡ୍ରାଗ୍ କରିବି |
03:34 | end-pointର କେନ୍ଦ୍ରରେ ଥିବା Generic protein-S1ରେ ରାଇଟ୍ କ୍ଲିକ୍ କରନ୍ତୁ ଯାହା ଗୋଟିଏ product ଅଟେ |
03:42 | ଆଇଡେଣ୍ଟିଟୀକୁ Simple Moleculeରେ ପରିବର୍ତ୍ତନ କରିବା ସହିତ ଏହାକୁ Valine ଭାବେ ନାମିତ କରନ୍ତୁ |
03:50 | Apply ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:52 | ଅଂକନ କ୍ଷେତ୍ର ଉପରେ Valine ଅଛି |
03:56 | ତା’ପରେ କାଟାଲୀଷ୍ଟ S2କୁ ରିନେମ୍ କରନ୍ତୁ. ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Edit Proteinକୁ ଚୟନ କରନ୍ତୁ |
04:06 | name ଫିଲ୍ଡରେ Aminotransferase ଟାଇପ୍ କରନ୍ତୁ |
04:11 | Updateରେ କ୍ଲିକ୍ କରିବା ସହିତ ଡାଇଲଗ ବକ୍ସକୁ ବନ୍ଦ କରନ୍ତୁ |
04:16 | ନାମକୁ ଠିକ୍ ଭାବେ ସ୍ଥାପିତ କରିବା ପାଇଁ ମୋଲିକ୍ୟୁଲର କୋଣକୁ ଡ୍ରାଗ୍ କରନ୍ତୁ |
04:21 | ତା’ପରେ ଲିଙ୍କ ହୋଇଥିବା ରିଆକ୍ସନର ଅବସ୍ଥିତିକୁ ପରିବର୍ତ୍ତନ କରନ୍ତୁ |
04:25 | end-point ସ୍ପିସିଜର କେନ୍ଦ୍ରରେ କ୍ଲିକ୍ କରନ୍ତୁ ଯାହା Valine ଅଟେ ଏବଂ ଚାହୁଁଥିବା ସ୍ଥାନରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
04:33 | Aminotransferase ସହିତ ସମାନର ପୁନରାବୃତ୍ତି କରନ୍ତୁ |
04:37 | end-point Species ଗତି କରୁଥିବା ସ୍ଥାନକୁ ଲିଙ୍କ ହୋଇଥିବା ରିଆକ୍ସନଗୁଡିକ ମଧ୍ୟ ସ୍ଥାନାନ୍ତର ହେଉଥିବା ଲକ୍ଷ୍ୟ କରନ୍ତୁ |
04:44 | ବର୍ତ୍ତମାନ ଗୋଟିଏ speciesର ଚାରିପଟେ ଗୋଟିଏ reaction lineକୁ କିପରି ସଂଯୁକ୍ତ କରିବା ତାହା ଆମେ ଶିଖିବା |
04:49 | ଗୋଟିଏ Speciesର ଚାରିପଟେ ଥିବା 16 କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରୁ ଯେକୌଣସିଟିରେ ଏକ Reaction line ସଂଯୁକ୍ତ ହୋଇପାରିବ |
04:56 | ଏହା କିପରି କରାଯାଏ ମୁଁ ପ୍ରଦର୍ଶନ କରିବି |
04:59 | CTRL+Nକୁ ଦାବିବା ସହିତ ଗୋଟିଏ ନୂତନ ୱିଣ୍ଡୋକୁ ଖୋଲନ୍ତୁ |
05:04 | ଏହି ଫାଇଲକୁ Connection points ଭାବେ ନାମିତ କରନ୍ତୁ |
05:08 | ଡିଫଲ୍ଟ ଥିବା width ଓ heightକୁ ରଖନ୍ତୁ. ଏବଂ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:14 | ଅଂକନ କ୍ଷେତ୍ର ଉପରେ ଦୁଇଟି generic proteinsର ଅଂକନ କରନ୍ତୁ ଏବଂ ସେଗୁଡିକୁ Protein 1 ଓ Protein 2 ଭାବେ ନାମିତ କରନ୍ତୁ |
05:23 | ମୁଖ୍ୟ ମେନୁରେ State Transition ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:28 | ତା’ପରେ ଅଂକନ କ୍ଷେତ୍ରରେ ଥିବା start-point Species, Protein 1 ଉପରେ ମାଉସକୁ ହୋଭର୍ କରନ୍ତୁ |
05:36 | ସମସ୍ତ 16 କନେକ୍ସନ୍ ପଏଣ୍ଟଗୁଡିକ ଗ୍ରେ କଲରରେ ହାଇଲାଇଟ୍ ହୋଇଥିବା ଲକ୍ଷ୍ୟ କରନ୍ତୁ |
05:42 | ଧ୍ୟାନଦିଅନ୍ତୁ ଯେ ଯେତେବେଳେ ଏହି କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରୁ ଗୋଟିକ ଉପରକୁ କର୍ସର୍ ପଏଣ୍ଟ କଲେ ଏହା ନୀଳ ରଙ୍ଗରେ ପରିବର୍ତ୍ତନ ହୋଇଯିବ |
05:49 | କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରୁ ଗୋଟିକ ଉପରେ କ୍ଲିକ୍ କରନ୍ତୁ |
05:53 | ସମାନ ଭାବେ end-point Species ଯାହା Protein 2 ଅଟେ, ଉପରେ ମାଉସକୁ ହୋଭର୍ କରନ୍ତୁ |
06:00 | ପୁନର୍ବାର ଉପରେ ବର୍ଣନା ହେବା ଭଳି ଆବଶ୍ୟକ କନେକ୍ସନ୍ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ |
06:05 | ଚୟନୀତ କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରେ ଗୋଟିଏ State Transition ରିଆକ୍ସନ୍ ଲାଇନ୍ ସୃଷ୍ଟି ହେବ |
06:12 | ତା’ପରେ Reaction lineକୁ ଏଲାଇନ୍ କରନ୍ତୁ |
06:16 | Protein 1 ଓ Protein 2 ମଧ୍ୟରେ ଥିବା State transition reaction line ଉପରେ କ୍ଲିକ୍ କରନ୍ତୁ |
06:21 | ଧ୍ୟାନଦିଅନ୍ତୁ ଯେ reaction line ଉପରେ ଥିବା ଦୁଇଟି process nodes ହାଇଲାଇଟ୍ ହୋଇଛି |
06:27 | ଯଦି ଦୁଇଟି process nodes ମଧ୍ୟରୁ ଯେକୌଣସି ଗୋଟିକ ଉପରେ ମାଉସ୍ ହୋଭର୍ କରିବା ଦ୍ଵାରା ଗୋଟିଏ plus ଚିହ୍ନ ଦୃଶ୍ୟମାନ ହେବ |
06:34 | ଯେକୌଣସି ଗୋଟିଏ process nodes ଉପରେ କ୍ଲିକ୍ କରନ୍ତୁ |
06:37 | ବର୍ତ୍ତମାନ ଡ୍ରାଗ୍ କରିବା ସହିତ ଆବଶ୍ୟକ connection point ଉପରେ ପଏଣ୍ଟରକୁ ରଖନ୍ତୁ |
06:43 | ହାଇଲାଇଟ୍ ହୋଇଥିବା କମ୍ପୋନେଣ୍ଟଗୁଡିକୁ ଅନଚେକ୍ କରିବା ପାଇଁ ଅଂକନ କ୍ଷେତ୍ରର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
06:49 | reaction lineକୁ ବର୍ଦ୍ଧନ କିମ୍ବା ପ୍ରସାରିତ କରିବା ପାଇଁ ପ୍ରଥମେ ଏହା ଉପରେ କ୍ଲିକ୍ କରନ୍ତୁ |
06:54 | ବର୍ତ୍ତମାନ start-point କିମ୍ବା end-point Species ଉପରେ ଅବସ୍ଥିତ ଥିବା ଯେକୌଣସି ଗୋଟିଏ process node ଉପରେ କ୍ଲିକ୍ କରନ୍ତୁ |
07:01 | ଆବଶ୍ୟକ କନେକ୍ସନ୍ ପଏଣ୍ଟ ପ୍ରାପ୍ତ କରିବା ପର୍ଯ୍ୟନ୍ତ ମାଉସକୁ ଡ୍ରାଗ୍ କରିବା ସହିତ reaction lineକୁ ପ୍ରସାରିତ କରନ୍ତୁ |
07:07 | ଏହି ଠାରୁ ଆମେ Process diagram ସହିତ ଆଗକୁ ବଢିବା |
07:12 | Build and Modify Process Diagram ୱିଣ୍ଡୋକୁ ଫେରିଆସନ୍ତୁ |
07:16 | ବିଦ୍ୟମାନ ରିଆକ୍ସନରେ ଗୋଟିଏ Reactant ଓ ଗୋଟିଏ Productକୁ ସଂଯୁକ୍ତ କରନ୍ତୁ |
07:21 | ଟୂଲବାରରୁ ଦୁଇଟି simple molecules ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ ରଖନ୍ତୁ |
07:27 | ସେଗୁଡିକୁ Glutamate ଓ 2-Oxoglutarate ଭାବେ ନାମିତ କରନ୍ତୁ |
07:36 | ସେଗୁଡିକୁ ଡ୍ରାଗ୍ କରିବା ସହିତ Simple moleculesର କଡରେ ରଖନ୍ତୁ: 2-keto-isovalerate ଓ Valine |
07:44 | ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଅଂକନ କ୍ଷେତ୍ର ଉପରେ କମ୍ପୋନେଣ୍ଟଗୁଡିକୁ ଏଲାଇନ୍ କରନ୍ତୁ |
07:49 | ପୁର୍ବେ ବର୍ଣ୍ଣନା କରାଯାଇଥିବା ଅନୁସାରେ ମୁଁ ବର୍ତ୍ତମାନ କମ୍ପୋନେଣ୍ଟଗୁଡିକୁ ଏଲାଇନ୍ କରିବା ସମ୍ପୂର୍ଣ କରିଛି |
07:55 | ଟୂଲବାର୍ ଉପରେ Add Product ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:00 | ବର୍ତ୍ତମାନ 2-keto-isovalerate ଓ Valine ମଧ୍ୟରେ ଥିବା State Transition ରିଆକ୍ସନ୍ ଉପରେ ମାଉସକୁ ହୋଭର୍ କରନ୍ତୁ |
08:07 | ହାଇଲାଇଟ୍ ହୋଇଥିବା ପ୍ରୋସେସ୍ ନୋଡ୍ ଉପରେ କ୍ଲିକ୍ କରନ୍ତୁ |
08:10 | ତା’ପରେ 2-Oxoglutarate ଉପରେ ମାଉସକୁ ହୋଭର୍ କରନ୍ତୁ |
08:17 | ହାଇଲାଇଟ୍ ହୋଇଥିବା 16 process nodesର ଯେକୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ |
08:21 | State Transition ଓ 2-Oxoglutarate ମଧ୍ୟରେ ଦୃଶ୍ୟମାନ ହେଉଥିବା ଗୋଟିଏ reaction lineକୁ ଲକ୍ଷ୍ୟ କରନ୍ତୁ |
08:29 | ସେହିପରି Add Reactant ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:34 | Glutamate ଉପରେ ମାଉସକୁ ହୋଭର୍ କରିବା ସହିତ ହାଇଲାଇଟ୍ ହୋଇଥିବା 16 process nodesର ଯେକୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ |
08:40 | ତା’ପରେ State Transition ରିଆକ୍ସନ୍ ଉପରେ ମାଉସକୁ ହୋଭର୍ କରିବା ସହିତ process node ଉପରେ କ୍ଲିକ୍ କରନ୍ତୁ |
08:49 | State Transition ଓ Glutamate ମଧ୍ୟରେ ଦୃଶ୍ୟମାନ ହେଉଥିବା ଗୋଟିଏ reaction lineକୁ ଲକ୍ଷ୍ୟ କରନ୍ତୁ |
08:55 | ବର୍ତ୍ତମାନ ଗୋଟିଏ Reactant ଓ ଗୋଟିଏ Product ସହିତ ଆମ ପାଖରେ ଏକ ସମ୍ପୂର୍ଣ୍ଣ Catalysis ରିଆକ୍ସନ୍ ଅଛି |
09:01 | ପ୍ରୋସେସ୍ ଡାୟେଗ୍ରାମରେ ଅନ୍ୟ componentଗୁଡିକୁ ସ୍ଥାପିତ କରିବା ପାଇଁ ମୁଁ reactionକୁ ଏଲାଇନ୍ କରିବି |
09:09 | ଟୂଲବାରରୁ ଆଇକନଗୁଡିକୁ ବ୍ୟାବହାର କରନ୍ତୁ: State Transition, Simple Molecule, Generic Protein ଓ Catalysis |
09:18 | ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରୋସେସ୍ ଡାୟେଗ୍ରାମ୍ ଅଟେ |
09:22 | ଏହାକୁ ଭଲ ଭାବେ ଦେଖିବା ପାଇଁ ମୂଖ୍ୟ ମେନୁ ବାରରେ ଥିବା Viewକୁ ଯିବା ସହିତ Zoom Fitରେ କ୍ଲିକ୍ କରନ୍ତୁ |
09:32 | ବର୍ତ୍ତମାନ ଆପଣ ସମ୍ପୂର୍ଣ୍ଣ ହୋଇଥିବା Process Diagramକୁ ଦେଖିବେ |
09:36 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ Macrosର ବ୍ୟବହାର ଶିଖିଲେ |
09:42 | ଅଂକନ କ୍ଷେତ୍ରରେ କମ୍ପୋନେଣ୍ଟଗୁଡିକୁ ସ୍ଥାନାନ୍ତର କରିବା, ଗୋଟିଏ ସ୍ପିସିଜର ଚାରିପଟେ ଗୋଟିଏ ରିଆକ୍ସନ୍ ଲାଇନକୁ ସଂଯୁକ୍ତ କରିବା |
09:48 | ଗୋଟିଏ ରିଆକ୍ସନ୍ ଲାଇନକୁ ଏଲାଇନ୍ କରିବା ସହିତ ପ୍ରସାରିତ କରିବା ତଥା ଗୋଟିଏ Product ଓ Reactantକୁ ସଂଯୁକ୍ତ କରିବା |
09:54 | ଆସାଇନମେଣ୍ଟ ପାଇଁ: CellDesignerରେ ଥିବା ଟୂଲଗୁଡିକୁ ବ୍ୟବହାର କରି Methionine Biosynthesis ପାଇଁ ଗୋଟିଏ ପ୍ରୋସେସ୍ ଡାୟେଗ୍ରାମ୍ ନିର୍ମାଣ କରନ୍ତୁ
GTP/GD ପାଇଁ Macrosକୁ ଆବିଷ୍କାର କରନ୍ତୁ, Curve ରିଆକ୍ସନ୍ ଲାଇନ୍ କିପରି ସୃଷ୍ଟି କରାଯାଏ ଜାଣନ୍ତୁ |
10:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ବିଷୟରେ- |
10:14 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
10:19 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଦୟାକରି ଏହାକୁ ଡାଉନଲୋଡ୍ କରିଦେଖନ୍ତୁ |
10:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:29 | ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:34 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
10:54 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |