Difference between revisions of "Git/C2/Branching-in-Git/Oriya"
From Script | Spoken-Tutorial
(Created page with "{| Border=1 | <center>Time</center> | <center>Narration</center> |- | 00:01 | ବନ୍ଧୁଗଣ, Branching in Git ଉପରେ ଥିବା ସ୍ପୋକନ୍ ଟ...") |
PoojaMoolya (Talk | contribs) |
||
Line 10: | Line 10: | ||
| 00:05 | | 00:05 | ||
| ଏହି ଟ୍ୟୁଟୋରିଆଲରେ ଆମେ: | | ଏହି ଟ୍ୟୁଟୋରିଆଲରେ ଆମେ: | ||
− | + | Branching | |
ଗୋଟିଏ branch ସୃଷ୍ଟି କରିବା ଏବଂ | ଗୋଟିଏ branch ସୃଷ୍ଟି କରିବା ଏବଂ | ||
branches ମଧ୍ୟରେ ବଦଳ କରିବା, ଶିଖିବା | branches ମଧ୍ୟରେ ବଦଳ କରିବା, ଶିଖିବା |
Latest revision as of 12:05, 5 October 2017
|
|
00:01 | ବନ୍ଧୁଗଣ, Branching in Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ:
Branching ଗୋଟିଏ branch ସୃଷ୍ଟି କରିବା ଏବଂ branches ମଧ୍ୟରେ ବଦଳ କରିବା, ଶିଖିବା |
00:15 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04, Git 2.3.2. ଓ Gedit ଟେକ୍ସଟ ଏଡିଟର୍ |
00:25 | ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ |
00:29 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ |
00:36 | ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ |
00:42 | ଚାଲନ୍ତୁ branching ବିଷୟରେ ଶିଖିବା |
00:44 | ବିଶେଷଭାବେ, ଗୋଟିଏ ପ୍ରୋଜେକ୍ଟରେ ନୁତନ ମୋଡ୍ୟୁଲଗୁଡିକୁ ବିକଶିତ କରିବା କିମ୍ବା ଗୋଟିଏ bugକୁ ଫିକ୍ସ କରିବା ପାଇଁ branchesଗୁଡିକୁ ବ୍ୟବହାର କରାଯାଇଥାଏ |
00:52 | ଏହା, ମୁଖ୍ୟ ପ୍ରୋଜେକ୍ଟକୁ ବିଭ୍ରାନ୍ତ ନ’କରି ଗୋଟିଏ ପ୍ରୋଜେକ୍ଟର ନୁତନ ମୋଡ୍ୟୁଲଗୁଡିକରେ କାମ କରିବାରେ ସାହାଯ୍ୟ କରିବ |
00:58 | Gitର ଡିଫଲ୍ଟ branch, master ଅଟେ |
01:02 | ନୁତନ ମୋଡ୍ୟୁଲଗୁଡିକୁ ବିକଶିତ କରିବା ପାଇଁ ବିଭିନ୍ନ branchesକୁ ବ୍ୟବହାର କରନ୍ତୁ |
01:06 | ଏବଂ ପରବର୍ତ୍ତୀ ସମୟରେ ଏହା master ବ୍ରାଞ୍ଚ ସହିତ ମର୍ଜ ହେବ |
01:11 | ଉଦାହରଣସ୍ଵରୂପ, ଏହି ରେଖାଚିତ୍ର master ଓ new-module ବ୍ରାଞ୍ଚଗୁଡିକ ସହିତ ଗୋଟିଏ ରିପୋଜିଟୋରୀକୁ କଳ୍ପନା କରିବ |
01:18 | master ବ୍ରାଞ୍ଚରେ C1, C2 ଓ C3 ନାମକ କିଛି କମିଟଗୁଡିକ ଅଛନ୍ତି |
01:25 | ତା’ପରେ C3 କମିଟରେ new-module ନାମକ ଗୋଟିଏ ବ୍ରାଞ୍ଚ ସୃଷ୍ଟି ହୋଇଛି |
01:30 | C4, C5 ଓ C8, new-module ବ୍ରାଞ୍ଚର କମିଟଗୁଡିକ ଅଟନ୍ତି |
01:36 | ସେହି ଏକ ସମୟରେ, commits C6 ଓ C7, master ବ୍ରାଞ୍ଚରେ ସୃଷ୍ଟି ହୋଇଛି |
01:43 | ଏଠାରେ, new-module ବ୍ରାଞ୍ଚ master ବ୍ରାଞ୍ଚକୁ ବିଭ୍ରାନ୍ତ ନ’କରୁଥିବା ଆପଣ ଦେଖିପାରିବେ |
01:49 | ଥରେ new-module ପ୍ରସ୍ତୁତ ହୋଇଗଲେ, ଏହାକୁ ପୁନର୍ବାର master ବ୍ରାଞ୍ଚ ସହିତ ମର୍ଜ କରନ୍ତୁ |
01:55 | ଏହି ଟ୍ୟୁଟୋରିଆଲରେ, branch କିପରି କାର୍ଯ୍ୟକରେ ପ୍ରଦର୍ଶନ କରାଯିବ. ପରବର୍ତ୍ତୀ ଟ୍ୟୁଟୋରିଆଲରେ Merging ଆଲୋଚିତ ହେବ |
02:03 | Ctrl+Alt+Tକୁ ଦାବି ଟର୍ମିନଲକୁ ଖୋଲନ୍ତୁ |
02:07 | ପୂର୍ବେ ସୃଷ୍ଟି କରାଯାଇଥିବା Git repository mywebpageକୁ ଖୋଲନ୍ତୁ |
02:13 | ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ |
02:19 | ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ. ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ |
02:28 | git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରି Git logକୁ ଯାଞ୍ଚ କରିପାରିବେ ଏବଂ Enter ଦାବନ୍ତୁ |
02:37 | ପ୍ରଥମେ, repositoryରେ କିଛି branch ଅଛି କି ନାହିଁ ଯାଞ୍ଚ କରନ୍ତୁ |
02:43 | ଟାଇପ୍ କରନ୍ତୁ: git ସ୍ପେସ୍ branch ଏବଂ Enter ଦାବନ୍ତୁ |
02:48 | ପୂର୍ବରୁ ଉଲ୍ଲେଖ ଥିବା ଭଳି, ଏହା ଡିଫଲ୍ଟ ବ୍ରାଞ୍ଚ masterକୁ ପ୍ରଦର୍ଶନ କରିବ |
02:53 | ବର୍ତ୍ତମାନ, ମୁଁ new-chapter ନାମକ ଗୋଟିଏ branch ସୃଷ୍ଟି କରିବାକୁ ଚାହୁଁଛି |
02:57 | ଟାଇପ୍ କରନ୍ତୁ: git ସ୍ପେସ୍ branch ସ୍ପେସ୍ new-chapter ଏବଂ Enter ଦାବନ୍ତୁ |
03:04 | git ସ୍ପେସ୍ branchକୁ ଟାଇପ୍ କରି branch listକୁ ଦେଖନ୍ତୁ ଏବଂ Enter ଦାବନ୍ତୁ |
03:12 | ଏଠାରେ, ତାଲିକାରେ new-chapter ବ୍ରାଞ୍ଚକୁ ଦେଖିପାରିବେ |
03:16 | master branch ସହିତ ଗୋଟିଏ ଆଷ୍ଟେରିସ୍କ ଚିହ୍ନକୁ ମଧ୍ୟ ଦେଖିବାକୁ ପାଇବେ |
03:20 | ଏହା ସୂଚିତ କରେ ଯେ ବର୍ତ୍ତମାନ master branchରେ କାର୍ଯ୍ୟ କରାଯାଉଛି |
03:25 | new-chapter ବ୍ରାଞ୍ଚକୁ ଯିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter ଏବଂ Enter ଦାବନ୍ତୁ |
03:36 | branch ନେମକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ branch ଏବଂ Enter ଦାବନ୍ତୁ |
03:42 | ଆଷ୍ଟେରିସ୍କକୁ ଦେଖିବା ଦ୍ଵାରା, ବର୍ତ୍ତମାନ ଆମେ new-chapter ବ୍ରାଞ୍ଚ ମଧ୍ୟରେ ଅଛନ୍ତି ବୋଲି ବୁଝିବାକୁ ହେବ |
03:49 | ତା’ପରେ, story.html ନାମକ ଗୋଟିଏ html ଫାଇଲକୁ ସୃଷ୍ଟି କରନ୍ତୁ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏହାକୁ commit କରନ୍ତୁ |
03:57 | ଟାଇପ୍ କରନ୍ତୁ: gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ |
04:05 | ପୂର୍ବେ ସେଭ୍ ହୋଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲ୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ |
04:12 | Save କରିବା ସହ ଫାଇଲକୁ ବନ୍ଦ କରନ୍ତୁ |
04:15 | ମନେରଖନ୍ତୁ, ଯେକୌଣସି ଫାଇଲକୁ ସଂଯୁକ୍ତ କିମ୍ବା ବାହାର କରିବା ସମୟରେ କାମକୁ commit କରିବାକୁ ପଡିଥାଏ |
04:21 | staging areaରେ ଫାଇଲକୁ ସଂଯୁକ୍ତ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ story.html ଏବଂ Enter ଦାବନ୍ତୁ |
04:31 | କାମକୁ commit କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Added story.html in new-chapter branch ଏବଂ Enter ଦାବନ୍ତୁ |
04:47 | git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହ Enterକୁ ଦାବି, new-chapter ବ୍ରାଞ୍ଚର Git logକୁ ଯାଞ୍ଚ କରନ୍ତୁ |
04:57 | ଏଠାରେ, ଅଦ୍ୟତନ କମିଟ୍ Added story.html in new-chapter branchକୁ ଦେଖିବାକୁ ପାଇବେ |
05:04 | ବର୍ତ୍ତମାନ, ଆମେ କିଛି କାମ କରିବା ପାଇଁ ଆମର master branchକୁ ଫେରି ଯିବାକୁ ଚାହୁଁଛେ |
05:10 | ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master ଏବଂ Enter ଦାବନ୍ତୁ |
05:18 | Git logକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline ଏବଂ Enter ଦାବନ୍ତୁ |
05:27 | ଏଠାରେ, କମିଟ୍ Added story.html in new-chapter branchକୁ ଦେଖିପାରିବେ ନାହିଁ |
05:34 | ଏହାର କାରଣ ହେଉଛି commit କେବଳ new-chapter ବ୍ରାଞ୍ଚ ସମ୍ବନ୍ଧିତ ଅଟେ |
05:39 | ls ଟାଇପ୍ କରି ଏବଂ Enter ଦାବି ଫୋଲ୍ଡରର କଣ୍ଟେଣ୍ଟକୁ ଯାଞ୍ଚ କରନ୍ତୁ |
05:45 | ଏଠାରେ, story.html ଫାଇଲକୁ ମଧ୍ୟ ଦେଖିପାରିବେ ନାହିଁ |
05:49 | ତା’ପରେ, history.html ଫାଇଲରେ କିଛି ପରିବର୍ତ୍ତନ କରନ୍ତୁ |
05:55 | gedit ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି ଏବଂ Enter ଦାବି ଫାଇଲକୁ ଖୋଲନ୍ତୁ |
06:05 | କିଛି ଲାଇନକୁ ସଂଯୁକ୍ତ କରନ୍ତୁ |
06:08 | ଫାଇଲକୁ Save କରିବା ସହ ବନ୍ଦ କରନ୍ତୁ |
06:10 | git ସ୍ପେସ୍ commit ସ୍ପେସ୍ ହାଇଫେନ୍ am ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Added chapter two in history.html କୁ ଟାଇପ୍ କରି ଏବଂ Enter ଦାବି ଏହି ବିନ୍ଦୁରେ କାମକୁ commit କରନ୍ତୁ |
06:26 | ବର୍ତ୍ତମାନ ପର୍ଯ୍ୟନ୍ତ, master ବ୍ରାଞ୍ଚରେ କାମ କରାଯାଉଛି |
06:30 | ବର୍ତ୍ତମାନ, ଏହି commit, new-chapter ବ୍ରାଞ୍ଚରେ ପ୍ରତିଫଳିତ ହେଉଛି କି ନାହିଁ ଯାଞ୍ଚ କରନ୍ତୁ |
06:36 | new-chapter ବ୍ରାଞ୍ଚକୁ ଯିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter ଏବଂ Enter ଦାବନ୍ତୁ |
06:46 | git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହ Enterକୁ ଦାବି, Git logକୁ ଯାଞ୍ଚ କରନ୍ତୁ |
06:55 | ଏଠାରେ, master ବ୍ରାଞ୍ଚରେ ଥିବା ଭଳି Added chapter two in history.html କମିଟକୁ ଦେଖିପାରିବେ ନାହିଁ |
07:04 | story.html ଫାଇଲରେ କିଛି ଲାଇନକୁ ସଂଯୁକ୍ତ କରିବା ସହ ଟାଇପ୍ କରନ୍ତୁ: gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ |
07:16 | Writer ଡକୁମେଣ୍ଟରେ କିଛି ଲାଇନକୁ ସଂଯୁକ୍ତ କରନ୍ତୁ |
07:20 | ଫାଇଲକୁ Save କରିବା ସହ ବନ୍ଦ କରନ୍ତୁ |
07:22 | Git statusକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ |
07:29 | ଧ୍ୟାନଦିଅନ୍ତୁ ଯେ ଏହି ସୋପାନରେ କାମକୁ committed କରାଯାଇ ନାହିଁ |
07:33 | କମିଟ୍ ନ’କରି ଯଦି ଆମେ ବ୍ରାଞ୍ଚକୁ ବଦଳ କରିବାକୁ ଚାହିଁବା ତେବେ କ’ଣ ହେବ ବୋଲି ଭାବୁଛନ୍ତି? ଏହା ଦ୍ଵାରା ଗୋଟିଏ ଏରର୍ ଦେଖାଦେବ |
07:41 | master ବ୍ରାଞ୍ଚକୁ ଫେରି ଯିବା ପାଇଁ ଚେଷ୍ଟା କରନ୍ତୁ. ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master ଏବଂ Enter ଦାବନ୍ତୁ |
07:51 | ଏହି ଏରର୍ ପ୍ରଦର୍ଶନ କରିବ ଯେ ପରିବର୍ତ୍ତନଗୁଡିକୁ କମିଟ୍ ନ’କରି ଅନ୍ୟ ବ୍ରାଞ୍ଚଗୁଡିକୁ ବଦଳ କରିପାରିବେ ନାହିଁ |
07:59 | କିନ୍ତୁ, ଏହି ସୋପାନରେ ଯଦି ପରିବର୍ତ୍ତନଗୁଡିକ ଯାହା ଜରୁରୀ ନୁହେଁ ଭାବି commit କରିବାକୁ ନ’ଚାହିଁବା କ୍ଷେତ୍ରରେ, କ’ଣ କରାଯିବ? ଏହାକୁ stashing ବ୍ୟବହାର କରି କରାଯାଇପାରିବ |
08:08 | ଆଗାମୀ ଟ୍ୟୁଟୋରିଅଲଗୁଡିକରେ stashing ବିଷୟରେ ଶିଖିବା |
08:13 | ବର୍ତ୍ତମାନ ପାଇଁ, ହାଇଫେନ୍ ହାଇଫେନ୍ force ଫ୍ଲାଗକୁ ବ୍ୟବହାର କରି ଏହି branchକୁ ବଳପୂର୍ବକ ବାହାର କରିଦିଅନ୍ତୁ |
08:19 | ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ ହାଇଫେନ୍ ହାଇଫେନ୍ force ସ୍ପେସ୍ master ଏବଂ Enter ଦାବନ୍ତୁ |
08:28 | ପୁନର୍ବାର, ପରିବର୍ତ୍ତନଗୁଡିକ ବାହାର ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ new-chapter ବ୍ରାଞ୍ଚକୁ ଫେରିଆସନ୍ତୁ |
08:36 | ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter ଏବଂ Enter ଦାବନ୍ତୁ |
08:42 | gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି ଏବଂ Enterକୁ ଦାବି story.html ଫାଇଲକୁ ଖୋଲନ୍ତୁ |
08:54 | ଏଠାରେ ପରିବର୍ତ୍ତନଗୁଡିକ ବାହାର ହୋଇଯାଇଥିବା ଦେଖିପାରିବେ. geditକୁ ବନ୍ଦ କରନ୍ତୁ |
09:01 | ପରବର୍ତ୍ତୀ ଟ୍ୟୁଟୋରିଆଲରେ, master ବ୍ରାଞ୍ଚ ସହିତ new-chapter ବ୍ରାଞ୍ଚକୁ ସଂଯୁକ୍ତ କରିବା ଶିଖିବା |
09:07 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
09:11 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Branching, ଗୋଟିଏ branch ସୃଷ୍ଟି କରିବା ଏବଂ master ବ୍ରାଞ୍ଚ ଓ new branch ମଧ୍ୟରେ ବଦଳ କରିବା |
09:23 | ଗୋଟିଏ ଆସାଇନମେଣ୍ଟ ଭାବେ-chapter-two ନାମକ ଗୋଟିଏ ବ୍ରାଞ୍ଚ ସୃଷ୍ଟି କରନ୍ତୁ |
09:28 | chapter-two ବ୍ରାଞ୍ଚକୁ ଯା’ନ୍ତୁ |
09:31 | କିଛି commits କରନ୍ତୁ |
09:33 | master ବ୍ରାଞ୍ଚକୁ ଫେରିଆସନ୍ତୁ |
09:36 | Git logକୁ ଯାଞ୍ଚ କରନ୍ତୁ ଏବଂ ବୁଝନ୍ତୁ ଯେ master branchରେ branch chapter-twoର କମିଟଗୁଡିକୁ ଦେଖିପାରିବେ ନାହିଁ |
09:44 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
09:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:59 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
|
10:15 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |