Difference between revisions of "BASH/C2/Logical-Operators/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | ବନ୍ଧୁଗଣ, Bashରେ Logical Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ...") |
PoojaMoolya (Talk | contribs) |
||
Line 36: | Line 36: | ||
|- | |- | ||
|00:38 | |00:38 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS |
|- | |- |
Latest revision as of 12:18, 15 May 2017
Time | Narration |
00:01 | ବନ୍ଧୁଗଣ, Bashରେ Logical Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | ଲଜିକଲ୍ AND
ଲଜିକଲ୍ OR କିଛି ଉଦାହରଣ ବ୍ୟବହାର କରି ଲଜିକଲ୍ NOT |
00:19 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ: |
00:22 | If-Else ଷ୍ଟେଟମେଣ୍ଟ
କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଓ BASHରେ କ୍ୱୋଟିଙ୍ଗ୍ ସହିତ |
00:30 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:36 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:38 | ଉବୁଣ୍ଟୁ ଲିନକ୍ସ 12.04 OS |
00:43 | GNU Bash ଭର୍ସନ୍ 4.1.10 |
00:47 | ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:53 | ଏବେ ଚାଲନ୍ତୁ, ଲଜିକଲ୍ ଅପରେଟର୍ସର ବ୍ୟବହାର ବୁଝିବା |
00:57 | ମୁଖ୍ୟତଃ, ପ୍ରୋଗ୍ରାମ୍ ର ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଲଜିକଲ୍ ଅପରେଟର୍ସର ବ୍ୟବହାର କରାଯାଇଥାଏ |
01:02 | ଦୁଇଟି ଏକ୍ସପ୍ରେସନ୍ସ କିମ୍ୱା କଣ୍ଡିଶନ୍ସକୁ ଯୋଡ଼ିବା ପାଇଁ ଲଜିକଲ୍ ଅପରେଟର୍ସ ସାହାଯ୍ୟ କରିଥାଏ |
01:09 | ସେଗୁଡ଼ିକ if, while କିମ୍ୱା ଅନ୍ୟ କଣ୍ଟ୍ରୋଲ୍ ଷ୍ଟେଟମେଣ୍ଟସ୍ ର ଅଂଶ ହୋଇଥାଇପାରନ୍ତି |
01:15 | ଚାଲନ୍ତୁ, ଲଜିକଲ୍ ANDର ସିଣ୍ଟାକ୍ସ ଦେଖିବା |
01:19 | ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସ୍ପେସ୍ ଆମ୍ପର୍ସାଣ୍ଡ ଆମ୍ପର୍ସାଣ୍ଡ ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ |
01:38 | କିମ୍ୱା ଆମେ ଏହି ସିଣ୍ଟାକ୍ସ ବ୍ୟବହାର କରିପାରିବା - |
01:41 | ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ହାଇଫେନ୍ (-)a ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ |
01:53 | ଯେତେବେଳେ ଉଭୟ କଣ୍ଡିଶନ୍1 ଓ କଣ୍ଡିଶନ୍2 True ହୋଇଥାଏ, ଲଜିକଲ୍ AND, True ରିଟର୍ନ କରେ |
02:00 | ଏବେ ଆମେ ଲଜିକଲ୍ ORର ସିଣ୍ଟାକ୍ସ ଦେଖିବା |
02:04 | ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସ୍ପେସ୍ ଭର୍ଟିକଲ୍ ବାର୍ ପୁଣିଥରେ ଭର୍ଟିକଲ୍ ବାର୍ ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ |
02:22 | କିମ୍ୱା ଆମେ ଏହି ସିଣ୍ଟାକ୍ସ ବ୍ୟବହାର କରିପାରିବା - |
02:24 | ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ହାଇଫେନ୍ (-)o ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ |
02:36 | ଯେତେବେଳେ କଣ୍ଡିଶନ୍1 ଓ କଣ୍ଡିଶନ୍2 ମଧ୍ୟରୁ ଗୋଟିଏ True ହୋଇଥାଏ, ଲଜିକଲ୍ OR, True ରିଟର୍ନ କରେ |
02:43 | ଏବେ ଆମେ, ଏକ ଉଦାହରଣ ବ୍ୟବହାର କରି ଲଜିକଲ୍ OR ଓ ଲଜିକଲ୍ ANDର ବ୍ୟବହାର ଶିଖିବା |
02:50 | logical.sh ନାମକ ଫାଇଲରେ ମୁଁ କୋଡ୍ ଲେଖିସାରିଛି |
02:55 | ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ |
03:04 | ଟାଇପ୍ କରନ୍ତୁ: gedit ସ୍ପେସ୍ logical.sh ସ୍ପେସ୍ ଆମ୍ପର୍ସାଣ୍ଡ ଚିହ୍ନ, Enter ଦାବନ୍ତୁ |
03:12 | ଆପଣଙ୍କର logical.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
03:18 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
03:21 | ଏହା ହେଉଛି shebang ଲାଇନ୍ |
03:25 | read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ |
03:29 | - (ହାଇଫେନ୍) p, Prompt ପ୍ରଦର୍ଶିତ କରେ |
03:33 | string ହେଉଛି ଏକ ଭେରିଏବଲ୍, ଯାହା ନିଷ୍ପାଦନ ସମୟରେ ୟୁଜର୍ ଦ୍ୱାରା ଇନପୁଟ୍ ହୋଇଥିବା ଟେକ୍ସଟ୍ କୁ ଷ୍ଟୋର୍ କରେ |
03:39 | ପ୍ରବେଶ କରାଯାଇଥିବା ଷ୍ଟ୍ରିଙ୍ଗ୍ ଖାଲି କି ନୁହେଁ, if କଣ୍ଡିଶନ୍ ତାହା ଯାଞ୍ଚ କରେ |
03:45 | ଷ୍ଟ୍ରିଙ୍ଗ୍ ର ଦୀର୍ଘତା ଶୂନ୍ କି ନୁହେଁ, - (ହାଇଫେନ୍) z ତାହା ଯାଞ୍ଚ କରେ |
03:50 | ବିଭିନ୍ନ ଅନ୍ୟ ଷ୍ଟ୍ରିଙ୍ଗ୍ କମ୍ପାରିଜନ୍ ଦେଖିବା ପାଇଁ ଟର୍ମିନଲ୍ ରେ ଟାଇପ୍ କରନ୍ତୁ: man ସ୍ପେସ୍ test |
03:57 | ଯଦି କିଛି ପ୍ରବେଶ କରାଯାଇନଥିବ, ତେବେ echo ଷ୍ଟେଟମେଣ୍ଟ ଏକ ବାର୍ତ୍ତା ପ୍ରିଣ୍ଟ କରିବ |
04:02 | ଯଦି ଷ୍ଟ୍ରିଙ୍ଗ୍ ଖାଲି ନଥିବ, ତେବେ ପ୍ରୋଗ୍ରାମ୍, ପ୍ରଥମ elif ଷ୍ଟେଟମେଣ୍ଟକୁ ଚାଲିଯିବ |
04:08 | ଏଠାରେ, ପ୍ରବେଶ କରାଯାଇଥିବା ଷ୍ଟ୍ରିଙ୍ଗ୍ ରେ , ଉଭୟ raj ଓ jit ଶବ୍ଦ ଅଛି କି ନାହିଁ, ତାହା ଯାଞ୍ଚ କରେ |
04:16 | ଯଦି ହଁ, ତେବେ ଏହା ଏକ ବାର୍ତ୍ତା echo କରେ |
04:20 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଏଠାରେ ଲଜିକଲ୍ AND ବ୍ୟବହୃତ ହୋଇଛି |
04:24 | ତେଣୁ, ଉଭୟ କଣ୍ଡିଶନ୍ ସନ୍ତୁଷ୍ଟ ହେଲେ ହିଁ ବାର୍ତ୍ତା ପ୍ରଦର୍ଶିତ ହେବ |
04:31 | ଯଦି ସେପରି ହୁଏ ନାହିଁ, ତେବେ ପ୍ରୋଗ୍ରାମଟି ଦ୍ୱିତୀୟ elif ଷ୍ଟେଟମେଣ୍ଟକୁ ଚାଲିଯିବ |
04:37 | ଏଠାରେ, ପ୍ରବେଶ କରାଯାଇଥିବା ଷ୍ଟ୍ରିଙ୍ଗ୍ ରେ ଉଭୟ raj ଓ jit ଶବ୍ଦ ଅଛି କି ନାହିଁ, ତାହା ଯାଞ୍ଚ କରେ |
04:43 | ଯଦି ହଁ, ତେବେ ଏହା ବାର୍ତ୍ତା ପ୍ରଦର୍ଶିତ କରେ |
04:47 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଏଠାରେ ଲଜିକଲ୍ OR ବ୍ୟବହୃତ ହୋଇଛି |
04:52 | ତେଣୁ, ଯେକୌଣସି ଗୋଟିଏ କଣ୍ଡିଶନ୍ ସନ୍ତୁଷ୍ଟ ହେଲେ ହିଁ ବାର୍ତ୍ତା ପ୍ରଦର୍ଶିତ ହେବ |
04:59 | ଶେଷରେ, ଆମ ପାଖରେ ଡିଫଲ୍ଟ else ଷ୍ଟେଟମେଣ୍ଟ ଅଛି |
05:02 | ଯେତେବେଳେ ଉପରୋକ୍ତ ସମସ୍ତ ଷ୍ଟେଟମେଣ୍ଟ False ହୁଏ, ସେତେବେଳେ ଏହି ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ |
05:08 | Multilevel if-else loopର ଶେଷ ହେଉଛି fi |
05:12 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
05:15 | Terminalକୁ ଫେରିଆସନ୍ତୁ |
05:17 | ପ୍ରଥମେ, ଏହା ଟାଇପ୍ କରି ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ - chmod ସ୍ପେସ୍ plus x ସ୍ପେସ୍ logical ଡଟ୍ sh. ଏଣ୍ଟର୍ ଦାବନ୍ତୁ |
05:30 | ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ logical.sh ଓ Enter ଦାବନ୍ତୁ |
05:36 | ପ୍ରମ୍ପ୍ଟ ପ୍ରଦର୍ଶିତ କରେ Enter a Word |
05:38 | ମୁଁ jitinraj ଏଣ୍ଟର୍ କରିବି |
05:42 | ପ୍ରଦର୍ଶିତ ଆଉଟପୁଟ୍ ହେଉଛି: "jitinraj contains both the words 'raj' and 'jit' ". |
05:48 | ଏହାର ଅର୍ଥ ହେଉଛି, ଦ୍ୱିତୀୟ ଷ୍ଟେଟମେଣ୍ଟକୁ କଣ୍ଟ୍ରୋଲ୍ ପାସ୍ ହୋଇଥିଲା |
05:52 | ଆଉ, ଯେହେତୁ ଉଭୟ କଣ୍ଡିଶନ୍ ସନ୍ତୁଷ୍ଟ ହେଲା, ଏହା ବାର୍ତ୍ତା ପ୍ରଦର୍ଶିତ କଲା |
05:57 | ଏବେ ଚାଲନ୍ତୁ, ପୁଣିଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା |
06:00 | ଅପ୍-ଆରୋ କୀ ଦାବନ୍ତୁ |
06:02 | ଡଟ୍ ସ୍ଲାଶ୍ logical.shକୁ ଯାଆନ୍ତୁ ଓ Enter ଦାବନ୍ତୁ |
06:07 | ପ୍ରମ୍ପ୍ଟ ପ୍ରଦର୍ଶିତ କରେ Enter a Word |
06:09 | ଏଥରକ ମୁଁ abhijit ପ୍ରବେଶ କରିବି |
06:13 | ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: abhijit contains the word 'raj' or 'jit' |
06:19 | ଭିନ୍ନ ଭିନ୍ନ ଇନପୁଟ୍ ସହିତ ପ୍ରୋଗ୍ରାମକୁ ନିଷ୍ପାଦନ କରିବାକୁ ଚେଷ୍ଟା କରନ୍ତୁ ଓ output ଦେଖନ୍ତୁ |
06:25 | ଏବେ, Slidesକୁ ଫେରିଆସନ୍ତୁ |
06:27 | ଚାଲନ୍ତୁ, ଏବେ ଲଜିକଲ୍ NOT ଅପରେଟର ଉପରେ ନଜର ପକାଇବା |
06:31 | ଏହା, ଗୋଟିଏ ଏକ୍ସପ୍ରେସନ୍ ର Boolean ଭାଲ୍ୟୁକୁ ଓଲଟା କରିଥାଏ |
06:35 | ଯାହାର ଅର୍ଥ ହେଉଛି, ଯଦି ଏକ୍ସପ୍ରେସନ୍ False ହୁଏ, ତେବେ ଏହା True ରିଟର୍ନ କରେ |
06:40 | ଆଉ False ରିଟର୍ନ କରେ, ଯଦି ଏକ୍ସପ୍ରେସନ୍ True ହୋଇଥିବ |
06:44 | ଲଜିକଲ୍ NOT ଅପରେଟର୍ ର ସିଣ୍ଟାକ୍ସ ହେଉଛି - |
06:48 | ଏକ୍ସକ୍ଲାମେଶନ୍ ମାର୍କ ସ୍ପେସ୍ ଏକ୍ସପ୍ରେସନ୍ |
06:52 | କିମ୍ୱା ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଏକ୍ସକ୍ଲାମେଶନ୍ ମାର୍କ ସ୍ପେସ୍ ଏକ୍ସପ୍ରେସନ୍ ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ |
07:00 | ଗୋଟିଏ ଉଦାହରଣ ଦେଖିବା |
07:03 | ମୁଁ ଗୋଟିଏ ଫାଇଲରେ କୋଡ୍ ଲେଖିସାରିଛି |
07:05 | ତେଣୁ, ମୁଁ ଟର୍ମିନଲ୍ କୁ ଯାଇ ଟାଇପ୍ କରିବି: gedit ସ୍ପେସ୍ logicalNOT.sh ସ୍ପେସ୍ ଆମ୍ପର୍ସାଣ୍ଡ ଚିହ୍ନ, Enter ଦାବନ୍ତୁ |
07:18 | ଆପଣଙ୍କର logicalNOT.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
07:24 | ଆମେ ଜାଣିଛେ ଯେ, ଏହା ହେଉଛି shebang ଲାଇନ୍ |
07:28 | $1 ହେଉଛି, ସ୍କ୍ରିପ୍ଟକୁ ପାସ୍ କରାଯାଇଥିବା ପ୍ରଥମ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ |
07:33 | ଏକ ଆର୍ଗୁମେଣ୍ଟ ଭାବେ ପାସ୍ କରାଯାଇଥିବା ସମାନ ନାମରେ କୌଣସି ଫାଇଲ୍ ଅଛି କି ନାହିଁ, ତାହା - (ହାଇଫେନ୍)f ଯାଞ୍ଚ କରେ |
07:41 | ତେଣୁ, ଯଦି ଫାଇଲ୍ ଥିବ, ତେବେ ଏହା True ରିଟର୍ନ କରିବ ଏବଂ False, ଯାଦି ତାହା ନଥିବ |
07:48 | ଏଠାରେ ଥିବା ଏହି NOT ଅପରେଟର୍, ରିଟର୍ନ ହୋଇଥିବା ଭାଲ୍ୟୁକୁ ଓଲଟା କରେ |
07:52 | ଯାହାର ଅର୍ଥ ହେଉଛି, ଯଦି ସେହି ନାମରେ ଫାଇଲ୍ ଅଛି, ତେବେ କଣ୍ଡିଶନ୍ True ହେବ |
07:58 | କିନ୍ତୁ NOT ଅପରେଟର୍, ତାହାର ଭାଲ୍ୟୁ Falseକୁ ଓଲଟାଇ ଦେବ |
08:02 | ଆଉ ଏହା , File does not exist ବାର୍ତ୍ତା ପ୍ରଦର୍ଶିତ କରିବ |
08:07 | ଏଠାରେ, else ଷ୍ଟେଟମେଣ୍ଟରେ, ଏହା, File exists ବାର୍ତ୍ତା ପ୍ରଦର୍ଶନ କରେ |
08:13 | if loopର ଶେଷକୁ fi ଚିହ୍ନିତ କରେ |
08:16 | ଏବେ, Terminal କୁ ଯାଆନ୍ତୁ. |
08:18 | Promptକୁ ଖାଲି କରିଦିଅନ୍ତୁ |
08:20 | ଏବେ ଚାଲନ୍ତୁ, test.txt ନାମରେ ଗୋଟିଏ ଖାଲି ଫାଇଲ୍ ତିଆରି କରିବା |
08:25 | ଟାଇପ୍ କରନ୍ତୁ: touch ସ୍ପେସ୍ test ଡଟ୍ txt, Enter ଦାବନ୍ତୁ |
08:32 | ଏହାପରେ, ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟାଇପ୍ କରନ୍ତୁ:
chmod ସ୍ପେସ୍ ପ୍ଲସ୍ x ସ୍ପେସ୍ logicalNOT ଡଟ୍ sh, Enter ଦାବନ୍ତୁ |
08:45 | ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ logicalNOT ଡଟ୍ sh ସ୍ପେସ୍ test ଡଟ୍ txt. ଏଣ୍ଟର୍ ଦାବନ୍ତୁ |
08:55 | ଫାଇଲ୍ ଅଛି କି ନାହିଁ, ତାହା ଆମର Shell Script ଯାଞ୍ଚ କରିବ |
09:00 | ଆମର test ଡଟ୍ txt ଫାଇଲ୍ ଅଛି, ତେଣୁ ଭାଲ୍ୟୁ True ହେବ |
09:07 | ତାହାପରେ, logicalNOT ସେହି ଭାଲ୍ୟୁକୁ ଓଲଟାଇ False ରିଟର୍ନ କରିବ |
09:12 | କାରଣ, ମୂଲ୍ୟାଙ୍କନ False ଅଟେ, else ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ କରାଗଲା |
09:18 | ଆଉ, ଏହି ବାର୍ତ୍ତା ପ୍ରଦର୍ଶିତ ହେଲା - File 'test.txt' exists |
09:23 | ଆର୍ଗୁମେଣ୍ଟ test1.txt ସହିତ ପ୍ରୋଗ୍ରାମକୁ ପୁଣିଥରେ ନିଷ୍ପାଦନ କରିବାକୁ ଚେଷ୍ଟା କରନ୍ତୁ |
09:29 | ଆଉ, ଯେପରି ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି, ନିଯନ୍ତ୍ରଣ ପ୍ରବାହକୁ ଦେଖନ୍ତୁ |
09:33 | Slidesକୁ ଫେରିଆସନ୍ତୁ. ସଂକ୍ଷିପ୍ତରେ, |
09:37 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତଗୁଡ଼ିକର ବ୍ୟବହାର ଶିଖିଲେ:
ଲଜିକଲ୍ AND ଲଜିକଲ୍ OR ଓ ଲଜିକଲ୍ NOT |
09:45 | ଏକ ଆସାଇନମେଣ୍ଟ ଭାବେ |
09:47 | ଫାଇଲ୍ ଅଛି କି ନାହିଁ |
09:49 | ଓ ନିଷ୍ପାଦନଯୋଗ୍ୟ ବୋଲି ଯାଞ୍ଚ କରନ୍ତୁ |
09:51 | ଏହି ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଲଜିକଲ୍ ଅପରେଟର୍ସ ବ୍ୟବହାର କରି |
09:56 | {Hint: man ସ୍ପେସ୍ test) |
09:59 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
10:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
10:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:15 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:19 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:26 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:30 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:37 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
10:42 | ଆଇଆଇଟି ବମ୍ୱେ ତରଫରୁ |
10:47 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
10:51 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |