Difference between revisions of "Linux/C2/File-System/Oriya"
From Script | Spoken-Tutorial
Line 230: | Line 230: | ||
|- | |- | ||
| 09:30 | | 09:30 | ||
− | ||<nowiki> ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |</ | + | ||<nowiki> ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |</nowiki> |
|- | |- | ||
| 09:37 | | 09:37 |
Revision as of 21:08, 6 February 2015
Time | Narration |
00:00 | ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:04 | ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | |
00:07 | ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ | |
00:13 | ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | |
00:25 | ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ | |
00:28 | ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ | |
00:36 | ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ | |
00:39 | ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ | |
00:47 | ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ | |
00:53 | ଏକ ଡିରେକ୍ଟୋରୀ କ’ଣ? |
00:56 | ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା | |
01:02 | ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ | |
01:08 | ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି | |
01:12 | ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ | |
01:20 | ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର | |
01:31 | ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ | |
01:42 | ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି | |
01:55 | ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ | |
02:08 | ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ | |
02:23 | ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ | |
02:37 | ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ : |
02:41 | 1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ | |
02:48 | 2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ |
02:52 | 3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ | |
02:59 | CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ | |
03:15 | ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି | |
03:22 | ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ | |
03:34 | ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ | |
03:42 | ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ | |
03:51 | ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ | |
03:56 | ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି | |
04:01 | ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା | |
04:05 | ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | |
04:11 | ଏବେ, ଟର୍ମିନାଲ୍ କୁ ଯାଆନ୍ତୁ | |
04:13 | ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ | |
04:17 | ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି | |
04:27 | ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ | |
04:40 | ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ | |
04:44 | ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା | |
04:47 | ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା | |
04:56 | କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ | |
05:03 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ | |
05:13 | ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ | |
05:17 | ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି | |
05:22 | ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ | |
05:28 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | |
05:37 | ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ | |
05:41 | ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ | |
05:56 | ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:03 | ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ | |
06:08 | ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ | |
06:18 | ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା | |
06:23 | ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |
“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ dot dot ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ | |
06:36 | ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା | |
06:40 | ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ | |
06:46 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:51 | ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | |
06:55 | ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ
/home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ] |
07:01 | ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:13 | pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ | |
07:26 | ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ | |
07:33 | କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:40 | ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ | |
07:51 | ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା | |
07:58 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:09 | pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ | |
08:19 | କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ | |
08:23 | cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:32 | pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ | |
08:41 | ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା | |
08:47 | ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ | ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ | |
09:05 | ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା? |
09:12 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:23 | pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ | |
09:30 | ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ | |
09:37 | ପରବର୍ତ୍ତୀ ଟି ଆମକୁ /home ରୁ rootକୁ ନେଇଯାଏ | |
09:43 | ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ | |
09:48 | cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା | |
09:52 | ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ | |
09:56 | ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ | |
10:04 | Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
10:15 | ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ | |
10:19 | ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ | |
10:25 | ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ | |
10:30 | ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର | |
10:43 | ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ | |
10:49 | "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 ଓ test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ | |
11:06 | "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ | |
11:20 | ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ | |
11:28 | ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 ଓ testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି | |
11:47 | mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ | |
11:56 | "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ | |
12:09 | ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି | |
12:23 | ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
12:35 | ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ | |
12:42 | "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା | |
12:55 | ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ | |
13:02 | ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ | |
13:08 | "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
13:14 | ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା | |
13:20 | ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା | |
13:24 | "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
13:30 | testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି | |
13:38 | ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ | |
13:48 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
14:02 | ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ | |
14:11 | ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ ଡିଲିଟ୍ ହୋଇଯାଇଛି | |
14:19 | ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
14:27 | ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି | |
14:36 | ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ | |
14:49 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
15:03 | ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | |
15:08 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |