Ruby/C2/Ruby-Methods/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Ruby Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:07 ମେଥଡ୍ କ’ଣ ?
00:09 ମେଥଡ୍ ପାଇଁ ସିଣ୍ଟାକ୍ସ୍ ଏବଂ
00:11 ଆମେ କିଛି ଉଦାହରଣ ଦେଖିବା
00:13 ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS, Ruby 1.9.3
00:21 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ
00:28 ଚାଲନ୍ତୁ, ବର୍ତ୍ତମାନ ଆମେ ମେଥଡର ଏକ ପରିଚୟରୁ ଆରମ୍ଭ କରିବା
00:31 ଗୋଟିଏ ମେଥଡ୍ ହେଉଛି, ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିଷ୍ପାଦନ ପାଇଁ ଗୋଟିଏ ସେଲ୍ଫ କଣ୍ଟେଣ୍ଡ୍ ପ୍ରୋଗ୍ରାମ୍
00:37 Ruby ମେଥଡ୍, ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜରେଥିବା ଫଙ୍କଶନ୍ ଭଳି ସମାନ ଅଟେ
00:42 ମେଥଡର ନାମ ଗୋଟିଏ ଲୋୟର୍ କେସ୍ ଲେଟରରୁ ଆରମ୍ଭ ହେବା ଆବଶ୍ୟକ
00:45 କଲ୍ ହେବା ପୂର୍ବରୁ ମେଥଡଗୁଡିକ ପରିଭାଷିତ ହେବା ଆବଶ୍ୟକ
00:49 ଚାଲନ୍ତୁ, ମେଥଡ୍ ପାଇଁ ସିଣ୍ଟାକ୍ସ ଦେଖିବା
00:52 def କୀ ୱର୍ଡ ପଛରେ ମେଥଡ୍ ନାମ ବ୍ୟବହାର କରି, ମେଥଡଗୁଡିକ ପରିଭାଷିତ ହୁଅନ୍ତି
00:57 କାର୍ଯ୍ୟ ହେବାକୁ ଥିବା ମେଥଡରେ, ଆର୍ଗୁମେଣ୍ଟଗୁଡିକ ସ୍ଥିରିକୃତ ଭାଲ୍ୟୂଗୁଡିକୁ ପାସ୍ କରିଥାନ୍ତି
01:02 Ruby code ବିଭାଗ, ମେଥଡ୍ ବଡୀର ପ୍ରତୀରୂପ ଅଟେ, ଯାହା କାର୍ଯ୍ୟଗୁଡିକୁ ସମ୍ପାଦନ କରିଥାଏ
01:09 ମେଥଡ୍ ବଡୀର ଉପରିଭାଗ ଏହି ପରିଭାଷା ଦ୍ୱାରା ଏବଂ ନିମ୍ନଭାଗ ଶବ୍ଦ end ଦ୍ୱାରା ଆବଦ୍ଧ ହୋଇଥାଏ
01:16 ଏହାକୁ, method with arguments ବୋଲି କୁହାଯାଏ
01:19 ମେଥଡ୍ ପାଇଁ ଅନ୍ୟ ସିଣ୍ଟାକ୍ସ ହେଉଛି-
01:23 କୀ ୱର୍ଡ def ପଛରେ ମେଥଡ୍ ନାମ ଏବଂ ଗୋଟିଏ ଶୂନ୍ୟ ଆର୍ଗୁମେଣ୍ଟର ତାଲିକା
01:28 Ruby code ବିଭାଗ, ମେଥଡ୍ ବଡୀର ପ୍ରତୀରୂପ ଅଟେ
01:32 ଏବଂ ଶବ୍ଦ end, ମେଥଡର ସମାପ୍ତିକୁ ସୂଚିତ କରେ
01:36 ଏହାକୁ, ମେଥଡ୍ ୱିଦାଉଟ୍ ଆର୍ଗୁମେଣ୍ଟସ କୁହାଯାଏ
01:39 ଚାଲନ୍ତୁ ଦେଖିବା, ଗୋଟିଏ ମେଥଡ କିପରି ବ୍ୟବହାର କରାଯାଏ
01:42 ମୁଁ, gedit ଏଡିଟରରେ ଗୋଟିଏ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
01:46 ଏହାକୁ ଖୋଲନ୍ତୁ
01:48 ଧ୍ୟାନ ଦିଅନ୍ତୁ, ଆମ ଫାଇଲ୍ ନାମ ହେଉଛି, ମେଥଡ୍ ହାଇଫେନ୍, ୱିଦାଉଟ୍ ହାଇଫେନ୍ ଆର୍ଗୁମେଣ୍ଟ ଡଟ୍ rb
01:55 ଏହି ଫାଇଲଟି, rubyprogram ନାମକ ଫୋଲ୍ଡର୍ ମଧ୍ୟରେ ସେଭ୍ ହୋଇସାରିଛି
01:59 ଏହି ପ୍ରୋଗ୍ରମରେ, ମେଥଡ୍ ବ୍ୟବହାର କରି, ଆମେ ଦୁଇଟି ସଂଖ୍ୟାର ଯୋଗ ଗଣନା କରିବା
02:03 ଚାଲନ୍ତୁ, ପ୍ରୋଗ୍ରାମ୍ ମଧ୍ୟକୁ ଯିବା
02:05 ଏଠାରେ ଗୋଟିଏ ଗ୍ଲୋବାଲ୍ ଭେରିଏବଲ, aର ଘୋଷଣା କରାଯାଇଛି
02:08 ଏବଂ ଏହାକୁ ଭାଲ୍ୟୁ 5 ଆସାଇନ୍ କରି, ଇନିଶିଆଲାଇଜ୍ କରନ୍ତୁ
02:13 ଗ୍ଲୋବଲ୍ ଭେରିଏବଲର ନାମ ଗୋଟିଏ ଡଲାର୍($) ଚିହ୍ନରୁ ଆରମ୍ଭ ହୋଇଥାଏ
02:17 Ruby ପ୍ରୋଗ୍ରାମରେ ଯେକୌଣସି ସ୍ଥାନରୁ ଗ୍ଲୋବଲ୍ ଭେରିଏବଲଗୁଡିକୁ ଆକ୍ସେସ୍ କରିହେବ, ସେମାନେ କୌଣସି ସ୍ଥାନରେ ଘୋଷିତ ହୋଇଥାନ୍ତୁ ନା କାହିଁକି
02:25 ଏଠାରେ, add() ନାମକ ମେଥଡ୍ ବିନା କୌଣସି ଆର୍ଗୁମେଣ୍ଟ୍ ସହିତ ଘୋଷଣା କରାଯାଇଛି
02:31 ଏଠାରେ, ଆମେ ୟୁଜରକୁ ଦ୍ଵିତୀୟ ସଂଖ୍ୟାଟିକୁ ପ୍ରବେଶ କରାଇବା ପାଇଁ ନିର୍ଦ୍ଦେଶ ଦେଉଛୁ
02:35 ଯୁଜର ଭାଲ୍ୟୁ ପ୍ରବେଶ କରିବେ
02:38 gets ମେଥଡ୍, କନସୋଲରୁ ଇନପୁଟ୍ ପ୍ରାପ୍ତ କରିବ କିନ୍ତୁ ଷ୍ଟ୍ରିଙ୍ଗ୍ ଫର୍ମାଟରେ
02:44 ତେଣୁ ଏହାକୁ, to_i ମେଥଡ୍ ବ୍ୟବହାର କରି integerକୁ ରୂପାନ୍ତର କରିବାକୁ ହେବ
02:50 ତା’ପରେ, ରୂପାନ୍ତରିତ ଭାଲ୍ୟୁ, ଭେରିଏବଲ୍ bରେ ଷ୍ଟୋର୍ ହେବ. b ଗୋଟିଏ ଲୋକଲ୍ ଭେରିଏବଲ୍ ଅଟେ
02:56 ଏହା କେବଳ ଆଭ୍ୟନ୍ତରରେ ଥିବା ମେଥଡ୍ ପାଇଁ ଉପଲବ୍ଧ ହେବ, ଯେଉଁଥିରେ ଏହାକୁ ଘୋଷିତ କରାଯାଇଛି
03:01 ଏଠାରେ ଆମେ, ଗ୍ଲୋବଲ ଭେରିଏବଲ୍ a ଓ ଭେରିଏବଲ୍ bର ଭାଲ୍ୟୁଗୁଡିକୁ ଯୋଗ କରିବା
03:07 ତା’ପରେ, ପରିଣାମ sum ଭେରିଏବଲରେ ଷ୍ଟୋର ହୋଇଯିବ
03:10 ଏହାପରେ, sumକୁ ପ୍ରିଣ୍ଟ୍ କରନ୍ତୁ
03:13 ଏହା, ଏକ ଷ୍ଟ୍ରିଙ୍ଗ୍ ମଧ୍ୟରେ ଗୋଟିଏ ଭେରିଏବଲକୁ ଇନସର୍ଟ କରିବା ପାଇଁ ଏକ ମାର୍ଗ ଦର୍ଶାଇଥାଏ
03:18 ଏଠାରେ, sumର କଣ୍ଟେଣ୍ଟ୍ ଗୋଟିଏ ଷ୍ଟ୍ରିଙ୍ଗ୍ ଆକାରରେ ମିଳିଥାଏ ଏବଂ ବାହାରେ ଥିବା ଷ୍ଟ୍ରିଙ୍ଗ୍ ମଧ୍ୟରେ ପ୍ରତିସ୍ଥାପିତ ହୋଇଥାଏ
03:25 End, ମେଥଡର ସମାପ୍ତିକୁ ସୂଚିତ କରେ
03:28 ମେଥଡ୍ ଦୁଇପ୍ରକାରାର
03:31 User-defined method – ଯାହା ଆମର add ମେଥଡ୍ ଅଟେ
03:35 Pre-defined method- ଯାହା ପ୍ରିଣ୍ଟ୍, gets ଓ to_i ମେଥଡ୍ ଅଟନ୍ତି
03:42 ଏଠାରେ ଆମେ, add ମେଥଡକୁ କଲ୍ କରିବା
03:45 ଆଡିଶନ୍ କାର୍ଯ୍ୟ ସମ୍ପାଦନ ହେବ ଏବଂ ପରିଣାମ ପ୍ରିଣ୍ଟ୍ ହେବ
03:50 ବର୍ତ୍ତମାନ, save ବଟନ୍ ଉପରେ କ୍ଲିକ୍ କରନ୍ତୁ
03:53 ପୂର୍ବରୁ କୁହାଯାଇଥିବା ଭଳି, rubyprogram ଫୋଲ୍ଡର୍ ମଧ୍ୟରେ ପ୍ରୋଗ୍ରାମଟି ସେଭ୍ ହୋଇଯିବ
03:59 ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
04:02 Ctrl, Alt ଓ T କୀ କୁ ଏକ ସଙ୍ଗେ ଦାବି, ଟର୍ମିନଲ୍ ଖୋଲନ୍ତୁ
04:07 ଆପଣଙ୍କ ସ୍କ୍ରୀନ୍ ଉପରେ ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଦେଖାଦେବ
04:11 ପ୍ରୋଗ୍ରାମର ନିଷ୍ପାଦନ ପାଇଁ, ଆମକୁ rubyprogramର ସବ୍-ଡାଇରେକ୍ଟୋରୀକୁ ଯିବାକୁ ହେବ
04:16 ତେଣୁ ଟାଇପ୍ କରନ୍ତୁ: cd ସ୍ପେସ୍ Desktop/rubyprogram ଏବଂ Enter ଦାବନ୍ତୁ
04:26 ବର୍ତ୍ତମାନ, ଟାଇପ୍ କରନ୍ତୁ: ruby ସ୍ପେସ୍ ମେଥଡ୍ ହାଇଫେନ୍ ୱିଦାଉଟ୍ ହାଇଫେନ୍ ଆର୍ଗୁମେଣ୍ଟ ଡଟ୍ rb ଏବଂ Enter ଦାବନ୍ତୁ
04:40 ଦ୍ଵିତୀୟ ସଂଖ୍ୟା ପ୍ରବେଶ କରନ୍ତୁ: ପ୍ରଦର୍ଶିତ ହୋଇଛି
04:44 ଭାଲ୍ୟୁ 4 ପ୍ରବେଶ କରାନ୍ତୁ. 4 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
04:48 ଏହିଭଳି ଆଉଟପୁଟ୍ ପ୍ରାପ୍ତ ହେବ - Sum of two numbers 5 and 4 is 9
04:53 ବର୍ତ୍ତମାନ୍ ଚାଲନ୍ତୁ, ଆର୍ଗୁମେଣ୍ଟ୍ ସହିତ ମେଥଡର ଗୋଟିଏ ଉଦାହରଣ ଦେଖିବା
04:58 ମୁଁ gedit ଏଡିଟରରେ, ଏହି ପ୍ରୋଗ୍ରାମକୁ ଟାଇପ୍ କରିସାରିଛି, ଚାଲନ୍ତୁ ଏହାକୁ ଖୋଲିବା
05:03 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି, ମେଥଡ୍ ହାଇଫେନ୍ ୱିଥ୍ ହାଇଫେନ୍ ଆର୍ଗୁମେଣ୍ଟ ଡଟ୍ rb
05:10 ଏହି ଫାଇଲଟି ମଧ୍ୟ, rubyprogram ଫୋଲ୍ଡରରେ ସେଭ୍ ହୋଇଛି
05:15 ଚାଲନ୍ତୁ ପ୍ରୋଗ୍ରାମଟିକୁ ଦେଖିବା
05:18 ଏଠାରେ add() ନାମକ ଗୋଟିଏ ମେଥଡ୍ ଘୋଷିତ ହୋଇଛି. ମେଥଡ୍ add()ର a, b ଆର୍ଗୁମେଣ୍ଟ୍ ଅଟନ୍ତି
05:26 ଏଠାରେ a ଓ bର ଭାଲ୍ୟୁଗୁଡିକୁ ଯୋଗ କରନ୍ତୁ
05:29 ଏବଂ କଲ୍ ହୋଇଥିବା ମେଥଡରେ ଯୋଗଫଳ ପ୍ରାପ୍ତ ହେବ
05:31 End, ମେଥଡର ସମାପ୍ତିକୁ ସୂଚିତ କରେ
05:35 ଏଠାରେ, ୟୁଜରଠାରୁ ଇନପୁଟ୍ ଆଶା କରାଯାଉଛି
05:38 ୟୁଜର, a ଓ bର ଭାଲ୍ୟୁଗୁଡିକୁ ପ୍ରବେଶ କରାଇବେ
05:41 ଭାଲ୍ୟୁଗୁଡିକ, କ୍ରମାନୁସାରେ, ଭେରିଏବଲ୍ a ଓ bରେ ଷ୍ଟୋର୍ ହେବେ
05:46 ଏଠାରେ, add ମେଥଡକୁ କଲ୍ କରନ୍ତୁ
05:49 ତା’ପରେ, ଆର୍ଗୁମେଣ୍ଟ୍ a ଓ bକୁ ପାସ୍ କରନ୍ତୁ
05:52 ଯୋଗ କାର୍ଯ୍ୟ ସମ୍ପାଦନ ହେଲାପରେ, add() ମେଥଡ୍ ଦ୍ଵାରା ରିଟର୍ନ ହୋଇଥିବା ଭାଲ୍ୟୁ, c ରେ ଷ୍ଟୋର୍ ହେବ
05:59 ଏଠାରେ, c ରେ ଷ୍ଟୋର୍ ହୋଇଥିବା ଯୋଗଫଳକୁ ପ୍ରିଣ୍ଟ୍ କରନ୍ତୁ
06:03 ଏହି କୋଡକୁ ନିଷ୍ପାଦନ କରନ୍ତୁ. ଟର୍ମିନଲକୁ ଯା’ନ୍ତୁ
06:07 ପ୍ରଥମେ ଟର୍ମିନଲକୁ କ୍ଲିୟର୍ କରନ୍ତୁ. Clear ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:14 ଆମେ rubyprogramର ସବ୍-ଡାଇରେକ୍ଟୋରୀରେ ଅଛୁ
06:17 ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ, ଅପ୍ ଆରୋ କୀ କୁ ଦୁଇଥର ଦାବନ୍ତୁ
06:22 ମେଥଡ୍ ହାଇଫେନ୍ ୱିଦାଉଟ୍ ହାଇଫେନ୍ ଆର୍ଗୁମେଣ୍ଟସ ଡଟ୍ rb କୁ, ମେଥଡ୍ ହାଇଫେନ୍ ୱିଥ୍ ହାଇଫେନ୍ ଆର୍ଗୁମେଣ୍ଟସ ଡଟ୍ rb ସହିତ ବଦଳ କରନ୍ତୁ
06:32 ଏବଂ Enter ଦାବନ୍ତୁ
06:35 ପ୍ରଦର୍ଶିତ ହେଲାଭଳି a ଓ bର ଭାଲ୍ୟୁଗୁଡିକୁ ପ୍ରବେଶ କରାନ୍ତୁ
06:38 8 ଓ 9 ପ୍ରବେଶ କରନ୍ତୁ
06:41 8 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:43 9 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:46 ଆମେ ଆଉଟପୁଟ୍, Sum of two numbers 8 and 9 is 17 ପାଇବା
06:52 ବର୍ତ୍ତମାନ ମୁଁ ଆପଣଙ୍କୁ, Rubyର ଗୋଟିଏ ବିଶିଷ୍ଟ ଫିଚର୍ ଦେଖାଇବି
06:56 ଟେକ୍ସଟ ଏଡିଟରରେ ଥିବା ପ୍ରୋଗ୍ରମକୁ ଫେରିଚାଲନ୍ତୁ
06:59 କୀୱର୍ଡ୍ returnକୁ ଡିଲିଟ୍ କରନ୍ତୁ
07:02 ବର୍ତ୍ତମାନ, Save ବଟନ୍ ଉପରେ କ୍ଲିକ୍ କରନ୍ତୁ
07:05 କୋଡକୁ ନିଷ୍ପାଦନ କରନ୍ତୁ. ଟର୍ମିନଲକୁ ଯା’ନ୍ତୁ
07:09 ପୂର୍ବ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ, ଅପ୍ ଆରୋ କୀ ଦାବନ୍ତୁ ଏବଂ Enter ଦାବନ୍ତୁ
07:14 ପ୍ରଦର୍ଶିତ ହେଲାଭଳି a ଓ bର ଭାଲ୍ୟୁଗୁଡିକୁ ପ୍ରବେଶ କରାନ୍ତୁ
07:18 10 ଓ 15 ପ୍ରବେଶ କରନ୍ତୁ
07:21 10 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ. 15 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:27 ଆମେ ନିମ୍ନଲିଖିତ ଆଉଟପୁଟ୍ ପାଇବା
07:29 Sum of two numbers 10 and 15 is 25
07:33 ଆପଣ ଦେଖିପାରୁଥିବେ ଯେ, କିୱର୍ଡ returnକୁ ଡିଲିଟ୍ କଲାପରେ ମଧ୍ୟ, ପ୍ରୋଗ୍ରାମଟି ବିନା କୌଣସି errorରେ ନିଷ୍ପାଦିତ ହୋଇଛି,
07:40 ଏହାର କାରଣ ହେଉଛି, ମେଥଡରେ ଗଣନା ହୋଇଥିବା ଭାଲ୍ୟୁକୁ Ruby ଅଟୋମାଟିକାଲୀ ରିଟର୍ନ କରିଥାଏ
07:46 ମେଥଡରେ ଥିବା କୀୱର୍ଡ୍ return, Rubyରେ ବାଧ୍ୟତାମୂଳକ ନୁହେଁ
07:50 ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:53 ଆମ slideକୁ ଫେରିଚାଲନ୍ତୁ
07:55 ସଂକ୍ଷିପ୍ତରେ
07:57 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
07:59 ମେଥଡଗୁଡିକ ସମ୍ବନ୍ଧରେ
08:01 ଆର୍ଗୁମେଣ୍ଟ ରହିତ ମେଥଡ୍ ପାଇଁ ସିଣ୍ଟାକ୍ସ
08:04 ଏବଂ ଆର୍ଗୁମେଣ୍ଟ ସହିତ ମେଥଡ୍
08:06 ଗୋଟିଏ ମେଥଡରୁ ଭାଲ୍ୟୁ ରିଟର୍ନ ହେବା
08:08 ଏକ ଆସାଇନମେଣ୍ଟ ଭାବେ,
08:10 ମେଥଡ୍ ବ୍ୟବହାର ଦ୍ଵାରା ଏବଂ ୟୁଜରଠାରୁ ଇନପୁଟ୍ ପ୍ରାପ୍ତ କରି
08:13 ଏକ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଗଣନା କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
08:17 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
08:20 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:23 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:30 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
08:33 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:36 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:44 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
08:49 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
08:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:00 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
09:04 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep