PERL/C2/Overview-and-Installation-of-PERL/Oriya

From Script | Spoken-Tutorial
Jump to: navigation, search

Title Of Script: PERL Overview and Installing Perl on WIndows and Linux

Author: Amol Brahmankar

Keywords: PERL Overview, Installing Perl video tutorial, Perl on Windows, Perl on Ubuntu Linux.


Time Narration
00:01 PERL Overview Installation of Perl ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:10 Ubuntu-Linux Windows operating systemରେ PERL ପାଇଁ Installation steps ସହିତ PERL Overview
00:20 ଏହି ଟ୍ୟୁଟୋରିଆଲ୍ ପାଇଁ,ଇଣ୍ଟରନେଟ୍‍ ସଂଯୋଗ ନିହାତି ଆବଶ୍ୟକ
00:25 Ubuntu Linux Windows Operating System ଥିବା ଆବଶ୍ୟକ
00:30 ଡେମୋନଷ୍ଟ୍ରେସନ୍ ପାଇଁ ମୁଁ Ubuntu Linux 12.04Windows 7 ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି
00:39 Ubuntu Linux ଇନଷ୍ଟଲେସନ୍ ପାଇଁ ଆପଣଙ୍କ ସିଷ୍ଟମ୍ରେ Synaptic Package Manager ଇନଷ୍ଟଲ୍ ହୋଇଥିବା ଦରକାର
00:47 ଆପଣଙ୍କର ଆଡମିନିଷ୍ଟ୍ରେଟିଭ୍ ରାଇଟ୍ ଥିବା ଆବଶ୍ୟକ
00:50 ଓ ଆପଣଙ୍କର Ubuntuରେ TerminalSynaptic Package Manager ବ୍ୟବହାରର ଧାରଣା ମଧ୍ୟ ଥିବା ଆବଶ୍ୟକ
00:57 ଯଦି ନାହିଁ, ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଉପଲବ୍ଧ Linux series ଦେଖନ୍ତୁ
01:03 ମୁଁ ଆପଣଙ୍କୁ PERL ଲାଙ୍ଗୁଏଜ୍ ଉପରେ ସାଧାରଣ ଧାରଣା ଦେଉଛି
01:07 Practical ExtractionReporting Language ର ସଂକ୍ଷିପ୍ତ ଅର୍ଥ ହେଉଛି PERL
01:14 ଏହା ହେଉଛି ଏକ ସାଧାରଣ ବ୍ୟବହାର୍ଯ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍
01:18 ଏହା ମୂଳତଃ text manipulation ପାଇଁ ବିକଶିତ ହୋଇଥିଲା
01:23 ଏବେ ଏହା web development, network programming, GUI development ଆଦି ପାଇଁ ବ୍ୟବହୃତ ହେଉଛି
01:31 ଏହା ସରଳ ହୋଇଥିବା ସହ ବୁଝିବା ପାଇଁ ଅତି ସହଜ
01:35 ଏଥିରେ, C କିମ୍ବା JAVAରେ ଥିବା ଭଳି ଜଟିଳ data structures ନାହିଁ
01:41 ଏହା pattern matching ପାଇଁ ସୁପରିଚିତ
01:45 ଓ ସବୁଠାରୁ ଜରୁରୀ ବିଷୟ ହେଉଛି, PERL ଏକ ଓପନ୍ ସୋର୍ସ ଲାଙ୍ଗୁଏଜ୍
01:49 Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍‍ ରେ PERL ପୂର୍ବରୁ ଲୋଡ୍ ଥାଏ
01:56 ଏଥିରେ, ଇନଷ୍ଟଲେସନ୍ ପାଇଁ ନିର୍ଦ୍ଧାରିତ ପଦ୍ଧତି ପାଳନ କରିବାକୁ ପଡ଼େନାହିଁ
02:01 Ubuntu 12.04 ରେ ଇନଷ୍ଟଲ୍ ହୋଇଥିବା PERLର ଭର୍ସନ୍ ଚେକ୍ କରିବା
02:07 କୀ’ବୋର୍ଡରେ ଏକକାଳୀନ ctrl + alt + t ଦବାଇ ଟର୍ମିନାଲ୍ ଖୋଲନ୍ତୁ
02:15 ତା’ପରେ perl hyphen v ଟାଇପ୍ କରନ୍ତୁ
02:18 ଓ ଏଣ୍ଟର୍ ଦାବନ୍ତୁ
02:21 ଆପଣ ଟର୍ମିନାଲ୍ ରେ ଡିସପ୍ଲେ ହୋଇଥିବା ଭାବେ ଆଉଟପୁଟ୍ ପାଇବେ
02:26 ଏହି ଆଉଟପୁଟ୍, PERLର ସାମ୍ପ୍ରତିକ ଇନଷ୍ଟଲ୍ ହୋଇଥିବା ଭର୍ସନ୍ ଦେଖାଏ
02:31 ମୋ କ୍ଷେତ୍ରରେ ଏହା ହେଉଛି PERL 5.14.2
02:36 Ubuntu 12.04 ରେ ଉପଲବ୍ଧ ଡିଫଲ୍ଟ PERL packages ଯାଞ୍ଚ କରିବା
02:43 launcher bar କୁ ଯାଇ Dash Homeରେ କ୍ଲିକ୍ କରନ୍ତୁ
02:48 search bar ରେ Synaptic ଟାଇପ୍ କରନ୍ତୁ
02:51 Synaptic Package Manager ଆଇକନ୍ ଦେଖାଯିବ
02:55 ତାହା ଉପରେ କ୍ଲିକ୍ କରନ୍ତୁ
02:57 Authentication ଉଦ୍ଦେଶ୍ୟ ପାଇଁ admin password ନିମନ୍ତେ ଆପଣଙ୍କୁ କୁହାଯିବ
03:03 admin password ଦିଅନ୍ତୁ ଓ Authenticate ଉପରେ କ୍ଲିକ୍ କରନ୍ତୁ
03:08 Synaptic Package Manager ତୁରନ୍ତ ପ୍ୟାକେଜ୍ ଲିଷ୍ଟ ଲୋଡ୍ କରିବ
03:13 ଆପଣଙ୍କର ଇଣ୍ଟରନେଟ୍ ଓ ସିଷ୍ଟମ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
03:18 ଲୋଡ୍ ହେଲାପରେ, Quick Filter ରେ Perl ଟାଇପ୍ କରନ୍ତୁ
03:22 ଆପଣ ପ୍ୟାକେଜ୍ ର ଏକ ତାଲିକା ଦେଖିବେ
03:25 PERL package ପୂର୍ବରୁ ଥିବା ଗାଢ଼ ସବୁଜ ରଙ୍ଗର ଚେକ୍‍ ବକ୍ସ ସୂଚାଏ ଯେ, ଏହା ଇନଷ୍ଟଲ୍ ହୋଇସାରିଛି
03:33 ଯେଉଁଠାରେକି, ଷ୍ଟାର୍ ମାର୍କ ଥିବା ଚେକ୍ ବକ୍ସ ସୂଚାଏ ଯେ, ଆପଣ ଏହି ପ୍ୟାକେଜ୍ ମଧ୍ୟ ଆବଶ୍ୟକ କରିପାରନ୍ତି
03:41 ଏଗୁଡ଼ିକ, ଡକୁମେଣ୍ଟେସନ୍ ତିଆରି କରିବା ପାଇଁ କିମ୍ବା PERL ସ୍କ୍ରିପ୍ଟ ଡିବଗ୍ କରିବାକୁ ସାହାଯ୍ୟ କରିବ
03:47 ଭବିଷ୍ୟତରେ PERL ବ୍ୟବହାର ଉପରେ ନିର୍ଭର କରି, ଯେକୌଣସି ମିସିଙ୍ଗ ପ୍ୟାକେଜ୍ ଇନଷ୍ଟଲ୍ କରନ୍ତୁ
03:54 ଏବେ, Windows Operating System ରେ PERL ଇନଷ୍ଟଲ୍ କରିବାର ସୋପାନ ଦେଖିବା
04:00 Perl tutorials ରେକର୍ଡିଙ୍ଗ ସମୟରେ, Windows ରେ ଭର୍ସନ୍ 5.14.2 ଉପଲବ୍ଧ ଥିଲା
04:08 ଏବେ ସେଠାରେ ଏକ ନୂଆ PERL ଭର୍ସନ୍ ଉପଲବ୍ଧ ଅଛି
04:12 ନୂଆ PERL ଭର୍ସନ୍ 5.16.3 ବ୍ୟବହାର କରି ମୁଁ ଇନଷ୍ଟଲେସନ୍ ଦେଖାଇବି
04:19 ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ସମସ୍ତ PERL commands, ନୂଆ ଭର୍ସନ୍ ରେ ମଧ୍ୟ ସଠିକ୍ ଭାବେ କାମ କରିବ
04:26 ୱିଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମ୍ ରେ ବ୍ରାଉଜର୍ ଖୋଲନ୍ତୁ
04:30 address barରେ ପ୍ରଦର୍ଶିତ URL ଟାଇପ୍ କରନ୍ତୁ
04:35 ଆପଣ ସିଧା PERLର ଡାଉନଲୋଡ୍ ପେଜ୍ କୁ ଚାଲିଯିବେ
04:39 ଆପଣଙ୍କ system specifications ଅନୁସାରେ download version ସିଲେକ୍ଟ କରନ୍ତୁ
04:44 ମୋ କ୍ଷେତ୍ରରେ ଏହା PERL32 bit ଭର୍ସନ୍ ହେବ
04:49 ଆପଣଙ୍କ କମ୍ପ୍ୟୁଟର୍ ରେ ନିଜ ପସନ୍ଦର ସ୍ଥାନରେ Perl msi file ସେଭ୍ କରନ୍ତୁ
04:56 ମୁଁ ଏହାକୁ ମୋ କମ୍ପ୍ୟୁଟରରେ ସେଭ୍ କରିସାରିଛି
05:00 PERL msi ଫାଇଲ୍ ଡାଉନଲୋଡ କରିଥିବା folder ଖୋଲି, ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:07 ତାହାପରେ pop-up ୱିଣ୍ଡୋରେ Run କ୍ଲିକ୍ କରନ୍ତୁ
05:11 Next in the setup wizard ୱିଣ୍ଡୋ କ୍ଲିକ୍ କରନ୍ତୁ
05:15 ପ୍ରମ୍ପ୍ଟ ହେଲେ License Aggrement ଆକସେପ୍ଟ କରନ୍ତୁ ଓ Next କ୍ଲିକ୍ କରନ୍ତୁ
05:21 ଏବେ Custom Setup ୱିଣ୍ଡୋ ଦେଖାଯିବ
05:25 ଏହି ୱିଣ୍ଡୋରେ ଇନଷ୍ଟଲ୍‍ ହେବାକୁଥିବା ସମସ୍ତ PERL ଫିଚରଗୁଡ଼ିକ ତାଲିକାଭୁକ୍ତ ହୋଇଛି
05:31 ଏଗୁଡ଼ିକ ହେଉଛି;,Perl,
05:33 Windowsରେ Perl Modules ଡାଉନଲୋଡ୍ ଓ ଇନଷ୍ଟଲ୍ କରିବାରେ ବ୍ୟବହୃତ ହେଉଥିବା PPM utilty
05:39 ଡକୁମେଣ୍ଟେସନ୍, ଯାହା Perl Modules ପାଇଁ ଡକୁମେଣ୍ଟେସନ୍ ପ୍ରଦାନ କରେ
05:44 Perlର ଉଦାହରଣ
05:47 ଏସବୁ default features ସେହିଭଳି ରଖନ୍ତୁ ଓ Next କ୍ଲିକ୍ କରନ୍ତୁ
05:52 environmental variablefile extension ସେଟିଙ୍ଗ ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
05:59 ଏଠାରେ ପ୍ରଦର୍ଶିତ ଅନୁସାରେ check boxକୁ checked, ରଖନ୍ତୁ
06:03 Next ଓ ତାହାପରେ Install କ୍ଲିକ୍ କରନ୍ତୁ
06:07 ଏହା PERLର ଇନଷ୍ଟଲେସନ୍ ଆରମ୍ଭ କରିବ
06:11 ଆପଣଙ୍କ internet ସ୍ପୀଡ୍ ଆଧାରରେ ଏହା କିଛି ସମୟ ନେଇପାରେ
06:16 ଇନଷ୍ଟଲ୍ ହେଲାପରେ, Display Release Note checkbox ଅନ୍ଚେକ୍ କରି Finishରେ କ୍ଲିକ୍ କରନ୍ତୁ
06:23 ଏହା Windowsରେ PERLର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ କରେ
06:27 ଏବେ, ଇନଷ୍ଟଲେସନ୍ ଯାଞ୍ଚ କରିବା
06:32 Start menuକୁ ଯାଆନ୍ତୁ ଓ command prompt ଖୋଲିବା ପାଇଁ cmd ଟାଇପ୍ କରନ୍ତୁ
06:39 command prompt ରେ perl space hyphen v ଟାଇପ୍ କରନ୍ତୁ
06:44 ଓ ଏଣ୍ଟର୍ ଦାବନ୍ତୁ
06:46 PERLର ଇନଷ୍ଟଲଡ୍ ଭର୍ସନ୍ ଆପଣ ଦେଖିବେ
06:50 ଯଦି ଏହା ଭର୍ସନ୍ ନଦେଖାଏ, ତେବେ ଆଉଥରେ ଉପରୋକ୍ତ ଇନଷ୍ଟଲେସନ୍ ସୋପାନର ପୁନରାବୃତ୍ତି କରନ୍ତୁ
06:57 ଏବେ, ଏକ ସରଳ Hello Perl ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
07:02 ପ୍ଲେୟାର୍ ତଳେ, କୋଡ୍ ଫାଇଲ୍ ଲିଙ୍କ୍ ରେ ଏହି ଟ୍ୟୁଟୋରିଆଲ୍ ସହିତ ଆପଣଙ୍କୁ ଏହି ଫାଇଲ୍ ପ୍ରଦାନ କରାଯାଇଛି
07:11 ଏହି ଫାଇଲ୍ କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
07:14 ମୁଁ ଫାଇଲ୍ ଟିକୁ ମୋ କମ୍ପ୍ୟୁଟର୍ ର users\Amol ଡାଇରେକ୍ଟୋରୀରେ ସେଭ୍ କରିଛି
07:21 ତେଣୁ, ସେଠାକୁ ଯିବା
07:23 perl sampleProgram.pl ଟାଇପ୍ କରନ୍ତୁ
07:28 ଓ ଏଣ୍ଟର୍ ଦାବନ୍ତୁ
07:30 command prompt ରେ Hello Perl ପ୍ରିଣ୍ଟ ହେବ, ଯେପରି ଦେଖାଯାଉଛି
07:35 ସଂକ୍ଷିପ୍ତରେ
07:37 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
07:40 PERL ର Overview ଓ,
07:43 Ubuntu Linux 12.04Windows 7 ପାଇଁ PERLର ଇନଷ୍ଟଲେସନ୍ ନିର୍ଦ୍ଦେଶାବଳୀ
07:50 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:54 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:58 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:06 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:15 ଅଧିକ ବିବରଣୀ ପାଇଁ, ଦୟାକରି
08:18 କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
08:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:38 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
08:50 ଆଶା କରୁଛୁ, ଆପଣ ଏହି Perl ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ
08:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:56 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep