OpenModelica/C3/Block-Component-Modeling/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Block component modeling ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ blockକୁ କିପରି ପରିଭାଷିତ କରିବା
00:12 blockଗୁଡିକୁ କିପରି ସଂଯୁକ୍ତ କରିବା
00:15 Modelica Libraryରୁ ବ୍ଲକଗୁଡିକୁ କିପରି ବ୍ୟବହାର କରିବା ଶିଖିବା
00:19 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.2 ବ୍ୟବହାର କରୁଛି
00:26 ଆପଣ ନିମ୍ନଲିଖିତ ଯେକୌଣସି ଅପରେଟିଙ୍ଗ ସିଷ୍ଟମକୁ ବ୍ୟବହାର କରିପାରିବେ
00:30 ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣ Modelicaରେ ଥିବା component oriented modelingକୁ ଜାଣିଥିବା ଆବଶ୍ୟକ
00:38 ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
00:44 ବର୍ତ୍ତମାନ ଚାଲନ୍ତୁ blocks ବିଷୟରେ କିଛି ଅଧିକ ଶିଖିବା
00:48 block, Modelicaରେ ଗୋଟିଏ ବିଶିଷ୍ଟ କ୍ଲାସ୍ ଅଟେ
00:52 ଏହା ପ୍ରୟୋଗଗୁଡିକୁ ନିୟନ୍ତ୍ରଣ ପାଇଁ ଦରକାରୀ ଅଟେ
00:56 ଉଦାହରଣସ୍ଵରୂପ PI ଓ PID କଣ୍ଟ୍ରୋଲଗୁଡିକ ପାଇଁ Modelica Libraryର ବ୍ଲକଗୁଡିକ ଅଛି ଯାହା କେମିକାଲ୍ ଇଞ୍ଜିନିୟରିଙ୍ଗର କଣ୍ଟ୍ରୋଲ୍ ପ୍ରୟୋଗଗୁଡିକରେ ଅନେକ ସମୟରେ ବ୍ୟବହାର ହୋଇଥାଏ
01:08 ଗୋଟିଏ ବ୍ଲକ୍ କ୍ଲାସର ଭେରିଏବଲଗୁଡିକର ନିଶ୍ଚିତରୂପେ ସ୍ଥାୟୀ କଜାଲିଟୀ ରହିଥାଏ ତାହା input କିମ୍ବା output ହୋଇପାରେ
01:15 blockଗୁଡିକୁ connect ଷ୍ଟେଟମେଣ୍ଟଗୁଡିକୁ ବ୍ୟବହାର କରି ସଂଯୁକ୍ତ କରାଯାଇପାରିବ
01:19 ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆମେ connect ଷ୍ଟେଟମେଣ୍ଟଗୁଡିକ ବିଷୟରେ ଶିଖିଛେ
01:24 Connectorଗୁଡିକ blockଗୁଡିକ ମଧ୍ୟରେ ଇଣ୍ଟରଫେସ୍ ଭାବେ କାର୍ଯ୍ୟ କରିଥା’ନ୍ତି
01:28 ସେଗୁଡିକ input ଓ output ସିଗନାଲଗୁଡିକୁ ମୋଡେଲ୍ କରିବା ପାଇଁ ବ୍ୟବହୃତ ହୁଅନ୍ତି
01:33 ଉଦାହରଣସ୍ଵରୂପ ଗୋଟିଏ block connector ପାଇଁ ଏହା ଘୋଷଣା ଅଟେ ଯାହା real ଇନପୁଟ୍ ସିଗନାଲଗୁଡିକୁ ମୋଡେଲ୍ କରିଥାଏ
01:41 ବର୍ତ୍ତମାନ ଚାଲନ୍ତୁ ଗୋଟିଏ ଉଦାହରଣ ସାହାଯ୍ୟରେ block component modelingକୁ ବୁଝିବା ପାଇଁ ଚେଷ୍ଟା କରିବା
01:47 ଗୋଟିଏ କ୍ଲାସ୍ ଲେଖନ୍ତୁ ଯାହା ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବା ପାଇଁ ବ୍ଲକଗୁଡିକୁ ବ୍ୟବହାର କରିଥାଏ: ପରିବର୍ତ୍ତିତ ସିଗନାଲଗୁଡିକର ଦୁଇ ଗୁଣ୍ ଭାବେ inputକୁ ଏବଂ outputକୁ ସେମାନଙ୍କର ସମଷ୍ଟି ଭାବେ ଗ୍ରହଣ କରନ୍ତୁ
01:59 ସମୟାନୁସାରେ ପରିବର୍ତ୍ତନ ହେଉଥିବା ଗୋଟିଏ ସିଗନାଲକୁ ଇନପୁଟ୍ ଭାବେ ନେବା ସହିତ ଏହାକୁ ଗୋଟି ସ୍ଥିରାଙ୍କ ଦ୍ଵାରା ଆମ୍ପ୍ଲିଫାଏ କରନ୍ତୁ
02:05 ସ୍କିମାଟିକଗୁଡିକୁ ବ୍ୟବହାର କରି ଏହି ପ୍ରୋବ୍ଲେମ୍ ଷ୍ଟେଟମେଣ୍ଟକୁ ପରିଭାଷିତ କରନ୍ତୁ
02:11 ଏହି ଫିଗର୍ ବ୍ଲକ୍ ପାଇଁ ଗୋଟିଏ ସ୍କିମାଟିକକୁ ପ୍ରଦର୍ଶନ କରୁଛି ଯାହା ଦୁଇଟି ସିଗନାଲକୁ ଇନପୁଟ୍ ଭାବେ ନେବା ସହିତ ସେମାନଙ୍କର ସମଷ୍ଟି ପ୍ରଦାନ କରିଥାଏ
02:19 ଏହାକୁ ସରଳ କରିବା ପାଇଁ ସିଗନାଲ 1କୁ t ଭାବେ ନିଅନ୍ତୁ ଯାହା ସମୟକୁ ଉପସ୍ଥାପିତ କରିବ
02:26 ସିଗନାଲ୍ 2, 2 (times) t (squared) ହେଉ
02:31 ଏହା ଗୋଟିଏ signalର ଆମ୍ପ୍ଲିଫେକେଶନ୍ ପାଇଁ ସ୍କିମାଟିକ୍ ଅଟେ
02:35 ଦୁଇଟି input ଓ ଗୋଟିଏ output ସହିତ ଏହା ପୂର୍ବ କେସ୍ ଭଳି ସମାନ ଅଟେ
02:41 signal ଭାବେ ଗୋଟିଏ inputକୁ ଚୟନ କରନ୍ତୁ
02:46 ଅନ୍ୟ input ଯାହା signal 2 ଅଟେ, ଗୋଟିଏ ସ୍ଥିରାଙ୍କ K ହେଉ ଯାହାଦ୍ଵାରା ସିଗନାଲକୁ ଆମ୍ପ୍ଲିଫାଏ କରାଯିବ
02:54 ଏହି ଦୁଇଟି inputର ଗୁଣଫଳ, ଆବଶ୍ୟକ ଥିବା output ହେବ
02:59 ଆମେ signal 2କୁ ଚୟନ କରିଛେ ଯାହାର K, 5 ୟୁନିଟ୍ ହେବ
03:06 ଧ୍ୟାନଦିଅନ୍ତୁ ଯେ ଉଭୟ ସିଗନାଲର ଯୋଗଫଳ ଓ ଆମ୍ପ୍ଲିଫିକେଶନ୍ ଦୁଇଟି ଇନପୁଟ୍ ଓ ଗୋଟିଏ ଆଉଟପୁଟ୍ ଥିବା ବ୍ଲକକୁ ଆବଶ୍ୟକ କରିବ
03:16 Modelica libraryରେ MISO ନାମକ ଗୋଟିଏ ବ୍ଲକ୍ ଅଛି ଯାହା Multiple Input Single Output ପାଇଁ ଅଟେ
03:24 ଏହା Modelica.Interfaces.Block ପ୍ୟାକେଜରେ ଉପଲବ୍ଧ ଅଛି
03:30 ଏହି ବ୍ଲକ୍ ପାଇଁ ଇନପୁଟ୍ u, ଗୋଟିଏ ଭେକ୍ଟର୍ ଅଟେ ଯେହେତୁ ଏହା ଇନପୁଟ୍ ଭାବେ ଅନେକ ସିଗନାଲଗୁଡିକୁ ଗ୍ରହଣ କରିପାରିବ
03:38 y ଆଉଟପୁଟ୍ ଅଟେ ଯାହା ଗୋଟିଏ scalar ଅଟେ
03:42 ବର୍ତ୍ତମାନ OMEditକୁ ବ୍ୟବହାର କରି କିପରି ସମସ୍ୟାର ସମାଧାନ କରାଯାଏ ଚାଲନ୍ତୁ ଆଲୋଚନା କରିବା
03:48 Sum ନାମକ ଗୋଟିଏ ବ୍ଲକକୁ ସୃଷ୍ଟି କରିବା ପାଇଁ MISO ବ୍ଲକକୁ ପ୍ରସାରିତ କରନ୍ତୁ
03:53 ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଗୋଟିଏ କ୍ଲାସକୁ ପ୍ରସାରିତ କରିବା ଶିଖିଛେ
03:59 Product ନାମକ ଗୋଟିଏ ବ୍ଲକକୁ ସୃଷ୍ଟି କରିବା ପାଇଁ MISOକୁ ପ୍ରସାରିତ କରନ୍ତୁ
04:04 main ନାମକ ଗୋଟିଏ କ୍ଲାସକୁ ସୃଷ୍ଟି କରନ୍ତୁ
04:08 main କ୍ଲାସରେ Sum ଓ Product ବ୍ଲକଗୁଡିକର ଇନଷ୍ଟାନ୍ସଗୁଡିକୁ ସୃଷ୍ଟି କରନ୍ତୁ
04:14 ଶେଷରେ input ଓ output ଭେରିଏବଲଗୁଡିକ ସମ୍ବନ୍ଧିତ ଦରକାରୀ ସମୀକରଣଗୁଡିକୁ ପ୍ରୋଗ୍ରାମ୍ କରନ୍ତୁ
04:22 ଧ୍ୟାନଦିଅନ୍ତୁ ଯେ Sum, ସିଗନାଲଗୁଡିକର ସମଷ୍ଟିକୁ ସୂଚିତ କରେ ଯେତେବେଳେ Product, amplification of signalକୁ ସୂଚିତ କରିଥାଏ
04:32 ମୁଁ ଦରକାରୀ blockଗୁଡିକୁ ସୃଷ୍ଟି କରିସାରିଛି ଏବଂ ସେଗୁଡିକୁ arithmeticOperationsUsingBlocks ନାମକ ଫାଇଲ୍ ମଧ୍ୟରେ ପ୍ୟାକେଜ୍ କରିସାରିଛି
04:42 ଏହି ଫାଇଲକୁ ଆମ ୱେବସାଇଟରେ ଚିହ୍ନଟ କରିବା ସହିତ ଏହାକୁ ଡାଉନଲୋଡ୍ କରନ୍ତୁ
04:46 ବର୍ତ୍ତମାନ OMEditକୁ ଫେରିଆସନ୍ତୁ
04:49 ପ୍ରଥମେ ମୁଁ arithmeticOperationsUsingBlocks ପ୍ୟାକେଜକୁ ଏବଂ ତା’ପରେ MISO ବ୍ଲକର ସିଣ୍ଟାକ୍ସକୁ ପ୍ରଦର୍ଶନ କରିବି
04:59 ମୁଁ OMEditରେ arithmeticOperationsUsingBlocks ପ୍ୟାକେଜକୁ ଖୋଲିସାରିଛି
05:06 ଏହାକୁ Libraries Browserରେ ପ୍ରସାରିତ କରନ୍ତୁ
05:10 ଧ୍ୟାନଦିଅନ୍ତୁ ଯେ ପ୍ୟାକେଜରେ Sum, Product ଓ ଗୋଟିଏ main କ୍ଲାସ ନାମକ ବ୍ଲକଗୁଡିକ ଅଛନ୍ତି
05:18 ସେହି ତିନୋଟି ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:24 Modelica Libraryରେ ଥିବା MISO ବ୍ଲକକୁ ମଧ୍ୟ ଖୋଲନ୍ତୁ
05:29 Modelica libraryକୁ ପ୍ରସାରିତ କରନ୍ତୁ
05:32 Blocks → Interfacesକୁ ଯା’ନ୍ତୁ. ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ
05:39 MISO ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:43 ଇଣ୍ଟରଫେସ୍ ପ୍ୟାକେଜରେ ମଧ୍ୟ ଅନେକ ବିଭିନ୍ନ ଅନ୍ୟ ବ୍ଲକଗୁଡିକ ଅଛନ୍ତି ଯାହା ଫଙ୍କଶନାଲିଟୀରେ ଥିବା MISO ଭଳି ସମାନ ଅଟେ
05:51 ବର୍ତ୍ତମାନ ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
05:57 ପ୍ରଥମେ Sum ବ୍ଲକକୁ ଦେଖନ୍ତୁ
06:01 Text Viewକୁ ଫେରିଆସନ୍ତୁ ଯଦି ଏହା Diagram Viewରେ ଖୋଲୁଥାଏ
06:05 ଗୋଟିଏ blockକୁ ଘୋଷଣା କରିବା ପାଇଁ ଏହା ସିଣ୍ଟାକ୍ସ ଅଟେ
06:10 Modelica libraryରେ ଉପସ୍ଥିତ ଥିବା ସ୍ଥାନରୁ MISO blockକୁ ଇନହେରିଟ୍ କରିବା ପାଇଁ ଏହି ଷ୍ଟେଟମେଣ୍ଟକୁ ବ୍ୟବହାର କରାଯାଇଥାଏ
06:16 ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆମେ Class inheritance କିମ୍ବା Class extension ବିଷୟରେ ଶିଖିଛେ
06:23 ବର୍ତ୍ତମାନ କିଛି ସମୟ ପାଇଁ ଗୋଟିଏ ସୋପାନ ପଛକୁ ଫେରିବା ସହିତ MISO blockକୁ ପ୍ରଦର୍ଶନ କରନ୍ତୁ
06:29 MISO tabକୁ ଯା’ନ୍ତୁ. Text Viewକୁ ଫେରିଆସନ୍ତୁ
06:35 MISO ଗୋଟିଏ ପାର୍ଶିଆଲ୍ ବ୍ଲକ୍ ଅଟେ ଯାହାର ଅର୍ଥ ହେଉଛି ଯେ ଏହାକୁ କେବଳ ଇନହେରିଟ୍ କରିହେବ କିନ୍ତୁ ଇନଷ୍ଟାନଶିଏଟ୍ କରିହେବ ନାହିଁ
06:43 ଏହା Block classକୁ ଇନହେରିଟ୍ କରିଥାଏ
06:46 ପ୍ରଦର୍ଶିତ ପାଥକୁ ବ୍ୟବହାର କରି ଏହାକୁ Modelica libraryରେ ଚିହ୍ନଟ କରାଯାଇପାରିବ
06:51 ଏହି କ୍ଲାସକୁ କେବଳ ଏହାର Diagram View ସକାଷେ ବ୍ୟବହାର କରାଯାଇଛି ତେଣୁ ଆଲୋଚନା ହେବାର ଆବଶ୍ୟକତା ରହିଛି
06:58 nin, ଇନପୁଟଗୁଡିକର ସଂଖ୍ୟାକୁ ଉପସ୍ଥାପିତ କରୁଛି
07:02 ବ୍ଲକ୍ ଇନହେରିଟ୍ ହେବା ବେଳେ ଏହି ପାରାମିଟର୍ ପରିବର୍ତ୍ତନ ହୋଇଯାଇପାରେ
07:08 RealInput ଗୋଟିଏ କନେକ୍ଟର୍ ଅଟେ ଯାହା ନିଶ୍ଚିତରୂପେ ଗୋଟିଏ real ଇନପୁଟ୍ ସିଗନାଲକୁ ଉପସ୍ଥାପିତ କରିଥାଏ
07:14 ଏହି କ୍ଷେତ୍ରରେ ଇନପୁଟ୍ ଗୋଟିଏ ଭେକ୍ଟର୍ u ଅଟେ ଯାହା ଆଲୋଚିତ ହୋଇସାରିଛି
07:20 ସେହିପରି RealOutput ଗୋଟିଏ କନେକ୍ଟର୍ ଅଟେ ଯାହା ଗୋଟିଏ real ଆଉଟପୁଟ ସିଗନାଲକୁ ଉପସ୍ଥାପିତ କରିଥାଏ
07:27 ଏଠାରେ y, ରିଏଲ୍ ଭେଲ୍ୟୁଡ୍ ଆଉଟପୁଟ୍ ସିଗନାଲ୍ ଅଟେ
07:31 RealInput ଓ RealOutput, Modelica Libraryର ସମାନ ପ୍ୟାକେଜରେ MISO ଭାବେ ଉପସ୍ଥିତ ଅଛନ୍ତି
07:38 ଦୟାକରି ସେଗୁଡିକୁ ଦେଖନ୍ତୁ
07:41 ବର୍ତ୍ତମାନ MISO blockର Diagram View କିପରି ଦେଖାଯାଏ ମୁଁ ପ୍ରଦର୍ଶନ କରିବି
07:46 ବର୍ତ୍ତମାନ Sum ବ୍ଲକକୁ ଫେରିଆସନ୍ତୁ ଏବଂ ଛାଡିଥିବା ସ୍ଥାନରୁ ଆରମ୍ଭ କରନ୍ତୁ
07:52 y ଓ u ଭେରିଏବଲଗୁଡିକ ଏହି ବ୍ଲକର ଅଂଶ ଅଟନ୍ତି ଯେହେତୁ ଏହା MISOକୁ ଇନହେରିଟ୍ କରିଥାଏ
07:59 Sum ଗୋଟିଏ array ଫଙ୍କଶନ୍ ଅଟେ ଯାହା ଆମେ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଶିଖିଛେ
08:05 ଏହା ଗୋଟିଏ arrayକୁ ଇନପୁଟ୍ ଭାବେ ନେଇଥାଏ ଏବଂ ଏହାର ଉପାଦାନଗୁଡିକର ସମଷ୍ଟିକୁ ପ୍ରଦାନ କରିଥାଏ
08:11 Product ବ୍ଲକକୁ ତଥା Text Viewକୁ ଫେରିଆସନ୍ତୁ
08:17 ଏହି ବ୍ଲକ୍ MISOକୁ ମଧ୍ୟ ଇନହେରିଟ୍ କରିଥାଏ
08:21 ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଦେଖିଥିବା ଭଳି Product ଗୋଟିଏ ଆରେ ଫଙ୍କଶନ୍ ଅଟେ ଯାହା input ଭାବେ ଗୋଟିଏ ଆରେକୁ ଗ୍ରହଣ କରିଥାଏ
08:29 ଏହାର ଉପାଦାନଗୁଡିକର ଗୁଣଫଳକୁ ଏହା ଫେରସ୍ତ କରିଥାଏ
08:33 ବର୍ତ୍ତମାନ main କ୍ଲାସକୁ ଫେରିଆସନ୍ତୁ
08:37 Text Viewକୁ ଫେରିଆସନ୍ତୁ
08:39 ଏହି ଷ୍ଟେଟମେଣ୍ଟଗୁଡିକ Sum ଓ Product ବ୍ଲକଗୁଡିକର ଇନଷ୍ଟାନଶିଏଶନକୁ ସୂଚିତ କରିଥାଏ
08:44 ଏହି ଇନଷ୍ଟାନ୍ସଗୁଡିକୁ OMEditର ଡ୍ରାଗ୍ ଓ ଡ୍ରପ୍ ଫଙ୍କଶନାଲିଟୀକୁ ବ୍ୟବହାର କରି ମଧ୍ୟ ସୃଷ୍ଟି କରାଯାଇପାରିବ
08:51 ଏହି ଫିଚରକୁ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରଯାଇଛି
08:56 MISOରେ input ଭେକ୍ଟର୍ uର ଡାଇମେନଶନ୍ ପାଇଁ nin ଗୋଟିଏ ପାରାମିଟର୍ ଅଟେ
09:03 ଏହି ପାରାମିଟରକୁ 2ର ଗୋଟିଏ ଭେଲ୍ୟୁ ଆସାଇନ୍ କରାଯାଇଛି
09:07 ସିଗନାଲଗୁଡିକର Sum ପାଇଁ ଏହି ସମୀକରଣ signal 1 ଓ signal 2ର ଭେଲ୍ୟୁଗୁଡିକୁ ସୂଚିତ କରୁଛି ଯାହା ଏହି ସ୍ଲାଇଡରେ ଆଲୋଚିତ ହୋଇଛି
09:17 ସେହିପରି ଆମେ ଆଲୋଚିତ କରିଥିବା ଭଳି ଏହା ସିଗନାଲର ଆମ୍ପ୍ଲିଫିକେଶନ୍ ପାଇଁ Signal 1 ଓ Signal 2ର ଭେଲ୍ୟୁଗୁଡିକୁ ସୂଚିତ କରୁଛି
09:29 ବର୍ତ୍ତମାନ ଏହି କ୍ଲାସକୁ ସିମୁଲେଟ୍ କରିବା ପାଇଁ Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
09:33 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
09:36 Libraries Browserରେ mySumକୁ ପ୍ରସାରିତ କରିବା ସହିତ yକୁ ଚୟନ କରନ୍ତୁ
09:43 ଧ୍ୟାନଦିଅନ୍ତୁ ଯେ ଏହା ଗୋଟିଏ ପ୍ଲଟ୍ ସୃଷ୍ଟି କରିବ ଯାହା ପ୍ରଦାନ କରାଯାଇଥିବା ସିଗନାଲର ଭେଲ୍ୟୁଗୁଡିକର ଅନୁରୂପ ହେବ
09:51 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:54 ଗୋଟିଏ ଆସାଇଅନମେଣ୍ଟ ଭାବେ, RealInput, RealOutput, SI, SO ଓ MO ବ୍ଲକଗୁଡିକ ପାଇଁ ଥିବା କୋଡଗୁଡିକୁ ଦେଖନ୍ତୁ
10:04 ସେଗୁଡିକୁ ଆପଣ Modelica.Blocks.Interfaces ପ୍ୟାକେଜରେ ପ୍ରାପ୍ତ କରିପାରିବେ
10:10 RealInput ଓ RealOutput, କନେକ୍ଟରଗୁଡିକ ଅଟନ୍ତି ଯାହା ଅଧିକାଂଶ ସମୟରେ ବ୍ୟବହୃତ ହୋଇଥାଏ
10:17 ତେଣୁ ସେଗୁଡିକୁ ବୁଝିବା ଜରୁରୀ ଅଟେ
10:21 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:27 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
10:33 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
10:40 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ଆମେ ସହଯୋଗକର୍ତ୍ତାମାନଙ୍କୁ ପାରିତୋଷିକ ପ୍ରଦାନ କରିଥାଉ. ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ
10:50 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ
10:56 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ସମର୍ଥିତ
11:03 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ
11:09 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep