OpenModelica/C2/Functions-and-Types/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Functions and Types ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ functionକୁ କିପରି ପରିଭାଷିତ କରାଯାଏ
00:12 algorithmକୁ କିପରି ବ୍ୟବହାର କରିବା ତଥା ଗୋଟିଏ typeକୁ କିପରି ପରିଭାଷିତ କରାଯାଏ ଶିଖିବା
00:17 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ଏବଂ Ubuntu Linux OS 14.04 ବ୍ୟବହାର କରୁଛି
00:27 କିନ୍ତୁ, ଏହି ପ୍ରକ୍ରିୟା Windows, Mac OS X କିମ୍ବା FOSSEE OS ଭଳି ସମାନ ଅଟେ
00:35 ଏହି ଟ୍ୟୁଟୋରିଆଲକୁ ବୁଝିବା ପାଇଁ ଆପଣ, Modelicaରେ କିପରି ଗୋଟିଏ classକୁ ପରିଭାଷିତ କରାଯାଏ ଜାଣିଥିବା ଆବଶ୍ୟକ
00:41 ଯେକୌଣସି ପ୍ରୋଗ୍ରାମିଙ୍ଗ ଲାଙ୍ଗୁୟେଜରେ ଆପଣଙ୍କର functionଗୁଡିକ ଉପରେ ଜ୍ଞାନ ଥିବା ଆବଶ୍ୟକ
00:46 ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ Spoken Tutorial ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
00:52 ଚାଲନ୍ତୁ ବର୍ତ୍ତମାନ ଗୋଟିଏ function ଉପରେ ଆଲୋଚନା କରିବା
00:55 function ଗୋଟିଏ ନିର୍ଦ୍ଦିଷ୍ଟ କ୍ଲାସ୍ ଅଟେ ଯାହା ଇନପୁଟ୍ ନେବା ସହିତ ଆଉଟପୁଟ୍ ପ୍ରଦାନ କରିଥାଏ
01:01 ଏହା algorithm ବିଭାଗକୁ ଧାରଣ କରିଥାଏ
01:04 ଗୋଟିଏ function କଦାପି ସମୀକରଣଗୁଡିକୁ ଧାରଣ କରିପାରିବ ନାହିଁ ଏବଂ ଏହା ସିମୁଲେଟ୍ ହୋଇପାରିବ ନାହିଁ
01:10 ଗୋଟିଏ functionର ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି
01:15 ବର୍ତ୍ତମାନ polynomialEvaluator ନାମକ ଗୋଟିଏ function ଲେଖନ୍ତୁ ଯାହା xକୁ ଇନପୁଟ୍ ଭାବେ ନେଇଥାଏ ଏବଂ ଆଉଟପୁଟ୍ ଭାବେ f(x) = a x (squared) (plus) b x (plus) c ପ୍ରଦାନ କରିଥାଏ, ଯେଉଁଠି a=1, b=2 ଓ c=1 ଅଟେ
01:36 polynomialEvaluator ଫାଇଲ୍ ଆମ ୱେବସାଇଟରେ ଉପଲବ୍ଧ ଅଛି
01:40 ଦୟାକରି Code Files ଲିଙ୍କରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ ସେଭ୍ କରନ୍ତୁ
01:46 polynomialEvaluator ଫଙ୍କଶନକୁ ପ୍ରଦର୍ଶନ କରିବା ସହିତ OMEditକୁ ଫେରିଆସନ୍ତୁ
01:52 ବର୍ତ୍ତମାନ OMEdit, Welcome ପର୍ସ୍ପେକ୍ଟିଭରେ ଖୋଲିଯାଇଛି
01:56 ଆପଣ କେବଳ OMEdit ୱିଣ୍ଡୋର କିଛି ଅଂଶକୁ ଦେଖିପାରୁଛନ୍ତି ଯେହେତୁ ମୁଁ ଯୁମ୍ ଇନ୍ କରିଛି
02:02 ଆବଶ୍ୟକ ୱିଣ୍ଡୋକୁ ସ୍ଥାନାନ୍ତର କରିବା ସମୟରେ ମୁଁ ଆପଣଙ୍କୁ ଦରକାରୀ ଅଂଶଗୁଡିକୁ ପ୍ରଦର୍ଶନ କରିବି
02:09 ଆପଣ ଡାଉନଲୋଡ୍ କରିଥିବା ଫାଇଲଗୁଡିକୁ ଖୋଲିବା ପାଇଁ Open Model/Library File ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:16 ମୁଁ ସମସ୍ତ ଫାଇଲଗୁଡିକୁ ଗୋଟିଏ ଫୋଲ୍ଡର୍ ମଧ୍ୟରେ ସେଭ୍ କରିସାରିଛି
02:19 ସେସବୁକୁ ଏକ ସଂଗେ ଚୟନ କରନ୍ତୁ ଏବଂ openରେ କ୍ଲିକ୍ କରନ୍ତୁ
02:24 ଯଦି ଆପଣ ଫାଇଲଗୁଡିକୁ ବିଭିନ୍ନ ଫୋଲ୍ଡରଗୁଡିକରେ ସେଭ୍ କରିଥା’ନ୍ତି ତେବେ ପ୍ରତ୍ୟେକଙ୍କୁ ଗୋଟି ଗୋଟିକରି ଖୋଲିପାରିବେ
02:31 ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ classes କିମ୍ବା functionଗୁଡିକ ବର୍ତ୍ତମାନ OMEditରେ ଖୋଲିଯାଇଛି: bouncingBallWithUserTypes, functionTester, multipleFunctionTester, multiplePolynomialEvaluator ଓ polynomialEvaluator
02:51 ଫଙ୍କଶନ୍ polynomialEvaluatorକୁ ଖୋଲିବା ସହିତ ଏହାକୁ ଦେଖିବା ପାଇଁ Libraries Browser ଉପରେ ରାଇଟ କ୍ଲିକ୍ କରିବା ସହିତ View Classକୁ ଚୟନ କରନ୍ତୁ
03:02 ଯଦି ଫଙ୍କଶନ୍ Text Viewରେ ଖୋଲିବ ନାହିଁ ତେବେ ଏହାକୁ Text Viewରେ ଖୋଲନ୍ତୁ
03:08 ଏହି functionର ନାମ polynomialEvaluator ଅଟେ ଯାହା ଆମେ ଅଲୋଚନା କରିସାରିଛେ
03:14 x ଗୋଟିଏ real ଭେରିଏବଲ୍ ଅଟେ
03:17 input ଭେରିଏବଲଗୁଡିକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଗୋଟିଏ କୀୱର୍ଡ input ବ୍ୟବହୃତ ହୁଏ
03:22 ସେହିପରି output ଭେରିଏବଲଗୁଡିକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଗୋଟିଏ କୀୱର୍ଡ output ବ୍ୟବହୃତ ହୁଏ
03:28 fx ଗୋଟିଏ real ଭେରିଏବଲ୍ ଅଟେ ଯାହା f(x)କୁ ଉପସ୍ଥାପିତ କରେ
03:33 କୌଣସି ଭେରିଏବଲ୍ କିମ୍ବା ପାରାମିଟର୍ ଯଦି input କିମ୍ବା output ନୁହଁନ୍ତି ତେବେ କୀୱର୍ଡ protected ଦ୍ଵାରା ନିର୍ଦ୍ଦିଷ୍ଟ ହୋଇଥା’ନ୍ତି
03:42 ଭେଲ୍ୟୁ 1 ସହିତ a, ଗୋଟିଏ real ପାରାମିଟର୍ ଅଟେ
03:47 a, b ଓ cର ଭେଲ୍ୟୁଗୁଡିକ ସ୍ଲାଇଡରେ ଆଲୋଚିତ ହୋଇସାରିଛି
03:53 ଦୟାକରି ଧ୍ୟାନଦିଅନ୍ତୁ ଯେ a, b ଓ c, protected ପାରାମିଟର୍ ଅଟନ୍ତି
03:59 ଗୋଟିଏ functionର algorithm ବିଭାଗର ଆରମ୍ଭକୁ Algorithm ଉପସ୍ଥାପିତ କରିଥାଏ
04:05 Algorithm ବିଭାଗ କେବଳ assignment ଷ୍ଟେଟମେଣ୍ଟଗୁଡିକୁ ଧାରଣ କରିପାରେ
04:10 ଏହି ଚିହ୍ନ assignmentକୁ ସୂଚୀତ କରେ
04:14 ଗୋଟିଏ assignment ଷ୍ଟେଟମେଣ୍ଟରେ ଡାହାଣପଟର ଭେଲ୍ୟୁକୁ ବାମପଟେ ଆସାଇନ୍ କରାଯାଇଛି
04:20 ସାଧାରଣତଃ ବାମପଟ ଗୋଟିଏ ଅଜ୍ଞାତ ଏକ୍ସପ୍ରେସନ୍ ଅଟେ
04:25 ଏହି କ୍ଷେତ୍ରରେ fx ଗୋଟିଏ ଅଜ୍ଞାତ ଭେରିଏବଲ୍ ଅଟେ
04:29 ଏଠାରେ ଡାହାଣପଟ ଏକ୍ସପ୍ରେସନର ଭେଲ୍ୟୁକୁ ଗଣନା କରାଯାଇପାରିବ ଯଦି x ର ଭେଲ୍ୟୁ ଅଜ୍ଞାତ ହୁଏ
04:36 ସାଧାରଣତଃ ଯେଉଁ ସମୟରେ xକୁ କଲ୍ କରାଯାଏ, ଏହା function ପ୍ରତି ଗୋଟିଏ input ଆର୍ଗ୍ୟୁମେଣ୍ଟ ଭାବେ ପାସ୍ ହୋଇଥାଏ
04:43 ବର୍ତ୍ତମାନ functionTester କ୍ଲାସକୁ ବ୍ୟବହାର କରି କିପରି ଗୋଟିଏ functionକୁ କଲ୍ କରାଯାଏ ଦେଖିବା
04:49 functionTester ଆଇକନକୁ Libraries Browserରେ ଦେଖିପାରିବେ ଯେହେତୁ ମୁଁ ଏହାକୁ ଖୋଲିସାରିଛି
04:56 ଏହି classକୁ ଖୋଲିବା ପାଇଁ ଏହାର ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:01 ଗୋଟିଏ classକୁ ଦେଖିବା ପାଇଁ ଏହା ଏକ ବିକଳ୍ପ ମାର୍ଗ ଅଟେ
05:05 ଆପଣ ଏହାର ଆଇକନ୍ ଉପରେ ରାଇଟ୍ କ୍ଲିକ୍ ମଧ୍ୟ କରିବା ସହିତ View Classକୁ ଚୟନ କରିପାରିବେ
05:11 z ଗୋଟିଏ real ଭେରିଏବଲ୍ ଅଟେ
05:14 10 ୟୁନିଟ ଥିବା ଗୋଟିଏ input ଆର୍ଗୁମେଣ୍ଟ ସହିତ polynomialEvaluator ଫଙ୍କଶନକୁ କଲ୍ କରାଯାଇଛି ଏବଂ z ସହିତ ସମାନ କରାଯାଇଛି
05:23 polynomialEvaluatorର input ଭେଲ୍ୟୁ(ଭେରିଏବଲ୍) ଯାହା x ଅଟେ, 10 ୟୁନିଟର ଭେଲ୍ୟୁକୁ ଗ୍ରହଣ କରିଛି
05:31 ବର୍ତ୍ତମାନ ଏହି classକୁ ସିମୁଲେଟ୍ କରନ୍ତୁ
05:34 ଏହି classକୁ ସିମୁଲେଟ୍ କରିବା ପାଇଁ ଆପଣ Libraries Browserରେ ଥିବା functionTester ଉପରେ ରାଇଟ୍ କ୍ଲିକ୍ କରିବା ସହିତ Simulateକୁ ଚୟନ କରିପାରିବେ
05:45 ବର୍ତ୍ତମାନ କ୍ଲାସ୍ ସିମୁଲେଟ୍ ହୋଇଛି
05:47 ଗୋଟିଏ classକୁ ସିମୁଲେଟ୍ କରିବା ପାଇଁ ଆପଣ ଟୂଲବାରରେ ଥିବା Simulate ବଟନକୁ ମଧ୍ୟ ବ୍ୟବହାର କରିପାରିବେ
05:53 ବର୍ତ୍ତମାନ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରିବା ସହିତ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ Plotting perspectiveକୁ ପ୍ରଦର୍ଶନ କରିବି
06:00 variables browserରେ zକୁ ଚୟନ କରନ୍ତୁ
06:04 ଧ୍ୟାନଦିଅନ୍ତୁ ଯେ zର ଭେଲ୍ୟୁ f(x)ର ଭେଲ୍ୟୁ ସହିତ ସମାନ ହେବ ଯେଉଁଠି x = 10 ଅଟେ
06:12 ବର୍ତ୍ତମାନ zକୁ ଡିସିଲେକ୍ଟ କରିବା ସହିତ ଏହି ପରିଣାମକୁ ଡିଲିଟ୍ କରନ୍ତୁ
06:18 Modeling perspectiveକୁ ଫେରିଆସନ୍ତୁ
06:21 ଉପରେ ଥିବା polynomialEvaluator ଟାବରେ କ୍ଲିକ୍ କରନ୍ତୁ
06:25 polynomialEvaluator ଫଙ୍କଶନର କେବଳ ଗୋଟିଏ output ଭେରିଏବଲ୍ ଥିବା ଲକ୍ଷ୍ୟ କରନ୍ତୁ
06:31 ବର୍ତ୍ତମାନ ଗୋଟିଏ functionକୁ ବ୍ୟବହାର କରି କିପରି ଦୁଇ କିମ୍ବା ଅଧିକ output ଭେରିଏବଲ୍ ପ୍ରାପ୍ତ କରିହେବ ମୁଁ ପ୍ରଦର୍ଶନ କରିବି
06:38 ମୁଁ multiplePolynomialEvaluator ନାମକ ଗୋଟିଏ function ସୃଷ୍ଟି କରିଛି ଯାହାର ଦୁଇଟି output ଭେରିଏବଲ୍ ଅଛି
06:45 ସେହି functionକୁ ଦେଖିବା ପୂର୍ବରୁ, PolynomialEvaluator ଓ FunctionTesterର ଟାବଗୁଡିକୁ ବନ୍ଦ କରନ୍ତୁ
06:54 ଯେହେତୁ Libraries Browser ଦୃଶ୍ୟମାନ ହେଉନାହିଁ, ୱିଣ୍ଡୋକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ
07:01 multiplePolynomialEvaluator, multipleFunctionTester ଓ bouncingBallWithUserTypes ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:11 ପୁନର୍ବାର ୱିଣ୍ଡୋକୁ ନିଜ ସ୍ଥାନକୁ ଆଣିଆସନ୍ତୁ
07:15 multiplePolynomialEvaluator ଟାବକୁ ଯା’ନ୍ତୁ
07:19 ଗୋଟିଏ ଅତିରିକ୍ତ output ଭେରିଏବଲ୍ ବ୍ୟତିତ ଏହି function, polynomialEvaluator ଫଙ୍କଶନ୍ ଭଳି ସମାନ ଅଟେ
07:27 gx ନାମକ ଗୋଟିଏ output ଭେରିଏବଲକୁ ଘୋଷଣା କରାଯାଇଛି
07:32 gxରେ a x (squared) (minus) b x (plus) cର ଭେଲ୍ୟୁକୁ ଆସାଇନ୍ କରାଯାଇଛି
07:38 output କିମ୍ବା input ଭେରିଏବଲଗୁଡିକ, ଯେଉଁକ୍ରମରେ ଘୋଷିତ ହୋଇଥା’ନ୍ତି ତାହା ଜରୁରୀ ଅଟେ
07:45 ଯେତେବେଳେ multipleFunctionTester କ୍ଲାସକୁ ଆଲୋଚନା କରାଯିବ ସେତେବେଳେ ଆମେ ଏହା ବିଷୟରେ ଅଧିକ ବୁଝିପାରିବା
07:51 ବର୍ତ୍ତମାନ multipleFunctionTester ଟାବକୁ ଫେରିଆସନ୍ତୁ
07:56 y ଓ zକୁ real ଭେରିଏବଲ୍ ଭାବେ ଘୋଷଣା କରାଯାଇଛି
08:01 multiplePolynomialEvaluator ଫଙ୍କଶନ୍ ଗୋଟିଏ 10 ୟୁନିଟ ବିଶିଷ୍ଟ input ଆର୍ଗ୍ୟୁମେଣ୍ଟ ସହିତ କଲ୍ କରାଯାଇଛି
08:08 ଏହାର ଅର୍ଥ ହେଉଛି multiplePolynomialEvaluatorର input ଭେରିଏବଲ୍ 10 ୟୁନିଟ ବିଶିଷ୍ଟ ଗୋଟିଏ ଭେଲ୍ୟୁକୁ ଗ୍ରହଣ କରିଛି
08:17 y ଓ z, କ୍ରମାନୁସାରେ f(x) ଓ g(x)ର ଭେଲ୍ୟୁକୁ ଗ୍ରହଣ ଅରିଛି ଯେଉଁଠି x = 10 ଅଟେ
08:26 y, output ଭେରିଏବଲ୍ fxର ଭେଲ୍ୟୁକୁ ଗ୍ରହଣ କରିବ ଯେହେତୁ ଫଙ୍କଶନରେ gxର ଘୋଷଣା ପୂର୍ବରୁ fxର ଘୋଷଣା ଦୃଶ୍ୟମାନ ହେଉଛି
08:37 ବର୍ତ୍ତମାନ ଏହି classକୁ ସିମୁଲେଟ୍ କରନ୍ତୁ
08:40 Simulate ବଟନରେ କ୍ଲିକ୍ କରିବା ସହିତ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
08:46 variables browserରେ y ଓ zକୁ ଚୟନ କରନ୍ତୁ
08:51 ଧ୍ୟାନଦିଅନ୍ତୁ ଯେ କ୍ରମାନୁସାରେ y ଓ zର ଭେଲ୍ୟୁଗୁଡିକ f(x) ଓ g(x) ଭଳି ସମାନ ଅଟେ ଯେଉଁଠି x = 10 ଅଟେ
09:01 ପରିଣାମକୁ ଡିଲିଟ କରିବା ସହିତ Modeling Perspectiveକୁ ଫେରିଆସନ୍ତୁ
09:06 ବର୍ତ୍ତମାନ y ଓ zର କ୍ରମକୁ ପ୍ରତିବଦଳ କରନ୍ତୁ
09:11 (y,z)କୁ ଡିଲିଟ୍ କରିବା ସହିତ (z,y) ଟାଇପ୍ କରନ୍ତୁ
09:17 ଏବଂ Ctrl+Sକୁ ଦାବି ଏହି କ୍ଲାସକୁ ସେଭ୍ କରନ୍ତୁ
09:22 ପୁନର୍ବାର ଏହି classକୁ ସିମୁଲେଟ୍ କରନ୍ତୁ ଏବଂ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
09:28 ପୁନର୍ବାର variables browserରେ y ଓ zକୁ ଚୟନ କରନ୍ତୁ
09:33 ପୂର୍ବ କେସ୍ ତୂଳନାରେ y ଓ zର ଭେଲ୍ୟୁଗୁଡିକ ପ୍ରତିବଦଳ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
09:41 ଏହି ପରିଣାମକୁ ଡିଲିଟ୍ କରିବା ସହିତ Modeling Perspectiveକୁ ଫେରିଆସନ୍ତୁ
09:47 ସ୍ଲାଇଡକୁ ଫେରିଆସନ୍ତୁ
09:50 ନିର୍ଦ୍ଧାରିତ କାର୍ଯ୍ୟଧାରାରେ ପ୍ରୋଗ୍ରାମିଙ୍ଗକୁ ସକ୍ଷମ କରିବା ପାଇଁ algorithm, Modelica syntax element ଅଟେ
09:56 algorithm ବିଭାଗରେ କେବଳ assignment ଷ୍ଟେଟମେଣ୍ଟଗୁଡିକୁ ଅନୁମତି ମିଳିଥାଏ
10:01 Assignment ଷ୍ଟେଟମେଣ୍ଟଗୁଡିକ ନିମ୍ନଲିଖିତ ଚିହ୍ନଗୁଡିକୁ ବ୍ୟବହାର କରନ୍ତି
10:06 assignment ଷ୍ଟେଟମେଣ୍ଟଗୁଡିକରେ ଡେଟା ଡାହାଣରୁ ବାମକୁ ଫ୍ଲୋ କରିଥାଏ
10:10 Modelicaରେ ପରିଭାଷିତ ହୋଇଥିବା ଫଙ୍କଶନଗୁଡିକ ଉପରେ କିଛି କଟକଣା ଅଛି
10:16 ଗୋଟିଏ ଫଙ୍କଶନରେ der()ର ବ୍ୟବହାର ମୂଲ୍ୟହୀନ ଅଟେ. Time ଭେରିଏବଲର ବ୍ୟବହାର ପାଇଁ ଅନୁମତି ନାହିଁ
10:23 ଗୋଟିଏ ଫଙ୍କଶନରେ when ଷ୍ଟେଟମେଣ୍ଟଗୁଡିକର ବ୍ୟବହାର ପାଇଁ ଅନୁମତି ନାହିଁ
10:28 ଗୋଟିଏ functionରେ ଏକରୁ ଅଧିକ algorithm ବିଭାଗ ନଥାଇପାରେ ଏବଂ Modelଗୁଡିକ arguments ଭାବେ ପାସ୍ ହୋଇପାରିବେ ନାହିଁ
10:36 Modelicaରେ କଷ୍ଟମ୍ data-typesକୁ ପରିଭାଷିତ କରିବା ପାଇଁ type ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର କ୍ଲାସ୍ ଅଟେ
10:42 ଉଦାହରଣସ୍ଵରୂପ ଫୀଜିକାଲ୍ ପରିମାଣଗୁଡିକ ଯେପରି velocity ଓ currentକୁ data-types ଭାବେ ପରିଭାଷିତ କରାଯାଇପାରିବ
10:50 ପରବର୍ତ୍ତୀ ସମୟରେ ଅନ୍ୟ ଭେରିଏବଲଗୁଡିକୁ ଘୋଷଣା କରିବା ପାଇଁ ସେଗୁଡିକୁ ବ୍ୟବହାର କରାଯାଇପାରିବ
10:54 Modelica ଡେଟା ଟାଇପର Attributeଗୁଡିକ ଯେପରି unit ଓ startକୁ ଏହି ଅନୁସାରେ ପରିବର୍ତ୍ତନ କରାଯାଇପାରିବ
11:01 ଉଦାହରଣସ୍ଵରୂପ ଉପରୋକ୍ତ କେସରେ velocityକୁ real data type ଭଳି ସମାନ ଭାବେ ପରିଭାଷିତ କରାଯାଇଛି
11:08 କିନ୍ତୁ ଏହାର ଏକକକୁ m/sରେ ରୂପାନ୍ତରୀତ କରାଯାଇଛି
11:12 ଟାଇପର ପରିଭାଷାଗୁଡିକୁ ସିମୁଲେଟ୍ କରିବା ପାଇଁ ମୁଁ bouncingBallWithUserTypes ନାମକ ଗୋଟିଏ modelକୁ ସୃଷ୍ଟି କରିସାରିଛି
11:19 OMEditକୁ ଫେରିଯିବା ସହିତ ଏହି modelକୁ ପ୍ରଦର୍ଶନ କରନ୍ତୁ
11:24 bouncingBallWithUserTypes ଟାବ୍ ଉପରେ କ୍ଲିକ୍ କରନ୍ତୁ
11:28 ଏହି model, bouncingBall ମୋଡେଲ୍ ଭଳି ସମାନ ଅଟେ ଯାହା ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରାଯାଇଛି
11:35 ଦୟାକରି bouncingBall ମୋଡେଲକୁ ବୁଝିବା ପାଇଁ ପ୍ରାକ୍-ଆବଶ୍ୟକତା ଥିବା ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
11:41 Lengthକୁ Real ଡେଟା ଟାଇପ୍ ଭାବେ ପରିଭାଷିତ କରାଯାଇଛି. ଏହାର ଏକକକୁ mରେ ରୂପାନ୍ତର କରାଯାଇଛି
11:47 ସେହିପରି Velocityର ରୂପାନ୍ତରୀତ ଏକକ m/s ସହିତ Real ଭାବେ ପରିଭାଷିତ ହୋଇଛି
11:54 h, ଭୂମିଠାରୁ ବଲର ଉଚ୍ଚତାକୁ ଉପସ୍ଥାପିତ କରୁଛି
11:58 ଏହା length datatype ଭାବେ ପରିଭାଷିତ ହୋଇଛି
12:02 ସେହିପରି v, ବଲର ଭେଲୋସିଟୀକୁ ଉପସ୍ଥାପିତ କରୁଛି
12:05 ଏହାକୁ velocity datatype ଭାବେ ଘୋଷଣା କରାଯାଇଛି
12:09 ଏହି modelରେ ବାକିଥିବା declarations ଓ equationଗୁଡିକ bouncingBall ମୋଡେଲ୍ ଭଳି ସମାନ ଅଟେ
12:18 ବର୍ତ୍ତମାନ ଏହାକୁ simulate କରିବା ସହିତ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
12:24 Variables Browserରେ ଲକ୍ଷ୍ୟ କରନ୍ତୁ ଯେ କ୍ରମାନୁସାରେ h ଓ v, ସେମାନଙ୍କର ଡେଟା-ଟାଇପ୍ ସହିତ ସମ୍ପର୍କ ଥିବା ଏକକଗୁଡିକୁ ପ୍ରାପ୍ତ କରିଛନ୍ତି
12:34 variables browserରେ hକୁ ଚୟନ କରନ୍ତୁ
12:38 h versus timeର ପ୍ଲଟ୍ bouncingBall ମୋଡେଲ୍ ଭଳି ସମାନ ଅଟେ
12:43 hକୁ ଡିସିଲେକ୍ଟ କରନ୍ତୁ
12:46 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
12:49 ଗୋଟିଏ ଆସାଇନମେଣ୍ଟ ଭାବେ ଫଙ୍କଶନଗୁଡିକ ଉପରେ ଥିବା କଟକଣାଗୁଡିକୁ ବାହାର କରିଦିଅନ୍ତୁ ଏବଂ ସୃଷ୍ଟି ହେଉଥିବା ତୃଟିଗୁଡିକୁ ଲକ୍ଷ୍ୟ କରନ୍ତୁ
12:56 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:59 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
13:05 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
13:10 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
13:15 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
13:23 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରିଥାଉ
13:29 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ସମର୍ଥିତ
13:36 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep