OpenFOAM/C3/Creating-and-Meshing-aerofoil-in-Gmsh/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Creating and Meshing aerofoil in Gmsh on OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ Gmsh ବ୍ୟବହାର କରି କିପରି ଗୋଟିଏ aerofoil ସୃଷ୍ଟି କରାଯାଏ ଶିଖିବା
00:14 ଏବଂ ସୃଷ୍ଟ aerofoilକୁ mesh କରିବା
00:17 ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର aerofoil ଓ Gmsh ଉପରେ ଜ୍ଞାନ ଥିବା ଆବଶ୍ୟକ
00:23 ଯଦି ନାହିଁ ତେବେ Gmsh ପାଇଁ ଦୟାକରି spoken tutorial ୱେବସାଇଟରେ ଥିବା Installing and running Gmshକୁ ଯା’ନ୍ତୁ
00:31 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 14.04 ଏବଂ

Gmsh ଭର୍ସନ୍ 2.8.3 ବ୍ୟବହାର କରୁଛି

00:42 ମୁଁ aerofoil ସହିତ ଆପଣଙ୍କୁ ପରିଚିତ କରାଉଛି
00:45 Aerofoils ହେଉଛି streamline ଆକାରର ଡେଣାଗୁଡିକ ଅଟନ୍ତି ଯାହା airplanes ଓ turbo machineryରେ ବ୍ୟବହୃତ ହୋଇଥାଏ
00:53 ଏଗୁଡିକର ଆକାର ଏପରି ହୋ ଇଥାଏ ଯାହାଦ୍ଵାରା drag force, lift ଠାରୁ ବହୁତ କମ୍ ବ୍ୟବଧାନରେ ରହିଥାଏ
00:59 ଏହା ଗୋଟିଏ aerofoilର ଛବି ଅଟେ
01:03 aerofoil ପାଇଁ ଥିବା ପୂର୍ବପରିଭାଷିତ କୋଅର୍ଡିନେଟଗୁଡିକ .dat ଏକ୍ସଟେନଶନ୍ ଥିବା ସରଳ text fileରେ ଉପଲବ୍ଧ ଅଛି
01:11 ଏହି URLରୁ .dat ଫାଇଲ୍ ଓ Python scriptକୁ ଡାଉନଲୋଡ୍ କରନ୍ତୁ:
01:19 ୱେବସାଇଟକୁ ଖୋଲନ୍ତୁ
01:22 .dat ଫାଇଲ୍ ଓ Python scriptକୁ ଡାଉନଲୋଡ୍ କରିବା ସହିତ Downloads ଫୋଲ୍ଡରକୁ ଯା’ନ୍ତୁ
01:31 Downloads ଫୋଲ୍ଡରରୁ ଏହି ଦୁଇଟି ଫାଇଲକୁ ଡେସ୍କଟପ୍ ଉପରେ କପୀ ଓ ପେଷ୍ଟ କରନ୍ତୁ
01:37 .dat ଫାଇଲକୁ ଖୋଲନ୍ତୁ
01:40 ଏହି ଫାଇଲ୍ ପ୍ରତ୍ୟେକ ପଏଣ୍ଟ ପାଇଁ ଗଣନା ହୋଇଥିବା X ଓ Y କୋଅର୍ଡିନେଟଗୁଡିକୁ ଧାରଣ କରିଥାଏ ଯାହା aerofoilକୁ ପରିଭାଷିତ କରେ. Z କୋଅର୍ଡିନେଟକୁ ଯିରୋ ଭାବେ ରଖନ୍ତୁ
01:51 Gmsh ଦ୍ଵାରା ସମର୍ଥିତ ଫର୍ମାଟରେ ଆମର X, Y ଓ Z କୋଅର୍ଡିନେଟଗୁଡିକ ଆବଶ୍ୟକ
01:56 ଏହାକୁ ମାନୁଆଲୀ କରାଯାଇପାରିବ କିନ୍ତୁ ଏହା ସମୟସାପେକ୍ଷ ଅଟେ
02:01 ବର୍ତ୍ତମାନ Python scriptକୁ ଖୋଲନ୍ତୁ
02:04 ଏହି Python script ଡେଟାକୁ .dat ଫାଇଲରେ ରୂପାନ୍ତରୀତ କରିଥାଏ ଏବଂ ଗୋଟିଏ ଅଲଗା ଫାଇଲରେ ଆଉଟପୁଟ୍ ପ୍ରଦାନ କରିଥାଏ ଯାହାକୁ Gmsh ଦ୍ଵାରା ବୁଝିହେବ
02:14 ବର୍ତ୍ତମାନ Terminal ୱିଣ୍ଡୋକୁ ଖୋଲିବା ସହିତ cd ସ୍ପେସ୍ Desktop ଟାଇପ୍ କରନ୍ତୁ
02:21 ବର୍ତ୍ତମାନ ଟାଇପ୍ କରନ୍ତୁ: python ସ୍ପେସ୍ dat2gmsh.py ସ୍ପେସ୍ dat ଫାଇଲର ନାମ ଏବଂ Enter ଦାବନ୍ତୁ
02:31 ବର୍ତ୍ତମାନ ls ଟାଇପ୍ କରନ୍ତୁ. naca5012xyz.dat .geo ନାମକ ଗୋଟିଏ ନୂତନ ଫାଇଲ୍ ସୃଷ୍ଟି ହୋଇଥିବା ଆପଣ ଦେଖିପାରିବେ
02:43 geo ଫାଇଲକୁ ଖୋଲନ୍ତୁ
02:46 ଏହା Gmsh ଫର୍ମାଟରେ କୋ-ଅର୍ଡିନେଟଗୁଡିକୁ ଧାରଣ କରିଥାଏ
02:50 ଏଠାରେ, nac_lc କ୍ୟାରେକ୍ଟରିଷ୍ଟିକ୍ ଲେଙ୍ଗଥ ଅଟେ ଯାହା 0.005 ଭାବେ ପ୍ରଥମ ଲାଇନରେ ପରିଭାଷିତ ହୋଇଛି
02:59 ଏହାକୁ 0.5ରେ ପରିବର୍ତ୍ତନ କରନ୍ତୁ
03:03 ଏହାର କାରଣ ଆମର ଗୋଟିଏ ଅମାର୍ଜିତ ମେଶ୍ ଆବଶ୍ୟକ
03:07 ମେଶର ଆବଶ୍ୟକତାନୁସାରେ ଆପଣ ଏହାର ଭେଲ୍ୟୁକୁ ପରିବର୍ତ୍ତନ କରିପାରିବେ. ବର୍ତ୍ତମାନ ଏହି ଫାଇଲକୁ save କରନ୍ତୁ
03:15 ଟର୍ମିନଲ୍ ୱିଣ୍ଡୋରେ gmsh ସ୍ପେସ୍ ଟାଇପ୍ କରିବା ସହିତ geo ଫାଇଲକୁ ନାମିତ କରନ୍ତୁ ଏବଂ Enter ଦାବନ୍ତୁ
03:25 ଏହା aerofoil ସହିତ gmshକୁ ଖୋଲିବ
03:29 ବର୍ତ୍ତମାନ aerofoilର ପୃଷ୍ଠଭାଗରେ ସ୍କ୍ରୋଲ୍ କରିବା ସହିତ ଯୁମ୍ ଇନ୍ କରନ୍ତୁ
03:35 ଧ୍ୟାନଦିଅନ୍ତୁ ଯେ aerofoilର ଗୋଟିଏ ଖୋଲା ଟ୍ରେଲିଙ୍ଗ ଏଜ୍ ଅଛି
03:40 gmshକୁ ବନ୍ଦ କରିବା ସହିତ ବର୍ତ୍ତମାନ geo ଫାଇଲକୁ ଫେରିଆସନ୍ତୁ. ତଳକୁ ସ୍କ୍ରୋଲ୍ କରନ୍ତୁ
03:48 ଶେଷ ପଏଣ୍ଟକୁ ସଂଯୁକ୍ତ କରିବା ସହିତ ଏହାକୁ ସଂଯୁକ୍ତ କରନ୍ତୁ
03:53 ବର୍ତ୍ତମାନ splineର ଉପରିଭାଗରେ ପ୍ରବେଶ କରନ୍ତୁ, Point open close bracket 1046 ସ୍ପେସ୍ = open close curly bracket ସ୍ପେସ୍ 1.005 comma ସ୍ପେସ୍ -0.0005 comma ସ୍ପେସ୍ 0.00000 comma ସ୍ପେସ୍ nac_lc ଏବଂ ସେମିକୋଲନ୍ ଦ୍ଵାରା ଏହାକୁ ବନ୍ଦ କରନ୍ତୁ
04:26 splineକୁ Spline(1000) = curly braces open 1000 colon 1046 comma 1000 close the curly bracket semicolon ଭାବେ ରୂପାନ୍ତର କରନ୍ତୁ
04:44 geo ଫାଇଲକୁ Save କରନ୍ତୁ
04:47 ବର୍ତ୍ତମାନ ରୂପାନ୍ତରୀତ ଫାଇଲକୁ Gmshରେ ଖୋଲନ୍ତୁ. ଏଜ ସଂଯୁକ୍ତ ହୋଇଥିବା ଆପଣ ଦେଖିପାରିବେ
04:56 ବର୍ତ୍ତମାନ ପଏଣ୍ଟଗୁଡିକୁ ବ୍ୟବହାର କରି aerofoil ଚାରିପଟେ ଗୋଟିଏ ବାଉଣ୍ଡାରୀ ସୃଷ୍ଟି କରନ୍ତୁ
05:02 ଏହି 4, 3, 0 କୋଅର୍ଡିନେଟଗୁଡିକୁ ପ୍ରବେଶ କରିବା ସହିତ prescribed mesh element sizeକୁ 0.5ରେ ପରିବର୍ତ୍ତନ କରନ୍ତୁ ଏବଂ Enter ଦାବନ୍ତୁ
05:17 ସେହିପରି ଅନ୍ୟ ପଏଣ୍ଟଗୁଡିକୁ ସଂଯୁକ୍ତ କରନ୍ତୁ

4 -3 0 -4 -3 0 -4 3 0

05:29 ବର୍ତ୍ତମାନ ପଏଣ୍ଟଗୁଡିକୁ ଗୋଟିଏ ସରଳରେଖା ସାହାଯ୍ୟରେ ସଂଯୁକ୍ତ କରନ୍ତୁ
05:44 ବର୍ତ୍ତମାନ Plane surface ଉପରେ କ୍ଲିକ୍ କରିବା ସହିତ ସରଫେସ୍ ବାଉଣ୍ଡାରୀକୁ ଚୟନ କରନ୍ତୁ
05:52 ଯୁମ୍-ଇନ୍ କରିବା ସହିତ hole boundary ଭାବେ aerofoilକୁ ଚୟନ କରନ୍ତୁ
05:58 ଶେଷ ଚୟନ ପାଇଁ e ଦାବନ୍ତୁ. ସରଫେସ୍ ପ୍ରାପ୍ତ ହେବା ଆପଣ ଦେଖିପାରିବେ
06:04 ବର୍ତ୍ତମାନ ଏହାକୁ 3Dରେ ରୂପାନ୍ତର କରିବା ପାଇଁ ସରଫେସକୁ ବିସ୍ତାର କରନ୍ତୁ. Translate >> Extrude Surfaceକୁ ଯା’ନ୍ତୁ
06:14 ଅନୁବାଦ ପାଇଁ କୋଅର୍ଡିନେଟଗୁଡିକୁ ଆବଶ୍ୟକ କରୁଥିବା ଗୋଟିଏ ନୂତନ window ଦୃଶ୍ୟମାନ ହେବ
06:19 ଯେହେତୁ ଆମେ Z ଦିଗରେ ସରଫେସକୁ ବିସ୍ତାର କରିବାକୁ ଚାହୁଁ ତେଣୁ Z ଦିଗରେ କୋଅର୍ଡିନେଟଗୁଡିକୁ 1 ଭାବେ ପ୍ରବେଶ କରନ୍ତୁ

ଏବଂ ସରଫେସର ବାଉଣ୍ଡାରୀ ଉପରେ କ୍ଲିକ୍ କରନ୍ତୁ

06:30 ଚୟନକୁ ସମାପ୍ତ କରିବା ପାଇଁ e ଦାବନ୍ତୁ
06:33 geometryକୁ ଚାଳନା କରିବା ପାଇଁ mouseର ବାମପଟ କ୍ଲିକକୁ ବ୍ୟବହାର କରନ୍ତୁ
06:37 ଜୋମେଟ୍ରୀ ବିସ୍ତାରିତ ହେଉଥିବା ଆପଣ ଦେଖିପାରିବେ
06:42 ଏହାକୁ ବନ୍ଦ କରିବା ସହିତ gmsh ୱିଣ୍ଡୋକୁ ବନ୍ଦ କରନ୍ତୁ
06:45 geo ଫାଇଲକୁ ଖୋଲନ୍ତୁ
06:48 ତଳକୁ ସ୍କ୍ରୋଲ୍ କରିବା ସହିତ Extrudeକୁ ଯା’ନ୍ତୁ
06:52 Extrude ମଧ୍ୟରେ ନିମ୍ନ ଲାଇନଗୁଡିକୁ ସଂଯୁକ୍ତ କରନ୍ତୁ:

Layers{1}; Enter ଦାବନ୍ତୁ. Recombine; ଏହି ଫାଇଲକୁ Save କରନ୍ତୁ

07:09 mesh ଗୋଟିଏ element ଆକାରର ସ୍ଥୂଳ ବୋଲି ଏହା ସୁନିଶ୍ଚିତ କରିବ
07:14 ବର୍ତ୍ତମାନ ଟର୍ମିନଲ୍ ୱିଣ୍ଡୋରେ geo ଫାଇଲକୁ ଖୋଲନ୍ତୁ
07:19 ବର୍ତ୍ତମାନ ଜୋମେଟ୍ରୀ ପ୍ରାପ୍ତ କରିବା ସହିତ meshing କରନ୍ତୁ
07:23 ନିର୍ଦ୍ଧାରିତ ଜୋମେଟ୍ରୀ ପାଇଁ Gmsh ଅଟୋମାଟିକାଲୀ ମେଶ୍ ସୃଷ୍ଟି କରିବ
07:28 Meshକୁ ଯା’ନ୍ତୁ
07:30 1D mesh, 2D mesh ଓ 3D meshରେ କ୍ଲିକ୍ କରନ୍ତୁ
07:36 mesh ସୃଷ୍ଟି ହୋଇଯାଇଛି
07:39 ଲକ୍ଷ୍ୟ କରିବେ ଯେ aerofoil ନିକଟରେ ମେଶ୍ ମସୃଣ ହେବ ଏବଂ ବାଉଣ୍ଡାରୀ ଆଡକୁ ଏହା ଧିରେ ଧିରେ ଅମାର୍ଜିତ ହୋଇଯିବ
07:48 mesh ମେନୁରେ ଥିବା Refine by Splitting ପାରାମିଟର୍ ଉପରେ କ୍ଲିକ୍ କରି ମଧ୍ୟ ଆମେ meshକୁ ରିଫାଇନ୍ କରିପାରିବା
07:56 ବର୍ତ୍ତମାନ କାମକୁ save କରନ୍ତୁ
07:59 File ମେନୁକୁ ଯିବା ସହିତ Save as ଉପରେ କ୍ଲିକ୍ କରନ୍ତୁ
08:05 ଗୋଟିଏ ନୂତନ ୱିଣ୍ଡୋ ଦୃଶ୍ୟମାନ ହେବ. ଡ୍ରପ୍ ଡାଉନରେ mesh ଫର୍ମାଟକୁ ପରିବର୍ତ୍ତନ କରନ୍ତୁ
08:11 ଏବଂ ଫାଇଲର ନାମକୁ aerofoil.msh ଭାବେ ଟାଇପ୍ କରନ୍ତୁ
08:17 ଧ୍ୟାନଦିଅନ୍ତୁ ଯେ ଏଠାରେ msh, mesh ଫାଇଲର ପ୍ରକାରକୁ ଉପସ୍ଥାପିତ କରୁଛି
08:22 OKରେ ଏବଂ ପୁନର୍ବାର OKରେ କ୍ଲିକ୍ କରନ୍ତୁ
08:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:29 ଗୋଟିଏ ଆସାଇନମେଣ୍ଟ ଭାବେ ବିଭିନ୍ନ aerofoil ଆକାରଗୁଡିକ ପାଇଁ ବିଭିନ୍ନ dat ଫାଇଲକୁ ବ୍ୟବହାର କରି ଅନ୍ୟ ଏକ aerofoil ସୃଷ୍ଟି କରନ୍ତୁ
08:37 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

Gmshରେ କିପରି ଗୋଟିଏ aerofoil ସୃଷ୍ଟି କରିବା Gmshରେ କିପରି meshing କରିବା

08:45 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ

08:52 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:00 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:03 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:06 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
09:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
09:19 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep