Linux/C3/The-sed-command/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, sed-the stream editor ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ sed କମାଣ୍ଡକୁ ବ୍ୟବହାର କରି ଶିଖିବା
00:11 ଏହାକୁ ଆମେ କିଛି ଉଦାହରଣ ସାହାଯ୍ୟରେ କରିବା
00:14 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ
00:16 ମୁଁ ବ୍ୟବହାର କରୁଛି Ubuntu Linux ଭର୍ସନ୍ 12.04 ଅପରେଟିଙ୍ଗ ସିଷ୍ଟମ୍ ଏବଂ GNU BASH ଭର୍ସନ୍ 4.2.24
00:26 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି
00:34 ପ୍ରାକ୍ ଆବଶ୍ୟକତା ଭାବେ:
00:36 ଆପଣ Linux ଟର୍ମିନଲର ମୌଳିକତା ଜାଣିଥିବା ଆବଶ୍ୟକ
00:39 ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ, ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ: http://spoken-tutorial.org
00:45 ଚାଲନ୍ତୁ sedର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:48 sed ଗୋଟିଏ stream editor ଅଟେ
00:51 ଗୋଟିଏ ଫାଇଲର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ, sed କିଛି ପ୍ୟାଟର୍ନ ପ୍ରାପ୍ତ କରିଥାଏ
00:58 ଏହା କିଛି ପ୍ରଦର୍ଶନ କିମ୍ବା ଏଡିଟିଙ୍ଗ ଫଙ୍କଶନର କାର୍ଯ୍ୟ କରିଥାଏ
01:02 ମେଳ ହେଉଥିବା ଟେକ୍ସଟରେ ଏଡିଟିଙ୍ଗ ଫଙ୍କଶନ୍ ଯେପରି ଇନସର୍ଶନ୍, ସବଷ୍ଟିଚ୍ୟୁଶନ୍ ଏବଂ ଡିଲିଶନ୍
01:10 ଚାଲନ୍ତୁ କିଛି ଉଦାହରଣରୁ ଆରମ୍ଭ କରିବା
01:13 sed କମାଣ୍ଡକୁ ବ୍ୟବହାର କରି କିପରି ପ୍ରିଣ୍ଟ କରାଯାଏ ଦେଖିବା
01:19 home directory ଭର୍ସନରେ seddemo.txt ନାମକ ଗୋଟିଏ ଫାଇଲ୍ ଅଛି
01:24 ଏହାର କଣ୍ଟେଣ୍ଟଗୁଡିକୁ ଦେଖନ୍ତୁ
01:26 ଏହି ଫାଇଲରେ, roll no, name, stream, marks, pass କିମ୍ବା fail ଏବଂ stipend amount ଭଳି କିଛି ଏଣ୍ଟ୍ରୀଗୁଡିକ ଅଛି
01:39 ବର୍ତ୍ତମାନ, ଧରିନିଅନ୍ତୁ ଫାଇଲର ଦ୍ଵିତୀୟ ଲାଇନକୁ ଆମେ print କରିବାକୁ ଚାହୁଁଛୁ
01:44 ଏଥି ପାଇଁ, କିବୋର୍ଡ ଉପରେ Ctrl + Alt ଓ T କୀକୁ ଏକ ସଂଗେ ଦାବି ଟର୍ମିନଲକୁ ଖୋଲିବା ଆବଶ୍ୟକ
01:53 ବର୍ତ୍ତମାନ ଟାଇପ୍ କରନ୍ତୁ:
01:55 sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 2p ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
02:03 Enter ଦାବନ୍ତୁ
02:06 ଏଠାରେ, 2 ସ୍ଥାନକୁ ସୂଚିତ କରେ ଯାହା ଦ୍ଵିତୀୟ ଲାଇନ୍ ଅଟେ
02:11 p ଆକ୍ସନକୁ ସୂଚିତ କରେ ଯାହା ପ୍ରିଣ୍ଟିଙ୍ଗ ଅଟେ
02:16 ବର୍ତ୍ତମାନ ଆଉଟପୁଟକୁ ଦେଖନ୍ତୁ
02:18 ଏହା ସମସ୍ତ ଫାଇଲକୁ ପ୍ରଦର୍ଶନ କରିବ କିନ୍ତୁ ଦ୍ଵିତୀୟ ଲାଇନ୍ ଦୁଇଥର ପ୍ରିଣ୍ଟ ହୋଇଥିବା ଲକ୍ଷ୍ୟ କରନ୍ତୁ
02:25 ଏହା ଆକ୍ସନ୍ pର ଡିଫଲ୍ଟ ବିହେଭିଅର୍ ଅଟେ
02:29 କେବଳ ଦ୍ଵିତୀୟ ଲାଇନକୁ ପ୍ରିଣ୍ଟ କରିବା ପାଇଁ,
02:31 ଟାଇପ୍ କରନ୍ତୁ:
02:33 sed ସ୍ପେସ୍ –n ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) 2p ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
02:44 Enter ଦାବନ୍ତୁ
02:46 କେବଳ ଦ୍ଵିତୀୟ ଲାଇନ୍ ପ୍ରିଣ୍ଟ ହୋଇଥିବା ଦେଖିପାରିବେ
02:51 -n, silent modeକୁ ଉପସ୍ଥାପିତ କରେ ଯାହା ସମସ୍ତ ଅଦରକାରୀ ଆଉଟପୁଟକୁ ଉପେକ୍ଷା କରିଥାଏ
02:58 ତା’ପରେ streamରେ ସ୍ଥାନ ପ୍ରଦାନ କରନ୍ତୁ ଯାହାକୁ ଏଡିଟ୍ କିମ୍ବା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି
03:03 ଆମେ ଦ୍ଵିତୀୟ ଲାଇନକୁ ଚୟନ କରିବାକୁ ଚାହୁଁଛୁ
03:07 p, ଆମେ ନେବାକୁ ଥିବା ଆକ୍ସନକୁ ସୂଚିତ କରେ ଯାହା ଦ୍ଵିତୀୟ ଲାଇନକୁ ପ୍ରିଣ୍ଟ କରିବା ପାଇଁ ଅଟେ
03:12 ଏବଂ ଫାଇଲର ନାମ seddemo.txt ଅଟେ
03:18 ଏହା sed କମାଣ୍ଡର ସାଧାରଣ ସିଣ୍ଟାକ୍ସ ଅଟେ
03:21 ବର୍ତ୍ତମାନ ଫାଇଲର ଶେଷ ଲାଇନକୁ ପ୍ରିଣ୍ଟ କରନ୍ତୁ
03:26 ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ
03:29 ବର୍ତ୍ତମାନ ଟାଇପ୍ କରନ୍ତୁ:
03:32 sed ସ୍ପେସ୍ –n ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ (ଡଲାର୍ ଚିହ୍ନ) $p ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
03:42 Enter ଦାବନ୍ତୁ. ଶେଷ ଲାଇନଟି ପ୍ରିଣ୍ଟ ହୋଇଥିବା ଦେଖନ୍ତୁ
03:49 ବର୍ତ୍ତମାନ ଟେକ୍ସଟ ଏଡିଟରକୁ ଫେରିଆସନ୍ତୁ
03:51 ମନେକରନ୍ତୁ ଆମେ 3rd ରୁ 6th ପର୍ଯ୍ୟନ୍ତ ଥିବା ଏଣ୍ଟ୍ରୀଗୁଡିକୁ ପ୍ରିଣ୍ଟ କରିବାକୁ ଚାହୁଁ
03:57 ଏଥି ପାଇଁ ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ:
04:00 sed ସ୍ପେସ୍ –n ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 3 (କମା),6p ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
04:14 Enter ଦାବନ୍ତୁ
04:16 ଆଉଟପୁଟ୍ ତୃତୀୟ ଲାଇନରୁ ଷଷ୍ଠ ଲାଇନ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଛି
04:21 ଯେକୌଣସି ଆକ୍ସନକୁ, ଏହାର ପୂର୍ବରୁ ଗୋଟିଏ ବିସ୍ମୟସୂଚକ ଚିହ୍ନକୁ ବ୍ୟବହାର କରି ବିପରୀତ କରାଯାଇପାରିବ
04:28 ଯେପରି, ଯଦି 3rd ରୁ 6th ବ୍ୟତିତ ଅନ୍ୟ ସମସ୍ତ ଲାଇନଗୁଡିକୁ ପ୍ରିଣ୍ଟ କରିବାକୁ ହୁଏ ତେବେ ଟାଇପ୍ କରନ୍ତୁ: sed ସ୍ପେସ୍ –n ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 3(କମା),6 (ବିସ୍ମୟସୂଚକ ଚିହ୍ନ) !p
04:44 ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
04:51 Enter ଦାବନ୍ତୁ
04:53 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
04:56 ସ୍ଲାଇଡକୁ ଫେରିଆସନ୍ତୁ
04:58 Line addressing ଓ context addressing
05:03 ଏପର୍ଯ୍ୟନ୍ତ, ଫାଇଲ୍ ମଧ୍ୟରେ ଲାଇନଗୁଡିକୁ ନିର୍ଦ୍ଦିଷ୍ଟ କରାଯାଇଛି ଯେଉଁଗୁଡିକ ଉପରେ ଆକ୍ସନ୍ ନେବା ଆବଶ୍ୟକ ହୋଇଛି
05:09 ଏହା line addressing ଭାବେ ପରିଚିତ-
05:12 ଲାଇନର ସଂଖ୍ୟାନୁସାରେ ଆଡ୍ରେସକୁ ନିର୍ଦ୍ଦିଷ୍ଟ କରାଯାଇଛି
05:15 ଆଡ୍ରେସ କରିବା ପାଇଁ ଏହା ଏକ ମାର୍ଗ ଅଟେ
05:18 ଆଡ୍ରେସ କରିବା ପାଇଁ ଅନ୍ୟ ମାର୍ଗ ହେଉଛି Context addressing-
05:22 ଲାଇନଗୁଡିକ ଯାହା ନିର୍ଦ୍ଦିଷ୍ଟ କଣ୍ଟେକ୍ସଟକୁ ଧାରଣ କରିଥାଏ ଯେପରି ନିର୍ଦ୍ଦିଷ୍ଟ ଶବ୍ଦ
05:28 ଯଦି ନିର୍ଦ୍ଦିଷ୍ଟ ଶବ୍ଦକୁ ଧାରଣ କରିଥିବା ଲାଇନଗୁଡିକ ଉପରେ ଆକ୍ସନ୍ ନେବାକୁ ଚାହାଁନ୍ତି ତେବେ context addressingକୁ ବ୍ୟବହାର କରନ୍ତୁ
05:36 ରେଗୁଲାର୍ ଏକ୍ସପ୍ରେସନଗୁଡିକୁ ବ୍ୟବହାର କରାଯାଇପାରିବ
05:39 ଗୋଟିଏ ଉଦାହରଣ ଦେଖନ୍ତୁ
05:42 ଟେକ୍ସଟ ଏଡିଟରକୁ ଫେରିଆସନ୍ତୁ
05:44 ଯେପରି, computers ଶବ୍ଦ ଥିବା ଲାଇନଗୁଡିକୁ ଆମେ ପ୍ରିଣ୍ଟ କରିବାକୁ ଚାହୁଁ
05:50 ଟର୍ମିନଲକୁ ଫେରିଆସନ୍ତୁ
05:53 ବର୍ତ୍ତମାନ ଟାଇପ୍ କରନ୍ତୁ: sed ସ୍ପେସ୍ –n ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front slash (ସ୍କୋୟାର୍ ବ୍ରାକେଟ୍ ଆରମ୍ଭ) [cC] (ସ୍କୋୟାର୍ ବ୍ରାକେଟ୍ ଶେଷ) computers/p ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
06:20 Enter ଦାବନ୍ତୁ
06:23 computers ଶବ୍ଦ ଥିବା ଲାଇନଗୁଡିକ ପ୍ରଦର୍ଶିତ ହୋଇଛି
06:28 ସ୍କୋୟାର୍ ବ୍ରାକେଟଗୁଡିକ ମଧ୍ୟରେ ପ୍ୟାଟର୍ନ ଲେଖାଯାଇଛି
06:31 ଏହା ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଥିବା ଯେକୌଣସି ଗୋଟିଏ କିମ୍ବା ଉଭୟ କ୍ୟାରେକ୍ଟରଗୁଡିକୁ ମେଳ କରିବା ପାଇଁ ଅଟେ
06:36 ଯେତେବେଳେ ଆମେ ପ୍ୟାଟର୍ନଗୁଡିକୁ ମେଳ କରିବା ଆବଶ୍ୟକ କରୁ, ପ୍ୟାଟର୍ନକୁ ଫ୍ରଣ୍ଟ ସ୍ଲାଶଗୁଡିକ ମଧ୍ୟରେ ଟାଇପ୍ କରିବା ଆବଶ୍ୟକ ଅଟେ
06:43 ଏହାକୁ ବିକଳ୍ପ w ବ୍ୟବହାର କରି ଗୋଟିଏ ଫାଇଲରେ ପ୍ରିଣ୍ଟ କରାଯାଇପାରିବ
06:50 ଏଥି ପାଇଁ ଟାଇପ୍ କରନ୍ତୁ:
06:52 sed ସ୍ପେସ୍ -n ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash (ସ୍କୋୟାର୍ ବ୍ରାକେଟ୍ ଆରମ୍ଭ) [cC] (ସ୍କୋୟାର୍ ବ୍ରାକେଟ୍ ଶେଷ) computers/w ସ୍ପେସ୍ computer_student.txt ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
07:18 Enter ଦାବନ୍ତୁ
07:21 ବର୍ତ୍ତମାନ ସମସ୍ତ ମେଳ ହେଉଥିବା ଲାଇନଗୁଡିକ computer_student.txt ଫାଇଲକୁ ସ୍ଥାନାନ୍ତର ହୋଇଯିବ
07:27 କଣ୍ଟେଣ୍ଟକୁ ଦେଖନ୍ତୁ
07:31 ଟାଇପ୍ କରନ୍ତୁ: cat ସ୍ପେସ୍ computer_student.txt
07:38 Enter ଦାବନ୍ତୁ
07:42 ଏଣ୍ଟ୍ରୀଗୁଡିକୁ ଦେଖନ୍ତୁ. ପ୍ୟାଟର୍ନଗୁଡିକୁ ମଧ୍ୟ ପ୍ରାପ୍ତ କରିପାରିବେ ଯାହାକୁ ବିଭିନ୍ନ ଫାଇଲଗୁଡିକରେ ରାଇଟ୍ କରାଯାଇପାରିବ
07:50 ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ
07:52 ଟାଇପ୍ କରନ୍ତୁ: sed ସ୍ପେସ୍ –n ସ୍ପେସ୍ –e ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) (front slash) /electronics/w ସ୍ପେସ୍ electro.txt ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ –e ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) (front slash) /civil/w ସ୍ପେସ୍ civil.txt ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
08:24 Enter ଦାବନ୍ତୁ
08:28 ଅନେକ ମେଥଡଗୁଡିକୁ ସମ୍ମିଳିତ କରିବା ପାଇଁ ଏଠାରେ –e ବ୍ୟବହୃତ ହୋଇଛି
08:34 ଏହି ଶବ୍ଦ electro.txt ଏବଂ civil.txt ନାମକ ଦୁଇଟି ଫାଇଲକୁ ସୃଷ୍ଟି କରିବ
08:41 ସେମାନେ କ’ଣ ଧାରଣ କରିଛନ୍ତି ଦେଖିବା ପାଇଁ ଟାଇପ୍ କରନ୍ତୁ:
08:43 cat ସ୍ପେସ୍ electro.txt
08:49 ଏହା ଶବ୍ଦ electronics ସହିତ ଏଣ୍ଟ୍ରୀଗୁଡିକୁ ପ୍ରଦର୍ଶିତ କରିବ
08:54 ସିଭିଲ୍ ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖନ୍ତୁ
08:58 ଟାଇପ୍ କରନ୍ତୁ: cat ସ୍ପେସ୍ civil.txt
09:01 Enter ଦାବନ୍ତୁ
09:03 ଏହା civil ଶବ୍ଦ ଥିବା ଏଣ୍ଟ୍ରୀଗୁଡିକୁ ପ୍ରଦର୍ଶିତ କରିବ
09:08 ଅନ୍ୟ ଟ୍ୟୁଟୋରିଆଲରେ କମାଣ୍ଡଗୁଡିକର କିଛି ଅଧିକ ସେଟକୁ ଦେଖିବା
09:12 ମୁଁ ସମାନ ପ୍ରୋଗ୍ରାମକୁ ବ୍ୟବହାର କରିବି
09:14 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:18 ସ୍ଲାଇଡକୁ ଫେରିଆସନ୍ତୁ
09:20 ସଂକ୍ଷିପ୍ତରେ,
09:22 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, sed:
09:25 sedକୁ ବ୍ୟବହାର କରି ପ୍ରିଣ୍ଟ କରିବା, Line Addressing,
09:27 Context Addressing
09:30 ଗୋଟିଏ ଆସାଇନମେଣ୍ଟ ଭାବେ,
09:32 ସମାନ ଟେକ୍ସଟ ଫାଇଲ୍ seddemo.txtକୁ ବ୍ୟବହାର କରନ୍ତୁ,
09:35 6th ରୁ 12th ଲାଇନରେ ଥିବା ରେକର୍ଡଗୁଡିକୁ ପ୍ରିଣ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ
09:40 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
09:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:46 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
09:53 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:55 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:00 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:07 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:11 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:18 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:25 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep