Linux/C3/The-grep-command/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, grep କମାଣ୍ଡ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ grep command ଶିଖିବା
00:09 ଏହାକୁ ଆମେ କିଛି ଉଦାହରଣ ସହିତ କରିବା
00:11 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:15 Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍
00:20 ଏବଂ GNU BASH ଭର୍ସନ୍ 4.2.24
00:24 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି
00:32 ପ୍ରାକ୍ ଆବଶ୍ୟକତା ଭାବେ ଆପଣଙ୍କର Linux terminalର ମୌଳିକତା ଜାଣିଥିବା ଆବଶ୍ୟକ
00:36 ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ
00:41 ପ୍ରଥମେ ଚାଲନ୍ତୁ regular expressionଗୁଡିକୁ ଜାଣିବା
00:45 ରେଗୁଲାର୍ ଏକ୍ସପ୍ରେସନଗୁଡିକ ପ୍ୟାଟର୍ନ ମେଳ କରିବା କୌଶଳଗୁଡିକ ଅଟନ୍ତି
00:50 ଯେତେବେଳେ ଗୋଟିଏ ପ୍ୟାଟର୍ନ ଏକ ଲାଇନ୍, ପାରାଗ୍ରଫ କିମ୍ବା ଏକ ଫାଇଲରେ ଅଛି କି ନାହିଁ ବୋଲି ଖୋଜିବାକୁ ପାଡିଥାଏ
00:56 ଉଦାହରଣସ୍ଵରୂପ. ଯଦି ଆପଣ ଟେଲିଫୋନ୍ ଡାଇରେକ୍ଟୋରୀରେ ଗୋଟିଏ ଫୋନ୍ ନମ୍ବରକୁ ଖୋଜିବାକୁ ଚାହାଁନ୍ତି
01:02 କିମ୍ବା ଗୋଟିଏ ପାରାଗ୍ରାଫ କିମ୍ବା ଏକ ଲାଇନରେ ଗୋଟିଏ କୀୱର୍ଡ ଖୋଜନ୍ତି, ସେତେବେଳେ grep command ବ୍ୟବହାର ହୋଇଥାଏ. ଚାଲନ୍ତୁ grepକୁ ଯିବା
01:11 grep, ଏକରୁ ଅକାଧିକ ଲାଇନଗୁଡିକରେ, ପାରାଗ୍ରାଫଗୁଡିକରେ କିମ୍ବା ଗୋଟିଏ ଫାଇଲରେ ଏକରୁ ଅଧିକ ପ୍ୟାଟର୍ନକୁ ଖୋଜିଥାଏ
01:17 ଯଦି ଫାଇଲର ନାମ ଉଲ୍ଲେଖ ନଥାଏ ତେବେ grep, ଷ୍ଟାଣ୍ଡାର୍ଡ ଇନପୁଟରେ ପ୍ୟାଟର୍ନଗୁଡିକୁ ଖୋଜିଥାଏ
01:23 ଯଦି ଫାଇଲର ନାମ ହଜିଯାଇଥାଏ ତେବେ grep, ଷ୍ଟାଣ୍ଡାର୍ଡ ଇନପୁଟରେ ପ୍ୟାଟର୍ନଗୁଡିକୁ ଖୋଜିଥାଏ
01:30 grepdemo.txt ନାମକ ଗୋଟିଏ ଡେମୋ ଫାଇଲକୁ ବ୍ୟବହାର କରି grepର ବ୍ୟବହାରକୁ ପ୍ରଦର୍ଶନ କରାଯିବ
01:37 ଫାଇଲର କଣ୍ଟେଣ୍ଟକୁ ଦେଖନ୍ତୁ
01:40 ଏହା ଗୋଟିଏ ଫାଇଲ୍ ଯେଉଁଥିରେ 13ଟି ଏଣ୍ଟ୍ରୀ ଅଛି
01:44 ପ୍ରତ୍ୟେକ ଏଣ୍ଟ୍ରୀର 6ଟି ଫିଲ୍ଡ ଅଛି: roll number, name, stream, marks ଓ stipend amount
01:52 ଫିଲ୍ଡଗୁଡିକ ଗୋଟିଏ ବାର୍ ଦ୍ଵାରା ଅଲଗା ହୋଇଛନ୍ତି, ଯାହାକୁ ଗୋଟିଏ delimiter କୁହାଯାଏ
01:56 grep କିପରି କାମ କରେ ଚାଲନ୍ତୁ ଦେଖିବା
02:00 ଧରିନିଅନ୍ତୁ computers ଶ୍ରେଣୀରେ କେଉଁ ଛାତ୍ରମାନେ ଅଛନ୍ତି ଜାଣିବା ପାଇଁ ମୁଁ grep କମାଣ୍ଡ ବ୍ୟବହାର କରିବାକୁ ଚାହେଁ
02:07 ଏଥି ପାଇଁ terminalକୁ ଖୋଲିବାକୁ ହେବ
02:10 ତେଣୁ ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T କୀଗୁଡିକୁ ଦାବନ୍ତୁ
02:16 ବର୍ତ୍ତମାନ terminal ଉପରେ ଟାଇପ୍ କରନ୍ତୁ:
02:18 grep ସ୍ପେସ୍ (ଡବଲ୍ କ୍ଵୋଟ୍ ମଧ୍ୟରେ) computers, space grepdemo .txt
02:27 Enter ଦାବନ୍ତୁ. ଏହା ସେହି ଏଣ୍ଟ୍ରୀଗୁଡିକୁ ତାଲିକାଭୁକ୍ତ କରିବ ଯେଉଁଠି ଶ୍ରେଣୀ computers ଅଟେ
02:33 ବର୍ତ୍ତମାନ ପରିଣାମକୁ ଅସଲ ଫାଇଲ୍ ସହିତ ତୁଳନା କରନ୍ତୁ
02:37 ଟେକ୍ସଟ ଏଡିଟରକୁ ଫେରିଆସନ୍ତୁ
02:40 ଏହା ଦେଖାଗଲା ଯେ Zubinର ଏଣ୍ଟ୍ରୀ ତାଲିକାଭୁକ୍ତ ହୋଇନାହିଁ
02:45 ଏହା କାହିଁକି ହେଲା? ଏହାର କାରଣ grep ଛୋଟ c ସହିତ computers ପ୍ୟାଟର୍ନକୁ ଖୋଜୁଥିଲା
02:52 ଯେତେବେଳେ କି Zubin ପାଇଁ Computersର ଶ୍ରେଣୀ ଗୋଟିଏ କ୍ୟାପିଟାଲ୍ Cରେ ଅଛି
02:57 ପ୍ୟାଟର୍ନ ମେଳ ହେବା case sensitive ଅଟେ
03:00 ଏହାକୁ case insensitive କରିବା ପାଇଁ, grep ସହିତ ବିକଳ୍ପ minus i (-i) କୁ ବ୍ୟବହାର କରିବାକୁ ହେବ
03:06 ଟର୍ମିନଲକୁ ଫେରିଆସନ୍ତୁ, ବର୍ତ୍ତମାନ ଟାଇପ୍ କରନ୍ତୁ: grep ସ୍ପେସ୍ (minus) i ସ୍ପେସ୍ (ଡବଲ୍ କ୍ଵୋଟ୍ ମଧ୍ୟରେ) computers ସ୍ପେସ୍ grepdemo.txt
03:20 Enter ଦାବନ୍ତୁ. ବର୍ତ୍ତମାନ ଏହା ସମସ୍ତ ଚାରୋଟି ଏଣ୍ଟ୍ରୀକୁ ତାଲିକାଭୁକ୍ତ କରିଦେବ
03:25 ତେଣୁ ଆମେ ଦେଖିଲେ, grep କେବଳ ସେହି ଫାଇଲଗୁଡିକୁ ତାଲିକାଭୁକ୍ତ କରେ ଯାହା ଗୋଟିଏ ପ୍ରଦତ୍ତ ପ୍ୟାଟର୍ନ ସହିତ ମେଳ ହେଉଥାଏ
03:32 ବିପରୀତ କରିପାରିବେ
03:34 କେବଳ ସେହି ଲାଇନଗୁଡିକୁ ତାଲିକାଭୁକ୍ତ କରିବା ଯାହା ପ୍ୟାଟର୍ନ ସହିତ ମେଳ ହେଉ ନ’ଥିବ, ଏହା କରିବା ପାଇଁ grepକୁ ସକ୍ଷମ କରିବା
03:40 ସେଥି ପାଇଁ ବିକଳ୍ପ minus v ଅଛି
03:43 ଧରିନିଅନ୍ତୁ, ସେହି ଛାତ୍ରମାନଙ୍କର ଏଣ୍ଟ୍ରୀକୁ ତାଲିକାଭୁକ୍ତ କରନ୍ତୁ ଯେଉଁମାନେ ପାସ୍ କରିନହାଁନ୍ତି
03:48 ଏହି ପରିଣାମକୁ ଅନ୍ୟ ଏକ ଫାଇଲରେ ମଧ୍ୟ ଷ୍ଟୋର୍ କରାଯାଇପାରିବ
03:52 ଏଥିପାଇଁ ଟାଇପ୍ କରନ୍ତୁ: grep ସ୍ପେସ୍ minus iv ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ pass, ସ୍ପେସ୍ grepdemo.txt ସ୍ପେସ୍ greater than ଚିହ୍ନ ସ୍ପେସ୍ notpass.txt
04:11 Enter ଦାବନ୍ତୁ. ଫାଇଲର କଣ୍ଟେଣ୍ଟକୁ ଦେଖିବା ପାଇଁ ଟାଇପ୍ କରନ୍ତୁ : cat ସ୍ପେସ୍ notpass.txt
04:20 Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହେବ
04:24 ବର୍ତ୍ତମାନ promptରେ ଟାଇପ୍ କରନ୍ତୁ:
04:26 grep ସ୍ପେସ୍ minus i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ fail ସ୍ପେସ୍ grepdemo.txt
04:37 ଏବଂ Enter ଦାବନ୍ତୁ. ଏହା ଭିନ୍ନ ଅଟେ
04:41 ଏହା ଫେଲ୍ ହୋଇଥିବା ଛାତ୍ରମାନଙ୍କୁ ସଂଯୁକ୍ତ କରିବ କିନ୍ତୁ ସେମାନଙ୍କର ପରିଣାମ ଅସମ୍ପୂର୍ଣ୍ଣ ଅଟେ
04:46 ଯଦି ଆପଣ ଫାଇଲରେ ଲାଇନ୍ ନମ୍ବରକୁ ଦେଖିବାକୁ ଚାହାଁନ୍ତି ଯେଉଁଠି ବିକଳ୍ପ minus n ଥିବା ଏଣ୍ଟ୍ରୀଗୁଡିକ ତାଲିକାଭୁକ୍ତ ଅଛନ୍ତି
04:54 ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ
04:58 ବର୍ତ୍ତମାନ ଟାଇପ୍ କରନ୍ତୁ grep ସ୍ପେସ୍ -in ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ fail ସ୍ପେସ୍ grepdemo.txt
05:09 Enter ଦାବନ୍ତୁ
05:11 ଲାଇନ୍ ନମ୍ବର୍ ପ୍ରଦର୍ଶିତ ହେବ
05:15 ପ୍ୟାଟର୍ନଗୁଡିକ ସିଙ୍ଗଲ୍ ୱର୍ଡ ବିଶିଷ୍ଟ ଅଟନ୍ତି
05:18 ଏହିପରି ଆମ ପାଖରେ multi-word ପ୍ୟାଟର୍ନଗୁଡିକ ରହିପାରନ୍ତି
05:21 କିନ୍ତୁ ସମଗ୍ର ପ୍ୟାଟର୍ନ ନିଶ୍ଚିତରୂପେ କ୍ଵୋଟ୍ ମଧ୍ୟରେ ରହିବା ଆବଶ୍ୟକ ଅଟେ
05:24 ତେଣୁ ଟାଇପ୍ କରନ୍ତୁ: grep ସ୍ପେସ୍ minus i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ ankit ସ୍ପେସ୍ saraf ସ୍ପେସ୍ grepdemo.txt
05:38 Enter ଦାବନ୍ତୁ
05:40 Ankit Sarafର ରେକର୍ଡ ପ୍ରଦର୍ଶିତ ହୋଇଥିବା ଦେଖିପାରିବେ
05:44 ମଲ୍ଟିପଲ୍ ଫାଇଲଗୁଡିକରେ ପ୍ୟାଟର୍ନଗୁଡିକୁ ମଧ୍ୟ ଖୋଜିପାରିବା
05:48 ଏଥି ପାଇଁ ଟାଇପ୍ କରନ୍ତୁ: grep ସ୍ପେସ୍ minus i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ fail grepdemo.txt ସ୍ପେସ୍ notpass.txt
06:03 Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
06:07 ମଲ୍ଟିପଲ୍ ଫାଇଲଗୁଡିକ ସହିତ, grep ଫାଇଲର ନାମକୁ ଲେଖିଦେବ ଯେଉଁଠି ଏଣ୍ଟ୍ରୀ ପ୍ରାପ୍ତ ହୋଇଥିଲା. grepdemo.txt ଓ notpass.txt
06:18 ଏଗୁଡିକ notpass.txt ଫାଇଲରୁ ଏବଂ ଏଗୁଡିକ grepdemo.txt ଫାଇଲରୁ ପ୍ରାପ୍ତ ହୋଇଥିବା ରେକର୍ଡଗୁଡିକ ଅଟନ୍ତି
06:26 ଧରିନିଅନ୍ତୁ, ଆମେ କେବଳ number of matches କିମ୍ବା countକୁ ଜାଣିବାକୁ ଚାହୁଁ
06:31 ସେଥି ପାଇଁ, ବିକଳ୍ପ minus c ଅଛି
06:35 ତେଣୁ ଟାଇପ୍ କରନ୍ତୁ: grep ସ୍ପେସ୍ minus c ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ Fail ଗୋଟିଏ କ୍ୟାପିଟାଲ୍ F ସହିତ ସ୍ପେସ୍ grepdemo.txt
06:48 Enter ଦାବନ୍ତୁ
06:50 ଏହା ଲାଇନ୍ ମେଳ ହେଉଥିବା ସଂଖ୍ୟାର count ପ୍ରଦାନ କରିବ
06:55 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:59 ସଂକ୍ଷିପ୍ତରେ
07:01 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
07:03 ଗୋଟିଏ ଫାଇଲର କଣ୍ଟେଣ୍ଟକୁ ଦେଖିବା ଉଦାହରଣ cat filename
07:07 ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀର ଏଣ୍ଟ୍ରୀଗୁଡିକର ତାଲିକା ଉଦାହରଣ grep computers grepdemo.txt
07:14 କେସଗୁଡିକୁ ଉପେକ୍ଷା କରିବା ଉଦାହରଣ grep -i computers grepdemo.txt
07:21 ଲାଇନଗୁଡିକ ଯାହା ପ୍ୟାଟର୍ନ ସହିତ ମେଳ ହେଉ ନ’ଥିବ ଉଦାହରଣ grep -iv pass grepdemo.txt
07:30 ଏଣ୍ଟ୍ରୀଗୁଡିକ ସହିତ ଲାଇନ୍ ସଂଖ୍ୟାଗୁଡିକର ତାଲିକା କରିବା ଉଦାହରଣ grep -in fail grepdemo.txt
07:38 ପରିଣାମକୁ ଅନ୍ୟ ଏକ ଫାଇଲରେ ଷ୍ଟୋର୍ କରିବା ଉଦାହରଣ grep -iv pass grepdemo.txt > notpass.txt
07:50 ଏବଂ କାଉଣ୍ଟକୁ ଜାଣିବା ଉଦାହରଣ grep -c Fail grepdemo.txt
07:57 ଗୋଟିଏ ଆସାଇନମେଣ୍ଟ ଭାବେ, -E, + and ? ଭଳି ଅନ୍ୟ କିଛି କମାଣ୍ଡକୁ ଆବିଷ୍କାର କରନ୍ତୁ
08:04 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
08:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:10 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:16 * ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
08:19 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:23 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:30 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:40 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:45 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep