LibreOffice-Suite-Impress/C3/Slide-Creation/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ କ୍ରିଏଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା: ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋଜ୍
00:16 ଦର୍ଶକଙ୍କ ସାମ୍ନାରେ ସ୍ଲାଇଡ୍ସ ଉପସ୍ଥାପିତ କରିବା ପାଇଁ ସ୍ଲାଇଡ୍ ଶୋର ବ୍ୟବହାର କରାଯାଏ
00:21 ଡେସ୍କଟପ୍ କିମ୍ୱା ପ୍ରୋଜେକ୍ଟର୍‌ରେ ସ୍ଲାଇଡ୍ ଶୋ ଦେଖାଯାଇପାରିବ
00:25 ସ୍ଲାଇଡ୍ ଶୋ, ସମ୍ପୂର୍ଣ୍ଣ କମ୍ପ୍ୟୁଟର୍ ସ୍କ୍ରୀନ୍ ଅଧିକାର କରିଥାଏ
00:30 ସ୍ଲାଇଡ୍ ଶୋ ମୋଡ୍‌ରେ ପ୍ରେଜେଣ୍ଟେଶନ୍‌କୁ ଏଡିଟ୍ କରିହୁଏ ନାହିଁ
00:34 ସ୍ଲାଇଡ୍ ଶୋ କେବଳ ପ୍ରଦର୍ଶନ ପାଇଁ ଅଟେ
00:38 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00:43 ଏହି ପ୍ରେଜେଣ୍ଟେଶନ୍‌କୁ ଏକ Slide Show ଭାବରେ ଦେଖନ୍ତୁ
00:47 Main ମେନୁରୁ, Slide Show ଉପରେ ଓ ତା’ପରେ Slide Show ଉପରେ କ୍ଲିକ୍ କରନ୍ତୁ
00:53 ବିକଳ୍ପ ଭାବରେ, ସ୍ଲାଇଡ୍ ଶୋ ଆରମ୍ଭ କରିବା ପାଇଁ ଆପଣ F5 ଫଙ୍କ୍ସନ୍ କୀ ବ୍ୟବହାର କରିପାରିବେ
01:00 ପ୍ରେଜେଣ୍ଟେଶନ୍‌ଟି ଏକ ସ୍ଲାଇଡ୍ ଶୋ ଭାବରେ ପ୍ରଦର୍ଶିତ ହେଲା
01:04 କୀ’ବୋର୍ଡର ଏରୋ ବଟନ୍ସ ବ୍ୟବହାର କରି ଆପଣ ସ୍ଲାଇଡ୍ସ ମଧ୍ୟରେ ନେଭିଗେଟ୍ କରିପାରିବେ
01:10 ବିକଳ୍ପ ଭାବରେ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରି Next ସିଲେକ୍ଟ କରନ୍ତୁ
01:16 ଏହା ଆପଣଙ୍କୁ ପରବର୍ତ୍ତୀ ସ୍ଲାଇଡ୍‌କୁ ନେଇଯିବ
01:20 ସ୍ଲାଇଡ୍ ଶୋରୁ ବାହାରିବା ପାଇଁ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରନ୍ତୁ ଓ End Show ସିଲେକ୍ଟ କରନ୍ତୁ
01:28 Escape ବଟନ୍ ଦାବିବା ହେଉଛି ଅନ୍ୟଏକ ମାର୍ଗ
01:33 Mouse pointer as pen ଅପ୍ସନ୍ ବ୍ୟବହାର କରି ଆପଣ ନିଜ ଦର୍ଶକମାନଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ
01:40 ଏହି ଅପ୍ସନ୍‌କୁ ଏନାବଲ୍ କରି ଦେଖିବା କ’ଣ ହେଉଛି
01:45 Main ମେନୁରୁ Slide showରେ କ୍ଲିକ୍ କରି Slide Show Settingsରେ କ୍ଲିକ୍ କରନ୍ତୁ
01:51 Slide Show ଡାୟଲଗ୍ ବକ୍ସ ଦେଖାଦେବ
01:54 Optionsରେ, Mouse Pointer visible ଓ Mouse Pointer as Pen ବକ୍ସଗୁଡ଼ିକ ଚେକ୍ କରନ୍ତୁ
02:02 ଡାୟଲଗ୍ ବକ୍ସ ବନ୍ଦ କରିବାକୁ OK କ୍ଲିକ୍ କରନ୍ତୁ
02:06 ପୁଣିଥରେ, Main ମେନୁରୁ Slide Show ଉପରେ କ୍ଲିକ୍ କରି Slide Showରେ କ୍ଲିକ୍ କରନ୍ତୁ
02:13 ଦେଖନ୍ତୁ କର୍ସର୍‌ଟି ଏବେ ଏକ ପେନ୍‌ରେ ପରିବର୍ତ୍ତିତ ହୋଇଗଲା
02:17 ଏହି ଅପ୍ସନ୍, ସ୍ଲାଇଡ୍ ଶୋ ମୋଡ୍‌ରେ ଥିବାବେଳେ ପ୍ରେଜେଣ୍ଟେଶନ୍‌ରେ ଲେଖିବା କିମ୍ୱା ଡ୍ର’ କରିବାରେ ସାହାଯ୍ୟ କରିଥାଏ
02:24 ଆପଣ ଯେତେବେଳେ ବାମ ମାଉସ୍ ବଟନ୍ ଦାବିବେ, ପେନ୍‌ରେ ସ୍କେଚ୍ କରିପାରିବେ
02:29 ଚାଲନ୍ତୁ, ପ୍ରଥମ ପଏଣ୍ଟରେ ଗୋଟିଏ ମୋଟା ଚିହ୍ନ ଆଙ୍କିବା
02:34 ଏହି ଆସାଇନ୍‌ମେଣ୍ଟ କରିବାକୁ ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରନ୍ତୁ
02:38 ଇମ୍ପ୍ରେସ୍ ସ୍ଲାଇଡ୍‌ରେ ଏକ ଛୋଟ ଡାଏଗ୍ରାମ୍ ଡ୍ର’ କରିବାକୁ ସ୍କେଚ୍ ପେନ୍ ବ୍ୟବହାର କରନ୍ତୁ
02:47 ଏବେ, ମାଉସ୍ ବଟନ୍‌ରେ ବାମ କ୍ଲିକ୍ କରନ୍ତୁ. ପରବର୍ତ୍ତୀ ସ୍ଲାଇଡ୍ ପ୍ରଦର୍ଶିତ ହେଲା
02:52 ଆପଣ Space Bar ପ୍ରେସ୍ କରି ମଧ୍ୟ ପରବର୍ତ୍ତୀ ସ୍ଲାଇଡ୍‌କୁ ଯାଇପାରିବେ
02:57 ସ୍ଲାଇଡ୍ ଶୋ’ରୁ ବାହାରି ଆସନ୍ତୁ. କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରି End Show କ୍ଲିକ୍ କରନ୍ତୁ
03:05 ଏବେ, Slide Transitions ବିଷୟରେ ଶିଖିବା
03:09 Slide Transitions କ’ଣ?
03:12 ଟ୍ରାଞ୍ଜିସନ୍ସ ହେଉଛି ଇଫେକ୍ଟସ୍, ଯାହା ଏକ ପ୍ରେଜେଣ୍ଟେଶନ୍‌ରେ ଗୋଟିଏ ସ୍ଲାଇଡ୍‌ରୁ ପରବର୍ତ୍ତୀ ସ୍ଲାଇଡ୍‌କୁ ଟ୍ରାଞ୍ଜିସନ୍ କରିବା କିମ୍ୱା ଯିବା ସମୟରେ ସ୍ଲାଇଡ୍ସରେ ଲାଗୁହୁଏ
03:22 Main ପେନ୍‌ରୁ Slide Sorter ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
03:26 ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସ ଏଠାରେ ପ୍ରଦର୍ଶିତ ହେଲା
03:31 ଏହି ଭ୍ୟୁରେ, ଏକ ପ୍ରେଜେଣ୍ଟେଶନ୍‌ରେ ଆପଣ ସହଜରେ ସ୍ଲାଇଡ୍‌ଗୁଡ଼ିକର କ୍ରମ ବଦଳାଇପାରିବେ
03:37 ସ୍ଲାଇଡ୍ 1 ସିଲେକ୍ଟ କରନ୍ତୁ
03:40 ଏବେ, ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ. ସ୍ଲାଇଡ୍ ତିନି ଓ ଚାରି ମଧ୍ୟରେ ସ୍ଲାଇଡ୍‌କୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
03:48 ସ୍ଲାଇଡ୍‌ଗୁଡ଼ିକ ପୁନଃବ୍ୟବସ୍ଥିତ ହୋଇଗଲା
03:52 ଏହି ଆକ୍ସନ୍‌କୁ Undo କରିବା ପାଇଁ CTRL+Z ଦାବନ୍ତୁ
03:57 ଆପଣ ଗୋଟିଏ ଥରରେ ପ୍ରତ୍ୟେକ ସ୍ଲାଇଡ୍‌ରେ ବିଭିନ୍ନ ଟ୍ରାଞ୍ଜିସନ୍ସ ଆଡ୍ କରିପାରିବେ
04:02 Slide Sorter ଭ୍ୟୁରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
04:06 ଏବେ, Task ପେନ୍‌ରୁ Slide Transitionsରେ କ୍ଲିକ୍ କରନ୍ତୁ
04:13 Apply to selected slidesରେ ସ୍କ୍ରୋଲ୍ କରି Wipe Up ସିଲେକ୍ଟ କରନ୍ତୁ
04:19 ଦେଖନ୍ତୁ, ଟ୍ରାଞ୍ଜିଶନ୍ ଇଫେକ୍ଟ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
04:24 Speed drop down menuରୁ ଅପ୍ସନ୍ସ ଚୟନ କରି ଆପଣ ଟ୍ରାଞ୍ଜିଶନ୍ ସ୍ପୀଡ୍ ନିୟନ୍ତ୍ରଣ କରିପାରିବେ
04:31 Modify Transitionsରେ Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ. Medium କ୍ଲିକ୍ କରନ୍ତୁ
04:39 ଚାଲନ୍ତୁ ଏବେ, ଟ୍ରାଞ୍ଜିଶନ୍‌ରେ ଏକ ସାଉଣ୍ଡ ସେଟ୍ କରିବା
04:43 Modify Transitionsରେ Sound ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Beam ଚୟନ କରନ୍ତୁ
04:52 ସେହିପରି, ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
04:56 Task ପେନ୍‌ରେ Slide Transitions ଉପରେ କ୍ଲିକ୍ କରନ୍ତୁ
05:00 Apply to selected slidesରେ wheel clockwise, 4 spokes ସିଲେକ୍ଟ କରନ୍ତୁ
05:08 ଏବେ, Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Medium ସିଲେକ୍ଟ କରନ୍ତୁ
05:13 ତା’ପରେ Sound ଡ୍ରପ୍ ଡାଉନ୍ ବକ୍ସରୁ Applause ଚୟନ କରନ୍ତୁ
05:21 ଏବେ, ଆମେ ତିଆରି କରିଥିବା ଟ୍ରାଞ୍ଜିଶନ୍ ଇଫେକ୍ଟର ପ୍ରିଭ୍ୟୁ ଦେଖିବା
05:25 Play କ୍ଲିକ୍ କରନ୍ତୁ
05:28 ଏବେ ଆମେ, କିପରି ଆନିମେଟ୍ ଓ ଗୋଟିଏ ସ୍ଲାଇଡ୍ ଟ୍ରାଞ୍ଜିଶନ୍ ସହ ଏକ ସାଉଣ୍ଡ ଇଫେକ୍ଟ କିପରି ଆଡ୍ କରାଯାଏ, ଶିଖିଲେ
05:35 ଅଟୋମେଟିକାଲୀ ଆଗକୁ ବଢୁଥିବା ପ୍ରେଜେଣ୍ଟେଶନ୍ କ୍ରିଏଟ୍ କିପରି କରାଯାଏ, ବର୍ତ୍ତମାନ ଆମେ ଶିଖିବା
05:42 Task ପେନ୍‌ରୁ Slide Transitions କ୍ଲିକ୍ କରନ୍ତୁ
05:46 Transition Typeରୁ Checkerboard Down ସିଲେକ୍ଟ କରନ୍ତୁ
05:50 Speed ଡ୍ରପ୍ ଡାଉନ୍‌ରେ Medium ସିଲେକ୍ଟ କରନ୍ତୁ
05:55 Sound ଡ୍ରପ୍ ଡାଉନ୍‌ରୁ Gong ସିଲେକ୍ଟ କରନ୍ତୁ
06:00 Loop Until Next Sound ଚେକ୍ କରନ୍ତୁ
06:04 Automatically After ରେଡିଓ ବଟନ୍ କ୍ଲିକ୍ କରନ୍ତୁ
06:09 1 sec ଭାବରେ ଟାଇମ୍ ସିଲେକ୍ଟ କରନ୍ତୁ
06:14 Apply to all Slides ଉପରେ କ୍ଲିକ୍ କରନ୍ତୁ
06:18 ଧ୍ୟାନଦିଅନ୍ତୁ, Apply to all Slides ବଟନ୍‌ରେ କ୍ଲିକ୍ କଲେ ସମାନ ଟ୍ରାଞ୍ଜିଶନ୍ ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
06:25 ଏହି ମାର୍ଗରେ ଆମକୁ ପ୍ରତ୍ୟେକ ସ୍ଲାଇଡ୍‌ରେ ପୃଥକ୍ ଭାବେ ଟ୍ରାଞ୍ଜିଶନ୍ ଆଡ୍ କରିବା ଦରକାର ନାହିଁ
06:31 ମେନ୍ ମେନୁରୁ Slide Show ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Slide Show ସିଲେକ୍ଟ କରନ୍ତୁ
06:38 ଦେଖନ୍ତୁ, ସ୍ଲାଇଡ୍‌ଗୁଡ଼ିକ ଅଟୋମେଟିକାଲୀ ଆଗକୁ ବଢୁଛନ୍ତି
06:49 ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
06:54 ଏବେ ଆମେ, ଏପରି ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା ବିଷୟରେ ଶିଖିବା, ଯାହା ଅଟୋମେଟିକାଲୀ ଆଗକୁ ବଢିବ, ହେଲେ ପ୍ରତ୍ୟେକ ସ୍ଲାଇଡ୍ ପାଇଁ ଭିନ୍ନ ପ୍ରଦର୍ଶନ ସମୟ ସହିତ
07:03 ଯେତେବେଳେ ପ୍ରେଜେଣ୍ଟେଶନ୍‌ରେ ଥିବା କିଛି ସ୍ଲାଇଡ୍‌ଗୁଡ଼ିକର କଣ୍ଟେଣ୍ଟ ବଡ଼ ଥିବ କିମ୍ୱା ଅଧିକ ଜଟିଳ ଥିବ, ସେତେବେଳେ ଏହା ଉପଯୋଗୀ ଅଟେ
07:13 ମେନ୍ ପେନ୍‌ରୁ ପ୍ରଥମେ Slide Sorter ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
07:18 ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
07:21 Task ପେନ୍‌କୁ ଯାଆନ୍ତୁ
07:24 Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
07:29 Automatically after ଫିଲ୍ଡରେ 2 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
07:37 ମେନ୍ ପେନ୍‌ରୁ ତୃତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
07:42 Task ପେନ୍‌କୁ ଯାଆନ୍ତୁ
07:44 Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
07:49 Automatically after ଫିଲ୍ଡରେ 3 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
07:57 ଚତୁର୍ଥ ସ୍ଲାଇଡ୍ ସିଲେକ୍ଟ କରି ପୂର୍ବ ସ୍ଲାଇଡ୍‌ଗୁଡ଼ିକରେ କରିଥିବା ପରି ସମାନ ପଦକ୍ଷେପ ପାଳନ କରନ୍ତୁ ଓ ଟାଇମ୍‌କୁ 4 ସେକେଣ୍ଡସ୍‌କୁ ପରିବର୍ତ୍ତନ କରନ୍ତୁ
08:08 ମେନ୍ ମେନୁରୁ Slide Show ରେ କ୍ଲିକ୍ କରିବା ପରେ Slide Show ଉପରେ କ୍ଲିକ୍ କରନ୍ତୁ
08:13 ଦେଖନ୍ତୁ, ପ୍ରତ୍ୟେକ ସ୍ଲାଇଡ୍ ଭିନ୍ନ ସମୟ ଦୀର୍ଘତାରେ ପ୍ରଦର୍ଶିତ ହେଲା
08:19 ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
08:24 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋ’ ବିଷୟରେ ଶିଖିଲେ
08:37 ଏକ ଆସାଇନ୍‌ମେଣ୍ଟ ଭାବେ
08:40 ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ
08:42 ଏକ wheel clockwise ଆଡ୍ କରନ୍ତୁ
08:46 Gong ସାଉଣ୍ଡ ସହିତ ୨ୟ ଓ ୩ୟ ସ୍ଲାଇଡ୍ ପାଇଁ ମିଡିୟମ୍ ସ୍ପୀଡ୍‌ରେ 2 ସ୍ପୋକ୍ ଟ୍ରାଞ୍ଜିଶନ୍ ଦିଅନ୍ତୁ
08:54 ଏକ ଅଟୋମେଟିକ୍ ସ୍ଲାଇଡ୍ ଶୋ କ୍ରିଏଟ୍ କରନ୍ତୁ
08:58 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:04 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
09:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:18 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
09:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
09:48 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep