LibreOffice-Suite-Impress/C2/Printing-a-Presentation-Document/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ ପ୍ରିଣ୍ଟ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ପ୍ରିଣ୍ଟିଙ୍ଗ୍ ର ବିଭିନ୍ନ ଅପ୍ସନ୍
00:11 ସ୍ଲାଇଡ୍ ହ୍ୟାଣ୍ଡଆଉଟ୍ ଓ ଆଉଟ୍ ଲାଇନ୍ ବିଷୟରେ ଶିଖିବା
00:16 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:25 ବେଳେବେଳେ ଆପଣଙ୍କୁ ନିଜ ପ୍ରେଜେଣ୍ଟେଶନ୍ ର ହାର୍ଡକପୀ ପ୍ରିଣ୍ଟ୍ କରିବାକୁ ହୋଇଥାଏ |
00:29 ଉଦାହରଣସ୍ୱରୂପ, ଆପଣ ନିଜ ଅଡିଆନ୍ସକୁ ପରବର୍ତ୍ତୀ ରେଫରେନ୍ସ ପାଇଁ ପ୍ରେଜେଣ୍ଟେଶନ୍ ର କପୀ ଦେବାକୁ ଚାହିଁପାରନ୍ତି |
00:35 ତେଣୁ ପ୍ରଥମେ, ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ ଉପରେ ଡବଲ୍ କ୍ଲିକ୍ କରି, ତାକୁ ଖୋଲନ୍ତୁ |
00:41 ସ୍ଲାଇଡ୍ ଗୁଡ଼ିକର ପ୍ରିଣ୍ଟ୍ ନେବାପାଇଁ, ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ | ବିକଳ୍ପ ଭାବେ, CTRL + Pକୁ ଏକାସାଙ୍ଗରେ ଦାବନ୍ତୁ |
00:50 ଜେନେରାଲ୍ ଓ ଅପ୍ସନ୍ସ ଟ୍ୟାବ୍ ରେ ଥିବା ସେଟିଙ୍ଗ୍ସ ବିଷୟରେ ଜାଣିବା ପାଇଁ
00:55 ଦୟାକରି ଲିବର୍ ଅଫିସ୍ ରାଇଟର୍ ସିରିଜ୍ ର ଡକ୍ୟୁମେଣ୍ଟ୍ ଦେଖିବା ଓ ପ୍ରିଣ୍ଟ୍ କରିବା ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:02 ଡକ୍ୟୁମେଣ୍ଟ୍ ଫିଲ୍ଡରେ ପ୍ରିଣ୍ଟ୍ ତଳେ ଥିବା ଜେନେରାଲ୍ ଟ୍ୟାବ୍ ରେ, ଇମ୍ପ୍ରେସ୍ ପାଇଁ ବିଶେଷ ଥିବା ବିଭିନ୍ନ ଅପ୍ସନ୍ସ ଦେଖୁ |
01:09 ନିଜ ଇଚ୍ଛାନୁସାରେ ଆମ ସ୍ଲାଇଡ୍ ଗୁଡ଼ିକୁ ପ୍ରିଣ୍ଟ୍ କରିବା ପାଇଁ ଏହିସବୁ ସ୍ଲାଇଡ୍ ସାହାଯ୍ୟ କରିଥାଏ |
01:15 ସ୍ଲାଇଡ୍ ହ୍ୟାଣ୍ଡଆଉଟ୍ ନୋଟ୍ସ ଓ ଆଉଟ୍ ଲାଇନ୍ | ଆମେ ସ୍ଲାଇଡ୍ ଅପ୍ସନ୍ ଚୟନ କରିବା |
01:22 ଏବେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
01:26 ଏଠାରେ ଆପଣ, ପ୍ରିଣ୍ଟ୍ କରିବାକୁ ଚାହୁଁଥିବା ସ୍ଲାଇଡ୍ ର ପାର୍ଟ୍ସ, ପ୍ରିଣ୍ଟ୍ କଲର୍ ଓ ସାଇଜ୍ ଚୟନ କରିପାରିବେ |
01:34 କଣ୍ଟେଣ୍ଟ୍ ତଳେ, ସ୍ଲାଇଡ୍ ନାମ, ତାରିଖ ଓ ସମୟ ଏବଂ ହିଡିନ୍ ପେଜେସ୍ ସିଲେକ୍ଟ କରିବା |
01:41 ଟେକ୍ସଟ୍ ଯେପରି ବର୍ଣ୍ଣନା କରେ, ଏହିସବୁ ସ୍ଲାଇଡ୍ ର ନାମ, ତାରିଖ ଓ ସମୟ ଏବଂ ଯଦି କିଛି ହିଡିନ୍ ପେଜେସ୍ ଥାଏ, ସେସବୁକୁ ପ୍ରିଣ୍ଟ୍ କରିବ |
01:49 କଲର୍ ତଳେ ଆସନ୍ତୁ, ଗ୍ରେ-ସ୍କେଲ୍ ସିଲେକ୍ଟ କରିବା |
01:53 ଟେକ୍ସଟ୍ ଯେପରି ବର୍ଣ୍ଣନା କରେ, ଅନ୍ୟ ଅପ୍ସନ୍ ଟି ସ୍ଲାଇଡ୍ କୁ ତାହାର ଅରିଜିନାଲ୍ କଲର୍ କିମ୍ୱା ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ରେ ପ୍ରିଣ୍ଟ୍ କରିବ |
02:00 ଓ ସାଇଜ୍ ତଳେ, ଫିଟ୍ ଟୁ ପ୍ରିଣ୍ଟେବଲ୍ ପେଜ୍ ସିଲେକ୍ଟ କରିବା | ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ ରେ ଥିବା ଅନ୍ୟ ସାଇଜ୍ ଅପ୍ସନ୍ ଗୁଡ଼ିକୁ ଆପଣ ନିଜେ ଏକ୍ସପ୍ଲୋର୍ କରିପାରିବେ |
02:10 କେଉଁ ଉଦ୍ଦେଶ୍ୟ ପାଇଁ ଆପଣଙ୍କୁ ପ୍ରିଣ୍ଟ୍ ଆଉଟ୍ ଦରକାର, ତାହା ଉପରେ ଭିତ୍ତି କରି, ପେଜ୍ ଲେଆଉଟ୍ ଟ୍ୟାବ୍ ରେ ବିଭିନ୍ନ ଅପ୍ସନ୍ସ ଉପଲବ୍ଧ ଅଛି |
02:18 ଧରନ୍ତୁ, ଗୋଟିଏ ପ୍ରିଣ୍ଟ୍ ଆଉଟ୍ ପେଜ୍ ରେ ଆପଣ ଅନେକ ସଂଖ୍ୟକ ସ୍ଲାଇଡ୍ସ ରଖିବାକୁ ଚାହୁଁଛନ୍ତି |
02:23 ତେଣୁ, ପର୍ ଶୀଟ୍ ପେଜେସ୍ ସିଲେକ୍ଟ କରନ୍ତୁ | ଡିଫଲ୍ଟ ଭାବରେ ଏହା ପେଜ୍ ପିଛା ୧ ସ୍ଲାଇଡ୍ ପ୍ରିଣ୍ଟ୍ କରେ |
02:29 ଏଠାରେ, ପେଜ୍ ର ଏକ ଛୋଟ ପ୍ରିଭ୍ୟୁ ଦେଖାଯାଉଛି |
02:33 ଡ୍ରପ୍-ଡାଉନ୍ ଏରୋରେ କ୍ଲିକ୍ କରି ଗୋଟିଏ ପେଜ୍ ରେ ଆପଣ କେତୋଟି ପେଜ୍ ପ୍ରିଣ୍ଟ୍ କରିବାକୁ ଚାହୁଁଛନ୍ତି, ତାହାର ସଂଖ୍ୟା ଚୟନ କରନ୍ତୁ |
02:39 ଯଦି ୨ ଚୟନ କରାଯାଏ, ତେବେ ଆମେ ପ୍ରିଭ୍ୟୁରେ ୨ଟି ପେଜ୍ ଦେଖିବା | ଯଦି ୬ ଚୟନ କରାଯାଏ, ତେବେ ୬ଟି ପେଜ୍ ଦେଖିପାରିବା |
02:48 ଡ୍ର’ ଏ ବର୍ଡର୍ ଆରାଉଣ୍ଡ୍ ଇଚ୍ ପେଜ୍ ଅପ୍ସନ୍ ଚେକ୍ କଲେ, ପ୍ରିଣ୍ଟିଙ୍ଗ୍ ସମୟରେ ପ୍ରତ୍ୟେକ ପେଜ୍ ଚାରିପଟେ ଏକ କଳା ବର୍ଡର୍ ସୃଷ୍ଟି ହେବ |
02:56 ଏହା ପେଜ୍ କୁ ଆହୁରି ଆକର୍ଷଣୀୟ କରେ |
02:59 ପରବର୍ତ୍ତୀ ଅପ୍ସନ୍ ବ୍ରୋଷର୍, ସହଜ ବାଇଣ୍ଡିଙ୍ଗ୍ ପାଇଁ ବ୍ରୋଷର୍ ଭାବରେ ସ୍ଲାଇଡ୍ ଗୁଡ଼ିକୁ ପ୍ରିଣ୍ଟ୍ କରିବାରେ ସାହାଯ୍ୟ କରେ |
03:06 ଅବଶ୍ୟ, ଏହି ମାମଲାରେ ଆମେ ଏହି ଅପ୍ସନ୍ ଚୟନ କରିବା ନାହିଁ | ଆପଣ ପରେ ଏହି ଅପ୍ସନ୍ ବିଷୟରେ ନିଜେ ଏକ୍ସପ୍ଲୋର୍ କରିବେ |
03:14 ଅପ୍ସନ୍ସ ଟ୍ୟାବ୍ ରେ ସମସ୍ତ ଚେକ୍ ବକ୍ସଗୁଡ଼ିକ ଅନ୍-ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ |
03:19 ବିଶେଷ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ଏହି ଚେକ୍ ବକ୍ସଗୁଡ଼ିକ ବିଷୟରେ ଏହି ଟ୍ୟୁଟୋରିଆଲ୍ ରେ ଆଲୋଚନା କରିବା ନାହିଁ |
03:25 ଏବେ, ପ୍ରିଣ୍ଟ୍ ବଟନ୍ ରେ କ୍ଲିକ୍ କରନ୍ତୁ |
03:28 ଯଦି ପ୍ରିଣ୍ଟର୍ ଟି ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟିଙ୍ଗ୍ ଆରମ୍ଭ ହେବ |
03:36 ତା’ପରେ, ହ୍ୟାଣ୍ଡଆଉଟ୍ ଅପ୍ସନ୍ ବିଷୟରେ ଶିଖିବା | ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ
03:41 ଓ ଡକ୍ୟୁମେଣ୍ଟ୍ ରେ ଥିବା ପ୍ରିଣ୍ଟ୍ ଅନ୍ତର୍ଗତ ଜେନେରାଲ୍ ଟ୍ୟାବ୍ ରେ, ହ୍ୟାଣ୍ଡଆଉଟ୍ ଚୟନ କରନ୍ତୁ |
03:47 ଡିଫଲ୍ଟ ଭାବରେ, ପେଜ୍ ପିଛା ୪ଟି ସ୍ଲାଇଡ୍ ରହିଥାଏ ଓ ଡିଫଲ୍ଟ କ୍ରମ ହେଉଛି ବାମରୁ ଡାହାଣ ଓ ତା’ପରେ ତଳକୁ | ଏହି ପ୍ରେଜେଣ୍ଟେଶନ୍ ପାଇଁ ସେଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ |
03:58 ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ ରେ, ସାଇଜ୍ ଅପ୍ସନ୍ ଗୁଡ଼ିକ ଡିଜାବଲ୍ ଥାଏ |
04:05 ଏହା ଏଥିପାଇଁ, କାରଣ ଶୀଟ୍ ର ଆକାର ଓ ଶୀଟ୍ ର ସଂଖ୍ୟା ଦ୍ୱାରା ପ୍ରିଣ୍ଟ୍ ର ସାଇଜ୍ ନିର୍ଦ୍ଧାରିତ ହୋଇଥାଏ |
04:12 ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ |
04:15 ଯଦି ପ୍ରିଣ୍ଟର୍ ସଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟ୍ ହେବା ଆରମ୍ଭ ହେବ |
04:20 ପ୍ରଥମ ସ୍ଲାଇଡ୍ କୁ ଯାଇ ନୋଟ୍ସ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
04:25 “This is a sample note” ଟାଇପ୍ କରନ୍ତୁ |
04:30 ସ୍ଲାଇଡ୍ସରେ ଟାଇପ୍ କରିଥିବା ନୋଟ୍ସ ପ୍ରିଣ୍ଟ୍ କରିବା ପାଇଁ, ଫାଇଲ୍ ଓ ପ୍ରିଣ୍ଟ୍ କ୍ଲିକ୍ କରନ୍ତୁ |
04:35 ଡକ୍ୟୁମେଣ୍ଟ୍ ଫିଲ୍ଡରେ ଥିବା ପ୍ରିଣ୍ଟ୍ ଅନ୍ତର୍ଗତ ଜେନେରାଲ୍ ଟ୍ୟାବ୍ ରେ, ନୋଟ୍ସ ଅପ୍ସନ୍ ଚୟନ କରନ୍ତୁ |
04:42 ବାମପଟେ ଥିବା ପ୍ରିଭ୍ୟୁ ପେଜ୍ ଦେଖନ୍ତୁ | ସ୍ଲାଇଡ୍ ତଳେ ଟାଇପ୍ ହୋଇଥିବା ନୋଟ୍ସକୁ ଏହା ଦେଖାଏ |
04:48 ଏବେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ କ୍ଲିକ୍ କରନ୍ତୁ |
04:52 ଦେଖନ୍ତୁ, ଆମେ ନୋଟ୍ସ ପ୍ରିଣ୍ଟ୍ କରିବାବେଳେ ସାଇଜ୍ ଅପ୍ସନ୍ ଉପଲବ୍ଧ ନାହିଁ |
04:57 ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟିଙ୍ଗ୍ ଆରମ୍ଭ ହେବ |
05:05 ଶେଷରେ, ପ୍ରେଜେଣ୍ଟେଶନ୍ ସମୟରେ କ୍ୱିକ୍ ରେଫରେନ୍ସ ପାଇଁ ସ୍ଲାଇଡ୍ ଗୁଡ଼ିକର ଆଉଟ୍ ଲାଇନ୍ ପ୍ରିଣ୍ଟ୍ କରିବାକୁ ଫାଇଲ୍ ଓ ପ୍ରିଣ୍ଟ୍ କ୍ଲିକ୍ କରନ୍ତୁ |
05:13 ଡକ୍ୟୁମେଣ୍ଟ୍ ଫିଲ୍ଡରେ ପ୍ରିଣ୍ଟ୍ ଅନ୍ତର୍ଗତ ଜେନେରାଲ୍ ଟ୍ୟାବ୍ ରେ ଆଉଟ୍ ଲାଇନ୍ ଅପ୍ସନ୍ ଚୟନ କରନ୍ତୁ |
05:19 ବାମପଟେ ଥିବା ପ୍ରିଭ୍ୟୁ ପେଜ୍ କୁ ଦେଖନ୍ତୁ | ସ୍ଲାଇଡ୍ ହେଡିଙ୍ଗ୍ ଓ ସବ୍-ପଏଣ୍ଟ୍ ଗୁଡ଼ିକ ସହିତ ଏହା ସ୍ଲାଇଡ୍ସର କ୍ରମ କିମ୍ୱା ଆଉଟ୍ ଲାଇନ୍ ଦେଖାଏ |
05:28 ଏବେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ କ୍ଲିକ୍ କରନ୍ତୁ |
05:32 ପୁଣିଥରେ ଦେଖନ୍ତୁ, ଆଉଟ୍ ଲାଇନ୍ ପ୍ରିଣ୍ଟ୍ କରିବାବେଳେ ସାଇଜ୍ ଅପ୍ସନ୍ ଉପଲବ୍ଧ ନାହିଁ |
05:38 ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନଫିଗର ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟିଙ୍ଗ୍ ଆରମ୍ଭ ହେବ |
05:47 ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲ୍ ସମାପ୍ତ କରୁଛୁ, ଯେଉଁଠାରେ ଆମେ ପ୍ରିଣ୍ଟିଙ୍ଗ୍ -
05:52 ସ୍ଲାଇଡ୍ସ, ହ୍ୟାଣ୍ଡଆଉଟ୍ସ, ନୋଟ୍ସ ଓ ଆଉଟ୍ ଲାଇନ୍ ବିଷୟରେ ଶିଖିଲେ |
05:57 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍, ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ |
06:02 କେବଳ ୨ୟ ସ୍ଲାଇଡ୍ ପ୍ରିଣ୍ଟ୍ କରନ୍ତୁ | ହ୍ୟାଣ୍ଡଆଉଟ୍ ଭାବରେ ପ୍ରଥମ ଚାରୋଟି ସ୍ଲାଇଡ୍ସ ପ୍ରିଣ୍ଟ୍ କରନ୍ତୁ |
06:10 ନିମ୍ନଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:16 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:21 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
06:27 ଅନଲାଇନ୍ ଟେଷ୍ଟ୍ ରେ ପାସ୍ କରିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
06:31 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:38 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:42 ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:50 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
07:01 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep