LibreOffice-Suite-Impress/C2/Creating-a-presentation-document/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ ଡକ୍ୟୁମେଣ୍ଟ୍ କ୍ରିଏଟ୍ କରିବା ଓ ବେସିକ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଇମ୍ପ୍ରେସ୍ ୱିଣ୍ଡୋର ପାର୍ଟ୍ସ ବିଷୟରେ ଓ ସ୍ଲାଇଡ୍ କିପରି ଇନ୍ସର୍ଟ, ସ୍ଲାଇଡ୍ କପୀ, ଫଣ୍ଟ୍ ବିଷୟରେ ଓ ଏକ ଫଣ୍ଟ୍ ଫର୍ମାଟ୍ କରିବା ବିଷୟରେ ଶିଖିବା |
00:21 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:29 ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ କ୍ରିଏଟ୍ କରିଥିବା ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ କୁ ଖୋଲନ୍ତୁ |
00:35 ଆସନ୍ତୁ, ସ୍କ୍ରୀନ୍ ରେ ଥିବା ବିଷୟ ଉପରେ ଏକ ଟୁର୍ ନେବା |
00:39 ସେଣ୍ଟର୍ ରେ ୱର୍କସ୍ପେସ୍ ଅଛି, ଯାହା ହେଉଛି ଆମର କାମ କରିବା ଏରିଆ |
00:44 ଏଥିରେ ଭ୍ୟୁ ବଟନ୍ସ ନାମକ ୫ଟି ଟ୍ୟାବ୍ସ ଅଛି |
00:49 ବର୍ତ୍ତମାନ ନର୍ମାଲ୍ ଟ୍ୟାବ୍ ସିଲେକ୍ଟ ହୋଇଛି
00:52 ପୃଥକ୍ ସ୍ଲାଇଡ୍ କ୍ରିଏଟ୍ କରିବା ପାଇଁ ଏହା ହେଉଛି ମୁଖ୍ୟ ଭ୍ୟୁ |
00:55 “ଆଉଟ୍ ଲାଇନ୍” ଭ୍ୟୁ, ଆଉଟ୍ ଲାଇନ୍ ଫର୍ମାଟ୍ ରେ ପ୍ରତ୍ୟେକ ସ୍ଲାଇଡ୍ ପାଇଁ ଟପିକ୍ ଟାଇଟଲ୍, ବୁଲେଟେଡ୍ ଓ ନମ୍ୱର୍ଡ ଲିଷ୍ଟ୍ ପ୍ରଦର୍ଶନ କରେ |
01:03 ପ୍ରେଜେଣ୍ଟେଶନ୍ ପ୍ରଦର୍ଶନ ବେଳେ ଦେଖାନଯାଉଥିବା ପ୍ରତ୍ୟେକ ସ୍ଲାଇଡ୍ ପାଇଁ “ନୋଟ୍ସ” ଭ୍ୟୁ ମାଧ୍ୟମରେ ଆପଣ ନୋଟ୍ସ ଆଡ୍ କରିପାରିବେ |
01:10 “ହ୍ୟାଣ୍ଡଆଉଟ୍” ଭ୍ୟୁ, ଏକ ହ୍ୟାଣ୍ଡଆଉଟ୍ ପାଇଁ ସ୍ଲାଇଡ୍ସ ପ୍ରିଣ୍ଟ୍ କରିଥାଏ |
01:14 ଗୋଟିଏ ପେଜ୍ ରେ ପ୍ରିଣ୍ଟ୍ କରିବାକୁ ଚାହୁଁଥିବା ସ୍ଲାଇଡ୍ ଗୁଡ଼ିକର ସଂଖ୍ୟାକୁ ଆମେ ଏଠାରେ ଚୟନ କରିପାରିବା |
01:19 “ସ୍ଲାଇଡ୍ ସର୍ଟର୍” ସ୍ଲାଇଡ୍ ଗୁଡ଼ିକର ଥମ୍ୱନେଲ୍ ଦେଖାଇଥାଏ |
01:23 ପୁଣିଥରେ “ନର୍ମାଲ୍” ଭ୍ୟୁ ବଟନ୍ କ୍ଲିକ୍ କରନ୍ତୁ |
01:26 ସ୍କ୍ରୀନ୍ ର ବାମପଟେ, “ସ୍ଲାଇଡ୍ସ” ପେନ୍ ଅଛି | ଏଥିରେ, ପ୍ରେଜେଣ୍ଟେଶନ୍ ରେ ଥିବା ସ୍ଲାଇଡ୍ସର ’ଥମ୍ୱନେଲ୍’ ରହିଛି |
01:34 ଡାହାଣ ପଟେ ଥିବା”ଟାସ୍କ” ପେନ୍ ରେ ୫ଟି ବିଭାଗ ରହିଛି |
01:40 ଲେଆଉଟ୍ ବିଭାଗରେ ପ୍ରି-ପ୍ୟାକେଜଡ୍ ଲେଆଉଟ୍ସ ରହିଛି |
01:43 ଏହିଗୁଡ଼ିକୁ ଆମେ ସିଧାସଳଖ ବ୍ୟବହାର କରିପାରିବା କିମ୍ୱା ଆମ ଆବଶ୍ୟକତା ଅନୁସାରେ ମୋଡିଫାଏ କରିପାରିବା |
01:48 ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ ଆଗକୁ ବଢ଼ିବା ସହିତ ସବିଶେଷ ଭାବରେ ଆମେ ଏହିସବୁ ପ୍ରତ୍ୟେକ ବିଭାଗକୁ ଦେଖିବା |
01:53 ଏବେ, ଏକ ସ୍ଲାଇଡ୍ କିପରି ଇନ୍ସର୍ଟ କରାଯାଏ, ଶିଖିବା | “ସ୍ଲାଇଡ୍ସ” ପେନ୍ ରେ ଥିବା ଦ୍ୱିତୀୟ ସ୍ଲାଇଡ୍ ରେ କ୍ଲିକ୍ କରନ୍ତୁ |
02:02 “ଇନ୍ସର୍ଟ” ଓ “ସ୍ଲାଇଡ୍” ରେ କ୍ଲିକ୍ କରନ୍ତୁ |
02:05 ଦେଖନ୍ତୁ, ଦ୍ୱିତୀୟ ସ୍ଲାଇଡ୍ ପରେ ଏକ ନୂଆ ବ୍ଲାଙ୍କ୍ ସ୍ଲାଇଡ୍ ଇନ୍ସର୍ଟ ହୋଇଗଲା |
02:10 ସ୍ଲାଇଡ୍ ରେ ଟାଇଟଲ୍ ଆଡ୍ କରିବା ପାଇଁ ’କ୍ଲିକ୍ ଟୁ ଆଡ୍ ଟାଇଟଲ୍’ ଟେକ୍ସଟ୍ ବାର୍ ରେ କ୍ଲିକ୍ କରନ୍ତୁ |
02:17 ’ଶର୍ଟ ଟର୍ମ ଷ୍ଟ୍ରାଟେଜୀ’ ଟାଇପ୍ କରି ଟେକ୍ସଟ୍ ବକ୍ସ ବାହାରେ କ୍ଲିକ୍ କରନ୍ତୁ |
02:23 ଏହିପରି ଭାବେ ଏକ ଟାଇଟଲ୍ ଆଡ୍ ହୋଇପାରେ |
02:26 ସ୍ଲାଇଡ୍ କପୀ କରିବା ପାଇଁ ଦୁଇଟି ମାର୍ଗ ଅଛି |
02:30 ପ୍ରଥମଟି ହେଉଛି; “ଇନ୍ସର୍ଟ’ ଓ “ଡୁପ୍ଲିକେଟ୍ ସ୍ଲାଇଡ୍”ରେ କ୍ଲିକ୍ କରନ୍ତୁ |
02:35 ଦେଖନ୍ତୁ, ପୂର୍ବ ପଦାଙ୍କରେ ଆମେ କ୍ରିଏଟ୍ କରିଥିବା ସ୍ଲାଇଡ୍ ପରେ ଏକ ନୂଆ ଡୁପ୍ଲିକେଟ୍ ସ୍ଲାଇଡ୍ ଇନ୍ସର୍ଟ ହୋଇଗଲା |
02:42 ବିକଳ୍ପ ଭାବେ, “ୱର୍କସ୍ପେସ୍” ପେନ୍ ରେ ଥିବା ”ସ୍ଲାଇଡ୍ ସର୍ଟର୍” ଟ୍ୟାବ୍ ରେ କ୍ଲିକ୍ କରି ସ୍ଲାଇଡ୍ ସର୍ଟର୍ ଭ୍ୟୁ କୁ ଯାଆନ୍ତୁ |
02:50 ଏବେ, ରାଇଟ୍-କ୍ଲିକ୍ କରି ଓ କଣ୍ଟେକ୍ସଟ୍ ମେନୁରୁ “କପୀ” ସିଲେକ୍ଟ କରି ୭ମ ସ୍ଲାଇଡ୍ କପୀ କରନ୍ତୁ |
02:58 ଶେଷ ସ୍ଲାଇଡ୍ ରେ ରାଇଟ୍ କ୍ଲିକ୍ କରି “ପେଷ୍ଟ୍” ସିଲେକ୍ଟ କରନ୍ତୁ |
03:01 ’ଆଫ୍ଟର୍’ ସିଲେକ୍ଟ କରି ’ଓକେ’ କ୍ଲିକ୍ କରନ୍ତୁ |
03:04 ବର୍ତ୍ତମାନ, ପ୍ରେଜେଣ୍ଟେଶନ୍ ର ଶେଷରେ ସ୍ଲାଇଡ୍ ର ଏକ କପୀ କ୍ରିଏଟ୍ ହୋଇଗଲା |
03:10 ଏବେ, ଫଣ୍ଟସ୍ ଓ ଫଣ୍ଟ ଫର୍ମାଟ୍ କରିବାର କେତେକ ମାର୍ଗକୁ ଦେଖିବା |
03:15 ’ଲଙ୍ଗ୍ ଟର୍ମ ଗୋଲ୍’ ଶୀର୍ଷକ ସ୍ଲାଇଡ୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ସିଲେକ୍ଟ କରନ୍ତୁ |
03:20 “ବଡୀ” ଟେକ୍ସଟ୍ ବକ୍ସରେ କ୍ଲିକ୍ କରି ସମସ୍ତ ଟେକ୍ସଟ୍ ସିଲେକ୍ଟ କରନ୍ତୁ | ଏବେ ତାହାକୁ ଡିଲିଟ୍ କରନ୍ତୁ |
03:26 ବର୍ତ୍ତମାନ, ରିଡ୍ୟୁସ୍ କଷ୍ଟ୍, ରିଡ୍ୟୁସ୍ ଡେପେଣ୍ଡେନ୍ସ ଅନ୍ ଫ୍ୟୁ ଭେଣ୍ଡର୍ସ, ଡେଭେଲପ୍ କଷ୍ଟମାଇଜଡ୍ ଆପ୍ଲିକେଶନ୍ସ ଟାଇପ୍ କରନ୍ତୁ |
03:37 ଲିବର୍ ଅଫିସ୍ ରାଇଟର୍ ଡକ୍ୟୁମେଣ୍ଟ୍ ପରି ସମାନ ଭାବରେ ଫଣ୍ଟ୍ ଟାଇପ୍ ଓ ସାଇଜ୍ ପରିବର୍ତ୍ତନ କରନ୍ତୁ |
03:43 ଟେକ୍ସଟ୍ ଲାଇନ୍ ସିଲେକ୍ଟ କରନ୍ତୁ | “ଟେକ୍ସଟ୍ ଫର୍ମାଟ୍” ଟୁଲ୍ ବାର୍ ରେ ଫଣ୍ଟ୍ ଟାଇପ୍ କୁ “ଆଲବାନୀ”ରୁ “ଏରିଅଲ୍ ବ୍ଲାକ୍”କୁ ପରିବର୍ତ୍ତନ କରନ୍ତୁ |
03:52 ଫଣ୍ଟ୍ ସାଇଜ୍ କୁ “୩୨”ରୁ “୪୦”କୁ କରନ୍ତୁ |
03:56 ଟେକ୍ସଟ୍ ବକ୍ସ ବାହାରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
03:59 ଦେଖନ୍ତୁ, ଫଣ୍ଟ୍ ପରିବର୍ତ୍ତନ ହୋଇଗଲା |
04:02 ଫଣ୍ଟ୍ କୁ, ମୁଖ୍ୟ ମେନୁରେ ଥିବା “ଫର୍ମାଟ୍”ରେ କ୍ଲିକ୍ କରି “କ୍ୟାରେକ୍ଟର୍” ଅପ୍ସନ୍ ରେ କ୍ଲିକ୍ କରି ମଧ୍ୟ ପରିବର୍ତ୍ତିତ କରାଯାଇପାରିବ |
04:09 ଏହା ଏକ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ ଆମେ ଆମ ଆବଶ୍ୟକତା ଅନୁସାରେ ଫଣ୍ଟ୍, ଷ୍ଟାଇଲ୍ ଓ ସାଇଜ୍ ସେଟ୍ କରିପାରିବା |
04:16 ଏହି ଡାୟଲଗ୍ ବକ୍ସକୁ ବନ୍ଦ କରନ୍ତୁ |
04:19 ’ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍’ ଶୀର୍ଷକ ସ୍ଲାଇଡ୍ ଚୟନ କରି ଫଣ୍ଟ୍ କଲର୍ ମଧ୍ୟ ବଦଳାଯାଇପାରିବ |
04:25 ବଡୀ ଟେକ୍ସଟ୍ ବକ୍ସରେ କ୍ଲିକ୍ କରି ସମସ୍ତ ଟେକ୍ସଟ୍ ସିଲେକ୍ଟ୍ କରନ୍ତୁ |
04:30 ଫଣ୍ଟ୍ କଲର୍ ଆଇକନ୍ ପାଖରେ ଥିବା ଡାଉନୱାର୍ଡ ଏରୋ ଉପରେ କ୍ଲିକ୍ କରି ଆପଣ ଚାହୁଁଥିବା କଲର୍ ସିଲେକ୍ଟ କରନ୍ତୁ |
04:37 ଟେକ୍ସଟ୍ ବକ୍ସ ବାହାରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
04:40 କଲର୍ ପରିବର୍ତ୍ତନକୁ ଦେଖନ୍ତୁ |
04:43 ଲିବର୍ ଅଫିସ୍ ରାଇଟର୍ ପରି ସମାନ ଭାବରେ ବୋଲ୍ଡ, ଆଇଟାଲିକ୍ ଓ ଅଣ୍ଡର୍ ଲାଇନ୍ ଫର୍ମାଟିଙ୍ଗ୍ କରିହେବ |
04:50 ’ରେକମେଣ୍ଡେଶନ୍ସ’ ଶୀର୍ଷକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
04:53 “ବଡୀ” ଟେକ୍ସଟ୍ ବକ୍ସରେ କ୍ଲିକ୍ କରି ଟେକ୍ସଟ୍ ଲାଇନ୍ ସିଲେକ୍ଟ କରନ୍ତୁ |
04:58 ଏବେ, ବୋଲ୍ଡ, ଆଇଟାଲିକ୍ସ ଓ ଅଣ୍ଡର୍ ଲାଇନ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:03 ଟେକ୍ସଟ୍ ବକ୍ସ ବାହାରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
05:06 ଟେକ୍ସଟ୍ ରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
05:08 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
05:11 ସଂକ୍ଷେପରେ ଆମେ, ଏହି ଟ୍ୟୁଟୋରିଆଲ୍ ରେ ଇମ୍ପ୍ରେସ୍ ୱିଣ୍ଡୋର ପାର୍ଟ୍ସ ବିଷୟରେ ଓ ସ୍ଲାଇଡ୍ କିପରି ଇନ୍ସର୍ଟ, ସ୍ଲାଇଡ୍ କପୀ, ଫଣ୍ଟ୍ ବିଷୟରେ ଓ ଏକ ଫଣ୍ଟ୍ ଫର୍ମାଟ୍ କରିବା ବିଷୟରେ ଶିଖିଲେ |
05:24 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
05:28 ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ |
05:30 ୩ୟ ଓ ୪ର୍ଥ ସ୍ଲାଇଡ୍ ମଧ୍ୟରେ ଏକ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ |
05:35 ପ୍ରେଜେଣ୍ଟେଶନ୍ ଶେଷରେ ୪ର୍ଥ ସ୍ଲାଇଡ୍ ର ଏକ କପୀ କ୍ରିଏଟ୍ କରନ୍ତୁ |
05:40 ୨ୟ ସ୍ଲାଇଡ୍ ରେ ଏକ ଟେକ୍ସଟ୍ ବକ୍ସ କ୍ରିଏଟ୍ କରନ୍ତୁ | ସେଥିରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ |
05:45 ଟେକ୍ସଟ୍ ର ଫର୍ମାଟ୍ କୁ ୩୨ ସାଇଜ୍ କୁ ପରିବର୍ତ୍ତନ କରନ୍ତୁ |
05:49 ଟେକ୍ସଟ୍ କୁ ବୋଲ୍ଡ, ଆଇଟାଲିକ୍, ଅଣ୍ଡର୍ ଲାଇନ୍ ଓ ନୀଳ ରଙ୍ଗ କରନ୍ତୁ |
05:56 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
05:59 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:02 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:07 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ଏହି ଟ୍ୟୁଟୋରିଆଲ୍ ଗୁଡ଼ିକ ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରେ
06:12 ଅନଲାଇନ୍ ଟେଷ୍ଟ୍ ରେ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
06:16 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:23 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:27 ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:35 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
06:46 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep