LibreOffice-Suite-Draw/C3/Polygons-and-Curves/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା Creating Curves and Polygons ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ Drawରେ Polygons ଓ Curves ସହିତ କିପରି କାର୍ଯ୍ୟ କରିବା ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର LibreOffice Draw ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ ତେବେ ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି ଏହି ୱେବସାଇଟକୁ ଯା’ନ୍ତୁ
00:25 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:34 ପଲୀଗନଗୁଡିକ କ’ଣ? ଶବ୍ଦ polyର ଅର୍ଥ ବହୁ. ବହୁ ପାର୍ଶ୍ଵ ଥିବା ଗୋଟିଏ ଚିତ୍ରକୁ ପଲୀଗନ୍ କୁହାଯାଏ
00:43 ଏହି ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଗୋଟିଏ ମାନଚିତ୍ର କିପରି ଅଂକନ କରାଯାଏ ଆମେ ଶିଖିବା. ଏହି ମାନଚିତ୍ର ଘରଠାରୁ ସ୍କୁଲ୍ ପର୍ଯ୍ୟନ୍ତ ଥିବା ମାର୍ଗକୁ ପ୍ରଦର୍ଶନ କରୁଛି
00:53 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ନିଜେ ଏହିପରି ଗୋଟିଏ ସମାନ ରେଖାଚିତ୍ର ସୃଷ୍ଟି କରିବା ପାଇଁ ସକ୍ଷମ ହେବେ
01:00 Drawକୁ ଫେରିଆସନ୍ତୁ. ଏହି ଫାଇଲକୁ RouteMap ଭାବେ ନାମିତ କରିବା ସହିତ ଏହାକୁ ଡେସ୍କଟପ୍ ଉପରେ ସେଭ୍ କରାଯାଇଛି
01:09 ସର୍ବପ୍ରଥମେ, Grid viewକୁ ସକ୍ରିୟ କରନ୍ତୁ. ଏହା କରିବା ପାଇଁ View ଉପରେ କ୍ଲିକ୍ କରନ୍ତୁ, Gridକୁ ଚୟନ କରିବା ସହିତ Display Gridରେ କ୍ଲିକ୍ କରନ୍ତୁ
01:19 ଅଂକନ ଆରମ୍ଭ କରିବା ପୂର୍ବରୁ Page margin ଓ Page orientationକୁ ସେଟ୍ କରନ୍ତୁ
01:26 କର୍ସରକୁ Draw ପେଜ୍ ଉପରେ ରଖିବା ସହିତ Context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
01:33 Pageକୁ ଚୟନ କରିବା ସହ Page Setupରେ କ୍ଲିକ୍ କରନ୍ତୁ
01:36 Page Setup ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
01:40 Format ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରିବା ସହ A4 ଚୟନ କରନ୍ତୁ. Orientationକୁ Portrait ଭାବେ ଚୟନ କରନ୍ତୁ
01:49 Left, Right, Top ଓ Bottom ମାର୍ଜିନଗୁଡିକ 1ରେ ସେଟ୍ ହୋଇଛି. OKରେ କ୍ଲିକ୍ କରନ୍ତୁ
01:57 ଫଣ୍ଟ ଆକାରକୁ ଡିଫଲ୍ଟ ଭାବେ 24ରେ ସେଟ୍ କରନ୍ତୁ
02:02 Main ମେନୁରେ, Format ଓ ତା’ପରେ Characterକୁ ଚୟନ କରନ୍ତୁ
02:06 Character ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
02:10 Font ଟାବ୍ ଉପରେ କ୍ଲିକ୍ କରନ୍ତୁ ଏବଂ ସାଇଜ୍ ଫିଲ୍ଡରେ ତଳକୁ ସ୍କ୍ରୋଲ୍ କରିବା ସହ 24 ଚୟନ କରନ୍ତୁ. OKରେ କ୍ଲିକ୍ କରନ୍ତୁ
02:18 ଏହା ସୁନିଶ୍ଚିତ କରିବ ଯେ ଆକାରଗୁଡିକ ମଧ୍ୟରେ ଯାଉଁ ଟେକ୍ସଟ ଟାଇପ୍ ହେବ ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ
02:24 ବର୍ତ୍ତମାନ, ଘର ଅଂକନରୁ ଚାଲନ୍ତୁ ଆରମ୍ଭ କରିବା
02:28 ଘରକୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ସ୍କୋୟାରକୁ ଇନସର୍ଟ କରିବା ସହ ଏହା ମଧ୍ୟରେ Home ଟାଇପ୍ କରନ୍ତୁ
02:37 ତା’ପରେ, ଘରର ଡାହାଣ ପଟକୁ ପାର୍କ ଅଂକନ କରନ୍ତୁ
02:42 ପାର୍କ ଗୋଟିଏ ବିଷମ ଆକାର ବିଶିଷ୍ଟ ରେକ୍ଟାଙ୍ଗଲ ଅଟେ; ବାମ ପାର୍ଶ୍ଵର ଦୈର୍ଘ୍ୟ ଡାହାଣ ପାର୍ଶ୍ଵ ଦୈର୍ଘ୍ୟ ଠାରୁ ବଡ ଅଟେ
02:51 ଏହାକୁ ଉପସ୍ଥାପନ କରିବା ପାଇଁ ଗୋଟିଏ ପଲୀଗନକୁ ବ୍ୟବହାର କରନ୍ତୁ. ଗୋଟିଏ ପଲୀଗନ୍ ଅଂକନ କରିବା ସକାଷେ, Drawing ଟୂଲବାରକୁ ଯା’ନ୍ତୁ
02:58 Curve ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଆଇକନ୍ ପରେ ଥିବା ଛୋଟ କଳା ଆରୋ ଉପରେ କ୍ଲିକ୍ କରନ୍ତୁ
03:04 ବର୍ତ୍ତମାନ Polygon filledକୁ ଚୟନ କରନ୍ତୁ
03:08 କର୍ସରକୁ Draw ପେଜ୍ ଉପରେ ରଖନ୍ତୁ. ବାମ ପଟ mouse ବଟନକୁ ଦାବି ଧରି କର୍ସରକୁ ତଳକୁ ଡ୍ରାଗ୍ କରନ୍ତୁ. mouse ବଟନକୁ ଛାଡିଦିଅନ୍ତୁ
03:18 ଆମେ ଗୋଟିଏ ସରଳରେଖା ଅଂକନ କରିଛେ. ଆକାରଟି ଗୋଟିଏ ସମକୋଣୀ ତ୍ରିଭୁଜ ହେବା ପର୍ଯ୍ୟନ୍ତ mouseକୁ ଡାହାଣ ପଟକୁ ଡ୍ରାଗ୍ କରନ୍ତୁ
03:26 ବାମ ପଟ mouse ବଟନ୍ ଉପରେ କ୍ଲିକ୍ କରିବା ସହ mouseକୁ ଉପର ଆଡକୁ ଡ୍ରାଗ୍ କରନ୍ତୁ. ବର୍ତ୍ତମାନ, ବାମ ପଟ mouse ବଟନରେ ଡବଲ୍ କ୍ଲିକ୍ କରନ୍ତୁ
03:35 ଗୋଟିଏ ପଲୀଗନ୍ ଅଂକନ ହୋଇଛି. ଏହା ମଧ୍ୟରେ Park ଟାଇପ୍ କରନ୍ତୁ
03:41 Park ପରେ ଗୋଟିଏ Commercial Complex ଅଛି. ଏହା ମଧ୍ୟ ଗୋଟିଏ ବିଷମ ଆକାର ବିଶିଷ୍ଟ ପଲୀଗନ୍ ଅଟେ. ଏହାକୁ ଅଂକନ କରନ୍ତୁ!
03:50 Drawing ଟୂଲ୍ ବାରକୁ ଯା’ନ୍ତୁ. Curve ଆଇକନ୍ ପରେ ଥିବା ଛୋଟ କଳା ଆରୋ ଉପରେ କ୍ଲିକ୍ କରିବା ସହିତ Polygon filled ଉପରେ କ୍ଲିକ୍ କରନ୍ତୁ
04:00 Draw ପେଜ୍ ଉପରେ କର୍ସରକୁ ରଖନ୍ତୁ. ବାମ ପଟ mouse ବଟନକୁ ଦାବି ଧରି ତଳକୁ ଡ୍ରାଗ୍ କରନ୍ତୁ
04:07 ବର୍ତ୍ତମାନ, mouse ବଟନକୁ ଛାଡିଦିଅନ୍ତୁ. ଗୋଟିଏ ସରଳରେଖା ଦେଖିବାକୁ ପାଇବେ. ଆକାରଟି ଗୋଟିଏ ତ୍ରିଭୁଜ ହେବା ପର୍ଯ୍ୟନ୍ତ mouseକୁ ବାମ ପଟକୁ ଡ୍ରାଗ୍ କରନ୍ତୁ
04:19 ବାମ ପଟ mouse-buttonକୁ ଦାବି ଧରି mouseକୁ ଉପରକୁ ଡ୍ରାଗ୍ କରନ୍ତୁ. ବର୍ତ୍ତମାନ Shift କୀକୁ ଦାବି ଧରି କର୍ସରକୁ ଭିତର ଆଡକୁ ଡ୍ରାଗ୍ କରନ୍ତୁ
04:31 ବାମ ପଟ mouse-buttonରେ ଡବଲ୍ କ୍ଲିକ୍ କରନ୍ତୁ
04:35 ଆପଣ ଅନ୍ୟ ଗୋଟିଏ ପଲୀଗନ୍ ଅଂକନ କରିସାରିଛନ୍ତି. ଏହା ମଧ୍ୟରେ ଟେକ୍ସଟ Commercial Complex ଟାଇପ୍ କରନ୍ତୁ
04:45 ପୂର୍ବ ସୋପାନଗୁଡିକୁ ଅନୁସରଣ କରିବା ସହିତ, ଗୋଟିଏ ପାର୍କିଙ୍ଗ ଲଟକୁ ଅଂକନ କରନ୍ତୁ. Drawing ଟୂଲ୍ ବାରରୁ, Polygon filledକୁ ଚୟନ କରନ୍ତୁ. ଏବଂ ତା’ପରେ କର୍ସରକୁ Draw ପେଜରେ ରଖି ପଲୀଗନ୍ ଅଂକନ କରନ୍ତୁ
05:02 ବର୍ତ୍ତମାନ, ଏହା ମଧ୍ୟରେ ଟେକ୍ସଟ Parking Lot ଟାଇପ୍ କରନ୍ତୁ
05:08 ମନେରଖନ୍ତୁ, ଆପଣ ଆପଣଙ୍କ ଇଚ୍ଛାମୁତାବକ ପାର୍ଶ୍ଵ ବିଶିଷ୍ଟ ପଲୀଗନ୍ ଅଂକନ କରିପାରିବେ
05:14 ଏହି ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏହି ଅସାଇନମେଣ୍ଟକୁ ଚେଷ୍ଟା କରନ୍ତୁ. ପାଞ୍ଚଟି, ଛ’ଟି ଓ ଦଶଟି ପାର୍ଶ୍ଵ ଥିବା ପଲୀଗନ୍ ଅଂକନ କରନ୍ତୁ
05:23 ଘରର ଠିକ୍ ଡାହାଣ ପଟେ ଗୋଟିଏ Residential Complex ଅଛି ଯାହା ରେକ୍ଟାଙ୍ଗୁଲାର୍ ଆକାରର ଅଟେ
05:30 Drawing ଟୂଲ୍ ବାରରୁ Rectangleକୁ ଚୟନ କରନ୍ତୁ
05:35 ତା’ପରେ, Draw ପେଜ୍ ଉପରେ mouseକୁ ରଖନ୍ତୁ ଏବଂ ଗୋଟିଏ ରେକ୍ଟାଙ୍ଗଲ୍ ଅଂକନ କରନ୍ତୁ
05:41 ଏହାକୁ Residential Complex ଭାବେ ନାମିତ କରନ୍ତୁ
05:45 ଏହି ଲୋକାଲିଟୀରେ ଗୋଟିଏ Play Ground ମଧ୍ୟ ଅଛି. ଏହା ପ୍ରକୃତରେ ଗୋଟିଏ ସୁଦିର୍ଘ ରେକ୍ଟାଙ୍ଗଲ୍ ଆକାରର ଅଟେ
05:53 Drawing ଟୂଲ୍ ବାରରୁ Polygon 45 degree Filledକୁ ଚୟନ କରନ୍ତୁ
05:59 Draw ପେଜ୍ ଉପରେ କର୍ସରକୁ ରଖନ୍ତୁ. ବାମ ପଟ mouse ବଟନକୁ କ୍ଲିକ୍ ଓ ଡ୍ରାଗ୍ କରିବା ସହିତ ଏହାକୁ ଛାଡି ଦିଅନ୍ତୁ
06:07 mouseକୁ ଡାହାଣ ପଟକୁ କ୍ଲିକ୍ କରି ଡ୍ରାଗ୍ କରିବା ସହ ଛାଡି ଦିଅନ୍ତୁ. ବର୍ତ୍ତମାନ ରେକ୍ଟାଙ୍ଗଲକୁ ସମ୍ପୂର୍ଣ୍ଣ କରିବା ପାଇଁ mouse ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ
06:17 ବାମ ପଟ mouse ବଟନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
06:21 ଆପଣ ଅନ୍ୟ ଏକ ପଲୀଗନ୍ ଅଂକନ କରିସାରିଛନ୍ତି!
06:25 ଏହା ମଧ୍ୟରେ ଟେକ୍ସଟ Play Ground ଟାଇପ୍ କରନ୍ତୁ
06:30 ବର୍ତ୍ତମାନ, playground ପାର୍ଶ୍ଵରେ Lakeକୁ ଅଂକନ କରନ୍ତୁ
06:35 Drawing ଟୁଲ୍ ବାରରୁ Freeform Line filledକୁ ଚୟନ କରନ୍ତୁ
06:40 Draw ପେଜରେ, ବାମ ପଟ mouse-buttonକୁ ଦାବି ଧରି mouseକୁ ଘଣ୍ଟା କଣ୍ଟାର ବିପରୀତ ଦିଗରେ ରୋଟେଟ୍ କରନ୍ତୁ. ବାମ ପଟ mouse-buttonକୁ ଛାଡିଦିଅନ୍ତୁ
06:52 ଆମେ ଗୋଟିଏ lake ଅଂକନ କରିସାରିଛେ. ଏହା ମଧ୍ୟରେ Lake ଟାଇପ୍ କରନ୍ତୁ
06:58 ଏହି କ୍ଷେତ୍ର ମଧ୍ୟରେ ଶେଷ ନିର୍ମାଣ ହେଉଛି School. School campus ମଧ୍ୟ ଗୋଟିଏ ପଲୀଗନ୍ ଆକାରରେ ଅଛି
07:07 ବର୍ତ୍ତମାନ ଏହାକୁ ଆମ ମାନଚିତ୍ରରେ ଅଂକନ କରନ୍ତୁ. ପୁନର୍ବାର Drawing ଟୂଲ୍ ବାରରୁ Polygon 45 degree filledକୁ ଚୟନ କରନ୍ତୁ
07:17 ତା’ପରେ Draw ପେଜରେ କର୍ସରକୁ ରଖିବା ସହିତ ପଲୀଗନ୍ ଅଂକନ କରନ୍ତୁ. ଶେଷରେ, ପଲୀଗନଟି ସମ୍ପୂର୍ଣ୍ଣ ହେଲା ପରେ ମାଉସ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:28 ଏହା ମଧ୍ୟରେ School Campus ଟାଇପ୍ କରନ୍ତୁ
07:34 ଗୋଟିଏ ଟେକ୍ସଟ ବକ୍ସକୁ ଇନସର୍ଟ କରିବା ସହିତ ଏହା ମଧ୍ୟରେ ଟେକ୍ସଟ School Main Gates ଟାଇପ୍ କରନ୍ତୁ
07:44 ଟେକ୍ସଟ ବକ୍ସକୁ ରୋଟେଟ୍ କରିବା ସହିତ ଏହାକୁ ସଠିକ୍ ସ୍ଥାନରେ ରଖନ୍ତୁ
07:48 ବର୍ତ୍ତମାନ, ମେନ୍ ମେନୁରେ Modifyକୁ ଚୟନ କରିବା ସହିତ Rotateରେ କ୍ଲିକ୍ କରନ୍ତୁ
07:54 ଧ୍ୟାନଦିଅନ୍ତୁ ଯେ handleଗୁଡିକ ରେଡ କଲରରେ ପରିବର୍ତ୍ତନ ହୋଇଯାଇଛି. ଆମେ Rotate ମୋଡରେ ଅଛନ୍ତି ବୋଲି ଏହା ସୂଚିତ କରେ
08:02 ଉଭୟ ପାର୍ଶ୍ଵରେ ଛୋଟ ଆର୍କ ସହିତ ଆରୋଗୁଡିକୁ ଦେଖିପାରୁଛନ୍ତି? ବକ୍ସକୁ ରୋଟେଟ୍ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ
08:09 ଟେକ୍ସଟ ବକ୍ସର ଉପର ଡାହାଣ ପଟ କୋଣରେ ଥିବା ଶେଷ handle ଉପରେ କର୍ସରକୁ ରଖନ୍ତୁ
08:17 Rotation curve ଦୃଶ୍ୟମାନ ହେବ
08:21 ବାମ ପଟ mouse ବଟନକୁ ଦାବନ୍ତୁ . କର୍ଭଟି ସଠିକ୍ ସ୍ଥାନରେ ରହିଲା ପର୍ଯ୍ୟନ୍ତ ଏହାକୁ ଘଣ୍ଟା କଣ୍ଟା ଦିଗରେ ଡ୍ରାଗ୍ କରନ୍ତୁ
08:30 ବର୍ତ୍ତମାନ, Rotate ମୋଡରୁ ବାହାର ହେବା ପାଇଁ Draw ପେଜର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
08:36 ସ୍କୁଲରେ ପାର୍ଶ୍ଵ ପ୍ରବେଶ ଦ୍ଵାରକୁ ମଧ୍ୟ ଦର୍ଶାନ୍ତୁ
08:41 ପୂର୍ବ ସୋପାନ ଭଳି, ଗୋଟିଏ ଟେକ୍ସଟ ବକ୍ସକୁ ଅଂକନ କରନ୍ତୁ, ଏହା ମଧ୍ୟରେ ଟେକ୍ସଟ School Side Entranceକୁ ପ୍ରବେଶ କରନ୍ତୁ
08:50 ବର୍ତ୍ତମାନ, ଆରୋଗୁଡିକୁ ବ୍ୟବହାର କରି ଦିଗଗୁଡିକୁ ଅଂକନ କରନ୍ତୁ. ଘରଠାରୁ ଆମକୁ ଡାହାଣକୁ ବୁଲିବାକୁ ହେବ
08:57 Drawing ଟୂଲ୍ ବାରରେ Line Ends with Arrowକୁ ଚୟନ କରନ୍ତୁ
09:02 Draw ପେଜକୁ ଫେରିଆସିବା ସହିତ ଲାଇନ୍ ଅଂକନ କରନ୍ତୁ
09:08 ତା’ପରେ Residential Complexକୁ ଅତିକ୍ରମ କଲାପରେ ବାମ ପଟକୁ ଯା’ନ୍ତୁ
09:14 ଏହି ରାସ୍ତାକୁ ପ୍ରଦର୍ଶନ କରିବା ପାଇଁ ଅନ୍ୟ ଏକ ଲାଇନ୍ ଅଂକନ କରନ୍ତୁ
09:19 ତା’ପରେ, Play Ground ପରେ ଡାହାଣ ପଟକୁ ଯାଇ ପଛକୁ ଫେରନ୍ତୁ
09:25 ତା’ପରେ ସ୍କୁଲର ମୂଖ୍ୟ ଫାଟକ ପାଖରେ ପହଞ୍ଚିବା ପାଇଁ ପୁନର୍ବାର ଡାହାଣକୁ ଯା’ନ୍ତୁ
09:32 ଆମେ ଆମର ପ୍ରଥମ ରାସ୍ତା ଅଂକନ କରିସାରିଛେ. ଆପଣ ଲକ୍ଷ୍ୟ କରିସାରିଥିବେ ଯେ ଦୁଇ ପ୍ରକାରର କର୍ଭ ଓ ପଲୀଗନ୍ ଅଂକନ କରାଯାଇପାରିବ
09:41 ଗୋଟିଏ Filled ବିକଳ୍ପକୁ ବ୍ୟବହାର କରି ଏବଂ ଅନ୍ୟଟି ବିନା fillରେ. ଯେତେବେଳେ ଆପଣ ବିକଳ୍ପ Filledକୁ ବ୍ୟବହାର କରିବେ କର୍ଭଟି କଲରରେ ପୂର୍ଣ୍ଣ ହୋଇଯିବ
09:52 ଏହା ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ ଯେ Curve ଟୁଲବାରରେ ଥିବା ପ୍ରତ୍ୟେକ ବିକଳ୍ପର କର୍ଭ ଅଂକନ କରିବା ପାଇଁ mouse ଅପରେଶନର ଭିନ୍ନ ମେଥଡ୍ ଅଛି
10:02 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. Curve ଟୂଲବାରରେ ଥିବା ସମସ୍ତ ବିକଳ୍ପଗୁଡିକୁ ବ୍ୟବହାର କରି କର୍ଭ ଓ ପଲୀଗନଗୁଡିକୁ ଅଂକନ କରନ୍ତୁ
10:10 ପ୍ରତ୍ୟେକ କର୍ଭ କିମ୍ବା ପଲୀଗନ୍ ଚୟନ କରିବା ସମୟରେ କର୍ସରର ଆକାର ଏବଂ ମାଉସ୍ ଅପରେଶନରେ କିପରି ପରିବର୍ତ୍ତନ ହେଉଛି, ତାହାକୁ ଲକ୍ଷ୍ୟ କରନ୍ତୁ
10:20 ବିକଳ୍ପ Filledରେ ଫିଲ୍ କଲରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ
10:25 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:31 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ. ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:45 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:51 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:04 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:14 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep