LibreOffice-Suite-Draw/C3/Edit-Curves-and-Polygons/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା Editing Curves and Polygons ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ Draw ସାହାଯ୍ୟରେ କିପରି Curve ଓ Polygonଗୁଡିକୁ edit କରିବା, ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର LibreOffice Draw ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ ତେବେ ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି ଏହି ୱେବସାଇଟକୁ ଯା’ନ୍ତୁ
00:23 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:32 ପୁନର୍ବାର Routemap ଚିତ୍ରକୁ ଖୋଲନ୍ତୁ
00:37 ଏହା ଆଗରୁ ଆମେ କର୍ଭ ଓ ପଲୀଗନଗୁଡିକୁ ଅଂକନ କରିବା ଶିଖିଲେ. ବର୍ତ୍ତମାନ, ସେଗୁଡିକୁ କିପରି edit କରିବା ତାହା ଶିଖିବା
00:42 School Campusର ଆକାରକୁ ପରିବର୍ତ୍ତନ କରନ୍ତୁ
00:48 ଏହା କରିବା ପାଇଁ ଆମେ Edit Points ଟୂଲ୍ ବାରକୁ ବ୍ୟବହାର କରିବା
00:52 Main ମେନୁରେ ଥିବା View ଉପରେ କ୍ଲିକ୍ କରନ୍ତୁ, Toolbarsକୁ ଚୟନ କରିବା ସହିତ Edit Pointsରେ କ୍ଲିକ୍ କରନ୍ତୁ
01:00 Edit Points ଟୂଲ୍ ବାର୍ ଦୃଶ୍ୟମାନ ହେବ
01:04 ବର୍ତ୍ତମାନ, School Campus ପଲୀଗନକୁ ଚୟନ କରନ୍ତୁ
01:09 Edit Points ଟୂଲ୍ ବାରରେ ଥିବା Points ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:12 ଅବଜେକ୍ଟରେ ଗ୍ରୀନ୍ selection handleଗୁଡିକ ବ୍ଲୁ ଏଡିଟ୍ ପଏଣ୍ଟଗୁଡିକରେ ପରିବର୍ତ୍ତନ ହୋଇଯିବ. ଆପଣ Edit point ମୋଡରେ ଅଛନ୍ତି ବୋଲି ଏହା ସୂଚିତ କରେ
01:23 Edit Points ଟୂଲ୍ ବାରସ୍ଥିତ Insert points ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:29 Draw ପେଜକୁ ଫେରିଆସନ୍ତୁ. କର୍ସର୍ ଗୋଟିଏ ପ୍ଲସ୍ ଚିହ୍ନରେ ପରିବର୍ତ୍ତନ ହୋଇଯିବ
01:35 School Campus ପଲୀଗନର ବାମ ପାର୍ଶ୍ଵରେ ଥିବା ଆଉଟଲାଇନ୍ ଉପରେ ଏହି ପ୍ଲସ୍ ଚିହ୍ନକୁ ରଖନ୍ତୁ
01:41 ବାମ ପଟ mouse-buttonକୁ ଦାବି ଧରି ଡାହାଣକୁ ଡ୍ରାଗ୍ କରନ୍ତୁ. ବଟନକୁ ଛାଡିଦିଅନ୍ତୁ. ଗୋଟିଏ ପଏଣ୍ଟ ଇନସର୍ଟ ହେଲା
01:51 ବର୍ତ୍ତମାନ, ଇନସର୍ଟ ହୋଇଥିବା ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ. Edit Points ଟୂଲ୍ ବାରରେ ଥିବା ବିକଳ୍ପଗୁଡିକ ସକ୍ରିୟ ହୋଇଯାଇଛନ୍ତି
02:00 Symmetric Transition ଉପରେ କ୍ଲିକ୍ କରନ୍ତୁ
02:03 ପଏଣ୍ଟ ପରେ ଡଟେଡ୍ କଣ୍ଟ୍ରୋଲ୍ ଲାଇନ୍ ଦୃଶ୍ୟମାନ ହେବ
02:07 କ୍ୟାମ୍ପସର ଆକାରକୁ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ଲାଇନକୁ ବାହାର ଆଡକୁ ଡ୍ରାଗ୍ କରନ୍ତୁ. ଆକାର ପରିବର୍ତ୍ତନ ହୋଇଯାଇଛି!
02:16 Edit Points ଟୂଲ୍ ବାରରୁ ବାହାର ହେବା ପାଇଁ Pointsରେ କ୍ଲିକ୍ କରନ୍ତୁ
02:21 ବର୍ତ୍ତମାନ, କ୍ୟାମ୍ପସକୁ ଡାହାଣ ପଟକୁ ବିସ୍ତାର କରନ୍ତୁ
02:26 ଉପରେ ଡାହାଣ ପଟେ ଥିବା ଶେଷ ପଏଣ୍ଟକୁ ନିର୍ଦ୍ଦିଷ୍ଟ ଭାବେ ସ୍ଥାନାନ୍ତର କରନ୍ତୁ
02:30 School Campus ପଲୀଗନକୁ ଚୟନ କରନ୍ତୁ
02:34 Edit Points ଟୂଲ୍ ବାରକୁ ସକ୍ରିୟ କରନ୍ତୁ
02:38 ଅବଜେକ୍ଟ ଉପରେ ବ୍ଲୁ ଏଡିଟ୍ ପଏଣ୍ଟଗୁଡିକ ଦୃଶ୍ୟମାନ ହେବ. ଏହି ପଏଣ୍ଟକୁ ଚୟନ କରନ୍ତୁ
02:45 Edit Points ଟୂଲ୍ ବାରରେ ଥିବା Move pointsରେ କ୍ଲିକ୍ କରନ୍ତୁ
02:50 ଆପଣ ଦେଖିପାରିବେ ଯେ ଚୟନୀତ ପଏଣ୍ଟଗୁଡିକ ଗାଢ ବ୍ଲୁରେ ପରିବର୍ତ୍ତନ ହୋଇଯାଇଛନ୍ତି
02:54 ବର୍ତ୍ତମାନ, ପଏଣ୍ଟକୁ ଡାହାଣକୁ ଡ୍ରାଗ୍ କରନ୍ତୁ
02:58 ଆବଶ୍ୟକତାନୁସାରେ ଅବଜେକ୍ଟଗୁଡିକୁ ସ୍ଥାପନ କରିବା ପାଇଁ ଆମେ gridକୁ ବ୍ୟବହାର କରିପାରିବା
03:03 ଆମେ ପୁନର୍ବାର School Campusର ଆକାରକୁ ପରିବର୍ତ୍ତନ କରିସାରିଛେ!
03:09 ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହ ଏହି ଆସାଇନମେଣ୍ଟର ସମାଧାନ କରନ୍ତୁ
03:12 ଗୋଟିଏ କର୍ଭ ଅଂକନ କରିବା ସହ ଏହା ଉପରେ Edit Points ଟୂଲ୍ ବାରରେ ଥିବା ସମସ୍ତ ବିକଳ୍ପଗୁଡିକୁ ପ୍ରୟୋଗ କରନ୍ତୁ. ମନେରଖନ୍ତୁ, Edit Points ଟୁଲ୍ ବାର୍ ଉପରେ ଦକ୍ଷ ହେବା ପାଇଁ ଆପଣ ବହୁତ ଅଭ୍ୟାସ କରିବା ଆବଶ୍ୟକ
03:25 ଶେଷରେ, ମାନଚିତ୍ରରେ ସମସ୍ତ ଅବଜେକ୍ଟକୁ ଗ୍ରୁପ୍ କରନ୍ତୁ. କୀବୋର୍ଡରେ Ctrl + A କୀକୁ ଦାବନ୍ତୁ ଏବଂ Context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
03:35 ବର୍ତ୍ତମାନ Group ଚୟନ କରନ୍ତୁ. ବର୍ତ୍ତମାନ ସମସ୍ତ ଅବଜେକ୍ଟ ଗ୍ରୁପ୍ ହୋଇଯାଇଛନ୍ତି
03:43 ମାନଚିତ୍ର ସମ୍ପୂର୍ଣ୍ଣ ହୋଇଛି! ଆପଣ ନିର୍ମାଣଗୁଡିକୁ କଲର୍ ମଧ୍ୟ ଦେଇପାରିବେ; ଲାଇନଗୁଡିକୁ ବ୍ୟବହାର କରି ରାସ୍ତାକୁ ସଂଯୋଗ କରନ୍ତୁ, ଟ୍ରାଫିକ୍ ସିଗନାଲ୍ ଏବଂ ଆପଣ ଆବଶ୍ୟକ କରୁଥିବା ଅନ୍ୟ ସବୁକୁ ସଂଯୁକ୍ତ କରିପାରିବେ
03:56 ଏଠାରେ ଆମର କଲର୍ ହୋଇଥିବା ଏହା ନମୂନା routemap ଅଟେ
04:00 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲରେ ଆମେ Curves ଓ Polygonଗୁଡିକୁ କିପରି ଏଡିଟ୍ କରାଯାଏ ତାହା ଶିଖିଲେ
04:10 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଏହି ସ୍ଲାଇଡରେ ପ୍ରଦର୍ଶିତ ହେଲା ଭଳି ମାନଚିତ୍ର ସୃଷ୍ଟି କରନ୍ତୁ
04:16 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
04:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
04:37 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
04:45 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:00 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
05:11 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep