LibreOffice-Suite-Draw/C3/Basics-of-Layers-Password-Encryption-PDF/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା Basics of Layers and Password Encryption PDF ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ layersର ମୌଳିକତା ବିଷୟରେ ଶିଖିବା
00:12 password encryptionକୁ ବ୍ୟବହାର କରି ଗୋଟିଏ Draw ଫାଇଲକୁ କିପରି ସୁରକ୍ଷା ପ୍ରଦାନ କରାଯାଏ ତାହା ମଧ୍ୟ ଶିଖିବା
00:18 ଏହାକୁ PDF ଭାବେ export କରିବା
00:21 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:30 RouteMap ଫାଇଲକୁ ଖୋଲନ୍ତୁ
00:33 Layerଗୁଡିକ କ’ଣ? Layerଗୁଡିକ ପାରଦର୍ଶି ଫର୍ଦ ଭଳି ଅଟନ୍ତି ଯେଉଁଗୁଡିକୁ ଗୋଟିକ ଉପରେ ଗୋଟିଏକୁ ରଖାଯାଇଥାଏ
00:42 ପ୍ରତ୍ୟେକ Draw ଫାଇଲରେ ତିନୋଟି ଲେୟାର୍ ରହିଥାଏ
00:44 default ଭାବେ Layout ଲେୟାର୍ ଦୃଶ୍ୟମାନ ହୋଇଛି
00:48 ଯେଉଁଠାରେ ଅଧିକାଂଶ ଗ୍ରାଫିକଗୁଡିକୁ ସୃଷ୍ଟି କରାଯାଇଥାଏ
00:51 Controls ଲେୟାର୍ button ଓ form ଭଳି କଣ୍ଟ୍ରୋଲ୍ ଏଲିମେଣ୍ଟଗୁଡିକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ହୋଇଥାଏ
00:57 Dimension ଲେୟାର୍, ଜଟିଳ ଚିତ୍ରଗୁଡିକରେ ଥିବା dimension lines କିମ୍ବା measurement lineଗୁଡିକର ବର୍ଣ୍ଣନା ପାଇଁ ବ୍ୟବହୃତ ହୋଇଥାଏ
01:06 ଉଦାହରଣସ୍ଵରୂପ, ଗୋଟିଏ ଘରର ଏକ ଚିତ୍ରରେ ନିଶ୍ଚିତରୂପେ କାନ୍ଥଗୁଡିକର ସଠିକ୍ ମାପ, electrical wiringର ଅବସ୍ଥିତି ଏବଂ ଏହି ପରି ଅନେକକୁ ଧାରଣ କରିଥାଏ
01:19 ତିନୋଟି ମ୍ୟାପକୁ ପ୍ରିଣ୍ଟ କରନ୍ତୁ ଯାହା House ଠାରୁ School ପର୍ଯ୍ୟନ୍ତ ଥିବା ମାର୍ଗକୁ ପ୍ରଦର୍ଶନ କରିବ
01:26 ସେଗୁଡିକୁ Map 1, Map 2 ଓ Map 3 ଭାବେ ନାମିତ କରନ୍ତୁ
01:31 Map 1 ସେହି ସ୍ଥାନରେ ଥିବା ସମସ୍ତ ଲ୍ୟାଣ୍ଡମାର୍କଗୁଡିକୁ ପ୍ରଦର୍ଶନ କରିବ
01:35 Map 2ରେ ଦୁଇଟି Lake, Stadium ଓ Commercial Complex ବ୍ୟତିତ ଅନ୍ୟ ସମସ୍ତ ଅବଜେକ୍ଟଗୁଡିକୁ ପ୍ରଦର୍ଶନ କରନ୍ତୁ
01:43 Map 3ରେ Park ବ୍ୟତିତ ଅନ୍ୟ ସମସ୍ତ ଅବଜେକ୍ଟଗୁଡିକୁ ପ୍ରଦର୍ଶନ କରନ୍ତୁ
01:48 ଏଗୁଡିକୁ ପ୍ରଦର୍ଶନ କରିବା ପାଇଁ ତିନୋଟି ଭିନ୍ନ ଭିନ୍ନ ମ୍ୟାପ୍ ସୃଷ୍ଟି କରିବା ଆବଶ୍ୟକ କି?
01:51 ନା. Draw, Layers ସାହାଯ୍ୟରେ ଏହାର ଗୋଟିଏ ସମାଧାନ ଉପଲବ୍ଧ କରାଉଅଛି
01:58 ଏହି ମାର୍ଗରେ, ଏଠାରେ ତଥ୍ୟ ଥିବା ଅନେକ ଲେୟାରଗୁଡିକ ସହିତ କେବଳ ଗୋଟିଏ ମ୍ୟାପ୍ ଫାଇଲ୍ ରହିପାରିବ
02:03 ଗୋଟିଏ Draw ପେଜକୁ ବ୍ୟବହାର କରି ଆପଣ layerଗୁଡିକର ଗୋଟିଏ କମ୍ବିନେଶନକୁ ପ୍ରିଣ୍ଟ କିମ୍ବା ଭ୍ୟୁ କରିପାରିବେ
02:10 RouteMapରେ କିଛି ଲେୟାରକୁ ସଂଯୁକ୍ତ କରନ୍ତୁ
02:13 ଲେୟାର୍ Layoutରେ କ୍ଲିକ୍ କରନ୍ତୁ
02:15 ରାଇଟ୍ କ୍ଲିକ୍ କରିବା ସହିତ Insert Layerକୁ ଚୟନ କରନ୍ତୁ
02:18 Insert layer ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
02:22 Name ଫିଲ୍ଡରେ ଟାଇପ୍ କରନ୍ତୁ: Layer four
02:24 ଆପଣଙ୍କ ଚିତ୍ରରେ ସମ୍ପର୍କୀତ ଯେକୌଣସି ଟାଇଟଲ୍ କିମ୍ବା ଡେସ୍କ୍ରିପଶନକୁ ସଂଯୁକ୍ତ କରିପାରିବେ
02:30 Visible ଓ Printable ବକ୍ସଗୁଡିକୁ ଚେକ୍ କରନ୍ତୁ
02:34 ଡାଇଲଗ୍ ବକ୍ସରୁ ବାହାର ହେବା ପାଇଁ OKରେ କ୍ଲିକ୍ କରନ୍ତୁ
02:37 ପୁନର୍ବାର ଲେୟାର୍ Layout ଉପରେ କ୍ଲିକ୍ କରନ୍ତୁ
02:40 Draw ପେଜ୍ ଉପରେ ମ୍ୟାପକୁ ଚୟନ କରିବା ସହିତ ଏହାକୁ ଅନଗ୍ରୁପ୍ କରନ୍ତୁ
02:44 ବର୍ତ୍ତମାନ Lakesକୁ ଚୟନ କରନ୍ତୁ
02:46 Shift କୀକୁ ଦାବନ୍ତୁ ଏବଂ Stadium ଓ Commercial complexକୁ ଚୟନ କରନ୍ତୁ
02:52 ତା’ପରେ ରାଇଟ୍ କ୍ଲିକ୍ କରିବା ସହିତ Cutକୁ ଚୟନ କରନ୍ତୁ
02:55 ତା’ପରେ ଲେୟାର୍ Layer four ଉପରେ କ୍ଲିକ୍ କରିବା ସହିତ ସେଗୁଡିକୁ ପେଷ୍ଟ କରନ୍ତୁ
02:59 ସେଗୁଡିକ Layout ଲେୟାରରେ ଥିବା ସମାନ ସ୍ଥାନରେ ପେଷ୍ଟ ହୋଇଯାଇଛନ୍ତି
03:04 ପୁନର୍ବାର Layer Four ଉପରେ କ୍ଲିକ୍ କରନ୍ତୁ
03:07 context ମେନୁକୁ ଦେଖିବା ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Modify Layer?କୁ ଚୟନ କରନ୍ତୁ
03:12 Modify Layer ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
03:15 Visible ବକ୍ସକୁ ଅନଚେକ୍ କରିବା ସହିତ OKରେ କ୍ଲିକ୍ କରନ୍ତୁ
03:18 Layer Fourରେ ଥିବା ଅବଜେକ୍ଟଗୁଡିକ ବେଶି ସମୟ ଦୃଶ୍ୟମାନ ହେବେ ନାହିଁ
03:21 ଅବଜେକ୍ଟଗୁଡିକ ଫୀଜିକାଲୀ ଉପସ୍ଥିତ ରହିଥିବେ କିନ୍ତୁ ଦୃଶ୍ୟମାନ ହେବେ ନାହିଁ
03:26 ଲେୟାର୍ Layoutରେ କ୍ଲିକ୍ କରନ୍ତୁ. ଯଦି ଟାବ୍ ଦୃଶ୍ୟମାନ ହେବ ନାହିଁ ତେବେ Layout ଲେୟାର୍ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ ବାମପଟ ଆରୋ ବଟନକୁ ଦାବି ଧରନ୍ତୁ
03:35 ଆମେ Map 2 ପ୍ରାପ୍ତ କରିଛେ! ସମାନ ଭାବେ ଆମେ Map 3 ମଧ୍ୟ ସୃଷ୍ଟି କରିପାରିବା
03:42 ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଏହି ଆସାଇନମେଣ୍ଟର ସମାଧାନ କରନ୍ତୁ
03:45 Home ଠାରୁ School Campus ପର୍ଯ୍ୟନ୍ତ ଦୁଇଟି ମାର୍ଗ ସୃଷ୍ଟି କରନ୍ତୁ
03:49 RouteMap ଚିତ୍ରରେ, ପ୍ରତ୍ୟେକ ମାର୍ଗକୁ ଭିନ୍ନ ଲେୟରେ ସୃଷ୍ଟି କରନ୍ତୁ ଯାହାଦ୍ଵାରା ସେଗୁଡିକ ପ୍ରତ୍ୟେକେ କେବଳ ଗୋଟିଏ ମାର୍ଗକୁ ପ୍ରଦର୍ଶିତ କରୁଥିବା ଦୁଇଟି ଭିନ୍ନ ମ୍ୟାପ୍ ଭାବେ ପ୍ରିଣ୍ଟ କରାଯାଇପାରିବ
04:01 ବର୍ତ୍ତମାନ ଫାଇଲକୁ ଗୋଟିଏ PDFରେ କିପରି export କରିବା ଏବଂ Draw ଫାଇଲକୁ password protect କରିବା ଶିଖିବା
04:10 ପ୍ରଥମେ Draw ଫାଇଲ୍ RouteMapକୁ ଗୋଟିଏ PDF ଭାବେ save କରନ୍ତୁ
04:14 main ମେନୁରେ ଥିବା Fileକୁ ଚୟନ କରିବା ସହିତ Export as PDFରେ କ୍ଲିକ୍ କରନ୍ତୁ
04:19 PDF ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
04:21 ପ୍ରଥମେ ବିକଳ୍ପ Generalକୁ ଚୟନ କରନ୍ତୁ
04:24 General ଟାବରେ କ୍ଲିକ୍ କରନ୍ତୁ
04:26 Range ଅଧିନରେ Allକୁ ଚୟନ କରନ୍ତୁ ଯେହେତୁ ଆମେ Draw ଫାଇଲରେ ଥିବା ସମସ୍ତ ପେଜକୁ PDFରେ ରୂପାନ୍ତର କରିବା
04:34 Images ଅଧିନରେ JPEG compressionକୁ ଚୟନ କରନ୍ତୁ
04:38 କମ୍ପ୍ରେସନ୍ ପାଇଁ ବ୍ୟବହୃତ ହେଉ ଥିବା ଏହା ସବୁଠାରୁ ସାଧାରଣ ଫର୍ମାଟ୍ ଅଟେ
04:42 ବର୍ତ୍ତମାନ Initial View ଟାବ୍ ଉପରେ କ୍ଲିକ୍ କରନ୍ତୁ
04:45 ଡାଇଲଗ୍ ବକ୍ସରେ ଡିଫଲ୍ଟ ଭେଲ୍ୟୁଗୁଡିକର ପ୍ରଦର୍ଶନକୁ ସେହିପରି ରଖନ୍ତୁ
04:49 ବର୍ତ୍ତମାନ Links ଟାବ୍ ଉପରେ କ୍ଲିକ୍ କରନ୍ତୁ
04:52 ବୋଧହୁଏ ଆମେ ଲିଙ୍କଗୁଡିକୁ Draw ଫାଇଲରେ ଇନସର୍ଟ କରିଛନ୍ତି
04:55 ପୁନର୍ବାର, ଲିଙ୍କଗୁଡିକ ପାଇଁ ଡିଫଲ୍ଟ ଭେଲ୍ୟୁଗୁଡିକୁ ସେହିପରି ରଖନ୍ତୁ
04:59 ବର୍ତ୍ତମାନ, PDF ଡକୁମେଣ୍ଟକୁ protect କରିବା ସକାଷେ ଗୋଟିଏ password ପ୍ରଦାନ କରନ୍ତୁ
05:03 ଏହା କରିବା ପାଇଁ Security ଟାବ୍ ଉପରେ କ୍ଲିକ୍ କରନ୍ତୁ
05:07 Set open password ବଟନ୍ ଉପରେ କ୍ଲିକ୍ କରନ୍ତୁ
05:10 Set Open Password ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
05:14 Password ଫିଲ୍ଡରେ, ଆପଣଙ୍କ ଫାଇଲକୁ ପ୍ରୋଟେକ୍ଟ କରିବା ପାଇଁ ଯେକୌଣସି ପାସୱର୍ଡକୁ ଟାଇପ୍ କରନ୍ତୁ
05:20 ମୁଁ ମୋର ପାସୱର୍ଡକୁ Protect101 ଭାବେ ସେଟ୍ କରିବି
05:24 Confirm ଫିଲ୍ଡରେ ପାସୱର୍ଡ Protect101କୁ ରିଟାଇପ୍ କରିବା ସହିତ OKରେ କ୍ଲିକ୍ କରନ୍ତୁ
05:31 ତା’ପରେ, ଡକୁମେଣ୍ଟକୁ ପ୍ରିଣ୍ଟ କିମ୍ବା ମୋଡିଫାଏ କରିବା ପାଇଁ ପରମିସନ୍ ପାସୱର୍ଡକୁ ସେଟ୍ କରନ୍ତୁ
05:37 Set permission password ବଟନ୍ ଉପରେ କ୍ଲିକ୍ କରନ୍ତୁ
05:41 Password ଫିଲ୍ଡରେ ନିଜ ପସନ୍ଦର ପାସୱର୍ଡକୁ ଟାଇପ୍ କରନ୍ତୁ. ମୁଁ ProtectAgain0 ଟାଇପ୍ କରିବି
05:49 Confirm ଫିଲ୍ଡରେ ପାସୱର୍ଡ ProtectAgain0କୁ ରିଟାଇପ୍ କରିବା ସହିତ OKରେ କ୍ଲିକ୍ କରନ୍ତୁ
05:57 ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ Printing ଓ Changes ପାଇଁ ପରମିସନଗୁଡିକ ସକ୍ରିୟ ଅଛନ୍ତି
06:03 ସର୍ବଦା ପାସୱର୍ଡକୁ ସଂଖ୍ୟା ଓ ସ୍ପେସାଲ୍ କ୍ୟାରେକ୍ଟରଗୁଡିକ ସହିତ ଅତିକମରେ ଛ’ଟି କ୍ୟାରେକ୍ଟରରେ ସେଟ୍ କରିବା ଗୋଟିଏ ଭଲ ଅଭ୍ୟାସ ଅଟେ
06:14 Printing ଅଧିନରେ ବିକଳ୍ପ Not Permittedକୁ ଚୟନ କରନ୍ତୁ
06:18 PDFକୁ ପ୍ରିଣ୍ଟ କରାଯାଇପାରିବ ଯଦି ସଠିକ୍ password ପ୍ରଦାନ କରାଯାଏ ଅନ୍ୟଥା ପ୍ରିଣ୍ଟ ହୋଇପାରିବ ନାହିଁ
06:25 Changes ଅଧିନରେ ବିକଳ୍ପ Not Permittedକୁ ଚୟନ କରନ୍ତୁ
06:29 ପାସୱର୍ଡକୁ ଏଡିଟ୍ କରାଯାଇପାରିବ ଯଦି ସଠିକ୍ ପାସୱର୍ଡ ପ୍ରଦାନ କରାଯାଏ ନଚେତ୍ ଏହା ରୂପାନ୍ତର ହୋଇପାରିବ ନାହିଁ
06:36 ବର୍ତ୍ତମାନ ନିମ୍ନରେ ଥିବା Export ବଟନ୍ ଉପରେ କ୍ଲିକ୍ କରନ୍ତୁ
06:41 Export ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
06:43 ବାମପଟ ପ୍ୟାନେଲରେ ଥିବା Places ଅଧିନରେ ଫାଇଲକୁ ସେଭ୍ କରିବା ପାଇଁ ଆପଣ ଚାହୁଁଥିବା ସ୍ଥାନ ଉପରେ କ୍ଲିକ୍ କରନ୍ତୁ. ମୁଁ Desktopକୁ ଚୟନ କରିବି
06:53 File type ଅଧିନରେ ଥିବା PDF - Portable Document Formatରେ କ୍ଲିକ୍ କରନ୍ତୁ
06:57 ଏବଂ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
07:01 Draw ଫାଇଲ୍ ଗୋଟିଏ PDF ଫାଇଲରେ ରୂପାନ୍ତର ହେବା ସହିତ Desktop ଉପରେ ସେଭ୍ ହୋଇଯାଇଛି
07:07 ବର୍ତ୍ତମାନ Desktopକୁ ଫେରିଆସନ୍ତୁ
07:09 Desktopରେ ଥିବା RouteMap PDF ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:14 Enter password ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
07:17 Password ଫିଲ୍ଡରେ ଭୁଲ୍ ପାସୱର୍ଡ Protect111କୁ ଟାଇପ୍ କରନ୍ତୁ
07:23 Unlock Document ବଟନ୍ ଉପରେ କ୍ଲିକ୍ କରନ୍ତୁ
07:26 ଆପଣ ଲକ୍ଷ୍ୟ କରିବେ ଯେ password ଫିଲ୍ଡ କ୍ଲିୟର୍ ହୋଇଯାଇଛି ଏବଂ ପାସୱର୍ଡକୁ ପୁନର୍ବାର ପ୍ରବେଶ କରିବା ପାଇଁ ନିର୍ଦ୍ଦେଶ ମିଳିଛି
07:35 Password ଫିଲ୍ଡରେ ଠିକ୍ ପାସୱର୍ଡ Protect101କୁ ଟାଇପ୍ କରନ୍ତୁ
07:40 Unlock Document ବଟନ୍ ଉପରେ କ୍ଲିକ୍ କରନ୍ତୁ. PDF ଫାଇଲ୍ ଖୋଲିଯିବ
07:46 ଆମେ ଆମ Draw ଫାଇଲକୁ PDFରେ ରୂପାନ୍ତର କରିବା ସହିତ ଏହାକୁ ସଫଳତାର ସହ password-protected ମଧ୍ୟ କରିଛେ
07:53 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:57 ଏଠାରେ ଆମେ ଶିଖିଲେ: *layersର ମୌଳିକତା
08:00 ଗୋଟିଏ Draw ଫାଇଲକୁ କିପରି ଏକ PDF ଫାଇଲରେ ରୂପାନ୍ତର କରିବା
08:03 ଏହାକୁ password encryption ଦ୍ଵାରା କିପରି ପ୍ରୋଟେକ୍ଟ କରିବା
08:08 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
08:11 RouteMap ଫାଇଲର ଅନ୍ୟ ଏକ PDF ସୃଷ୍ଟି କରନ୍ତୁ
08:14 PDF ଡାଇଲଗ୍ ବକ୍ସରେ Initial View ବିକଳ୍ପଗୁଡିକୁ ପରିବର୍ତ୍ତନ କରନ୍ତୁ
08:17 କ’ଣ ହେଉଛି ଲକ୍ଷ୍ୟ କରନ୍ତୁ
08:20 User Interface ପାଇଁ ଥିବା ସମସ୍ତ ବିକଳ୍ପଗୁଡିକୁ ଚେକ୍ କରନ୍ତୁ
08:23 permission passwordsକୁ ସେଟ୍ କରନ୍ତୁ
08:25 ଏହି PDFକୁ ପ୍ରିଣ୍ଟ କରନ୍ତୁ
08:28 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
08:31 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:34 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:42 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:45 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:50 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:03 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:11 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:23 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep