LibreOffice-Suite-Draw/C2/Common-editing-and-print-functions/Oriya

From Script | Spoken-Tutorial
Jump to: navigation, search
Time Narration
00:01 LibreOffice Draw ରେ Common Editing and Printing Functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
00:10 ଡ୍ର ପେଜ୍ ପାଇଁ ମାର୍ଜିନ୍ କେମିତି ସେଟ୍ କରିବା
00:13 ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
00:16 Undo ଓ Redo ଆକ୍ସନ୍ସ
00:18 ପେଜ୍ ରିନେମ୍ କରିବା
00:20 ଓ ଏକ ପେଜ୍ ପ୍ରିଣ୍ଟ କରିବା
00:22 ଏଠାରେ ଆମେ Ubuntu Linux version 10.04 ଓ LibreOffice Suite version 3.3.4 ବ୍ୟବହାର କରୁଛୁ
00:33 WaterCycle ଫାଇଲ୍ ଖୋଲନ୍ତୁ ଓ WaterCycle diagram ଥିବା ପେଜ୍‌କୁ ସିଲେକ୍ଟ କରନ୍ତୁ
00:40 ଏହି drawing ପାଇଁ Page Margins ସେଟ୍ କରିବା
00:44 Page Margins କାହିଁକି ଦରକାର ?
00:46 ଏକ ପେଜ୍‍ ଭିତରେ ଅବଜେକ୍ଟଗୁଡ଼ିକୁ ରଖାଯିବାର ସ୍ଥାନକୁ Page Margins ସ୍ଥିର କରେ
00:53 ଉଦାହରଣସ୍ୱରୂପ, drawing କୁ ପ୍ରିଣ୍ଟ କରି ଫାଇଲ୍ କରିବା ପାଇଁ ଆମେ ଚାହିଁପାରୁ
00:57 ସାଇଡ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ସ୍ପେସ୍ ଅଛି ବୋଲି ମାର୍ଜିନ୍ ସୁନିଶ୍ଚିତ କରେ
01:01 ଫଳରେ, ପ୍ରିଣ୍ଟ କଲାବେଳେ ଛବିର କୌଣସି ଅଂଶ କଟିବନି କିମ୍ବା ଲୁଚିବନି
01:07 Page Margins ସେଟ୍ କରି WaterCycle drawing ପ୍ରିଣ୍ଟ କରନ୍ତୁ
01:11 ଧରନ୍ତୁ, ଏହି diagram ପ୍ରିଣ୍ଟ କରିବା ପାଇଁ ଆମେ ବ୍ୟବହାର କରୁଥିବା ପେପର୍ ସାଇଜ୍, ଷ୍ଟାଣ୍ଡାର୍ଡ ସାଇଜ୍‌ର ନୁହେଁ
01:18 ଏହାର 20 cms ର ପ୍ରସ୍ତତା ଓ 20 cms ର ଉଚ୍ଚତା ରହିଛି
01:23 ଏହା 1.5 cms ର Bottom margin ମଧ୍ୟ ଆବଶ୍ୟକ କରୁଛି
01:29 ଏହି measurement ସେଟ୍ କରିବା ପାଇଁ, Main menu ରୁ Format ସିଲେକ୍ଟ କରି Pageରେ କ୍ଲିକ୍ କରନ୍ତୁ
01:35 Page Setup ଡାଇଲଗ୍ ବକ୍ସ ଦେଖାଦେଲା
01:38 Page tab ସିଲେକ୍ଟ କରନ୍ତୁ
01:41 Width field ରେ “20” ଓ Height field ରେ “20” ଭାଲ୍ୟୁ ଏଣ୍ଟର୍ କରନ୍ତୁ
01:47 Margins ଅଧିନରେ ଥିବା Bottom fieldରେ “1.5” ଏଣ୍ଟର୍ କରନ୍ତୁ
01:54 ଡାହାଣକୁ Draw page ର preview ଦେଖିପାରିବେ
01:58 ଏହି preview, Draw page ର ପରିବର୍ତ୍ତନକୁ ଡିସ୍ପ୍ଲେ କରେ
02:02 OK କ୍ଲିକ୍ କରନ୍ତୁ
02:04 ଛବିଟି କେମିତି ଦେଖାଯାଉଛି ?
02:06 ଏହା ପେଜ୍ ବାହାରକୁ ବାହାରିଯାଇଛି !
02:08 ଏହାର ଅର୍ଥ, ପ୍ରିଣ୍ଟ କଲାବେଳେ drawing ର ଏକ ଅଂଶ ପ୍ରିଣ୍ଟ ହେବନାହିଁ
02:14 ସୁନିଶ୍ଚିତ କରନ୍ତୁ ଯେ :,drawings ସର୍ବଦା ମାର୍ଜିନ୍ ଭିତରେ ହିଁ ରହିବ
02:18 ଆଙ୍କିବା ବେଳେ Drawing ର କୌଣସି ଅଂଶ ମାର୍ଜିନ୍ ବାହାରକୁ ନଯାଉ
02:23 ସେଥିପାଇଁ, drawing ଆରମ୍ଭ କରିବା ପୂର୍ବରୁ ପେଜ୍ ମାର୍ଜିନ୍ ସେଟ୍ କରିବା ଏକ ଭଲ ଅଭ୍ୟାସ
02:29 ପୁଣିଥରେ, Main menu ରୁ Format ସିଲେକ୍ଟ କରି Page କ୍ଲିକ୍ କରନ୍ତୁ
02:35 Page Setup ଡାଇଲଗ୍ ବକ୍ସ ଦେଖାଦେବ
02:38 Page tab କ୍ଲିକ୍ କରନ୍ତୁ
02:40 Format drop-down list କ୍ଲିକ୍ କରି 'A4' ସିଲେକ୍ଟ କରନ୍ତୁ
02:45 ଏହା ମୂଳ ମାର୍ଜିନ୍, ଯାହା ଆମେ ସେଟ୍ କରିଥିଲେ
02:48 OK କ୍ଲିକ୍ କରନ୍ତୁ
02:52 ମାର୍ଜିନ୍ ଭିତରେ drawing ରହିଲା
02:55 ପେଜ୍ ଉପରେ ରାଇଟ୍ କ୍ଲିକ୍ ଓ Context menu ବ୍ୟବହାର କରି
03:00 Draw page ରୁ ମଧ୍ୟ Page setup ଡାୟଲଗ୍ ବକ୍ସ ଆକ୍ସେସ୍ କରାଯାଇପାରିବ
03:05 Cancel କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
03:09 ଏବେ page numbers, date, time ଓ author’s name ଇନ୍ସର୍ଟ କରିବା
03:15 ଚାଲନ୍ତୁ, WaterCycle diagram ଥିବା ପେଜ୍ ସିଲେକ୍ଟ କରି ପେଜ୍ ନମ୍ବର୍ ଇନ୍ସର୍ଟ କରିବା
03:21 Main menu କୁ ଯାଆନ୍ତୁ, Insert ସିଲେକ୍ଟ କରି Fields କ୍ଲିକ୍ କରନ୍ତୁ
03:27 Fields ର ତାଲିକା ଡିସ୍ପ୍ଲେ ହେଲା
03:31 "Draw" ଦ୍ୱାରା ଅଟୋମେଟିକାଲୀ ଜେନେରେଟ୍‍ ହୋଇଥିବା ଭାଲ୍ୟୁଗୁଡ଼ିକ, Fieldsରେ ରହିଥାଏ
03:35 ଆମକୁ କେବଳ ଏକ Field ଓ "Draw" ଦ୍ୱାରା ଜେନେରେଟ୍‍ ହୋଇଥିବା ଭାଲ୍ୟୁ ଇନ୍ସର୍ଟ କରିବାକୁ ହେବ
03:41 Page numberରେ କ୍ଲିକ୍ କରନ୍ତୁ
03:43 "Draw page" ରେ '1' ନମ୍ବର ସହିତ ଏକ ଟେକ୍ସଟ୍ ବକ୍ସ ଇନ୍ସର୍ଟ ହେଲା
03:48 ଏହି ଟେକ୍ସଟ୍ ବକ୍ସର ସାଇଜ୍ ବଦଳାଇ ଏହାକୁ ଟିକେ ଛୋଟ କରିବା
03:55 ଏବେ, ଏହି ବକ୍ସକୁ ଡ୍ରାଗ୍ କରି ପେଜ୍‌ର ତଳ ଡାହାଣ କୋଣରେ ରଖନ୍ତୁ
04:01 ନମ୍ବର୍ ବକ୍ସକୁ ସରଳତାର ସହ ଘୁଞ୍ଚାଇବା ପାଇଁ, ନମ୍ବର୍ ବକ୍ସ ସିଲେକ୍ଟ କରି "Shift" କୀ ଦାବନ୍ତୁ
04:07 ଏହାକୁ ଆଉ ତଳକୁ ଘୁଞ୍ଚାନ୍ତୁ
04:11 ପରବର୍ତ୍ତୀ ନମ୍ବର୍ ଏହି "Draw" ଫାଇଲ୍ର ଦ୍ୱିତୀୟ ପେଜ୍‌ରେ ଇନ୍ସର୍ଟ ହୋଇଛି କି ନାହିଁ ଦେଖିବା
04:17 ଏଥିରେ ପେଜ୍ ନମ୍ବର୍ ନାହିଁ !
04:20 ପେଜ୍ ନମ୍ବର୍ କେବଳ ସେହି ପେଜ୍ରେ ରହିବ, ଯେଉଁଠି ଆମେ ଫିଲ୍ଡ ଇନ୍ସର୍ଟ କରିଥିବା !
04:26 ଏବେ ପେଜ୍ ନମ୍ବର୍ ଫର୍ମାଟ୍ କେମିତି ବଦଳାଯାଏ, ଶିଖିବା
04:30 Main menu ରୁ Format କ୍ଲିକ୍ କରି Page ସିଲେକ୍ଟ କରନ୍ତୁ
04:36 Page Setup ଡାୟଲଗ୍ ବକ୍ସ ଦେଖାଦେବ
04:39 Page tabରେ କ୍ଲିକ୍ କରନ୍ତୁ
04:41 Layout settingsରେ ଥିବା Format ସିଲେକ୍ଟ କରନ୍ତୁ
04:45 drop-down list ରୁ a,b,c ସିଲେକ୍ଟ କରନ୍ତୁ
04:49 OK କ୍ଲିକ୍ କରନ୍ତୁ
04:52 ପେଜ୍ ନମ୍ବରିଂ 1, 2, 3 ରୁ a, b, c କୁ ପରିବର୍ତ୍ତନ ହୋଇଗଲା
04:58 ସେହିଭଳି, ଏହାକୁ ଯେକୌଣସି ଫର୍ମାଟ୍ରେ ପରିବର୍ତ୍ତନ କରିହେବ
05:01 Date ଓ Time field କେମିତି ଇନ୍ସର୍ଟ କରିବେ, ଚାଲନ୍ତୁ ଶିଖିବା
05:05 "Draw" page ରେ ଆପଣ DateTime stamps ମଧ୍ୟ ଇନ୍ସର୍ଟ କରିପାରିବେ
05:10 Insert Fields ଉପରେ କ୍ଲିକ୍ କରି, ତାହା କରିପାରିବେ
05:14 ଗୋଟିଏ ହେଉଛି Date(fixed)Time(fixed)
05:18 ଅନ୍ୟଟି ହେଉଛି Date(variable)Time(variable)
05:23 Date (fixed)Time (fixed) ଅପ୍ସନ୍, ସାମ୍ପ୍ରତିକ date ଓ time ଇନ୍ସର୍ଟ କରିବ
05:29 ଏହି date ଓ time ର ଭାଲ୍ୟୁ ଅପ୍‌ଡେଟ୍ ହେବନାହିଁ
05:33 ଅନ୍ୟ ପକ୍ଷରେ, Date (variable)Time (variable) ଅପ୍ସନ୍
05:37 ଆପଣ ଯେତେବେଳେ ବି ଫାଇଲ୍ ଖୋଲିବେ, ଅଟୋମେଟିକାଲୀ ଅପ୍‌ଡେଟ୍ ହୋଇଯିବ
05:42 ଏଠାରେ Time (variable) ଇନ୍ସର୍ଟ କରନ୍ତୁ
05:46 ଏବେ ସେହି ବକ୍ସକୁ ଡ୍ରାଗ୍ କରି, ପେଜ୍‌ର ତଳ ଡାହାଣ କୋଣରେ ଥିବା ପେଜ୍ ନମ୍ବର୍ ଉପରେ ରଖନ୍ତୁ
05:56 ଯେତେବେଳେ ଡ୍ର ପେଜ୍ ଖୋଲିବେ, ଇନ୍ସର୍ଟ କରାଯାଇଥିବା ଟାଇମ୍ ସାମ୍ପ୍ରତିକ ସମୟ ସହ ଅପ୍‌ଡେଟ୍ ହେବ
06:03 ଏବେ ଲେଖକଙ୍କ ନାମ ଏଣ୍ଟର୍ କରନ୍ତୁ, ଯିଏ ଏହି ଫାଇଲ୍ ତିଆରି କରିଛନ୍ତି
06:08 “Teacher. A. B.” ଭାବେ, ପ୍ରଥମ ପେଜ୍‌ରେ ଲେଖକଙ୍କ ନାମ ସେଟ୍‍ କରିବା
06:17 ତେଣୁ, ପ୍ରଥମ ପେଜ୍‌କୁ ଆସନ୍ତୁ
06:19 Main menu ରୁ Tools ସିଲେକ୍ଟ କରି Options କ୍ଲିକ୍ କରନ୍ତୁ
06:24 Options ଡାୟଲଗ୍ ବକ୍ସ ଦେଖାଦେବ
06:27 Options ଡାୟଲଗ୍ ବକ୍ସରେ LibreOffice କ୍ଲିକ୍ କରନ୍ତୁ ଓ ତା’ପରେ User Data କ୍ଲିକ୍ କରନ୍ତୁ
06:34 ଡାଇଲଗ୍ ବକ୍ସର ଡାହାଣ ପଟେ ଆପଣ user data information ଏଣ୍ଟର୍ କରିପାରିବେ
06:40 ଆବଶ୍ୟକତା ଅନୁସାରେ, ଏଠାରେ ସୂଚନାଗୁଡ଼ିକୁ ଏଣ୍ଟର୍ କରିହେବ
06:44 First/Last Name/Initials ଭିତରେ କ୍ରମାନ୍ୱୟରେ Teacher, A, ଓ B ଏଣ୍ଟର୍ କରନ୍ତୁ
06:53 OK କ୍ଲିକ୍ କରନ୍ତୁ
06:55 ଏବେ Main menu ରୁ Insert କ୍ଲିକ୍ କରି Fields ସିଲେକ୍ଟ କରନ୍ତୁ ଓ Author କ୍ଲିକ୍ କରନ୍ତୁ
07:02 ଏକ text-box ଭିତରେ Teacher A B ନାମ ଇନ୍ସର୍ଟ ହେଲା
07:07 ଏହି ବକ୍ସକୁ ଡ୍ରାଗ୍ କରି, ଡ୍ର ପେଜ୍‌ର ତଳ ଡାହାଣ କୋଣରେ ଥିବା Time fieldର ଟିକିଏ ଉପରକୁ ରଖନ୍ତୁ
07:15 ଏବେ, ଡ୍ର ପେଜ୍‌ରେ ଇନ୍ସର୍ଟ କରିଥିବା ଫିଲ୍ଡଗୁଡ଼ିକୁ କାଢିବା ପାଇଁ କ’ଣ କରିବାକୁ ହେବ ?
07:21 କେବଳ ଟେକ୍ସଟ୍ ବକ୍ସ ସିଲେକ୍ଟ କରି Delete କୀ ଦବାଇଦିଅନ୍ତୁ
07:25 Author Name ଫିଲ୍ଡ ଡିଲିଟ୍ କରନ୍ତୁ
07:28 ଆଉ ଏହି କ୍ରିୟାକୁ undo କରିବା ପାଇଁ କ’ଣ କରିବା ?
07:31 ଆପଣ ଏକକାଳୀନ CTRL ଓ Z କୀ ଦବାଇ, ଯେକୌଣସି କ୍ରିୟାକୁ undo କରିପାରିବେ
07:38 କରାଯାଇଥିବା ଶେଷ କ୍ରିୟା, ଅର୍ଥାତ୍ Author field ଡିଲିଶନ୍‍ undo ହୋଇଗଲା
07:45 ଫିଲ୍ଡଟି ପୁଣିଥରେ ଦେଖାଦେଉଛି
07:48 କ୍ରିୟାଗୁଡ଼ିକୁ Main menu ରୁ ମଧ୍ୟ undo କିମ୍ବା redo କରିପାରିବା
07:53 Main menu ରୁ Edit ସିଲେକ୍ଟ କରି Redo କ୍ଲିକ୍ କରନ୍ତୁ
07:57 Author’s name ଆଉ ଦେଖାଯିବ ନାହିଁ !
08:00 CTRL+Z କୀ ଦବାଇ, ସମସ୍ତ ଫିଲ୍ଡ ଇନ୍‌ସର୍ସନ୍ undo କରନ୍ତୁ
08:06 undo ଓ redo command ପାଇଁ କୀବୋର୍ଡରୁ short cut କୀ ମଧ୍ୟ ବ୍ୟବହାର କରାଯାଇପାରିବ
08:13 ଗୋଟିଏ କ୍ରିୟାକୁ undo କରିବା ପାଇଁ CTRL+Z କୀ ଦାବନ୍ତୁ
08:18 ଗୋଟିଏ କ୍ରିୟାକୁ redo କରିବା ପାଇଁ CTRL+Y କୀ ଦାବନ୍ତୁ
08:23 ଟ୍ୟୁଟୋରିଆଲ୍ କୁ ପଜ୍‍ କରି ଏହି ଆସାଇନ୍ମେଣ୍ଟ କରନ୍ତୁ
08:26 ଲେଖକଙ୍କ ନାମ ପରିବର୍ତ୍ତନ କରି ସେଭ୍ କରନ୍ତୁ
08:29 ଏବେ ପେଜ୍‌ରେ ଦୁଇଟି ଅଧିକ ଆରୋ ଆଡ୍ କରନ୍ତୁ
08:33 ଦ୍ୱିତୀୟ ପେଜ୍‌ରେ ପେଜ୍ ନମ୍ବର୍ ଓ ତାରିଖ ଇନ୍ସର୍ଟ କରନ୍ତୁ
08:38 ଏବେ ଶେଷ ପାଞ୍ଚଟି କ୍ରିୟାକୁ undo ଓ redo କରନ୍ତୁ
08:42 Undo Redo ଅପ୍ସନ୍ସ ସମସ୍ତ କ୍ରିୟାକୁ undo କରିଛି ନା କିଛି କ୍ରିୟା undo ହୋଇପାରୁନାହିଁ, ଯାଞ୍ଚ କରନ୍ତୁ
08:51 ଏହି ପେଜ୍‌କୁ “WaterCycleSlide” ନାମ ଦିଅନ୍ତୁ
08:54 ପେଜେସ୍‍ ପେନ୍‍ ରେ ଥିବା ସ୍ଲାଇଡ୍ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଓ Rename Page ସିଲେକ୍ଟ କରନ୍ତୁ
09:00 Rename Slide ଡାୟଲଗ୍ ବକ୍ସ ଦେଖାଦେବ
09:03 Name field ଭିତରେ, WaterCycleSlide ନାମ ଏଣ୍ଟର କରନ୍ତୁ
09:08 OK କ୍ଲିକ୍ କରନ୍ତୁ
09:10 ଏବେ, ଏହି ପେଜ୍ ଉପରେ କର୍ସର୍ ରଖନ୍ତୁ
09:14 WaterCycleSlide ନାମ ଡିସ୍‌ପ୍ଲେ ହେଉଥିବାର ଦେଖିପାରୁଛନ୍ତି କି ?
09:18 ପେଜ୍‌ ସହ ସମ୍ପୃକ୍ତ ନାମ ଦେବା ଏକ ଭଲ ଅଭ୍ୟାସ
09:23 ଏବେ, ପ୍ରିଣ୍ଟିଂ ଅପ୍ସନ୍ ସେଟ୍ କରନ୍ତୁ ଓ WaterCycle diagram ପ୍ରିଣ୍ଟ କରନ୍ତୁ
09:28 Main menu ଭିତରେ File କ୍ଲିକ୍ କରି Print କ୍ଲିକ୍ କରନ୍ତୁ
09:33 Print ଡାଇଲଗ୍ ବକ୍ସ ଦେଖାଦେବ
09:36 GeneralOptions tabsରେ ଥିବା ସେଟିଂ ବିଷୟରେ ଜାଣିବା ପାଇଁ
09:41 ଦୟାକରି LibreOffice Writer ସିରିଜ୍ ରେ ଥିବା Viewing and printing Documents ଉପରେ ଟ୍ୟୁଟୋରିଆଲ୍‌କୁ ଦେଖନ୍ତୁ
09:48 ବାମ ପାର୍ଶ୍ୱରେ ଆପଣ page preview area ଦେଖିପାରିବେ
09:53 Print ଡାୟଲଗ୍ ବକ୍ସର ଡାହାଣ ପାର୍ଶ୍ୱରେ ଚାରୋଟି tabs ଅଛି
09:58 ଜେନେରାଲ୍‌, ଲିବର୍‌ ଅଫିସ୍‍ ଡ୍ର’, ପେଜ୍‍ ଲେଆଉଟ୍‍, ଅପ୍ସନ୍ସ
10:04 LibreOffice Draw ପାଇଁ ଥିବା ନିର୍ଦ୍ଦିଷ୍ଟ ଅପ୍ସନ୍ ଦେଖିବା
10:09 LibreOffice Draw tab କ୍ଲିକ୍ କରନ୍ତୁ
10:13 Page nameDate and Time ବକ୍ସ ଚେକ୍ କରନ୍ତୁ
10:17 ଏହା drawing ସହିତ page name, date ଓ time ପ୍ରିଣ୍ଟ କରିବ
10:23 ଡ୍ରଇଂଟିକୁ ପ୍ରିଣ୍ଟ କରିବା ପାଇଁ Original colorsFit to printable page ସିଲେକ୍ଟ କରନ୍ତୁ
10:29 WaterCycle drawing ପ୍ରିଣ୍ଟ କରିବା ପାଇଁ Print କ୍ଲିକ୍ କରନ୍ତୁ
10:34 ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ତେବେ ବର୍ତ୍ତମାନ ଆପଣଙ୍କ drawing ପ୍ରିଣ୍ଟ ହେବା ଉଚିତ୍
10:40 ଏହା ଲିବର୍ ଅଫିସ୍ ଡ୍ର ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
10:45 ଏହି ଟ୍ୟୁଟୋରିଆଲ୍‌ରେ ଆପଣ ଶିଖିଲେ :
10:48 ଡ୍ର ପେଜ୍ ପାଇଁ ମାର୍ଜିନ୍ ସେଟ୍ କରିବା
10:50 ଓ ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
10:54 କ୍ରିୟାକୁ Undo ଓ Redo କରିବା
10:57 ପେଜ୍ ରିନେମ୍ କରିବା ଓ,ପେଜ୍ ପ୍ରିଣ୍ଟ କରିବା
11:01 ଏକ ଆସାଇନ୍‌ମେଣ୍ଟ ଭାବେ -
11:03 ଆଉ ଦୁଇଟି ପେଜ୍ ଇନ୍ସର୍ଟ କରନ୍ତୁ
11:06 ପ୍ରତ୍ୟେକ ପେଜ୍ ପାଇଁ ଭିନ୍ନ ମାର୍ଜିନ୍ ସେଟ୍ କରନ୍ତୁ ଓ ପୂର୍ବ ଟ୍ୟୁଟୋରିଆଲ୍‌ରେ ତିଆରି କରିଥିବା label ଓ invitation ପ୍ରିଣ୍ଟ କରନ୍ତୁ
11:14 ପ୍ରତ୍ୟେକ ପେଜ୍‌ରେ Page count ଫିଲ୍ଡ ଇନ୍ସର୍ଟ କରନ୍ତୁ ଓ କ’ଣ ଘଟୁଛି ଦେଖନ୍ତୁ
11:21 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
11:24 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:28 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
11:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
11:34 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:37 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:41 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
11:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:59 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:10 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep