LibreOffice-Suite-Calc/C3/Formulas-and-Functions/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ କାଲ୍କରେ ଫର୍ମୁଲା ଓ ଫଙ୍କସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:

କଣ୍ଡିଶନାଲ୍ ଅପରେଟର୍ If..Or ଷ୍ଟେଟମେଣ୍ଟ ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ

00:19 ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:30 ଡାଟାରେ ମିଶାଣ, ଫେଡ଼ାଣ ଓ ହାରାହାରି ପରି ମୌଳିକ ଗାଣିତିକ ଅପରେଟର୍ସ ଲାଗୁକରିବା ବିଷୟରେ ଆମେ ଶିଖିସାରିଛେ |
00:39 ଏବେ ଚାଲନ୍ତୁ, ଅନ୍ୟ କିଛି ଉପଯୋଗୀ ଅପରେଟର୍ସ ବିଷୟରେ ଶିଖିବା |
00:43 ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ଅପରେଟର୍ସ ମଧ୍ୟରୁ ଗୋଟିଏ ହେଉଛି କଣ୍ଡିଶନାଲ୍ ଅପରେଟର୍ |
00:51 କଣ୍ଡିଶନାଲ୍ ଅପରେଟର୍,ୟୁଜର୍ ଦ୍ୱାରା ଡାଟାରେ ଲାଗୁ କଣ୍ଡିଶନ୍ ପାଇଁ ଯାଞ୍ଚ କରନ୍ତୁ
00:56 ଓ ତାହାପରେ ବୁଲିୟନ୍ ରେ ଠିକ୍ କିମ୍ୱା ଭୁଲ୍ ଉତ୍ତର ପ୍ରଦର୍ଶିତ ହୋଇଥାଏ |
01:01 “Personal-Finance-Tracker.ods” ଖୋଲନ୍ତୁ |
01:05 ଏଠାରେ, “Cost” ହେଡିଙ୍ଗ୍ ତଳେ, ଆମର ଅନେକ ଆଇଟମ୍ ର ମୂଲ୍ୟ ତାଲିକାଭୁକ୍ତ ହୋଇଅଛି |
01:11 ସେଗୁଡ଼ିକ ଉପରେ କଣ୍ଡିଶନାଲ୍ ଅପରେଟର୍ସ ଲାଗୁ କରି ପରିଣାମ ବିଶ୍ଳେଷଣ କରନ୍ତୁ |
01:17 “B10” ସେଲ୍ ଉପରେ କ୍ଲିକ୍ କରି ତା’ ଭିତରେ “Condition Result” ଟାଇପ୍ କରନ୍ତୁ |
01:24 ଏବେ, “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ |
01:28 ଏହି ସେଲ୍ ରେ କଣ୍ଡିଶନ୍ ର ପରିଣାମ ଲାଗୁ ହୋଇ ପ୍ରଦର୍ଶିତ ହେବ |
01:33 ଦେଖନ୍ତୁ, “House Rent”ର ଖର୍ଚ୍ଚ ହେଉଛି 6,000 ଟଙ୍କା |
01:38 “Electricity Bill”ର ଖର୍ଚ୍ଚ ହେଉଛି 800 ଟଙ୍କା |
01:43 “House Rent”ର ଖର୍ଚ୍ଚ “Electricity Bill”ଠାରୁ ଅଧିକ |
01:48 ସେହିଗୁଡ଼ିକ ଉପରେ ଆମେ ବିଭିନ୍ନ କଣ୍ଡିଶନ୍ ଲାଗୁ କରି ପରିଣାମ ଯାଞ୍ଚ କରିପାରିବା |
01:54 “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ |
01:57 ଏହି ସେଲ୍ ରେ, ପ୍ରଥମ କଣ୍ଡିଶନ୍ କୁ “is equal to C3 greater than C4 ” ଭାବେ ଟାଇପ୍ କରି “Enter” ଦାବନ୍ତୁ |
02:09 ଯେହେତୁ C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ, ତେଣୁ ଆମେ ପରିଣାମ “TRUE” ପାଇବା |
02:18 ଏବେ, ଏହି କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ “is equal to C3 less than C4”ରେ ପରିବର୍ତ୍ତନ କରି
02:26 “Enter” ଦାବନ୍ତୁ |
02:28 ଆମେ ପରିଣାମ “FALSE” ପାଇବା |
02:32 ସମାନ ଭାବରେ, ଆପଣ ଅନ୍ୟ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ ଲାଗୁ କରି ପରିଣାମ ଦେଖିପାରିବେ |
02:38 ବହୁତ ଡାଟା ସହ କାରବାର କରୁଥିବା ସମୟରେ ଏହି ଷ୍ଟେଟମେଣ୍ଟଗୁଡ଼ିକ ବହୁତ ଉପଯୋଗୀ ହୋଇଥା’ନ୍ତି |
02:44 ଡାଟାରେ ଆପଣ “If and Or” କଣ୍ଡିଶନ୍ ମଧ୍ୟ ବ୍ୟବହାର କରିପାରିବେ |
02:49 ପରିଣାମ ପ୍ରିଣ୍ଟ କରିବା ପାଇଁ କଣ୍ଡିଶନ୍ ଅନୁସାରେ ତାହା TRUE ଧରିଥାଏ |
02:55 “C10” ସେଲ୍ ରେ କ୍ଲିକ୍ କରନ୍ତୁ ଓ ଟାଇପ୍ କରନ୍ତୁ
02:59 “ is equal to IF” ଓ ବ୍ରାକେଟ୍ ମଧ୍ୟରେ “C3 greater than C4” କମା, ଡବଲ୍ କ୍ୱୋଟ୍ସ ମଧ୍ୟରେ “Positive” କମା ଓ ପୁଣିଥରେ ଡବଲ୍ କ୍ୱୋଟ୍ସ ମଧ୍ୟରେ “Negative”.
03:16 ଏହାର ଅର୍ଥ, C3 ସେଲ୍ ରେ ଥିବା ଭାଲ୍ୟୁ ଯଦି C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥାଏ, ତେବେ “Positive” ପ୍ରଦର୍ଶିତ ହେବ |
03:25 ନହେଲେ “Negative” ପ୍ରଦର୍ଶିତ ହେବ |
03:28 ଏବେ “Enter” ଦାବନ୍ତୁ |
03:31 ଦେଖନ୍ତୁ, 6000 ଟଙ୍କା 800 ଟଙ୍କାଠାରୁ ଅଧିକ ହୋଇଥିବାରୁ ପରିଣାମ “Positive” ଆସିଲା |
03:39 ବର୍ତ୍ତମାନ, କଣ୍ଡିଶନାଲ୍ ଷ୍ଟେଟମେଣ୍ଟରେ “greater than” ରୁ “less than”କୁ ପରିବର୍ତ୍ତନ କରି ଏଣ୍ଟର୍ ଦାବନ୍ତୁ |
03:47 ଦେଖନ୍ତୁ, C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥିବାରୁ ଏବେ ପରିଣାମ “Negative” ଦେଖାଉଛି |
03:57 C3 ଓ C4 ସେଲ୍ସରେ ଯଦି ଆମେ ଡାଟା ପରିବର୍ତ୍ତନ କରିବା, ତେବେ ଆମେ ପରିଣାମରେ ମଧ୍ୟ ପରିବର୍ତ୍ତନ ଦେଖିପାରିବା |
04:04 ପରିଣାମ “Negative” ପ୍ରଦର୍ଶିତ ହେବ |
04:09 C4 ସେଲ୍ ରେ ଭାଲ୍ୟୁ “7000”କୁ ବଢ଼ାଇ “Enter” ପ୍ରେସ୍ କରନ୍ତୁ |
04:17 ପରିଣାମ ଅଟିମେଟିକାଲୀ “Positive”କୁ ପରିବର୍ତ୍ତିତ ହୋଇଯିବ |
04:22 ପୁଣିଥରେ C4ରେ ଭାଲ୍ୟୁକୁ “800”କୁ ହ୍ରାସ କରନ୍ତୁ |
04:26 ଓ “Enter” ପ୍ରେସ୍ କରନ୍ତୁ |
04:29 ପରିଣାମ ପୁଣିଥରେ ଅଟୋମେଟିକାଲୀ “Negative”କୁ ଚେଞ୍ଜ ହୋଇଯିବ |
04:34 ଏବେ, ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରନ୍ତୁ |
04:38 ଏହାପରେ, ଚାଲନ୍ତୁ କିଛି ଆରିଥମେଟିକ୍ ଓ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ଦେଖିବା |
04:43 ବେସିକ୍ ଆରିଥମେଟିକ୍ ଫଙ୍କସନ୍ସରେ ରହିଛି:

ମିଶାଣ ପାଇଁ SUM, ଗୁଣନ ପାଇଁ PRODUCT ହରଣ ପାଇଁ QUOTIENT ଆହୁରି ଅନେକ, ଯାହା ଆମେ ପୂର୍ବ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଶିଖିସାରିଛେ |

04:57 Sum, Product ଓ Quotient ଫଙ୍କସନ୍ କିପରି କାମକରେ ଜାଣିବା ପାଇଁ ଚାଲନ୍ତୁ ଏବେ କିଛି କାର୍ଯ୍ୟ କରିବା |
05:05 ପ୍ରଥମେ “Sheet 3” ସିଲେକ୍ଟ କରନ୍ତୁ |
05:08 “B1”, “B2” ଓ “B3” ସେଲ୍ସରେ କ୍ରମଶଃ “50”,”100” ଓ ”150” ସଂଖ୍ୟା ଏଣ୍ଟର୍ କରନ୍ତୁ |
05:19 “A4” ସେଲ୍ ରେ କ୍ଲିକ୍ କରି “SUM” ଟାଇପ୍ କରନ୍ତୁ |
05:23 “B4” ସେଲ୍ ରେ କ୍ଲିକ୍ କରନ୍ତୁ |
05:26 ଏହି ସେଲ୍ ରେ ଆମେ ପରିଣାମ ଗଣନା କରିବା |
05:30 ଟାଇପ୍ କରନ୍ତୁ “is equal to “SUM”, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 |
05:37 ଏଣ୍ଟର୍ ପ୍ରେସ୍ କରନ୍ତୁ |
05:39 ଦେଖନ୍ତୁ, ପରିଣାମ “300” ଦେଖାଇଲା |
05:43 ଏହିପରି ଆପଣ ସେଲ୍ସର ବିଭିନ୍ନ ପ୍ରକାର ମଧ୍ୟ ଏଣ୍ଟର୍ କରିପାରିବେ |
05:47 ପୁଣିଥରେ “B4”ରେ କ୍ଲିକ୍ କରନ୍ତୁ |
05:49 ଏବେ, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 ବଦଳରେ, B1 କଲନ୍ B3 ଟାଇପ୍ କରି
05:58 ଏଣ୍ଟର୍ ଦାବନ୍ତୁ |
06:00 ପୁଣି, ପରିଣାମ “300” ଦେଖାଇବ |
06:03 ବର୍ତ୍ତମାନ, “A5” ସେଲ୍ ରେ କ୍ଲିକ୍ କରି “PRODUCT” ଟାଇପ୍ କରନ୍ତୁ |
06:08 “B5” ସେଲ୍ ରେ କ୍ଲିକ୍ କରନ୍ତୁ |
06:10 ଏଠାରେ “is equal to “PRODUCT”, ଓ ବ୍ରାକେଟ୍ ମଧ୍ୟରେ, B1 କଲନ୍ B3 ଟାଇପ୍ କରି
06:18 ଏଣ୍ଟର୍ ଦାବନ୍ତୁ |
06:20 ଦେଖନ୍ତୁ, ପରିଣାମ “7,50,000” ଦେଖାଉଛି |
06:26 ବର୍ତ୍ତମାନ, Quotient କିପରି କାମ କରେ, ଦେଖିବା |
06:29 “A6” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ “QUOTIENT” ଟାଇପ୍ କରନ୍ତୁ |
06:34 ଏବେ, “B6” ସେଲ୍ ଉପରେ କ୍ଲିକ୍ କରନ୍ତୁ |
06:37 ପରିଣାମ ଗଣନା କରିବାକୁ ଆମେ ଏହି ସେଲ୍ ବ୍ୟବହାର କରିବା |
06:40 ଟାଇପ୍ କରନ୍ତୁ “is equal to QUOTIENT”, ଓ ବ୍ରାକେଟ୍ ମଧ୍ୟରେ, B2 କମା B1 |
06:47 ଏଣ୍ଟର୍ ଦାବନ୍ତୁ |
06:49 ଆପଣ, ପରିଣାମ “2” ପାଇବେ | କାରଣ “100” ହରଣ “50”, 2 ଦେଇଥାଏ |
06:59 ସେହିପରି, ଆମେ କାଲ୍କରେ ବିଭିନ୍ନ ଆରିଥମେଟିକ୍ ଅପରେଶନ୍ସ କରିପାରିବା |
07:05 ଏବେ, ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ କିପରି ଲାଗୁ କରାଯାଏ, ଚାଲନ୍ତୁ ଶିଖିବା |
07:09 ନିମ୍ନଲିଖିତଗୁଡ଼ିକ ପାଇଁ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ଉପଯୋଗୀ ଅଟେ:

ସ୍ପ୍ରେଡ୍ ଶୀଟ୍ ରେ ଡାଟା ଆନାଲିସିସ୍ ପାଇଁ | ଉଦାହରଣସ୍ୱରୂପ, COUNT, MIN, MAX, MEDIAN, MODE ପରି ଫଙ୍କସନ୍ସ ଓ ଆହୁରି ଅନେକ ପ୍ରକୃତିରେ ଷ୍ଟାଟିଷ୍ଟିକାଲ୍ ଅଟେ |

07:27 ପ୍ରଥମେ, sheet 1ରେ କ୍ଲିକ୍ କରନ୍ତୁ |
07:30 ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ସର୍ବନିମ୍ନ, ସର୍ବାଧିକ ଓ ମଧ୍ୟମ ଧରଣର ଖର୍ଚ୍ଚ କିପରି ପାଇବେ, ଚାଲନ୍ତୁ ଦେଖିବା |
07:37 “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ ପରିଣାମ ପ୍ରଦର୍ଶନ କରିବା |
07:44 “Cost”ହେଡିଙ୍ଗ୍ ତଳେ, ଆମର ବହୁତ କମ୍ ଏଣ୍ଟ୍ରୀଜ୍ ଅଛି |
07:48 ସର୍ବନିମ୍ନ ଖର୍ଚ୍ଚ ହେଉଛି 300 ଟଙ୍କା |
07:51 ସର୍ବାଧିକ ଖର୍ଚ୍ଚ ହେଉଛି 6000 ଟଙ୍କା |
07:55 ଏହିଗୁଡ଼ିକ ହେଉଛି ପରିଣାମ, ଯାହା ସେଗୁଡ଼ିକର ଫଙ୍କସନ୍ସ ବ୍ୟବହାର କଲେ ପ୍ରଦର୍ଶିତ ହେବା ଉଚିତ |
08:00 “C10” ସେଲ୍ ରେ “is equal to MAX” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ |
08:10 “Enter” ଦାବନ୍ତୁ |
08:13 ଦେଖନ୍ତୁ, ପରିଣାମ ହେଉଛି “6000”, ଯାହା କଲମ୍ ରେ ସର୍ବାଧିକ ଭାଲ୍ୟୁ ଅଟେ |
08:20 ଏବେ, ଷ୍ଟେଟମେଣ୍ଟରେ “MAX” ଟର୍ମକୁ “MIN” ସହିତ ରିପ୍ଲେସ୍ କରନ୍ତୁ |
08:25 ଓ “Enter” ଦାବନ୍ତୁ |
08:28 ଦେଖନ୍ତୁ, ପରିଣାମ ହେଉଛି “300”, ଯାହା ହେଉଛି ଖର୍ଚ୍ଚ କଲମ୍ରେ ସର୍ବନିମ୍ନ ରାଶି |
08:34 ମଧ୍ୟମ ଧରଣର ଭାଲ୍ୟୁ ପାଇବାକୁ “MIN” ଟର୍ମକୁ “MEDIAN” ସହିତ ରିପ୍ଲେସ୍ କରନ୍ତୁ |
08:40 ଓ “Enter” ଦାବନ୍ତୁ |
08:43 ପରିଣାମ “800” ପ୍ରଦର୍ଶନ କରେ, ଯାହା ହେଉଛି କଲମ୍ ରେ ମଧ୍ୟମ ଧରଣର ଖର୍ଚ୍ଚ |
08:50 ସେହିପରି, ଆପଣ ଡାଟାରେ ଅନ୍ୟ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ତଦନୁସାରେ ସେଗୁଡ଼ିକୁ ବିଶ୍ଳେଷଣ କରିପାରିବେ |
08:58 ଏହି ସେଲ୍ ରେ ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ |
09:02 ଏବେ, ସଂଖ୍ୟାଗୁଡ଼ିକର ରାଉଣ୍ଡ ଅଫ୍ କିପରି କରାଯାଏ, ଶିଖିବା |
09:05 ଚାଲନ୍ତୁ, “Cost” ହେଡିଙ୍ଗ୍ ତଳେ କିଛି ପରିବର୍ତ୍ତନ କରିବା |
09:09 ଆମେ ପରିବର୍ତ୍ତନ କରିବା:

“6000” ରୁ “6000.34” “600” ରୁ “600.4” ”300” ରୁ “300.3”.

09:23 ଏବେ, “B11” ସେଲ୍ ରେ କ୍ଲିକ୍ କରନ୍ତୁ ଓ “ROUNDING OFF” ହେଡିଙ୍ଗ୍ ଟାଇପ୍ କରନ୍ତୁ |
09:31 “C11” ସେଲ୍ ରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ “Cost” ହେଡିଙ୍ଗ୍ ତଳେ ଥିବା ଆଇଟମ୍ ଗୁଡ଼ିକର ସମୁଦାୟ ପାଇବା |
09:39 “Cost” ସେଲ୍ ରେ “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ |
09:49 ଏଣ୍ଟର୍ ପ୍ରେସ୍ କରନ୍ତୁ |
09:53 ଦେଖନ୍ତୁ, ସମୁଦାୟ ହେଉଛି “9701.04” |
09:59 ଏବେ ଧରନ୍ତୁ, ଆମେ ଆମ ପରିଣାମରେ କୌଣସି ଦଶମିକ ସ୍ଥାନ ଚାହୁଁନେ |
10:04 ପାଖାପାଖି ପୂର୍ଣ୍ଣ ସଂଖ୍ୟାକୁ ପରିଣାମ ରାଉଣ୍ଡ ଅଫ୍ କରିବା ହେଉଛି ସର୍ବୋତ୍ତମ ସମାଧାନ |
10:09 ସମୁଦାୟ “9701.04” ଥିବା ସେଲ୍ ରେ କ୍ଲିକ୍ କରନ୍ତୁ |
10:15 ଟାଇପ୍ କରନ୍ତୁ “is equal to ROUND”, ବ୍ରାକେଟ୍ ଖୋଲନ୍ତୁ “SUM” ଓ ପୁଣିଥରେ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” |
10:25 ବ୍ରାକେଟ୍ ବନ୍ଦ କରନ୍ତୁ | ଏଣ୍ଟର୍ ଦାବନ୍ତୁ |
10:29 ଦେଖନ୍ତୁ, ଏବେ ପରିଣାମ ହେଉଛି “9701”, ଯାହା ହେଉଛି “9701.04”ର ପାଖାପାଖି ପୂର୍ଣ୍ଣ ସଂଖ୍ୟା |
10:44 ନିମ୍ନ ପୂର୍ଣ୍ଣ ସଂଖ୍ୟା କିମ୍ୱା ଉଚ୍ଚ ପୂର୍ଣ୍ଣ ସଂଖ୍ୟାକୁ ମଧ୍ୟ ରାଉଣ୍ଡିଙ୍ଗ୍ ଅଫ୍ କରିହେବ |
10:52 ପରିଣାମ ସହ ସେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟର୍ମ “ROUND” କୁ ଏଡିଟ୍ କରି “ROUNDUP” କରନ୍ତୁ |
10:59 ଏବେ, “Enter” ଦାବନ୍ତୁ |
11:02 ଦେଖନ୍ତୁ, ଏବେ ପରିଣାମ ହେଉଛି “9702”, ଯାହା ହେଉଛି ଉଚ୍ଚତମ ପୂର୍ଣ୍ଣ ସଂଖ୍ୟା |
11:10 ନିମ୍ନ ପୂର୍ଣ୍ଣ ସଂଖ୍ୟାକୁ ରାଉଣ୍ଡ ଅଫ୍ କରିବା କ୍ରମରେ, ଟର୍ମକୁ “ROUNDUP” ରୁ ପରିବର୍ତ୍ତନ କରି “ROUNDDOWN” କରନ୍ତୁ |
11:17 ଓ “Enter” ଦାବନ୍ତୁ |
11:19 ଏବେ ପରିଣାମ ହେଉଛି “9701”, ଯାହା ନିମ୍ନ ପୂର୍ଣ୍ଣ ସଂଖ୍ୟା ଅଟେ |
11:28 “Personal-Finance-Tracker.ods”କୁ ତାହାର ମୂଳ ରୂପରେ ପ୍ରାପ୍ତ କରିବାକୁ ଏହି ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
11:37 ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
11:43 ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ:

କଣ୍ଡିଶନାଲ୍ ଅପରେଟର୍ସ If..Or ଷ୍ଟେଟମେଣ୍ଟ ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ

11:55 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
11:58 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:01 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
12:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
12:08 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
12:11 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
12:15 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
12:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:26 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:34 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
12:37 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
12:45 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep