LibreOffice-Suite-Calc/C2/Working-with-data/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ Calc-ଡେଟା ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 Fill Tools ଓ Selection Lists ବ୍ୟବହାର କରି ସ୍ପୀଡ୍ ଅପ୍
00:13 ଶୀଟ୍ସ ମଧ୍ୟରେ କଣ୍ଟେଣ୍ଟ୍ ଶେୟାରିଙ୍ଗ୍
00:16 ଡେଟା ରିମୁଭ୍, ରିପ୍ଲେସ୍ କରିବା ଓ ଡେଟାର ଅଂଶ ପରିବର୍ତ୍ତନ କରିବା
00:23 ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:32 ଏକ ସ୍ପ୍ରେଡ୍ ଶୀଟ୍ ରେ ଡେଟା ଏଣ୍ଟର୍ କରିବା ବହୁତ ଶ୍ରମ ପ୍ରଧାନ ହୋଇପାରେ, ମାତ୍ର Calc ଏହାକୁ ସରଳ କରିବାକୁ ଅନେକ ଟୁଲ୍ସ ପ୍ରଦାନ କରିଥାଏ |
00:42 ସବୁଠାରୁ ମୌଳିକ ସାମର୍ଥ୍ୟତା ହେଉଛି, ମାଉସ୍ ସାହାଯ୍ୟରେ ଗୋଟିଏ ସେଲ୍ ରୁ ଅନ୍ୟ ସେଲ୍ କୁ କଣ୍ଟେଣ୍ଟ୍ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରିବା |
00:49 ମାତ୍ର Calcରେ ଅଟୋମେଟିଙ୍ଗ୍ ଇନପୁଟ୍, ବିଶେଷକରି ରିପିଟେଟିଭ୍ ମ୍ୟାଟେରିଆଲ୍ ପାଇଁ ଅନେକ ଅନ୍ୟ ଟୁଲ୍ସ ରହିଛି |
00:57 ଏହିସବୁ ଟୁଲ୍ କୁ Fill Tool, Selection Lists କୁହାଯାଏ |
01:01 ଏହିସବୁ, ଗୋଟିଏ ଡକ୍ୟୁମେଣ୍ଟ୍ ର ମଲ୍ଟିପୁଲ୍ ଶୀଟ୍ସରେ ଇନଫର୍ମେଶନ୍ ଇନପୁଟ୍ କରିପାରନ୍ତି |
01:06 ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଶିଖିବା |
01:09 ଆମର Personal-Finance-Tracker.ods ଫାଇଲ୍ ଖୋଲନ୍ତୁ |
01:14 ଶୀଟ୍ ରେ କଣ୍ଟେଣ୍ଟ୍ ଡୁପ୍ଲିକେଟିଙ୍ଗ୍ ପାଇଁ Fill Tool ବହୁତ ଉପଯୋଗୀ |
01:19 ଆମର Personal-Finance-Tracker.ods ଫାଇଲ୍ ରେ, ଧରନ୍ତୁ ଆମେ Cost ହେଡିଙ୍ଗ୍ ତଳେ ଥିବା ଡେଟାକୁ ପାଖ ସେଲ୍ କୁ କପୀ କରିବାକୁ ଚାହୁଁଛେ |
01:30 ତେବେ ପ୍ରଥମେ, ୬୦୦୦ ଲେଖାଥିବା ସେଲ୍ ଉପରେ କ୍ଲିକ୍ ପୂର୍ବକ ସେହି ସମସ୍ତ ଡେଟାକୁ ସିଲେକ୍ଟ କରିବା, ଯାହାସବୁ କପୀ କରାଯିବାକୁ ଅଛି |
01:38 ଏବେ, ବାମ ମାଉସ୍ ବଟନ୍ କୁ ଚାପି ଧରି, ସେଲ୍ ର ଶେଷ, Cost ଏଣ୍ଟ୍ରୀ ୨୦୦୦ ପର୍ଯ୍ୟନ୍ତ ମାଉସ୍ କୁ ଡ୍ରାଗ୍ କରନ୍ତୁ |
01:46 ଯେଉଁଠାକୁ ଡେଟା କପୀ କରିବାକୁ ଆମେ ଚାହୁଁଛେ ସେହି ସେଲ୍ସ ମଧ୍ୟ ସିଲେକ୍ଟ କରନ୍ତୁ |
01:51 ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
01:53 ମେନୁବାର୍ ରେ ଥିବା Edit ଅପ୍ସନ୍ ଉପରେ କ୍ଲିକ୍ କରି Fill ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:59 ପପ୍-ଅପ୍ ମେନୁରେ Right ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
02:03 ଦେଖନ୍ତୁ, Cost ହେଡିଙ୍ଗ୍ ତଳେ ଥିବା ଡେଟାଗୁଡ଼ିକ ପାଖ ସେଲ୍ କୁ କପୀ ହୋଇଗଲା |
02:09 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
02:12 ଶୀଟ୍ ରେ ଡେଟା ଭାବରେ କିଛି ଶୃଙ୍ଖଳାକୁ ପୂରଣ କରିବା ପାଇଁ Fill Toolର ବ୍ୟବହାର ହେଉଛି ଅଧିକ ଜଟିଳ |
02:20 ସପ୍ତାହର ଦିନ ଓ ବର୍ଷର ମାସଗୁଡ଼ିକର ସମ୍ପୂର୍ଣ୍ଣ ଓ ସଂକେତାକ୍ଷର ପାଇଁ Calc ଏକ ଡିଫଲ୍ଟ ତାଲିକା ପ୍ରଦାନ କରେ |
02:27 ନିଜସ୍ୱ ତାଲିକା ସୃଷ୍ଟି କରିବାକୁ ମଧ୍ୟ ଏହା ୟୁଜର୍ ଙ୍କୁ ସମର୍ଥ କରେ |
02:34 ଏବେ, ଆମ ଶୀଟ୍ ରେ Days ନାମକ ଏକ ନୂଆ ହେଡିଙ୍ଗ୍ ଇନ୍ସର୍ଟ କରନ୍ତୁ |
02:38 ଏହା ତଳେ ଆମେ, ସପ୍ତାହର ସାତ ଦିନକୁ ଅଟୋମେଟିକାଲୀ ପ୍ରଦର୍ଶିତ କରିବା |
02:43 Days ହେଡିଙ୍ଗ୍ ତଳେ ଥିବା ପ୍ରଥମ ସାତୋଟି ସେଲ୍ସ ସିଲେକ୍ଟ କରନ୍ତୁ |
02:48 ଏବେ, ମେନୁବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି Fill ଅପ୍ସନ୍ କୁ ଯାଆନ୍ତୁ |
02:53 ମେନୁରେ ଥିବା Series ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
02:57 ଦେଖନ୍ତୁ, Fill Series ହେଡିଙ୍ଗ୍ ସହିତ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା |
03:02 ଏବେ, Series Type ହେଡିଙ୍ଗ୍ ତଳେ ଥିବା AutoFill ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:07 Start Value ଫିଲ୍ଡରେ ଆମେ, ସପ୍ତାହର ପ୍ରଥମ ଦିନ ଭାବରେ Sunday ଟାଇପ୍ କରିବା |
03:13 1 ଭାବରେ ଇଙ୍କ୍ରିମେଣ୍ଟ୍ ଆଗରୁ ସେଟ୍ ହୋଇସାରିଛି |OK କ୍ଲିକ୍ କରନ୍ତୁ |
03:18 ଦେଖନ୍ତୁ, ସେଲ୍ସରେ ଦିନଗୁଡ଼ିକ ଅଟୋମେଟିକାଲୀ ଏଣ୍ଟର୍ ହୋଇଗଲା |
03:23 ଆପଣ କେବଳ ସପ୍ତାହ, ମାସ କିମ୍ୱା ବର୍ଷକୁ ସମାନ ପଦ୍ଧତିରେ ଏଣ୍ଟର୍ କରିପାରିବେ, ଯେହେତୁ ସେଗୁଡ଼ିକ Calcରେ ପ୍ରି-ଡିଫାଇଣ୍ଡ୍ |
03:32 ସିକ୍ୱେନ୍ସିଆଲ୍ ଡେଟାର ଅଟୋ-ଫିଲିଙ୍ଗ୍ ପାଇଁ ଅନ୍ୟ ପଦ୍ଧତି ହେଉଛି –
03:37 ଗୋଟିଏ ସେଲ୍ ରେ Sunday ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ | ଏହା, କଲମ୍ ରେ ପରବର୍ତ୍ତୀ ସେଲ୍ କୁ ଫୋକସ୍ ଶିଫ୍ଟ କରିବ |
03:46 ଯେଉଁଠାରେ ଆମେ Sunday ଟାଇପ୍ କରିଥିଲେ, ସେହି ସେଲ୍ କୁ ଯାଆନ୍ତୁ | ଦେଖନ୍ତୁ, ସେଲ୍ ର ତଳ ଡାହାଣ ହାତ କୋଣରେ ଏକ ଛୋଟ କଳା ବକ୍ସ ଦେଖାଯାଉଛି |
03:55 ମାଉସ୍ ଦ୍ୱାରା ସେହି ବକ୍ସ ଉପରେ କ୍ଲିକ୍ କରନ୍ତୁ |
03:57 ଡାହାଣ ପଟେ ଥିବା ଡିସପ୍ଲେ ବକ୍ସରେ Saturday ଦେଖାଯିବା ପର୍ଯ୍ୟନ୍ତ ତାହାକୁ ତଳକୁ ଟାଣନ୍ତୁ |
04:04 ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ |
04:06 ସେଲ୍ ଗୁଡ଼ିକ ଅଟୋମେଟିକାଲୀ ଦିନଗୁଡ଼ିକରେ ପୂର୍ଣ୍ଣ ହୋଇଯିବ |
04:10 ସମସ୍ତ ସିକ୍ୱେନ୍ସିଆଲ୍ ଡେଟା ପାଇଁ ଏହି ଟ୍ରିକ୍ କାମ କରେ |ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
04:17 Start, End ଓ Increment Value ଏଣ୍ଟର୍ କରି ମଧ୍ୟ ଆପଣ ନମ୍ୱର୍ ଗୁଡ଼ିକର ୱନ୍-ଟାଇମ୍ ଫିଲ୍ ସିରିଜ୍ କ୍ରିଏଟ୍ କରିପାରିବେ |
04:24 ଏହାକୁ ପ୍ରଦର୍ଶନ କରିବା ପାଇଁ ପ୍ରଥମେ, A1ରୁ A7 ପର୍ଯ୍ୟନ୍ତ ସେଲ୍ସରେ ଏଣ୍ଟର୍ ହୋଇଥିବା କ୍ରମିକ ସଂଖ୍ୟାଗୁଡ଼ିକୁ ଡିଲିଟ୍ କରନ୍ତୁ |
04:33 ସଂଖ୍ୟାଗୁଡ଼ିକୁ ଡିଲିଟ୍ କରିସାରିବା ପରେ, ପୁଣିଥରେ A2 ରୁ A7 ପର୍ଯ୍ୟନ୍ତ ସେଲ୍ସ ସିଲେକ୍ଟ କରନ୍ତୁ |
04:40 ଏବେ, ମେନୁବାର୍ ରେ ଥିବା Edit ଅପ୍ସନ୍ ରେ ଓ ତା’ପରେ Fill ଓ Series ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:46 ଆମ ସାମ୍ନାକୁ ଏକ ଡାୟଲଗ୍ ବକ୍ସ ଆସିଲା |ବର୍ତ୍ତମାନ, ଯଦି ଡିଫଲ୍ଟ ଭାବରେ ସିଲେକ୍ଟ ହୋଇନଥିବ, ତେବେ Series Type ତଳେ ଥିବା Linear ଅପ୍ସନ୍ କ୍ଲିକ୍ କରନ୍ତୁ |
04:57 Start Value ଫିଲ୍ଡରେ, ପ୍ରଥମ କ୍ରମିକ ସଂଖ୍ୟା ଭାବରେ 1 ଟାଇପ୍ କରନ୍ତୁ |
05:03 End Value ଫିଲ୍ଡରେ ଶେଷ ଭାଲ୍ୟୁ ଭାବରେ 6 ଏଣ୍ଟର୍ କରନ୍ତୁ |
05:08 ଏବେ, 1କୁ Increment ଭାଲ୍ୟୁ ଭାବରେ ସେଟ୍ କରି ଶେଷରେ OK କ୍ଲିକ୍ କରନ୍ତୁ |
05:14 ଦେଖନ୍ତୁ, ସିକ୍ୱେନ୍ସିଆଲ୍ ସିରିଅଲ୍ ନମ୍ୱର୍ସ ସହିତ ସେଲ୍ ଗୁଡ଼ିକ ଅଟୋମେଟିକାଲୀ ପୂର୍ଣ୍ଣ ହୋଇଗଲା |
05:21 ଏହି ସମସ୍ତ କ୍ଷେତ୍ରରେ, Fill Tool ସେଲ୍ସ ମଧ୍ୟରେ କେବଳ ଏକ କ୍ଷଣିକ ସଂଯୋଗ ସୃଷ୍ଟି କରିଥାଏ | ଥରେ ସେଗୁଡ଼ିକ ପୂରଣ ହୋଇଗଲେ, ସେଲ୍ ଗୁଡ଼ିକର ପରସ୍ପର ସହିତ କୌଣସି ସମ୍ପର୍କ ରୁହେନାହିଁ |
05:32 Fill Tool ବ୍ୟତୀତ Selection Lists ନାମକ ଆଉ ଏକ ସ୍ପୀଡ୍ ଅପ୍ ଟୁଲ୍ ଅଛି, ଯାହା କେବଳ ଟେକ୍ସଟ୍ ବ୍ୟବହାର ପାଇଁ ସୀମିତ |
05:40 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଏହି ବିଷୟରେ ଆଲୋଚନା କରିବା |
05:45 Fill Tools ଓ Selection Lists ବିଷୟରେ ଜାଣିବା ପରେ, ଶୀଟ୍ ମଧ୍ୟରେ କଣ୍ଟେଣ୍ଟ୍ କିପରି ଶେୟାର୍ କରାଯାଏ, ତାହା ଏବେ ଜାଣିବା |
05:52 ମଲ୍ଟିପୁଲ୍ ଶୀଟ୍ସର ସମାନ ସେଲ୍ ରେ ସମାନ ସୂଚନା ଏଣ୍ଟର୍ କରିବାକୁ Calc ୟୁଜର୍ କୁ ଏନାବଲ୍ କରିଥାଏ |
05:58 ଏହାର ଅର୍ଥ, ପୃଥକ୍ ଭାବେ ପ୍ରତ୍ୟେକ ଶୀଟ୍ ରେ ସମାନ ତାଲିକା ଏଣ୍ଟର୍ କରିବା ପରିବର୍ତ୍ତେ ଆପଣ ଥରକରେ ସମସ୍ତ ଶୀଟ୍ ରେ ତାହାକୁ ଏଣ୍ଟର୍ କରିପାରିବେ |
06:07 Personal-Finance-Tracker.ods ଫାଇଲ୍ ରେ ଆମର ସମଗ୍ର ଡେଟା Sheet 1ରେ ଅଛି |
06:14 ଏବେ ଆମେ ଶୀଟ୍ ୧ରେ ଥିବା ଡେଟାକୁ ଶୀଟ୍ ୨ ଓ ଶୀଟ୍ ୩ରେ ଦେଖାଇବାକୁ ଚାହୁଁଛେ |
06:21 ତେଣୁ ଆମେ, ମେନୁବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି Sheet ଅପ୍ସନ୍ ରେ କ୍ଲିକ୍ କରିବା |
06:27 ଏବେ, Select ଉପରେ କ୍ଲିକ୍ କରନ୍ତୁ |
06:30 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଶିଫ୍ଟ କୀ ବ୍ୟବହାର କରି Sheet 1, Sheet 2 ଓ Sheet 3 ଅପ୍ସନ୍ ସିଲେକ୍ଟ କରନ୍ତୁ |
06:40 OK ବଟନ୍ ରେ କ୍ଲିକ୍ କରନ୍ତୁ |
06:42 ଏହା ଆମକୁ Sheet 1କୁ ଫେରାଇନେବ |
06:45 ଏବେ, Sheet 1ରେ କିଛି ଡେଟା ଏଣ୍ଟର୍ କରନ୍ତୁ |
06:49 ଉଦାହରଣସ୍ୱରୂପ, F12 ସେଲ୍ ରେ This will be displayed on multiple sheets ଟାଇପ୍ କରନ୍ତୁ |
06:57 ଗୋଟିଏ ପରେ ଗୋଟିଏ କରି Sheet 2 ଓ Sheet 3ରେ କ୍ଲିକ୍ କରନ୍ତୁ |
07:02 ଦେଖନ୍ତୁ, ପ୍ରତ୍ୟେକ ଶୀଟ୍ ର F12 ସେଲ୍ ରେ ସମାନ ଡେଟା ରହିଛି |
07:09 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
07:12 ଏହାପରେ ଆମେ, ସେଲ୍ସରେ ଥିବା ଡେଟାକୁ ବିଭିନ୍ନ ମାର୍ଗରେ କିପରି ଡିଲିଟ୍ ଓ ଏଡିଟ୍ କରାଯାଏ, ସେହି ବିଷୟରେ ଶିଖିବା |
07:18 ସେଲ୍ ର କୌଣସି ଫର୍ମାଟିଙ୍ଗ୍ ନକାଢ଼ି ଡେଟା ଡିଲିଟ୍ କରିବା ପାଇଁ, ସେଲ୍ କୁ ସିଲେକ୍ଟ କରନ୍ତୁ |
07:25 ଦେଖନ୍ତୁ, Input Line ଫିଲ୍ଡରେ ସେଲ୍ ର ଡେଟା ପ୍ରଦର୍ଶିତ ହେଲା |
07:30 ଏବେ, କୀବୋର୍ଡର BackSpace ବଟନ୍ ପ୍ରେସ୍ କରନ୍ତୁ |
07:35 ଡେଟା ଡିଲିଟ୍ ହେବାର ଦେଖନ୍ତୁ |
07:37 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
07:39 ଗୋଟିଏ ସେଲ୍ ରେ ଡେଟା ରିପ୍ଲେସ୍ କରିବାକୁ, ସେଲ୍ କୁ ସିଲେକ୍ଟ କରନ୍ତୁ ଓ ପୁରୁଣା ଡେଟା ଉପରେ ଟାଇପ୍ କରନ୍ତୁ |
07:46 ନୂଆ ଡେଟା ଅରିଜିନାଲ୍ ଫର୍ମାଟିଙ୍ଗ୍ ରେ ରହିବ |ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
07:52 ଗୋଟିଏ ସେଲ୍ ରେ ଡେଟାର ଏକ ଅଂଶ ପରିବର୍ତ୍ତନ କରିବା ପାଇଁ, କଣ୍ଟେଣ୍ଟ୍ କୁ ନକାଢ଼ି, ସେଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
08:01 ଏବେ, କର୍ସର୍ ନେଭିଗେଟ୍ କରି, ନିଜ ଆବଶ୍ୟକତା ଅନୁସାରେ ଆପଣ ସେଲ୍ ଏଡିଟ୍ କରିପାରିବେ |
08:07 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
08:09 ଏହା ଆମକୁ ଲିବର୍ ଅଫିସ୍ Calc ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ:
08:15 ସଂକ୍ଷେପରେ ଆମେ ଯାହା ଶିଖିଲେ:
08:17 Fill Tools ଓ Selection Lists ବ୍ୟବହାର କରି ସ୍ପୀଡ୍ ଅପ୍
08:20 ଶୀଟ୍ସ ମଧ୍ୟରେ କଣ୍ଟେଣ୍ଟ୍ ଶେୟାରିଙ୍ଗ୍ |
08:23 ଡେଟା ରିମୁଭ୍, ରିପ୍ଲେସ୍ କରିବା ଓ ଡେଟାର ଅଂଶ ପରିବର୍ତ୍ତନ କରିବା
08:29 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:32 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
08:35 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
08:40 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
08:43 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ
08:46 ଅନଲାଇନ୍ ରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ
08:49 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:55 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:00 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:07 ଏହି ମିଶନ୍ ଉପରେ ଅଧିକ ବିବରଣୀ
09:11 ସ୍ପୋକେନ୍-ଟ୍ୟୁଟୋରିଆଲ୍.ଅର୍ଗ/NMEICT-ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:18 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛିଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep