LibreOffice-Suite-Calc/C2/Working-with-Cells/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର ଅଫିସ୍ CALC-ସେଲ୍ ଗୁଡିକ ସହିତ କାର୍ଯ୍ୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:08 ଏକ ସ୍ପ୍ରେଡ୍ ଶୀଟ୍ ରେ ନମ୍ୱର୍, ଟେକ୍ସଟ୍, ଟେକ୍ସଟ୍ ଭାବରେ ନମ୍ୱର୍, ତାରିଖ ଓ ସମୟ କିପରି ଏଣ୍ଟର୍ କରିବେ |
00:16 ଫର୍ମାଟ୍ ସେଲ୍ସ ଡାୟଲଗ୍ ବକ୍ସକୁ କିପରି ବ୍ୟବହାର କରିବେ |
00:19 ସେଲ୍ ଓ ଶିଟ୍ ଗୁଡିକ ମଧ୍ୟରେ କିପରି ନେଭିଗେଟ୍ କରିବେ |
00:23 Rows, columns ଓ sheets ଥିବା ଆଇଟମ୍ସ କିପରି ସିଲେକ୍ଟ୍ କରିବେ |
00:29 ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ ଭାବରେ ଉବୁଣ୍ଟୁ ଲିନକ୍ସ୍ ୧୦.୦୪ ଏବଂ ଲିବର ଅଫିସ ସୁଟ୍ ଭର୍ସନ ୩.୩.୪ ବ୍ୟବହାର କରୁଛୁ |
00:39 ସେଲ୍ ରେ ଡାଟା କିପରି ଏଣ୍ଟ୍ରି କରିବେ ଚାଲନ୍ତୁ ତାହା ଶିଖିବା |
00:43 “personal finance tracker.ods” ଫାଇଲ୍ ଟି ଖୋଲନ୍ତୁ |
00:49 ଯେକୌଣସି ଏକ ସେଲ୍ ଉପରେ କ୍ଲିକ୍ କରି କୀ’ବୋର୍ଡ ଦ୍ୱାରା ଟେକ୍ସଟ୍ ଟାଇପ୍ କରିହେବ |
00:59 ଟେକ୍ସଟ୍ ଡିଫଲ୍ଟ୍ ଭାବରେ ଲେଫ୍ଟ-ଆଲାଇନ୍ ହୋଇଥାଏ | ଆଲାଇନମେଣ୍ଟ ଟ୍ୟାବ୍ ବ୍ୟବହାର କରି ଆଲାଇନମେଣ୍ଟ୍ ବଦଳାଇହେବ |
01:08 ଏହାକୁ Undo କରନ୍ତୁ |
01:11 ସ୍ପ୍ରେଡ୍ ଶୀଟ୍ ର “A1” ପାଖ ସେଲ୍ ଉପରେ କ୍ଲିକ୍ କରନ୍ତୁ |
01:15 ସିଲେକ୍ଟ କରାଯାଇଥିବା ସେଲ୍ ହାଇଲାଇଟ୍ ହୋଇଯାଇଥିବାର ଆପଣ ଦେଖିବେ |
01:20 ଏଠାରେ ଆମେ ପୂର୍ବରୁ Columnsର ହେଡିଙ୍ଗ୍ସ ଟାଇପ୍ କରିସାରିଛେ |
01:24 “Items” ହେଡିଙ୍ଗ ତଳେ “Salary”, “House rent”, “Electricity bill”, “Phone bill”, “Laundry” ଓ “Miscellaneous” ଭାବରେ ଆମେ ଗୋଟିଏ ପରେ ଗୋଟିଏ କରି କିଛି ଆଇଟମ୍ ଟାଇପ୍ କରିବା |
01:38 ସେଲ୍ ଉପରେ କ୍ଲିକ୍ କରି ନମ୍ୱର୍ସ ମଧ୍ୟ ଏଣ୍ଟର୍ କରିହେବ |
01:43 ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରିବାକୁ, ଏହା ଆଗରେ ମାଇନସ୍ ଚିହ୍ନ ଟାଇପ୍ କରନ୍ତୁ ବା ଏହାକୁ ପାରେନ୍ଥେସେସ୍ ମଧ୍ୟରେ ଆବଦ୍ଧ କରନ୍ତୁ |
01:53 ଡିଫଲ୍ଟ ଭାବରେ ସଂଖ୍ୟାଗୁଡିକ ରାଇଟ୍-ଆଲାଇଣ୍ଡ୍ ହୋଇଥାଏ ଓ ନେଗେଟିଭ୍ ନମ୍ୱର୍ସ ଆଗରେ ଏକ ମାଇନସ୍ ଚିହ୍ନ ଥାଏ |
02:01 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
02:04 “personal finance tracker.ods” ସ୍ପ୍ରେଡ୍ ଶୀଟ୍ ର “SN” ହେଡିଙ୍ଗ ତଳେ ଗୋଟିଏ ତଳକୁ ଗୋଟିଏ ହୋଇ ଥିବା ପ୍ରତ୍ୟେକ ଆଇଟମ୍ ର କ୍ରମିକ ସଂଖ୍ୟା ଆମେ ଲେଖିବାକୁ ଚାହୁଁଛେ |
02:17 ତେଣୁ “A2” ସହିତ ଥିବା ସେଲ୍ ରେ କ୍ଲିକ୍ କରନ୍ତୁ ଓ ଗୋଟିଏ ତଳେ ଗୋଟିଏ କରି 1, 2, 3 ସଂଖ୍ୟା ଟାଇପ୍ କରନ୍ତୁ |
02:27 Serial Numbersକୁ ଅଟୋ ଫିଲ୍ କରିବା ପାଇଁ “A4” ସେଲ୍ ରେ କ୍ଲିକ୍ କରନ୍ତୁ | ସେଲ୍ ର ତଳେ ଡାହାଣ ପାର୍ଶ୍ୱରେ ଏକ ଛୋଟ କଳା ବାକ୍ସ ଦେଖାଯାଉଛି | “A7” ସେଲ୍ ପର୍ଯ୍ୟନ୍ତ ଏହାକୁ ଟାଣି ମାଉସ୍ ବଟନ୍ କୁ ଛାଡି ଦିଅନ୍ତୁ |
02:42 “A5” ରୁ “A7” ପର୍ଯ୍ୟନ୍ତ ଥିବା ସେଲ୍ ଗୁଡିକ ପରବର୍ତ୍ତୀ କ୍ରମିକ ସଂଖ୍ୟାଗୁଡିକରେ ପୂରଣ ହୋଇଯିବାର ଆପଣ ଦେଖିବେ |
02:51 ଆଇଟମ୍ ଗୁଡିକର କ୍ରମିକ ସଂଖ୍ୟା ଏଣ୍ଟର୍ କରିବା ପରେ “Cost” ହେଡିଙ୍ଗ୍ ତଳେ ଥିବା ପ୍ରତି ଆଇଟମ୍ ର ମୂଲ୍ୟ ଏଣ୍ଟର୍ କରିବା |
02:59 ତେଣୁ “C3” ସେଲ୍ ରେ କ୍ଲିକ୍ କରି “House rent” ପାଇଁ ଖର୍ଚ୍ଚ ଭାବରେ “Rupees 6000” ଟାଇପ୍ କରିବା |
03:07 ବର୍ତ୍ତମାନ, ଯଦି ଆମେ ସଂଖ୍ୟା ଆଗରୁ ଟଙ୍କା ସଙ୍କେତ ରଖିବାକୁ ଚାହିଁବା?
03:11 ମନେକରନ୍ତୁ, ଆମେ “Electricity bill” ପାଇଁ “Rupees 800”କୁ ଏଣ୍ଟର୍ କରିବାକୁ ଚାହୁଁଛେ | ତେବେ C4 ସେଲ୍ ରେ ଡାହାଣ-କ୍ଲିକ କରି “Format Cells” ଅପ୍ସନ୍ ରେ କ୍ଲିକ୍ କରିବା |
03:23 ଏହା “Format Cells” ଡାୟଲଗ୍ ବକ୍ସ୍ କୁ ଖୋଲିବ |
03:27 ପ୍ରଥମ ଟ୍ୟାବ୍ “Numbers” ସିଲେକ୍ଟ ହୋଇନଥିଲେ ଏହା ଉପରେ କ୍ଲିକ୍ କରନ୍ତୁ |
03:32 “Category” ତଳେ ବିଭିନ୍ନ ବିଭାଗଗୁଡିକ ଦେଖିହୁଏ ଯଥା ନମ୍ୱର୍, ପର୍ସେଣ୍ଟ୍, କରେନ୍ସି, ଡେଟ୍, ଟାଇମ୍ ଇତ୍ୟାଦି |
03:41 କରେନ୍ସି ସିଲେକ୍ଟ କରନ୍ତୁ |
03:44 ଫର୍ମାଟ୍ ଅପ୍ସନ୍ ତଳେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କଲେ ସମଗ୍ର ବିଶ୍ୱର ବିଭିନ୍ନ କରେନ୍ସି ସିମ୍ୱଲ୍ସ ପ୍ରଦର୍ଶିତ ହେବ |
03:53 ସ୍କ୍ରୋଲ୍ ଅପ୍ କରି INR Rupees English India ବାଛନ୍ତୁ | ଡିଫଲ୍ଟ, ଭାବରେ ତଳ ଡ୍ରପ୍-ଡାଉନ୍ ରେ ଟଙ୍କା 1234 ସିଲେକ୍ଟ ହୋଇଛି |
04:04 ଡାହାଣ ପାଖରେ ଥିବା କ୍ଷୁଦ୍ର ସ୍ଥାନରେ ଆପଣ ଏହାର ପ୍ରିଭ୍ୟୁ ଦେଖିପାରିବେ |
04:10 ଅପ୍ସନ୍ସ ତଳେ, ଦଶମିକ ସ୍ଥାନର ସଂଖ୍ୟା ଓ ଆଗକୁ ଶୂନ ଥିବା ସଂଖ୍ୟା ଯୋଗ କରିବାକୁ ଏଠାରେ ଅପ୍ସନ୍ ଅଛି |
04:20 ଲକ୍ଷ୍ୟ କରନ୍ତୁ ଯେ ଆମେ ଶୂନ ଶଂଖ୍ୟା ବଢାଇବା ମାତ୍ରେ ଫର୍ମାଟ୍ ତଳେ ଥିବା ସିଲେକ୍ସନ୍ 2ଟି ଦଶମିକ ସ୍ଥାନକୁ ସୂଚାଇ ଟଙ୍କା 1,234 ଦଶମିକ ଶୂନ ଶୂନରେ ପରିବର୍ତ୍ତିତ ହୋଇଛି |
04:35 ଦେଖନ୍ତୁ, ପରିବର୍ତ୍ତନଟି ପ୍ରିଭ୍ୟୁ ଏରିଆରେ ପ୍ରଦର୍ଶିତ ହୋଇଛି |
04:40 ପ୍ରତି ହଜାର ପାଇଁ “comma” ଯୋଗ କରିବାକୁ ଥାଉଜାଣ୍ଡ୍ସ୍ ସେପାରେଟର୍ ରେ କ୍ଲିକ୍ କରନ୍ତୁ | ପରିବର୍ତ୍ତନକୁ ପ୍ରିଭ୍ୟୁ ଏରିଆରେ ପୁଣିଥରେ ଲକ୍ଷ୍ୟ କରନ୍ତୁ |
04:50 ଫଣ୍ଟ୍ ଟ୍ୟାବ୍ ରେ କ୍ଲିକ୍ କରି ଫଣ୍ଟ୍ ଷ୍ଟାଇଲ୍ କୁ ମଧ୍ୟ ପରିବର୍ତ୍ତନ କରିହେବ | ଫଣ୍ଟ୍, ଟାଇପ୍ ଫେସ୍ ଓ ସାଇଜ୍ ପାଇଁ ଏହାର ବିଭିନ୍ନ ଅପ୍ସନ୍ ଅଛି |
05:00 ଫଣ୍ଟ୍ ଇଫେକ୍ଟ୍ ଓ ଅନ୍ୟ ଟ୍ୟାବ୍ ଗୁଡିକ ବିଷୟରେ ଅଧିକ ଜାଣିବାକୁ ସେଗୁଡିକ ଏକ୍ସପ୍ଲୋର୍ କରନ୍ତୁ |
05:05 ଆଲାଇନମେଣ୍ଟ୍ ଟ୍ୟାବ୍ ରେ ଥିବା ଅପ୍ସନ୍ସ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଆଲ୍ ରେ ଶିଖିବା |
05:11 OKରେ କ୍ଲିକ୍ କରନ୍ତୁ |
05:15 800 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | 2ଟି ଦଶମିକ ସ୍ଥାନ ସହିତ ଟଙ୍କା 800 ଭାବରେ ସଂଖ୍ୟାଟି ଉପସ୍ଥାପିତ ହେବାର ଆପଣ ଲକ୍ଷ୍ୟ କରିବେ |
05:26 C5 ରୁ C7 ପର୍ଯ୍ୟନ୍ତ ସେଲ୍ ସିଲେକ୍ଟ କରନ୍ତୁ | CTRL କି’ ଧରି G2 ସେଲ୍ ମଧ୍ୟ ସିଲେକ୍ଟ୍ କରନ୍ତୁ | ସିଲେକ୍ଟ କରାଯାଇଥିବା ସମସ୍ତ ସେଲ୍ ଗୁଡିକ ହାଇଲାଇଟ୍ ହୋଇଯିବ |
05:39 ହାଇଲାଇଟ୍ ହୋଇଥିବା ଯେକୌଣସି ସେଲ୍ ରେ ରାଇଟ୍-କ୍ଲିକ୍ କରି ଫର୍ମାଟ୍ ସେଲ୍ସ ସିଲେକ୍ଟ୍ କରନ୍ତୁ |
05:46 ପୂର୍ବ ଭଳି ଅପ୍ସନ୍ ଗୁଡିକ ବାଛନ୍ତୁ | OKରେ କ୍ଲିକ୍ କରନ୍ତୁ |
05:51 “Phone bill” ପାଇଁ “Rupees 600”, “Laundry” ପାଇଁ ”Rupees 300” ଓ ଅନ୍ୟ “Miscellaneous” ଭାବରେ “Rupees 2000”କୁ ତଳକୁ ତଳ ହୋଇ ରହିଥିବା ଆଇଟମ୍ ଗୁଡିକରେ ହେଉଥିବା ଖର୍ଚ୍ଚକୁ ଆମେ ଟାଇପ୍ କରିବା |
06:06 “Accounts” ହେଡିଙ୍ଗ୍ ତଳେ ମାସଟି ପାଇଁ ଦରମା ଭାବରେ “Rupees 30000” ଟାଇପ୍ କରିବା |
06:13 ତାରିଖ ଏଣ୍ଟର୍ କରିବା ପାଇଁ ସେଲ୍ ସିଲେକ୍ଟ କରି ତାରିଖ ଟାଇପ୍ କରନ୍ତୁ |
06:18 ଏକ ଫରୱାର୍ଡ୍ ସ୍ଲାସ୍ କିମ୍ୱା ଏକ ହାଇଫେନ୍ ଦ୍ୱାରା ଡେଟ୍ ଏଲିମେଣ୍ଟ୍ ଗୁଡିକ ପୃଥକ କରିହେବ କିମ୍ୱା 10 October 2011 ଭଳି ଟେକ୍ସଟ୍ ବ୍ୟବହାର କରିହେବ |
06:27 Calc ବିଭିନ୍ନ ପ୍ରକାର ଡେଟ୍ ଫର୍ମାଟ୍ ଗୁଡିକ ଚିହ୍ନେ |
06:32 ବିକଳ୍ପ ଭାବରେ, ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Format Cells” ଅପ୍ସନ୍ ମଧ୍ୟ ବାଛି ପାରିବେ |
06:38 କ୍ୟାଟାଗୋରି ତଳେ ଥିବା “Date” ଓ “Format” ତଳେ ଥିବା ଇପ୍ସିତ ଫର୍ମାଟ୍ କୁ ବାଛନ୍ତୁ | 12, 31, 1999କୁ ବାଛନ୍ତୁ | ପ୍ରିଭ୍ୟୁ ଏରିଆରେ ଡିସପ୍ଲେକୁ ଲକ୍ଷ୍ୟ କରନ୍ତୁ |
06:51 MM, DD ଓ YYYY ଭାବରେ ଫର୍ମାଟ୍ କୋଡ୍ ମଧ୍ୟ ତଳେ ଦେଖାଯାଉଛି | ଆବଶ୍ୟକତାନୁସାରେ ଜଣେ ଚାହିଁଲେ ଫର୍ମାଟ୍ କୋଡ୍ ମଧ୍ୟ ବଦଳାଇ ପାରିବ |
07:02 DD, MM ଓ YYYY ଟାଇପ୍ କରି ପ୍ରିଭ୍ୟୁ ଏରିଆରେ ଡିସପ୍ଲେକୁ ଲକ୍ଷ୍ୟ କରନ୍ତୁ | OKରେ କ୍ଲିକ୍ କରନ୍ତୁ |
07:12 Calcରେ ସମୟ ଏଣ୍ଟର୍ କରିବା ପାଇଁ ସେଲ୍ ସିଲେକ୍ଟ୍ କରି ସମୟ ଟାଇପ୍ କରନ୍ତୁ |
07:18 କଲନ୍ ଦ୍ୱାରା ସମୟ ଏଲିମେଣ୍ଟ୍ ଗୁଡିକୁ ପୃଥକ କରିହେବ, ଯେପରି 10 କଲନ୍ 43 କଲନ୍ 20 |
07:24 ବିକଳ୍ପ ଭାବରେ, ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Format Cells” ଅପ୍ସନ୍ ବାଛି ହେବ |
07:31 କ୍ୟାଟାଗୋରି ତଳେ ଥିବା “Time” ଓ “Format” ତଳେ ଥିବା ଇପ୍ସିତ ଫର୍ମାଟ୍ କୁ ବାଛନ୍ତୁ | 13, 37, 46କୁ ବାଛନ୍ତୁ | ପ୍ରିଭ୍ୟୁ ଏରିଆରେ ଡିସପ୍ଲେକୁ ଲକ୍ଷ୍ୟ କରନ୍ତୁ |
07:43 HH:MM:SS ଭାବରେ ଫର୍ମାଟ୍ କୋଡ୍ ମଧ୍ୟ ତଳେ ଦେଖାଯାଉଛି | ଆବଶ୍ୟକତାନୁସାରେ ଫର୍ମାଟ୍ କୋଡ୍ ମଧ୍ୟ ବଦଳାଇ ହେବ | HH:MM ଟାଇପ୍ କରନ୍ତୁ |
07:57 ପ୍ରିଭ୍ୟୁ ଏରିଆରେ ଡିସପ୍ଲେକୁ ଲକ୍ଷ୍ୟ କରନ୍ତୁ | OKରେ କ୍ଲିକ୍ କରନ୍ତୁ
08:03 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
08:06 Calcରେ ଟେକ୍ସଟ୍, ସଂଖ୍ୟା ଓ ତାରିଖ ଲେଖାଯିବା ଶିଖିବା ପରେ, ସ୍ପ୍ରେଡ୍ ଶୀଟ୍ ରେ ସେଲ୍ ରୁ ସେଲ୍ ଓ ଶୀଟ୍ ରୁ ଶୀଟ୍ କୁ କିଭଳି ନେଭିଗେଟ୍ କରାଯିବ ତାହା ଶିଖିବା |
08:17 ଏକ ସ୍ପ୍ରେଡ୍ ଶୀଟ୍ ରେ କିପରି ସେଲ୍ ରୁ ସେଲ୍ କୁ ନେଭିଗେଟ୍ କରିହେବ ତାହା ଦେଖିବା |
08:23 କର୍ସର୍ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସେଲ୍ ଉପରେ କ୍ଲିକ୍ କରି କରନ୍ତୁ |
08:29 ଦେଖନ୍ତୁ, ସେହି ସେଲ୍ ଟି ହାଇଲାଇଟ୍ ହୋଇଗଲା |
08:32 ଏକ ନିର୍ଦ୍ଦିଷ୍ଟ ସେଲ୍ ଆକ୍ସେସ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି ସେଲ୍ ରେଫରେନ୍ସର ବ୍ୟବହାର |
08:38 “Name Box”ର ଡାହାଣ ପାର୍ଶ୍ୱରେ ଥିବା ଛୋଟ କଳା ରଙ୍ଗର ଡାଉନ୍ ଆରୋରେ କ୍ଲିକ୍ କରନ୍ତୁ |
08:43 ଯେଉଁ ସେଲ୍ କୁ ଯିବାକୁ ଚାହୁଁଛନ୍ତି ତାହାର ସେଲ୍ ରେଫରେନ୍ସ ଟାଇପ୍ କରି “Enter” ଦାବନ୍ତୁ |
08:49 ଆପଣ “Name box” ରେ କ୍ଲିକ୍ କରି, ବିଦ୍ୟମାନ ସେଲ୍ ରେଫରେନ୍ସ ଡିଲିଟ୍ କରି ଇପ୍ସିତ ସେଲ୍ ରେଫରେନ୍ସ୍ ଟାଇପ୍ କରି “Enter” ମଧ୍ୟ ଦାବିପାରିବେ |
08:58 ଏହାପରେ ଆମେ ଏକ ସ୍ପ୍ରେଡ୍ ଶୀଟ୍ ର ସେଲ୍ ଗୁଡିକ ମଧ୍ୟରେ ନେଭିଗେଶନ୍ ଶିଖିବା |
09:03 ସେଲ୍ ଗୁଡିକ ମଧ୍ୟରେ ନେଭିଗେଶନ୍ ର ପ୍ରଥମ ପ୍ରଣାଳୀ କର୍ସର୍ ବ୍ୟବହାର ଦ୍ୱାରା ହୋଇଥାଏ |
09:09 କର୍ସର୍ କୁ ସେହି ସେଲ୍ ଆଡକୁ ନିଅନ୍ତୁ ଯେଉଁଠାକୁ ଆପଣ ନେବାକୁ ଚାହୁଁଛନ୍ତି ଓ ବାମ ମାଉସ୍ ବଟନ୍ କୁ କ୍ଲିକ୍ କରନ୍ତୁ |
09:18 ଏହା ଫୋକସ୍ କୁ ନୂଆ ସେଲ୍ ରେ ବଦଳାଇଦେବ |
09:22 ଦୁଇଟି ସେଲ୍ ପରସ୍ପରଠାରୁ ବହୁ ଦୂରରେ ଥିବାବେଳେ ଏହି ପ୍ରଣାଳୀଟି ଅତ୍ୟନ୍ତ ଉପଯୋଗୀ ହୋଇଥାଏ |
09:28 ସେଲ୍ ଗୁଡିକ ମଧ୍ୟରେ ନେଭିଗେସନ୍ କରିବାର ଅନ୍ୟ ପ୍ରଣାଳୀ ହେଉଛି - * Rowରେ ଥିବା ପରବର୍ତ୍ତୀ ସେଲ୍ କୁ ଯିବା ପାଇଁ “Tab”,
09:35 Rowରେ ଥିବା ପୂର୍ବ ସେଲ୍ କୁ ଯିବା ପାଇଁ “Shift + Tab”,
09:39 Column ଥିବା ପରବର୍ତ୍ତୀ ସେଲ୍ କୁ ଯିବା ପାଇଁ “Enter” ,
09:42 “Shift + Enter” Columnରେ ଥିବା ପୂର୍ବବର୍ତ୍ତୀ ସେଲ୍ କୁ ଯିବା ପାଇଁ,
09:46 କି’ ବୋର୍ଡ୍ ମାଧ୍ୟମରେ Calcର ବିଭିନ୍ନ ସ୍ପ୍ରେଡ୍ ଶୀଟ୍ ଗୁଡିକ ମଧ୍ୟରେ କିପରି ନେଭିଗେଟ୍ କରାଯିବ, ତାହା ଶିଖିବା |
09:53 ଆକ୍ଟିଭ୍ ଶୀଟ୍ ର ଡାହାଣ ପାଖରେ ଥିବା ଶୀଟ୍ କୁ ଆକ୍ସେସ୍ କରିବା ପାଇଁ “Control” ସହିତ “Page Down” କି’ କୁ ଏକା ସାଙ୍ଗରେ ଦାବନ୍ତୁ |
10:00 ଆକ୍ଟିଭ୍ ଶୀଟ୍ ର ବାମ ପାଖରେ ଥିବା ଶୀଟ୍ କୁ ଆକ୍ସେସ୍ କରିବା ପାଇଁ “Control” ସହିତ “Page Up” କି’ କୁ ଏକା ସାଙ୍ଗରେ ଦାବନ୍ତୁ |
10:08 କର୍ସର୍ କୁ ବ୍ୟବହାର କରି ମଧ୍ୟ ଶୀଟ୍ ଗୁଡିକ ମଧ୍ୟରେ ନେଭିଗେଟ୍ କରିହେବ |
10:13 ଏହି ବିଷୟରେ ସବିଶେଷ ତଥ୍ୟ “Working with Sheets” ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
10:19 ଯଦି ବହୁ ସଂଖ୍ୟକ ଶୀଟ୍ ଥାଏ, ତେବେ କିଛି ଶୀଟ୍ ଟ୍ୟାବ୍ସ ସ୍କ୍ରିନ୍ ତଳେ ହୋରାଇଜୋଣ୍ଟାଲ୍ ସ୍କ୍ରୋଲ୍ ବାର୍ ପଛରେ ରହିଥାଇପାରେ |
10:28 ଏଭଳି ପରିସ୍ଥିତି ଥିଲେ, ଶୀଟ୍ ଟ୍ୟାବ୍ ଗୁଡିକର ତଳ ବାମ ପଟରେ ଥିବା ଚାରୋଟି ବଟନ୍ସ ଟ୍ୟାବ୍ ଗୁଡିକୁ ଭ୍ୟୁକୁ ଘୁଞ୍ଚାଇ ପାରିବେ |
10:36 ପରିବର୍ତ୍ତନଗୁଡିକୁ Undo କରନ୍ତୁ |
10:39 କର୍ସର୍ ଦ୍ୱାରା କ୍ରମାଗତ ସେଲ୍ ଗୁଡିକୁ ସିଲେକ୍ଟ କରିବା ପାଇଁ ପ୍ରଥମେ ଗୋଟିଏ ସେଲ୍ ରେ କ୍ଲିକ୍ କରନ୍ତୁ |
10:45 ବାମ ମାଉସ୍ ବଟନ୍ କୁ ଦାବି ଧରି ରଖନ୍ତୁ |
10:48 ସ୍କ୍ରିନ୍ ରେ କର୍ସର୍ ବୁଲାନ୍ତୁ ଓ ଥରେ ଇପ୍ସିତ ସେଲ୍ସ ବ୍ଲକ୍ ହାଇଲାଇଟ୍ ହୋଇଗଲେ ବାମ ମାଉସ୍ ବଟନକୁ ଛାଡି ଦିଅନ୍ତୁ |

ସିଲେକ୍ଟେଡ୍ ସେଲ୍ ଗୁଡିକ ହାଇଲାଇଟ୍ ହୋଇଯିବାର ଆପଣ ଦେଖିବେ |

11:00 ଗ୍ରୁପ୍ ରେ ପ୍ରଥମ Column ବା Rowରେ କ୍ରମାଗତ କ୍ଲିକ୍ ଭାବରେ ଥିବା Columns ବା Rows ସିଲେକ୍ଟ କରିବା ପାଇଁ
11:09 “Shift” କି’ କୁ ଚାପି ଧରନ୍ତୁ |
11:12 ଗ୍ରୁପ୍ ର ଶେଷ Column ବା Rowରେ କ୍ଲିକ୍ କରନ୍ତୁ |
11:15 ଗ୍ରୁପ୍ ରେ ପ୍ରଥମ Column ବା Rowରେ କ୍ରମାଗତ କ୍ଲିକ୍ ଭାବରେ ନଥିବା Columns ବା Rows ସିଲେକ୍ଟ କରିବା ପାଇଁ
11:23 “Control” କି’ କୁ ଚାପି ଧରନ୍ତୁ ଓ ସେହି ଅବସ୍ଥାରେ ପରବର୍ତ୍ତୀ ସମସ୍ତ Columns ବା Rows ଉପରେ କ୍ଲିକ୍ କରନ୍ତୁ |
11:31 ଏକାଧିକ କ୍ରମାଗତ ଶୀଟ୍ ଗୁଡିକ ସିଲେକ୍ଟ୍ କରିବା ପାଇଁ ପ୍ରଥମ ଇପ୍ସିତ ଶୀଟ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
11:39 ଶେଷ ଇପ୍ସିତ ଶୀଟ୍ ପାଇଁ ବର୍ତ୍ତମାନ ଶୀଟ୍ ଟ୍ୟାବ୍ ଉପରେ କର୍ସର୍ କୁ ବୁଲାନ୍ତୁ |
11:43 “Shift” କି’ କୁ ଧରନ୍ତୁ ଓ ଶୀଟ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
11:48 ଏହି ଦୁଇଟି ଶୀଟ୍ ମଧ୍ୟରେ ଥିବା ସମସ୍ତ ଟ୍ୟାବ୍ ଗୁଡିକ ଧଳା ହୋଇଯିବ, ଯାହା କି ସେଗୁଡିକ ସିଲେକ୍ଟ୍ ହୋଇଯାଇଥିବାର ସୂଚାଏ |
11:56 ବର୍ତ୍ତମାନ ଯେକୌଣସି ଆକ୍ସନ୍, ହାଇଲାଇଟ୍ ହୋଇଥିବା ସମସ୍ତ ଶୀଟ୍ ଗୁଡିକୁ ପ୍ରଭାବିତ କରିବ |
12:01 ଏକାଧିକ ଅକ୍ରମାଗତ ଶୀଟ୍ ଗୁଡିକ ସିଲେକ୍ଟ୍ କରିବା ପାଇଁ ପ୍ରଥମ ଶୀଟ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
12:08 ବର୍ତ୍ତମାନ କର୍ସର୍ ଟିକୁ ତୃତୀୟ ଶୀଟ୍ ଟ୍ୟାବ୍ ଉପରକୁ ନିଅନ୍ତୁ |
12:12 “Control” କି’ କୁ ଧରି ଶୀଟ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
12:16 ସିଲେକ୍ଟ୍ କରାଯାଇଥିବା ଟ୍ୟାବ୍ ଗୁଡିକ ଧଳା ହୋଇଯିବ ଓ ବର୍ତ୍ତମାନ ଯେକୌଣସି ଆକ୍ସନ୍ ହାଇଲାଇଟ୍ ହୋଇଥିବା ସମସ୍ତ ଶୀଟ୍ ଗୁଡିକୁ ପ୍ରଭାବିତ କରିବ |
12:24 ଏହା ଆମକୁ, ଲିବର୍ ଅଫିସ୍ Calc ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
12:30 ସଂକ୍ଷେପରେ ଆମେ ଯାହା ଶିଖିଲେ:
12:33 Calcରେ ସଂଖ୍ୟା, ଟେକ୍ସଟ୍, ଟେକ୍ସଟ୍ ଭାବରେ ସଂଖ୍ୟା, ତାରିଖ ଓ ସମୟ କିପରି ଏଣ୍ଟର୍ କରିବା |
12:40 ଫର୍ମାଟ୍ ସେଲ୍ସ୍ ଡାୟଲଗ୍ ବକ୍ସ କିପରି ବ୍ୟବହାର କରିବା |
12:43 ସେଲ୍ ଓ ଶୀଟ୍ ଗୁଡିକ ମଧ୍ୟରେ କିପରି ନେଭିଗେଟ୍ କରିବା |
12:47 rows, columns ଓ ଶୀଟ୍ ଗୁଡିକ ରେ ଥିବା ଆଇଟମ୍ସ କିପରି ସିଲେକ୍ଟ୍ କରିବା |
12:52 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
12:55 “Spreadsheet Practice.ods” ଖୋଲନ୍ତୁ
12:58 “Serial Numbers” ତଳେ 1 ରୁ 5 ପର୍ଯ୍ୟନ୍ତ ତଳକୁ ତଳ ଟାଇପ୍ କରନ୍ତୁ |
13:04 କି’ ବ୍ୟବହାର କରି ସେଲ୍ ଗୁଡିକ ମଧ୍ୟରେ ନେଭିଗେଟ୍ କରନ୍ତୁ |
13:09 କ୍ରମିକ ସଂଖ୍ୟା ତଳେ ଥିବା ସମସ୍ତ ଆଇଟମ୍ସ ସିଲେକ୍ଟ କରନ୍ତୁ |
13:13 ସମୟ ଓ ତାରିଖ ପାଇଁ ଏକ column ଆଡ୍ କରନ୍ତୁ |
13:16 ଫର୍ମାଟ୍ ସେଲ୍ସ୍ ଡାୟଲଗ୍ ବକ୍ସ ଅପ୍ସନ୍ସ ବ୍ୟବହାର କରି କିଛି ମୂଲ୍ୟ ଏଣ୍ଟର୍ କରନ୍ତୁ |
13:21 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
13:24 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
13:27 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
13:32 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
13:35 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |
13:38 ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
13:41 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
13:48 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
13:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
14:00 ଏହି ମିଶନ୍ ଉପରେ ଅଧିକ ବିବରଣୀ
14:03 ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-intro)
14:11 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep