LibreOffice-Suite-Base/C4/Indexes-Table-Filter-SQL-Command-window/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:03 ଏହି ଟ୍ୟୁଟୋରିଆଲରେ, ଆମେ ନିମ୍ନଲିଖିତ ବିଷୟଗୁଡିକୁ ଶିଖିବା:

Indexes ଟେବୁଲ୍ ଫିଲ୍ଟର୍ ଓ SQL କମାଣ୍ଡ ୱିଣ୍ଡୋ

00:14 ପ୍ରଥମେ ଚାଲନ୍ତୁ Indexଗୁଡିକ ବିଷୟରେ ଶିଖିବା
00:16 Index ଗୋଟିଏ କ’ଣ?
00:18 ଗୋଟିଏ database table ମଧ୍ୟରେ ରେକର୍ଡଗୁଡିକୁ ଶିଘ୍ର ପ୍ରାପ୍ତ କରିବା ଏବଂ ସର୍ଟ କରିବା ପାଇଁ, ଇଣ୍ଡେକ୍ସ ଗୋଟିଏ ମାର୍ଗ ଅଟେ
00:26 ଗୋଟିଏ ଟେବୁଲ ମଧ୍ୟରେ, ଗୋଟିଏ field କିମ୍ବା ଅନେକ ଫିଲ୍ଡଗୁଡିକୁ ଚୟନ କରନ୍ତୁ ଯାହାର ରେକର୍ଡଗୁଡିକ ଇଣ୍ଡେକ୍ସ ହେବାର ଆବଶ୍ୟକତା ଥାଏ
00:36 ଚୟନିତ ଫିଲ୍ଡ କିମ୍ବା ଫିଲ୍ଡଗୁଡିକୁ ଆଧାର କରି ରେକର୍ଡଗୁଡିକର ସ୍ଥାନକୁ ଇଣ୍ଡେକ୍ସ ଷ୍ଟୋର୍ କରିଥାଏ
00:43 ତେଣୁ ଡେଟାର ପୁନରୁଦ୍ଧାର ପାଇଁ, Base, ଇଣ୍ଡେକ୍ସକୁ ବ୍ୟବହାର କ ରି ସିଧାସଳଖ ଡେଟା ସେଭ୍ ହୋଇଥିବା ସ୍ଥାନକୁ ଯାଇପାରିବ
00:51 ଏବଂ, ଡେଟା ପ୍ରାପ୍ତ କରିବା ପାଇଁ ସମଗ୍ର ରେକର୍ଡ ମଧ୍ୟରେ ଖୋଜିବା ଅପେକ୍ଷା ଏହା ଅପେକ୍ଷାକୃତ ଭାବେ ଦୃତ ଅଟେ
00:59 ଗୋଟିଏ ଟେବୁଲର primary key ଅଟୋମାଟିକଲୀ ଇଣ୍ଡେକ୍ସ ହୋଇଯାଏ
01:03 ବର୍ତ୍ତମାନ, ଉଦାହରଣ Library ଡେଟାବେସରେ ଗୋଟିଏ ଇଣ୍ଡେକ୍ସ ସୃଷ୍ଟି କରନ୍ତୁ
01:09 Books ଟେବୁଲର Title କଲମ୍ ଉପରେ ଗୋଟିଏ ଇଣ୍ଡେକ୍ସ ସୃଷ୍ଟି କରନ୍ତୁ ଯାହା ବୂକ୍ ଟାଇଟଲଗୁଡିକ ଉପରେ ଖୋଜିବା ପ୍ରକ୍ରିୟାକୁ ଦୃତ କରିବ
01:18 ଯଦି ଖୋଲା ନ’ଥାଏ ତେବେ Library ଡେଟାବେସକୁ ଖୋଲନ୍ତୁ
01:34 ଏବଂ Books ଟେବୁଲକୁ Edit ମୋଡରେ ଖୋଲନ୍ତୁ
01:39 Table Design ୱିଣ୍ଡୋ ମଧ୍ୟରେ, Tools ମେନୁକୁ ଯା’ନ୍ତୁ ଏବଂ Index Design ଚୟନ କରନ୍ତୁ
01:48 Indexes ୱିଣ୍ଡୋ ମଧ୍ୟରେ, Base, Primary Keyକୁ ଗୋଟିଏ Unique ଇଣ୍ଡେକ୍ସ ଭାବେ ଅନ୍ତର୍ଭୁକ୍ତ କରିଥିବାର ଲକ୍ଷ୍ୟ କରନ୍ତୁ
01:57 New Index ନାମକ ଇଣ୍ଡେକ୍ସର ସୃଷ୍ଟି ପାଇଁ ପୁରା ବାମ ପଟେ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:05 ଏବଂ ଡାହାଣ ପଟେ ଥିବା Index ଫିଲ୍ଡ ଅଧିନସ୍ଥ ଡ୍ରପ୍ ଡାଉନ୍ ତାଲିକାରୁ Titleକୁ ଚୟନ କରନ୍ତୁ
02:14 ଏଠାରେ Ascending କିମ୍ବା Descending କ୍ରମକୁ ମଧ୍ୟ ଚୟନ କରନ୍ତୁ
02:19 ଏବଂ ବାମ ପଟେ ଥିବା ତୃତୀୟ ଆଇକନ୍ ଉପରେ କ୍ଲିକ୍ କରି ଏହି ଇଣ୍ଡେକ୍ସକୁ IDX_Title ଭାବେ ରିନେମ୍ କରନ୍ତୁ ଏବଂ ଏହା ପରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ସେଭ୍ କରନ୍ତୁ
02:37 ତେଣୁ, ଏହା Title ଫିଲ୍ଡ ଉପରେ ଥିବା ଇଣ୍ଡେକ୍ସ ଅଟେ
02:42 ଏହି ମାର୍ଗରେ Baseକୁ ବ୍ୟବହାର କରି ଟେବୁଲ ପାଇଁ ଇଣ୍ଡେକ୍ସଗୁଡିକୁ create, edit, rename କିମ୍ବା delete କରିପାରିବା
02:51 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି:
02:54 Members ଟେବୁଲ୍ ମଧ୍ୟରେ ନେମଗୁଡିକ ଉପରେ ଗୋଟିଏ ଇଣ୍ଡେକ୍ସର ସୃଷ୍ଟି କରନ୍ତୁ ଏବଂ ଏହାକୁ IDX_MemberName ଭାବେ ନାମିତ କରନ୍ତୁ
03:03 ତା’ପରେ, ଗୋଟିଏ Table Filter କ’ଣ ଦେଖିବା
03:07 Table Filter ଫିଚର୍, ଗୋଟିଏ Base ଡେଟାବେସ୍ ମଧ୍ୟରେ ଅନ୍ୟ ଆପ୍ଲିକେଶନଗୁଡିକର ଟେବୁଲଗୁଡିକୁ ଲୁଚାଇ ଦେବା ପାଇଁ ଅନୁମତି ଦେଇଥାଏ
03:15 ଉଦାହରଣସ୍ଵରୂପ, Library ଡେଟାବେସ୍ ମଧ୍ୟରେ Books ଟେବୁଲ୍ ବ୍ୟତିତ ଅନ୍ୟ ଟେବୁଲଗୁଡିକୁ ଲୁଚାଇଦିଅନ୍ତୁ
03:22 ବର୍ତ୍ତମାନ, Tools ମେନୁ ଅଧିନରେ Table Filter ଉପଲବ୍ଧ ଅଛି
03:27 ଏଠାରେ, All Views ଚେକ୍ କରିବା ସହିତ Books ଟେବୁଲକୁ ଚେକ୍ କରନ୍ତୁ
03:33 ଅର୍ଥ, ଅନ୍ୟ ଆପ୍ଲିକେଶନଗୁଡିକରେ ଦୃଶ୍ୟମାନ ହେବା ପାଇଁ କେବଳ Books ଟେବୁଲକୁ ଚିହ୍ନିତ କରାଯାଇଛି
03:39 ବର୍ତ୍ତମାନ, OK ବଟନ୍ ଉପରେ କ୍ଲିକ୍ କରନ୍ତୁ
03:43 View ମେନୁ ଉପରେ ଏବଂ ତା’ପରେ Refresh Tablesରେ କ୍ଲିକ୍ କରନ୍ତୁ
03:50 ଏଠାରେ କେବଳ Books ଟେବୁଲ୍ ଦୃଶ୍ୟମାନ ହେବାର ଲକ୍ଷ୍ୟ କରନ୍ତୁ
03:54 LibreOffice Writer କିମ୍ବା Calc ରେ ଯେତେବେଳେ ଏହି ଡେଟାବେସକୁ ଆକ୍ସେସ୍ କରିବେ, ସେଠାରେ କେବଳ Books ଟେବୁଲକୁ ଦେଖିବାକୁ ପାଇବେ
04:04 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି:
04:06 LibreOffice Writerକୁ ଖୋଲନ୍ତୁ, Library ଡେଟାବେସକୁ ଆକ୍ସେସ୍ କରନ୍ତୁ ଏବଂ ସେଠାରେ ଉପଲବ୍ଧ ଥିବା ଟେବୁଲଗୁଡିକୁ ଚେକ୍ କରନ୍ତୁ
04:14 Baseରେ ସମଗ୍ର ଟେବୁଲଗୁଡିକୁ ଦୃଶ୍ୟମାନ କରନ୍ତୁ
04:19 ଏବଂ ଟେବୁଲଗୁଡିକର ଉପଲବ୍ଧତାକୁ ଚେକ୍ କରିବା ପାଇଁ LibreOffice Writerକୁ ପୁନର୍ବାର ଖୋଲନ୍ତୁ
04:26 ଶେଷରେ, SQL command window ବିଷୟରେ ଶିଖିବା
04:31 Tools ମେନୁ ମଧ୍ୟରୁ SQLକୁ ଚୟନ କରିବା ଦ୍ଵାରା, SQL command windowକୁ ଆକ୍ସେସ୍ କରିପାରିବେ
04:41 ଡେଟାବେସ୍ ମଧ୍ୟରେ SQL ଷ୍ଟେଟମେଣ୍ଟଗୁଡିକୁ ଇସ୍ୟୁ କରିବା ପାଇଁ ଏହି ୱିଣ୍ଡୋକୁ ବ୍ୟବହାର କରିପାରିବେ
04:47 ବର୍ତ୍ତମାନ, SQL କ୍ଵେରୀଗୁଡିକର ନିଷ୍ପାଦନ ପାଇଁ Queriesକୁ ବ୍ୟବହାର କରିପାରିବେ କିନ୍ତୁ ଏଠାରେ ଡେଟାବେସରୁ କେବଳ ଡେଟାକୁ ପ୍ରାପ୍ତ କରିବାରେ ସୀମିତ ହୋଇଯାଏ
04:59 ଅର୍ଥ, ଏଠାରେ କେବଳ SELECT ଷ୍ଟେଟମେଣ୍ଟଗୁଡିକୁ ବ୍ୟବହାର କରିପାରିବେ
05:04 କିନ୍ତୁ SQL ଷ୍ଟେଟମେଣ୍ଟଗୁଡିକୁ execute କରିପାରିବେ ନାହିଁ ଯାହା ଡେଟା ଓ ଟେବୁଲ ଷ୍ଟ୍ରକଚରକୁ ରୂପାନ୍ତର କରିବ କିମ୍ବା ସେଠାରେ ନୁତନ ଟେବୁଲଗୁଡିକୁ ସୃଷ୍ଟି କରିବ
05:14 ଏବଂ SQL command window, data manipulation ଓ data definition ଭଳି ଷ୍ଟେଟମେଣ୍ଟ କିମ୍ବା ଲାଙ୍ଗୁୟେଜଗୁଡିକୁ ବ୍ୟବହାର କରିବା ପାଇଁ ସାହାଯ୍ୟ କରିଥାଏ
05:24 Data Manipulation Language କିମ୍ବା ସରଳ ଭାବେ DMLର ଉଦାହରଣଗୁଡିକ ହେଲେ:
05:31 INSERT, UPDATE ଓ DELETE ଡେଟା
05:37 ଏବଂ Data Definition Language କିମ୍ବା ସରଳ ଭାବେ DDLର କିଛି ଉଦାହରଣ ହେଉଛି:
05:45 CREATE TABLE, DROP TABLE ଓ ALTER ଷ୍ଟେଟମେଣ୍ଟଗୁଡିକ
05:51 ପ୍ରଥମେ ଗୋଟିଏ DMLର ଉଦାହରଣକୁ ଦେଖିବା
05:55 Base ୱିଣ୍ଡୋରେ, Tools ମେନୁରୁ SQL Command Windowକୁ ଖୋଲନ୍ତୁ
06:02 Command to execute ଟେକ୍ସଟ ଏରିଆ ମଧ୍ୟରେ ଗୋଟିଏ ନୁତନ ରେକର୍ଡକୁ ଟାଇପ୍ କରି Books ଟେବୁଲ ମଧ୍ୟରେ ପ୍ରବେଶ କରାନ୍ତୁ:
06:12 INSERT INTO "Books" ( "Title", "Author", "PublishYear", "Publisher", "Price")

VALUES ('The Hobbit', 'J.R.R Tolkien', 2002, 'Oxford', 500);

06:45 Execute ବଟନ୍ ଉପରେ କ୍ଲିକ୍ କରିବା ପୂର୍ବରୁ, ବର୍ତ୍ତମାନ କମାଣ୍ଡକୁ ଭଲଭବେ ଦେଖନ୍ତୁ
06:52 INSERT ଷ୍ଟେଟମେଣ୍ଟ table ନେମ୍ ଓ field ନେମଗୁଡିକୁ ଏବଂ ତା’ପରେ ନୁତନ ରେକର୍ଡ ମଧ୍ୟରେ ପ୍ରବେଶ ହେବାକୁ ଥିବା Valuesକୁ ତାଲିକାଭୁକ୍ତ କରିଥାଏ
07:03 ଧ୍ୟାନଦିଅନ୍ତୁ ଯେ ଟେବୁଲ ନେମ୍ ଓ ଫିଲ୍ଡ ନେମଗୁଡିକ ଡବଲ୍ କ୍ଵୋଟ୍ ମଧ୍ୟରେ ଆବଦ୍ଧ ହୋଇଛି
07:11 Base କେସ୍ ସେନସିଟିଭ୍ ବୋଲି ଜଣାଅଛି ଏବଂ ଡବଲ୍ କ୍ଵୋଟ୍ ସୁନିଶ୍ଚିତ କରେ ଯେ ଆମେ ଗ୍ରହଣ କରୁଥିବା ନେମଗୁଡିକୁ Base ଗ୍ରହଣ କରିବ
07:22 ଯଦି କ୍ଵୋଟଗୁଡିକୁ ବ୍ୟବହାର କରିବେ ନାହିଁ, Base ସମସ୍ତ ନେମଗୁଡିକୁ ଅଟୋମାଟିକଲୀ ଅପର୍ କେସରେ ରୂପାନ୍ତର କରିଦେବ
07:31 ଭେଲ୍ୟୁର ଡେଟା ଟାଇପ୍ TEXTକୁ ସୁନିଶ୍ଚିତ କରିବା ପାଇଁ ସିଙ୍ଗଲ୍ କ୍ଵୋଟଗୁଡିକର ବ୍ୟବହାର ହୋଇଥାଏ
07:37 NUMERIC ଫିଲ୍ଡଗୁଡିକ କୌଣସି କ୍ଵୋଟ୍ ମଧ୍ୟରେ ଆବଦ୍ଧ ହେବାର ଆବଶ୍ୟକତା ନାହିଁ
07:43 BookId ଫିଲ୍ଡ ମଧ୍ୟ ଅନ୍ତର୍ଭୁକ୍ତ ହେବାର କିଛି ଆବଶ୍ୟକତା ନାହିଁ ଯାହା ଗୋଟିଏ AutoNumber ଫିଲ୍ଡ ଅଟେ
07:51 ନମ୍ବରକୁ ଅଟୋ ଜେନେରେଟ୍ କରିବା ପାଇଁ Base ସାହାଯ୍ୟ କରିବ
07:56 ତେଣୁ, SQLକୁ ନିଷ୍ପାଦନ କରନ୍ତୁ. Command successfully executed ବାର୍ତ୍ତାକୁ ଦେଖନ୍ତୁ
08:05 ଯଦି ଲେଖା ହୋଇଥିବା SQLରେ କୌଣସି ଏରର୍ ଥାଏ, Base ସେଗୁଡିକୁ ପ୍ରଦର୍ଶନ କରିବ
08:12 Books ଟେବୁଲ ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ସଙ୍ଗେସଙ୍ଗେ ପ୍ରବେଶ କରିଥିବା ରେକର୍ଡକୁ ଖୋଜନ୍ତୁ
08:18 ଏଠାରେ ଅଛି, ଶେଷ ରୋ’ରେ ଯୋଡି ହୋଇଯାଇଛି
08:23 ତା’ପରେ, ଗୋଟିଏ DDLର ଉଦାହରଣକୁ ଦେଖିବା
08:27 AuthorId, Author ଓ Country ଫିଲ୍ଡଗୁଡିକ ସହିତ Authors ନାମକ ଗୋଟିଏ ନୁତନ ଟେବୁଲକୁ ସୃଷ୍ଟି କରନ୍ତୁ
08:36 ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି SQL command windowରେ ଟାଇପ୍ କରନ୍ତୁ
08:43 ଏହାକୁ ନିଷ୍ପାଦନ କରନ୍ତୁ
08:47 Tables ତାଲିକାକୁ ଫେରିଯା’ନ୍ତୁ ଏବଂ View ମେନୁରେ ଥିବା ଟେବୁଲଗୁଡିକୁ Refresh କରନ୍ତୁ
08:54 ଏହା ସଙ୍ଗେସଙ୍ଗେ ସୃଷ୍ଟି କରାଯାଇଥିବା ନୁତନ Authors ଟେବୁଲ ଅଟେ
08:59 DML ବିଷୟରେ ଅଧିକ ଜାଣିବା ପାଇଁ, ସ୍କ୍ରୀନରେ ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ
09:06 DDL ବିଷୟରେ ଅଧିକ ଜାଣିବା ପାଇଁ, ସ୍କ୍ରୀନରେ ପ୍ରଦର୍ଶିତ Wikipedia ୱେବସାଇଟକୁ ଯା’ନ୍ତୁ
09:13 ଏଠାରେ ଆପଣଙ୍କ ପାଇଁ ଅନ୍ୟ ଏକ ଆସାଇନମେଣ୍ଟ ଅଛି:
09:16 UPDATE ଷ୍ଟେଟମେଣ୍ଟକୁ ବ୍ୟବହାର କରି, BookId, 3ରେ ଥିବା ବହିର ମୂଲ୍ୟକୁ Rs. 300ରେ ସେଟ୍ କରନ୍ତୁ
09:26 The Hobbit ଟାଇଟଲ୍ ଥିବା ବହିକୁ ଡିଲିଟ୍ କରନ୍ତୁ
09:30 Authors ଟେବୁଲ ମଧ୍ୟରେ ଗୋଟିଏ ନୁତନ ରେକର୍ଡକୁ ପ୍ରବେଶ କରାନ୍ତୁ, J.R.R. Tolkien ହେଉଛି author name ଏବଂ country ହେଉଛି England
09:41 DROP ଷ୍ଟେଟମେଣ୍ଟକୁ ବ୍ୟବହାର କରି ଡେଟାବେସରୁ Authors ଟେବୁଲକୁ ଡ୍ରପ୍ କରନ୍ତୁ
09:47 ଏହା ଆମକୁ, LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:52 ସଂକ୍ଷିପ୍ତରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ:

ଇଣ୍ଡେକ୍ସ ଟେବୁଲ୍ ଫିଲ୍ଟର୍ସ ଏବଂ SQL କମାଣ୍ଡ ୱିଣ୍ଡୋ

10:01 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:13 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
10:18 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:22 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep