LibreOffice-Suite-Base/C4/Database-Design-Purpose-OrganizeTables/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ, ଆମେ ଡେଟାବେସ୍ ଡିଜାଇନ୍ ଉପରେ ଥିବା ନିମ୍ନଲିଖିତ ବିଷୟଗୁଡିକ ଶିଖିବା:
00:09 ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରିବା
00:12 ଆବଶ୍ୟକ ସୂଚନାକୁ ପ୍ରାପ୍ତ କରିବା ଓ ସଂଗଠିତ କରିବା
00:15 ଟେବୁଲଗୁଡିକ ମଧ୍ୟରେ ସୂଚନାକୁ ବିଭକ୍ତ କରିବା
00:19 ଡେଟାବେସ୍ ଡିଜାଇନ୍ କ’ଣ?
00:21 ଡେଟାବେସ୍ ଡିଜାଇନ୍ ହେଉଛି, ଗୋଟିଏ ଡେଟାବେସର ଏକ ସମ୍ପୂର୍ଣ୍ଣ ଡେଟା ମଡେଲକୁ ସୃଷ୍ଟି କରିବାର ପ୍ରକ୍ରିୟା
00:28 ଗୋଟିଏ ଭଲ ଡିଜାଇନ୍ ସହିତ, ଏକ ଡେଟାବେସ୍
00:32 ଅଦ୍ୟତମ, ନିର୍ଭୁଲ୍ ଓ ସମ୍ପୁର୍ଣ୍ଣ ସୂଚନାକୁ ଉପଲବ୍ଧ କରାଇପାରିବ
00:37 ଯାହାର ଅର୍ଥ ହେଉଛି- ବିଭିନ୍ନ ସ୍ତରରେ ସୁଚନାର ଅକ୍ଷୁର୍ଣ୍ଣତାକୁ ନିଶ୍ଚିତ କରିପାରିବେ,
00:43 ଆବଶ୍ୟକ କରୁଥିବା ଡେଟା ପ୍ରକ୍ରିୟାକରଣ ଓ ରିପୋର୍ଟିଙ୍ଗକୁ ପୁରଣ କରିପାରୁଥିବା
00:48 ଏବଂ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରୁଥିବ
00:51 ଡେଟାବେସ୍ ଡିଜାଇନ୍ ପ୍ରକ୍ରିୟା ନିମ୍ନଲିଖିତ ସୋପାନଗୁଡିକୁ ନେଇ ଗଠିତ:
00:57 ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରନ୍ତୁ
01:00 ଆବଶ୍ୟକ ସୁଚନାକୁ ପ୍ରାପ୍ତ କରନ୍ତୁ ଓ ସଂଗଠିତ କରନ୍ତୁ
01:04 ଟେବୁଲଗୁଡିକ ମଧ୍ୟରେ ସୁଚନାଗୁଡିକୁ ବିଭକ୍ତ କରନ୍ତୁ
01:07 ସୁଚନା ଆଇଟମଗୁଡିକୁ columnsରେ ରୂପାନ୍ତର କରନ୍ତୁ
01:11 primary କୀଗୁଡିକୁ ନିର୍ଦ୍ଦିଷ୍ଟ କରନ୍ତୁ
01:14 table relationshipଗୁଡିକୁ ସେଟ୍ ଅପ୍ କରନ୍ତୁ
01:17 ଡିଜାଇନକୁ ରିଫାଇନ୍ କରନ୍ତୁ
01:20 normalizationର ନିୟମଗୁଡିକୁ ପ୍ରୟୋଗ କରନ୍ତୁ
01:23 ଏବଂ ଶେଷରେ, ପରୀକ୍ଷା କରିବା ସହ ଡେଟାବେସକୁ run ଓ ପରିଚାଳନା କରନ୍ତୁ
01:28 ଠିକ୍ ଅଛି, ଚାଲନ୍ତୁ ପ୍ରଥମ ସୋପାନକୁ ଯିବା ଯାହା-
01:32 ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରିବ
01:35 ଚାଲନ୍ତୁ ଗୋଟିଏ ସରଳ Library Applicationକୁ ଆଲୋଚନା କରିବା
01:38 ସାଧାରଣତଃ ଗୋଟିଏ ଲାଇବ୍ରେରୀରେ ବହିଗୁଡିକ ଥାଏ
01:41 ଏବଂ ଏହି ବହିଗୁଡିକ ଏହାର ରେଜିଷ୍ଟର୍ଡ ମେମ୍ବରମାନଙ୍କୁ ଇସ୍ୟୁ କରାଯାଇଛି
01:45 ତେଣୁ, ବହି ଓ ମେମ୍ବରମାନଙ୍କର ଗୋଟିଏ ତାଲିକାକୁ ପରିଚାଳନା କରିବା ପାଇଁ ଏକ Library application ଆବଶ୍ୟକ
01:51 ଏବଂ ଏହି ବହିଗୁଡିକ ଇସ୍ୟୁ ହୋଇଥିବା ଏହାର ମେମ୍ବରମାନଙ୍କୁ ଟ୍ରାକ୍ କରନ୍ତୁ
01:56 ଆବଶ୍ୟକ ସୁଚାନକୁ ପ୍ରାପ୍ତ କରିବା ଓ ସଂଗଠିତ କରିବା ହେଉଛି ପ୍ରଥମ ସୋପାନ
02:01 ଡେଟାବେସରେ ରେକର୍ଡ କରିବାକୁ ଚାହୁଁଥିବା ସମସ୍ତ ପ୍ରକାରର ସୁଚନାକୁ ଏଠାରେ ଏକତ୍ର କରନ୍ତୁ
02:09 ବର୍ତ୍ତମାନ Library applicationର ଉଦ୍ଦେଶ୍ୟ ଆମକୁ ଜଣାଅଛି, ଏଠାରେ ଆଇଟମଗୁଡିକୁ ଚିହ୍ନଟ କରନ୍ତୁ
02:17 ଏଠାରେ ବହିଗୁଡିକ ଅଛି
02:19 ଗୋଟିଏ ବହିର, ଏକ title, ଏକ author, ଏକ publisher ଓ ଗୋଟିଏ price ଥାଏ
02:24 ଏବଂ ଅଥରଙ୍କର ସୁଚନାକୁ ମଧ୍ୟ ଷ୍ଟୋର୍ କରିପାରିବା ଯେପରି, date of birth ଓ ତା’ଙ୍କ ଦେଶର ନାମ
02:33 ପବ୍ଲିଶରଙ୍କର ନାମ, ଆଡ୍ରେସ୍ ଓ ଫୋନକୁ ମଧ୍ୟ ଷ୍ଟୋର୍ କରିପାରିବା
02:38 Libraryରେ ମେମ୍ବରମାନେ ମଧ୍ୟ ଥିବେ ଯାହାଙ୍କର ନାମ, ଫୋନ୍ ନମ୍ବର୍, ଓ ଆଡ୍ରେସ୍ ଥିବ
02:45 ବର୍ତ୍ତମାନ ଯେତେବେଳେ ଗୋଟିଏ ମେମ୍ବରକୁ ଏକ ବହି ଇସ୍ୟୁ କରାଯାଏ ସେତେବେଳେ-
02:49 ଗୋଟିଏ book issue date, return date, actual return date ଓ checked-in ଷ୍ଟାଟସ୍ ରହିଥାଏ
02:56 ଏହି ଇଣ୍ଡିଭିଜୁଆଲ୍ ଆଇଟମଗୁଡିକୁ attribute ମଧ୍ୟ କୁହାଯାଏ
03:01 ଏହି ପ୍ରତ୍ୟେକ ଆଟ୍ରିବ୍ୟୁଟଗୁଡିକ, ଗୋଟିଏ ଟେବୁଲ୍ ମଧ୍ୟରେ ଏକ ପୋଟେନଶିଆଲ୍ columnକୁ ରିପ୍ରେଜେଣ୍ଟ କରେ
03:08 ଏହି କ୍ଷେତ୍ରରେ, ଗୋଟିଏ ପ୍ରଶ୍ନ କରିପାରନ୍ତି ଯେପରି:
03:12 ଗୋଟିଏ ପବ୍ଲିଶର୍ ଦ୍ଵାରା ଲାଇବ୍ରେରୀକୁ ଯୋଗାଯାଇଥିବା ସଦ୍ୟ ବହିଗୁଡିକର ସେଟର ସୁଚନାକୁ କିପରି ଯୋଗ କରିବା?
03:20 ଏହାର ମେମ୍ବରମାନଙ୍କର ତାଲିକାକୁ କିପରି ପରିଚାଳନା କରିବା?
03:25 ଯଦି ଜଣେ ମେମ୍ବର୍ ଛାଡି ଦିଅନ୍ତି କିମ୍ବା ନିଜ ଆଡ୍ରେସକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ କ’ଣ କରିବେ?
03:32 ଯେତେବେଳେ ଜଣେ ମେମ୍ବର୍ ଗୋଟିଏ ବହି ଫେରସ୍ତ କରନ୍ତି, ସେହି ସୁଚନାକୁ କିପରି ଅପଡେଟ୍ କରିବେ?
03:38 କେଉଁ ପ୍ରକାରର reportଗୁଡିକୁ ସୃଷ୍ଟି କରିବାକୁ ଚାହାଁନ୍ତି?
03:42 କେଉଁ ବହିକୁ ପାଠକେ ଅଧିକ ପଢିଛନ୍ତି?
03:46 ଏବଂ ବହିଗୁଡିକର କିପରି ଗୋଟିଏ ତାଲିକା ସୃଷ୍ଟି କରିବେ ଯାହାକୁ ମେମ୍ବରମାନେ ନେଇଥିଲେ ଓ ସେଗୁଡିକର ଫେରସ୍ତ ସମୟ ଅତିକ୍ରାନ୍ତ ହୋଇଯାଇଛି?
03:55 ବର୍ତ୍ତମାନ କିଛି ବିବରଣି ଅଛି, ଟେବୁଲଗୁଡିକ ମଧ୍ୟରେ କିପରି ସୁଚନାକୁ ବିଭକ୍ତ କରିବା ଚାଲନ୍ତୁ ଦେଖିବା.
04:02 ସୁଚନା ଆଇଟମଗୁଡିକୁ କିମ୍ବା ଆଟ୍ରିବ୍ୟୁଟଗୁଡିକୁ ବିଶିଷ୍ଟ ଏଣ୍ଟିଟୀ କିମ୍ବା ସବଜେକ୍ଟଗୁଡିକରେ ବିଭକ୍ତ କରନ୍ତୁ
04:11 ତେବେ ପ୍ରତ୍ୟେକ ସବଜେକ୍ଟ ଗୋଟିଏ ଟେବୁଲରେ ରୂପାନ୍ତର ହୋଇଯିବ
04:14 ତେଣୁ, ଟେବୁଲଗୁଡିକର ପ୍ରାଥମିକ ତାଲିକା, ସ୍କ୍ରୀନରେ ପ୍ରଦର୍ଶିତ ଇମେଜ୍ ଭଳି ଦେଖାଯିବ
04:21 ଏଠାରେ ପ୍ରଦର୍ଶିତ ବିଶିଷ୍ଟ ସବଜେକ୍ଟ କିମ୍ବା entitiesଗୁଡିକ, ବହି ଓ ମେମ୍ବରମାନେ ଅଟନ୍ତି
04:26 ଅର୍ଥାତ୍, ଦୁଇଟି ଟେବୁଲ ସହିତ ଆରମ୍ଭ କରିବାକୁ ହେବ, ଗୋଟିଏ ବହି ପାଇଁ ଏବଂ ଅନ୍ୟଟି ମେମ୍ବରମାନଙ୍କ ପାଇଁ
04:33 ବର୍ତ୍ତମାନ ଚାଲନ୍ତୁ Books ଟେବୁଲକୁ ସମ୍ପୂର୍ଣ୍ଣ ଭାବେ ଦେଖିବା
04:37 ଏହାର ଦଶଟି ଆଟ୍ରିବ୍ୟୁଟ୍ କିମ୍ବା କଲମ୍ ଅଛି ଯାହାକୁ ପୂର୍ବେ ପରିଭାଷିତ କରାଯାଇଛି:
04:43 Title, Author, Publisher, PublisherAddress, PublisherCity, PublisherPhone, PublishYear, Price, AuthorBirthDate ଓ AuthorCountry
04:58 ବର୍ତ୍ତମାନ, ଏହି ଟେବୁଲରେ ଡେଟା କିପରି ପ୍ରଦର୍ଶିତ କରାଯାଏ ଚାଲନ୍ତୁ ଦେଖିବା
05:03 ଧ୍ୟାନ ଦିଅନ୍ତୁ ଯେ ପ୍ରତ୍ୟେକ ରୋ’ କିମ୍ବା record, ବହି, ଏହାର ଅଥର୍ ଏବଂ ପବ୍ଲିଶରର ସୁଚନାକୁ ଧାରଣ କରିଥା’ନ୍ତି
05:13 ବର୍ତ୍ତମାନ, ଏହି ଡିଜାଇନରେ ଦୁଇଟି ଭୁଲ୍ ଅଛି
05:17 ସମାନ ଅଥର୍ କିମ୍ବା ପବ୍ଲିଶରର ଅନେକ ବହି ଥାଇପାରେ
05:23 ତେଣୁ, ଅଥରଙ୍କ ବିବରଣି ଓ ପବ୍ଲିଶରର ବିବରଣି ଅନେକ ଥର ପୁନରାବୃତ୍ତି ହେବାର ଲକ୍ଷ୍ୟ କରନ୍ତୁ
05:31 ଯାହା କମ୍ପ୍ୟୁଟର୍ ଡିସ୍କର ସ୍ଥାନ ନଷ୍ଟ କରିଥାଏ
05:34 ଏବଂ ଏହି ଡିଜାଇନର ଦ୍ଵିତୀୟ ସମସ୍ୟା ହେଉଛି:
05:38 ଏହା ଡେଟାବେସ୍ ମଧ୍ୟରେ ଆନୋମଲିଗୁଡିକର ପ୍ରବେଶ କରିବାର ବିପଦ ସୃଷ୍ଟି କରେ
05:44 ବର୍ତ୍ତମାନ, anomaly ଗୋଟିଏ କ’ଣ?
05:47 ସାଧାରଣଭାବେ ଏହା ଗୋଟିଏ ଏରର୍ କିମ୍ବା ଡେଟାବେସର ଅସ୍ଥିରତା ଅଟେ
05:53 ଏଠାରେ ତିନି ପ୍ରକାରର ଆନୋମଲୀ ଅଛି:
05:57 ପ୍ରଥମଟିକୁ ଗୋଟିଏ insertion anomaly କୁହାଯାଏ
06:01 ଯାହା ଗୋଟିଏ ନୁତନ ରେକର୍ଡ ପ୍ରବେଶ କଲାବେଳେ ସଂଘଟିତ ହୋଇପାରେ
06:06 କିମ୍ବା, ଅନ୍ୟ ଆଟ୍ରିବ୍ୟୁଟଗୁଡିକର ଅନୁପସ୍ଥିତିରେ ଯେତେବେଳେ କିଛି ନିର୍ଦ୍ଦିଷ୍ଟ ଆଟ୍ରିବ୍ୟୁଟକୁ ଡେଟାବେସ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ
06:14 ଉଦାହରଣସ୍ଵରୂପ, ଏଠାରେ ଗୋଟିଏ Penguin ନାମକ ଗୋଟିଏ ନୁତନ Publisher ଥିବାର ଅନୁମାନ କରନ୍ତୁ
06:21 ବର୍ତ୍ତମାନ, ଲାଇବ୍ରେରୀ ସେମାନଙ୍କର କମସେ କମ୍ ଗୋଟିଏ ବହିକୁ ଗ୍ରହଣ ନ’କଲା ପର୍ଯ୍ୟନ୍ତ, ଡିଜାଇନ୍ Penguin ପବ୍ଲିଶରଗୁଡିକର ସମ୍ପୂର୍ଣ୍ଣ ବିବରଣିକୁ ପ୍ରବେଶ କରିବାକୁ ଦେବ ନାହିଁ
06:34 ଦ୍ଵିତୀୟଟିକୁ deletion anomaly କୁହାଯାଏ
06:39 ଯାହା ଗୋଟିଏ ରେକର୍ଡକୁ ଡିଲିଟ୍ କଲା ସମୟରେ ସଂଘଟିତ ହୁଏ
06:43 ଏଠାରେ, ଗୋଟିଏ ରୋ’ କିମ୍ବା ରେକର୍ଡକୁ ଡିଲିଟ୍ କଲା ସମୟରେ, ଆବଶ୍ୟକତା ଠାରୁ ଅଧିକ ସୁଚନା ଡେଟାବେସରୁ ଡିଲିଟ୍ ହୋଇଯାଏ
06:51 ଉଦାହରଣସ୍ଵରୂପ, Orient Publishersର Paradise Lost ଟାଇଟଲ୍ ଥିବା କେବଳ ଗୋଟିଏ ମାତ୍ର ବହି ଆମ ଲାଇବ୍ରେରୀରେ ଅଛି
07:01 ବର୍ତ୍ତମାନ, ଯଦି ଏହି ସମଗ୍ର ରେକର୍ଡକୁ ଡିଲିଟ୍ କରିବେ ତେବେ Orient Publishers ଉପରେ ଥିବା ସମସ୍ତ ରେକର୍ଡକୁ ହରାଇବାକୁ ପଡିବ
07:10 ଏବଂ ଏହା ସହିତ ଅଥର୍ John Miltonଙ୍କ ଉପରେ ଥିବା ସମସ୍ତ ସୁଚନାକୁ ମଧ୍ୟ ହରାଇବାକୁ ପଡିବ
07:16 ଏବଂ ଶେଷରେ, Update Anomaly କ’ଣ ଚାଲନ୍ତୁ ଦେଖିବା
07:21 ଗୋଟିଏ ରେକର୍ଡକୁ ଅପଡେଟ୍ କଲା ସମୟରେ ଏହା ସଂଘଟିତ ହୁଏ
07:26 ଉଦାହରଣସ୍ଵରୂପ, Cambridge Publishersର ଗୋଟିଏ ନୁତନ ଆଡ୍ରେସ୍ ଅଛି ବୋଲି ଅନୁମାନ କରନ୍ତୁ
07:32 ବର୍ତ୍ତମାନ, ଏହି Publisher ପାଇଁ Address କଲମକୁ ଅପଡେଟ୍ କରିବାକୁ ହେଲେ, ଏକରୁ ଅଧିକ ସ୍ଥାନରେ ପରିବର୍ତ୍ତନ ଆବଶ୍ୟକ ହେବ
07:40 ଏହି କ୍ଷେତ୍ରରେ, ଦୁଇଟି ସ୍ଥାନରେ
07:43 ଏବଂ, ଯଦି Cambridge ହଜାରେଟି ବହି ଯୋଗାଇ ଥାଏ ତେବେ ଏହାର ଅର୍ଥ ହଜାରେଟି ରେକର୍ଡରେ ଥିବା ଆଡ୍ରେସକୁ ପରିବର୍ତ୍ତନ କରିବାକୁ ହେବ
07:54 ଏବଂ ଆକସ୍ମିକ ଭାବେ ଗୋଟିଏ ସ୍ଥାନରେ ଆଡ୍ରେସକୁ ପରିବର୍ତ୍ତନ କରାଯାଇପାରେ କିନ୍ତୁ ଅନ୍ୟ ସ୍ଥାନରେ ପରିବର୍ତ୍ତନ କରିବାକୁ ଭୁଲି ଯାଇପାରନ୍ତି
08:02 ତେଣୁ, ଏହା ସୁଚନା ଠିକ୍ ନ’ଥିବାର ପ୍ରଦର୍ଶନ କରିବ ଏବଂ data integrityକୁ ହରାଇପାରନ୍ତି
08:11 ଏହି ସମସ୍ୟାର କିପରି ସମାଧାନ କରିବେ?
08:14 ରିଡିଜାଇନ୍ କରନ୍ତୁ ଯାହାଦ୍ଵାରା ପ୍ରତ୍ୟେକ ସୁଚନାକୁ କେବଳ ଥରେମାତ୍ର ରେକର୍ଡ କରିହେବ
08:20 ଯଦି ସମାନ ସୁଚନା ଏକରୁ ଅଧିକ ସ୍ଥାନରେ ପୁନରାବୃତ୍ତି ହୋଇଛି ତେବେ ସେହି ସୁଚନାକୁ ଏକ ସ୍ଵତନ୍ତ୍ର tableରେ ସ୍ଥାପିତ କରନ୍ତୁ
08:29 କିପରି ଚାଲନ୍ତୁ ଦେଖିବା
08:31 ବର୍ତ୍ତମାନ Books ଟେବୁଲକୁ, Books, Authors ଓ Publisherରେ ବିଭକ୍ତ କରନ୍ତୁ
08:38 ଧ୍ୟାନଦିଅନ୍ତୁ ଯେ ପ୍ରତ୍ୟେକ ଟେବୁଲରେ ଥିବା କଲମଗୁଡିକ କେବଳ ସେହି entity କିମ୍ବା ସବଜେକ୍ଟର ସୁଚନାକୁ ଷ୍ଟୋର୍ କରିବ
08:47 ଏହିପରି ଭାବେ, Publisher ଟେବୁଲ ମଧ୍ୟରେ ପବ୍ଲିଶରର ସୁଚନାକୁ କେବଳ ଥରେ ମାତ୍ର ରେକର୍ଡ କରିପାରିବେ
08:55 ସେହିପରି, ସ୍ଵତନ୍ତ୍ର ଭାବେ ଥିବା Authors ଟେବୁଲ, ଅଥରର ସୁଚନାକୁ କେବଳ ଥରେ ମାତ୍ର ରେକର୍ଡ କରିବାକୁ ଅନୁମତି ଦେଇଥାଏ
09:04 ଏବଂ ପରବର୍ତ୍ତୀ ଟ୍ୟୁଟୋରିଆଲରେ, ଏହି ଟେବୁଲଗୁଡିକୁ ପୁନର୍ବାର କିପରି Books ଟେବୁଲ ମଧ୍ୟରେ ଲିଙ୍କ କରିପାରିବା, ଦେଖିବା
09:12 ଏହା ଆମକୁ, Database Design in LibreOfficeର ପ୍ରଥମ ଭାଗ ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:19 ସଂକ୍ଷିପ୍ତରେ ଆମେ ଡେଟାବେସ୍ ଡିଜାଇନ୍ ଉପରେ ନିମ୍ନଲିଖିତ ଶିଖିଲେ:
09:25 ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରିବା
09:28 ଆବଶ୍ୟକ ସୂଚନାକୁ ପ୍ରାପ୍ତ କରିବା ଓ ସଂଗଠିତ କରିବା
09:32 ଟେବୁଲଗୁଡିକ ମଧ୍ୟରେ ସୂଚନାକୁ ବିଭକ୍ତ କରିବା
09:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:48 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
09:54 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:58 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep