LibreOffice-Suite-Base/C2/Create-a-simple-form/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:03 ଏହି ଟ୍ୟୁଟୋରିଆଲରେ ଆମେ LibreOffice Baseରେ ଥିବା Simple Formsକୁ ସମ୍ପୂର୍ଣ୍ଣ କରିବା
00:09 ଏଠାରେ ଆମେ ନିମ୍ନଲିଖିତ ଶିଖିବା:
00:12 ଫର୍ମ୍ ଗୋଟିଏ କ’ଣ?
00:14 ୱିଜାର୍ଡ୍ ବ୍ୟବହାର କରି କିପରି ଗୋଟିଏ ଫର୍ମ୍ ସୃଷ୍ଟି କରିବା
00:17 ଏବେ ପର୍ଯ୍ୟନ୍ତ ଲିବ୍ରେ ଅଫିସ୍ ବେସ୍ ବ୍ୟବହାର କରି ଗୋଟିଏ ଡେଟାବେସ୍ ସୃଷ୍ଟି କରିବା ଏବଂ ଟେବୁଲ୍ ସୃଷ୍ଟି କରିବା ଯେଉଁଠି ଡେଟା ଷ୍ଟୋର ହୁଏ, ଶିଖିଛେ
00:27 କିନ୍ତୁ, ଡେଟାବେସ୍ ଟେବୁଲଗୁଡିକରେ ଡେଟା କିପରି ପ୍ରବେଶ କରିବେ?
00:33 ଗୋଟିଏ ମାର୍ଗ ହେଉଛି ଟେବୁଲଗୁଡିକର cellରେ ସିଧାସଳଖ ଡେଟାକୁ ଟାଇପ୍ କରିବା ଯାହା ପୂର୍ବ ଟ୍ୟୁଟୋରିଆଲରେ କରାଯାଇଥିଲା
00:42 କ୍ଷୀପ୍ର ଭାବେ ଏବଂ ମିନିମମ୍ ଏରର୍ ସହିତ ଡେଟା ପ୍ରବେଶ କରିବା ପାଇଁ ଏଠାରେ ଅନ୍ୟ ଗୋଟିଏ ମାର୍ଗ ଅଛି
00:49 ଏବଂ ତାହା Formsର ବ୍ୟବହାର ଦ୍ଵାରା ସମ୍ଭବ ହୁଏ. ଗୋଟିଏ form ହେଉଛି ଏକ front-end କିମ୍ବା ଡେଟାର ପ୍ରବେଶ ପାଇଁ ଏବଂ ଡେଟାକୁ ଏଡିଟ୍ କରିବା ପାଇଁ ଗୋଟିଏ ୟୁଜର୍ ଇଣ୍ଟରଫେସ୍
01:00 ଉଦାହରଣସ୍ଵରୂପ, ଗୋଟିଏ ସରଳ ଫର୍ମ୍ ଏକ ଟେବୁଲର fieldଗୁଡିକୁ ନେଇ ଗଠିତ ହୋଇଥାଏ
01:06 ଚାଲନ୍ତୁ Library ଡେଟାବେସର ଉଦାହରଣକୁ ଦେଖିବା ଯାହା ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରାଯାଇଛି
01:15 ତେଣୁ, ଗୋଟିଏ ସରଳ form, Books ଟେବୁଲର କ୍ଷେତ୍ରଗୁଡିକୁ ନେଇ ଗଠିତ ହୋଇପାରେ
01:21 ଏବଂ ବର୍ତ୍ତମାନ ଏହି formକୁ, Books ଟେବୁଲରେ ଡେଟା ପ୍ରବେଶ କରିବା ପାଇଁ ବ୍ୟବହାର କରାଯାଇପାରିବ
01:27 ବର୍ତ୍ତମାନ, ଗୋଟିଏ form କିପରି ସୃଷ୍ଟି କରାଯାଏ ଚାଲନ୍ତୁ ଶିଖିବା
01:33 ଚାଲନ୍ତୁ ପ୍ରଥମେ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ
01:38 ଯଦି Base ପ୍ରୋଗ୍ରାମ୍ ଖୋଲା ନ’ଥାଏ, ତେବେ ନିମ୍ନ ବାମ ପଟେ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ All programs ଉପରେ କ୍ଲିକ୍ କରନ୍ତୁ. ଏହା ପରେ LibreOffice Suite ଏବଂ ତା’ପରେ LibreOffice Baseରେ କ୍ଲିକ୍ କରନ୍ତୁ
01:57 ବର୍ତ୍ତମାନ open an existing database file ଅପଶନ୍ ଉପରେ କ୍ଲିକ୍ କରନ୍ତୁ
02:04 Recently Used ଡ୍ରପ୍ ଡାଉନ୍ ବକ୍ସରେ Library ଡେଟାବେସ୍ ଦୃଶ୍ୟମାନ ହେବା ଆବଶ୍ୟକ ଅଟେ
02:11 ତେଣୁ ବର୍ତ୍ତମାନ ଏହାକୁ ଚୟନ କରନ୍ତୁ ଏବଂ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
02:17 ଯଦି LibreOffice Base ଖୋଲାଥାଏ
02:21 ତା’ପରେ, ଉପରେ ଥିବା Fileମେନୁରେ ଥିବା Open ଉପରେ କ୍ଲିକ୍ କରି Library ଡେଟାବେସ୍ ଫାଇଲ୍ Library.odbକୁ ଖୋଲିପାରିବେ
02:36 ଅନ୍ୟ ଭାବେ, File ମେନୁରେ ଥିବା Recent Documents ଉପରେ କ୍ଲିକ୍ କରନ୍ତୁ ଏବଂ Library.odbକୁ ଚୟନ କରନ୍ତୁ
02:48 ବର୍ତ୍ତମାନ ଆମେ Library ଡେଟାବେସ୍ ମଧ୍ୟରେ ଅଛେ
02:52 ବାମ ପଟ ପ୍ୟାନେଲରେ ଥିବା Database ତାଲିକାର Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
03:01 ଧ୍ୟାନଦିଅନ୍ତୁ ଯେ ଏଠାରେ ଗୋଟିଏ ନୁତନ form ସୃଷ୍ଟି କରିବା ପାଇଁ ଦୁଇଟି ମାର୍ଗ ଅଛି : Design Viewରେ ଓ Wizardକୁ ବ୍ୟବହାର କରି ଫର୍ମ୍ ସୃଷ୍ଟି କରିପାରିବେ
03:12 ଦ୍ଵିତୀୟ ଅପଶନରେ କ୍ଲିକ୍ କରନ୍ତୁ ଯାହା, Use Wizard to create form ଅଟେ
03:19 ବର୍ତ୍ତମାନ ଗୋଟିଏ windowକୁ ଦେଖିପାରିବେ ଯାହା LibreOffice Writer ୱିଣ୍ଡୋ ଭଳି ସମାନ ଅଟେ
03:26 ଏହାର ଉପରି ଭାଗରେ, ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦେଖା ଦେବ ଯାହା Form Wizard ଅଟେ
03:33 ଚାଲନ୍ତୁ ଏହି ୱିଜାର୍ଡ୍ ମଧ୍ୟକୁ ଯାଇ, Books ଟେବୁଲ୍ ଆଧାରିତ ପ୍ରଥମ form ସୃଷ୍ଟି କରିବା
03:40 ବାମ ପଟେ, ଅନୁସରଣ କରିବାକୁ ଥିବା ଆଠୋଟି steps ଉପରେ ଧ୍ୟାନ ଦିଅନ୍ତୁ
03:46 step 1, ଯାହା Field Selection ଅଟେ
03:53 ଏବଂ, ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ରେ Table:Booksକୁ ଚୟନ କରନ୍ତୁ ଯାହା Tables or queriesକୁ ଦର୍ଶାଇଥାଏ
04:03 ଏହାର ନିମ୍ନରେ, ବାମ ପଟେ Available fieldsର ଗୋଟିଏ ତାଲିକାକୁ ଦେଖିପାରିବେ
04:09 ଡାହାଣ ପଟେ Fields on the formକୁ ଦେଖିପାରିବେ
04:14 କେବଳ form ଉପରେ ଆବଶ୍ୟକ ହେଉଥିବା fieldଗୁଡିକୁ ଚାଳନା କରନ୍ତୁ
04:21 ବର୍ତ୍ତମାନ ପାଇଁ, ଡବଲ୍ ଆରୋ ଚିହ୍ନ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ
04:27 ବାମ ପଟେ ଥିବା ସମସ୍ତ କ୍ଷେତ୍ରଗୁଡିକ ଡାହଣ ପଟକୁ ସ୍ଥାନାନ୍ତର ହେବାର ଲକ୍ଷ୍ୟ କରନ୍ତୁ
04:35 ଯେହେତୁ, BookId କ୍ଷେତ୍ରକୁ ନିଜର ସଂଖ୍ୟାକୁ ଅଟୋ ଜେନେରେଟ୍ କରିବା ପାଇଁ ସେଟ୍ ଅପ୍ କରାଯାଇଛି, ତେଣୁ form ଉପରେ ଏହାର ଆବଶ୍ୟକତା ନାହିଁ
04:46 ତେଣୁ, ଏହି କ୍ଷେତ୍ରକୁ ପୁନର୍ବାର ବାମ ପଟକୁ ସ୍ଥାନାନ୍ତର କରନ୍ତୁ
04:51 ଡାହାଣ ପଟେ ଥିବା BookId ଉପରେ କ୍ଲିକ୍ କରନ୍ତୁ ଏବଂ ଗୋଟିଏ Less than ଚିହ୍ନ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ
05:02 ଠିକ୍ ଅଛି, ନିମ୍ନରେ ଥିବା Next ବଟନ୍ ଉପରେ କ୍ଲିକ୍ କରି ପରବର୍ତ୍ତୀ ସୋପାନକୁ ଯିବା
05:10 Step 2. ଯେହେତୁ ଗୋଟିଏ ସରଳ form ସୃଷ୍ଟି କରୁଛନ୍ତି, ତେଣୁ ବର୍ତ୍ତମାନ ଏହି ସୋପାନକୁ ଛାଡିଦିଅନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:21 Step 5 ଯାହା, Arrange controls ଅଟେ
05:26 ବ୍ୟାକଗ୍ରାଉଣ୍ଡ ୱିଣ୍ଡୋରେ, Books ଟେବୁଲ୍ ଗୋଟିଏ ଅରେଞ୍ଜ୍ ବ୍ୟାକଗ୍ରାଉଣ୍ଡରେ ଥିବାର ମଧ୍ୟ ଲକ୍ଷ୍ୟ କରନ୍ତୁ
05:35 ଚାଲନ୍ତୁ ଲେବୁଲର ନିମ୍ନରେ ଥିବା ଚାରୋଟି ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଯାହା Arrangement of the main form ଅଟେ
05:44 କ୍ଲିକ୍ କରିବା ଦ୍ଵାରା, ଲେବୁଲଗୁଡିକର ଆରେଞ୍ଜମେଣ୍ଟରେ ଏବଂ title, author ପ୍ରଭୃତି ନାମଧାରୀ ଟେକ୍ସଟ ବକ୍ସଗୁଡିକର, ବ୍ୟାକଗ୍ରାଉଣ୍ଡ ୱିଣ୍ଡୋ ପରିବର୍ତ୍ତନ ହେଉଥିବାର ଦେଖନ୍ତୁ
05:57 ପ୍ରଥମ ଆରେଞ୍ଜମେଣ୍ଟକୁ ବ୍ୟବହାର କରନ୍ତୁ ଯାହା Columnar – Labels Left ଅଟେ ଏବଂ ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:08 ଗୋଟିଏ ସରଳ ପେପର୍ ଫର୍ମ୍ ଭଳି, ଏଠାରେ ଲେବୁଲଗୁଡିକ ବାମ ପଟେ ଏବଂ ଡାହାଣ ପଟେ ଟେକ୍ସଟ ବକ୍ସଗୁଡିକ ଅବସ୍ଥିତ ଅଛନ୍ତି
06:17 ବର୍ତ୍ତମାନ, ଆଗକୁ ବଢିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:22 Step 6, ଯାହା Set Data Entry ଅଟେ
06:28 ବର୍ତ୍ତମାନ ପାଇଁ ଏହି ସୋପାନକୁ ଛାଡିଦେବା ଏବଂ ପରବର୍ତ୍ତୀ ସୋପାନକୁ ଯିବା
06:33 Step 7 ଯାହା Apply Styles ଅଟେ
06:36 ଲିଷ୍ଟ ବକ୍ସରେ ଥିବା ପ୍ରତ୍ୟେକ କଲର୍ ଉପରେ କ୍ଲିକ୍ କରିବା ଦ୍ଵାରା ୱିଣ୍ଡୋର ବ୍ୟାକଗ୍ରାଉଣ୍ଡ୍ କଲର୍ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ କରନ୍ତୁ
06:45 ଏହା ଉପରେ କ୍ଲିକ୍ କରି Ice Blueକୁ ଚୟନ କରନ୍ତୁ
06:50 ବର୍ତ୍ତମାନ, ଅନ୍ତିମ ସୋପାନକୁ ଯିବା
06:53 Step 8. formକୁ ନାମିତ କରନ୍ତୁ
06:59 ନିଜର ନାମକରଣ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ
07:03 କିନ୍ତୁ ବର୍ତ୍ତମାନ ପାଇଁ, ଗୋଟିଏ ବର୍ଣ୍ଣନାତ୍ମକ ନାମକୁ ଟାଇପ୍ କରନ୍ତୁ, ଟେକ୍ସଟ ବକ୍ସ Books Data Entry Form ଯାହା Name of the form ଲେବୁଲର ନିମ୍ନରେ ଅବସ୍ଥିତ
07:16 ବର୍ତ୍ତମାନ, ଫର୍ମ୍ ସୃଷ୍ଟି କରିସାରିବା ପରେ କିପରି ଆଗକୁ ବଢିବା?
07:20 ପ୍ରଥମେ ଚାଲନ୍ତୁ Work with the formରେ କାମ କରିବା
07:23 ଅର୍ଥ ଡେଟା ପ୍ରବେଶ ପାଇଁ formକୁ ବ୍ୟବହାର କରିବା
07:29 ଫର୍ମର ଡିଜାଇନକୁ ପରିବର୍ତ୍ତନ କରିବା ପାଇଁ Modify the formକୁ ଚୟନ କରିପାରିବେ ଯାହା ପରେ ଆଲୋଚନା ହେବ
07:37 ବର୍ତ୍ତମାନ ପାଇଁ, କାମ ଶେଷ ହେଲା. ତେଣୁ ନିମ୍ନରେ ଥିବା Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
07:44 ବର୍ତ୍ତମାନ ୱିଣ୍ଡୋ ଟାଇଟଲ୍ ଉପରେ Books Data Entry Form ନାମକ ପ୍ରଥମ ସରଳ form ସୃଷ୍ଟି କରାଗଲା
07:54 ଧ୍ୟାନ ଦିଅନ୍ତୁ ଯେ ଟେକ୍ସଟ ବକ୍ସଗୁଡିକ, An autobiography, Jawaharlal Nehru ପ୍ରଭୃତି ମୂଲ୍ୟ ଦ୍ଵାରା ପୁରଣ ହୋଇଛି
08:05 ଏହି ମୂଲ୍ୟଗୁଡିକ କେଉଁଠୁ ଆସିଲା?
08:08 Base ଟ୍ୟୁଟୋରିଆଲର ପୂର୍ବ ଭାଗରେ Books ଟେବୁଲରେ ଏହି ମୂଲ୍ୟଗୁଡିକୁ ସିଧାସଳଖ ଭାବେ ଟାଇପ୍ କରାଯାଇଥିଲା
08:17 ବର୍ତ୍ତମାନ ଏହି form ଡେଟା ପ୍ରବେଶ ପାଇଁ ପ୍ରସ୍ତୁତ ଅଟେ
08:22 ପ୍ରତ୍ୟେକ ମୂଲ୍ୟଗୁଡିକୁ ଦେଖିବା ପାଇଁ tab କୀ ଉପରେ କ୍ଲିକ୍ କରନ୍ତୁ
08:27 form ଦ୍ଵିତୀୟ ବହିର ସୂଚନାଗୁଡିକୁ ପ୍ରଦର୍ଶନ କରିବ ଏବଂ ବର୍ତ୍ତମାନ Conquest of self ହେଉଛି ଏହାର ଟାଇଟଲ୍
08:37 ନିମ୍ନରେ ଥିବା Forms Navigation ଟୁଲ୍ ବାରରେ ଥିବା ବ୍ଲାକ୍ ଟ୍ରାୟାଙ୍ଗଲ୍ ଯାହା ଡାହାଣକୁ ନିର୍ଦ୍ଦେଶ କରିଥାଏ, ତାହା ଉପରେ କ୍ଲିକ୍ କରିବା ଦ୍ଵାରା ପ୍ରତ୍ୟେକ ବହିର ସୂଚନାକୁ ଦେଖିପାରିବେ ଯାହାକୁ record କୁହାଯାଏ
08:54 ଧ୍ୟାନଦିଅନ୍ତୁ ଯେ, ଏଠାରେ 5ର 3 ନମ୍ବର୍ ରେକର୍ଡ ପ୍ରଦର୍ଶିତ ହୋଇଛି
09:01 ଏହି ବ୍ଲାକ୍ ଆରୋ ଆଇକନଗୁଡିକ ଉପରେ କର୍ସର୍ ରଖିବା ଦ୍ଵାରା, Base ଟୂଲ୍ ଟିପସ ପ୍ରଦର୍ଶନ କରୁଥିବାର ଲକ୍ଷ୍ୟ କରନ୍ତୁ, ଯାହା:
09:09 First Record, Previous Record, Next Record ଓ Last Record ଅଟେ
09:16 ରେକର୍ଡଗୁଡିକ ମଧ୍ୟରେ ଭ୍ରମଣ କରିବା ପାଇଁ ଏଗୁଡିକୁ ବ୍ୟବହାର କରାଯାଇପାରେ
09:22 ଏହା ଆମକୁ Simple Forms in LibreOffice Base ଉପରେ ଥିବା ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:27 ସଂକ୍ଷିପ୍ତରେ, ଆମେ ଶିଖିଲେ: ଗୋଟିଏ ଫର୍ମ୍ କ’ଣ? ୱିଜାର୍ଡ ବ୍ୟବହାର କରି କିପରି ଗୋଟିଏ ଫର୍ମ ସୃଷ୍ଟି କରିବା
09:35 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:47 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
09:52 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:56 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep