LibreOffice-Suite-Base/C2/Build-a-complex-form-with-form-controls/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲ୍ Complex Forms ଉପରେ ଆଧାରିତ, ଆମେ ଶିଖିବା:
00:08 ଗୋଟିଏ ଜଟିଳ formର ନିର୍ମାଣ. ଏବଂ ଫର୍ମକୁ ରୂପାନ୍ତର କରିବା
00:13 ପୂର୍ବ ଟ୍ୟୁଟୋରିଆଲରେ, ଫର୍ମ୍ ବ୍ୟବହାର କରି କିପରି ଡେଟା ପ୍ରବେଶ କରାଯାଏ ଏବଂ ଲିବ୍ରେ ଅଫିସ୍ ବେସ୍ ଦ୍ଵାରା କିପରି ଗୋଟିଏ formକୁ ରୂପାନ୍ତର କରାଯାଏ, ଆମେ ଶିଖିଲେ
00:22 ଏହି ଟ୍ୟୁଟୋରିଆଲରେ, ଗୋଟିଏ ଜଟିଳ form ନିର୍ମାଣ କରିବା ବିଷୟରେ ଶିଖିବା
00:28 ପ୍ରଥମେ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ, ଯଦି ଏହା ଖୋଲା ହୋଇନ’ଥାଏ
00:44 ଏବଂ Library ଡେଟାବେସକୁ ଖୋଲନ୍ତୁ
00:47 ଯଦି Base ଖୋଲାହୋଇଥାଏ, ତେବେ ଏହିଠାରୁ Openରେ କ୍ଲିକ୍ କରି Library ଡେଟାବେସକୁ ଖୋଲିପାରିବେ
00:57 କିମ୍ବା File ମେନୁ ଅଧିନରେ ଥିବା Recent Documents ଉପରେ କ୍ଲିକ୍ କରି ଖୋଲିପାରିବେ
01:03 ଗୋଟିଏ ନୁତନ form ଡିଜାଇନ୍ କରନ୍ତୁ ଯାହା ଲାଇବ୍ରେରୀ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକୁ ଟ୍ରାକ୍ କରିବା ପାଇଁ ସାହଯ୍ୟ କରିବ
01:12 ଚାଲନ୍ତୁ ସ୍କ୍ରୀନ୍ ଇମେଜରେ ପ୍ରଦର୍ଶିତ formକୁ କିପରି ଡିଜାଇନ୍ କରାଯାଏ ଦେଖିବା
01:18 LibreOffice Baseର ମୂଖ୍ୟ ୱିଣ୍ଡୋକୁ ଯା’ନ୍ତୁ ଏବଂ ବାମ ପଟ ପ୍ୟାନେଲରେ ଥିବା Database ତାଲିକାର Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:29 ଏବଂ ତା’ପରେ Use Wizard to create form ଉପରେ କ୍ଲିକ୍ କରନ୍ତୁ
01:34 ଏହା Forms ୱିଣ୍ଡୋକୁ ଏବଂ ବର୍ତ୍ତମାନ ଉପରେ ପରିଚିତ ୱିଜାର୍ଡକୁ ଖୋଲିବ
01:41 ଆମେ ଏହି ୱିଜାର୍ଡ ଉପରେ ସମ୍ପୂର୍ଣ୍ଣ ବିବରଣୀ ଜାଣିସାରିଛେ, ତେଣୁ ବର୍ତ୍ତମାନ ଏହା ସହିତ ଯଥା ଶୀଘ୍ର ଆଗକୁ ବଢିବା
01:49 Step 1. Field Selectionରେ, Tables or queries ବୋଲାଉଥିବା ଲେବୁଲର ନିମ୍ନରେ ଥିବା ଡ୍ରପ୍ ଡାଉନ୍ ବକ୍ସ ମଧ୍ୟରୁ Tables:BooksIssuedକୁ ଚୟନ କରନ୍ତୁ
02:02 ଚାଲନ୍ତୁ ଡବଲ୍ ଆରୋ ବଟନକୁ ବ୍ୟବହାର କରି ସମସ୍ତ fieldଗୁଡିକୁ ବାମରୁ ଡାହାଣକୁ ସ୍ଥାନାନ୍ତର କରିବା
02:10 Next ଉପରେ କ୍ଲିକ୍ କରନ୍ତୁ
02:12 ଏହା Step 2 ଅଟେ, କିନ୍ତୁ ବର୍ତ୍ତମାନ ପାଇଁ ଆମେ ଏହି ସୋପାନକୁ ଛାଡିଦେବା ଏବଂ ନିମ୍ନରେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:20 ବର୍ତ୍ତମାନ step 5ରେ ଅଛନ୍ତି. ପ୍ରଥମ ଆରେଞ୍ଜମେଣ୍ଟ୍ Columnar – Labels Leftକୁ ଚୟନ କରିବା ସହିତ Next ଉପରେ କ୍ଲିକ୍ କରନ୍ତୁ
02:30 Next ବଟନ୍ ଉପରେ କ୍ଲିକ୍ କରି Step 6କୁ ମଧ୍ୟ ଛାଡିଦିଅନ୍ତୁ
02:36 Step 7. Ice blueକୁ ଚୟନ କରିବା ସହିତ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:42 Step 8ରେ, formକୁ Books Issued to Members ଭାବେ ନାମିତ କରନ୍ତୁ
02:53 ଏବଂ Modify the form ଅପଶନ୍ ଉପରେ କ୍ଲିକ୍ କରନ୍ତୁ
02:57 ତା’ପରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
03:00 ଧ୍ୟାନଦିଅନ୍ତୁ ଯେ ପପ୍ ଅପ୍ ୱିଣ୍ଡୋ ୱିଜାର୍ଡ୍ ଚାଲିଯିବ ଏବଂ Form Design ୱିଣ୍ଡୋକୁ ଦେଖନ୍ତୁ
03:07 ଏଠାରେ, ଡେଟା ପ୍ରବେଶ କରିବା ପାଇଁ formକୁ ବ୍ୟବହାର କରିବା ପୂର୍ବରୁ, କିଛି ରୂପାନ୍ତର କରିବାକୁ ଯାଉଛେ
03:15 ପ୍ରଥମେ, ଫର୍ମ୍ ଉପରେ ଥିବା ସମସ୍ତ ଏଲିମେଣ୍ଟଗୁଡିକୁ Ungroup କରନ୍ତୁ
03:22 ଏହା କରିବା ଦ୍ଵାରା ଫର୍ମ୍ ଉପରେ ଥିବା ନିର୍ଦ୍ଦିଷ୍ଟ ଏଲିମେଣ୍ଟର ପ୍ରପର୍ଟୀଗୁଡିକୁ edit କରିବା ସହଜ ହେବ
03:31 ଫର୍ମରେ ଥିବା ସମସ୍ତ ଏଲିମେଣ୍ଟଗୁଡିକୁ ଏକାଥରେ ଅନଗ୍ରୁପ୍ କରିବା ପାଇଁ, ପ୍ରଥମେ ସମଗ୍ର ଏଲିମେଣ୍ଟଗୁଡିକୁ ଏକ ସଙ୍ଗେ ଚୟନ କରିବା ଆବଶ୍ୟକ
03:40 ଏହା କରିବା ପାଇଁ, ପ୍ରଥମେ ଉପରେ ଥିବା View ମେନୁ ଉପରେ କ୍ଲିକ୍ କରି
03:46 Form Design ଟୂଲ୍ ବାରକୁ ଖୋଲନ୍ତୁ, ତା’ପରେ Toolbars ଏବଂ ପରେ Form Design ଉପରେ କ୍ଲିକ୍ କରନ୍ତୁ
03:56 ଏହି ଟୂଲ୍ ବାରରେ, mouse ପଏଣ୍ଟର୍ ଆଇକନ୍ ଉପରେ ଥରେ ମାତ୍ର କ୍ଲିକ୍ କରନ୍ତୁ ଯାହା ହେଉଛି ପ୍ରଥମ ଓ ପୁରା ବାମ ପଟ ଆଇକନ୍ ଅଟେ
04:05 ବର୍ତ୍ତମାନଠାରୁ, ଏହାକୁ Select icon ଭାବେ କୁହାଯିବ
04:11 କ୍ଲିକ୍ ଓ ଡ୍ରାଗ୍ ସାହାଯ୍ୟରେ ଏହା form elementଗୁଡିକୁ ଚୟନ କରିବା ପାଇଁ ବ୍ୟବହୃତ ହେବ
04:18 ବର୍ତ୍ତମାନ, ଫର୍ମର ଉପର ବାମ ପଟେ କ୍ଲିକ୍ କରି ଏହାକୁ ତେର୍ଚ୍ଛା ଭାବେ ନିମ୍ନରେ ଡାହଣ ପଟକୁ ଡ୍ରାଗ୍ କରନ୍ତୁ
04:26 ବର୍ତ୍ତମାନ କଳା ଓ ଧଳା ଅନୁରୂପ ରେଖା ସହିତ ଗୋଟିଏ ଆୟତକ୍ଷେତ୍ର ଦେଖିବାକୁ ପାଇବେ
04:32 ଏହି ଆୟତକ୍ଷେତ୍ର ମଧ୍ୟରେ ସମସ୍ତ ଫର୍ମ୍ ଏଲିମେଣ୍ଟ ରହିଥିବାର ସୁନିଶ୍ଚିତ କରନ୍ତୁ
04:38 ଫର୍ମ୍ ଏଲିମେଣ୍ଟର ଗ୍ରୁପଗୁଡିକୁ ଚୟନ କରିବା ପାଇଁ, ଏହି ମାର୍ଗକୁ ବାରମ୍ବାର ବ୍ୟବହାର କରନ୍ତୁ
04:46 ବର୍ତ୍ତମାନ ଏହି ସମଗ୍ର ଏଲିମେଣ୍ଟଗୁଡିକ ଛୋଟ ଗ୍ରୀନ୍ ବକ୍ସଗୁଡିକ ମଧ୍ୟରେ ଆବଦ୍ଧ ହୋଇଥିବାର ଦେଖିବାକୁ ପାଇବେ
04:53 ବର୍ତ୍ତମାନ, ଏଠାରେ ଯେଉଁ କାର୍ଯ୍ୟ କରିବେ, ତାହାର ପ୍ରଭାବ ଏହି କ୍ଷେତ୍ର ମଧ୍ୟରେ ଥିବା ସମଗ୍ର ଏଲିମେଣ୍ଟ ଉପରେ ସମାନ ଭାବେ ପରିଲ୍ଲିଖିତ ହେବ
05:02 ବର୍ତ୍ତମାନ mouse pointerକୁ ଏଠାରେ ଥିବା ଯେକୌଣସି ଲେବୁଲ୍ ଉପରେ ଚାଳନା କରନ୍ତୁ
05:08 ଲେବୁଲ୍ ଓ ଟେକ୍ସଟ ବକ୍ସ ଉପରେ mouse pointer ଗୋଟିଏ ପ୍ଲସ୍ ଚିହ୍ନ ଭଳି ଦେଖାଯାଉଥିବାର ଲକ୍ଷ୍ୟ କରନ୍ତୁ
05:18 ତେଣୁ, ଗୋଟିଏ ଲେବୁଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ନିମ୍ନରେ ଥିବା Group ଉପରେ ଓ Ungroup ଉପରେ କ୍ଲିକ୍ କରନ୍ତୁ
05:28 ବର୍ତ୍ତମାନ ଗୋଟିଏ ହେଡିଙ୍ଗ୍ ଟାଇପ୍ କରନ୍ତୁ ଯାହା ସମଗ୍ର ଫର୍ମ୍ ଏଲିମେଣ୍ଟ ଉପରେ ରହିବ
05:35 ଏଥିପାଇଁ, ଫର୍ମ୍ ଏଲିମେଣ୍ଟଗୁଡିକୁ ତଳକୁ ନେବା ସହିତ ସେମାନଙ୍କୁ form ମଧ୍ୟରେ କେନ୍ଦ୍ରିତ କରନ୍ତୁ
05:43 ତେଣୁ, ପ୍ରଥମେ ଡାଉନ୍ ଆରୋ କୀକୁ ପାଖାପାଖି ସାତ ଥର ଦାବନ୍ତୁ
05:50 ତା’ପରେ ରାଇଟ୍ ଆରୋ କୀକୁ ପାଖାପାଖି ଚଓଦ ଥର ଦାବନ୍ତୁ
05:57 ଧ୍ୟାନଦିଅନ୍ତୁ ଯେ ଏହା ସମଗ୍ର ଚୟନିତ ଫର୍ମ୍ ଏଲିମେଣ୍ଟଗୁଡିକୁ ଡାହାଣକୁ ନେବା ସହିତ formର କେନ୍ଦ୍ରରେ ସ୍ଥାପନ କରିବ
06:07 ବର୍ତ୍ତମାନ, ହେଡିଙ୍ଗ ଟାଇପ୍ ପାଇଁ ଆବଶ୍ୟକ ହେଉଥିବା ସ୍ଥାନକୁ କର୍ସରକୁ ଆଣନ୍ତୁ
06:14 ଏହା କରିବା ପାଇଁ, ଫର୍ମ୍ ୱିଣ୍ଡୋର ଉପରେ ବାମ ପଟ କ୍ଷେତ୍ରରେ କ୍ଲିକ୍ କରନ୍ତୁ
06:21 ଏବଂ Enter କୀକୁ ଦୁଇଥର ଦାବନ୍ତୁ
06:26 ତା’ପରେ Tab କୀକୁ ଚାରିଥର ଦାବନ୍ତୁ ଏବଂ ଏହା ପରେ Form to track Books Issued to Members ଟାଇପ୍ କରନ୍ତୁ
06:38 ବର୍ତ୍ତମାନ, ଯେତେବେଳେ ନିର୍ଦ୍ଦିଷ୍ଟ ଲେବୁଲ ଓ ଟେକ୍ସଟ ବକ୍ସଗୁଡିକ ଉପରେ କ୍ଲିକ୍ କରିବେ, ଏହି ଏଲିମେଣ୍ଟଗୁଡିକ ନିର୍ଦ୍ଦିଷ୍ଟ ଭାବେ ଚୟନିତ କିମ୍ବା ହାଇଲାଇଟ୍ ହେଉଥିବାର ଲକ୍ଷ୍ୟ କରିବେ
06:52 ଠିକ୍ ଅଛି, ତା’ପରେ ଫର୍ମ ଉପରେ ଥିବା BookId ଓ MemberId ଲେବୁଲଗୁଡିକୁ ରିନେମ୍ କରନ୍ତୁ
07:00 ଏହାକୁ BookId ଲେବୁଲ୍ ଉପରେ ଡବଲ୍ କ୍ଲିକ୍ କରି କରିପାରିବେ ଯାହା ବର୍ତ୍ତମାନ ଗୋଟିଏ ପରିଚିତ Properties ୱିଣ୍ଡୋକୁ ଖୋଲିବ
07:12 ଲେବୁଲ୍ ବିପକ୍ଷରେ, Book Title ଟାଇପ୍ କରନ୍ତୁ
07:18 ବର୍ତ୍ତମାନ, form ଉପରେ ଥିବା MemberId ଲେବୁଲରେ କ୍ଲିକ୍ କରନ୍ତୁ
07:25 Properties window ରିଫ୍ରେଶ୍ ହେବାର ଲକ୍ଷ୍ୟ କରନ୍ତୁ ଏବଂ ପୁନର୍ବାର ଏଠାରେ ଲେବୁଲ୍ ବିପକ୍ଷରେ Member Name ଟାଇପ୍ କରନ୍ତୁ
07:34 Tab କୀକୁ ଦାବିବା ଦ୍ଵାରା, ଫର୍ମ୍ ଉପରେ ନୂଆ ଲେବୁଲ୍ ପରବର୍ତ୍ତନ ହେଉଥିବାର ଲକ୍ଷ୍ୟ କରନ୍ତୁ
07:43 ତା’ପରେ, ବର୍ତ୍ତମାନ ଏହି ଏଲିମେଣ୍ଟଗୁଡିକର ଫଣ୍ଟର ଆକାରକୁ ପରିବର୍ତ୍ତନ କରନ୍ତୁ
07:49 ପୁନର୍ବାର, ସମଗ୍ର ଏଲିମେଣ୍ଟଗୁଡିକୁ ଚୟନ କରନ୍ତୁ
07:54 କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ ମେଥଡକୁ ବ୍ୟବହାର କରନ୍ତୁ
07:59 ଏବଂ ବର୍ତ୍ତମାନ, ଯେକୌଣସି ଲେବୁଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ ଯାହା ପ୍ରତିବଦଳରେ Properties ୱିଣ୍ଡୋକୁ ଖୋଲିବ
08:08 Font ପ୍ରାପ୍ତ କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏହାର ଡାହାଣ ପଟେ ଥିବା ସ୍କୋୟାର୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
08:18 ନୁତନ ପପ୍ ଅପ୍ ୱିଣ୍ଡୋରେ Bold ଓ size 8 ଉପରେ କ୍ଲିକ୍ କରନ୍ତୁ,
08:26 ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
08:29 ବର୍ତ୍ତମାନ ସମଗ୍ର ଫର୍ମରେ ଫଣ୍ଟ୍ Bold ଓ size 8କୁ ପରିବର୍ତ୍ତନ ହୋଇଯିବ
08:38 ତା’ପରେ, ସମଗ୍ର ଫର୍ମ୍ ଏଲିମେଣ୍ଟକୁ ୱିଣ୍ଡୋର କେନ୍ଦ୍ରକୁ ସ୍ଥାନାନ୍ତର କରନ୍ତୁ
08:45 ଏଥିପାଇଁ, ସମଗ୍ର ଏଲିମେଣ୍ଟକୁ ଚୟନ କରନ୍ତୁ
08:49 ବର୍ତ୍ତମାନ ଯେକୌଣସି ଲେବୁଲକୁ Form Design ୱିଣ୍ଡୋର କେନ୍ଦ୍ର ଆଡକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
09:00 ବର୍ତ୍ତମାନ ଫର୍ମକୁ save କରନ୍ତୁ
09:03 ଏବଂ ୱିଣ୍ଡୋକୁ ବନ୍ଦ କରନ୍ତୁ. ବର୍ତ୍ତମାନ ଫର୍ମ୍ କିଭଳି ଦେଖାଯାଉଛି ଦେଖିବା ପାଇଁ,
09:10 Baseର ମୁଖ୍ୟ ୱିଣ୍ଡୋକୁ ଯା’ନ୍ତୁ ଏବଂ ଡାହାଣ ପଟ ପ୍ୟାନେଲରେ ଥିବା Books Issued to Members ଫର୍ମ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
09:20 ଏହା ଫର୍ମକୁ ଖୋଲିବ ଯାହା ଡେଟା ପ୍ରବେଶ ପାଇଁ ପ୍ରସ୍ତୁତ ଅଟେ
09:26 ବର୍ତ୍ତମାନ ଏହି ଫର୍ମରେ କିଛି ନମୂନା ଡେଟାକୁ ଦେଖିବା
09:31 ଏବଂ Book Title ଓ Member Name ବିପକ୍ଷରେ କିଛି ସଂଖ୍ୟା ଦେଖିବାକୁ ପାଇବେ
09:37 ଯାହା ପ୍ରକୃତରେ Books ଓ Members ଟେବୁଲରେ ପ୍ରାଇମେରୀ ସଂଖ୍ୟା ଅଟନ୍ତି, କିନ୍ତୁ ଅନୁକୂଳ ମୂଲ୍ୟ ନ’ଥାଏ
09:46 ପ୍ରକୃତ ନାମ ଓ ବହିର ଟାଇଟଲଗୁଡିକୁ ଜାଣିବାକୁ ଚାହାଁନ୍ତି କି?
09:50 ଏବଂ ଏହାକୁ କିପରି କରିପାରିବେ?
09:53 ଗୋଟିଏ ମାର୍ଗ ହେଉଛି List box ନାମକ ଗୋଟିଏ ଫର୍ମ୍ କଣ୍ଟ୍ରୋଲକୁ ଯୋଗ କରିବା
09:59 ଗୋଟିଏ ଲିଷ୍ଟ ବକ୍ସକୁ କିପରି ଯୋଗ ଓ ବ୍ୟବହାର କରିବେ ଏବଂ ଅନ୍ୟ ଫର୍ମ୍ କଣ୍ଟ୍ରୋଲଗୁଡିକୁ ପରବର୍ତ୍ତୀ ଟ୍ୟୁଟୋରିଆଲରେ ଦେଖିବା
10:08 ଏହା ଆମକୁ Complex Forms in LibreOffice Base ଉପରେ ଥିବା ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
10:13 ସଂକ୍ଷିପ୍ତରେ, ଆମେ ଶିଖିଲେ: ଗୋଟିଏ ଜଟିଳ ଫର୍ମର ନିର୍ମାଣ ଏବଂ ଫର୍ମକୁ ରୂପାନ୍ତର କରିବା
10:20 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:40 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep