LibreOffice-Suite-Base/C2/Add-Push-Button-to-a-form/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:03 ଏହି ଟ୍ୟୁଟୋରିଆଲରେ ଆମେ, କିପରି ଗୋଟିଏ ଫର୍ମରେ ଏକ Push Buttonକୁ ଯୋଗ କରାଯାଏ, ଶିଖିବା
00:10 ପୂର୍ବ ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମରେ କିପରି ଏକ list box form controlକୁ ଯୋଗ କରାଯାଏ ଶିଖିଲେ
00:17 ବର୍ତ୍ତମାନ ଏହି ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମରେ କିପରି ଏକ push buttonକୁ ଯୋଗ କରାଯାଏ ଶିଖିବା
00:24 ପ୍ରଥମେ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ, ଯଦି ଏହା ଖୋଲା ହୋଇନ’ଥାଏ
00:36 ଏବଂ Library ଡେଟାବେସକୁ ଖୋଲନ୍ତୁ. ଏପର୍ଯ୍ୟନ୍ତ ଗୋଟିଏ ବିଦ୍ୟମାନ ଡେଟାବେସକୁ କିପରି ଖୋଲାଯାଏ ମୋଟାମୋଟି ଭାବେ ଆପଣ ଜାଣିସାରିଥିବେ
00:45 File ମେନୁ ଅଧିନରେ ଥିବା Open ଉପରେ କ୍ଲିକ୍ କରିବା ସହିତ Library ଡେଟାବେସକୁ ଚୟନ କରନ୍ତୁ
00:52 ବର୍ତ୍ତମାନ ଆମେ Library ଡେଟାବେସ୍ ମଧ୍ୟରେ ଅଛେ
00:56 ପୂର୍ବ ଟ୍ୟୁଟୋରିଆଲରେ କାମ କରୁଥିବା Books Issued to Members ଫର୍ମକୁ ଖୋଲନ୍ତୁ
01:04 ଏହା କରିବା ପାଇଁ ବାମ ପଟ ପ୍ୟାନେଲରେ ଥିବା Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:09 ଏବଂ ତା’ପରେ ଡାହାଣ ପଟ ପ୍ୟାନେଲରେ ଥିବା Books Issued to Members ଫର୍ମ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
01:16 ବର୍ତ୍ତମାନ Edit ଉପରେ କ୍ଲିକ୍ କରନ୍ତୁ
01:19 ବର୍ତ୍ତମାନ ଆମେ Form Design ୱିଣ୍ଡୋରେ ଅଛନ୍ତି
01:23 ଫର୍ମରେ Push buttonsକୁ ଯୋଗ କରିବା ବିଷୟରେ ଆଲୋଚନା କରିବା ପୂର୍ବରୁ, ମେମ୍ବର୍ ନେମଗୁଡିକ ପାଇଁ ଦ୍ଵିତୀୟ ଲିଷ୍ଟ ବକ୍ସ ନିମନ୍ତେ କିଛି ମାର୍ଗ ତିଆରି କରନ୍ତୁ
01:34 ମନେରଖନ୍ତୁ, ପୂର୍ବ ଟ୍ୟୁଟୋରିଲରେ ଦ୍ଵିତୀୟ ଲିଷ୍ଟ ବକ୍ସ ସୃଷ୍ଟି କରିବା ଉପରେ ଗୋଟିଏ ଆସାଇନମେଣ୍ଟ ଅଛି
01:41 ପ୍ରଥମେ, ଟେକ୍ସଟ ବକ୍ସ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Cut ଉପରେ କ୍ଲିକ୍ କରି
01:50 Member Name ଲେବୁଲର ଡାହାଣ ପଟେ ଥିବା ଟେକ୍ସଟ ବକ୍ସକୁ ବାହାର କରିଦିଅନ୍ତୁ
01:57 ଟେକ୍ସଟ ବକ୍ସ ଡିଲିଟ୍ ହୋଇଗଲା
02:00 ତା’ପରେ, form elementଗୁଡିକୁ ସଜାଡି ରଖନ୍ତୁ
02:04 ଯେହେତୁ ଲିଷ୍ଟ ବକ୍ସଗୁଡିକ ଟେକ୍ସଟ ବକ୍ସ ଅପେକ୍ଷା ଅଧିକ ସ୍ଥାନ ଆବଶ୍ୟକ କରେ, ଫର୍ମ ଏଲିମେଣ୍ଟଗୁଡିକୁ ଫର୍ମର ନିମ୍ନଭାଗକୁ ନେଇଯା’ନ୍ତୁ
02:15 ଏଠାରେ ଏହାକୁ ଏହିପରି କରନ୍ତୁ
02:17 ପ୍ରଥମେ Book title ଲେବୁଲର ନିମ୍ନରେ ଥିବା ସମସ୍ତ ଫର୍ମ ଏଲିମେଣ୍ଟଗୁଡିକୁ ଚୟନ କରନ୍ତୁ
02:26 ଏଥିପାଇଁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ ମେଥଡକୁ ବ୍ୟବହାର କରନ୍ତୁ
02:32 ତା’ପରେ ଚୟନିତ କ୍ଷେତ୍ର ଉପରେ କ୍ଲିକ୍ କରିବା ସହିତ ଏହାକୁ ଭର୍ଟିକାଲୀ ତଳକୁ ଡ୍ରାଗ୍ କରନ୍ତୁ
02:39 ଯଦ୍ଵାରା Book title ଲେବୁଲର ପାର୍ଶ୍ଵରେ ଥିବା ପ୍ରଥମ ଲିଷ୍ଟ ବକ୍ସ ପାଇଁ ସ୍ଥାନ ପର୍ଯ୍ୟାପ୍ତ ହେବ
02:48 ବର୍ତ୍ତମାନ ଏହିପରି ଭାବେ Member Name ପାଇଁ ସମାନ ସୋପାନକୁ ପୁନରାବୃତ୍ତି କରନ୍ତୁ
03:05 ବର୍ତ୍ତମାନ ଦ୍ଵିତୀୟ ଲିଷ୍ଟ ବକ୍ସକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ ଯାହା Member Name ଲେବୁଲର ବାମ ପଟେ ଅବସ୍ଥିତ ଅଟେ
03:14 ଏବଂ ଏହାକୁ ଡାହାଣ ପଟକୁ ଚାଳନା କରନ୍ତୁ ଯେପରିକି ଏହା ଅବଶିଷ୍ଟ ଫର୍ମ କଣ୍ଟ୍ରୋଲଗୁଡିକ ସହିତ ଏକ ଧାଡିରେ ରହିବ
03:22 ଠିକ୍ ଅଛି, ଏବେ ପର୍ଯ୍ୟନ୍ତ ଫର୍ମ ଉପରେ ହୋଇଥିବା କାମକୁ, କୀବୋର୍ଡ ସର୍ଟକଟ୍ Control, Sକୁ ବ୍ୟବହାର କରି ସେଭ୍ କରନ୍ତୁ
03:32 ବର୍ତ୍ତମାନ ଫର୍ମରେ Push ବଟନଗୁଡିକୁ ଯୋଗ କରିବା ପାଇଁ ପ୍ରସ୍ତୁତ
03:39 ଗୋଟିଏ ପୁଶ୍ ବଟନ୍ ହେଉଛି ଫର୍ମ କଣ୍ଟ୍ରୋଲର ଅନ୍ୟ ଏକ ଉଦାହରଣ
03:44 OK, Cancel, Next ଓ Finish ବଟନଗୁଡିକ ସହିତ ପରିଚିତ ଅଟନ୍ତି; ଏଗୁଡିକ ପୁଶ୍ ବଟନର କିଛି ଉଦାହରଣ ଅଟନ୍ତି
03:56 Base ସାହାଯ୍ୟରେ ଏହି ପୁଶ୍ ବଟନଗୁଡିକୁ ଫର୍ମରେ ଯୋଗ କରିପାରିବେ ଏବଂ କ୍ଲିକ୍ କରିବା ଦ୍ଵାରା କିଛି ନିଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ Baseକୁ ନିର୍ଦ୍ଦେଶ ଦିଅନ୍ତୁ
04:07 ପୁନର୍ବାର, Save କିମ୍ବା Undo କିମ୍ବା Delete, ଏହାର କିଛି ଉଦାହରଣ ଅଟନ୍ତି
04:14 କିପରି, ଚାଲନ୍ତୁ ଦେଖିବା
04:17 ଏଠାରେ ପ୍ରଦର୍ଶିତ ହୋଇଥିବା ଇମେଜ୍ ଭଳି, ଅନ୍ୟ ସମସ୍ତ ଫର୍ମ ଏଲିମେଣ୍ଟଗୁଡିକ ତଳେ ଚାରୋଟି ପୁଶ୍ ବଟନ୍ ଯୋଗ କରନ୍ତୁ
04:30 ଏହା କରିବା ପାଇଁ, Form Design ୱିଣ୍ଡୋକୁ ଫେରିଆସନ୍ତୁ
04:35 ଏବଂ Form Controls ଟୂଲବାରରେ ଥିବା Push button ଆଇକନ୍ ଉପରେ ଥରେମାତ୍ର କ୍ଲିକ୍ କରନ୍ତୁ
04:43 ଏହା ଉପରେ OK ଶବ୍ଦ ଥିବା ଏହି ଆଇକନଟି ଗୋଟିଏ ବଟନ୍ ଭଳି ଦେଖାଯାଏ
04:50 ଧ୍ୟାନଦିଅନ୍ତୁ ଯେ mouse ପଏଣ୍ଟରଟି ଗୋଟିଏ ପ୍ଲସ୍ ଚିହ୍ନ ଭଳି ଦେଖାଯାଏ
04:57 ବର୍ତ୍ତମାନ ଫର୍ମ ଉପରେ ସମସ୍ତ ଅନ୍ୟ ଏଲିମେଣ୍ଟଗୁଡିକ ତଳେ ବାମ ପଟେ ପ୍ରଥମ ବଟନକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ ସାହାଯ୍ୟରେ ଆଣି ରଖନ୍ତୁ
05:10 ଏବଂ ଏହାକୁ ସେହିଅନୁସାରେ resize କରନ୍ତୁ
05:14 ବର୍ତ୍ତମାନ ଉପରୋକ୍ତ ସୋପାନକୁ ଅଧିକ ତିନିଥର ପୁନରାବୃତ୍ତି କରନ୍ତୁ
05:27 ଏବଂ ବର୍ତ୍ତମାନ ଅଧିକ ତିନୋଟି ବଟନ୍ ଗୋଟିଏ ହରିଯଣ୍ଟାଲ୍ ଲାଇନରେ ସମସ୍ତେ ଏକଧାଡିରେ ରହିବେ
05:35 ଫର୍ମ ଉପରେ ପୁଶ୍ ବଟନଗୁଡିକୁ ଆଣିରଖିବା ପ୍ରକ୍ରିୟା ସମାପ୍ତ ହୋଇଛି; ବର୍ତ୍ତମାନ ଏହାର ଲେବୁଲଗୁଡିକୁ ପରିବର୍ତ୍ତନ କରନ୍ତୁ
05:43 ଏହା କରିବା ପାଇଁ, ପ୍ରଥମ ବଟନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:49 ବର୍ତ୍ତମାନ Properties ୱିଣ୍ଡୋକୁ ଦେଖନ୍ତୁ. ଏଠାରେ Label ବିପକ୍ଷରେ Save Record ଟାଇପ୍ କରନ୍ତୁ
05:59 ବର୍ତ୍ତମାନ ଫର୍ମରେ ଦ୍ଵିତୀୟ ବଟନ୍ ଉପରେ କ୍ଲିକ୍ କରନ୍ତୁ
06:06 ଏବଂ Properties windowରେ, ଲେବୁଲ୍ ବିପକ୍ଷରେ Undo Changes ଟାଇପ୍ କରନ୍ତୁ
06:15 ତୃତୀୟ ଓ ଚତୁର୍ଥ ବଟନ୍ ପାଇଁ ଯଥାକ୍ରମେ Delete Record ଓ
06:25 New Record ଟାଇପ୍ କରନ୍ତୁ
06:31 ବର୍ତ୍ତମାନ ସେମାନଙ୍କ କାର୍ଯ୍ୟକୁ ପରିଭାଷିତ କରନ୍ତୁ
06:37 ଏହା କରିବା ପାଇଁ Save Record ବଟନ୍ ଉପରେ କ୍ଲିକ୍ କରନ୍ତୁ
06:43 ଏବଂ Properties windowରେ Action ଲେବୁଲକୁ ପ୍ରାପ୍ତ କଲାପର୍ଯ୍ୟନ୍ତ ତଲକୁ ସ୍କ୍ରୋଲ୍ କରନ୍ତୁ
06:51 ଏଠାରେ ଡ୍ରପ୍ ଡାଉନ୍ ଲିଷ୍ଟ ବକ୍ସ ଉପରେ କ୍ଲିକ୍ କରିବା ସହିତ Save record ଉପରେ କ୍ଲିକ୍ କରନ୍ତୁ
06:59 ଅନ୍ୟ ତିନୋଟି ବଟନ୍ ପାଇଁ ସମାନ ସୋପାନଗୁଡିକର ଅନୁସରଣ କରନ୍ତୁ
07:05 Undo Changes ବଟନ୍ ପାଇଁ, Undo data entry କାର୍ଯ୍ୟକୁ ଚୟନ କରନ୍ତୁ
07:12 Delete Record ବଟନ୍ ପାଇଁ, Delete Record କାର୍ଯ୍ୟକୁ ଚୟନ କରନ୍ତୁ
07:18 ଏବଂ New Record ବଟନ୍ ପାଇଁ, New record କାର୍ଯ୍ୟକୁ ଚୟନ କରନ୍ତୁ
07:25 ତେଣୁ, push ବଟନଗୁଡିକ ଯୋଗ ହୋଇଗଲେ
07:29 ଠିକ୍ ଅଛି, କୀବୋର୍ଡ୍ ସର୍ଟକଟ୍ Control, Sକୁ ବ୍ୟବହାର କରି ଫର୍ମକୁ save କରନ୍ତୁ ଏବଂ ଏହି windowକୁ ବନ୍ଦ କରନ୍ତୁ
07:40 ପରବର୍ତ୍ତୀ ଟ୍ୟୁଟୋରିଆଲରେ, ଫର୍ମରେ କରିବାକୁ ଥିବା ଅଧିକ ତିନୋଟି ସହଜ ରୂପାନ୍ତର ବିଷୟରେ ଆଲୋଚନା କରିବା
07:47 ଏବଂ ତା’ପରେ ଫର୍ମକୁ ଡେଟା ପ୍ରବେଶ ଓ ଡେଟା ଅପଡେଟ୍ ପାଇଁ ବ୍ୟବହାର କରାଯାଇପାରିବ
07:54 ଉଦାହରଣସ୍ଵରୂପ, ଯେତେବେଳେ ଜଣେ ଲାଇବ୍ରେରୀ ମେମ୍ବର୍ ଗୋଟିଏ ବହି ଫେରସ୍ତ କରନ୍ତି, ଏହି ସୂଚନାକୁ ଡେଟାବେସରେ ଏହି formକୁ ବ୍ୟବହାର କରି ଅପଡେଟ୍ କରିପାରିବେ
08:06 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି:
08:08 ଚତୁର୍ଥ ବଟନ୍ କଡରେ ଗୋଟିଏ ପଞ୍ଚମ ପୁଶ୍ ବଟନକୁ ଫର୍ମରେ ଯୋଗ କରନ୍ତୁ ଏବଂ ଏହାର ବ୍ୟବହାର ଦ୍ଵାରା ଫର୍ମ refresh ହେବା ଆବଶ୍ୟକ
08:18 ଏବଂ ନିମ୍ନରେ ପରବର୍ତ୍ତୀ ଧାଡିରେ ଚାରୋଟି ସରୁ ପୁଶ୍ ବଟନକୁ ଯୋଗ କରନ୍ତୁ. ଏହି ବଟନଗୁଡିକ ରେକର୍ଡଗୁଡିକ ମଧ୍ୟରେ ଭ୍ରମଣ କରିବା ପାଇଁ ସାହାଯ୍ୟ କରିବା ଆବଶ୍ୟକ.
08:30 ଏହା ଆମକୁ LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
08:35 ସଂକ୍ଷିପ୍ତରେ, ଫର୍ମରେ କିପରି ଗୋଟିଏ ପୁଶ୍ ବଟନକୁ ଯୋଗ କରାଯାଏ, ଆମେ ଶିଖିଲେ
08:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:52 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
08:57 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:02 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep