Koha-Library-Management-System/C2/Cataloging/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, କ୍ୟାଟାଲଗିଙ୍ଗ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, Kohaରେ କ୍ୟାଟାଲଗିଙ୍ଗ୍ ବିଷୟରେ ଶିଖିବା
00:12 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ
00:20 Koha ଭର୍ସନ୍ 16.05 ବ୍ୟବହାର କରୁଛି
00:24 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:29 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:35 ଏବଂ Kohaରେ ଆପଣଙ୍କର Admin ଆକ୍ସେସ୍ ମଧ୍ୟ ଥିବା ଦରକାର
00:40 ଯଦି ନ ଥାଏ, ତେବେ ଏହି ୱେବସାଇଟରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍ ଅଧ୍ୟାୟଗୁଡ଼ିକୁ ଦୟାକରି ଦେଖନ୍ତୁ
00:46 ଚାଲନ୍ତୁ, ଆରମ୍ଭ କରିବା. Koha ଇଣ୍ଟରଫେସକୁ ଆସନ୍ତୁ
00:51 Library Staff username Samruddhi ସହିତ ଲଗ୍-ଇନ୍ କରନ୍ତୁ
00:56 ଆମେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ ତାଙ୍କୁ Cataloging rights ପ୍ରଦାନ କରାଯାଇଥିବା କଥା ମନେପକାନ୍ତୁ
01:02 ଏହା ମଧ୍ୟ ମନେପକାନ୍ତୁ ଯେ, ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକ ମଧ୍ୟରୁ ଗୋଟିକରେ ଥିବା ଆମ ଲାଇବ୍ରେରୀରେ ଗୋଟିଏ Book ଓ Serial ଯୋଡ଼ିବା ଉପରେ ଆସାଇନମେଣ୍ଟ ଥିଲା
01:12 ବର୍ତ୍ତମାନ ଆମେ Koha ଇଣ୍ଟରଫେସ୍ ମଧ୍ୟରେ, ଲାଇବ୍ରେରୀ ଷ୍ଟାଫ୍: Samruddhi ଭାବେ ଅଛେ
01:18 ହୋମ୍ ପେଜ୍‌ରେ ଥିବା Cataloging ଉପରେ କ୍ଲିକ୍ କରନ୍ତୁ
01:23 ଗୋଟିଏ ନୂଆ ପେଜ୍ ଖୋଲିବ
01:26 ଗୋଟିଏ ନୂଆ ରେକର୍ଡ ଆରମ୍ଭ କରିବା ପାଇଁ, ଟାବ୍ plus New recordରେ କ୍ଲିକ୍ କରନ୍ତୁ
01:32 ଡ୍ରପ୍-ଡାଉନ୍‌ରୁ BOOKS ଚୟନ କରନ୍ତୁ
01:36 ପୂର୍ବ ଟ୍ୟୁଟୋରିଆଲ୍‌ଗୁଡ଼ିକ ମଧ୍ୟରୁ ଗୋଟିକରେ ତିଆରି ହୋଇଥିବା ITEM ପ୍ରକାର ଉପରେ ଆପଣଙ୍କର ଚୟନ ନିର୍ଭର କରିବ
01:42 ହେଲେ, ଆପଣ ତିଆରି କରିଥିବା ଆଇଟମ୍ ପ୍ରକାର ଅନୁସାରେ ଚୟନ କରିପାରନ୍ତି
01:48 ଟାଇଟଲ୍ Add MARC Record ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
01:53 ଧ୍ୟାନ ଦିଅନ୍ତୁ ଯେ, ଏହି ପେଜ୍ରେ ନାଲି ଆଷ୍ଟେରିସ୍କରେ ଚିହ୍ନିତ ଥିବା ଫିଲ୍ଡଗୁଡ଼ିକୁ ପୂରଣ କରିବା ବାଧ୍ୟତାମୂଳକ ଅଟେ
02:01 ଭଲ କଥା ହେଉଛି ଯେ, କିଛି ବାଧ୍ୟତାମୂଳକ ଫିଲ୍ଡ ପାଇଁ Koha ସ୍ଵଚାଳିତ ଭାବେ ଭାଲ୍ୟୁ ଜେନେରେଟ୍ କରିଥାଏ
02:07 ଟାବ୍ ବର୍ଗ 0 ରୁ 9 ମଧ୍ୟରୁ, ଆମେ ଟାବ୍ ଜିରୋରୁ ଆରମ୍ଭ କରିବା
02:15 000, LEADER ପାଇଁ ଥିବା ଫିଲ୍ଡ ମଧ୍ୟରେ କ୍ଲିକ୍ କରନ୍ତୁ
02:21 ଡିଫଲ୍ଟ ଭାବେ Koha ଏହି ମୂଲ୍ୟକୁ ଦେଖାଇଥାଏ
02:25 001 CONTROL NUMBER ପାଇଁ ଥିବା ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ
02:32 003 CONTROL NUMBER IDENTIFIER ଉପରେ କ୍ଲିକ୍ କରାଗଲେ, Koha ଏହି ଭାଲ୍ୟୁକୁ ସ୍ଵଚାଳିତ ଭାବେ ଜେନେରେଟ୍ କରିବ
02:41 ତା’ପରେ, 005 DATE AND TIME OF LATEST TRANSACTION ପାଇଁ ଥିବା ଫିଲ୍ଡ ମଧ୍ୟରେ କ୍ଲିକ୍ କରନ୍ତୁ
02:49 ମୋର ମେଶିନ୍ ପାଇଁ, Koha ଏହି ଭାଲ୍ୟୁକୁ ସ୍ଵଚାଳିତ ଭାବେ ଜେନେରେଟ୍ କରିଥାଏ
02:54 ଆପଣ ନିଜ ମେଶିନ୍‌ରେ ଭିନ୍ନ ଭାଲ୍ୟୁ ଦେଖିବାକୁ ପାଇବେ
02:58 006 ଓ 007 ପାଇଁ ଥିବା ଫିଲ୍ଡଗୁଡ଼ିକୁ ଖାଲି ଛାଡ଼ିଦିଅନ୍ତୁ
03:05 ବର୍ତ୍ତମାନ, 008 FIXED-LENGTH DATA ELEMENTS GENERAL INFORMATIONରେ କ୍ଲିକ୍ କରନ୍ତୁ
03:12 ଏହି ଭାଲ୍ୟୁକୁ Koha ସ୍ଵଚାଳିତ ଭାବେ ଜେନେରେଟ୍ କରିବ
03:15 ବଳକା ଥିବା ଫିଲ୍ଡଗୁଡ଼ିକୁ ଏହି ଡେମୋ ପାଇଁ ଖାଲି ଛାଡ଼ିଦିଅନ୍ତୁ
03:19 ଆପଣଙ୍କ ଲାଇବ୍ରେରୀର ଆବଶ୍ୟକତାନୁସାରେ ଆପଣ ଏହି ଫିଲ୍ଡଗୁଡ଼ିକୁ ପୂରଣ କରିବା ଚାହିଁପାରନ୍ତି
03:25 ତା’ପରେ 020 INTERNATIONAL STANDARD BOOK NUMBER ଟାବ୍‌କୁ ଯାଆନ୍ତୁ
03:31 020 ପାଖରେ ଥିବା ଦୁଇଟି ଖାଲି ବକ୍ସକୁ ଦେଖନ୍ତୁ
03:36 ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ? (ପ୍ରଶ୍ନବାଚକ ଚିହ୍ନ)ରେ କ୍ଲିକ୍ କରନ୍ତି, ତେବେ ପ୍ରାସଙ୍ଗିକ ଟାଗ୍ ପାଇଁ ଥିବା ସମଗ୍ର MARC 21 Bibliographic ଫର୍ମାଟ୍ ଖୋଲିଯିବ
03:47 ଏଠାରେ ଉଭୟ ଇଣ୍ଡିକେଟର୍ ଅପରିଭାଷିତ ହୋଇରହିଛି
03:51 ତେଣୁ, ସେହି ଦୁଇଟି ଖାଲି ବକ୍ସକୁ ସେହିପରି ଛାଡ଼ିଦିଅନ୍ତୁ
03:55 ସବ୍-ଫିଲ୍ଡ a, INTERNATIONAL STANDARD BOOK NUMBERକୁ ଚିହ୍ନଟ କରନ୍ତୁ
04:01 ବର୍ତ୍ତମାନ ଏଠାରେ 13 ସଂଖ୍ୟା ବିଶିଷ୍ଟ ଗୋଟିଏ ସଂଖ୍ୟା ଲେଖନ୍ତୁ
04:05 ଆପଣ ଏଠାରେ ନିଜ ବହିର ISBN ନମ୍ବର୍ ଲେଖିପାରନ୍ତି
04:10 ତେଣୁ, ଯଦି ଏକରୁ ଅଧିକ ISBN ନମ୍ବର୍ ଯୋଡ଼ା ହେବାକୁ ଥାଏ, ତେବେ କ’ଣ କରାଯିବ?
04:15 International Standard Book Numberର ଡାହାଣପଟେ ଥିବା ଛୋଟ ବଟନ୍ Repeat this Tagକୁ ଦେଖନ୍ତୁ
04:24 ତାହା ଉପରେ କ୍ଲିକ୍ କରନ୍ତୁ
04:27 ଦ୍ଵିତୀୟ ISBN ନମ୍ବର୍ ଯୋଡ଼ିବା ପାଇଁ ଗୋଟିଏ ଡୁପ୍ଲିକେଟ୍ ଫିଲ୍ଡ ତିଆରି କରାଯିବ
04:33 ବର୍ତ୍ତମାନ ଡୁପ୍ଲିକେଟ୍ ଫିଲ୍ଡରେ 10 ଅକ୍ଷର ବିଶିଷ୍ଟ ISBN ନମ୍ବର୍ ଲେଖନ୍ତୁ. ମୁଁ ଏହା ଲେଖିବି
04:42 ଆପଣ ନିଜ ବହିର ISBN ଲେଖିପାରନ୍ତି
04:46 ତା’ପରେ, 040 CATALOGING SOURCE ଟାବ୍‌କୁ ଆସନ୍ତୁ
04:52 Transcribing ଏଜେନ୍ସୀକୁ ଉପସ୍ଥାପିତ କରୁଥିବା ସବ୍-ଫିଲ୍ଡ cରେ ଗୋଟିଏ ନାଲି ଆଷ୍ଟେରିସ୍କ ଅଛି
04:58 ତେଣୁ, ଏହି ଫିଲ୍ଡକୁ ପୂରଣ କରିବା ବାଧ୍ୟତାମୂଳକ ଅଟେ
05:02 ଏଠାରେ ସଂସ୍ଥା/ବିଶ୍ଵବିଦ୍ୟାଳୟ କିମ୍ବା ବିଭାଗର ନାମ ଲେଖନ୍ତୁ
05:07 ମୁଁ IIT Bombay ଲେଖିବି
05:10 ବର୍ତ୍ତମାନ, 082 DEWEY (ଡୁଇ) DECIMAL CLASSIFICATION NUMBER ଟାବ୍‌କୁ ଆସନ୍ତୁ
05:17 କ୍ଲାସିଫିକେଶନ୍ ନମ୍ବର୍ ପାଇଁ ଥିବା ସବ୍-ଫିଲ୍ଡ aରେ 660.62 ଲେଖନ୍ତୁ
05:25 ତା’ପରେ ପେଜ୍‌ର ଉପର ଭାଗକୁ ଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍‌ଗୁଡ଼ିକ ମଧ୍ୟରୁ ଟାବ୍ 1ରେ କ୍ଲିକ୍ କରନ୍ତୁ
05:32 ଖୋଲିଥିବା ନୂଆ ପେଜ୍‌ର 100 MAIN ENTRY--PERSONAL NAME ଟାବ୍‌କୁ ଯାଆନ୍ତୁ
05:40 100 ? (ପ୍ରଶ୍ନବାଚକ ଚିହ୍ନ) ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
05:46 ପୂର୍ବେ କୁହାଯାଇଥିବା ଭଳି, ଯଦି ଆପଣ ? (ପ୍ରଶ୍ନବାଚକ ଚିହ୍ନ) ଉପରେ କ୍ଲିକ୍ କରନ୍ତି, ତେବେ ପ୍ରାସଙ୍ଗିକ ଟାଗ୍ ପାଇଁ ଥିବା ସମଗ୍ର MARC 21 Bibliographic ଫର୍ମାଟ୍ ଖୋଲିଯିବ
05:57 Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
06:01 ବର୍ତ୍ତମାନ, ଖାଲି ଥିବା ପ୍ରଥମ ବକ୍ସରେ 1 ଟାଇପ୍ କରନ୍ତୁ
06:05 ଧ୍ୟାନ ଦିଅନ୍ତୁ ଯେ, ଟାଗ୍ 100ର 1 ପ୍ରଥମ ଇଣ୍ଡିକେଟର୍ ଅଟେ ଏବଂ ଏହା ସବ୍-ଫିଲ୍ଡ a ପାଇଁ Surnameକୁ ଉପସ୍ଥାପିତ କରିଥାଏ
06:16 MARC 21 ଦ୍ଵାରା ଦ୍ଵିତୀୟ ଇଣ୍ଡିକେଟର୍ ଅପରିଭାଷିତ ହୋଇଛି. ତେଣୁ ଏହାକୁ ଖାଲି ଛାଡ଼ିଦିଅନ୍ତୁ
06:23 ବ୍ୟକ୍ତିଗତ ନାମ ପାଇଁ ଥିବା ସବ୍-ଫିଲ୍ଡ aରେ ଲେଖକଙ୍କ ନାମ ଲେଖନ୍ତୁ
06:29 Patel, Arvind H ଟାଇପ୍ କରନ୍ତୁ
06:34 ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ପ୍ରଥମ ଇଣ୍ଡିକେଟର୍‌ର ମୂଲ୍ୟକୁ 1 ଲେଖନ୍ତି, ତେବେ ହିଁ ଉପନାମ ପ୍ରଥମେ ରହିବ
06:41 ତେଣୁ, ଇଣ୍ଡିକେଟର୍ ଭାଲ୍ୟୁ ଉପରେ ଆଧାର କରି ଉପନାମ କିମ୍ବା ପ୍ରଥମ ନାମ ଲେଖାଯିବା ଉଚିତ୍
06:48 ତା’ପରେ ପୁନର୍ବାର ଉପରକୁ ଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍‌ଗୁଡ଼ିକ ମଧ୍ୟରୁ ଟାବ୍ 2ରେ କ୍ଲିକ୍ କରନ୍ତୁ
06:57 ତା’ପରେ 245 TITLE STATEMENT: ଟାବ୍‌କୁ ଯାଆନ୍ତୁ
07:02 245 ? ପାଖରେ ଥିବା ଦୁଇଟି ଖାଲି ବକ୍ସକୁ ଦେଖନ୍ତୁ
07:08 ଖାଲି ଥିବା ପ୍ରଥମ ବକ୍ସରେ 1 ଟାଇପ୍ କରନ୍ତୁ. ଧ୍ୟାନ ଦିଅନ୍ତୁ ଯେ, Added Entry ପାଇଁ ଇଣ୍ଡିକେଟର୍ ହେଉଛି 1
07:16 ଖାଲି ଥିବା ଦ୍ଵିତୀୟ ବକ୍ସରେ 0 ଟାଇପ୍ କରନ୍ତୁ
07:20 ଦ୍ଵିତୀୟ ଇଣ୍ଡିକେଟର୍ ଗୋଟିଏ ନନ୍-ଫାଇଲିଙ୍ଗ୍ ଅକ୍ଷରକୁ ଉପସ୍ଥାପିତ କରିଥାଏ
07:25 ଏହି TITLEରେ ମୁଁ 0 ଲେଖିଛି, ଯେହେତୁ ଏଠାରେ କୌଣସି ନନ୍-ଫାଇଲିଙ୍ଗ୍ ଅକ୍ଷର ନାହିଁ
07:32 ଟାଇଟଲ୍ ପାଇଁ ଥିବା ସବ୍-ଫିଲ୍ଡ aରେ Industrial Microbiology ଲେଖନ୍ତୁ
07:39 ଷ୍ଟେଟ୍ମେଣ୍ଟ ଅଫ୍ ରେସ୍ପନ୍ସିବିଲିଟୀ, ଆଦି ପାଇଁ ଥିବା ସବ୍-ଫିଲ୍ଡ cରେ Arvind H Patel ଟାଇପ୍ କରନ୍ତୁ
07:48 ତା’ପରେ 250 EDITION STATEMENT ଟାବ୍‌କୁ ଚିହ୍ନଟ କରନ୍ତୁ
07:53 250 ? question mark ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
07:59 250 ପାଇଁ ଥିବା ଉଭୟ ଇଣ୍ଡିକେଟର୍ ଅପରିଭାଷିତ ଅଟେ.

ତେଣୁ, ଦୁଇଟି ଖାଲି ବକ୍ସକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ

08:08 ସବ୍-ଫିଲ୍ଡ a ପାଇଁ ନିମ୍ନଲିଖିତ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
08:13 Edition ଷ୍ଟେଟମେଣ୍ଟରେ 12th ed ଲେଖନ୍ତୁ
08:20 ବର୍ତ୍ତମାନ 260 PUBLICATION, DISTRIBUTION, ETCକୁ ଯାଆନ୍ତୁ
08:28 260? question mark ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
08:34 ଏହା ପାଇଁ ଉଭୟ ଇଣ୍ଡିକେଟର୍କୁ ଅପରିଭାଷିତ କରାଯାଇଛି. ତେଣୁ ଦୁଇଟି ଖାଲି ଥିବା ବକ୍ସକୁ ସେହିପରି ଖାଲି ଛା଼ଡ଼ିଦିଅନ୍ତୁ
08:42 Place of Publication, Distribution etc. ପାଇଁ ଥିବା ସବ୍-ଫିଲ୍ଡ aରେ ନିମ୍ନଲିଖିତ ବିବରଣୀ ପୂରଣ କରନ୍ତୁ, New Delhi ଲେଖନ୍ତୁ
08:53 Name of Pubilication, Distribution etc. ପାଇଁ ଥିବା ସବ୍-ଫିଲ୍ଡ bରେ Pearson ଲେଖନ୍ତୁ
09:02 Date of Pubilication, Distribution etc. ପାଇଁ ଥିବା ସବ୍-ଫିଲ୍ଡ cରେ 2014 ଲେଖନ୍ତୁ
09:12 ବର୍ତ୍ତମାନ, ପୁଣିଥରେ ଉପରକୁ ଫେରିଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍‌ଗୁଡ଼ିକ ମଧ୍ୟରୁ ଟାବ୍ 3ରେ କ୍ଲିକ୍ କରନ୍ତୁ
09:21 300 PHYSICAL DESCRIPTIONକୁ ଯାଆନ୍ତୁ
09:27 300? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
09:32 ଏଥିପାଇଁ ଉଭୟ ଇଣ୍ଡିକେଟର୍ ଅପରିଭାଷିତ ରହିଛି. ତେଣୁ ସେଗୁଡ଼ିକୁ ସେହିପରି ଖାଲି ଛା଼ଡ଼ି ଦିଅନ୍ତୁ
09:41 ଏକ୍ସଟେଣ୍ଟ ପାଇଁ ଥିବା ସବ୍-ଫିଲ୍ଡ aରେ ନିମ୍ନଲିଖିତ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, 960 pages ଲେଖନ୍ତୁ
09:51 Other Physical Description ପାଇଁ ଥିବା ସବ୍-ଫିଲ୍ଡ bରେ Illustration ଲେଖନ୍ତୁ
09:58 Dimension ପାଇଁ ଥିବା ସବ୍-ଫିଲ୍ଡ cରେ 25 cm ଲେଖନ୍ତୁ
10:06 ତା’ପରେ, ପୁନର୍ବାର ଉପରକୁ ଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍‌ଗୁଡ଼ିକ ମଧ୍ୟରୁ ଟାବ୍ 6ରେ କ୍ଲିକ୍ କରନ୍ତୁ
10:13 ଏବେ, 650 SUBJECT ADDED ENTRY--TOPICAL TERM ଟାବ୍‌କୁ ଯାଆନ୍ତୁ
10:20 650? ପ୍ରଶ୍ନବାଚକ ଚିହ୍ନ ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
10:26 ପ୍ରଥମ ଖାଲି ବକ୍ସରେ 1 ଟାଇପ୍ କରନ୍ତୁ
10:29 ଧ୍ୟାନ ଦିଅନ୍ତୁ ଯେ, Primary (Level of subject) ପାଇଁ ଇଣ୍ଡିକେଟର୍ ହେଉଛି 1
10:34 ଦ୍ଵିତୀୟ ଖାଲି ବକ୍ସରେ 0 ଟାଇପ୍ କରନ୍ତୁ
10:38 ଧ୍ୟାନ ଦିଅନ୍ତୁ ଯେ, Library of Congress Subject Headings (Thesaurus ଥେସାରସ୍) ପାଇଁ ଇଣ୍ଡିକେଟର୍ ହେଉଛି 0
10:46 ଟପିକାଲ୍ ଟର୍ମ କିମ୍ବା ଜିଓଗ୍ରାଫିକଲ୍ ନାମର ଏଣ୍ଟ୍ରୀ ଏଲିମେଣ୍ଟ ପାଇଁ ଥିବା ସବ୍-ଫିଲ୍ଡ aରେ ବିଷୟର ଶୀର୍ଷକ ଲେଖନ୍ତୁ
10:55 ମୁଁ Industrial Microbiology ଟାଇପ୍ କରିବି
10:59 ତା’ପରେ ଏକରୁ ଅଧିକ କୀ-ୱର୍ଡ ଯଦି ଯୋଡ଼ିବାକୁ ଅଛି, ତେବେ ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଛୋଟ ବଟନ୍ Repeat this Tagରେ କ୍ଲିକ୍ କରନ୍ତୁ
11:09 ଗୋଟିଏ ଡୁପ୍ଲିକେଟ୍ ଫିଲ୍ଡ 650 ଖୋଲିବ
11:14 ପ୍ରଥମ ଖାଲି ବକ୍ସରେ 2 ଟାଇପ୍ କରନ୍ତୁ
11:18 ଧ୍ୟାନ ଦିଅନ୍ତୁ ଯେ, Secondary (Level of Subject) ପାଇଁ 2 ହେଉଛି ଇଣ୍ଡିକେଟର୍
11:24 ଦ୍ଵିତୀୟ ଖାଲି ବକ୍ସରେ 0କୁ ସେହିଭଳି ରଖନ୍ତୁ
11:28 ଧ୍ୟାନ ଦିଅନ୍ତୁ ଯେ, Library of Congress Subject Headings (Thesaurus ଥେସାରସ୍) ପାଇଁ 0 ହେଉଛି ଇଣ୍ଡିକେଟର୍
11:36 Topical term or geographic name entry element ପାଇଁ ଥିବା ସବ୍-ଫିଲ୍ଡ aରେ କୀ-ୱର୍ଡ ଭାବେ Bacteria ଲେଖନ୍ତୁ
11:46 ଶେଷରେ, ଉପରକୁ ଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍ଗୁଡ଼ିକ ମଧ୍ୟରୁ ଟାବ୍ 9ରେ କ୍ଲିକ୍ କରନ୍ତୁ
11:54 942 ADDED ENTRY ELEMENTS (KOHA) ଟାଗ୍‌କୁ ଯାଆନ୍ତୁ
12:01 ସବ୍-ଫିଲ୍ଡ c: Koha [ଡିଫଲ୍ଟ] ଆଇଟମ୍ ପ୍ରକାରରେ ଥିବା ଡ୍ରପ୍-ଡାଉନ୍‌ରୁ Book ଚୟନ କରନ୍ତୁ
12:10 ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ପୂର୍ବେ ଏହି ଟ୍ୟୁଟୋରିଆଲ୍‌ରେ ବର୍ଣ୍ଣନା କରାଯାଇଥିବା ଭଳି ଆସାଇନମେଣ୍ଟକୁ ସମ୍ପୂର୍ଣ୍ଣ କରିଥାଆନ୍ତି, ତେବେ ଡ୍ରପ୍-ଡାଉନ୍‌ରୁ ଆପଣ Bookକୁ ଚୟନ କରିପାରିବେ
12:21 ସମସ୍ତ ବିବରଣୀକୁ ପୂରଣ କରିସାରିବା ପରେ, ପେଜ୍ କୋଣରେ ଥିବା Saveରେ କ୍ଲିକ୍ କରନ୍ତୁ
12:28 Items for Industrial Microbiology by Patel, Arvind H ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
12:37 ଏଠାରେ Add item ବିଭାଗରେ, ନିମ୍ନଲିଖିତ ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯିବ, ଯେପରି Date acquired
12:46 Source of acquisition,
12:49 Cost, normal purchase price,
12:53 Bar-code as accession (ଆକ୍ସେସନ୍) number,
12:56 ଓ Cost, replacement price, ଆଦି
13:00 ତାରିଖକୁ ସ୍ଵଚାଳିତ ଭାବେ ଚୟନ କରିବାକୁ Date acquired ପାଇଁ ଥିବା ଫିଲ୍ଡ ମଧ୍ୟରେ କ୍ଲିକ୍ କରନ୍ତୁ
13:07 ହେଲେ, ମନେରଖନ୍ତୁ ଯେ, ତାରିଖକୁ ଏଡିଟ୍ କରାଯାଇପାରିବ
13:11 ମୋର ଲାଇବ୍ରେରୀ ଅନୁସାରେ ମୁଁ ବିବରଣୀଗୁଡ଼ିକୁ ପୂରଣ କରିଛି
13:15 ଆପଣ ଭିଡିଓକୁ ପଜ୍ କରି ନିଜ ଲାଇବ୍ରେରୀ ଅନୁସାରେ ବିବାରଣୀଗୁଡ଼ିକୁ ପୂରଣ କରିପାରିବେ
13:20 କୌଣସି ନିର୍ଦ୍ଦିଷ୍ଟ ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ କୌଣସି ସୂଚନା ନ ଥାଏ, ତେବେ ତାହାକୁ ଖାଲି ଛାଡ଼ିଦିଅନ୍ତୁ
13:26 ମନେରଖନ୍ତୁ ଯେ, ଡିଫଲ୍ଟ ଭାବେ Koha, Permanent location,
13:33 Current location,
13:35 Full call number ଓ Koha item type ପାଇଁ ଥିବା ବିବରଣୀକୁ ପୂରଣ କରିଥାଏ
13:41 ଧ୍ୟାନ ଦିଅନ୍ତୁ ଯେ, ଯଦି ଆବଶ୍ୟକ ହୁଏ, ତେବେ ଆପଣ ନିମ୍ନଲିଖିତ ଟାବ୍ସ Add & Duplicate,
13:48 Add multiple copies of this item ଉପରେ କ୍ଲିକ୍ କରିପାରନ୍ତି
13:52 ସମସ୍ତ ବିବରଣୀ ଲେଖା ସରିବା ପରେ, ପେଜ୍ ତଳେ ଥିବା Add item ଟାବ୍‌ରେ କ୍ଲିକ୍ କରନ୍ତୁ
14:00 Items for Industrial Microbiology by Patel, Arvind H ଶୀର୍ଷକ ଥିବା ଅନ୍ୟ ଗୋଟିଏ ପେଜ୍ ଖୋଲିବ
14:09 ଏବେ, Koha ଇଣ୍ଟରଫେସ୍‌ରୁ ଲଗ୍-ଆଉଟ୍ କରନ୍ତୁ
14:13 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ
14:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରନ୍ତୁ
14:21 ଡ୍ରପ୍-ଡାଉନ୍‌ରୁ Log out ଚୟନ କରନ୍ତୁ
14:25 ଏହା ସହିତ Cataloging ସମ୍ପୂର୍ଣ୍ଣ ହୋଇଛି
14:28 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍‌ରେ ଆମେ Kohaରେ କ୍ୟାଟାଲଗିଙ୍ଗ୍ ବିଷୟରେ ଶିଖିଲେ
14:36 ଏକ ଆସାଇନମେଣ୍ଟ ଭାବେ Serials ପାଇଁ ଗୋଟିଏ ନୂଆ ରେକର୍ଡ ତିଆରି କରନ୍ତୁ
14:42 z39.50 Searchକୁ ବ୍ୟବହାର କରି ଗୋଟିଏ କ୍ୟାଟାଲଗ୍ ରେକର୍ଡ ଇମ୍ପୋର୍ଟ କରନ୍ତୁ
14:49 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

14:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

15:06 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
15:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

15:21 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep