KTouch/C2/Getting-Started-with-Ktouch/Oriya

From Script | Spoken-Tutorial
Jump to: navigation, search
Time Narration
00:00 Ktouchର ପରିଚୟ ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲରେ ଆପଣ KTouch ଓ KTouch ଇଣ୍ଟର୍ଫେସ୍‍ ବିଷୟରେ ଶିଖିବେ
00:10 ଆପଣ ଶିଖିବେ:,ଇଂରାଜୀ ଅକ୍ଷର ଥିବା କମ୍ପ୍ୟୁଟର୍ କୀବୋର୍ଡରେ କିପରି ସଠିକ୍, ଶୀଘ୍ର ଓ ଦକ୍ଷତାପୂର୍ଣ୍ଣ ଭାବରେ ଟାଇପ୍ କରିପାରିବେ
00:18 ଆପଣ ଆହୁରି ମଧ୍ୟ ଶିଖିବେ
00:20 ପ୍ରତ୍ୟେକଥର ଟାଇପ୍ କରିବା ସମୟରେ କୀବୋର୍ଡକୁ ନଦେଖି କିପରି ଟାଇପ୍ କରିବେ
00:24 KTouch କ’ଣ?
00:27 KTouch ହେଉଛି ଏକ ଟାଇପିଙ୍ଗ୍ ଟ୍ୟୁଟର୍. ଏହା, ଏକ ଅନଲାଇନ୍‍ ଇଣ୍ଟରାକ୍ଟିଭ୍‍ ବ୍ୟବହାର କରି କିପରି ଟାଇପ୍ କରିବେ, ଆପଣଙ୍କୁ ଶିଖାଇଥାଏ.
00:33 ଆପଣ ନିଜ ସମୟାନୁସାରେ ଟାଇପିଙ୍ଗ୍ ଶିଖିପାରିବେ.
00:36 ଆପଣ, ନିଜର ଟାଇପିଙ୍ଗ୍ ସ୍ପୀଡ୍ ସହ ସଠିକତାକୁ ମଧ୍ୟ ଧୀରେଧୀରେ ବଢ଼ାଇପାରିବେ.
00:43 ଆପଣ ଅଭ୍ୟାସ କରିବା ପାଇଁ Ktouchରେ ବିଭିନ୍ନ ସ୍ତରର କଠିନତା ସହ ଲେକ୍‌ଚର୍‍ ବା ଟାଇପିଙ୍ଗ୍ ନମୁନା ରହିଛି.
00:50 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 11.10ରେ KTouch 1.7.1 ବ୍ୟବହାର କରୁଛୁ.
00:59 ଆପଣ ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ବ୍ୟବହାର କରି KTouch ଇନଷ୍ଟଲ୍ କରିପାରିବେ.
01:03 ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ଉପରେ ଅଧିକ ସୂଚନା ପାଇଁ ଦୟାକରି ଏହି ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ.
01:11 ଚାଲନ୍ତୁ, KTouch ଖୋଲିବା.
01:13 ପ୍ରଥମେ, Dash Home କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ କମ୍ପ୍ୟୁଟର୍‍ ଡେସ୍କଟପ୍‌ର ଉପର ବାମପଟ କୋଣରେ ଥିବା ଗୋଲିଆ ବଟନ୍‍ ଅଟେ.
01:21 Search box ଦେଖାଦେଲା.
01:24 Search boxରେ KTouch ଟାଇପ୍‍ କରନ୍ତୁ
01:28 ସର୍ଚ ବକ୍ସ ତଳକୁ KTouch icon ଦେଖାଦେବ. ତାହା ଉପରେ କ୍ଲିକ୍‍ କରନ୍ତୁ
01:34 KTouch Window ଦେଖାଦେବ
01:36 ବିକଳ୍ପ ଭାବରେ ଆପଣ Terminal ବ୍ୟବହାର କରି KTouch ଖୋଲିପାରିବେ
01:41 ଏକ Terminal ଖୋଲିବା ପାଇଁ CTRL, ALT ଓ T କୀ’କୁ ଏକାସାଙ୍ଗରେ ଦାବନ୍ତୁ
01:47 Terminalରେ KTouch ଖୋଲିବା ପାଇଁ, KTouch କମାଣ୍ଡ ଟାଇପ କରି Enter ପ୍ରେସ୍ କରନ୍ତୁ.
01:55 ଏବେ, KTouch interface ସହିତ ଚାଲନ୍ତୁ ନିଜକୁ ପରିଚିତ କରିବା.
01:59 ମେନ୍ ମେନୁରେ File, Training, Settings ଓ Help ମେନୁ ରହିଛି
02:06 ଟାଇପିଙ୍ଗ୍ ଅଭ୍ୟାସ କରିବା ପାଇଁ Start New Session ଉପରେ କ୍ଲିକ୍ କରି ଏକ ନୂଆ ସେଶନ୍ ଖୋଲନ୍ତୁ
02:11 ଟାଇପିଙ୍ଗ୍‍ କରିବା ବେଳେ ରହିବା ପାଇଁ Pause Session କ୍ଲିକ୍ କରନ୍ତୁ
02:14 ନିଜର ଟାଇପିଙ୍ଗ୍ ଅଗ୍ରଗତି ଜାଣିବା ପାଇଁ Lecture Statistics ଉପରେ କ୍ଲିକ୍ କରନ୍ତୁ
02:19 ଟାଇପିଙ୍ଗ୍ କରିବା ସମୟରେ ବ୍ୟବହୃତ କୀଜ୍ ମାମଲାରେ Level ଜଟିଳତାର ସ୍ତର ଦର୍ଶାଇଥାଏ
02:27 ମିନିଟ୍ ପିଛା ଆପଣ କେତୋଟି ଅକ୍ଷର ଟାଇପ୍ କରିପାରୁଛନ୍ତି, ତାହା Speed ସୂଚିତ କରେ
02:32 ଟାଇପିଙ୍ଗ୍ ର ସଠିକତା ଶତକଡ଼ାକୁ Correctness ସୂଚକ ଦର୍ଶାଏ
02:39 New Characters in This Level ଫିଲ୍ଡ ସେହି ଅକ୍ଷରଗୁଡ଼ିକୁ ପ୍ରଦର୍ଶନ କରେ, ଯେଉଁଗୁଡ଼ିକୁ ଆପଣ ଚୟନିତ ସ୍ତରରେ ଅଭ୍ୟାସ କରିବାକୁ ଦରକାର କରିଥା’ନ୍ତି
02:47 ଟାଇପିଙ୍ଗ୍‍ କରାଯିବାକୁ ଥିବା ଅକ୍ଷରଗୁଡ଼ିକୁ Teacher’s Line ପ୍ରଦର୍ଶିତ କରେ
02:51 କୀବୋର୍ଡ ବ୍ୟବହାର କରି ଆପଣ ଟାଇପ୍ କରିଥିବା ଅକ୍ଷରଗୁଡ଼ିକୁ Student’s Line ପ୍ରଦର୍ଶିତ କରେ
02:58 ମଝିରେ କୀବୋର୍ଡ ପ୍ରଦର୍ଶିତ ହୋଇଥାଏ
03:02 କୀବୋର୍ଡର ପ୍ରଥମ ଲାଇନ୍ ସଂଖ୍ୟା, ବିଶେଷ ଅକ୍ଷର ଓ Backspace କୀ ଦେଖାଇଥାଏ
03:09 ଟାଇପ୍ ହୋଇଥିବା ଅକ୍ଷରଗୁଡ଼ିକୁ ଡିଲିଟ୍ କରିବା ପାଇଁ Backspace କୀ ଦାବନ୍ତୁ
03:13 କୀବୋର୍ଡର ଦ୍ୱିତୀୟ ଲାଇନରେ ବର୍ଣ୍ଣମାଳା, କିଛି ବିଶେଷ ଅକ୍ଷର ଓ Tab କୀ ଅଛି
03:20 କୀବୋର୍ଡର ତୃତୀୟ ଲାଇନରେ ବର୍ଣ୍ଣମାଳା, କଲନ୍, ସେମିକଲନ୍ ଓ କ୍ୟାପ୍ସ ଲକ୍ ସମ୍ମିଳିତ ଅଛି
03:28 ଟାଇପିଙ୍ଗ୍ କରିବାବେଳେ ପରବର୍ତ୍ତୀ ଲାଇନକୁ ଯିବାପାଇଁ Enter କୀ ଦାବନ୍ତୁ
03:33 କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବାପାଇଁ Caps Lock କୀ ଦାବନ୍ତୁ
03:37 କୀବୋର୍ଡର ଚତୁର୍ଥ ଲାଇନରେ ବର୍ଣ୍ଣମାଳା, ବିଶେଷ ଅକ୍ଷର ଓ Shift କୀ ରହିଛି
03:45 କ୍ୟାପିଟାଲ୍ ଲେଟର୍ ପାଇଁ ଯେକୌଣସି ଅକ୍ଷରକୁ Shift କୀ ସହିତ ମିଶାଇ ଦାବନ୍ତୁ
03:52 କୀରେ ଉପରେ ଦିଆଯାଇଥିବା ଅକ୍ଷରକୁ ଟାଇପ୍ କରିବା ପାଇଁ Shift କୀ ସହିତ ଯେକୌଣସି କୀ ଦାବନ୍ତୁ
03:59 ଉଦାହରଣସ୍ୱରୂପ, ସଂଖ୍ୟା 1 ଉପରେ ଆଶ୍ଚର୍ଯ୍ୟସୂଚକ ଚିହ୍ନ ଅଛି. ସେହି ଚିହ୍ନ ଟାଇପ୍ କରିବା ପାଇଁ Shift କୀ ସହିତ 1 ଦାବନ୍ତୁ
04:11 କୀବୋର୍ଡର ପଞ୍ଚମ ଲାଇନରେ CTRL, ALT ଓ Function କୀଗୁଡ଼ିକ ଅଛି. ଏଥିରେ Space Bar ମଧ୍ୟ ଅଛି.
04:20 ଏବେ ଚାଲନ୍ତୁ, KTouch କୀବୋର୍ଡ, ଲାପଟପ୍ କୀବୋର୍ଡ ଓ ଡେସ୍କଟପ୍ କୀବୋର୍ଡ ମଧ୍ୟରେ କୌଣସି ଭିନ୍ନତା ଅଛି କି ନାହିଁ, ଦେଖିବା
04:29 ଦେଖନ୍ତୁ, KTouch କୀବୋର୍ଡ ଏବଂ ଡେସ୍କଟପ୍ ଓ ଲାପଟପ୍ ରେ ବ୍ୟବହୃତ କୀବୋର୍ଡଗୁଡ଼ିକ ସମାନ ଅଟେ.
04:36 ଏବେ ଚାଲନ୍ତୁ, କୀବୋର୍ଡ ଉପରେ ଆମ ଆଙ୍ଗୁଠିଗୁଡ଼ିକର ସଠିକ୍ ଅବସ୍ଥିତିକୁ ଦେଖିବା୧
04:41 ଏହି ସ୍ଲାଇଡକୁ ଦେଖନ୍ତୁ,ଏହା, ଆଙ୍ଗୁଠି ଓ ସେଗୁଡ଼ିକର ନାମ ପ୍ରଦର୍ଶନ କରେ
04:46 ବାମରୁ ଡାହାଣକୁ ଆଙ୍ଗୁଠିଗୁଡ଼ିକର ନାମ ହେଉଛି:Little finger,
04:51 Ring finger, Middle finger,
04:54 Index finger ଓ Thumb.
04:59 ଆପଣଙ୍କ କୀବୋର୍ଡରେ, ନିଜର ବାମ ହାତକୁ କୀବୋର୍ଡର ବାମପଟେ ରଖନ୍ତୁ
05:03 ଅକ୍ଷର A ଉପରେ ଲିଟିଲ୍ ଫିଙ୍ଗର୍
05:07 ଅକ୍ଷର S ଉପରେ ରିଙ୍ଗ୍ ଫିଙ୍ଗର୍
05:10 ଅକ୍ଷର D ଉପରେ ମିଡିଲ୍ ଫିଙ୍ଗର୍
05:13 ଅକ୍ଷର F ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ
05:17 ଏବେ, ଆପଣଙ୍କର ଡାହାଣ ହାତକୁ କୀବୋର୍ଡର ଡାହାଣପଟେ ରଖନ୍ତୁ
05:20 କଲନ୍/ସେମି କଲନ୍ କୀ ଉପରେ ଲିଟିଲ୍ ଫିଙ୍ଗର୍
05:25 ଅକ୍ଷର L ଉପରେ ରିଙ୍ଗ୍ ଫିଙ୍ଗର୍
05:28 ଅକ୍ଷର K ଉପରେ ମିଡିଲ୍ ଫିଙ୍ଗର୍
05:30 ଅକ୍ଷର J ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ
05:34 Space Bar ଦାବିବା ପାଇଁ ଆପଣ ଡାହାଣ ବୁଢ଼ା ଆଙ୍ଗୁଠି ବ୍ୟବହାର କରନ୍ତୁ
05:37 ପ୍ରଥମଥର ପାଇଁ KTouch ଖୋଲିକେ, Teacher’s Line ଡିଫଲ୍ଟ ଟେକ୍ସଟ୍ ପ୍ରଦର୍ଶିତ କରିବ
05:44 ଏହି ଟେକ୍ସଟ୍ ରେ, କିପରି Lecture ସିଲେକ୍ଟ କରି ଟାଇପିଙ୍ଗ୍ ଶିକ୍ଷା ଆରମ୍ଭ କରିବେ, ତାହାର ନିର୍ଦ୍ଦେଶ ତାଲିକାଭୁକ୍ତ ହୋଇଛି
05:51 ଏହି ଟ୍ୟୁଟୋରିଆଲର ଉଦ୍ଦେଶ୍ୟ ପାଇଁ ଆମେ, ଡିଫଲ୍ଟ ଟେକ୍ସଟ୍ ସ୍କିପ୍ କରିଯାଇ ଏକ Lecture ସିଲେକ୍ଟ କରିବା
05:57 ଅବଶ୍ୟ, ଆପଣ ଏହି ଟ୍ୟୁଟୋରିଆଲକୁ ରୋକି ଡିଫଲ୍ଟ ଟେକ୍ସଟ୍ ଟାଇପ୍ କରିପାରିବେ
06:02 ଏବେ, ଟାଇପିଙ୍ଗ୍ ଶିକ୍ଷା ଆରମ୍ଭ କରିବା ପାଇଁ ଚାଲନ୍ତୁ Lecture ସିଲେକ୍ଟ କରିବା
06:07 ମେନ୍ ମେନୁରୁ File ସିଲେକ୍ଟ କରି Open Lecture କ୍ଲିକ୍ କରନ୍ତୁ
06:12 ଟ୍ରେନିଙ୍ଗ୍ Lecture ଫାଇଲ୍ ସିଲେକ୍ଟ କରନ୍ତୁ – Ktouch ଡାୟଲଗ୍ ବକ୍ସ ଦେଖାଦେବ
06:17 ନିମ୍ନ ଫୋଲ୍ଡର୍ ପାଥ୍ ବ୍ରାଉଜ୍ କରନ୍ତୁ Root->usr->share->kde4->apps->Ktouch
06:31 ଓ english.ktouch.xml ସିଲେକ୍ଟ କରି Open କ୍ଲିକ୍ କରନ୍ତୁ
06:36 ଦେଖନ୍ତୁ, Teacher’s Line ଏବେ ଏକ ଭିନ୍ନ ଅକ୍ଷରଗୁଡ଼ିକର ସମୂହକୁ ପ୍ରଦର୍ଶିତ କରୁଛି
06:41 ଏବେ,ଟାଇପ୍ କରିବା ଆରମ୍ଭ କରନ୍ତୁ
06:43 ଡିଫଲ୍ଟ ଭାବରେ Level, 1ରେ ଓ Speed ଯିରୋରେ ସେଟ୍ ହୋଇଛି
06:49 ଆମେ ଏହି Levelରେ ଶିଖିବାକୁ ଥିବା ଅକ୍ଷରଗୁଡ଼ିକୁ New Characters in This Level ପ୍ରଦର୍ଶିତ କରୁଛି
06:55 ଦେଖନ୍ତୁ, କର୍ସର୍ Student’s Lineରେ ଅଛି
06:58 କୀବୋର୍ଡ ବ୍ୟବହାର କରି Teacher's Lineରେ ପ୍ରଦର୍ଶିତ ଅକ୍ଷରକୁ ଚାଲନ୍ତୁ ଟାଇପ୍ କରିବା
07:09 ଆମେ ଟାଇପ୍ କରିବା କ୍ଷଣି ଅକ୍ଷରଗୁଡ଼ିକ Student’s Lineରେ ପ୍ରଦର୍ଶିତ ହେଲା
07:14 ଏବେ Speed ଫିଲ୍ଡକୁ ଦେଖନ୍ତୁ
07:16 ଆପଣଙ୍କ ଟାଇପିଙ୍ଗ୍ ବେଗ ଉପରେ ଆଧାର କରି ଆପଣ ଟାଇପ୍ କରିବାବେଳେ ସଂଖ୍ୟା ବୃଦ୍ଧି କିମ୍ୱା ହ୍ରାସ ହୋଇଥାଏ
07:22 ଯଦି ଆପଣ ଟାଇପିଙ୍ଗ୍ ବନ୍ଦ କରନ୍ତି, ତେବେ ବେଗ ଗଣନା ହ୍ରାସ ପାଏ
07:25 ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା ସାତ ଓ ଆଠ ଚାଲନ୍ତୁ ଟାଇପ୍ କରିବା
07:31 Student Line ନାଲି ହୋଇଗଲା
07:34 କାହିଁକି? ଏହାର କାରଣ ହେଉଛି, ଆମେ ଭୁଲ୍ ଟାଇପ୍ କଲେ କିମ୍ୱା ଟାଇପିଙ୍ଗରେ ତ୍ରୁଟି କଲେ
07:40 ଏହାକୁ ଡିଲିଟ୍ କରି ଟାଇପିଙ୍ଗ୍ ସମ୍ପୂର୍ଣ୍ଣ କରନ୍ତୁ
07:56 ଆପଣ ଯେତେବେଳେ ଲାଇନର ଶେଷରେ ପହଞ୍ଚିବେ, ଦ୍ୱିତୀୟ ଲାଇନକୁ ଯିବାପାଇଁ Enter ଦାବନ୍ତୁ
08:02 ଦେଖନ୍ତୁ, ଟାଇପ୍ କରିବା ପାଇଁ Teacher’s Line ଏବେ ପରବର୍ତ୍ତୀ ଅକ୍ଷର ସମୂହକୁ ପ୍ରଦର୍ଶିତ କଲା
08:07 Student’s lineରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ଆଉ ନାହିଁ
08:11 ଏବେ, ଆମେ ଟାଇପ୍ କରିଥିବାର ସଠିକତା ଯାଞ୍ଚ କରିବା
08:14 Correctness ଫିଲ୍ଡ ଆପଣଙ୍କ ଟାଇପିଙ୍ଗର ସଠିକତା ଶତକଡ଼ା ପ୍ରଦର୍ଶିତ କରିବ. ଉଦାହରଣସ୍ୱରୂପ, ଏହା 80 ଶତକଡ଼ା ପ୍ରଦର୍ଶିତ କରିପାରେ
08:23 ଆମେ, ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କଲେ!
08:26 ସର୍ବପ୍ରଥମେ, ନିମ୍ନ ଗତିରେ ସଠିକ୍ ଭାବରେ ଟାଇପ୍ କରିବା ହେଉଛି ଉତ୍ତମ ଅଭ୍ୟାସ
08:31 ଥରେ ଆମେ, କୌଣସି ଭୁଲ୍ ବିନା ସଠିକ୍ ଭାବେ ଟାଇପ୍ କରିବା ଶିଖିଗଲେ, ଟାଇପିଙ୍ଗ୍ ବେଗ ବଢ଼ାଇପାରିବା
08:37 ଚାଲନ୍ତୁ, ଏକ ନୂଆ ଟାଇପିଙ୍ଗ୍ ଅଧିବେଶନ ଆରମ୍ଭ କରିବା
08:40 Start New Session କ୍ଲିକ୍ କରନ୍ତୁ
08:42 Start New Training Session-KTouch ଡାୟଲଗ୍ ବକ୍ସ ରେ Start from First Level କ୍ଲିକ୍ କରନ୍ତୁ
08:50 ଆପଣ କ’ଣ ଦେଖୁଛନ୍ତି?
08:52 Teacher’s Lineରେ ଅକ୍ଷରଗୁଡ଼ିକର ଏକ ସମୂହ ପ୍ରଦର୍ଶିତ ହେଲା
08:55 Student’s Lineରୁ ସମସ୍ତ ଅକ୍ଷର କ୍ଲିଅର୍ ହୋଇ ଖାଲି ଅଛି
09:00 ଟାଇପିଙ୍ଗ୍ ଆରମ୍ଭ କରନ୍ତୁ
09:05 ଅଭ୍ୟାସ କରିବା ସମୟରେ ଆପଣ ତାହାକୁ ରୋକି ପରେ ଆରମ୍ଭ କରିବାକୁ ଚାହିଁପାରନ୍ତି
09:09 ଆପଣ କିପରି ନିଜ ଅଧିବେଶନକୁ ରୋକିବେ?
09:12 Pause Session କ୍ଲିକ୍ କରନ୍ତୁ
09:14 ଦେଖନ୍ତୁ, ବେଗ ହ୍ରାସ ପାଇଲା ନାହିଁ
09:17 ମନେପକାନ୍ତୁ ଯେ, ପୂର୍ବବର୍ତ୍ତୀ ଅଧିବେଶନରେ ପଜ୍ ନକରି ଆମେ ଟାଇପିଙ୍ଗ୍‍ ବନ୍ଦ କରିଥିବାରୁ ଏହା ହ୍ରାସ ପାଇଥିଲା
09:23 ପୁଣି ଟାଇପିଙ୍ଗ୍ ଆରମ୍ଭ କରିବାକୁ, Teacher’s lineରେ ପ୍ରଦର୍ଶିତ ପରବର୍ତ୍ତୀ ଅକ୍ଷରକୁ ଟାଇପ୍ କରନ୍ତୁ
09:39 ଥରେ ଆମେ ଟାଇପିଙ୍ଗ୍ ସମ୍ପୂର୍ଣ୍ଣ କରିସାରିବା ପରେ ଆମେ Correctness ଫିଲ୍ଡ ଯାଞ୍ଚ କରିପାରିବା. ଏହା ଟାଇପିଙ୍ଗର ସଠିକତା ପ୍ରଦର୍ଶିତ କରେ
09:46 ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:50 ଏହି ଟ୍ୟୁଟୋରିଆଲରେ ଆମେ, KTouch interface ବିଷୟରେ ଶିଖିବା ସହ କୀବୋର୍ଡ ଉପରେ କିପରି ଆଙ୍ଗୁଠି ରଖାଯାଏ, ତାହା ମଧ୍ୟ ଶିଖିଲେ
09:59 Teacher’s Lineକୁ ଦେଖି ଟାଇପ୍ କଲେ ଏବଂ ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କଲେ
10:04 ଏକ ଆସାଇନମେଣ୍ଟ ଭାବେ
10:06 KTouch ଖୋଲନ୍ତୁ. Level 1ରେ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କରନ୍ତୁ. ଏହି Levelରେ ଟାଇପିଙ୍ଗ୍ ଅଭ୍ୟାସ କରନ୍ତୁ
10:13 କୀ’ଗୁଡ଼ିକ ପାଇଁ ସଠିକ୍ ଆଙ୍ଗୁଠିର ବ୍ୟବହାର କରିବା ମନେରଖନ୍ତୁ
10:18 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:24 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:37 ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact @spoken-tutorial.org)
10:43 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:47 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
11:06 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep