Java/C3/Custom-Exceptions/Oriya

From Script | Spoken-Tutorial
Jump to: navigation, search
Time
Narration
00:01 custom exceptions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ, Custom exceptions, throw ଓ throws keywordଗୁଡିକର ବ୍ୟବହାର ବିଷୟରେ ଶିଖିବା
00:14 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 16.04

JDK 1 .7

Eclipse 4.3.1

00:26 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର ଜାଭାରେ Exceptions Handling ଉପରେ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:38 ପ୍ରଥମେ ଚାଲନ୍ତୁ custom exceptions ବିଷୟରେ ଶିଖିବା
00:42 Custom exception ଗୋଟିଏ user defined exception class ଅଟେ. ଏହା ସାଧାରଣତଃ checked exceptions ଭାବେ ସୃଷ୍ଟି ହୋଇଥାଏ
00:51 ୟୁଜରର ଆବଶ୍ୟକତା ଅନୁରୂପ exceptionକୁ କଷ୍ଟମାଇଜ୍ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ
00:57 ବର୍ତ୍ତମାନ eclipseକୁ ଖୋଲିବା ସହିତ CustomExceptionDemo ନାମକ ଗୋଟିଏ ନୂତନ project ସୃଷ୍ଟି କରନ୍ତୁ
01:04 ଏହି project ମଧ୍ୟରେ custom exceptionଗୁଡିକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ
01:11 InvalidMarkException ଭାବେ ଗୋଟିଏ ନୂତନ କ୍ଲାସ୍ ସୃଷ୍ଟି କରନ୍ତୁ
01:15 ଏହାକୁ exception class ଭଳି ନିର୍ମାଣ କରିବା ପାଇଁ ଏହା Java exception classର ଗୋଟିଏ subclass ହେବା ଆବଶ୍ୟକ
01:22 ଏହା କରିବା ପାଇଁ, extends Exception ଟାଇପ୍ କରନ୍ତୁ
01:27 Source ମେନୁ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Generate constructors from Superclassକୁ ଚୟନ କରନ୍ତୁ
01:34 ବର୍ତ୍ତମାନ ଡାହାଣପଟେ ଥିବା Deselect All ବଟନ୍ ଉପରେ କ୍ଲିକ୍ କରନ୍ତୁ
01:38 ତା’ପରେ ଗୋଟିଏ single string argument ସହିତ constructorକୁ ଚୟନ କରିବା ସହିତ ନିମ୍ନରେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ
01:45 ଯେତେବେଳେ ଏହି exception ଦୃଶ୍ୟମାନ ହେବ ସେତେବେଲେ ପ୍ରଦର୍ଶିତ ବାର୍ତ୍ତାକୁ କଷ୍ଟମାଇଜ୍ କରିବା ପାଇଁ ଏହି string argumentକୁ ବ୍ୟବହାର କରାଯାଇପାରିବ
01:52 StudentMarks ନାମକ ଅନ୍ୟ ଏକ classକୁ ସଂଯୁକ୍ତ କରନ୍ତୁ
01:57 ତା’ପରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
02:00 ଏହି class, marks ନାମକ କେବଳ ଗୋଟିଏ variableକୁ ଧାରଣ କରିବ
02:04 ଏହି constructor, marksର ଭେଲ୍ୟୁକୁ ଇନିଶିଆଲାଇଜ୍ କରିବ
02:09 ମାର୍କଗୁଡିକୁ ମୂଲ୍ୟାଙ୍କନ କରିବା ପାଇଁ ବର୍ତ୍ତମାନ ଗୋଟିଏ methodକୁ ସଂଯୁକ୍ତ କରନ୍ତୁ
02:13 ମାର୍କଗୁଡିକର ସାଧାରଣ ରେଞ୍ଜ 0 ଠାରୁ 100 ଅଟେ
02:18 ଯଦି marks less than 0 or greater than 100, କାର୍ଯ୍ୟକାରୀ ହୁଏ ତେବେ InvalidMarkException ପ୍ରଦର୍ଶିତ ହେବ
02:25 ଗୋଟିଏ custom exceptionକୁ ପ୍ରଦର୍ଶନ କରିବା ପାଇଁ ନିଶ୍ଚିତରୂପେ ଏଥିପାଇଁ throw keywordକୁ ବ୍ୟବହାର କରିବାକୁ ହେବ
02:33 ଯଦି ମାର୍କ ବୈଧ ହେବ ତେବେ ବାର୍ତ୍ତା Entry OK, ପ୍ରଦର୍ଶିତ ହେବ
02:39 ଗୋଟିଏ ଏରର୍ InvalidMarkExceptionକୁ ଆମେ ଦେଖିପାରିବା
02:43 ଏହାକୁ ଯାଞ୍ଚ କରିବା ସହିତ ସମାଧାନ କରନ୍ତୁ
02:46 ତେଣୁ ଏରର୍ ଉପରେ କ୍ଲିକ୍ କରିବା ସହିତ Add throws declaration ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:51 method signatureରେ ଥରେ throws InvalidMarkException ସଂଯୁକ୍ତ ହେଲା ପରେ ଏରର୍ ଅଦୃଶ୍ୟ ହୋଇଯିବା ଆପଣ ଦେଖିପାରିବେ
03:00 ଏଠାରେ methods ସହିତ throws keyword ବ୍ୟବହୃତ ହୋଇଥିବା ଆପଣ ଦେଖିପାରିବେ
03:06 ଏହା ସୁଚିତ କରୁଛି ଯେ method, specified exceptionକୁ ବୃଦ୍ଧି କରିବ
03:11 ଏହିପରି ଗୋଟିଏ methodକୁ କଲ୍ କରିବା ସମୟରେ, ଆମକୁ exception handling କୋଡକୁ ଉପଲବ୍ଧ କରାଇବାକୁ ହେବ
03:16 ତା’ପରେ ଗୋଟିଏ file access operationକୁ କାର୍ଯ୍ୟକାରୀ କରନ୍ତୁ ଯାହା ଗୋଟିଏ FileNotFoundExceptionକୁ ସୃଷ୍ଟି କରିବ
03:23 ତେଣୁ ଗୋଟିଏ FileReader classର ଏକ ଇନଷ୍ଟାନ୍ସକୁ ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
03:29 Eclipse କିଛି ଏରରଗୁଡିକୁ ପ୍ରଦର୍ଶନ କରିବ ଯେହେତୁ ଆମେ Java packageଗୁଡିକର ଅନୁରୂପ ଇମ୍ପୋର୍ଟ କରିନାହେଁ
03:36 ସମାନକୁ ସଂଶୋଧନ କରିବା ପାଇଁ ଏରର୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ import FileReader (java.io) ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:44 ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ package ଓ ଏହାର ବ୍ୟବହାର ଉପରେ ସବିଶେଷ ଶିଖିବା
03:50 Marks ନାମକ ଗୋଟିଏ ଫାଇଲକୁ ଆକ୍ସେସ୍ କରିବା ପାଇଁ frକୁ ଅନୁମତି ଦେବା ଯାହା ହୋମ୍ ଫୋଲ୍ଡରରେ ଅବସ୍ଥିତ ଅଛି, ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
03:59 ଏଠାରେ ପ୍ରଦର୍ଶିତ ହୋଇଥିବା ପାଥକୁ ଆପଣଙ୍କ ସିଷ୍ଟମର ହୋମ୍ ଫୋଲ୍ଡର୍ ପାଥ୍ ସହିତ ପ୍ରତିସ୍ଥାପିତ କରନ୍ତୁ
04:05 ଗୋଟିଏ ଏରର୍ ଏହା ପ୍ରଦର୍ଶିତ କରିବ ଯେ ଏହି କୋଡର ଲାଇନ୍ ଗୋଟିଏ FileNotFoundExceptionକୁ ସୃଷ୍ଟି କରିପାରେ
04:10 ଏହି ଏକ୍ସସେପଶନକୁ throws clauseରେ ସଂଯୁକ୍ତ କରିବା ସହିତ ଆମେ ଏହାର ସମାଧାନ କରିପାରିବା
04:16 throws clauseରେ FileNotFoundException ମଧ୍ୟ ସଂଯୁକ୍ତ ହୋଇଥିବା ଆପଣ ଦେଖିପାରିବେ
04:22 ଏଠାରେ ପ୍ରଦର୍ଶିତ ହେବା ଭଳି ଆମେ throwsକୁ ବ୍ୟବହାର କରି ଅନେକ exceptionଗୁଡିକୁ ନିୟନ୍ତ୍ରଣ କରିପାରିବା
04:28 ବର୍ତ୍ତମାନ ଆମେ StudentMarks class ମଧ୍ୟରେ main methodକୁ ସୃଷ୍ଟି କରିବା ସହିତ ପରିଣାମଗୁଡିକୁ ଯାଞ୍ଚ କରିପାରିବା
04:34 ଏଠାରେ marks ପାଇଁ ଥିବା ଭେଲ୍ୟୁ 40 ସହିତ ଇନିଶିଆଲାଇଜ୍ ହେବା ସକାଷେ ଗୋଟିଏ ଅବଜେକ୍ଟ m1, ସୃଷ୍ଟି କରନ୍ତୁ
04:41 ପରବର୍ତ୍ତୀ ଲାଇନରେ ଅବଜେକ୍ଟ m1କୁ ବ୍ୟବହାର କରି ମେଥଡ୍ validateକୁ ପ୍ରୟୋଗ କରନ୍ତୁ
04:47 ଯେତେବେଳେ validate method ପ୍ରୟୋଗ ହେବ ଆମେ ଗୋଟିଏ ଏରରକୁ ଦେଖିପାରିବା
04:52 ଏହା ସୂଚିତ କରିବ ଯେ ଏହି method, InvalidMarkException ଓ FileNotFoundExceptionକୁ ସୃଷ୍ଟି କରିବ
04:59 ଏହି ଏରରକୁ ସମାଧାନ କରିବା ପାଇଁ ଆମେ ପୂର୍ବେ କରିଥିବା ଭଳି main methodରେ throws clauseକୁ ସଂଯୁକ୍ତ କରିପାରିବା
05:05 କିନ୍ତୁ try ଓ catch blockକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି
05:10 ତେଣୁ Surround with try/catch ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:14 ବର୍ତ୍ତମାନ ଦରକାରୀ try-catch blockଗୁଡିକ ସଂଯୁକ୍ତ ହୋଇଛନ୍ତି ଏବଂ exception ନିୟନ୍ତ୍ରିତ ହୋଇଛି
05:20 ବର୍ତ୍ତମାନ ଏହି ପ୍ରୋଗ୍ରାମକୁ ରନ୍ କରନ୍ତୁ
05:23 ଏହା Entry OK ଓ କୋଡର ବାକି ଅଂଶକୁ ପ୍ରଦର୍ଶନ କରିବ
05:27 ଏହା ଦେଖାଦେବ କାରଣ marksର ଭେଲ୍ୟୁ 40 ଗୋଟିଏ ବୈଧ ଏଣ୍ଟ୍ରୀ ଅଟେ
05:32 ବର୍ତ୍ତମାନ ଭେଲ୍ୟୁକୁ -10ରେ ପରିବର୍ତ୍ତନ କରନ୍ତୁ ଯାହା ଗୋଟିଏ ଅବୈଧ ଏଣ୍ଟ୍ରୀ ଅଟେ
05:37 ପୁନର୍ବାର ପ୍ରୋଗ୍ରାମକୁ ରନ୍ କରନ୍ତୁ
05:40 ବର୍ତ୍ତମାନ -10 ଗୋଟିଏ ଅବୈଧ ଏଣ୍ଟ୍ରୀ ଭାବେ InvalidMarkException ଦ୍ଵାରା ପ୍ରଦର୍ଶନକୁ ଆମେ ଦେଖିପାରିବା
05:47 ଯେହେତୁ ଆମେ exceptionକୁ ନିୟନ୍ତ୍ରଣ କରୁଛେ ବାର୍ତ୍ତା rest of the codeକୁ ଦେଖାଯାଇପାରିବ
05:53 ଏହା ବ୍ୟତିତ ଯଦି ଆମେ throws କ୍ଲଜକୁ ବ୍ୟବହାର କରିବା ଏହି ବାର୍ତ୍ତା rest of the code ପ୍ରିଣ୍ଟ ହେବ ନାହିଁ
06:00 ପ୍ରୋଗ୍ରାମ୍ ମଧ୍ୟ ବନ୍ଦ ହୋଇଯିବ
06:03 ତେଣୁ main method ମଧ୍ୟରେ ଗୋଟିଏ method କଲ୍ ହେବା ସମୟରେ ଏକ try catch blockକୁ ବ୍ୟବହାର କରିବା ଉତ୍ତମ ଅଟେ
06:10 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
06:13 ସଂକ୍ଷିପ୍ତରେ
06:15 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ Custom Exception କ’ଣ, throw ଓ throws keywordଗୁଡିକର ବ୍ୟବହାର, custom exceptionଗୁଡିକୁ କିପରି ସୃଷ୍ଟି ଓ ବ୍ୟବହାର କରିବା
06:26 ଗୋଟିଏ ଆସାଇନମେଣ୍ଟ ଭାବେ, InvalidAgeException ନାମକ ଏକ custom exception class ସୃଷ୍ଟି କରନ୍ତୁ
06:33 ଅନ୍ୟ ଏକ class Age ସୃଷ୍ଟି କରିବା ସହିତ ବୟସର ଭେଲ୍ୟୁକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ constructor ସୃଷ୍ଟି କରନ୍ତୁ
06:39 ଗୋଟିଏ exceptionକୁ ପ୍ରଦର୍ଶନ କରିବା ପାଇଁ ଏକ method validate ମଧ୍ୟ ସୃଷ୍ଟି କରନ୍ତୁ ଯଦି ବୟସ 18ରୁ କମ୍ ହୁଏ
06:45 main method ମଧ୍ୟରେ ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ସହିତ validate() methodକୁ ପ୍ରୟୋଗ କରନ୍ତୁ
06:51 ଯେତେବେଳେ ଆବଶ୍ୟକ try-catch blocksକୁ ବ୍ୟବହାର କରି exception handling ଉପଲବ୍ଧ କରାନ୍ତୁ
06:56 custom exception classକୁ ଯାଞ୍ଚ କରନ୍ତୁ
07:00 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
07:29 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
07:36 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep