Inkscape/C2/Basics-of-Bezier-Tool/Oriya

From Script | Spoken-Tutorial
Jump to: navigation, search
Time Narration
00:00 Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:08 ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
00:11 ବକ୍ର ରେଖା ଆଙ୍କିବା
00:13 ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଲିନକ୍ସ 12.04 OS
00:21 Inkscape ଭର୍ସନ୍ 0.48.4
00:24 ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି
00:28 ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
00:32 Inkscape ଖୋଲନ୍ତୁ
00:35 ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା
00:39 Pencil Toolର ଠିକ୍ ତଳେ Bezier Tool ଅଛି
00:42 ତାହା ଉପରେ କ୍ଲିକ୍ କରନ୍ତୁ
00:44 ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ
00:48 ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି
00:51 ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି
00:57 କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ
01:01 ପୁଣିଥରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି
01:07 ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ
01:11 ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ. ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା
01:17 ଏହାପରେ ଏକ ତ୍ରିଭୁଜ ଆଙ୍କିବା
01:21 ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ. ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ
01:27 ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ
01:34 ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା
01:38 ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ
01:46 ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ
01:48 ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ
01:55 ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧. କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ
01:59 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ
02:03 3. ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ
02:06 Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ
02:11 ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା
02:15 ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ
02:18 ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା
02:23 ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ
02:27 ଥରେ କ୍ଲିକ୍ କରି କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ. ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
02:36 ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ
02:41 ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
02:50 ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ
02:59 Tool controls barକୁ ଯାଆନ୍ତୁ. ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ
03:08 କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ
03:15 ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି. ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ
03:22 ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ. ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ
03:29 ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ
03:32 ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି
03:40 ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ
03:44 ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା
03:52 ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା
03:58 ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ
04:02 Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ
04:07 ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ
04:09 ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard
04:18 ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ. ତେଣୁ ଆମେ, Triangle Inକୁ ଯିବା
04:25 ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ
04:28 ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା
04:34 ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ
04:39 ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା
04:43 Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ
04:47 ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି
04:50 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା
04:56 ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା
05:00 ଏହାକୁ Node Tool ବ୍ୟବହାର କରି କରାଯାଇପାରିବ
05:03 କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ
05:06 Tool controls barକୁ ଯାଆନ୍ତୁ. Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ
05:13 କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ
05:23 Node Tool ଉପରେ କ୍ଲିକ୍ କରନ୍ତୁ
05:26 ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା
05:30 ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ
05:33 ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ
05:38 ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ
05:41 ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା
05:48 ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ
05:52 ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା
05:58 ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ
06:04 ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ
06:10 ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ
06:13 Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ. ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା
06:18 ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ
06:21 Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:27 ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା
06:32 ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ
06:37 ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ
06:41 ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ
06:45 ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ
07:04 ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ
07:07 ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି
07:11 Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ
07:18 Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ
07:25 ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ
07:29 ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି
07:33 ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:40 ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ. ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ
07:46 Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ
07:53 ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:03 ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା
08:08 Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ, Pathଟି କାଢ଼ିହୋଇଗଲା
08:17 ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
08:20 ଏହି ହାତକୁ କଡ଼ରେ ରଖିଦିଅନ୍ତୁ. ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ
08:26 ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା
08:30 ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି
08:34 Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ. Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ 3ଟି Nodes ଅଛି
08:49 ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ
08:55 ଏହା, ତାହାକୁ କୋଣ ନୋଡ୍ କରିବ
08:58 Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ
09:03 Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
09:11 Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
09:16 Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
09:20 ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ. ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
09:30 Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା
09:35 Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ. ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ
09:44 ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
09:49 ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା
09:54 ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
09:58 Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
10:02 Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
10:08 ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି
10:15 ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ
10:24 Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ
10:29 ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
10:33 ସଂକ୍ଷିପ୍ତରେ ,ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:37 ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
10:39 ବକ୍ର ରେଖା ଆଙ୍କିବା
10:41 ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
10:43 ଏକ ଆସାଇନମେଣ୍ଟ ଭାବେ
10:46 Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ
10:52 ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ
10:54 ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ
10:57 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
11:00 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ
11:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:12 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:24 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
11:26 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep