Git/C2/Stashing-and-Cleaning/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, stashing and cleaning in Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ stashing ବିଷୟରେ ଶିଖିବା
00:11 କିପରି ଗୋଟିଏ stash ସୃଷ୍ଟି କରିବା, ଗୋଟିଏ stashର ପ୍ରୟୋଗ ଓ ଗୋଟିଏ stashକୁ କ୍ଲିନ୍ କରାଯାଏ, ଶିଖିବା
00:19 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04, Git 2.3.2. ଓ Gedit ଟେକ୍ସଟ ଏଡିଟର୍
00:32 ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ
00:36 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିଶ୍ଚିତରୂପେ ମୌଳିକ Git କମାଣ୍ଡଗୁଡିକ ଓ ବ୍ରାଞ୍ଚିଙ୍ଗ ଇନ୍ Git ଉପରେ ଜ୍ଞାନଥିବା ଆବଶ୍ୟକ
00:43 ଯଦି ନାହିଁ, ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ
00:48 ଚାଲନ୍ତୁ, stashing ବିଷୟରେ ଶିଖିବା
00:51 ଗୋଟିଏ branchର ଅସ୍ଥାୟୀ ପରିବର୍ତ୍ତନଗୁଡିକୁ save କରିବା ପାଇଁ Stashing ବ୍ୟବହୃତ ହୁଏ
00:57 branches ମଧ୍ୟରେ ବଦଳ ହେବା ସମୟରେ, କମିଟ୍ ନକରି ଏହା କାର୍ଯ୍ୟକୁ ପଜ୍ କରିବାରେ ସାହାଯ୍ୟ କରିଥାଏ
01:04 ଅସ୍ଥାୟୀ ପରିବର୍ତ୍ତନଗୁଡିକର Stashକୁ ଯେକୌଣସି ସମୟରେ ରଦ୍ଦ କରିଦିଆଯାଇପାରିବ
01:08 ମନେପକାନ୍ତୁ ଯେ, ଏହି ଟ୍ୟୁଟୋରିଆଲ୍ ସିରିଜର ଆରମ୍ଭରୁ ଟର୍ମ୍ stash ସହିତ ଆମେ ପରିଚିତ ଅଛନ୍ତି
01:16 ବର୍ତ୍ତମାନ, ଏହା ବିଷୟରେ କିଛି ଅଧିକ ଶିଖିବା
01:20 ଚାଲନ୍ତୁ terminalକୁ ଖୋଲିବାରୁ ଆରମ୍ଭ କରିବା
01:25 ପୂର୍ବେ ସୃଷ୍ଟି କରାଯାଇଥିବା Git repository mywebpageକୁ ଖୋଲନ୍ତୁ
01:30 ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ
01:35 ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ. ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ
01:44 ଏହିଠାରୁ ଅଗକୁ, terminal ଉପରେ ପ୍ରତ୍ୟେକ କମାଣ୍ଡ ଟାଇପ୍ କରିବା ପରେ, ଦୟାକରି Enter କୀକୁ ଦାବିବା ମନେରଖନ୍ତୁ
01:52 ପ୍ରଥମେ, git ସ୍ପେସ୍ branchକୁ ଟାଇପ୍ କରି branch listକୁ ଯାଞ୍ଚ କରନ୍ତୁ
01:58 chapter-three ନାମକ ଗୋଟିଏ ବ୍ରାଞ୍ଚ ସୃଷ୍ଟି ହୋଇସାରିଛି
02:03 ପ୍ରଦର୍ଶନ ଉଦ୍ଦେଶ୍ୟରେ, ଏହା ମଧ୍ୟରେ ଗୋଟିଏ commitକୁ ସମ୍ପନ୍ନ କରାଯାଇଛି
02:08 ଦୟାକରି, ଗୋଟିଏ ନୁତନ ବ୍ରାଞ୍ଚ ସୃଷ୍ଟି କରିବେ ବୋଲି ମଧ୍ୟ ସୁନିଶ୍ଚିତ କରନ୍ତୁ ଏବଂ ଏହା ମଧ୍ୟରେ ଗୋଟିଏ commit କରନ୍ତୁ
02:15 git ସ୍ପେସ୍ checkout ସ୍ପେସ୍ chapter-threeକୁ ଟାଇପ୍ କରି branch chapter-three ମଧ୍ୟକୁ ଯା’ନ୍ତୁ
02:23 Git ଲଗକୁ ଯାଞ୍ଚ କରନ୍ତୁ
02:26 ପ୍ରଦର୍ଶନ ପାଇଁ ଏହି commit, ଯାହାକୁ chapter-three ବ୍ରାଞ୍ଚ ମଧ୍ୟରେ ସୃଷ୍ଟି କରାଯାଇଛି
02:31 ls ଟାଇପ୍ କରି ଫୋଲ୍ଡରର କଣ୍ଟେଣ୍ଟକୁ ଯାଞ୍ଚ କରନ୍ତୁ
02:35 ଯଦି Windows ଅପରେଟିଙ୍ଗ ସିଷ୍ଟମରେ କାମ କରୁଥା’ନ୍ତି ତେବେ ls କମାଣ୍ଡ ସ୍ଥାନରେ dir କମାଣ୍ଡକୁ ବ୍ୟବହାର କରନ୍ତୁ
02:43 ଧ୍ୟାନଦିଅନ୍ତୁ ଯେ ଏଠାରେ ତିନୋଟି html ଫାଇଲ୍ ଅଛି
02:47 ବର୍ତ୍ତମାନ, mypage.html ଫାଇଲରେ କିଛି ପରିବର୍ତ୍ତନ କରନ୍ତୁ
02:53 gedit ସ୍ପେସ୍ mypage.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି mypage.html ଫାଇଲକୁ ଖୋଲନ୍ତୁ
03:03 ପୂର୍ବରୁ ସେଭ୍ କରାଯାଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲ୍ ମଧ୍ୟରେ copy ଓ paste କରନ୍ତୁ
03:11 ତା’ପରେ ଫାଇଲକୁ save କରିବା ସହ ବନ୍ଦ କରନ୍ତୁ
03:14 Git status କୁ ଯାଞ୍ଚ କରିବା ପାଇଁ git ସ୍ପେସ୍ status ଟାଇପ୍ କରନ୍ତୁ
03:19 ଏହା ବୁଝିପାରିବା ଯେ, ପରିବର୍ତ୍ତନଗୁଡିକ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇନାହିଁ
03:24 ଯେତେବେଳେ ଗୋଟିଏ ବଡ ପ୍ରୋଜେକ୍ଟରେ କାମ କରିବା, branchesକୁ ବାରମ୍ବାର ବଦଳ କରିବା ଆବଶ୍ୟକ ହୋଇପାରେ
03:30 ବର୍ତ୍ତମାନ, କହିବାକୁ ଗଲେ ଅନ୍ୟ କିଛି ଉପରେ କାମ କରିବାକୁ ହେଲେ master ବ୍ରାଞ୍ଚକୁ ଫେରିଯିବାକୁ ହେବ
03:37 ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master
03:41 ଏହି ତୃଟି ପ୍ରଦର୍ଶନ କରୁଛି ଯେ ପରିବର୍ତ୍ତନଗୁଡିକୁ କମିଟ୍ ନକରି ଅନ୍ୟ branchesକୁ ଫେରିପାରିବେ ନାହିଁ
03:48 କାର୍ଯ୍ୟ ଅଧା ହୋଇଥିବା ହେତୁ, ବର୍ତ୍ତମାନ ପରିବର୍ତ୍ତନଗୁଡିକୁ commit କରିବା ପାଇଁ ମୁଁ ଇଚ୍ଛୁକ ନୁହେଁ
03:55 ଯଦି hyphen hyphen force ଫ୍ଲାଗକୁ ବ୍ୟବହାର କରି ଏହି ବ୍ରାଞ୍ଚକୁ ବଳପୂର୍ବକ ବାହାର କରିଦିଆଯାଏ ତେବେ ପରିବର୍ତ୍ତନଗୁଡିକ ବାହାର ହୋଇଯିବ
04:04 କିନ୍ତୁ, ପରିବର୍ତ୍ତନଗୁଡିକୁ ଯଦି ଅସ୍ଥାୟୀ ଭାବେ save କରିବାକୁ ଚାହାଁନ୍ତି ତେବେ କ’ଣ କରିବେ? ଏହାକୁ Stashing ବ୍ୟବହାରକରି କରିପାରିବେ
04:11 git ସ୍ପେସ୍ stash ସ୍ପେସ୍ save ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Stashed mypage.htmlକୁ ଟାଇପ୍ କରି ଅସ୍ଥାୟୀ ଭାବେ ପରିବର୍ତ୍ତନଗୁଡିକୁ ସେଭ୍ କରିପାରିବେ
04:24 ଏଠାରେ, Stashed mypage.html ହେଉଛି ପ୍ରଦତ୍ତ stash ନେମ୍. ନିଜ ଇଚ୍ଛାନୁସାରେ ଏହାକୁ ନାମିତ କରିପାରିବେ
04:34 ଟର୍ମିନଲ୍ ଉପରେ ଯେଉଁଠି stash ସୃଷ୍ଟି ହୋଇଛି, stash ନେମ୍ ଓ branch ନେମ୍ ପ୍ରଦର୍ଶିତ ହୋଇଛି
04:42 git ସ୍ପେସ୍ statusକୁ ଟାଇପ୍ କରି Git statusକୁ ଯାଞ୍ଚ କରିପାରିବେ. ବାର୍ତ୍ତା nothing to commitକୁ ଦେଖିପାରିବେ
04:51 ତେଣୁ, ବର୍ତ୍ତମାନ branchesକୁ ବଦଳ କରିପାରିବେ
04:55 ବର୍ତ୍ତମାନ, git space checkout space masterକୁ ଟାଇପ୍ କରି master branch ମଧ୍ୟକୁ ଯିବା ପାଇଁ ଚେଷ୍ଟା କରନ୍ତୁ
05:03 ଧ୍ୟାନଦିଅନ୍ତୁ ଯେ stashing ପରେ, ଅନ୍ୟ ବ୍ରାଞ୍ଚଗୁଡିକୁ ବଦଳ କରିପାରିବେ
05:07 ତା’ପରେ, ଚାଲନ୍ତୁ stashingର ଅନ୍ୟ ଏକ ମାର୍ଗକୁ ଦେଖିବା
05:11 ସେଥି ପାଇଁ, ପୁନର୍ବାର git space checkout space chapter-threeକୁ ଟାଇପ୍ କରି chapter-three ବ୍ରାଞ୍ଚ ମଧ୍ୟକୁ ଯା’ନ୍ତୁ
05:20 ବର୍ତ୍ତମାନ, history.html ଫାଇଲକୁ ଏଡିଟ୍ କରନ୍ତୁ. ଟାଇପ୍ କରନ୍ତୁ: gedit ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡ
05:31 ଏଠାରେ, Writer ଡକୁମେଣ୍ଟରୁ କିଛି ଲାଇନକୁ ସଂଯୁକ୍ତ କରନ୍ତୁ
05:35 ତା’ପରେ, ଫାଇଲକୁ save କରିବା ସହ ବନ୍ଦ କରନ୍ତୁ
05:38 git ସ୍ପେସ୍ statusକୁ ଟାଇପ୍ ଅରି Git statusକୁ ଯାଞ୍ଚ କରନ୍ତୁ
05:44 ଉଦାହରଣସ୍ଵରୂପ, stashରେ ଏହି ପରିବର୍ତ୍ତନଗୁଡିକୁ ଅନ୍ୟ ମାର୍ଗରେ ସେଭ୍ କରିବାକୁ ଚାହୁଁଛି. ଟାଇପ୍ କରନ୍ତୁ: git ସ୍ପେସ୍ stash
05:54 ଧ୍ୟାନଦିଅନ୍ତୁ ଯେ, ଏଠାରେ stashକୁ ନାମିତ କରାଯାଇ ନାହିଁ
05:58 ଯଦି stashକୁ ନାମିତ କରା ନଯାଏ ତେବେ ଏହା ଅଦ୍ୟତନ commit ନାମରେ ସେଭ୍ ହୋଇଯିବ
06:04 ତା’ପରେ, stash ନେମ୍ ଓ ଅଦ୍ୟତନ commit ସମାନ କି ନୁହେଁ, ଯାଞ୍ଚ କରନ୍ତୁ
06:10 ପ୍ରଥମେ Git logକୁ ଯାଞ୍ଚ କରନ୍ତୁ
06:14 stash ତାଲିକାକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ list
06:20 ଅଦ୍ୟତନ commit ଓ stash ନେମ୍ ସମାନ ଥିବା, ଦେଖିପାରିବେ
06:25 ଧ୍ୟାନଦିଅନ୍ତୁ ଯେ ଅଦ୍ୟତନ stash ପ୍ରଥମେ ତାଲିକାଭୁକ୍ତ ହେବ ଯାହାର ଅର୍ଥ stashesଗୁଡିକ ସମୟ କ୍ରମରେ ତାଲିକାଭୁକ୍ତ ହୋଇଛନ୍ତି
06:35 ଏହା stash id ଅଟେ ଯାହା ଅଟୋମାଟିକାଲୀ ସୃଷ୍ଟି ହେବ
06:40 ପ୍ରଦର୍ଶନ ଉଦ୍ଦେଶ୍ୟରେ ଆଉ ଏକ stash ସୃଷ୍ଟି କରାଯିବ
06:45 ସେଥି ପାଇଁ, story.html ଫାଇଲକୁ ଏଡିଟ୍ କରନ୍ତୁ. ଟାଇପ୍ କରନ୍ତୁ: gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡ
06:55 story.html ଫାଇଲରେ କିଛି ଲାଇନକୁ ସଂଯୁକ୍ତ କରନ୍ତୁ
07:00 ତା’ପରେ ଫାଇଲକୁ save କରିବା ସହ ବନ୍ଦ କରନ୍ତୁ
07:03 ବର୍ତ୍ତମାନ, ଗୋଟିଏ stash ମଧ୍ୟରେ ପରିବର୍ତ୍ତନଗୁଡିକୁ ସେଭ୍ କରନ୍ତୁ
07:07 ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ save ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ, Stashed story.html
07:17 git space stash space listକୁ ଟାଇପ୍ କରି, stash listକୁ ଯାଞ୍ଚ କରନ୍ତୁ
07:24 ବର୍ତ୍ତମାନ chapter-three ବ୍ରାଞ୍ଚରେ ତିନୋଟି ଷ୍ଟାସ୍ ଥିବା ଦେଖିପାରିବେ
07:30 କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ଷ୍ଟାସଗୁଡିକ ମଧ୍ୟରେ ସେଭ୍ ହୋଇଥିବା ପରିବର୍ତ୍ତନଗୁଡିକୁ ଭୁଲିଯାଇପାରନ୍ତି
07:36 କିପରି ଯାଞ୍ଚ କରିବା, ଚାଲନ୍ତୁ ଦେଖିବା
07:40 ଉଦାହରଣସ୍ଵରୂପ, ମୁଁ stash@{0}ର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିବାକୁ ଚାହେଁ
07:45 ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ stash at the rate (@) ଚିହ୍ନ, କର୍ଲୀ ବ୍ରାକେଟ୍ ମଧ୍ୟରେ zero
07:54 story.htmlରେ ପରିବର୍ତ୍ତନଗୁଡିକୁ ଦେଖିପାରିବେ. stash@{0}ରେ ଯାହା ସେଭ୍ ହୋଇଥିଲା
08:01 ତା’ପରେ, stashed ଫାଇଲଗୁଡିକରେ କାର୍ଯ୍ୟ ଜାରି ରଖନ୍ତୁ
08:06 ସେଥି ପାଇଁ, ପ୍ରଥମେ stashesଗୁଡିକୁ ପ୍ରୟୋଗ କରନ୍ତୁ
08:10 stash listକୁ ଯାଞ୍ଚ କରିବା ପାଇଁ, ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ list
08:17 ଉଦାହରଣସ୍ଵରୂପ, ବର୍ତ୍ତମାନ stash@{1}କୁ ପ୍ରୟୋଗ କରନ୍ତୁ
08:21 ଏହା କରିବା ପାଇଁ ଟାଇପ୍ କରନ୍ତୁ, git ସ୍ପେସ୍ stash ସ୍ପେସ୍ apply ସ୍ପେସ୍ stash @(at the rate ଚିହ୍ନ) କର୍ଲୀ ବ୍ରାକେଟ୍ ମଧ୍ୟରେ one
08:33 ଯଦି stash idକୁ ଉଲ୍ଲେଖ କରିବେ ନାହିଁ, ତେବେ ଅଦ୍ୟତନ ଷ୍ଟାସ୍ ଯାହା stash@{0} ଅଟେ, ପ୍ରୟୋଗ ହେବ
08:40 stash ସଫଳତାର ସହ ପ୍ରୟୋଗ ହୋଇଥିବା ଦେଖିପାରିବେ
08:44 git space stash space listକୁ ଟାଇପ୍ କରି stash listକୁ ଯାଞ୍ଚ କରନ୍ତୁ
08:51 stash@{1}କୁ ଏବେ ମଧ୍ୟ ତାଲିକାରେ ଥିବା ଦେଖିପାରିବେ ଏବଂ ଏହା ଭବିଷ୍ୟତରେ ଭ୍ରମ ସୃଷ୍ଟି କରିପାରେ
08:58 ତେଣୁ, ଗୋଟିଏ ଷ୍ଟାସକୁ ପ୍ରୟୋଗ କରିବା ପରେ, ଏହାକୁ ମାନୁଆଲୀ ଡିଲିଟ୍ କରିବା ଉଚିତ୍ ଅଟେ
09:03 stash@{1}କୁ ଡିଲିଟ୍ କରିବା ପାଇଁ, ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ drop ସ୍ପେସ୍ stash@(at the rate ଚିହ୍ନ) କର୍ଲୀ ବ୍ରାକେଟ୍ ମଧ୍ୟରେ one
09:16 stash listକୁ ଯାଞ୍ଚ କରିବା ପାଇଁ, ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ list
09:22 stash@{1} ବାହାର ହୋଇଯାଇଥିବା ଦେଖିପାରିବେ. ଏବଂ stash@{2}, stash@{1} ହୋଇଯିବ
09:30 ବର୍ତ୍ତମାନ, ଗୋଟିଏ stashକୁ ପ୍ରୟୋଗ କରିବାର ଅନ୍ୟ ଏକ ମାର୍ଗକୁ ଶିଖିବା. ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ pop
09:39 stash@{0} ପ୍ରୟୋଗ ହୋଇଥିବା ଦେଖିପାରିବେ
09:43 ତେଣୁ, ଯଦି stash pop କମାଣ୍ଡକୁ ବ୍ୟବହାର କରିବେ, ଅଦ୍ୟତନ ଷ୍ଟାସ୍ ଯାହା stash@{0} ଅଟେ, ପ୍ରୟୋଗ ହେବ
09:52 ପୁନର୍ବାର, stash listକୁ ଯାଞ୍ଚ କରିବା ପାଇଁ, ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ list
09:59 ବର୍ତ୍ତମାନ, stash@{0} ବାହାର ହୋଇଯିବା ଦେଖିପାରିବେ. ଏବଂ, stash@{1}, stash@{0} ହେବ
10:07 ତେଣୁ, stash pop କମାଣ୍ଡ stash@{0}କୁ ପ୍ରୟୋଗ କରିବ ଏବଂ ଏହାକୁ ଅଟୋମାଟିକାଲୀ ଡିଲିଟ୍ କରିବ
10:15 ତା’ପରେ, ସମଗ୍ର ଷ୍ଟାସକୁ ଏକସଙ୍ଗେ କିପରି ଡିଲିଟ୍ କରିପାରିବା, ତାହା ଶିଖିବା
10:20 ରିପୋଜିଟୋରୀରୁ ସମଗ୍ର ଷ୍ଟାସକୁ ଡିଲିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ clear
10:28 ପୁନର୍ବାର, stash listକୁ ଯାଞ୍ଚ କରିବା ପାଇଁ, ଟାଇପ୍ କରନ୍ତୁ: git ସ୍ପେସ୍ stash ସ୍ପେସ୍ list
10:36 ବର୍ତ୍ତମାନ, stash ତାଲିକା ଖାଲି ହୋଇଯାଇଥିବା ଦେଖିପାରିବେ
10:40 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
10:44 ସଂକ୍ଷିପ୍ତରେ
10:46 ଏହି ଟ୍ୟୁଟୋରିଆଲରେ ଆମେ Stashing ବିଷୟରେ ଶିଖିଲେ
10:51 ଗୋଟିଏ stash ସୃଷ୍ଟି କରିବା,

stash ପ୍ରୟୋଗ କରିବା ଏବଂ stashକୁ କ୍ଲିନ୍ କରିବା ମଧ୍ୟ ଶିଖିଲେ

10:58 ଗୋଟିଏ ଆସାଇନମେଣ୍ଟ ଭାବେ- repositoryରେ ତିନୋଟି ଷ୍ଟାସକୁ ସୃଷ୍ଟି କରନ୍ତୁ
11:03 git stash show କମାଣ୍ଡକୁ ଆବିଷ୍କାର କରନ୍ତୁ
11:07 git stash show ଓ git stash show stash@{1} କମାଣ୍ଡ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝନ୍ତୁ
11:14 ଅଦ୍ୟତନ stashକୁ ପ୍ରୟୋଗ କରନ୍ତୁ(git stash popକୁ ବ୍ୟବହାର କରନ୍ତୁ)
11:21 ଏବଂ ରିପୋଜିଟୋରୀରୁ ସମସ୍ତ ଷ୍ଟାସଗୁଡିକୁ ଡିଲିଟ୍ କରନ୍ତୁ

(ସୂଚନା – git stash clear)

11:28 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
11:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
11:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:01 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep