C-and-Cpp/C4/File-Handling-In-C/Oriya

From Script | Spoken-Tutorial
Jump to: navigation, search
Time Narration
00:01 “Cରେ ଫାଇଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
00:08 ଫାଇଲ୍‍ କେମିତି ଖୋଲାଯାଏ
00:10 ଫାଇଲ୍‍ ରୁ ଡାଟା କେମିତି ପଢ଼ାଯାଏ
00:12 ଫାଇଲ୍‍ ରେ କେମିତି ଡାଟା ଲେଖାଯାଏ
00:15 କିଛି ଉଦାହରଣ
00:17 ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
00:20 “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍‍ ୧୧.୧୦,
00:24 “ଜିସିସି (gcc) କମ୍ପାଇଲର୍‍” ଭର୍ସନ୍‍ ୪.୬.୧
00:28 ଫାଇଲ୍ସ ର ପରିଚୟ ସହ ଆରମ୍ଭ କରିବା
00:31 ଫାଇଲ୍‍ ହେଉଛି ଡାଟାର ସଂଗ୍ରହ
00:34 ଏହା ଗୋଟିଏ ଡାଟାବେସ, ଗୋଟିଏ ପ୍ରୋଗ୍ରାମ୍‍ , ଗୋଟିଏ ଅକ୍ଷର କିମ୍ବା ଅନ୍ୟକିଛି ହୋଇପାରେ
00:39 ଆମେ ଗୋଟିଏ ଫାଇଲ୍‍ ତିଆରି କରି ତାହାକୁ C ସାହାଯ୍ୟରେ ଆକ୍ସେସ୍ କରିପାରିବା
00:44 ବର୍ତ୍ତମାନ “ସି” ରେ “ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍” ଉପରେ ଏକ ଉଦାହରଣ ଦେଖିବା
00:48 ମୋ ପାଖରେ ଗୋଟିଏ ଲିଖିତ ପ୍ରୋଗ୍ରାମ୍‍ ଅଛି
00:50 ଆସନ୍ତୁ ନଜର ପକାଇବା,ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି “ଫାଇଲ୍‍ ଡଟ୍‍ ସି”
00:55 ଏହି ପ୍ରୋଗ୍ରାମ୍‍ ରେ ଆମେ ଗୋଟିଏ ଫାଇଲ୍‍ ତିଆରି କରି ତା’ ଭିତରେ ଡାଟା ଲେଖିବା
01:01 ବର୍ତ୍ତମାନ କୋଡ୍‍ ଏକ୍ସପ୍ଲେନ୍‍ କରୁଛି
01:03 ଏହା ହେଉଛି ଆମର “ହେଡର୍‍ ଫାଇଲ୍‍ ”
01:05 ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
01:07 “ଫାଇଲ୍‍ ” ଭେରିଏଲ୍‍ ଡିଫାଇନ୍‍ କରିବା ପାଇଁ ଆମେ “ଫାଇଲ୍‍ ” ଟାଇପ ବ୍ୟବହାର କରିବା
01:12 header stdio.h ରେ ଥିବା “ଫାଇଲ୍‍ ଭେରିଏବଲ୍‍” ଡିଫାଇଣ୍ଡ ହୋଇଛି
01:19 “ଫାଇଲ୍‍ ଭେରିଏବଲ୍‍” ର ଗୋଟିଏ ପଏଣ୍ଟର ହେଉଛି '*fp
01:22 ଏହା “ଫାଇଲ୍‍ ” ବିଷୟରେ ସବୁ ତଥ୍ୟ ଷ୍ଟୋର କରିବ,
01:26 ଯେପରି, ନାମ, ଷ୍ଟାଟସ ଏବଂ ସାମ୍ପ୍ରତିକ ସୂଚନା
01:31 ଆମ ସ୍ଲାଇଡ୍ସକୁ ଫେରିଯିବା
01:33 ବର୍ତ୍ତମାନ ଆମେ ଫାଇଲ୍‍ ଓପନ କରିବା ପାଇଁ ସିଣ୍ଟାକ୍ସ ଦେଖିବା
01:37 ଏଠାରେ fopen() ଫଙ୍କସନ୍‍ ଗୋଟିଏ ଷ୍ଟ୍ରିମ୍‍ ଓପନ କରେ
01:42 ଏହାପରେ ଏହା “ଫାଇଲ୍‍ ”କୁ ଷ୍ଟ୍ରିମ୍‍ ସହିତ ଯୋଡ଼େ
01:44 ଫାଇଲ୍‍ ନାମ ହେଉଛି ସେହି ଫାଇଲ୍‍ ର ନାଁ ଯାହାକୁ ଆମେ ଓପନ୍‍ କିମ୍ବା କ୍ରିଏଟ୍‍ କରିବାକୁ ଚାହୁଁ
01:49 ଆମେ ଫାଇଲ୍‍ ନେମ ସହିତ ପାଥ୍‍ ଦେଇ ପାରିବା
01:53 ଏବଂ ଆମେ ଏକ୍ସଟେନ୍ସନ୍‍ ମଧ୍ୟ ଦେଇପାରିବା
01:56 ଏଠାରେ ଆମେ ଫାଇଲ୍‍ ର ମୋଡ୍‍ ଦେଇପାରିବା
01:59 ବିଭିନ୍ନ ପ୍ରକାର ମୋଡ୍‍ ଦେଖିବା:
02:02 "w"- ପଢ଼ିବା ଓ ଲେଖିବା ପାଇଁ “ଫାଇଲ୍‍ ” ତିଆରି କରେ
02:06 "r"- ପଢ଼ିବା ପାଇଁ “ଫାଇଲ୍‍ ” ଖୋଲେ
02:09 "a"- “ଫାଇଲ୍‍ ” ର ଶେଷରେ ଲେଖିଥାଏ
02:12 ଏବେ ଆମେ ପ୍ରୋଗ୍ରାମ୍‍ କୁ ଫେରିଯିବା
02:15 ଏଠାରେ, ଆମେ “ରାଇଟ” ମୋଡ୍‍ରେ ଏକ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” (Sample.txt) ଫାଇଲ୍‍ ତିଆରି କରିବା
02:20 ପାଥ୍‍ ଦିଆଯାଇଥିବା ଆମେ ଦେଖିପାରୁଛେ
02:23 ଆମ ଫାଇଲ୍‍ “ଡେସ୍କଟପ୍‍” ଉପରେ କ୍ରିଏଟ ହେବ
02:27 ଏହାପରେ ଆମେ, “ଫାଇଲ୍‍” ଭିତରେ ଷ୍ଟେଟମେଣ୍ଟ ଲେଖିବା
02:30 "Welcome to the spoken-tutorial" ଏବଂ
02:32 "This is an test example".
02:34 ପ୍ରଦତ୍ତ ଆଉଟପୁଟ ଷ୍ଟ୍ରିମ୍‍ରେ “ଏଫପ୍ରିଣ୍ଟଏଫ()” (fprintf()) ଆଉଟପୁଟ ଲେଖେ
02:39 ଷ୍ଟ୍ରିମ୍‍ ସହ ମିଳିତ ଫାଇଲ୍‍ କୁ “ଏଫକ୍ଲୋଜ()”(fclose() ) ବନ୍ଦ କରେ
02:43 ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
02:46 ଏବେ “ସେଭ୍‍”ରେ କ୍ଲିକ୍‍ କରନ୍ତୁ
02:48 ପ୍ରୋଗ୍ରାମ୍‍ ଏକଜେକ୍ୟୁଟ୍‍ କରିବା
02:50 କିବୋର୍ଡରେ ଏକକାଳୀନ “କଣ୍ଟ୍ରୋଲ, ଅଲ୍ଟ” ଏବଂ “ଟି” (Ctrl, AltT) କୀ’ ଦବାଇ “ଟର୍ମିନାଲ ୱିଣ୍ଡୋ” ଖୋଲନ୍ତୁ
02:59 କମ୍ପାଇଲ ପାଇଁ,“ଜିସିସି ସ୍ପେସ୍‍ ଫାଇଲ୍‍ ଡଟ୍‍ ସ୍ପେସ୍‍ ହାଇଫେନ୍‍ ଓ ସ୍ପେସ୍‍ ଫାଇଲ୍‍” ଟାଇପ କରନ୍ତୁ
03:06 “ଏଣ୍ଟର” ଦାବନ୍ତୁ,ଏକଜେକ୍ୟୁଟ ପାଇଁ, “ଡଟ୍‍ ସ୍ଲାସ ଫାଇଲ୍‍ ” (./file) ଟାଇପ କରନ୍ତୁ
03:11 “ଏଣ୍ଟର” ପ୍ରେସ୍‍ କରନ୍ତୁ
03:13 “ଫାଇଲ୍‍ ” ଏକଜେକ୍ୟୁଟ ହୋଇଗଲା
03:15 ବର୍ତ୍ତମାନ ଆମେ ତାହାକୁ ଦେଖିବା
03:17 ଆମେ “ହୋମ୍‍” ଫୋଲ୍ଡର୍‍ ଖୋଲିବା
03:20 “ହୋମ୍‍ ” ଫୋଲ୍ଡର୍‍ ଅପ୍ସନ୍‍ ରେ କ୍ଲିକ୍‍ କରନ୍ତୁ
03:22 ବର୍ତ୍ତମାନ “ଡେସ୍କଟପ୍‍” ଅପ୍ସନ୍‍ ରେ କ୍ଲିକ କରନ୍ତୁ
03:25 ଏହା ହେଉଛି ଆମ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍
03:29 ଆମ ଫାଇଲ୍‍ ସଫଳତାପୂର୍ବକ କ୍ରିଏଟ୍‍ ହୋଇଥିବାର ଏହା ଦେଖାଏ
03:32 ଏବେ ଚାଲନ୍ତୁ ଖୋଲିବା
03:34 ଫାଇଲ୍‍ ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
03:36 ଆମେ ଏଠାରେ ମେସେଜେସ୍‍ ଦେଖିପାରିବା
03:39 Welcome to the Spoken Tutorial.
03:41 This is an test example.
03:44 ଆମେ ଏହିପରି ଫାଇଲ୍‍ ତିଆରି କରି ତା’ ଭିତରେ ଡାଟା ଲେଖୁ
03:48 ବର୍ତ୍ତମାନ ଗୋଟିଏ “ଫାଇଲ୍‍ ” ରୁ କେମିତି ଡାଟା ପଢ଼ିହୁଏ, ଦେଖିବା
03:52 ମୁଁ ପ୍ରୋଗ୍ରାମ୍‍ ତିଆରି କରିସାରିଛି
03:54 ମୁଁ ଏହାକୁ ଖୋଲିବି
03:56 ଏହି ପ୍ରୋଗ୍ରାମ୍‍ ରେ ଆମେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଡାଟା ପଢ଼ିବା ଏବଂ କନ୍ସୋଲ୍ ରେ ଡାଟା ପ୍ରିଣ୍ଟ କରିବା
04:03 ବର୍ତ୍ତମାନ କୋଡ୍‍ ବର୍ଣ୍ଣନା କରୁଛି
04:05 ଏହା ହେଉଛି ଆମର “ହେଡର୍‍ ଫାଇଲ୍‍”
04:08 ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
04:10 ଏଠାରେ ଏକ “ଫାଇଲ୍‍ ଭେରିଏବଲ୍‍” ପାଇଁ ଗୋଟିଏ “ପଏଣ୍ଟର” ଏବଂ ଗୋଟିଏ “ଫାଇଲ୍‍ ଭେରିଏବଲ୍‍” ଡିଫାଇନ୍‍ ହୋଇଛି
04:15 ଏହାପରେ ଆମେ ଗୋଟିଏ “ କ୍ୟାରେକ୍ଟର୍‍ ଭେରିଏବଲ୍‍ C” ଘୋଷିତ କରିଛୁ
04:19 ଏଠାରେ ଆମେ “ରିଡ୍‍” ମୋଡ୍‍ ରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ଖୋଲିବା
04:24 fp. ରେ ଆଉଟପୁଟ ଷ୍ଟୋର୍‍ ହୋଇଛି
04:27 ଏହାପରେ ଆମେ କଣ୍ଡିସନ୍‍ ଚେକ୍‍ କରିବା-
04:29 "ଯଦି fp NULL " ସମାନ ଅଟେ
04:32 ଯଦି କଣ୍ଡିସନ୍‍ “ଟ୍ରୁ ବା ସତ୍ୟ” ହୋଇଥିବ, ତେବେ ଆମେ ମେସେଜ୍‍ ପ୍ରିଣ୍ଟ କରିବା:
04:36 "File doesn't exist."
04:38 ନହେଲେ, ଏହା ଅନ୍ୟ କଣ୍ଡିସନ୍‍ ଖୋଜିବ
04:41 ଯେତେବେଳେକି C, ଏଓ ସମକକ୍ଷ ନାହିଁ
04:46 “ଇଓଏଫ”(EOF) ହେଉଛି ଫାଇଲ୍‍ ର “ଶେଷ ଭାଗ”
04:49 ଏହା ଇନପୁଟ୍‍ ର ଶେଷକୁ ଦର୍ଶାଏ
04:52 ଏହା ହେଉଛି ଏକ କଣ୍ଡିସନ୍‍, ଯେଉଁଠି ଏକ ଡାଟା ସୋର୍ସରୁ ଆଉ ଡାଟା ରିଡ କରାଯାଇପାରିବନାହିଁ
04:57 ଯଦି କଣ୍ଡିସନ୍‍ ଟ୍ରୁ ଅଟେ, ତେବେ ଏହା କନସୋଲ୍‍ ଉପରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ କ୍ୟାରେକ୍ଟର୍ସ ଡିସପ୍ଲେ କରିବ
05:06 ଏଠାରେ ଗୋଟିଏ ସ୍ପେସିଫାଏଡ୍‍ ଫାଇଲ୍‍ କିମ୍ବା ଷ୍ଟ୍ରିମ୍‍ରୁ “ଜିଇଟିସି”(getc) ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
05:12 ଏବେ, “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଏହା ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
05:17 “କନସୋଲ” ରେ ଏକ “କ୍ୟାରେକ୍ଟର୍‍” ଡିସପ୍ଲେ ପାଇଁ putchar ବ୍ୟବହୃତ ହୋଇଛି
05:22 ତାହାପରେ ଭେରିଏବଲ୍‍ C ରେ ଏହା “କ୍ୟାରେକ୍ଟର୍ସ” ଷ୍ଟୋର୍‍ କରିବ
05:25 ଫାଇଲ୍‍ କ୍ଲୋଜ୍‍ କରନ୍ତୁ
05:28 ଏବଂ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
05:30 “ସେଭ୍‍” କ୍ଲିକ୍‍ କରନ୍ତୁ
05:32 ପ୍ରୋଗ୍ରାମ୍‍ ଏକଜେକ୍ୟୁଟ୍‍ କରିବା
05:35 “ଟର୍ମିନାଲ”କୁ ଫେରିଆସନ୍ତୁ
05:37 କମ୍ପାଇଲ କରିବା ପାଇଁ,gcc ସ୍ପେସ୍ readfile ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ read
05:45 “ଏଣ୍ଟର୍‍” ଦାବନ୍ତୁ
05:47 ଏକଜେକ୍ୟୁଟ ପାଇଁ “ଡଟ୍‍ ସ୍ଲାସ୍‍ ରିଡ୍‍”(./read) ଟାଇପ କରନ୍ତୁ
05:52 ଆଉଟପୁଟ ଏହିପରି ଡିସପ୍ଲେ ହେବ:
05:54 Welcome to the Spoken-Tutorial.
05:56 This is an test example.
05:59 ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:01 ସ୍ଲାଇଡ୍ସକୁ ଫେରିଆସନ୍ତୁ
06:03 ସଂକ୍ଷେପରେ,ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
06:06 ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍,
06:08 ଗୋଟିଏ ଫାଇଲ୍‍ ରେ ଡାଟା ଲେଖିବା
06:10 ଯେପରି fp = fopen(“Sample.txt”, “w”);
06:17 ଗୋଟିଏ ଫାଇଲ୍ ରୁ ଡାଟା ପଢ଼ିବା,ଯେପରି fp = fopen(“Sample.txt”, “r”);
06:25 ଏକ ଆସାଇନମେଣ୍ଟ ଭାବରେ-,“ଟେଷ୍ଟ” ଫାଇଲ୍ ତିଆରି ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
06:30 “ଟେଷ୍ଟ” ଫାଇଲ୍ ରେ ଆପଣଙ୍କ ନାମ ଓ ଠିକଣା ଲେଖନ୍ତୁ
06:33 C ପ୍ରୋଗ୍ରାମ୍ ସାହାଯ୍ୟରେ ଏହାକୁ କନସୋଲ୍ ଉପରେ ଡିସପ୍ଲେ କରନ୍ତୁ
06:37 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:40 ଏହା ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ
06:43 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
06:47 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
06:50 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:53 ଅନଲାଇନ ଟେଷ୍ଟ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:57 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:07 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:14 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:18 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:22 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep