Blender/C2/Types-of-Windows-File-Browser-Info-Panel/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:05 ଏହି ଟ୍ୟୁଟୋରିଆଲ୍ File Browser ଓ Info Panel in Blender 2.59 ଉପରେ ପର୍ଯ୍ୟବସିତ ଅଟେ
00:15 ଏହି ସ୍କ୍ରିପ୍ଟ Bhanu Prakashଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:24 ଏହି ଟ୍ୟୁଟୋରିଆଲକୁ ଦେଖିସାରି୍ଲା ପରେ, ଆପଣ File Browser ଓ Info Panel କ’ଣ ଏବଂ ଉଭୟରେ ଉପଲବ୍ଧ ଥିବା ବିଭିନ୍ନ ଅପଶନଗୁଡିକୁ ଶିଖିପାରିବେ
00:40 Blender interfaceର ମୌଳିକ ଉପାଦନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
00:45 ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
00:55 3D viewର ତଳ ବାମପଟ କୋଣରେ ଥିବା Editor type ମେନୁକୁ ଯା’ନ୍ତୁ
01:02 menuକୁ ଖୋଲିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା ବ୍ଲେଣ୍ଡରରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାରର windowsର ତାଲିକାକୁ ଧାରଣ କରିଥାଏ
01:14 File Browser ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
01:18 ଏହା File Browser ଅଟେ
01:21 ଏଠାରେ ଆପଣ, ଆପଣଙ୍କ ସିଷ୍ଟମରେ ସେଭ୍ ହୋଇଥିବା ସମସ୍ତ blend filesକୁ ପାଇପାରିବେ
01:29 ଆମ ଡାଇରେକ୍ଟୋରୀ ମଧ୍ୟରେ ଗତିମାନ ହେବା ପାଇଁ ଏହି ଚାରୋଟି ଆରୋ କୀ ସାହାଯ୍ୟ କରିବେ
01:37 Back arrow ଆମକୁ ପୂର୍ବ ଫୋଲ୍ଡରକୁ ନେଇଯିବ
01:41 କୀବୋର୍ଡ୍ ସର୍ଟକଟ୍ ପାଇଁ, back spaceକୁ ଦାବନ୍ତୁ
01:48 Forward arrow ଆମକୁ ପରବର୍ତ୍ତି ଫୋଲ୍ଡରକୁ ନେଇଯିବ
01:52 କୀବୋର୍ଡ୍ ସର୍ଟକଟ୍ ପାଇଁ, shift & backspaceକୁ ଦାବନ୍ତୁ
01:59 Up arrow ବଟନ୍ ଆମକୁ parent directoryକୁ ନେଇଯିବ
02:05 କୀବୋର୍ଡ୍ ସର୍ଟକଟ୍ ପାଇଁ, Pକୁ ଦାବନ୍ତୁ
02:10 Refresh ବଟନ୍ ଆପଣଙ୍କ ସାମ୍ପ୍ରତିକ ଡାଇରେକ୍ଟୋରୀରେ ଥିବା ଫାଇଲର ତାଲିକାକୁ ରିଫ୍ରେଶ୍ କରିବ
02:19 Create new directory, ଆପଣଙ୍କ ସାମ୍ପ୍ରତିକ ଡାଇରେକ୍ଟୋରୀ ମଧ୍ୟରେ ଗୋଟିଏ ନୂଆ ଡାଇରେକ୍ଟୋରୀ କିମ୍ବା ଫୋଲ୍ଡର୍ ସୃଷ୍ଟି କରିବ
02:29 ଏହି ବଟନଗୁଡିକ ଆପଣଙ୍କ ଫାଇଲଗୁଡିକୁ କିମ୍ବା ଫୋଲ୍ଡରଗୁଡିକୁ କ୍ରମାନୁସାରେ ସଜାଇ ରଖିବାରେ ସାହାଯ୍ୟ କରିବେ
02:39 Filter ବଟନ୍ ଆପଣଙ୍କ ଡାଇରେକ୍ଟୋରୀ ମଧ୍ୟରେ ଫାଇଲଗୁଡିକୁ ଫିଲଟର୍ କରିବ
02:46 ଡାଇରେକ୍ଟୋରୀ ମଧ୍ୟରେ କେବଳ filter tab କଡରେ ଥିବା active ଆଇକନ୍ ଦୃଶ୍ୟମାନ ହେବ
02:57 ଏହା ହେଉଛି ବ୍ଲେଣ୍ଡରରେ ଥିବା File browser ୱିଣ୍ଡୋର ବିବରଣୀ
03:03 File browserର ଉପରି ଭାଗର ବାମ ପଟେ ଥିବା Editor type ମେନୁକୁ ଯା’ନ୍ତୁ
03:10 ମେନୁକୁ ଖୋଲିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ
03:15 3D viewରେ ଲେଫ୍ଟ କ୍ଲିକ୍ କରନ୍ତୁ
03:19 ଆମେ ବ୍ଲେଣ୍ଡରର ଡିଫଲ୍ଟ workspaceକୁ ଆସିଗଲେ
03:24 ବର୍ତ୍ତମାନ ଚାଲନ୍ତୁ Info ପ୍ୟାନେଲ ଉପରେ ନଜର ପକାଇବା
03:30 Blender interfaceରେ ସର୍ବ ଉପରିସ୍ଥ ପ୍ୟାନେଲ୍ ହେଉଛି Info ପ୍ୟାନେଲ୍ ଯାହା ମୂକ୍ଷ ମେନୁ ପ୍ୟାନେଲ୍ ଅଟେ
03:40 Fileରେ ଲେଫ୍ଟ କ୍ଲିକ୍ କରନ୍ତୁ
03:42 ଏଠାରେ ଆମ ପାଖରେ, ଗୋଟିଏ New କିମ୍ବା ବିଦ୍ୟମାନ ଫାଇଲକୁ Open କରିବା, ଫାଇଲକୁ save କରିବା, user preferences ୱିଣ୍ଡୋ, ଏବଂ Import ଓ Export ଅପଶନଗୁଡିକ ଅଛି
03:58 Openରେ ଲେଫ୍ଟ କ୍ଲିକ୍ କରନ୍ତୁ
04:02 ଏହା ଫାଇଲ୍ ବ୍ରାଉଜର୍ ଭଳି ସମାନ ଅନ୍ୟ ଏକ ବ୍ରାଉଜର ଖୋଲିବ
04:07 ଏଠାରେ ଆପଣଙ୍କ ସିଷ୍ଟମରେ ସେଭ୍ କରିସାରିଥିବା blend file ମଧ୍ୟରୁ ଗୋଟିଏକୁ ଖୋଲନ୍ତୁ
04:14 ଗୋଟିଏ ଫାଇଲକୁ ଖୋଲିବା ପୂର୍ବରୁ Load UIକୁ ଆକ୍ଟିଭେଟ୍ କାରିବା ଦ୍ଵାରା ଏହା, Blend file, User Interface ସହିତ ଖୋଲିବାରେ ସାହାଯ୍ୟ କରିଥାଏ କିମ୍ବା ସେହି ଫାଇଲ ପାଇଁ ସେଭ୍ କରିଥିବା UI ସହିତ ଖୋଲିଥାଏ
04:26 open file ୱିଣ୍ଡୋରୁ ବାହାର ହେବ ପାଇଁ, Back to Previousରେ ଲେଫ୍ଟ କ୍ଲିକ୍ କରନ୍ତୁ
04:35 Add ବିଭିନ୍ନ ଅବଜେକ୍ଟଗୁଡିକର ଗୋଟିଏ repositoryକୁ ଧାରଣ କରିଥାଏ ଯାହାକୁ ଆପଣଙ୍କ ଦୃଶ୍ୟରେ ଯୋଗ କରିପାରିବେ
04:42 Addରେ ଲେଫ୍ଟ କ୍ଲିକ୍ କରନ୍ତୁ
04:46 object repository ଏଠାରେ ଅଛି
04:50 ଏହି ମେନୁକୁ ବ୍ୟବହାର କରି, ଆପଣ 3D viewରେ ନୂତନ ଅବଜେକ୍ଟଗୁଡିକୁ ଯୋଗ କରିପାରିବେ
04:56 କୀବୋର୍ଡ୍ ସର୍ଟକଟ୍ ପାଇଁ, Shift & Aକୁ ଦାବନ୍ତୁ
05:04 ବର୍ତ୍ତମାନ ଚାଲନ୍ତୁ 3D viewରେ ଗୋଟିଏ planeକୁ ଯୋଗ କରିବା
05:09 3D cursorକୁ ଗତିଶୀଳ କରିବା ପାଇଁ ସ୍କ୍ରୀନର ଯେକୌଣସି ସ୍ଥାନରେ ଲେଫ୍ଟ କ୍ଲିକ୍ କରନ୍ତୁ
05:15 ସ୍ଥାନ ଚୟନ କରନ୍ତୁ
05:20 Add ମେନୁକୁ ଆଣିବା ପାଇଁ Shift & Aକୁ ଦାବନ୍ତୁ
05:25 Mesh. Plane ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:30 3D ଭ୍ୟୁରେ, 3D କର୍ସର୍ ଥିବା ସ୍ଥାନରେ ଗୋଟିଏ ନୂତନ Plane ଯୋଗ ହୋଇଯିବ
05:37 3D କର୍ସର୍ ବିଷୟରେ ବୁଝିବା ପାଇଁ, ଦୟାକରି Navigation – 3D cursor ଟ୍ୟୁଟୋରିଆଲକୁ ଦେଖନ୍ତୁ
05:46 ଏହିଭଳି, ଆପଣ 3D viewରେ ଅଧିକ କିଛି ଅବଜେକ୍ଟ ଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ
05:53 ବର୍ତ୍ତମାନ Info ପ୍ୟାନେଲକୁ ଫେରିଆସନ୍ତୁ
05:56 ରେଣ୍ଡର୍ ମେନୁକୁ ଖୋଲିବା ପାଇଁ Renderରେ ଲେଫ୍ଟ କ୍ଲିକ୍ କରନ୍ତୁ
06:00 ରେଣ୍ଡର୍ ଇମେଜ୍ କିମ୍ବା ଭିଡିଓ ରେଣ୍ଡର୍ ଅପଶନକୁ ଧାରଣ କରିଥାଏ ଯେପରି-Render Image, Render Animation, Show or Hide Render View ପ୍ରଭୃତି
06:14 Render settings ଉପରେ ପରବର୍ତ୍ତି ଟ୍ୟୁଟୋରିଆଲରେ ସବିଶେଷ ଆଲୋଚନା ହେବ
06:19 Info ପ୍ୟାନେଲର Help କଡରେ ଥିବା square ଆଇକନକୁ ଯା’ନ୍ତୁ
06:26 ଏହା Choose Screen layout ଅଟେ
06:31 ଏହା ଆପଣଙ୍କୁ, ଆପଣ କାମ କରୁଥିବା ଡିଫଲ୍ଟ Blender interfaceକୁ ପ୍ରଦର୍ଶନ କରିବ
06:37 Choose Screen Layoutରେ ଲେଫ୍ଟ କ୍ଲିକ୍ କରନ୍ତୁ
06:41 ଏହି ତାଲିକା ଆପଣଙ୍କୁ ବିଭିନ୍ନ layout ଅପଶନଗୁଡିକୁ ପ୍ରଦର୍ଶନ କରିବ -
06:48 ଆନିମେଶନ୍, କମ୍ପୋଜିଟିଙ୍ଗ୍, ଗେମ୍ ଲଜିକ୍, ଭିଡିଓ ଏଡିଟିଙ୍ଗ୍
06:55 ଆପଣଙ୍କ ଆବଶ୍ୟକତା ଅନୁସାରେ, ଯେକୌଣସି ଗୋଟିଏ ଚୟନ କରିପାରିବେ
07:04 Choose Screen Layoutରୁ ଆପଣ ବାହାର ହେବା ପାଇଁ ବ୍ଲେଣ୍ଡର୍ ସ୍କ୍ରୀନର ଯେକୌଣସି ସ୍ଥାନରେ ଲେଫ୍ଟ କ୍ଲିକ୍ କରନ୍ତୁ କିମ୍ବା କୀବୋର୍ଡରେ Escକୁ ଦାବନ୍ତୁ
07:15 Scene, ଆପଣ କାମ କରୁଥିବା ସାମ୍ପ୍ରତିକ ସିନକୁ ପ୍ରଦର୍ଶନ କରିବ
07:22 ଏହା Info ପ୍ୟାନେଲର ବିବରଣୀ ଅଟେ
07:25 ବର୍ତ୍ତମାନ ଆପଣଙ୍କ ସିଷ୍ଟମରେ, ବ୍ଲେଣ୍ଡରରେ File browser ବ୍ୟବହାର କରି ଗୋଟିଏ ନୂତନ ଡାଇରେକ୍ଟୋରୀ ସୃଷ୍ଟି କରନ୍ତୁ
07:32 ତା’ପରେ Screen Layout, Defaultକୁ Animationରେ ପରିବର୍ତ୍ତନ କରନ୍ତୁ
07:39 ଏବଂ ଏହାଦ୍ଵାରା File Browser ଓ Info panel ଉପରେ ଏହି ଟ୍ୟୁଟୋରିଆଲ୍ ସମ୍ପୁର୍ଣ୍ଣ ହେଲା
07:47 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:55 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ -
08:00 oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
08:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
08:16 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:20 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
08:25 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
08:32 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep