BASH/C2/Logical-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Bashରେ Logical Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 ଲଜିକଲ୍ AND

ଲଜିକଲ୍ OR କିଛି ଉଦାହରଣ ବ୍ୟବହାର କରି ଲଜିକଲ୍ NOT

00:19 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ:
00:22 If-Else ଷ୍ଟେଟମେଣ୍ଟ

କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଓ BASHରେ କ୍ୱୋଟିଙ୍ଗ୍ ସହିତ

00:30 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:36 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:38 ଉବୁଣ୍ଟୁ ଲିନକ୍ସ 12.04 OS
00:43 GNU Bash ଭର୍ସନ୍ 4.1.10
00:47 ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:53 ଏବେ ଚାଲନ୍ତୁ, ଲଜିକଲ୍ ଅପରେଟର୍ସର ବ୍ୟବହାର ବୁଝିବା
00:57 ମୁଖ୍ୟତଃ, ପ୍ରୋଗ୍ରାମ୍ ର ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଲଜିକଲ୍ ଅପରେଟର୍ସର ବ୍ୟବହାର କରାଯାଇଥାଏ
01:02 ଦୁଇଟି ଏକ୍ସପ୍ରେସନ୍ସ କିମ୍ୱା କଣ୍ଡିଶନ୍ସକୁ ଯୋଡ଼ିବା ପାଇଁ ଲଜିକଲ୍ ଅପରେଟର୍ସ ସାହାଯ୍ୟ କରିଥାଏ
01:09 ସେଗୁଡ଼ିକ if, while କିମ୍ୱା ଅନ୍ୟ କଣ୍ଟ୍ରୋଲ୍ ଷ୍ଟେଟମେଣ୍ଟସ୍ ର ଅଂଶ ହୋଇଥାଇପାରନ୍ତି
01:15 ଚାଲନ୍ତୁ, ଲଜିକଲ୍ ANDର ସିଣ୍ଟାକ୍ସ ଦେଖିବା
01:19 ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସ୍ପେସ୍ ଆମ୍ପର୍ସାଣ୍ଡ ଆମ୍ପର୍ସାଣ୍ଡ ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ
01:38 କିମ୍ୱା ଆମେ ଏହି ସିଣ୍ଟାକ୍ସ ବ୍ୟବହାର କରିପାରିବା -
01:41 ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ହାଇଫେନ୍ (-)a ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ
01:53 ଯେତେବେଳେ ଉଭୟ କଣ୍ଡିଶନ୍1 ଓ କଣ୍ଡିଶନ୍2 True ହୋଇଥାଏ, ଲଜିକଲ୍ AND, True ରିଟର୍ନ କରେ
02:00 ଏବେ ଆମେ ଲଜିକଲ୍ ORର ସିଣ୍ଟାକ୍ସ ଦେଖିବା
02:04 ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସ୍ପେସ୍ ଭର୍ଟିକଲ୍ ବାର୍ ପୁଣିଥରେ ଭର୍ଟିକଲ୍ ବାର୍ ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ
02:22 କିମ୍ୱା ଆମେ ଏହି ସିଣ୍ଟାକ୍ସ ବ୍ୟବହାର କରିପାରିବା -
02:24 ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍1 ସ୍ପେସ୍ ହାଇଫେନ୍ (-)o ସ୍ପେସ୍ ଡଲାର୍ ଚିହ୍ନ କଣ୍ଡିଶନ୍2 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ
02:36 ଯେତେବେଳେ କଣ୍ଡିଶନ୍1 ଓ କଣ୍ଡିଶନ୍2 ମଧ୍ୟରୁ ଗୋଟିଏ True ହୋଇଥାଏ, ଲଜିକଲ୍ OR, True ରିଟର୍ନ କରେ
02:43 ଏବେ ଆମେ, ଏକ ଉଦାହରଣ ବ୍ୟବହାର କରି ଲଜିକଲ୍ OR ଓ ଲଜିକଲ୍ ANDର ବ୍ୟବହାର ଶିଖିବା
02:50 logical.sh ନାମକ ଫାଇଲରେ ମୁଁ କୋଡ୍ ଲେଖିସାରିଛି
02:55 ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ
03:04 ଟାଇପ୍ କରନ୍ତୁ: gedit ସ୍ପେସ୍ logical.sh ସ୍ପେସ୍ ଆମ୍ପର୍ସାଣ୍ଡ ଚିହ୍ନ, Enter ଦାବନ୍ତୁ
03:12 ଆପଣଙ୍କର logical.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
03:18 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
03:21 ଏହା ହେଉଛି shebang ଲାଇନ୍
03:25 read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ
03:29 - (ହାଇଫେନ୍) p, Prompt ପ୍ରଦର୍ଶିତ କରେ
03:33 string ହେଉଛି ଏକ ଭେରିଏବଲ୍, ଯାହା ନିଷ୍ପାଦନ ସମୟରେ ୟୁଜର୍ ଦ୍ୱାରା ଇନପୁଟ୍ ହୋଇଥିବା ଟେକ୍ସଟ୍ କୁ ଷ୍ଟୋର୍ କରେ
03:39 ପ୍ରବେଶ କରାଯାଇଥିବା ଷ୍ଟ୍ରିଙ୍ଗ୍ ଖାଲି କି ନୁହେଁ, if କଣ୍ଡିଶନ୍ ତାହା ଯାଞ୍ଚ କରେ
03:45 ଷ୍ଟ୍ରିଙ୍ଗ୍ ର ଦୀର୍ଘତା ଶୂନ୍ କି ନୁହେଁ, - (ହାଇଫେନ୍) z ତାହା ଯାଞ୍ଚ କରେ
03:50 ବିଭିନ୍ନ ଅନ୍ୟ ଷ୍ଟ୍ରିଙ୍ଗ୍ କମ୍ପାରିଜନ୍ ଦେଖିବା ପାଇଁ ଟର୍ମିନଲ୍ ରେ ଟାଇପ୍ କରନ୍ତୁ: man ସ୍ପେସ୍ test
03:57 ଯଦି କିଛି ପ୍ରବେଶ କରାଯାଇନଥିବ, ତେବେ echo ଷ୍ଟେଟମେଣ୍ଟ ଏକ ବାର୍ତ୍ତା ପ୍ରିଣ୍ଟ କରିବ
04:02 ଯଦି ଷ୍ଟ୍ରିଙ୍ଗ୍ ଖାଲି ନଥିବ, ତେବେ ପ୍ରୋଗ୍ରାମ୍, ପ୍ରଥମ elif ଷ୍ଟେଟମେଣ୍ଟକୁ ଚାଲିଯିବ
04:08 ଏଠାରେ, ପ୍ରବେଶ କରାଯାଇଥିବା ଷ୍ଟ୍ରିଙ୍ଗ୍ ରେ , ଉଭୟ raj ଓ jit ଶବ୍ଦ ଅଛି କି ନାହିଁ, ତାହା ଯାଞ୍ଚ କରେ
04:16 ଯଦି ହଁ, ତେବେ ଏହା ଏକ ବାର୍ତ୍ତା echo କରେ
04:20 ଦୟାକରି ଧ୍ୟାନଦିଅନ୍ତୁ ଯେ, ଏଠାରେ ଲଜିକଲ୍ AND ବ୍ୟବହୃତ ହୋଇଛି
04:24 ତେଣୁ, ଉଭୟ କଣ୍ଡିଶନ୍ ସନ୍ତୁଷ୍ଟ ହେଲେ ହିଁ ବାର୍ତ୍ତା ପ୍ରଦର୍ଶିତ ହେବ
04:31 ଯଦି ସେପରି ହୁଏ ନାହିଁ, ତେବେ ପ୍ରୋଗ୍ରାମଟି ଦ୍ୱିତୀୟ elif ଷ୍ଟେଟମେଣ୍ଟକୁ ଚାଲିଯିବ
04:37 ଏଠାରେ, ପ୍ରବେଶ କରାଯାଇଥିବା ଷ୍ଟ୍ରିଙ୍ଗ୍ ରେ ଉଭୟ raj ଓ jit ଶବ୍ଦ ଅଛି କି ନାହିଁ, ତାହା ଯାଞ୍ଚ କରେ
04:43 ଯଦି ହଁ, ତେବେ ଏହା ବାର୍ତ୍ତା ପ୍ରଦର୍ଶିତ କରେ
04:47 ଦୟାକରି ଧ୍ୟାନଦିଅନ୍ତୁ ଯେ, ଏଠାରେ ଲଜିକଲ୍ OR ବ୍ୟବହୃତ ହୋଇଛି
04:52 ତେଣୁ, ଯେକୌଣସି ଗୋଟିଏ କଣ୍ଡିଶନ୍ ସନ୍ତୁଷ୍ଟ ହେଲେ ହିଁ ବାର୍ତ୍ତା ପ୍ରଦର୍ଶିତ ହେବ
04:59 ଶେଷରେ, ଆମ ପାଖରେ ଡିଫଲ୍ଟ else ଷ୍ଟେଟମେଣ୍ଟ ଅଛି
05:02 ଯେତେବେଳେ ଉପରୋକ୍ତ ସମସ୍ତ ଷ୍ଟେଟମେଣ୍ଟ False ହୁଏ, ସେତେବେଳେ ଏହି ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ
05:08 Multilevel if-else loopର ଶେଷ ହେଉଛି fi
05:12 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
05:15 Terminalକୁ ଫେରିଆସନ୍ତୁ
05:17 ପ୍ରଥମେ, ଏହା ଟାଇପ୍ କରି ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ - chmod ସ୍ପେସ୍ plus x ସ୍ପେସ୍ logical ଡଟ୍ sh. ଏଣ୍ଟର୍ ଦାବନ୍ତୁ
05:30 ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ logical.sh ଓ Enter ଦାବନ୍ତୁ
05:36 ପ୍ରମ୍ପ୍ଟ ପ୍ରଦର୍ଶିତ କରେ Enter a Word
05:38 ମୁଁ jitinraj ଏଣ୍ଟର୍ କରିବି
05:42 ପ୍ରଦର୍ଶିତ ଆଉଟପୁଟ୍ ହେଉଛି: "jitinraj contains both the words 'raj' and 'jit' ".
05:48 ଏହାର ଅର୍ଥ ହେଉଛି, ଦ୍ୱିତୀୟ ଷ୍ଟେଟମେଣ୍ଟକୁ କଣ୍ଟ୍ରୋଲ୍ ପାସ୍ ହୋଇଥିଲା
05:52 ଆଉ, ଯେହେତୁ ଉଭୟ କଣ୍ଡିଶନ୍ ସନ୍ତୁଷ୍ଟ ହେଲା, ଏହା ବାର୍ତ୍ତା ପ୍ରଦର୍ଶିତ କଲା
05:57 ଏବେ ଚାଲନ୍ତୁ, ପୁଣିଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା
06:00 ଅପ୍-ଆରୋ କୀ ଦାବନ୍ତୁ
06:02 ଡଟ୍ ସ୍ଲାଶ୍ logical.shକୁ ଯାଆନ୍ତୁ ଓ Enter ଦାବନ୍ତୁ
06:07 ପ୍ରମ୍ପ୍ଟ ପ୍ରଦର୍ଶିତ କରେ Enter a Word
06:09 ଏଥରକ ମୁଁ abhijit ପ୍ରବେଶ କରିବି
06:13 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: abhijit contains the word 'raj' or 'jit'
06:19 ଭିନ୍ନ ଭିନ୍ନ ଇନପୁଟ୍ ସହିତ ପ୍ରୋଗ୍ରାମକୁ ନିଷ୍ପାଦନ କରିବାକୁ ଚେଷ୍ଟା କରନ୍ତୁ ଓ output ଦେଖନ୍ତୁ
06:25 ଏବେ, Slidesକୁ ଫେରିଆସନ୍ତୁ
06:27 ଚାଲନ୍ତୁ, ଏବେ ଲଜିକଲ୍ NOT ଅପରେଟର ଉପରେ ନଜର ପକାଇବା
06:31 ଏହା, ଗୋଟିଏ ଏକ୍ସପ୍ରେସନ୍ ର Boolean ଭାଲ୍ୟୁକୁ ଓଲଟା କରିଥାଏ
06:35 ଯାହାର ଅର୍ଥ ହେଉଛି, ଯଦି ଏକ୍ସପ୍ରେସନ୍ False ହୁଏ, ତେବେ ଏହା True ରିଟର୍ନ କରେ
06:40 ଆଉ False ରିଟର୍ନ କରେ, ଯଦି ଏକ୍ସପ୍ରେସନ୍ True ହୋଇଥିବ
06:44 ଲଜିକଲ୍ NOT ଅପରେଟର୍ ର ସିଣ୍ଟାକ୍ସ ହେଉଛି -
06:48 ଏକ୍ସକ୍ଲାମେଶନ୍ ମାର୍କ ସ୍ପେସ୍ ଏକ୍ସପ୍ରେସନ୍
06:52 କିମ୍ୱା ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ ଏକ୍ସକ୍ଲାମେଶନ୍ ମାର୍କ ସ୍ପେସ୍ ଏକ୍ସପ୍ରେସନ୍ ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ
07:00 ଗୋଟିଏ ଉଦାହରଣ ଦେଖିବା
07:03 ମୁଁ ଗୋଟିଏ ଫାଇଲରେ କୋଡ୍ ଲେଖିସାରିଛି
07:05 ତେଣୁ, ମୁଁ ଟର୍ମିନଲ୍ କୁ ଯାଇ ଟାଇପ୍ କରିବି: gedit ସ୍ପେସ୍ logicalNOT.sh ସ୍ପେସ୍ ଆମ୍ପର୍ସାଣ୍ଡ ଚିହ୍ନ, Enter ଦାବନ୍ତୁ
07:18 ଆପଣଙ୍କର logicalNOT.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
07:24 ଆମେ ଜାଣିଛେ ଯେ, ଏହା ହେଉଛି shebang ଲାଇନ୍
07:28 $1 ହେଉଛି, ସ୍କ୍ରିପ୍ଟକୁ ପାସ୍ କରାଯାଇଥିବା ପ୍ରଥମ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ
07:33 ଏକ ଆର୍ଗୁମେଣ୍ଟ ଭାବେ ପାସ୍ କରାଯାଇଥିବା ସମାନ ନାମରେ କୌଣସି ଫାଇଲ୍ ଅଛି କି ନାହିଁ, ତାହା - (ହାଇଫେନ୍)f ଯାଞ୍ଚ କରେ
07:41 ତେଣୁ, ଯଦି ଫାଇଲ୍ ଥିବ, ତେବେ ଏହା True ରିଟର୍ନ କରିବ ଏବଂ False, ଯାଦି ତାହା ନଥିବ
07:48 ଏଠାରେ ଥିବା ଏହି NOT ଅପରେଟର୍, ରିଟର୍ନ ହୋଇଥିବା ଭାଲ୍ୟୁକୁ ଓଲଟା କରେ
07:52 ଯାହାର ଅର୍ଥ ହେଉଛି, ଯଦି ସେହି ନାମରେ ଫାଇଲ୍ ଅଛି, ତେବେ କଣ୍ଡିଶନ୍ True ହେବ
07:58 କିନ୍ତୁ NOT ଅପରେଟର୍, ତାହାର ଭାଲ୍ୟୁ Falseକୁ ଓଲଟାଇ ଦେବ
08:02 ଆଉ ଏହା , File does not exist ବାର୍ତ୍ତା ପ୍ରଦର୍ଶିତ କରିବ
08:07 ଏଠାରେ, else ଷ୍ଟେଟମେଣ୍ଟରେ, ଏହା, File exists ବାର୍ତ୍ତା ପ୍ରଦର୍ଶନ କରେ
08:13 if loopର ଶେଷକୁ fi ଚିହ୍ନିତ କରେ
08:16 ଏବେ, Terminal କୁ ଯାଆନ୍ତୁ.
08:18 Promptକୁ ଖାଲି କରିଦିଅନ୍ତୁ
08:20 ଏବେ ଚାଲନ୍ତୁ, test.txt ନାମରେ ଗୋଟିଏ ଖାଲି ଫାଇଲ୍ ତିଆରି କରିବା
08:25 ଟାଇପ୍ କରନ୍ତୁ: touch ସ୍ପେସ୍ test ଡଟ୍ txt, Enter ଦାବନ୍ତୁ
08:32 ଏହାପରେ, ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟାଇପ୍ କରନ୍ତୁ:

chmod ସ୍ପେସ୍ ପ୍ଲସ୍ x ସ୍ପେସ୍ logicalNOT ଡଟ୍ sh, Enter ଦାବନ୍ତୁ

08:45 ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ logicalNOT ଡଟ୍ sh ସ୍ପେସ୍ test ଡଟ୍ txt. ଏଣ୍ଟର୍ ଦାବନ୍ତୁ
08:55 ଫାଇଲ୍ ଅଛି କି ନାହିଁ, ତାହା ଆମର Shell Script ଯାଞ୍ଚ କରିବ
09:00 ଆମର test ଡଟ୍ txt ଫାଇଲ୍ ଅଛି, ତେଣୁ ଭାଲ୍ୟୁ True ହେବ
09:07 ତାହାପରେ, logicalNOT ସେହି ଭାଲ୍ୟୁକୁ ଓଲଟାଇ False ରିଟର୍ନ କରିବ
09:12 କାରଣ, ମୂଲ୍ୟାଙ୍କନ False ଅଟେ, else ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ କରାଗଲା
09:18 ଆଉ, ଏହି ବାର୍ତ୍ତା ପ୍ରଦର୍ଶିତ ହେଲା - File 'test.txt' exists
09:23 ଆର୍ଗୁମେଣ୍ଟ test1.txt ସହିତ ପ୍ରୋଗ୍ରାମକୁ ପୁଣିଥରେ ନିଷ୍ପାଦନ କରିବାକୁ ଚେଷ୍ଟା କରନ୍ତୁ
09:29 ଆଉ, ଯେପରି ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି, ନିଯନ୍ତ୍ରଣ ପ୍ରବାହକୁ ଦେଖନ୍ତୁ
09:33 Slidesକୁ ଫେରିଆସନ୍ତୁ. ସଂକ୍ଷିପ୍ତରେ,
09:37 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତଗୁଡ଼ିକର ବ୍ୟବହାର ଶିଖିଲେ:

ଲଜିକଲ୍ AND ଲଜିକଲ୍ OR ଓ ଲଜିକଲ୍ NOT

09:45 ଏକ ଆସାଇନମେଣ୍ଟ ଭାବେ
09:47 ଫାଇଲ୍ ଅଛି କି ନାହିଁ
09:49 ଓ ନିଷ୍ପାଦନଯୋଗ୍ୟ ବୋଲି ଯାଞ୍ଚ କରନ୍ତୁ
09:51 ଏହି ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଲଜିକଲ୍ ଅପରେଟର୍ସ ବ୍ୟବହାର କରି
09:56 {Hint: man ସ୍ପେସ୍ test)
09:59 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
10:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:12 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:15 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:19 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:26 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:30 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
10:42 ଆଇଆଇଟି ବମ୍ୱେ ତରଫରୁ
10:47 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
10:51 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep