BASH/C2/Globbing-and-Export-statement/Oriya

From Script | Spoken-Tutorial
Jump to: navigation, search
Time Narration
00:01 Globbing ଓ Export Command ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:08 ଗ୍ଲୋବିଙ୍ଗ୍, ଏକ୍ସପୋର୍ଟ କମାଣ୍ଡ
00:11 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ
00:18 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:24 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:27 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:31 GNU Bash ଭର୍ସନ୍ 4.1.10
00:35 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:43 ଚାଲନ୍ତୁ, Globbingର ପରିଚୟରୁ ଆରମ୍ଭ କରିବା
00:46 Bash ଦ୍ୱାରା ବହନ କରାଯାଉଥିବା Filename କିମ୍ୱା Pathname ବିସ୍ତାରଣକୁ Globbing କୁହାଯାଏ
00:52 Globbing, Wildcardsକୁ ଚିହ୍ନଟ କରେ ଓ ପ୍ରସାରିତ କରେ
00:57 ସାଧାରଣ Wildcard କ୍ୟାରେକ୍ଟର୍ସକୁ ମଧ୍ୟ ଏହା ବ୍ୟାଖ୍ୟା କରିଥାଏ, ଯେପରି -
01:02 # * (ଆଷ୍ଟରିକ୍ସ) ଓ
01:04 # ? (ପ୍ରଶ୍ନବାଚକ ଚିହ୍ନ)
01:05 ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା
01:09 ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ
01:18 Terminalରେ ଟାଇପ୍ କରନ୍ତୁ: ls ସ୍ପେସ୍ ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ
01:27 ଏହା, ସାମ୍ପ୍ରତିକ ଡାଇରେକ୍ଟୋରୀରେ ଥିବା ସମସ୍ତ .sh ଏକ୍ସଟେନ୍ସନ୍ ଫାଇଲଗୁଡ଼ିକୁ ମିଶାଇଥାଏ
01:34 ଏଠାରେ, ସମସ୍ତ sh ଫାଇଲଗୁଡ଼ିକ ତାଲିକାଭୁକ୍ତ ହୋଇଥିବାର ଆମେ ଦେଖିପାରୁଛେ
01:40 ଏବେ Prompt ଖାଲି କରିଦିଅନ୍ତୁ. ଆଉ ଟାଇପ୍ କରନ୍ତୁ: ls ସ୍ପେସ୍ s ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ
01:51 ଆମେ ଦେଖିପାରୁଛେ ଯେ, s କ୍ୟାରେକ୍ଟର୍ ସହିତ ଆରମ୍ଭ ହେଉଥିବା ତଥା sh ଏକ୍ସଟେନ୍ସନ୍ ଥିବା ସମସ୍ତ ଫାଇଲକୁ s ଆଷ୍ଟରିକ୍ସ ଡଟ୍ sh ମିଶାଇଥାଏ
02:02 ଚାଲନ୍ତୁ ଆଗକୁ ବଢିବା ...
02:04 ଏବେ ଟାଇପ୍ କରନ୍ତୁ: ls ସ୍ପେସ୍ ଖୋଲା ସ୍କ୍ୱୟାର୍ ବ୍ରାକେଟ୍ a ହାଇଫେନ୍ c ବନ୍ଦ ସ୍କ୍ୱୟାର୍ ବ୍ରାକେଟ୍ ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ
02:19 ଏହା, a କିମ୍ୱା b କିମ୍ୱା c ଅକ୍ଷରରୁ ଆରମ୍ଭ ହେଉଥିବା ଫାଇଲଗୁଡ଼ିକ ମିଶାଇବ ଓ ପ୍ରଦର୍ଶିତ କରିବ
02:26 ଆଉଟପୁଟକୁ ଦେଖନ୍ତୁ
02:28 ଆମେ, ସମସ୍ତ a କିମ୍ୱା b କିମ୍ୱା c ଅକ୍ଷରରୁ ଆରମ୍ଭ ହେଉଥିବା ଫାଇଲଗୁଡ଼ିକର ତାଲିକା ଦେଖିପାରୁଛେ
02:35 ଆଉ ଏହି ଫାଇଲଗୁଡ଼ିକର sh ଏକ୍ସଟେନ୍ସନ୍ ଅଛି
02:39 ଏବେ, ଆଗକୁ ବଢିବା ଓ ଟାଇପ୍ କରିବା: ls ସ୍ପେସ୍ ଖୋଲା ସ୍କ୍ୱୟାର୍ ବ୍ରାକେଟ୍ କ୍ୟାରେଟ୍ ଚିହ୍ନ a ହାଇଫେନ୍ c ବନ୍ଦ ସ୍କ୍ୱୟାର୍ ବ୍ରାକେଟ୍ ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ
02:55 ଏହା, sh ଏକ୍ସଟେନ୍ସନ୍ ସହିତ ଥିବା ସମସ୍ତ ଫାଇଲ ନାମଗୁଡ଼ିକୁ ମିଶାଇବ
03:00 କିନ୍ତୁ, a କିମ୍ୱା b କିମ୍ୱା c କ୍ୟାରେକ୍ଟର୍ ସହିତ ଆରମ୍ଭ ହେଉଥିବାଗୁଡ଼ିକୁ ହଟାଇଦେବ
03:07 ଆଉଟପୁଟକୁ ଦେଖନ୍ତୁ. ଆପଣ ଦେଖିପାରିବେ ଯେ, ଫାଇଲଗୁଡ଼ିକର ନାମ a, b କିମ୍ୱା c ଅକ୍ଷରରୁ ଆରମ୍ଭ ହେଉନାହିଁ
03:16 Promptକୁ ଖାଲି କରିଦିଅନ୍ତୁ
03:19 ଏବେ ଟାଇପ୍ କରନ୍ତୁ: ls ସ୍ପେସ୍ ଖୋଲା ସ୍କ୍ୱୟାର୍ ବ୍ରାକେଟ୍ କ୍ୟାପିଟାଲ୍ A ଛୋଟ a ବନ୍ଦ ସ୍କ୍ୱୟାର୍ ବ୍ରାକେଟ୍ ଆଷ୍ଟରିକ୍ସ ଚିହ୍ନ ଡଟ୍ sh, Enter ଦାବନ୍ତୁ
03:34 ଏହା, ବଡ଼ ଓ ଛୋଟ A ସହିତ ଆରମ୍ଭ ହେଉଥିବା ଫାଇଲ୍ ନାମଗୁଡ଼ିକୁ ମିଶାଇବ
03:40 ଆଉଟପୁଟ୍ ଦେଖନ୍ତୁ. ବଡ଼ ଓ ଛୋଟ A ସହିତ ଆରମ୍ଭ ହେଉଥିବା ତଥା sh ଏକ୍ସଟେନ୍ସନ୍ ସହିତ ସମସ୍ତ ଫାଇଲ୍ ନାମଗୁଡ଼ିକ ତାଲିକାଭୁକ୍ତ ହୋଇଛି
03:49 ଏବେ ଚାଲନ୍ତୁ, Bashରେ Export Command ଦେଖିବା
03:53 Slidesକୁ ଫେରିଆସନ୍ତୁ
03:55 Bashରେ, ନିଜସ୍ୱ Shell ପାଇଁ ଭେରିଏବଲଗୁଡ଼ିକ Local ଅଟନ୍ତି
04:00 ସେହି Shell କିମ୍ୱା ସାମ୍ପ୍ରତିକ Shell ଦ୍ୱାରା Local Variablesକୁ ବ୍ୟବହାର କରାଯାଇପାରିବ
04:06 ଏକ୍ସପୋର୍ଟ କମାଣ୍ଡ -

ସମସ୍ତ Child Processesର Environmentକୁ ଗୋଟିଏ Function କିମ୍ୱା ଏକ Variable ଏକ୍ସପୋର୍ଟ କରିଥାଏ

04:15 ଏକ Local ଭେରିଏବଲ୍ Global ଭେରିଏବଲ୍ ରେ ମଧ୍ୟ ବଦଳାଇପାରେ
04:20 ଗୋଟିଏ ଉଦାହରଣ ସହିତ ଆମେ ଏହାକୁ ବୁଝିବାକୁ ଚେଷ୍ଟା କରିବା
04:24 Terminalକୁ ଯାଇ ଟାଇପ୍ କରନ୍ତୁ: myvar ଇକ୍ୱାଲ୍ ଟୁ ଚିହ୍ନ lion, Enter ଦାବନ୍ତୁ
04:34 ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar, Enter ଦାବନ୍ତୁ
04:41 lion ପ୍ରିଣ୍ଟ ହୋଇଗଲା
04:44 ଏହା ହେଉଛି Variable myvarକୁ ଆସାଇନ୍ କରାଯାଇଥିବା ଭାଲ୍ୟୁ
04:48 ଏବେ, ଏକ ନୂଆ Shellକୁ ଯିବା
04:51 ନୂଆ Shellକୁ ଯିବା ପାଇଁ, ଆମେ ଏକ ନୂଆ Terminal ଖୋଲିପାରିବା ନହେଲେ ଟାଇପ୍ କରିବା: ସ୍ଲାଶ୍ bin ସ୍ଲାଶ୍ bash. Enter ଦାବନ୍ତୁ
05:03 ଭେରିବଲ୍ myvarରେ ଭାଲ୍ୟୁ ଯାଞ୍ଚ କରନ୍ତୁ
05:07 ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar, Enter ଦାବନ୍ତୁ
05:15 ଗୋଟିଏ ଖାଲି ଲାଇନ୍ ପ୍ରିଣ୍ଟ ହେଲା
05:17 ଏହାର ଅର୍ଥ ହେଉଛି, ଭେରିବଲ୍ myvarକୁ ଆସାଇନ୍ ହୋଇଥିବା ଭାଲ୍ୟୁ ଏହି Shell କୁ ସ୍ଥାନାନ୍ତର ହୋଇନାହିଁ
05:24 ଆଉ, ଏହି ଭେରିବଲ୍ myvar, ପୂର୍ବବର୍ତ୍ତୀ Shell ପାଇଁ Local ଅଟେ, ସାମ୍ପ୍ରତିକ Shell ପାଇଁ ନୁହେଁ
05:32 ଆମର ପୂର୍ବବର୍ତ୍ତୀ Shellକୁ ଫେରିଯିବା ପାଇଁ exit ଟାଇପ୍ କରନ୍ତୁ
05:36 ତେଣୁ, ଭେରିଏବଲଗୁଡ଼ିକୁ Globally ଘୋଷିତ କରିବା ପାଇଁ ଆମକୁ Export Command ବ୍ୟବହାର କରିବାକୁ ପଡ଼ିବ
05:43 ଚାଲନ୍ତୁ ଜାଣିବା କିପରି
05:46 ଟାଇପ୍ କରନ୍ତୁ: export ସ୍ପେସ୍ myvar ଇକ୍ୱାଲ୍ ଟୁ ଚିହ୍ନ lion, Enter ଦାବନ୍ତୁ
05:55 ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar, Enter ଦାବନ୍ତୁ
06:02 lion ପ୍ରଦର୍ଶିତ ହେଲା
06:05 ଚାଲନ୍ତୁ, ଆଉ ଗୋଟିଏ Shell କୁ ଯିବା. ଟାଇପ୍ କରନ୍ତୁ: ସ୍ଲାଶ୍ bin ସ୍ଲାଶ୍ bash. Enter ଦାବନ୍ତୁ
06:13 Promptକୁ ଖାଲି କରିଦିଅନ୍ତୁ
06:15 ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar
06:22 lion ପ୍ରଦର୍ଶିତ ହେଲା
06:25 ଏହାର କାରଣ ହେଉଛି, ଆମେ, Export Command ବ୍ୟବହାର କରି ଭେରିଏବଲ୍ myvarକୁ ଗ୍ଲୋବଲୀ ଘୋଷିତ କରିଛେ
06:33 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
06:36 ସଂକ୍ଷିପ୍ତରେ, Slidesକୁ ଫେରିଆସନ୍ତୁ
06:39 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
06:41 ଗ୍ଲୋବିଙ୍ଗ୍, ଏକ୍ସପୋର୍ଟ କମାଣ୍ଡ
06:44 ଏକ ଆସାଇନମେଣ୍ଟ ଭାବେ Globbing ଅନ୍ତର୍ଗତ ସମସ୍ତ ଆଲୋଚିତ କାର୍ଯ୍ୟ କରିବା ପାଇଁ ଏକ Bash Script ଲେଖନ୍ତୁ
06:51 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
06:54 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:57 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:05 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
07:08 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:12 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:20 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
07:37 ଆଇଆଇଟି ବମ୍ୱେ ତରଫରୁ
07:42 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
07:47 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep