BASH/C2/Conditional-Loops/Oriya

From Script | Spoken-Tutorial
Jump to: navigation, search

Title of script: Basic If loop in BASH Author: Ashwini Patil Keywords: video tutorial, for loop, while loop

Time Narration
00:01 ବନ୍ଧୁଗଣ, Bashରେ Loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:09 For Loop
00:11 କିଛି ଉଦାହରଣ ସହିତ while loop
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:22 GNU Bash ଭର୍ସନ୍ 4.1.10
00:26 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:34 ଚାଲନ୍ତୁ, Loopsର ପରିଚୟରୁ ଆରମ୍ଭ କରିବା
00:37 ଷ୍ଟେଟମେଣ୍ଟର ଏକ ସମୂହକୁ ବାରମ୍ୱାର ନିଷ୍ପାଦନ କରିବା ପାଇଁ Loops ବ୍ୟବହୃତ ହୋଇଥାଏ
00:43 ଆସନ୍ତୁ, ସିଣ୍ଟାକ୍ସକୁ ଦେଖିବା
00:45 for ଏକ୍ସପ୍ରେସନ୍ 1, 2, 3
00:49 ଷ୍ଟେଟମେଣ୍ଟ 1, 2, 3
00:51 ଆଉ ଏହା ହେଉଛି For Loopର ସମାପ୍ତି
00:55 For Loopର ଏକ ବିକଳ୍ପ ସିଣ୍ଟାକ୍ସ ହେଉଛି:
00:58 ସିକ୍ୱେନ୍ସ/ରେଞ୍ଜରେ For ଭେରିଏବଲ୍
01:03 ଷ୍ଟେଟମେଣ୍ଟ 1, 2, 3
01:06 ଓ For Loopର ଶେଷ
01:09 ପ୍ରଥମ ସିଣ୍ଟାକ୍ସ ବ୍ୟବହାର କରି For Loopର ଏକ ଉଦାହରଣ ଦେଖିବା
01:14 ଏହି ପ୍ରୋଗ୍ରାମରେ ଆମେ, ପ୍ରଥମ n ନମ୍ୱର୍ସର ଯୋଗଫଳ ଗଣନା କରିବା
01:20 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି for.sh
01:25 ଏହା ହେଉଛି shebang ଲାଇନ୍
01:28 ୟୁଜର୍ ଦ୍ୱାରା ପ୍ରଦତ୍ତ ଭାଲ୍ୟୁକୁ ଭେରିଏବଲ୍ ନମ୍ୱର୍ ଷ୍ଟୋର୍ କରିବ
01:34 ଏଠାରେ, ଭାଲ୍ୟୁ ହେଉଛି ଏକ ଇଣ୍ଟିଜର୍
01:37 ଭେରିଏବଲ୍ sumକୁ ଆମେ ଏବେ ଯିରୋ ଭାବେ ଇନିଶିଆଲାଇଜ୍ କରିବା
01:42 ଏହିଠାରୁ ଆମେ For Loop ଆରମ୍ଭ କରିଥିଲେ
01:45 ପ୍ରଥମେ ଆମେ, 1କୁ i ଇନିଶିଆଲାଇଜ୍ କରିବା
01:48 ତା’ପରେ ଯାଞ୍ଚ କରିବା ଯେ, numberଠାରୁ i କମ୍ ନା ସମାନ
01:54 ଏବେ ଏଠାରେ ଆମେ, sum + i ଭାବରେ sumର ଗଣନା କରିବା
02:00 ଓ ତା’ପରେ ଆମେ ଏହାକୁ ପ୍ରିଣ୍ଟ କରିବା
02:03 ଏହାପରେ, ଆମେ, 1 ଦ୍ୱାରା iର ଭାଲ୍ୟୁକୁ ବଢାଇବା
02:08 ଓ ତା’ପରେ ଆମେ, ଏହି କଣ୍ଡିଶନ୍ False ନହେବା ପର୍ଯ୍ୟନ୍ତ କଣ୍ଡିଶନ୍ ଯାଞ୍ଚ କରିବା
02:14 For Loopରୁ ପ୍ରସ୍ଥାନ କରିବାବେଳେ ଏହି ବାର୍ତ୍ତା ପ୍ରିଣ୍ଟ ହୋଇଥାଏ
02:19 ଚାଲନ୍ତୁ, ପ୍ରୋଗ୍ରାମ୍ ନିଷ୍ପାଦନ କରି ଦେଖିବା କ’ଣ ହେଉଛି
02:24 ଟର୍ମିନଲ୍ ରେ ଟାଇପ୍ କରନ୍ତୁ - chmod +x for.sh
02:31 ତା’ପରେ ଟାଇପ୍ କରନ୍ତୁ: ./for.sh
02:36 ଇନପୁଟ୍ ନମ୍ୱର୍ ଭାବେ ମୁଁ 5 ପ୍ରବେଶ କରିବି
02:40 iର ପ୍ରତ୍ୟେକ ଭାଲ୍ୟୁ ପାଇଁ ଗଣନା କରାଯାଇଥିବା sum ପ୍ରଦର୍ଶିତ ହେଲା
02:46 ତାହାପରେ, ଆଉଟପୁଟ୍ ର ଶେଷ ଲାଇନ୍ ପ୍ରଦର୍ଶିତ ହେଲା:
02:50 Sum of first n numbers is 15
02:54 ଏବେ ଚାଲନ୍ତୁ, ପ୍ରୋଗ୍ରାମର ଫ୍ଲୋକୁ ବୁଝିବା
02:57 Windowsକୁ ରିସାଇଜ୍ କରନ୍ତୁ
03:00 ପ୍ରଥମେ, ଆମ ପାଖରେ 1 ଭାବରେ iର ଭାଲ୍ୟୁ ଅଛି
03:04 ତା’ପରେ ଯାଞ୍ଚ କରିବା ଯେ, 5ଠାରୁ 1 କମ୍ ନା ସମାନ
03:10 ଯେହେତୁ କଣ୍ଡିଶନ୍ True ଅଟେ, ଆମେ, 0+1 ଭାବରେ ଯୋଗଫଳ ଗଣନା କରିବା
03:16 ଏବେ, ଆମ ପାଖରେ 1 ଭାବରେ ଯୋଗଫଳ ଅଛି
03:20 ତା’ପରେ ଆମେ ଯୋଗଫଳ ପ୍ରିଣ୍ଟ କରିବା, ଯାହା ହେଉଛି 1
03:24 ଏହାପରେ, 1 ଦ୍ୱାରା iକୁ ବୃଦ୍ଧି କରାଗଲା ଓ iର ନୂଆ ଭାଲ୍ୟୁ ହେଉଛି 2
03:31 ତା’ପରେ ଯାଞ୍ଚ କରିବା ଯେ, 5ଠାରୁ 2 କମ୍ ନା ସମାନ
03:36 କଣ୍ଡିଶନ୍ True ଅଟେ ଏବଂ ଏବେ ଯୋଗଫଳ ହେବ 1+2, ଯାହା ହେଉଛି 3
03:44 ଏହାପରେ, 1 ଦ୍ୱାରା iକୁ ବୃଦ୍ଧି କରାଗଲା ଓ iର ନୂଆ ଭାଲ୍ୟୁ ହେଉଛି 3
03:51 ଓ ଆମେ 6 ଭାବରେ ଯୋଗଫଳ ପାଇଲେ
03:55 ସ୍କ୍ରିପ୍ଟ, ଯୋଗଫଳରେ ପୂର୍ବତନ ଭାଲ୍ୟୁ ସହିତ iର ପରବର୍ତ୍ତୀ ଭାଲ୍ୟୁ ଯୋଡ଼ିବା ଜାରି ରଖିବ
04:02 i<=5 False ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ
04:09 For Loopରୁ ପ୍ରସ୍ଥାନ କରିବାବେଳେ ଏହି ଶେଷ ବାର୍ତ୍ତା ପ୍ରିଣ୍ଟ ହୋଇଥାଏ
04:14 ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି For Loopର ଆଉଏକ ଉଦାହରଣ ଦେଖିବା
04:20 ମୁଁ ଏହି ଫାଇଲରେ କୋଡ୍ ଲେଖିସାରିଛି ଏବଂ ଏହାକୁ for-loop.sh ନାମ ଦେଇଛି
04:27 ଏହି ସରଳ ପ୍ରୋଗ୍ରାମ୍, ଫାଇଲଗୁଡ଼ିକୁ ଗୋଟିଏ ଡାଇରେକ୍ଟୋରୀରେ ସୂଚିବଦ୍ଧ କରିବ
04:32 ଏହା ହେଉଛି shebang ଲାଇନ୍
04:35 ତା’ପରେ for loop ଅଛି
04:37 ls କମାଣ୍ଡ ଡାଇରେକ୍ଟୋରୀର ସୂଚୀକୁ ସୂଚିବଦ୍ଧ କରେ
04:41 - (ହାଇଫେନ୍) 1 ଗୋଟିଏ ଲାଇନ୍ ପିଛା ଗୋଟିଏ ଫାଇଲ୍ ସୂଚିବଦ୍ଧ କରେ
04:46 ଏହା, ଆପଣଙ୍କର home directoryରେ ଥିବା ସମସ୍ତ ଫାଇଲ୍ସକୁ ସୂଚିବଦ୍ଧ କରେ
04:51 ଏହା ହେଉଛି For Loopର ସମାପ୍ତି
04:53 ଟର୍ମିନଲରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା ପାଇଁ ଟାଇପ୍ କରନ୍ତୁ -
04:58 chmod +x for-loop.sh
05:04 ଟାଇପ୍ କରନ୍ତୁ: ./for-loop.sh
05:09 ଏହା, ଆପଣଙ୍କର home directoryରେ ଥିବା ସମସ୍ତ ଫାଇଲ୍ସକୁ ପ୍ରଦର୍ଶିତ କରିବ
05:14 ଚାଲନ୍ତୁ, ଏବେ ଆମେ While Loop ବିଷୟରେ ଶିଖିବା
05:18 ପ୍ରଥମେ ସିଣ୍ଟାକ୍ସକୁ ବୁଝିବା
05:21 while କଣ୍ଡିଶନ୍

ଷ୍ଟେଟମେଣ୍ଟ 1, 2, 3 While Loopର ସମାପ୍ତି

05:27 ଏହାର ଅର୍ଥ ହେଉଛି ଯେ, ଯେପର୍ଯ୍ୟନ୍ତ କଣ୍ଡିଶନ୍ True ହୋଇଥିବ, While Loop ନିଷ୍ପାଦିତ ହେବ
05:34 ଏବେ, While Loopର ଏକ ଉଦାହରଣ ଦେଖିବା
05:37 ଏଠାରେ, ମୁଁ ଏହାକୁ while.sh ନାମ ଦେଇଛି
05:42 ଏହି ପ୍ରୋଗ୍ରାମରେ, ଏକ ପ୍ରଦତ୍ତ ବର୍ଗରେ ଆମେ ସମ ସଂଖ୍ୟାଗୁଡ଼ିକର ଯୋଗଫଳ ଗଣନା କରିବା
05:49 ଚାଲନ୍ତୁ, କୋଡ୍ ମାଧ୍ୟମ ଦେଇ ଯିବା
05:52 ଏଠାରେ, ଆମେ ୟୁଜରଠାରୁ ଏକ ସଂଖ୍ୟା ଗ୍ରହଣ କରି ତାକୁ ଭେରିଏବଲ୍ numberରେ ଷ୍ଟୋର୍ କରୁ
05:59 ତାହାପରେ ଆମେ, ଭେରିଏବଲ୍ i ଓ sum ଘୋଷିତ କରି ସେଗୁଡ଼ିକୁ 0 (ଯିରୋ)କୁ ଇନିଶିଆଲାଇଜ୍ କରୁ
06:06 ଏବେ, ଏହା ହେଉଛି While କଣ୍ଡିଶନ୍
06:08 ଏଠାରେ ଆମେ, ୟୁଜର୍ ଦ୍ୱାରା ପ୍ରଦତ୍ତ numberର ଭାଲ୍ୟୁ ସହିତ i କମ୍ କିମ୍ୱା ସମାନ, ତାହା ଯାଞ୍ଚ କରିବା
06:17 ତା’ପରେ ଆମେ, sumର ଭାଲ୍ୟୁ ସହିତ iର ଭାଲ୍ୟୁ ଯୋଡ଼ି ଯୋଗଫଳ ଗଣନା କରିବା
06:24 ଏହାପରେ, ଆମେ, 2 ଦ୍ୱାରା iର ଭାଲ୍ୟୁକୁ ବଢାଇବା
06:28 ଏହା ସୁନିଶ୍ଚିତ କରିବ ଯେ, ଆମେ କେବଳ ସମ ସଂଖ୍ୟା ଯୋଡ଼ିବା
06:33 ଆଉ numberର ଭାଲ୍ୟୁଠାରୁ i ର ଭାଲ୍ୟୁ ଅଧିକ ନହେବା ପର୍ଯ୍ୟନ୍ତ while loopର ପୁନରାବୃତ୍ତି ହେବ
06:40 while loopରୁ ବାହାରିବାବେଳେ, ପ୍ରଦତ୍ତ ବର୍ଗ ମଧ୍ୟରେ ଆମେ ସମସ୍ତ ସମ ସଂଖ୍ୟାର ଯୋଗଫଳ ପ୍ରିଣ୍ଟ କରିବା
06:47 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
06:50 Terminalରେ ଟାଇପ୍ କରନ୍ତୁ:
06:52 chmod +x while.sh
06:56 ./while.sh
07:00 ଇନପୁଟ୍ ନମ୍ୱର୍ ଭାବେ ମୁଁ 15 ପ୍ରବେଶ କରିବି
07:04 ଆଉଟପୁଟ୍ ର ଶେଷ ଲାଇନ୍ ହେଉଛି:
07:06 Sum of even numbers within the given range is 56
07:11 ମୁଁ ଏବେ, windowକୁ ରିସାଇଜ୍ କରି ଆଉଟପୁଟ୍ ବର୍ଣ୍ଣନା କରୁଛି
07:14 ପ୍ରଥମେ ଆମେ ଯାଞ୍ଚ କରିବା ଯେ, i, ଯାହା ହେଉଛି 0, numberଠାରୁ କମ୍ କିମ୍ୱା ସମାନ ଅଟେ, ଯାହା ହେଉଛି 15
07:24 କଣ୍ଡିଶନ୍ True ଅଟେ. ତେଣୁ, sum ହେବ 0+0, ଯାହା ହେଉଛି 0
07:31 ଏବେ, 2 ଦ୍ୱାରା iକୁ ବୃଦ୍ଧି କରାଯିବ ଓ iର ନୂଆ ଭାଲ୍ୟୁ ହେଉଛି 2
07:37 ତା’ପରେ ଆମେ ଯାଞ୍ଚ କରିବା ଯେ, 15ଠାରୁ 2 କମ୍ ନା ସମାନ
07:43 ପୁଣିଥରେ କଣ୍ଡିଶନ୍ True ଅଟେ; ତେଣୁ ଆମେ 0+2 ଯୋଡ଼ିବା
07:49 ଏବେ, sumର ଭାଲ୍ୟୁ ହେଉଛି 2
07:52 ପୁଣିଥରେ iର ଭାଲ୍ୟୁକୁ 2 ଦ୍ୱାରା ବୃଦ୍ଧି କରାଯିବ
07:56 ଏବେ iର ଭାଲ୍ୟୁ ହେବ 2+2, ଅର୍ଥାତ୍ 4
08:03 ଏବଂ sumର ପରବର୍ତ୍ତୀ ଭାଲ୍ୟୁ ହେବ 4+2, ଅର୍ଥାତ୍ 6
08:09 ସମାନ ମାର୍ଗରେ, iର ପୂର୍ବବର୍ତ୍ତୀ ଭାଲ୍ୟୁ ସହିତ Script, 2 ଯୋଡ଼ିବା ଜାରି ରଖିବ, ଯେପର୍ଯ୍ୟନ୍ତ ଏହା 15କୁ ନ ଟପିଛି
08:18 ଏବଂ sumରେ ଆମେ ସମୁଦାୟ ଭାଲ୍ୟୁ 56 ପାଇବା
08:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
08:27 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, for loopର ଦୁଇଟି ଭିନ୍ନ ଭିନ୍ନ ସିଣ୍ଟାକ୍ସ ଶିଖିଲେ ଏବଂ While Loop ବିଷୟରେ ମଧ୍ୟ ଶିଖିଲେ
08:37 ଏକ ଆସାଇନମେଣ୍ଟ ଭାବେ - ପ୍ରଥମ n ମୁଖ୍ୟ ସଂଖ୍ୟାଗୁଡ଼ିକର ଯୋଗଫଳ ବାହାର କରନ୍ତୁ
08:43 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
08:46 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
08:50 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:56 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
09:00 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
09:04 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:11 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:14 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
09:28 ଆଇଆଇଟି ବମ୍ୱେ ତରଫରୁ
09:34 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
09:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep